ସେତେବେଳେ ୨୦ ରୁ ୨୩ କୋଟି ଟଙ୍କାରେ ନିର୍ମିତ ଏହି ଚଳଚ୍ଚିତ୍ରଟି ୭୫ କୋଟି ଟଙ୍କା ରୋଜଗାର କରି ବ୍ଲକ୍ବଷ୍ଟର୍ ଚଳଚ୍ଚିତ୍ରର ଆଖ୍ୟା ଅର୍ଜନ କରିଥିଲା। ବର୍ତ୍ତମାନ ଖବର ଆସୁଛି ଯେ ଏହି ଫିଲ୍ମର ସିକ୍ୱେଲ ‘ନୋ ଏଣ୍ଟ୍ରି-୨’ ତିଆରି ହେବାକୁ ଯାଉଛି, ଯେଉଁଥିପାଇଁ ଅଭିନେତା ମଧ୍ୟ ଚୟନ କରାଯାଇଛି। ତେବେ ଏଥିରେ ଲିଡ୍ ଆର୍ଟିଷ୍ଟ୍ଙ୍କ ନାମ ଶୁଣିବା ପରେ ପ୍ରଶଂସକମାନେ ଏହାକୁ ଫ୍ଲପ୍ ଭାବରେ ଟ୍ୟାଗ୍ କରିବା ଆରମ୍ଭ କରିଛନ୍ତି।
ଅନିସ୍ ବାଜ୍ମିଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ସିକ୍ୱେଲ୍କୁ ନେଇ କିଛି ଦିନ ହେଲା କାମ ଚାଲିଛି ଏବଂ ମୂଳ ଅଭିନେତାମାନଙ୍କୁ ନେଇ ଏହା ତିଆରି ହେବାର ଥିଲା। କିନ୍ତୁ ଏଥିରେ ବିଳମ୍ବ ହେବାରୁ କାଷ୍ଟିଂରେ ପରିବର୍ତ୍ତନ କରାଯାଇଥିବା ଖବର ଆସିଛି।
ରିପୋର୍ଟ ଅନୁଯାୟୀ ବର୍ତ୍ତମାନ 'ନୋ ଏଣ୍ଟ୍ରି ୨' ତିଆରି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି, କିନ୍ତୁ ବର୍ତ୍ତମାନ ଏହା ନୂଆ କଳାକାରଙ୍କୁ ନେଇ ତିଆରି ହେବ ବୋଲି କୁହାଯାଉଛି। ଫିଲ୍ମର କାହାଣୀ ଅନିସ୍ ବାଜ୍ମି ଲେଖିଛନ୍ତି ଏବଂ ସେ ମଧ୍ୟ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ସିକ୍ୱେଲ୍ ପାଇଁ ବରୁଣ ଧୱନ, ଅର୍ଜୁନ କପୁର ଏବଂ ଦିଲ୍ଜିତ ଦୋସାଞ୍ଜଙ୍କୁ ଚୟନ କରାଯାଇଛି। କୁହାଯାଉଛି ଯେ ଏହି ତିନିଜଣ ସ୍କ୍ରିପ୍ଟକୁ ନେଇ ବହୁତ ଉତ୍ସାହିତ ଅଛନ୍ତି ଏବଂ ଫିଲ୍ମ ପାଇଁ ରାଜି ହୋଇଛନ୍ତି। ଏହି ରିପୋର୍ଟରେ, 'ନୋ ଏଣ୍ଟ୍ରି ୨'ର ସ୍କ୍ରିପ୍ଟ ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଏବଂ ଏହି ତିନି କଳାକାର ବହୁତ ଉତ୍ସାହିତ ଥିବା ଏକ ସୂତ୍ରରୁ ପ୍ରକାଶ। ତେବେ ବୋନି କପୁର ଏହି ଚଳଚ୍ଚିତ୍ର ନିର୍ମାଣ କରିବେ ବୋଲି ଜଣାଯାଇଛି।
ତେବେ କୁହାଯାଉଛି ଯେ ଫିଲ୍ମ ଫ୍ଲୋର୍କୁ ଯିବାକୁ ଆଉ କିଛି ସମୟ ଲାଗିବ। 'ନୋ ଏଣ୍ଟ୍ରି ୨' ବର୍ଷ ଶେଷ ସୁଦ୍ଧା କିମ୍ବା ଡିସେମ୍ବର ୨୦୨୪ ସୁଦ୍ଧା ଆରମ୍ଭ ହୋଇପାରେ। ୨୦୨୫ରେ ଫିଲ୍ମ ରିଲିଜ୍ ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ରିପୋର୍ଟ ଅନୁଯାୟୀ, ମୁଖ୍ୟ ଅଭିନେତ୍ରୀମାନଙ୍କୁ ଏପର୍ଯ୍ୟନ୍ତ ଚୟନ କରାଯାଇ ନାହିଁ ଏବଂ ଏହା ପରେ ହିଁ ଫିଲ୍ମ ବିଷୟରେ କୌଣସି ସରକାରୀ ଘୋଷଣା କରାଯିବ।
]]>ଏକ ରିପୋର୍ଟରେ 'ଆନିମଲ୍' ପାଇଁ ତୃପ୍ତିଙ୍କୁ ମିଳିଥିବା ଫିସ୍ ବିଷୟରେ ପ୍ରକାଶ କରାଯାଇଛି। ଏହି ରିପୋର୍ଟ ଅନୁଯାୟୀ, ' ଆନିମଲ୍'ରେ କୈମିୟୋ ପାଇଁ ତୃପ୍ତିଙ୍କୁ ମାତ୍ର ୪୦ ଲକ୍ଷ ଟଙ୍କା ଦିଆଯାଇଛି। ତେବେ ଏତିକି ଟଙ୍କା ସେ ନେଇଛନ୍ତି କି ନାହିଁ ତାହା ସରକାରୀ ନୁହେଁ। ସୂଚନାଯୋଗ୍ୟ ଯେ ଫିଲ୍ମରେ ତୃପ୍ତିଙ୍କ ଅନ୍ତରଙ୍ଗ ଦୃଶ୍ୟକୁ ନେଇ ଅନେକ ଆଲୋଚନା ହେଉଛି। ଏଥି ସହିତ ପ୍ରଶଂସକମାନେ ମଧ୍ୟ ଅଭିନେତ୍ରୀଙ୍କ ଅଭିନୟକୁ ଖୁବ୍ ପସନ୍ଦ କରୁଛନ୍ତି।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବଲିଉଡ୍ରେ ଏକ ବଡ ନାମ ପାଲଟିଥିବା ରଣବୀର ଏହି ପିଲ୍ମ ପାଇଁ ପ୍ରାୟ ୭୦ କୋଟି ଟଙ୍କା ନେଇଛନ୍ତି। ରଣବୀର କପୁରଙ୍କ ଅନ୍ସ୍କ୍ରିନ ପତ୍ନୀ ଭୂମିକାରେ ଅଭିନୟ କରିଥିବା ରଶ୍ମିକା ମନ୍ଦନାଙ୍କୁ ପ୍ରାୟ ୪ କୋଟି ଟଙ୍କା ଦିଆଯାଇଛି।
ଭିଲେନ୍ ଭୂମିକାରେ ଅଭିନୟ କରିଥିବା ବବି ଦେଓଲଙ୍କୁ ୪ କୋଟି ଏବଂ ଅନିଲ କପୁରଙ୍କୁ ୨ କୋଟି ଟଙ୍କା ଦିଆଯାଇଛି। ତେବେ ଏହିସବୁ ପ୍ରାପ୍ୟକୁ ଦେଖିଲେ ଦେଖାଯାଏ, ‘ଆନିମଲ୍’ରେ ଯାହାଙ୍କୁ ନେଇ ଏତେ ଚର୍ଚ୍ଚା ତାଙ୍କୁ ସବୁଠାରୁ କମ ଟଙ୍କା ଦିଆଯାଇଛନ୍ତି।
ସୂଚନାଯୋଗ୍ୟ ଯେ ‘ପୋଷ୍ଟର ବୟଜ୍’ ସହ ବଲିଉଡ୍ରେ ଡେବ୍ୟୁ କରିଥିବା ତୃପ୍ତି ଡିମ୍ରୀ 'ଆନିମଲ୍' ପରେ IMDBର "ଲୋକପ୍ରିୟ ଭାରତୀୟ ସେଲିବ୍ରିଟି" ତାଲିକାରେ ଏବେ ଶୀର୍ଷରେ ରହିଛନ୍ତି।
]]>ଏହି ଫିଲ୍ମ ଅଷ୍ଟମ ଦିନ ଅର୍ଥାତ୍ ଶୁକ୍ରବାର ୨୩.୫୦ କୋଟି ଟଙ୍କା ଆୟ କରିଛି। ଏହା ପରେ ଭାରତରେ ‘ଆନିମଲ୍’ର ରୋଜଗାର ୩୬୧.୦୮ କୋଟି ଟଙ୍କା ହୋଇଛି। ବିଶ୍ୱବ୍ୟାପୀ ଏହା ୫୩୮ କୋଟି ଟଙ୍କା ଅତିକ୍ରମ କରିଛି। ଯଦି ଆମେ ଫିଲ୍ମର ବଜେଟକୁ ଦେଖିବା, ତେବେ ଏହା ୧୦୦ କୋଟି ଟଙ୍କା ବଜେଟ୍ରେ ତିଆରି ହୋଇଛି।
ଏହି ଫିଲ୍ମରେ ରଣବୀର କପୁରଙ୍କୁ ଯେତିକି ପ୍ରଶଂସା କରାଯାଉଛି ବବି ଦେଓଲଙ୍କୁ ମଧ୍ୟ ସେତିକି ପ୍ରଶଂସା କରାଯାଉଛି। ଏଥିରେ ତାଙ୍କ ଭୂମିକା ଖୁବ କମ ଥିଲେ ମଧ୍ୟ ସେ ଛାଇ ଯାଇଛନ୍ତି। ତାଙ୍କୁ ଏଥିରେ ଭୟଙ୍କର ଖଳନାୟକ ରୂପରେ ଦେଖିବାକୁ ମିଳେ।
ତେବେ ଏହାରି ଭିତରେ ମନରେ ପ୍ରଶ୍ନ ଉଙ୍କିମାରେ ଯେ ଯେତେବେଳେ ବବିଙ୍କ ହାତରେ କୌଣସି ଫିଲ୍ମ ନଥିଲା ସେ କିପରି ‘ଆନିମଲ’ରେ ଅଫର୍ ପାଇଲେ। ଏହାକୁ ନେଇ ବବି ଦେଓଲ ଖୁଲାସା କରିଛନ୍ତି। ବବି କହିଛନ୍ତି ଯେ ତାଙ୍କର କେବଳ ଗୋଟିଏ ଫଟୋ ତାଙ୍କୁ ଏହି ଅଫର୍ ଦେଇଦେଲା। ତାଙ୍କର କଦାପି ବିଶ୍ୱାସ ନ ଥିଲା ଯେ ସେ ଏମିତି ଏକ ଚରିତ୍ର ପାଇବେ ବୋଲି।
ଅଭିନେତା କହିଛନ୍ତି ଯେ, "ଦିନେ ମୁଁ ସନ୍ଦୀପ ରେଡ୍ଡୀଙ୍କଠାରୁ ଏକ ଫୋନ୍ କଲ ପାଇଲି ଏବଂ ସେ ମୋତେ କହିଲେ ଯେ ସେ ମୋତେ ଭେଟିବାକୁ ଚାହାଁନ୍ତି। କିନ୍ତୁ ସେତେବେଳେ ମତେ ଲାଗୁଥିଲା ଯେ ସନ୍ଦୀପ ନାରେ ଆଉ କେହି ମୋ ସହ ଥଟ୍ଟା କରୁଛନ୍ତି। କିନ୍ତୁ ତା’ପରେ ଯେତେବେଳେ ମୁଁ ଜାଣିଲି ଯେ ସେ ପ୍ରକୃତରେ ସନ୍ଦୀପ, ମୁଁ ସଙ୍ଗେ ସଙ୍ଗେ ତାଙ୍କୁ ଫୋନ୍ କରି ଭେଟିବାକୁ ହଁ କହିଲି।”
ବବି ଆହୁରି କହିଛନ୍ତି ଯେ ଯେତେବେଳେ ସେ ସନ୍ଦୀପଙ୍କୁ ଭେଟିଥିଲେ, ସେତେବେଳେ ସେ ବବିଙ୍କୁ ତାଙ୍କର ଏକ ପୁରୁଣା ଫଟୋ ଦେଖାଇଥିଲେ, ସେହି ଫଟୋ ସେହି ସମୟର ଥିଲା ଯେତେବେଳେ ବବି କାମ ଅଭାବରୁ ସେଲିବ୍ରିଟି କ୍ରିକେଟ୍ ଲିଗ୍ ଖେଳୁଥିଲେ।
ଅଭିନେତା କହିଛନ୍ତି, “ସନ୍ଦୀପ ମୋତେ ସେହି ଫଟୋ ଦେଖାଇ କହିଥିଲେ ଯେ ଏଥିରେ ଆପଣଙ୍କର ଯେଉଁ ଏକ୍ସପ୍ରେସନ୍ ଅଛି ମତେ କେବଳ ତାହା ହିଁ ଦରକାର। ଏହା ଶୁଣି ମୁଁ କହିଲି ଯାହା ହଉ ବେରୋଜଗାର ଦିନରେ କାମରେ ଆସିଲା।”
ବବି କହିଥିଲେ ଯେ ସେଲିବ୍ରିଟି କ୍ରିକେଟ୍ ଲିଗ୍ ଖେଳିବା ବେଳେ କେହି ଜଣେ ତାଙ୍କର ଏହି ଫଟୋ ଉଠେଇ ନେଇଥିଲେ। ଏହି ଫଟୋରେ ଥିବା ଏକ୍ସପ୍ରେସନ୍ ସନ୍ଦୀପଙ୍କୁ ବହୁତ ପସନ୍ଦ ଆସିଥିଲା।
]]>हर उड़ान वतन के नाम! 🇮🇳
— Hrithik Roshan (@iHrithik) December 8, 2023
Fighter forever. #FighterTeaser Out Now - https://t.co/QCiae3kWG8 pic.twitter.com/idUvDoNGfW
ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ଏକ ଭିଡିଓ ଶେୟାର କରି ଟିଜର ରିଲିଜ ଘୋଷଣା କରିଥିଲେ ଯେଉଁଥିରେ ଡିସେମ୍ବର ୮ ରେ ଟିଜରର ଝଲକ ଦେଖାଯିବ ବୋଲି କୁହାଯାଇଥିଲା।
ଏହି ଫିଲ୍ମରେ ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନିଲ କପୁର 'ସ୍ପିରିଟ୍ ଅଫ୍ ଫାଇଟର୍' ସହିତ ଡ୍ରେନ୍ କରିବାକୁ ପ୍ରସ୍ତୁତ ଅଛନ୍ତି। ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଭାୟାକମ୍ ୧୮ ଷ୍ଟୁଡିଓ ଏବଂ ମାର୍ଫ୍ଲିକ୍ସ ପିକ୍ଚର୍ସର ସହଯୋଗରେ ପ୍ରସ୍ତୁତ ହୋଇଥିବା 'ଫାଇଟର୍' ହେଉଛି ଏକ ସିନେମାଟିକ୍ ଅନୁଭୂତି, ଯାହା ଆକ୍ସନ୍ ଷ୍ଟୋରୀଲିଙ୍ଗ୍ରେ କ୍ରାନ୍ତି ଆଣିବାକୁ ପ୍ରସ୍ତୁତ ହୋଇଛି।
‘ଫାଇଟର୍’ ଟିଜରରେ ଚଳଚ୍ଚିତ୍ର ଜଗତ ବିଷୟରେ ଅନେକ କିଛି ଜଣାପଡିଛି ଏବଂ ଅଧିକାଂଶ ଶଟ୍ସକୁ ୟୁନିଫର୍ମରେ ତିନି ମୁଖ୍ୟ ଚରିତ୍ରର ଦୃଶ୍ୟରେ ସୀମିତ ରଖାଯାଇଛି। ଏଥିରେ ଏରିଏଲ୍ ଆକ୍ସନ ସହିତ ପ୍ରଭାବଶାଳୀ 3D ସିନ୍ ରହିଛି ଯାହା ଲୋକଙ୍କୁ ଖୁବ୍ ପ୍ରଭାବିତ କରୁଛି। 'ଫାଇଟର୍'ର ଟିଜରରେ ଥିବା ଏରିଏଲ୍ ଆକ୍ସନ୍ ଦେଖି ଲୋକଙ୍କ ଲୋମ ଟାଙ୍କୁରି ଉଠୁଥିବା କୁହାଯାଉଛି। ଟିଜରର ପ୍ରତ୍ୟେକ ସିନ୍ ଖୁବ ରୋମାଞ୍ଚକର ହୋଇଛି। ଏହାର ବ୍ୟାକ୍ଗ୍ରାଉଣ୍ଡରେ ଥିବା ଗୀତ ଏହାକୁ ଆହୁରି ସ୍ୱତନ୍ତ୍ର କରୁଛି।
ତେବେ ଏହି ଟିଜର ସିଦ୍ଧାର୍ଥ ଆନନ୍ଦଙ୍କ ପୁରୁଣା ଫିଲ୍ମକୁ ମନେ ପକାଉଛି। ଏନେଇ ଫିଲ୍ମ ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ଫିଲ୍ମ 'ଫାଇଟର୍'ର ୧ ମିନିଟ୍ ୧୩ ସେକେଣ୍ଡର ଏହି ଟିଜର ଦେଖି ଲୋକମାନେ କହୁଛନ୍ତି ଯେ ବର୍ତ୍ତମାନ ସେମାନେ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଜଣେ ଲେଖିଛନ୍ତି – ରୋମ ଟାଙ୍କୁରି ଉଠୁଛି। ଅନ୍ୟ ଜଣେ ଲେଖିଛନ୍ତି – ହ୍ରିତିକ ରୋଶନଙ୍କୁ ଆକ୍ସନ୍ ଅବତାରରେ ଦେଖିବା ପ୍ରତ୍ୟେକ ଥର ସ୍ୱତନ୍ତ୍ର ହୋଇଥାଏ।
ଏହି ଫିଲ୍ମରେ ଦମଦାର ଆକ୍ସନ ସହିତ ଦେଶପ୍ରେମ ଉତ୍ସାହ ମଧ୍ୟ ଦେଖିବାକୁ ମିଳିବ। ୨୫୦ କୋଟି ଟଙ୍କାରେ ନିର୍ମିତ 'ଫାଇଟର୍' ୨୫ ଜାନୁୟାରୀ ୨୦୨୪ରେ ଭାରତର ୭୫ ତମ ଗଣତନ୍ତ୍ର ଦିବସରେ ମୁକ୍ତିଲାଭ କରିବାକୁ ଯାଉଛି।
]]>ରଣବୀରଙ୍କ ବ୍ୟତୀତ ଅନିଲ କପୁର, ବବି ଦେଓଲ, ତୃପ୍ତି ଡିମରୀ ଏବଂ ରଶ୍ମିକା ମନ୍ଦାନାଙ୍କ ପରି ଅନେକ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି, କିନ୍ତୁ ରଣବୀର କପୁରଙ୍କ ପାଇଁ ‘ଆନିମଲ’ କରିବା ଏକ ବଡ ସମସ୍ୟା ହୋଇଛି। କିପରି, ଆସନ୍ତୁ ଜାଣିବା।
ବାସ୍ତବରେ ‘ଆନିମଲ୍’ ରଣବୀର କପୁରଙ୍କ କ୍ୟାରିୟରର ସର୍ବାଧିକ ଆୟକାରୀ ଫିଲ୍ମ ହୋଇପାରିଛି। ସେ ତାଙ୍କ କ୍ୟାରିୟରରେ ୨୫ ରୁ ଅଧିକ ଫିଲ୍ମ କରିଛନ୍ତି, କିନ୍ତୁ ରଣବୀର କପୁରଙ୍କ ପୂର୍ବର କୌଣସି ବି ଫିଲ୍ମ ‘ଆନିମଲ୍’ ପରି ସଫଳତା ହାସଲ କରିପାରି ନାହିଁ।
‘ଆନିମଲ୍’ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ ୫୦୦ କୋଟିରୁ ଅଧିକ ରୋଜଗାର କରିଛି। ‘ଆନିମଲ୍’ର ରୋଜଗାର ଚଳିତ ବର୍ଷ ଶାହରୁଖ ଖାନ, ସଲମାନ ଖାନ ଏବଂ ସନ୍ନି ଦେଓଲଙ୍କ ପରି ବଡ ଅଭିନେତାଙ୍କ ଫିଲ୍ମର ରେକର୍ଡ ଭାଙ୍ଗିଛି।
ରଣବୀର କପୁରଙ୍କ ଏହି ଫିଲ୍ମ ବକ୍ସ ଅଫିସରେ ‘ପଠାନ’, ‘ଗଦର ୨’, ‘ଜବାନ’ ଏବଂ ‘ଟାଇଗର ୩’ ର ରେକର୍ଡ ଭାଙ୍ଗିଛି। ଏଭଳି ପରିସ୍ଥିତିରେ, ‘ଆନିମଲ୍’ର ଏତେ ବଡ଼ ସଫଳତା ପରେ ରଣବୀର କପୁର ସୁପରଷ୍ଟାର ତାଲିକାରେ ସ୍ଥାନ ପାଇଛନ୍ତି, ଯେଉଁ ସ୍ଥାନରେ ଶାହରୁଖ ଖାନ, ଆମୀର ଖାନ, ସଲମାନ ଖାନ ଏବଂ ସନ୍ନି ଦେଓଲ ଭଳି ବଡ କଳାକାର ଅଛନ୍ତି।
ବର୍ତ୍ତମାନ ‘ଆନିମଲ୍’ ପରେ ରଣବୀର କପୁରଙ୍କ ପାଇଁ ସର୍ବୋତ୍ତମ ଫିଲ୍ମ ବାଛିବା ଏବଂ ‘ଆନିମଲ୍’ ପରି ସଫଳତାକୁ ପୁନରାବୃତ୍ତି କରିବା ଏକ ବଡ଼ ଆହ୍ୱାନ ହେବ। ଏହା ଜଣେ କଳାକାରଙ୍କ ପାଇଁ କେବେ ବି ସହଜ ନୁହେଁ। ତେବେ ରଣବୀର କପୁରଙ୍କ ଆଗାମୀ ଫିଲ୍ମ ଭାବେ ରାମାୟଣ, ବ୍ରହ୍ମାସ୍ତ୍ର ୨ ଏବଂ ‘ଆନିମଲ୍’ର ସିକ୍ୱେଲ ଏହିଛି। ଏହି ସମସ୍ତ ଫିଲ୍ମକୁ ‘ଆନିମଲ୍’ ଅପେକ୍ଷା ଏକ ବଡ଼ ବ୍ଲକ୍ବଷ୍ଟର୍ ତିଆରି କରିବା ଏକ କଠିନ କାର୍ଯ୍ୟ ହୋଇପାରେ, କାରଣ ଏ ସବୁ ହେଉଛି ବଡ଼ ବଜେଟ୍ ଫିଲ୍ମ।
]]>୧୦୦ କୋଟି ଟଙ୍କାରେ ତିଆରି ହୋଇଥିବା ଫିଲ୍ମ ମାତ୍ର ୬ ଦିନ ମଧ୍ୟରେ ସାରା ବିଶ୍ୱରେ ୫୦୦ କୋଟି ଟଙ୍କା ଅତିକ୍ରମ କରିଛି। କେବଳ ଭାରତ କଥା କୁହାଗଲେ ଏହି ଫିଲ୍ମ ଏପର୍ଯ୍ୟନ୍ତ ୩୧୨ କୋଟିରୁ ଅଧିକ ଆୟ କରିଛି। ଫିଲ୍ମଟି କେବଳ ଏହାର ଆକ୍ସନ୍ ଯୋଗୁଁ ନୁହେଁ ବରଂ ଏହାର ଅନ୍ତରଙ୍ଗ ଦୃଶ୍ୟ ଯୋଗୁଁ ମଧ୍ୟ ଚର୍ଚ୍ଚାରେ ରହିଛି।
‘ଆନିମଲ୍’ରେ ଥିବା 'ଭାବି ୨' ଅର୍ଥାତ୍ ତୃପ୍ତି ଡିମିରିଙ୍କ କାମକୁ ଲୋକେ ଖୁବ୍ ପ୍ରଶଂସା କରୁଛନ୍ତି। ଏହି ସିନ୍ କେବଳ୍ ତୃପ୍ତି ଡିମିରି ଏବଂ ରଣବୀର କପୁରଙ୍କ ମଧ୍ୟରେ ସୁଟିଂ କରାଯାଇଛି। ଲୋକମାନେ ମଧ୍ୟ ସେମାନଙ୍କର ଯୋଡିକୁ ଖୁବ୍ ପସନ୍ଦ କରୁଛନ୍ତି। ବର୍ତ୍ତମାନ ଅଭିନେତ୍ରୀ ନିଜେ ଏହି ସିନ୍କୁ ନେଇ ନୀରବତା ଭାଙ୍ଗିଛନ୍ତୁ ଆଉ ରଣବୀର କପୁରଙ୍କ ସହ ଏହି ଏହା କରିବାର ଅଭିଜ୍ଞତା ବାଣ୍ଟିଛନ୍ତି।
ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ 'ଆନିମଲ୍' ବକ୍ସ ଅଫିସରେ ସମସ୍ତ ରେକର୍ଡ ଭାଙ୍ଗିଛି। ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ୯୦୦ କୋଟି ଟଙ୍କାର ମାର୍କ ଛୁଇଁବାକୁ ଥିବା ଏହି ଫିଲ୍ମରେ ରଣବୀର କପୁର, ରଶ୍ମିକା ମନ୍ଦାନା, ଅନିଲ କପୁର, ବବି ଦେଓଲ ଏବଂ ତୃପ୍ତି ଡିମରୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ପାଇଥିବା ପ୍ରଚୁର ଭଲପାଇବା ଏବଂ ପ୍ରଶଂସା ମଧ୍ୟରେ, ଫିଲ୍ମରୁ ରଣବୀରଙ୍କ ସହ ତୃପ୍ତିଙ୍କ ଅନ୍ତରଙ୍ଗ ସିନ୍ ଭାଇରାଲ ହେବା ସହ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି।
ଏହି ଫିଲ୍ମରେ ତୃପ୍ତି 'ଜୋୟା' ଭୂମିକାରେ ଅଭିନୟ କରିଥିବା ବେଳେ ତାଙ୍କ ଅଭିନୟକୁ ଉଭୟ ଆଲୋଚକ ଏବଂ ଦର୍ଶକଙ୍କ ତରଫରୁ ପ୍ରଶଂସା ମିଳୁଛୁ। ନିକଟରେ, FM କାନାଡା ସହିତ ବାର୍ତ୍ତାଳାପ ସମୟରେ ସେ ରଣବୀର କପୁରଙ୍କୁ ବହୁତ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ “ସେ ବହୁତ ଟାଲେଣ୍ଟେଡ୍। ତାଙ୍କ ପାଖରେ ଏହା ହିଁ ଖାସ୍ ଉପହାର। ସମସ୍ତେ ଏତେ ଟାଲେଣ୍ଟେଡ୍ ହୋଇପାରନ୍ତି ନାହିଁ। ରଣବୀର ତାଙ୍କ କାମରେ ସହିତ ଖୁବ ସଚ୍ଚୋଟ ମଧ୍ୟ।”
ଯେତେବେଳେ ଅଭିନେତ୍ରୀଙ୍କୁ ପଚରାଗଲା ସେ ଭବିଷ୍ୟତରେ ରଣବୀର କପୁରଙ୍କ ସହ କାମ କରିବାକୁ ଚାହୁଁଛନ୍ତି କି? ଏହାର ଉତ୍ତରରେତୃପ୍ତି କହିଛନ୍ତି, “ଏମିତି କେଉଁ ଅଭିନେତ୍ରୀ ଅଛନ୍ତି ଯିଏ ରଣବୀର କପୁରଙ୍କ ସହ କାମ କରିବାକୁ ଏବଂ ତାଙ୍କଠାରୁ ଶିଖିବାକୁ ଚାହାନ୍ତି ନାହିଁ? ମତେ ମଜ୍ଜା ଲାଗୁଛି ଯେ ଲୋକମାନେ ସ୍କ୍ରିନ୍ରେ ଆମ ଦୁହିଁ କେମେଷ୍ଟ୍ରୀକୁ ଭଲ ପାଉଛନ୍ତି। ମୁଁ ଆଶା କରୁଛି ଭବିଷ୍ୟତରେ ମୁଁ ତାଙ୍କ ସହ ଆହୁରି ଅଧିକ ଫିଲ୍ମ କରିବି।
ନିକଟରେ ଆଉ ଏକ ମିଡିଆ ସହିତ କଥାବାର୍ତ୍ତା ବେଳେ ସେ ଫିଲ୍ମରେ ଦେଖାଯାଇଥିବା ଅନ୍ତରଙ୍ଗ ଦୃଶ୍ୟକୁ ନେଇ ମୁହଁ ଖୋଲିଛନ୍ତି। ଏହି ଅଭିନେତ୍ରୀ କହିଛନ୍ତି ଯେ “ଏହି ପ୍ରୋଜେକ୍ଟରେ ଦସ୍ତଖତ କରିବାବେଳେ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ମୋତେ କହିଥିଲେ ଯେ ଏକ ସିନ୍ ଅଛି ଏବଂ ମୁଁ ଏହାକୁ ଏହିପରି ସୁଟିଂ କରିବାକୁ ଚାହୁଁଛି, କିନ୍ତୁ ମୁଁ ଏହାକୁ ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଚମତ୍କାର କରିବି। ମୁଁ ବିୟୁଟି ଏବଂ ବିଷ୍ଟ ପରି ଏକ ପ୍ରତିଛବି ସୃଷ୍ଟି କରିବାକୁ ଚାହୁଁଛି ଏବଂ ମୋ ପାଖରେ ଏହା ଅଛି। ମୁଁ ଏହାକୁ ଆପଣଙ୍କ ଉପରେ ଛାଡିଦେଉଛି, ଆପଣ ଏନେଇ ସହଜ କି ନୁହେଁ, ମୋତେ କୁହନ୍ତୁ, ଆମେ ଏହାର ଆଖପାଖରେ କାମ କରିବୁ।”
ତୃପ୍ତି ଆହୁରି କହିଛନ୍ତି ଯେ “ଯେତେବେଳେ ମୁଁ ସ୍କ୍ରିପ୍ଟ ଦେଖିଲି, ମୁଁ ଲାଗିଲା, ୱାଃ, ଏହା ଦୁଇଟି ଚରିତ୍ର ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଏବଂ ଏନେଇ ମୁଁ ସହଜ। ସେ ପୁଣି କହିଛନ୍ତି ଯେ “ଯେତେବେଳେ ଆପଣମାନେ ଏକ ଫିଲ୍ମ କରୁଛନ୍ତି ତେବେ ସେଟ୍ରେ ଆପଣଙ୍କୁ ସମ୍ପୂର୍ଣ୍ଣଭାବେ ସଚ୍ଚୋଟ ହେବାକୁ ପଡିବ, ଆପଣ ନିଜକୁ ଗୋଟିଏ ପରେ ଛାଡିଦେବାକୁ ହେବ। ଏହିପରି ସିନ୍ ପାଇଁ ସେଟ୍ର ମାହୋଲ ମଧ୍ୟ ଖୁବ୍ ମାନେ ରଖେ। ଆପଣଙ୍କ ଆଖପାଖର ଲୋକମାନେ ଆପଣଙ୍କୁ କିପରି ଅନୁଭବ କରୁଛନ୍ତି, ସେମାନେ ଆପଣଙ୍କୁ ସହଜ ଅନୁଭବ କରୁଛନ୍ତି କି ନାହିଁ ତାହା କିଛି ମାନେ ରଖେ ନାହିଁ।”
ଏହି ଅଭିନେତ୍ରୀ ଆହୁରି ମଧ୍ୟ ଶେୟାର କରିଛନ୍ତି ଯେ ଉଭୟ ରଣବୀର ଏବଂ ସନ୍ଦୀପ ନିଶ୍ଚିତ କଲେ ଯେ ସେ ଏହି ସିନ୍ କରିବାରେ ଖୁବ୍ ସହଜ। ସେ ଏହା ମଧ୍ୟ କହିଛନ୍ତି ଯେ ରଣବୀର ତାଙ୍କୁ ପ୍ରତି ୫ ମିନିଟରେ ଯାଞ୍ଚ କରୁଥିଲେ ଯେ ସେ ଏହା କରିବାକୁ ଅସହଜ ଅନୁଭବ କରୁ ନାହାଁନ୍ତି ତ।
ନିର୍ମାତା ଏହା ମଧ୍ୟ ସୁନିଶ୍ଚିତ କରିଥିଲେ ଯେ ଘଟଣାସ୍ଥଳରେ ନିର୍ଦ୍ଦେଶକ, DOP ଏବଂ ଅଭିନେତାଙ୍କ ସମେତ ୫ ରୁ ଅଧିକ ଲୋକ ରହିବେ ନାହିଁ। ସେଟ୍ରେ ଅନ୍ୟ କାହାକୁ ଅନୁମତି ଦିଆଯାଇ ନଥିଲା, ସମସ୍ତ ମନିଟର ବନ୍ଦ ଥିଲା ଏବଂ ସେମାନେ କହୁଥିଲେ, “ଏହା ହେଉଛି ସେହି ଦୃଶ୍ୟ ଯାହା ଆମେ କରୁଛୁ। ଯଦି କୌଣସି ବି ସମୟରେ ଆପଣ ଅନୁଭବ ଆପଣ ଅସହଜ ଅନୁଭବ କରନ୍ତି, ତେବେ ଆମକୁ ଜଣେଇବେ। ଆପଣଙ୍କ ଇଚ୍ଛା ଅନୁଯାୟୀ ଆମେ ଶୁଟ୍ ଜାରି ରଖିବୁ।”
ଅଭିନେତ୍ରୀ କହିଛନ୍ତି “ପ୍ରତି ପାଞ୍ଚ ମିନିଟରେ ରଣବୀର ମୋର ଭଲମନ୍ଦ ପଚାରି ବୁଝୁଥିଲେ, ‘କ’ଣ ଆପଣ ଠିକ୍ ଅଛନ୍ତି ତ?’ ମୁଁ ଭାବୁଛି ଏହା ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ। ଲୋକମାନେ ଏ ସବୁ ପ୍ରତି ସମ୍ବେଦନଶୀଳ।”
]]>ବର୍ତ୍ତମାନ ରଣବୀର କପୁରଙ୍କ ଏହି ଫିଲ୍ମର ଲକ୍ଷ୍ୟ ହେଉଛି ଶାହରୁଖ ଖାନଙ୍କ ଦୁଇଟି ବ୍ଲକ୍ବଷ୍ଟର ଫିଲ୍ମ ‘ପଠାନ’ ଏବଂ ‘ଜବାନ’ ଉପରେ। ଏଭଳି ପରିସ୍ଥିତିରେ ‘ଆନିମଲ୍’ର ପ୍ରଥମ ଦିନର ବକ୍ସ ଅଫିସ୍ ରୋଜଗାର ସାମ୍ନାକୁ ଆସିଛି। ତେବେ ରଣବୀର କପୁରଙ୍କ ଏହି ଫିଲ୍ମ ‘ପଠାନ’ ଏବଂ ‘ଜବାନ’ର ପ୍ରଥମ ଦିନର କଲେକ୍ସନକୁ ଭାଙ୍ଗିବାରେ ସଫଳ ହୋଇପାରି ନାହିଁ। ତେବେ ଏହି ଫିଲ୍ମ ‘ଗଦର ୨’, ‘ଜେଲର’, ‘ଟାଇଗର ୩’ ସମେତ ଚଳିତ ବର୍ଷର ବହୁ ଆୟକାରୀ ଚଳଚ୍ଚିତ୍ରର ପ୍ରଥମ ଦିନର ରେକର୍ଡ ଭାଙ୍ଗିଛି।
‘ଆନିମଲ୍’ ପ୍ରଥମ ଦିନରେ ୧୦୦ କୋଟି ଟଙ୍କା ରୋଜଗାରର ରେକର୍ଡ ଭାଙ୍ଗିଛି। ଫିଲ୍ମର ନିର୍ମାତା ଶେୟାର କରିଥିବା ତଥ୍ୟ ଅନୁଯାୟୀ ଏହା ସାରା ବିଶ୍ୱରେ ୧୧୬ କୋଟି ଟଙ୍କା ରୋଜଗାର କରିଛି, ଯାହା ଟାଇଗର ୩ ଠାରୁ ଖୁବ ଅଧିକ। ଏଥି ସହିତ, ଏହା ହିନ୍ଦୀ ସିନେମାର ସବୁଠୁ ବଡ ସପ୍ତାହିକିଆ ଫିଲ୍ମ ହୋଇପାରିଛି।
ସାକନିଲ୍କ ତଥ୍ୟ ଅନୁଯାୟୀ, ପ୍ରଥମ ଦିନରେ ‘ଆନିମଲ୍’ ସାରା ଭାରତରେ ୬୧ କୋଟି ରୋଜଗାର କରିଥିବା କେବଳ ହିନ୍ଦୀରେ ୫୦.୫ କୋଟି ରୋଜଗାର କରିଛି। ସେହିପରି ତେଲୁଗୁ ଭାଷାରେ ୧୦ କୋଟି, ତାମିଲରେ ୦.୪ କୋଟି, କନ୍ନଡରେ ୦.୯ କୋଟି ଟଙ୍କା, ମାଲାୟାଲମରେ ୧ ଲକ୍ଷ ରୋଜଗାର କରିପାରିଛି।
ପ୍ରକାଶଥାଉଯେ ସାରାଦୁନିଆରେ ପ୍ରଥମ ଦିନରେ ‘ପଠାନ୍’ ୧୦୫ କୋଟି ଟଙ୍କା ରୋଜଗାର କରିଥିବା ବେଳେ ‘ଜବାନ’ ୧୨୯ କୋଟି ଟଙ୍କା ରୋଜଗାର କରିଥିଲା। ସେହିପରି ‘ଗଦର ୨’ ପ୍ରଥମ ଦିନରେ ସାରା ଭାରତରେ ୪୦.୧ କୋଟି ରୋଜଗାର କରିଥିବା ବେଳେ ‘ଟାଇଗର ୩’ ୪୪.୫୦କୋଟି, ଜେଲର୍ ୪୮.୩୫କୋଟି ଓ ‘ୱାର୍’ ୫୩.୩୫ କୋଟି ରୋଜଗାର କରିଥିଲା।
]]>ଏଥର ସନ୍ଦୀପ ତାଙ୍କ ଫିଲ୍ମରେ ବାପା-ପୁଅର ପ୍ରେମ କାହାଣୀକୁ ଦେଖେଇଛନ୍ତି। ଖାଲି ସେତିକି ନୁହେଁ, ସନ୍ଦୀପ ମଧ୍ୟ ଫିଲ୍ମରେ ଦମଦାର ଆକ୍ସନ୍କୁ ସ୍ଥାନ ଦେଇଛନ୍ତି। ଫିଲ୍ମରେ ଏମିତି କିଛି ଭାବନାତ୍ମକ କଥା ରହିଛି ଯାହା ଛାତିରେ କୋହ ଭରିଦିଏ। ଏହିପରି, ସେ ‘ଆନିମଲ୍’ରେ ସବୁକିଛି ଏଖି ଫିଲ୍ମକୁ ଏକ ଚରମ ସ୍ତରକୁ ନେଇଯାଇଛନ୍ତି।
ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ‘ଆଲିମଲ୍’ର କାହାଣୀ ଏକ ପିତା-ପୁତ୍ର ସମ୍ପର୍କକୁ ନେଇ ଆଗକୁ ବଢେ। ବାପା ଜଣେ ଧନୀ ବ୍ୟକ୍ତି ହୋଇଥିବା ବେଳେ ସବୁବେଳେ ନିଜ କାମରେ ବ୍ୟସ୍ତ। ପୁଅ କିନ୍ତୁ ଚାହେଁ ସବୁବେଳେ ବାପାର ସ୍ନେହ ଆଉ ଧ୍ୟାନ। ଏନେଇ ସେ ସବୁକିଛି କରିବାକୁ ପ୍ରସ୍ତୁତ। ଯେତେବେଳେ ବାପା ଅସୁବିଧାରେ ପଡ଼ନ୍ତି, ଏହି ପୁଅ ହିଁ ଢାଲ ହୋଇ ଠିଆ ହୁଏ ଏବଂ ପ୍ରତ୍ୟେକ ସୀମା ଅତିକ୍ରମ କରେ।
ଏହି ଫିଲ୍ମରେ ରଶ୍ମିକା ମନ୍ଦନା ଏବଂ ବବି ଦେଓଲଙ୍କୁ ମଧ୍ୟ ଜବରଦସ୍ତ ଚରିତ୍ରରେ ଦେଖିବାକୁ ମିଳେ। କିନ୍ତୁ ପୂରା ଫିଲ୍ମ ବାପା-ପୁଅ ଉପରେ ଆଧାରିତ। ତେବେ ଏହି ବାପ-ପୁଅର ପ୍ରେମ ଶେଷରେ ଦର୍ଶକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୁଏ। ଫିଲ୍ମଟି ୩ ଘଣ୍ଟା ୨୧ ମିନିଟ୍ର ହୋଇଥିବା ବେଳେ ଏଥିରେ କିଛି ସମୟ ପାଇଁ ଡ୍ରାମା ପ୍ରଦର୍ଶିତ ହୋଇଥିବା ବେଳେ ପରେ ଏକ ଲମ୍ବା ଆକ୍ସନ୍ ଦୃଶ୍ୟ ଭର୍ତ୍ତି କରାଯାଇଛି। ଫିଲ୍ମର ପ୍ରଥମ ଭାଗ ଠିକଠାକ ଥିବାବେଳେ ଦ୍ୱିତୀୟ ଭାଗରେ ସେମିତି କିଛି ଖାସ୍ ନଥିବା ଜଣାଯାଏ। ମୋଟାମୋଟି ଭାବେ ଏକ ହାରାହାରି କାହାଣୀ ବୋଲି କୁହାଯାଏ।
ସନ୍ଦୀପ ଭଙ୍ଗା ରେଡ୍ଡି ପ୍ରତ୍ୟେକ ଥର ଚରମ ସୀମାକୁ ଯାଆନ୍ତି। ଏଥର ମଧ୍ୟ ସେ ତାହା କରି ଦେଖେଇଛନ୍ତି। ତାଙ୍କ ଦୁନିଆର ପୁରୁଷମାନେ ଅତ୍ୟନ୍ତ ହିଂସ୍ର ଏବଂ ଆକ୍ରମଣାତ୍ମକ ହୋଇଥାନ୍ତି। ‘କବୀର ସିଂହ’ ଏବଂ ‘ଅର୍ଜୁନ ରେଡ୍ଡୀ’ ପରେ ‘ଆନିମଲ୍’ରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳେ।
ସନ୍ଦୀପ ଯେଉଁ ପ୍ରକାର ଫିଲ୍ମ ନିର୍ମାଣ କରିଛନ୍ତି, ସେ କିଛି ଜିନିଷକୁ ପୋକସରେ ଆଣିବାକୁ ଚେଷ୍ଟା କରନ୍ତି ଏବଂ ଏକ ଅନ୍ଧକାରମୟ ପରିବେଶ ସୃଷ୍ଟି କରନ୍ତି। କେବଳ ମନୋରଞ୍ଜନ ନାମରେ କେବଳ ଆକ୍ସନ୍ ଏବଂ ନିର୍ଦ୍ଦେଶକଙ୍କ ବ୍ୟକ୍ତିଗତ ନିରାଶାକୁ ନେଇ କାମ କରନ୍ତି। ତେବେ ଏହି ଉପାୟରେ, ଫିଲ୍ମକୁ ନେଇ ସୃଷ୍ଟି ହୋଇଥିବା ହାଇପର ମାନଦଣ୍ଡ ଅନୁଯାୟୀ ନିର୍ଦ୍ଦେଶନା ତିଷ୍ଟି ରୁହେ ନାହିଁ।
ଫିଲ୍ମରେ ରଣବୀର କପୁର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଛାଇଯାଇଛନ୍ତି। ଏଥିରେ ତାଙ୍କର ଆକ୍ସନ୍ ଷ୍ଟାଇଲ୍ ଖୁବ ଦମଦାର ଏବଂ ଅନେକ ଦୃଶ୍ୟରେ ବାପା-ପୁଅଙ୍କ ସଂଳାପ ମଧ୍ୟ ଚମତ୍କାର। ସବୁଠାରୁ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି କରେ “ବାପା… ବାପା… ବାପା…” ସିନ୍। ଏହି ଫିଲ୍ମରୁ ହିଁ ରଣବୀର କପୁରଙ୍କ ଭବିଷ୍ୟତ ଉଜ୍ଜଳ ହେବ ବୋଲି ଆଶା କରାଯାଉଛି।
ତେବେ ରଶ୍ମିକା ମନ୍ଦନା ସାଉଥ୍ର ଯେତିକି ବଡ ତାରକା, ଫିଲ୍ମରେ ତାଙ୍କର ସ୍ଥିତିକୁ ନେଇ ସେମିତି କିଛି ଦେଖିବାକୁ ମିଳେନି। ଏଥିରେ ଅନିଲ କପୁର ଖୁବ ଭଲ କାମ କରିଛନ୍ତି। ବବି ଦେଓଲଙ୍କଠାରୁ ମଧ୍ୟ ଅଧିକ କାମ ନିଆଯାଇ ପାରିଥାନ୍ତା। କିନ୍ତୁ ଏପରି ହୋଇଥିଲେ ସେ ରଣବୀର କପୁରଙ୍କ ଉପରେ ଭାରି ପଡିଯାଇଥାନ୍ତେ ।ଏନେଇ ଏଠାରେ ତାଙ୍କୁ ସୀମିତ କରିଦିଆଯାଇଛି।
‘ଆନିମଲ୍’ ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ଏକ ଷ୍ଟାଇଲ୍ ଫିଲ୍ମ। କାହାଣୀ ମଧ୍ୟ ହାରାହାରି। ବାପା ହେଉଛନ୍ତି ପୁଅର ବିଶ୍ୱାସୀ। ଏହା ଆକ୍ସନରେ ଭରପୂର। ରଣବୀରଙ୍କୁ ଏକ ନୂଆ ରୂପରେ ଦେଖିବାକୁ ମିଳେ। ଯଦି କାହାର ୨୦୧ ମିନିଟ୍ ବସିବା ପାଇଁ ଧୈର୍ଯ୍ୟ ଥାଏ ଯେପରି ଦମଦାର ଆକ୍ସନ୍ ପ୍ରିୟ ଏବଂ ରଣବୀର କପୁରଙ୍କ ପ୍ରଶଂସକଙ୍କ ପାଇଁ ଏହା ଠିକ।
]]>ନିର୍ମାତାମାନଙ୍କୁ ଫିଲ୍ମ ରିଲିଜ୍ ପୂର୍ବରୁ କିଛି ପରିବର୍ତ୍ତନ କରିବାକୁ ପଡିବ। ‘ଆନିମଲ୍’କୁ ଦିଆଯାଇଥିବା ସିବିଏଫ୍ସି ସାର୍ଟିଫିକେଟ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଦର୍ଶାଉଛି ଯେ ବୋର୍ଡ ଦ୍ୱାରା ଫିଲ୍ମରେ ଅନେକ ପରିବର୍ତ୍ତନ କରାଯାଇଛି ଏବଂ କିଛି ସିନ୍ ଉପରେ କଟ୍ ନିର୍ଦ୍ଦେଶ ବି ରହିଛି।
ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ସାର୍ଟିଫିକେଟ୍ ଅନୁଯାୟୀ ‘ଆନିମଲ୍’ରେ ମୋଟ ୫ଟି ପରିବର୍ତ୍ତନ କରାଯାଇଛି ଏବଂ ରଣବୀର କପୁର ଓ ରଶ୍ମିକା ମନ୍ଦନାଙ୍କ ଉପରେ ସୁଟିଂ ହୋଇଥିବା କ୍ଲୋଜ୍ ଅପ୍ କିସ୍କୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଫିଲ୍ମର କିଛି ଅନ୍ତରଙ୍ଗ ଦୃଶ୍ୟରେ କଟ୍ କରିବା ପରେ ନିର୍ମାତାଙ୍କୁ ଫିଲ୍ମରୁ 'ବସ୍ତ୍ର' ଏବଂ 'ନାଟକ' ଭଳି ଶବ୍ଦକୁ ହଟାଇବା କିମ୍ବା ବଦଳାଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ସିବିଏଫ୍ସି ନିର୍ମାତାଙ୍କୁ ‘ଆନିମଲ୍’ର କିଛି ଲାଇନ୍ ଏବଂ ସବ୍ଟାଇଟଲ୍ ହଟାଇବାକୁ ନିର୍ଦ୍ଦେଶ ଦେଇଛି ଏବଂ ‘କସମ୍’ ଶବ୍ଦ ହଟାଇବାକୁ କୁହାଯାଇଛି। ଏହା ସହିତ ରଣବୀର-ରଶ୍ମିକାଙ୍କ ଫିଲ୍ମକୁ ୩ ଘଣ୍ଟା ୨୯ ମିନିଟ୍ର ରନ୍ ଟାଇମ୍ ଏବଂ A ସାର୍ଟିଫିକେଟ୍ ସହିତ ପାଶ୍ କରିଦିଆଯାଇଛି।
ଏହାପୂର୍ବରୁ ଏକ ସାକ୍ଷାତକାରରେ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା କହିଥିଲେ ଯେ ‘ଆନିମଲ’ A ସାର୍ଟିଫିକେଟ୍ ପାଇଥିବାରୁ ସେ ବହୁତ ଖୁସି ଏବଂ ଏହି ଫିଲ୍ମ କେବଳ ଯୁବକମାନଙ୍କ ପାଇଁ ତିଆରି ହୋଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ସେ ଏହି ଫିଲ୍ମକୁ ନିଜ ପୁଅକୁ ମଧ୍ୟ ଦେଖାଇବେ ନାହିଁ।
#Animal CBFC Report.
— Vimal (@Kettavan_Freak) November 27, 2023
Run-time: 3hr 23min 29sec
Certified: A#AnimalCensorReport pic.twitter.com/C1Hq0Ei2uZ
‘ଆନିମଲ୍’ର ରନ୍ ଟାଇମ୍ ବିଷୟରେ ସନ୍ଦୀପ କହିଛନ୍ତି, “‘ଆନିମଲ୍’ର ପ୍ରଥମ କଟ୍ ୩ ଘଣ୍ଟା ୪୫ ବା ୪୬ ମିନିଟ୍ର ଥିଲା। ମୁଁ ୩:୨୧ ପର୍ଯ୍ୟନ୍ତ କାଟିଲି। ମୁଁ ଏହି ଫିଲ୍ମକୁ ଅନେକ ଥର ଦେଖିଛି ଏବଂ ଏହା ଏକ ଆକର୍ଷଣୀୟ ଏବଂ ଚମତ୍କାର ଫିଲ୍ମ ହେବାକୁ ଯାଉଛି। ରଣବୀର ଜଣେ ମହାନ ଅଭିନେତା ଏବଂ ଦର୍ଶକଙ୍କୁ କିଛି କ୍ଷଣ ପାଇଁ ବି ସେ ବିଶ୍ରାମ ଦେବାକୁ ଦେବେ ନାହିଁ। ମୋର କାମ ସେତେବେଳେ ପୂରା ହୁଏ ଯେତେବେଳେ ମୋର ନିର୍ମାତାଙ୍କୁ କିଛି ଲାଭ ସହିତ ତାଙ୍କ ଟଙ୍କା ଫେରିବାର ଭରସା ହୋଇଯାଏ।” କରିବାକୁ ଆତ୍ମବିଶ୍ୱାସୀ ସେତେବେଳେ ମୋର କାର୍ଯ୍ୟ ସମାପ୍ତ ହୁଏ। ”
ପ୍ରକାଶଥାଉ ଯେ ‘ଆନିମଲ୍’ ହେଉଛି ବାପା-ପୁଅ ମଧ୍ୟରେ ଥିବା ଏକ ସମ୍ପର୍କର କାହାଣୀ, ଯେଉଁଥିରେ ରଣବୀର କପୁର ଏବଂ ଅନିଲ କପୁର ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ବ୍ୟତୀତ ବବି ଦେଓଲ୍ ଏହି ଫିଲ୍ମରେ ଶତ୍ରୁ ଅର୍ଥାତ୍ ଭିଲେନ୍ ଭୂମିକାରେ ଅଭିନୟ କରିଛନ୍ତି। ଏହା ଡିସେମ୍ବର ୧ ରେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
]]>ଫିଲ୍ମର ରିଲିଜ୍ ତାରିଖ ଯେତେ ପାଖେଇ ଆସୁଛି ଦର୍ଶକଙ୍କ ଭିତରେ ଉତ୍ସା ସେତେ ବଢି ବଢି ଚାଲିଛି। ଏହାରି ଭିତରେ ଏହାର ଆଗୁଆ ବୁକିଂରେ ମଧ୍ୟ ତରଙ୍ଗ ସୃଷ୍ଟି କରୁଛି। 'ଆନିମଲ୍'ର ପୁରା ଟିମ୍ ପ୍ରମୋସନାଲ୍ ଟୁର୍ ପାଇଁ ବିଭିନ୍ନ ସହରରେ ବୁଲୁଛନ୍ତି। ନିକଟରେ ଚେନ୍ନାଇରେ ଏକ ଇଭେଣ୍ଟ ସମୟରେ ରଣବୀର କପୁର ଫିଲ୍ମର ନାଁ 'ଆନିମଲ୍' ରଖିବାର କାରଣ ପ୍ରକାଶ କରିଛନ୍ତି।
ପ୍ରଶଂସକମାନେ ରଣବୀର କପୁରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ 'ଆନିମଲ୍' ରିଲିଜକୁ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ ଚରିତ୍ର ଏବଂ ଏହାର ଟାଇଟଲ୍କୁ ନେଇ ଅନେକ କୌତୁହଳ ରହିଛି। ନିକଟରେ 'ଆନିମଲ୍'ର ଟିମ୍ ଚେନ୍ନାଇରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ରଣବୀରଙ୍କୁ 'ଆନିମଲ୍' ଫିଲ୍ମର ଟାଇଟଲ୍ ପଛର କାରଣ ବିଷୟରେ ପଚରାଯାଇଥିଲା। ଏହା ଉପରେ ଅଭିନେତାଙ୍କ ଦ୍ୱାରା ଦିଆଯାଇଥିବା ଉତ୍ତରକୁ ନେଇ ଚର୍ଚ୍ଚା ଜୋର ଧରିଛି।
ଟାଇଟଲ୍କୁ ନେଇ ରଣବୀର କପୁର କହିଛନ୍ତି, “ମତେ ଲାଗୁଛି ଆପଣମାନେ ଏହି ଫିଲ୍ମକୁ ମୋ ଦ୍ୱାରା ନିଭାଯାଇଥିବା ଏହି ଚରିତ୍ରକୁ ଅନ୍ୟ ଚରିତ୍ର ଦୃଷ୍ଟିକୋଣରୁ ଦେଖୁଛନ୍ତି, ଯାହା ବିଷୟରେ ମୁଁ କହିପାରିବି ନାହିଁ। ଥରେ ଆପଣ ଯେତେବେଳେ ଫିଲ୍ମ ଦେଖିବେ ତା’ ପରେ ଆପଣ ବୁଝିଯିବେ।”
ଅଭିନେତା ତାଙ୍କ କଥାକୁ ଆଗକୁ ନେଇ ପୁଣି କହିଛନ୍ତି ଯେ 'କିନ୍ତୁ ମତେ ଲାଗୁଛି ସନ୍ଦୀପ ରେଡ୍ଡୀ ଭଙ୍ଗା ଏହି ଫିଲ୍ମକୁ 'ଆନିମଲ୍' ବୋଲି କହିବାର କାରଣ ହେଉଛି ପଶୁ ନିଜ ପ୍ରବୃତ୍ତି ବାହାରେ ଆଚରଣ କରେ। ସେ ଭାବି ଚିନ୍ତି ଆଚରଣ କରେ ନାହିଁ।”
ରଣବୀର ଆହୁରି କହିଛନ୍ତି, “ତେଣୁ ମୁଁ ଯେଉଁ ଚରିତ୍ରରେ ଦେଖାଯାଉଛି, ସେ ନିଜ ପରିବାରର ସୁରକ୍ଷା ପାଇଁ ସ୍ୱଭାବିକ ଭାବରେ ଆଚରଣ କରୁଛି। ତାକୁ ଲାଗୁଛି ଯେ ସେ ସ୍ୱଭାବିକ କିନ୍ତୁ ସେ ଆବେଗପୂର୍ଣ୍ଣ। ମତେ ଲାଗୁଛି ଏଇଠୁ ହିଁ 'ଆନିମଲ୍' ଟାଇଟଲ୍ ଆସିଛି। କିନ୍ତୁ ଆପଣ ଯେତେବେଳେ ଥରେ ଫିଲ୍ମ ଦେଖିନେବେ ତେବେ ଆପଣଙ୍କୁ ଲାଗିବ ଏହି ଫିଲ୍ମ ଏହି ଶୀର୍ଷକ ପାଇଁ ଫିଟ୍ ଅଛି।”
]]>ଏଥିରେ ମୁଖ୍ୟ ଭୂମିକାରେ ବବି ଦେଓଲ, ଅନିଲ କପୁର ଏବଂ ରଶ୍ମିକା ମନ୍ଦନା ମଧ୍ୟ ଅଭିନୟ କରିଛନ୍ତି। ‘ଆନିମଲ’ର ଟ୍ରେଲର ରିଲିଜ୍ ହେବାର ପ୍ରଥମ ୨୧ ଘଣ୍ଟାରେ ୪୯ ମିଲିୟନରୁ ଅଧିକ ଭ୍ୟୁ ଏବଂ ୮୮୧K ଲାଇକ୍ ମିଳିଥିଲା। ଫିଲ୍ମ ପ୍ରେମୀମାନେ ଏହାକୁ ନେଇ ଖୁବ ଉତ୍ସାହିତ ଅଛନ୍ତି। ଏହାରି ଭିତରେ ‘ଆନିମଲ’ର ଷ୍ଟାର୍ କାଷ୍ଟ୍ ଫି’ ସାମ୍ନାକୁ ଆସିଛି। ପ୍ରକାଶ ପାଇଛି। ତେବେ ଆସନ୍ତୁ ଜାଣିବା ‘ଆନିମଲ’ ପାଇଁ କେଉଁ ଷ୍ଟାର୍ କେତେ ଟଙ୍କାରେ ସାଇନ୍ କରିଛନ୍ତି।
‘ଆନିମଲ’ରେ ରଣବୀର କପୁର ଏମିତି ଲୁକ୍ରେ ନଜର ଆସିଛନ୍ତି ସେପରି ତାଙ୍କୁ ପୂର୍ବରୁ କେବେ ଦେଖିବାକୁ ମିଳିନି। ସେ ଏମିତି ଏକ ଚରିତ୍ରରେ ନଜର ଆସିଛନ୍ତି ଯାହା ପରଦାରେ ହଇଚଇ ଖେଳେଇ ଦେଉଛି। ଏହି ଫିଲ୍ମଟି ଡିସେମ୍ବର ୧ ରେ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ ହେଉଛି। ଖବର ଅନୁଯାୟୀ, ରଣବୀର ଏହି ଫିଲ୍ମରେ ଅନ୍ୟ କଳାକାରଙ୍କ ତୁଳନାରେ ମୋଟା ଅଙ୍କରେ ସାଇନ୍ କରିଛନ୍ତି। କୁହାଯାଉଛି ଯେ ରଣବୀର ଏହି ଫିଲ୍ମରେ ସାଇନ୍ କରିବା ପାଇଁ ୭୦ କୋଟି ଟଙ୍କା ନେଇଛନ୍ତି।
ଅନିଲ କପୁର ‘ଆନିମଲ’ରେ ରଣବୀରଙ୍କ ବାପା ତଥା ବିଜ୍ନେସ୍ ଟାଇକୁନ୍ ବଲବୀର ସିଂହ ଭୂମିକାରେ ଅଭିନୟ କରିଛନ୍ତି। ପ୍ରକାଶ ଯେ, ଏହି ଫିଲ୍ମ ପାଇଁ ଅନିଲ କପୁର ୨ କୋଟି ଟଙ୍କା ନେଇଛନ୍ତି।
ଏହି ଫିଲ୍ମର ମୁଖ୍ୟ ଆକର୍ଷଣ ଭାବରେ ବବି ଦେଓଲଙ୍କୁ ଦେଖାଯାଏ। ଟ୍ରେଲରରୁ ସେ ନିଜର ଛାପ ଛାଡିଛନ୍ତି। ତାଙ୍କର ଭୂମିକା ମଧ୍ୟ ଖୁବ ଦମଦାର ଲାଗୁଛି। ସମସ୍ତେ ତାଙ୍କ ପରଫର୍ମାନ୍ସ ଦେଖି ସାରିଲେଣି। କିନ୍ତୁ ଫି’ ଦୃଷ୍ଟିରୁ ସେ ରଣବୀରଙ୍କଠାରୁ ବହୁତ ପଛରେ ଅଛନ୍ତି। କୁହାଯାଉଛି ଯେ ବବି ଦେଓଲ ଏହି ଫିଲ୍ମ ପାଇଁ ୪-୫ କୋଟି ଟଙ୍କା ନେଇଛନ୍ତି।
ଏହି ଫିଲ୍ମ ପାଇଁ ରଶ୍ମିକା ମନ୍ଦନା ୨ କୋଟି ଟଙ୍କା ନେଇଛନ୍ତି। ଏଥିରେ ସେ ରଣବୀର କପୁରଙ୍କ ପତ୍ନୀ ଗୀତାଞ୍ଜଳି ଭୂମିକାରେ ଅଭିନୟ କରିଛନ୍ତି।
ଏହି ଫିଲ୍ମର ଷ୍ଟାର୍କାଷ୍ଟ୍ରେ ଶକ୍ତି କପୁର ମଧ୍ୟ ସାମିଲ ହୋଇଛନ୍ତି। ସେ ଏହି ଫିଲ୍ମ ପାଇଁ ମାତ୍ର ୩୦ ଲକ୍ଷ ଟଙ୍କାରେ ରାଜି ହୋଇଯାଇଥିଲେ।
ଏହି ଫିଲ୍ମ ପାଇଁ ତୃପ୍ତି ଡିମରୀଙ୍କୁ ୪୦ ଲକ୍ଷ ଟଙ୍କାରେ ସାଇନ୍ କରାଯାଇଛି।
ସିଦ୍ଧାନ୍ତ କାର୍ଣ୍ଣିକ ମଧ୍ୟ ‘ଆନିମଲ୍’ରେ ଏକ ଛୋଟ ଭୂମିକା ଗ୍ରହଣ କରିଛନ୍ତି। କୁହାଯାଉଛି ଯେ ଛୋଟ ହେଲେ ବି ତାଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିପାଇଁ ତାଙ୍କୁ ୨୦ ଲକ୍ଷ ଟଙ୍କାରେ ସାଇନ୍ କରାଯାଇଛି।
]]>ଏହି ସମୟରେ ରଣବୀରଙ୍କ ପ୍ରଶଂସକଙ୍କ ପାଇଁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ବାସ୍ତବରେ ତାଙ୍କ ଫିଲ୍ମ 'ଆନିମଲ' ରିଲିଜ ତାରିଖକୁ ଘୁଞ୍ଚେଇ ଦିଆଯାଇଛି। ଫିଲ୍ମଟି ୧୧ ଅଗଷ୍ଟରେ ରିଲିଜ୍ ହେବାର ଥିଲା।
ଏହି ସମୟରେ ସନ୍ନୀ ଦେଓଲଙ୍କ ଫିଲ୍ମ 'ଗଦର ୨' ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ 'ଓଏମ୍ଜି ୨' ମୁକ୍ତିଲାଭ କରିବ। ଏଭଳି ବ୍ଲକବଷ୍ଟର ଚଳଚ୍ଚିତ୍ରର ସିକ୍ୱେଲ ସମ୍ମୁଖରେ ରଣବୀର କପୁରଙ୍କ ଫିଲ୍ମରେ ବହୁତ କ୍ଷତି ହେବାର ସମ୍ଭାବନା ଥିଲା। ଯେଉଁଥିପାଇଁ ନିର୍ମାତା ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।
ଏହାର ସ୍ପଷ୍ଟୀକରଣରେ ସୋମବାର ଟ୍ୱିଟରରେ ଫିଲ୍ମର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡୀ ଭଙ୍ଗା ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, "ଆମେ କାହିଁକି ଅଗଷ୍ଟ ୧୧ରେ ଫିଲ୍ମ ରିଲିଜ୍ କରିବାକୁ ସକ୍ଷମ ନୁହଁ? ଏହାର ଏକମାତ୍ର କାରଣ ହେଉଛି ଗୁଣବତ୍ତା। ଏହା ଏକ ସାଧାରଣ ଉତ୍ତର ହୋଇପାରେ, କିନ୍ତୁ ପ୍ରକୃତ କଥା କେବଳ ଗୁଣାତ୍ମକ ଅଟେ। ... ଉଦାହରଣ ସ୍ୱରୂପ, ଫିଲ୍ମରେରେ ସାତୋଟି ଗୀତ ଅଛି, ଯେତେବେଳେ ସାତୋଟି ଗୀତ ପାଞ୍ଚଟି ଭାଷାରେ ହେବ ଏହା ୩୫ଟି ଗୀତ ହେବ। ଏନେଇ ଭିନ୍ନ ଭିନ୍ନ ଗୀତିକାର, କଣ୍ଠଶିଳ୍ପୀ ଜଡିତ। ଏହା ଅନେକ ସମୟ ନେବ।”
ପ୍ରକାଶଥାଉ ଯେ ଏହି ଫିଲ୍ମ ହିନ୍ଦୀ ସମେତ ତାମିଲି, ତେଲୁଗୁ, କନ୍ନଡ ଓ ମାଲାୟାଲାମରେ ମଧ୍ୟ ରିଲିଜ୍ ହେବ।
ସେ ଆହୁରି କହିଛନ୍ତି ଯେ "ଏଥିପାଇଁ ଆମେ ସମୟ ନେଉଛୁ ଏବଂ ଅନ୍ୟ କୌଣସି କାରଣ ନାହିଁ। ଆମେ ପାଇଥିବା ଉଚିତ ତାରିଖ ହେଉଛି ଚଳିତ ବର୍ଷ ଡିସେମ୍ବର ୧। ଭିଡିଓ, ଅଡିଓ ଦୃଷ୍ଟିରୁ ସର୍ବଶ୍ରେଷ୍ଠ ଗୁଣବତ୍ତା ସହିତ 'ଆନିମଲ' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।” ସନ୍ଦୀପ ଏହି ଫିଲ୍ମକୁ 'ଖୁବ୍ ବଡ' ବୋଲି ମଧ୍ୟ କହିଛନ୍ତି।
#1stDecemberANIMALrelease@AnilKapoor #RanbirKapoor @thedeol @iamRashmika@tripti_dimri23 @imvangasandeep #BhushanKumar @VangaPranay @MuradKhetani #KrishanKumar @anilandbhanu @VangaPictures @TSeries @rameemusic @cowvala #ShivChanana @neerajkalyan_24 @sureshsrajan pic.twitter.com/EAGLNTaEy9
— Sandeep Reddy Vanga (@imvangasandeep) July 3, 2023
ତେବେ ସନ୍ଦୀପଙ୍କ ନିର୍ଦ୍ଦେଶିତ 'ଆନିମଲ'ରେ ମୁଖ୍ୟ ଭୂମିକାରେ ରଣବୀର କପୁରଙ୍କ ବ୍ୟତୀତ ବବି ଦେଓଲ, ରଶ୍ମିକା ମନ୍ଦାନା ଏବଂ ଅନିଲ କପୁର ମଧ୍ୟ ନଜର ଆସିବେ। ରିପୋର୍ଟ ଅନୁଯାୟୀ, ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ରଖିବାର କାରଣ ଏହାର ଭିଏଫଏକ୍ସକୁ କୁହାଯାଉଛି। ଏପର୍ଯ୍ୟନ୍ତ ଅନେକ କାମ ମଧ୍ୟ ବାକି ଅଛି।
ନିର୍ଦ୍ଦେଶକ ଫିଲ୍ମର କୌଣସି ଦିଗକୁ ବି ଛାଡିବାକୁ ଚାହୁଁନାହାଁନ୍ତି। ଏଭଳି ପରିସ୍ଥିତିରେ ଫିଲ୍ମର ଆକ୍ସନ୍କୁ ସର୍ବୋତ୍ତମ କରିବାକୁ ପ୍ରୟାସ କରାଯାଇଛି। ଏଭଳି ପରିସ୍ଥିତିରେ ଫିଲ୍ମର ରିଲିଜ୍ ତାରିଖ ବୃଦ୍ଧି କରାଯାଇଥିବା କୁହାଯାଉଛି।
]]>ଧର୍ମେନ୍ଦ୍ରଙ୍କ ପୁଅ ସନୀ ଦେଓଲ ମଧ୍ୟ ବଲିଉଡ୍ର ଅନେକ ଆଗଧାଡିର ଷ୍ଟାର୍ଙ୍କ ସହ ପଙ୍ଗା ନେଇଛନ୍ତି। ସନୀ ଦେଓଲଙ୍କ ଡାଏଲଗ୍ 'ଢାଇ କିଲୋ କା ହାଥ୍' କାହାକୁ ଅଜଣା। ଏଥିରୁ ତାଙ୍କର କ୍ରୋଧକୁ ସ୍ପଷ୍ଟ ବାରିହୁଏ। ତେବେ ଖାଲି ରିଲ୍ ଲାଇଫ୍ ନୁହେଁ ରିଏଲ୍ ଲାଇଫ୍ରେ ବି ସନୀ ଦେଓଲ ଖୁବ ରାଗୀ।
କେତେକ ଚଳଚ୍ଚିତ୍ରର ସୁଟିଂ ସମୟରେ ସେ ଅନେକ ସାଥୀ କଳାକାରଙ୍କ ସହ ଝଗଡା କରିଛନ୍ତି। ତେବେ ଆସନ୍ତୁ ସେହି ଝଗଡା ଉପରେ ନଜର ପକେଇବା ଯାହା ସନୀଙ୍କ ସହ ହୋଇଛି।
ଅକ୍ଷୟ କୁମାର:
ରବୀନା ଟଣ୍ଡନଙ୍କ ଯୋଗୁଁ ସନୀ ଓ ଅକ୍ଷୟଙ୍କ ମଧ୍ୟ ଝଗଡା ହୋଇଥିଲା। ଗୋଟିଏ ସମୟରେ ଅକ୍ଷୟ କୁମାର ଏବଂ ରବୀନା ଟଣ୍ଡନଙ୍କୁ ବଲିଉଡ୍ର ଜବରଦସ୍ତ ଯୋଡି ବୋଲି କୁହାଯାଉଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଥିଲା।
ଫିଲ୍ମ 'ଜିଦ୍ଦି'ର ସୁଟିଂ ସମୟରେ ସନୀ ଦେଓଲ ଦିନେ ସୁଟିଂ କରୁଥିଲେ। ଏହି ସମୟରେ ରବୀନା ଟଣ୍ଡନ୍ ଆସିଗଲେ ଆଉ ତାଙ୍କ ଆଖିରୁ ଲୁହ ବାହାରୁଥିଲା। ଯେତେବେଳେ ସନୀ ଦେଓଲ ଏହାର କାରଣ ପଚାରିଥିଲେ, ସେ କହିଥିଲେ ଯେ ବ୍ରେକ୍ଅପ୍ ପାଇଁ ସେ ବହୁତ ଦୁଃଖିତ। ସନୀ ଦେଓଲ୍ ଏହା ପରେ ରବୀନା ଏବଂ ଅକ୍ଷୟଙ୍କ ମଧ୍ୟରେ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ। ଅକ୍ଷୟ କିନ୍ତୁ ତାଙ୍କ କଥା ଶୁଣି ନଥିଲେ। ସେତିକିବେଳୁ ଅକ୍ଷୟ କୁମାରଙ୍କ ସହ ସନୀଙ୍କ କଥାବାର୍ତ୍ତା ବନ୍ଦ ହୋଇଗଲା।
ଅନିଲ କପୁର:
ରିଲ୍ ଲାଇଫ୍ ବ୍ୟତୀତ, ବାସ୍ତବ ଜୀବନରେ ମଧ୍ୟ ସନୀ ଦେଓଲ୍ ଓ ଅନିଲ କପୁରଙ୍କ ମଧ୍ୟ ଥଟ୍ଟାମଜ୍ଜା ଦେଖିବାକୁ ମିଳେ। ପରେ ଅନିଲଙ୍କ ସହ ମଧ୍ୟ ସନୀଙ୍କ ଟଣାଓଟରା ହୋଇଛି। ଏକ ଫିଲ୍ମର ସୁଟିଂ ସମୟରେ ଏମିତି ହୋଇଥିଲା। କୁହାଯାଏ ଯେ ଏକ ଫିଲ୍ମର ସୁଟିଂ ଚାଲିଥିଲା ଯେଉଁଥିରେ ସନୀ ଦେଓଲ ଏବଂ ଅନିଲ କପୁରଙ୍କ ଫାଇଟ୍ ସିନ୍ ଚାଲିଥିଲା।
ସୁଟିଂ ସମୟରେ ହଠାତ୍ ସନୀ ସତସତିକା ରାଗି ଯାଇଥିଲେ।
ସେ ରାଗରେ ଅନିଲଙ୍କ ବେକକୁ ଧରି ପକେଇଲେ। ଯେତେବେଳେ ଅନିଲ କପୁର ଶ୍ୱାସରୁଦ୍ଧ ହେବାକୁ ଲାଗିଲେ, ଟିମ୍ର ସମସ୍ତ ସଦସ୍ୟ ବହୁତ ନର୍ଭସ ହୋଇଗଲେ। ନିର୍ଦ୍ଦେଶକ ବାରମ୍ବାର କଟ୍-କଟ୍ କହୁଥିଲେ ମଧ୍ୟ ରାଗରେ ଜଳୁଥିବା ସନୀ ତାଙ୍କ ବେକ ଛାଡି ନଥିଲେ। ତା’ପରେ କ୍ରୁ ସଦସ୍ୟ ସେଠାରେ ପହଞ୍ଚି ଅନୀଲଙ୍କୁ ଉଦ୍ଧାର କରିଥିଲେ। ,
ଶାହରୁଖ ଖାନ:
ବଲିଉଡ୍ର ସବୁଠାରୁ ଚକୋଲେଟ୍ ହିରୋ 'ପଠାନ' ବା ଶାହରୁଖ ଖାନଙ୍କ ସହ ମଧ୍ୟ ସନୀ ଦେଓଲଙ୍କ ଝଗଡା ହୋଇଛି। ଫିଲ୍ମ 'ଡର୍' ସମୟରେ ଏହି ଝଗଡା ହୋଇଥିଲା। ଏହି ଝଗଡା ଏତେ ବଢିଗଲା ଯେ ସନୀ ଆଉ ଶାହାରୁଖଙ୍କ ସହ କାମ ନ କରିବାକୁ ନିଷ୍ପତ୍ତି ନେଇଥିଲେ।
ଫିଲ୍ମ ସମୟରେ ସନୀ ଏବଂ ଶାହରୁଖଙ୍କ ମଧ୍ୟରେ ଏକ ଫାଇଟ୍ ସିନ୍ର ସୁଟିଂ କରାଯାଉଥିଲା। ସନୀ କିନ୍ତୁ ଏହି ସିନ୍ରେ ରାଜି ନଥିଲେ। ସେ କହୁଥିଲେ ଯେ ଫିଲ୍ମରେ ତାଙ୍କର ଭୂମିକା ଜଣେ କମାଣ୍ଡୋଙ୍କର ହୋଇଥିବା ବେଳେ ଜଣେ ସାଧାରଣ ଲୋକ ତାଙ୍କୁ କିପରି ହତ୍ୟା କରିପାରିବ? ୟଶ ଚୋପ୍ରା ତାଙ୍କୁ ବୁଝାଇଥିଲେ କିନ୍ତୁ ସନୀ ତାଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ।
ଅଜୟ ଦେବଗନ:
ସନୀ ଦେଓଲ ଏବଂ ଅଜୟ ଦେବଗନଙ୍କ ବନ୍ଧୁତା ବିଷୟରେ ସମସ୍ତେ ଜାଣନ୍ତି। ଉଭୟଙ୍କ ମଧ୍ୟରେ ସବୁବେଳେ ବହୁତ ଭଲ ସମ୍ପର୍କ ରହିଥିଲା। କିନ୍ତୁ ଏପରି ଏକ ସମୟ ଆସିଲା ଯେତେବେଳେ ଅଜୟ ଦେବଗନ ଏବଂ ସନୀ ଦେଓଲଙ୍କ ମଧ୍ୟରେ ଝଗଡା ହୋଇଥିଲା।
ଏହି ଝଗଡାର କାରଣ ଥିଲେ ସନୀଙ୍କ ସାନ ଭାଇ ବବି ଦେଓଲ। 'ଦ ଲିଜେଣ୍ଡ୍ ଅଫ୍ ଭାଗବତ ସିଂହ'ରେ ସନୀ ତାଙ୍କ ଭାଇ ବବି ଦେଓଲଙ୍କୁ ଏକ ପ୍ରଭାବଶାଳୀ ଭୂମିକା ଦେବାକୁ ଚାହୁଁଥିଲେ। ଅଜୟ ଦେବଗନ୍ ଏହି ଚଳଚ୍ଚିତ୍ରରେ ଭାଗବତ ସିଂହ ଭୂମିକାରେ ଅଭିନୟ କରିବାରୁ ବବି ଦେଓଲ ଏଥିରୁ ବଞ୍ଚିତ ହୋଇଥିଲେ। ଏଭଳି ପରିସ୍ଥିତିରେ ସନୀ ଖୁବ ରାଗିଯିବାରୁ ଅଜୟ ଦେବଗନଙ୍କ ସହ ତାଙ୍କର ମଧ୍ୟ ଝଗଡା ହୋଇଥିଲା।
]]>ଅନୀଲ କପୁର ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଶେୟାର କରିଛନ୍ତି। ସେ କ୍ୟାପ୍ସନ୍ରେ ଲେଖିଛନ୍ତି, “ଭାରତର ସ୍ୱାଧୀନତାର ୭୫ ବର୍ଷ !!! ମୁଣ୍ଡକୁ ଟେକି ଆଗକୁ ଚାଲ! ଜୟ ହିନ୍ଦ୍।”
ଫିଲ୍ମ 'ତାଲ୍' ୨୩ ବର୍ଷ ପୂରା କରିଥିବାରୁ ଅନିଲ କପୁର ନିକଟରେ ଏକ ଥ୍ରୋବ୍ୟାକ୍ ଫଟୋ ଶେୟାର କରିଥିଲେ। ସେ ଲେଖିଥିଲେ ଯେ ଏହି ଆଇକନିକ ଚଳଚ୍ଚିତ୍ରର ଅଂଶ ହୋଇଥିବାରୁ ମୁଁ ନିର୍ମାତାଙ୍କ ପାଖରେ ସର୍ବଦା କୃତଜ୍ଞ ରହିବି। ତାଙ୍କ ବ୍ୟତୀତ ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅକ୍ଷୟ ଖାନ୍ନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ଅନିଲ କପୁର ଖୁବ୍ ଶୀଘ୍ର ଅଜା ହେବାକୁ ଯାଉଛନ୍ତି। ତାଙ୍କ ଝିଅ ସୋନମ କପୁର ଖୁବ୍ ଶୀଘ୍ର ତାଙ୍କର ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ନିକଟରେ ସୋନମଙ୍କୁ କରଣ ଜୋହରଙ୍କ ଚାଟ୍ ଶୋ 'କଫି ୱିଥ୍ କରନ୍ ୮' ରେ ଦେଖିବାକୁ ମିଳିଥିଲା।
ଅନିଲ କପୁରଙ୍କ କାମର ବିଷୟରେ କଥା ହେଲ, 'ଜୁଗ୍ ଜୁଗ୍ ଜିୟୋ'ରେ ଅଭିନୟ କରିବା ପରେ ତାଙ୍କୁ ହ୍ରିତିକ୍ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ସହ' ଫାଇଟର୍'ରେ ଦେଖିବାକୁ ମିଳିବ। ତାଙ୍କ ପାଖରେ 'ନୋ ଏଣ୍ଟ୍ରି ମେ ଏଣ୍ଟ୍ରି' ମଧ୍ୟ ଅଛି। ତାଙ୍କୁ ରଣବୀର କପୁର ଏବଂ ରଶ୍ମିକା ମନ୍ଦାନାଙ୍କ ସହ 'ଏନିମଲ୍'ରେ ମଧ୍ୟ ଦେଖିବାକୁ ମିଳିବ।
]]>ରିୟା ଓ କରଣ ବିନା ବାଜା, ବାଣ ଓ ବରଯାତ୍ରୀରେ ଅତି ସାଧାରଣ ଭାବେ ବିବାହ ସମାରୋହର ବିକଳ୍ପ ବାଛିଥିଲେ। ସାଧାରଣ ଭାବେ ଏକ ବିବାହର ରୀତିନୀତି ମଧ୍ୟରେ ବିବେଚନା କରାଯାଉଥିବା ମେହେନ୍ଦୀ ଏବଂ ସଂଗୀତ ସମାରୋହ ଏହି ବିଶେଷ ବିବାହରେ ହୋଇ ନ ଥିଲା। ବିବାହ ବନ୍ଧନରେ ବାନ୍ଧିହୋଇଥିବା ରିୟା-କରଣ ବରଯାତ୍ରୀ, ସଂଗୀତ, ମେହେନ୍ଦୀ ଏବଂ ବିବାହ ପୂର୍ବରୁ ହେଉଥିବା ଅନ୍ୟାନ୍ୟ ରୀତିନୀତି ନ କରି ଭାରତୀୟ ବିବାହର ରୁଢିବାଦୀ ପରମ୍ପରାକୁ ଭାଙ୍ଗିଛନ୍ତି।
କହିବାକୁ ଗଲେ ଉଭୟ ରିୟା ଏବଂ କରଣ ଏକ 'ବ୍ୟାଣ୍ଡ ବାଜା ବାରାତ୍' ବିନା ଏକ ସରଳ ବିବାହ କରିଛନ୍ତି। ଗତ ୧୧ ବର୍ଷର ବନ୍ଧୁତା ଏବଂ ପ୍ରେମକୁ ଉଭୟ ଏକ ନୂଆ ନାମ ଦେଇଛନ୍ତି। ବିବାହ ପରେ ଉଭୟ ବର-କନ୍ୟାଙ୍କୁ ବାହାରେ ଦେଖିବାକୁ ମିଳିଥିଲା। କରଣ ଏକ ଗୋଲ୍ଡେନ ପୋଷାକ ପିନ୍ଧିଥିବା ବେଳେ ରିୟା କପୁର ଏକ ନାଲି ପୋଷାକରେ ନଜର ଆସିଛନ୍ତି।
ଝିଅର ବିବାହରେ ଅନିଲ କପୁର ବ୍ଲୁ ରଙ୍ଗର ପୋଷାକରେ ଚମତ୍କାର ଦେଖାଯାଉଛନ୍ତି। ସେ ଏକ ନୀଳ ରଙ୍ଗର ଏମ୍ବ୍ରୋଏଡରୀ କୁର୍ତ୍ତା ସହିତ ଏକ ଧୋତି ପିନ୍ଧି ନଜର ଆସିଛନ୍ତି। ଫଟୋଗୁଡ଼ିକରେ ତାଙ୍କର ଲୁକ୍ ଚମତ୍କାର ଦେଖାଯାଉଛି। ଅନିଲ ସମସ୍ତ ପାପାରାଜିଙ୍କୁ ମିଠା ବାକ୍ସ ବାଣ୍ଟୁଥିବା ଦେଖାଯାଏ।
ଏହି ଅବସରରେ ରିୟା କପୁରଙ୍କ ଭଉଣୀ ସୋନମ କପୁର ମଧ୍ୟ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ ନଜର ଆସିଛନ୍ତି। ଗୋଟିଏ ପଟେ ସୋନମ ବହୁତ ସୁନ୍ଦର ଦେଖାଯାଉଥିବା ବେଳେ ଅନ୍ୟ ପଟେ ଆନନ୍ଦ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଥିଲେ।
ପ୍ରକାଶଥାଉ ଯେ ଶନିବାର ବିଳମ୍ବିତ ରାତିରେ କିଛି ମନୋନୀତ ବନ୍ଧୁ ଏବଂ ସମ୍ପର୍କୀୟମାନେ ରିୟା-କରଣଙ୍କ ବିବାହରେ ଉପସ୍ଥିତ ଥିଲେ। ଏହି ବିବାହ ଉତ୍ସବରେ ଅର୍ଜୁନ କପୁର, ବୋନି କପୁର, ମସାବା ଗୁପ୍ତା, ଅଂଶୁଲା କପୁର, ଖୁସି କପୁର, ଶନୟା କପୁର, ସନ୍ଦୀପ ମାରୱାହ, ସଞ୍ଜୟ କପୁର, ମାହୀପ କପୁର ଓ ଜହାନ କପୁରଙ୍କ ସମେତ ଅନ୍ୟମାନେ ଯୋଗ ଦେଇଥିଲେ।
]]>୧୯୯୨ ମସିହାରେ ଇନ୍ଦ୍ର କୁମାର ଅନିଲ୍ କପୁର ଓ ମାଧୁରୀ ଦୀକ୍ଷିତ୍ଙ୍କୁ ନେଇ ଫିଲ୍ମ ‘ବେଟା’ କରିଥିଲେ। ଏହି ଫିଲ୍ମଟି ବ୍ଲକ୍ ବ୍ଲଷ୍ଟର ହୋଇଥିଲା। ଦର୍ଶକ ଏହି ଯୋଡିକୁ ଖୁବ୍ ପସନ୍ଦ କରିଥିଲେ।
ମିଳିଥିବା ସୂଚନା ଅନୁସାରେ, ଅନିଲ୍ କପୁର-ମାଧୁରୀଙ୍କ ଆଗାମୀ ଫିଲ୍ମ ‘ଟୋଟାଲ ଧମାଲ’ର ସୁଟିଂ ଚାଲୁରହିଛି। ଏହି ଫିଲ୍ମରେ ଉଭୟ ପତି -ପତ୍ନୀ ଭୂମିକାରେ ନଜର ଆସୁଛନ୍ତି। ଉକ୍ତ ଫିଲ୍ମରେ ଅନିଲ୍ ଓ ମାଧୁରୀଙ୍କୁ ନେଇ ଅନେକ କମେଡି ସିନ୍ ରହିଛି। ଯାହା ଦର୍ଶକଙ୍କୁ ଖୁବ୍ ମନୋରଞ୍ଜନ କରିବ।
ଫିଲ୍ମ ‘ଟୋଟାଲ ଧମାଲ’ର ଅନ୍ୟ କଳାକାରମାନେ ହେଲେ, ଅଜୟ ଦେବଗନ୍, ଅରସାଦ୍ ୱାର୍ସୀ, ଜାଭେଦ୍ ଜାର୍ଫି, ରିତେଶ ଦେଶମୁଖ, ସଞ୍ଜୟ ମିଶ୍ରା ଓ ପୀତବାସ ତ୍ରୀପାଠୀ।
]]>