ନିର୍ବାଚନ ଆଉ କେଇଟା ଦିନ ବାକି ଥିବା ବେଳେ, ଏବେ ଚଳଚଞ୍ଚଳ କୋଟିଆରେ ସରଗରମ ନିର୍ବାଚନୀ ପ୍ରସ୍ତୁତି। ଏହାରି ଭିତରେ ପଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ର ପକ୍ଷରୁ ବିଦ୍ୟୁତ୍ ସେବା ପ୍ରଦାନ ପାଇଁ ଉଦ୍ୟମ କରାଯାଇଛି । ଆନ୍ଧ୍ରପ୍ରଦେଶ ବିଦ୍ୟୁତ୍ ବିଭାଗ ପକ୍ଷରୁ ଏହି ତଳ ଗଞ୍ଜେଇପଦର ଗ୍ରାମରେ ଏକ ଅଟୋ ଯୋଗେ ଡିଜିଟାଲ ମିଟର ଆଣି ବଣ୍ଟନ କରାଯାଇଛି। ପୂର୍ବରୁ ବିଦ୍ୟୁତ୍ ସେବା ପ୍ରଦାନ ପାଇଁ ଏଠାରେ ଆନ୍ଧ୍ରର ଭିତ୍ତିଭୂମି ରହିଛି। ଏଣୁ ସେମାନେ ଗାଁର ୩୯ ଜଣ ହିତାଧିକାରୀଙ୍କୁ ଫର୍ମଫିଲପ କରି ଏହା ପ୍ରଦାନ କରିଛନ୍ତି।
ତେବେ ସ୍ଥାନୀୟ ବ୍ଲକ୍ ପ୍ରଶାସନ ଏନେଇ ସୂଚନା ପାଇବା ପରେ ସେମାନଙ୍କୁ ଏଠାରୁ ଫେରିଯିବା ପାଇଁ ତାଗିଦ୍ କରିଥିଲେ। ପରେ ସେମାନେ ସେଠାରୁ ଫେରିଯାଇଥିଲେ। ଉପରୋକ୍ତ ଗାଁ ରେ ଓଡ଼ିଶା ପକ୍ଷରୁ ହାତ ଗଣତି ଘରକୁ ବିଦ୍ୟୁତ୍ ସେବା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ଆନ୍ଧ୍ର କିନ୍ତୁ ଏଠାରେ ବହୁ ପୂର୍ବରୁ ଭିତ୍ତିଭୂମି ପ୍ରସ୍ତୁତ ରଖିଛି। ଏ ନେଇ କିନ୍ତୁ ସ୍ଥାନୀୟ ପ୍ରଶାସନ ଗୁରୁତ୍ୱ ଦେଇନାହିଁ।
ଆନ୍ଧ୍ର ପକ୍ଷରୁ ମିଟର ବଣ୍ଟନ କାର୍ଯ୍ୟକ୍ରମ ସମ୍ପର୍କରେ ଜଣେ ଗ୍ରାମବାସୀ କହିଛନ୍ତି ଯେ, ଆଗକୁ ଭୋଟ ଥିବାରୁ ଆନ୍ଧ୍ର ପକ୍ଷରୁ ଭୋଟରମାନଙ୍କୁ ପ୍ରଭାବିତ କରିବା ପାଇଁ ଏଭଳି ହୀନ ଉଦ୍ୟମ କରାଯାଇଛି। ସୂଚନା ଅନୁସାରେ ଆସନ୍ତା ମେ ୧୩ ତାରିଖରେ ଉଭୟ କୋରାପୁଟ ଓ ଆନ୍ଧ୍ରର ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ କୋଟିଆରେ ଆନ୍ଧ୍ର ନିର୍ବାଚନ କରିବା ପାଇଁ ବ୍ୟଗ୍ର ହୋଇ ଉଠିଛି।
]]>କୋଟିଆର ତଳସେମ୍ବି, ଉପରସେମ୍ବିରେ ଏଭଳି ପୋଷ୍ଟର ଲଗାଇବା ସହ ଘର ନମ୍ବର କରିଛି ଆନ୍ଧ୍ର ପ୍ରଶାସନ । ବାରମ୍ବାର କୋଟିଆକୁ ଅନୁପ୍ରବେଶ କରି ଲୋକଙ୍କୁ ଭ୍ରମିତ କରୁଥିବା ଆନ୍ଧ୍ରର ପୋଷ୍ଟର ଚାଲିକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅନ୍ୟପଟେ ଆନ୍ଧ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉପର ଗଞ୍ଜେଇପଦର ଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିବା ଜଣାପଡିଛି । ପାର୍ବତୀପୁରମ ଜିଲ୍ଲା ପକ୍ଷରୁ କାର୍ଯ୍ୟକ୍ରମର ଆୟୋଜନ ହୋଇଥିବା ବେଳେ ସ୍ଥାନୀୟ ପ୍ରଶାସନର ନିରବତାକୁ ନେଇ ଉଠିଛି ପ୍ରଶ୍ନ ।
]]>ଆନ୍ଧ୍ରରେ ଏହି ପ୍ରକଳ୍ପ ହେଲେ ଏହାର ପ୍ରଭାବ ଓଡ଼ିଶାରେ ପଡ଼ିବ । ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗଜପତି ଜିଲ୍ଲା ଶୁଷ୍କ ହୋଇଯିବ । ରାୟଗଡ଼ାର ଗୁଣପୁର ଅଞ୍ଚଳ
ମଧ୍ୟ ପ୍ରଭାବିତ ହେବ । ଆନ୍ଧ୍ରର ଏହି ପ୍ରକଳ୍ପକୁ ଚେକ୍ ଦେବାକୁ ଓଡ଼ିଶା ସରକାର ଉଭୟ ନଦୀର ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରୁଛନ୍ତି । ହେଲେ ପ୍ରାୟ ୧୫ ବର୍ଷ ହେଲାଣି ପ୍ରକଳ୍ପ ଅଧପନ୍ତରିଆ ଭାବେ ଚାଲିଛି । ବଂଶଧାରା ନଦୀ ଉପରମୁଣ୍ଡରେ ହେବାକୁ ଥିବା ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରିନି । ଏଥିପ୍ରତି ସରକାର ତୁରନ୍ତ ସତର୍କ ଦୃଷ୍ଟି ଦେଇ କାର୍ଯ୍ୟ ଆରମ୍ଭ କରିବା ଦରକାର ବୋଲି କହିଛନ୍ତି ।
୨୦୦୮ ଏପ୍ରିଲ ପହିଲାରେ ଆନ୍ଧ୍ରର ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାଜଶେଖର ରେଡି ରେଗୁଲୁପାଡୁଠାରେ ପ୍ରକଳ୍ପର ଶୁଭ ଦେଇଥିଲେ । ଏହାର ଠିକ୍ ମାସକ ପରେ ୩୦ ଏପ୍ରିଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଦୀର ଉପରମୁଣ୍ଡରେ ୨ଟି ପ୍ରକଳ୍ପର ଶୁଭ ଦେଇଥିଲେ । ଆନ୍ଧ୍ର ପ୍ରକଳ୍ପ ସାରିବାକୁ ଅଣ୍ଟା ଭିଡ଼ିଥିବାବେଳେ ମହେନ୍ଦ୍ର ତନୟା ଜଳ ଉପରେ ନିର୍ଭର କରୁଥିବା ଲୋକେ ଆଶଂକାରେ ରହିଛନ୍ତି । ସେପଟେ ଖୁବଶୀଘ୍ର ଚମ୍ପାପୁର ପ୍ରକଳ୍ପ କାମ ଆରମ୍ଭ ହୋଇ ଆନ୍ଧ୍ରର ପ୍ରକଳ୍ପ ସମ୍ପନ୍ନ ହେବା ପୁର୍ବରୁ ଶେଷ ହେବ ବୋଲି କହିଛି ଜିଲ୍ଲା ପ୍ରଶାସନ। ଆନ୍ଧ୍ର ତାର ପ୍ରକଳ୍ପ କାର୍ଯ୍ୟକ୍ଷମ କରି ଜଳ ଲୁଟି ନେଲେ ଅଞ୍ଚଳବାସୀ ପାଣି ଟୋପାକ ପାଇଁ ଡହଳ ବିକଳ ହେବା ନିଶ୍ଚିତ।
(ଗଜପତିରୁ ଆଦର୍ଶ ଦାଶ, ଓଟିଭି)
]]>ଅନ୍ୟପଟେ ଓଡ଼ିଶା ସରକାରଙ୍କ ପକ୍ଷକୁ ଏହି ସ୍କୁଲରେ କରାଯାଇଥିବା ସୋଲାର ସିଷ୍ଟମ କାମ କରୁନଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛନ୍ତି ଆବାସିକ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ । ରାତିରେ ଆଲୋକ ବ୍ୟବସ୍ଥା ନଥିବାରୁ ପାଠ ପଢ଼ାରେ ବ୍ୟାଘାତ ହେଉଛି । କୋଟିଆରେ ଆନ୍ଧ୍ର ଏଭଳି ଭାବେ ପ୍ରଥମେ ଲୋକଙ୍କୁ ପ୍ରଲୋଭିତ କରୁଥିବା ଓ ପରେ ନିଜ ଅସଲ ରୂପ ଦେଖାଉଥିବା ପଦାରେ ପଡ଼ିଛି ।
ଅନ୍ୟପଟେ ସ୍କୁଲ ବାବଦରେ ଆମେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରିଥିଲୁ । ତେବେ ସେ ଏନେଇ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେଇନଥିଲେ ବି ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ଖୁବଶୀଘ୍ର ସୋଲାର ସିଷ୍ଟମର ବ୍ୟାଟେରୀ ବଦଳାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।
]]>
ଅନ୍ୟପଟେ ଓଡ଼ିଶା ସରକାରଙ୍କ ପକ୍ଷକୁ ଏହି ସ୍କୁଲରେ କରାଯାଇଥିବା ସୋଲାର ସିଷ୍ଟମ କାମ କରୁନଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛନ୍ତି ଏହି ଆବାସିକ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ । ରାତିରେ ଆଲୋକ ବ୍ୟବସ୍ଥା ନଥିବାରୁ ପାଠପଢ଼ାରେ ବ୍ୟାଘାତ ହେଉଛି । କୋଟିଆରେ ଆନ୍ଧ୍ର ଏଭଳି ଭାବେ ପ୍ରଥମେ ଲୋକଙ୍କୁ ପ୍ରଲୋଭିତ କରୁଥିବା ଓ ପରେ ନିଜ ଅସଲ ରୂପ ଦେଖାଉଥିବା ପଦାରେ ପଡ଼ିଛି।
ଅନ୍ୟପଟେ ସ୍କୁଲ ବାବଦରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅବଗତ କରାଯାଇଛି । ତେବେ ସେ ଏନେଇ କ୍ୟାମେରା ଆଗରେ ପ୍ରତିକ୍ରିୟା ଦେଇନଥିଲେ ବି ଜିଲ୍ଲାପାଳଙ୍କ ଆଦେଶ ଅନୁସାରେ ଖୁବଶୀଘ୍ର ସୋଲାର ସିଷ୍ଟମର ବ୍ୟାଟେରୀ ବଦଳାଯାଇ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି।
ସ୍କୁଲ ନିକଟରେ ଥିବା ତାଡିବାଳସା ଗାଁକୁ ଆନ୍ଧ୍ର ବିଦ୍ୟୁତ ସଂଯୋଗ ଦେଇଥିଲା। ସେହି ଗାଁରେ ବସବାସ କରୁଥିବା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିଜ ବ୍ୟକ୍ତିଗତ ଗୃହକୁ ସଂଯୋଗ ହୋଇଥିବା ବିଦ୍ୟୁତକୁ ଏହି ଆବାସିକ ବିଦ୍ୟାଳୟକୁ ପ୍ରଦାନ କରିଥିଲେ। ହେଲେ କୌଣସି ସୁତ୍ରରୁ ଆନ୍ଧ୍ର ଏହା ଜାଣି ପାରି ୩ ଦିନ ହେବ ଏହି ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରିଛି। ଏହାସହ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ୧୦ ହଜାର ଟଙ୍କା ବିଦ୍ୟୁତ ବିଲ୍ ପୈଠ କରିବାକୁ ଏକ ବିଲ୍ ମଧ୍ୟ ଦେଇଥିବା ଜଣାପଡିଛି।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର ଭତ୍ରା କହିଛନ୍ତି, ଓଡ଼ିଶା ସ୍କୁଲକୁ ବିଦ୍ୟୁତ ସଂଯୋଗ ଦେବ ନାହିଁ ବୋଲି ଆନ୍ଧ୍ର କହିଛି। ଏହି ସ୍କୁଲକୁ ବିଦ୍ୟୁତ ସଂଯୋଗ ହୋଇଥିବା ଜାଣିବା ପରେ ବିଦ୍ୟୁତ ମିଟର କାଢ଼ି ନେଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ଲଗାଯାଇଥିବା ସୋଲାର ସିଷ୍ଟମ ଗୁଡ଼ିକ ଠିକ୍ରେ କାମ କରୁନଥିବାରୁ ଚାର୍ଜ ରହୁ ନାହିଁ। ଯାହାଫଳରେ ପିଲାମାନେ ଗରମରେ ହନ୍ତସନ୍ତ ହେଉଛନ୍ତି।
]]>ଡାକ୍ତର ଡି. ରାମ ମୋହନରାଓ ବନ୍ଧୁଗାଁ ତହସିଲ କାପଲଡ଼ା ମୌଜାରେ ପ୍ରାୟ ୩୦ରୁ ୪୦ ଏକର ଜମିରେ ପାମୋଲିନ୍ ଚାଷ ପାଇଁ ଜମି ପ୍ରସ୍ତୁତ କରିଛନ୍ତି। ଏହା ମଧ୍ୟରେ ପ୍ରାୟ ୧୫ ଏକରରୁ ଅଧିକ ସରକାରୀ ଗୋଚର କିସମ ଜମି ଥିବା ଜଣାପଡ଼ିଛି।
ବନ୍ଧୁଗାଁ ତହସିଲଦାର ସଦାଶିବ ଭତ୍ରା ପହଞ୍ଚି ଉକ୍ତ ଜମି ସରକାରୀ ଖାତାରେ ଥିବା ଦର୍ଶାଇ ସେଠାରେ ଲାଲ୍ ପତାକା ପୋତି ୧୪୪ ଧାରା ଜାରି କରିଛନ୍ତି। ଅନ୍ୟପକ୍ଷେ, ଏହି ଜମି ହିମେରିକା କୁରୁମା ବ୍ୟକ୍ତି ନିଜର ପଟ୍ଟା ଜମି ବୋଲି ବନ୍ଧୁଗାଁ ତହସିଲଦାର ଦାବି କରିଛନ୍ତି। ସେପଟେ ଡାକ୍ତର ରାଓ କହିଛନ୍ତି ଜମି ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ । ଚାଷୀଙ୍କୁ ପାମୋଲିନ୍ ଚାଷ ପାଇଁ ଚାରା ଓ ସାର ଯୋଗାଉଥିବା ସେ କହିଛନ୍ତି।
]]>ଗତ କିଛି ଦିନ ତଳେ ଆନ୍ଧ୍ରର ଡୁମୁରିଗୁଡ଼ା ମଣ୍ଡଳର କୋଲାପୁଟ ପଞ୍ଚାୟତ ଡେକାପାରୁ ଗାଁ ଲୋକେ ଓଡିଶା ଭିତରେ ପଶି ଜମି ଦଖଲ କରିବାକୁ ଉଦ୍ୟମ କରୁଥିଲେ । ଏହି ସମୟରେ ଉତ୍ତେଜନା ଦେଖାଦେଇଥିଲା ।ଏପରିକି ଆନ୍ଧ୍ର ଲୋକଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥଲେ ଜଣେ ବ୍ୟକ୍ତି ।୨ ଆକ୍ରମଣକାରୀଙ୍କ ବିରୋଧରେ ପଟାଙ୍ଗି ଥାନାରେ ମାମଲା ରୁଜୁ ବି ହୋଇଛି ।
]]>
କୋଟିଆ ବୁଲିବା ବେଳେ ସାଂସଦଙ୍କ ସାମ୍ନାରେ ଲୋକେ ସେମାନଙ୍କ ଦୀର୍ଘଦିନର ସମସ୍ୟା ରଖିଥିଲେ। ଖାଲି ସେତିକି ନୁହେଁ, ଲୋକଙ୍କ ପାଖରେ ସମସ୍ତ ସୁବିଧା ପହଂଚି ପାରୁନଥିବାରୁ ଆନ୍ଧ୍ରପ୍ରଦେଶ ତାର ଫାଇଦା ନେଉଥିବା ସେମାନେ ଅଭିଯୋଗ କରିଥିଲେ।
ସରକାର ତୁରନ୍ତ କୋଟିଆ ଅଂଚଳର ଲୋକଙ୍କ ଜୀବନ ଜୀବିକା ପାଇଁ ଆବଶ୍ୟକ ହେଉଥିବା ସମସ୍ତ ବିଷୟ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ଲୋକଙ୍କ ପାଖରେ ସେବା ପହଞ୍ଚାଇବାକୁ କୋରାପୁଟ ସାଂସଦ ସପ୍ତଗିରି ଦାବି କରିଛନ୍ତି। ଏନେଇ ସପ୍ତଗିରି କହିଛନ୍ତି ଯେ କେନ୍ଦ୍ର ଓ ରାଜ୍ୟ ସ୍କିମ୍ ସବୁ ଲାଗୁହେବ। ତା ଛଡ଼ା ଆମ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ତାଙ୍କ କଥା ବୁଝାବୁଝି କରିବା ପାଇଁ ଏକ ଭଲେଣ୍ଟୋରି ରଖାଯାଉ। ଫଳରେ ତାଙ୍କର ସମସ୍ୟା ଜଣାପଡ଼ିବ ଓ ସମାଧାନ କରିହେବ। ସେମାନେ ଏନ୍ଆର୍ଜିଏସ୍ ପେମେଣ୍ଟ ୨୦୧୪୦୧୫ରୁ ଏପର୍ଯ୍ୟନ୍ତ ପାଇ ନାହାନ୍ତି। କିନ୍ତୁ ଆନ୍ଧ୍ର ପ୍ରତି ବୁଧବାର ସେମାନଙ୍କୁ ପେମେଣ୍ଟ ଦେଉଛନ୍ତି ବୋଲି କହିଛନ୍ତି ସପ୍ତଗିରି।
[caption id="attachment_247473" align="aligncenter" width="1002"] କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ କୋଟିଆ ଭ୍ରମଣ[/caption]
ଅନ୍ୟପଟେ କୋଟିଆରେ ପୁଣି ଆନ୍ଧ୍ରର ସ୍ୱାସ୍ଥ୍ୟ ଶିବିର ଖୋଲି ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛି। ତଳ ଗଞ୍ଜେଇପଦର ଓ କୋଟିଆର ଅନ୍ୟାନ୍ୟ ଅଞ୍ଚଳରେ ସାଲୁର ମଣ୍ଡଳର ତୋନମ ପିଏଚସି ପକ୍ଷରୁ ଗାଁ ଗାଁ ବୁଲି ଲୋକଙ୍କୁ ସ୍ୱାସ୍ଥ୍ୟସେବା ପହଞ୍ଚାଇଛି ଆନ୍ଧ୍ର ପ୍ରଶାସନ।
ପୂର୍ବରୁ କାଁ ଭାଁ ଏମାନେ ଆସୁଥିବା ବେଳେ ଏବେ ମାସକୁ ୨ରୁ ୩ଥର ବିଭିନ୍ନ ଗାଁ ବୁଲି ଲୋକଙ୍କ ସ୍ୱାସ୍ଥ୍ୟସେବା ପଚାରି ବୁଝୁଛନ୍ତି। ସାଲୁର ମଣ୍ଡଳର ଏଏନ୍ଏମ୍ ଜେ.କବିତା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମୁନା ରାଓ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଦେଖିବାକୁ ମିଳିଛି। ସାଲୁର ମଣ୍ଡଳ ଅନ୍ତର୍ଗତ ତୋନମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷା ଏସ୍. ସୁଜାତାଙ୍କ ତତ୍ତ୍ୱାବଧାନରେ ଏଭଳି ସେବା ଯୋଗାଯାଉଥିବା ଅଞ୍ଚଳବାସୀ କହିଛନ୍ତି।
https://youtu.be/vXbn672i5l4
]]>
[caption id="attachment_246761" align="aligncenter" width="997"] ଓଡ଼ିଶାରେ ଆନ୍ଧ୍ର ତିଆରି କରୁଛି ରାସ୍ତା[/caption]
ରାୟଗଡ଼ା ଜିଲ୍ଲାର ପାଲାମୁ ତୁଳସୀ ବାସିନ୍ଦାଙ୍କ କଥା ଦେଖନ୍ତୁ। ଖରାଦିନ ଆସିନି ସୀମାରେ ପିଇବା ପାଣି ପାଇଁ ଦହଗଞ୍ଜ ହେଲେଣି ଏଠାକାର ଲୋକେ। ମୁଣ୍ଡରେ ଗରା ମାଠିଆ ଧରି ଗାଁଠୁ ମାଇଲିଏ ବାଟ ଚାଲିବା ପରେ ପିଇବା ପାଣିର ଯେଉଁ ଉତ୍ସଟି ଆସେ ତାହା ପୁଣି ଦୂରରୁ ପାଇପ୍ ଯୋଗେ ସଂଯୋଗ ହୋଇଥିବା ଦୂଷିତ ନାଳପାଣି। ଏମାନେ ତାକୁ ହିଁ ବ୍ୟବହାର କରିବାକୁ ବାଧ୍ୟ। ନହେଲେ ଉପାୟ ବା କଣ ଏମାନଙ୍କ ପାଖରେ।
[caption id="attachment_246757" align="aligncenter" width="651"] ରାୟଗଡ଼ା ପଲାମୁ ତୁଳସୀ ବାସିନ୍ଦା ନାଳରୁ ଜଳ ନେଇ ଆସୁଛନ୍ତି[/caption]
ପିଇବା ପାଣିର ଅସୁବିଧା ସମ୍ପର୍କରେ ପଚାରିବାରୁ ପାଲାମ ତୁଳସୀ ବାସିନ୍ଦା ରାଣୀ କଲକା ଯାହା କହିଲେ ତାହା ଜାଣିଲେ ଆପଣ ମୁଣ୍ଡରେ ହାତ ଦେବେ। ରାଣୀ କହିବା ଅନୁସାରେ, ଗାଁରେ ପାଣିର ଘୋର୍ ଅଭାବ୍। ଗୋଟେ କିମି ଦୂରରୁ ଆମେ ନଦୀ ପାଣି ଆଣୁଛୁ। ବର୍ଷା ଆସିଲେ ନଦୀ ପାଣି ପିଇବାକୁ ପଡ଼ୁଛି। ଭଲ ପାଣି ଆମ ଗାଁରେ ମିଳିବା ଅସମ୍ଭବ ବୋଲି ରାଣୀ କହିଛନ୍ତି।
ଖାଲି ପିଇବା ପାଣି ନୁହେଁ, ସୀମା ଏପଟେ ନା ସବୁଦିନିଆ ରାସ୍ତା ଅଛି, ନା ଲୋକଙ୍କ ଭାଗ୍ୟରେ ଜୁୁଟୁଛି ଶିକ୍ଷା, ସ୍ୱାସ୍ଥ୍ୟ, ଟେଲି ସେବା ଭଳି ଅତି ମୌଳିକ ସୁବିଧା। ହେଲେ ସୀମାର ଠିକ୍ ଆରପଟେ ଆନ୍ଧ୍ର କିନ୍ତୁ ଢେର୍ ଆଗରେ। ରାସ୍ତାଘାଟ, ଗରିବଗୁରୁବାଙ୍କ ପାଇଁ ରାସନ୍, ଭତ୍ତା, ସବୁ କିଛି ସୁବିଧା କୁଆଡ଼େ ଓଡ଼ିଶାଠୁ ବେଶ୍ ବ୍ୟବସ୍ଥିତ ଓ ଅଧିକ। ସେଇଥିପାଇଁ ପେଟପାଟଣା ଦାୟରେ ଆନ୍ଧ୍ରମୁହାଁ ଓଡ଼ିଶା ବାସିନ୍ଦା।
[caption id="attachment_246758" align="aligncenter" width="1004"] ଓଡ଼ିଶାରୁ ଆନ୍ଧ୍ରକୁ ଆସି ଘର ବସେଇଛନ୍ତି ସିରି ପୁଆଲା[/caption]
ଏଇ ଯେମିତି ପେଟ ପୋଡ଼ିଯିବା ଆଗରୁ ସ୍ତ୍ରୀ ପିଲାଙ୍କ ସହ ଆନ୍ଧ୍ରକୁ ଚାଲି ଆସି ଘର ବସେଇଥିବା ସିରି ପୁଆଲାଙ୍କ କଥା ଦେଖନ୍ତୁ। ଓଡ଼ିଶା ସରକାର କୌଣସି ସୁବିଧା ନଦେବାରୁ ସିରି ପୁଆଲା ଆନ୍ଧ୍ର ଚାଲି ଆସି ଘର ବସେଇଛନ୍ତି। ତାଙ୍କୁ ଏ ବିଷୟରେ ପଚାରିବାରୁ ସେ କହିଲେ "ପିଲା ଛୁଆର କଷ୍ଟ ସହିପାରିଲିନି। ସେଥିପାଇଁ ଆନ୍ଧ୍ର ପଳେଇ ଆସିଲି। ଓଡ଼ିଶାରେ କେହି ଦେଖୁ ନାହାନ୍ତି, ଆନ୍ଧ୍ର ହେଲେ କିଛି ବୁଝିବ। ସେଥିପାଇଁ ଆନ୍ଧ୍ରକୁ ପଳେଇ ଆସିଲୁ।"
ଆଉ ସୀମା ଏପଟେ ଅବ୍ୟବସ୍ଥାର ଏ ସ୍ଥିତିରୁ ଫାଇଦା ନେଇଚାଲିଛି ଆନ୍ଧ୍ର ସରକାର। ଅଭାବ ବେଳେ ଲୋକଙ୍କ ସ୍ୱଭାବ ବଦଳାଇବା ଲକ୍ଷ୍ୟରେ ଓଡ଼ିଶା ସୀମାରେ କେଉଁଠି ପୋଲ କାମ ଆରମ୍ଭ କଲାଣି ତ କେଉଁଠି ଓଡ଼ିଶା ମାଟିରେ ରାସ୍ତା ତିଆରି କରୁଛି।
[caption id="attachment_246760" align="aligncenter" width="1011"] ପାଲାମ ତୁଳସୀ ଗାଁରେ ଆନ୍ଧ୍ରର ଖୁଣ୍ଟ ଉପାଡ଼ି ଫିଙ୍ଗୁଛନ୍ତି ସୀମାନ୍ତ ଲୋକେ[/caption]
ନିଜର ଦୁଇ ଗାଁ କିତିଲାଙ୍ଗ ଓ ଜିରଙ୍ଗାକୁ ସଂଯୋଗ କରିବାକୁ ଖୁଣ୍ଟପୋତି ଆନ୍ଧ୍ରର ରାସ୍ତା ନିର୍ମାଣର ଉଦ୍ୟମକୁ କିନ୍ତୁ ଜୋର୍ଦାର ବିରୋଧ କରିଛନ୍ତି ପାଲାମ ତୁଳସୀ ଗାଁ ଲୋକେ। ଖୁଣ୍ଟ ସବୁକୁ ଓପାଡ଼ି ଫିଙ୍ଗି ଦେଇଛନ୍ତି। ଓଡ଼ିଶାର ଜମିରେ ଆନ୍ଧ୍ରକୁ ପୂରାଇ ନଦେବାକୁ ଶପଥ ନେଇଛନ୍ତି। ତେବେ ଓଡ଼ିଶା ପ୍ରତି ଆନୁଗତ୍ୟ ଦେଖାଇଲେ କଣ ହେବ ସେମାନଙ୍କ ଦୁଃଖଦୁର୍ଦ୍ଦଶା ବୁଝିବା ଲାଗି ଏଠି କିନ୍ତୁ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ପାଦ ପଡ଼ିନି।
[caption id="attachment_246759" align="aligncenter" width="1011"] ପାଲାମ ତୁଳସୀ ଗାଁରେ ଆନ୍ଧ୍ର ତିଆରି ରାସ୍ତା[/caption]
ଏନେଇ ପାଲାମ ତୁଳସୀ ବାସିନ୍ଦା ରାଜୁ ପୁଆଲା କହିଛନ୍ତି ଆନ୍ଧ୍ର ଓଡ଼ିଶା ମାଟିରେ ମାର୍କିଂ କରି ପୋଲ୍ ପୋତିଥିଲେ। ଆମେ ଓଡ଼ିଶା ମାଟି ଆନ୍ଧ୍ରକୁ ଦେବୁ ନାହିଁ ବୋଲି ତାଙ୍କ ପୋଲ୍ ଉପାଡ଼ି ତାଙ୍କ ବୋର୍ଡରେ ଥୋଇ ଦେଲୁ ବୋଲି ରାଜୁ ପୁଆଲା କହିଛନ୍ତି। ଏ ଘଟଣା ସମ୍ପର୍କରେ ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଗାଁ ଲୋକଙ୍କୁ କହିଛୁ ଭୟଭୀତ ହେବେନି। ସେମାନଙ୍କୁ ସଚେତନ କରାଯାଇଛି। କିଛି ହେଲେ ଖବର ଦେଲେ ବୁଝାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି।
ଏକାଏକା ନିଜ ମୌଳିକ ସମସ୍ୟା ସହ ଜୁଝିଲା ଭଳି ଏଠି ଆନ୍ଧ୍ରର ଦାଦାଗିରି ସହ ବି ଏକା ଲଢୁଛନ୍ତି ସୀମାର ମଣିଷ। ତେବେ ଆଉ କେତେ କୋଟିଆକୁ ଅପେକ୍ଷା କରିବ ଆମ ବ୍ୟବସ୍ଥା?
https://youtu.be/4BIiZuHvY4k
]]>ମଣ୍ଡଳ ଏବଂ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଗତ ୧ ତାରିଖରେ ବିଜ୍ଞପ୍ତି ଜାରି କରିଥିଲେ ଆନ୍ଧ୍ର ନିର୍ବାଚନ ଅଧିକାରୀ। ନେରେଡିଓ୍ବାଲସା ବୁଥ୍ରେ ୮ଟି, ଥୋଣମ୍ ବୁଥ୍ରେ ଫାଟୁସିନେରି, ଫଗୁଣସିନେରି, ମାଡ୍କାର ସମେତ ଆନ୍ଧ୍ରର କିଛି ଗାଁର ଲୋକେ ଭୋଟ ଦେଇଥାନ୍ତେ। ଏସବୁ ସ୍ଥାନରେ ଯେମିତି ଓଡ଼ିଆ ଭୋଟର୍ ଭୋଟ ନଦେବେ, ସେହି ଲକ୍ଷ୍ୟ ରଖି ଗତକାଲିଠାରୁ ଡେରା ପକାଇଥିଲେ ବିଜେଡି, ବିଜେପି ଏବଂ କଂଗ୍ରେସ ନେତା। ଏପରିକି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଟିଆର ୨୨ଟି ଗାଁରେ ୧୪୪ ଧାରା ଜାରି କରାଯାଇଥିଲା। ତେବେ ନେରେଡିଓ୍ବାଲସା ବୁଥ୍ରେ କିଛି ଓ ଭୋଟ୍ ଦେଇଥିବାବେଳେ ଥୋଣମ୍ରେ କିନ୍ତୁ ଜଣେ ବି ଓଡ଼ିଆ ଭୋଟ୍ ଦେଇନାହାଁନ୍ତି।
https://www.youtube.com/watch?v=anva9zFmK4w
ଓଡ଼ିଶାରେ ଆନ୍ଧ୍ରର ନିର୍ବାଚନ ବିରୋଧରେ ଗତ ଫେବୃୟାରୀ ୧୦ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରାଜ୍ୟ ସରକାର। ଏହାପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଆନ୍ଧ୍ର ଏକ ସତ୍ୟପାଠ ଦାଖଲ କରି ପୂର୍ବରୁ ବି ନିର୍ବାଚନ କରିଆସୁଥିବା ଯୁକ୍ତି ବାଢ଼ିଥିଲା। ପରବର୍ତ୍ତୀ ଶୁଣାଣିରେ ଜବାବ ଦାଖଲ ପାଇଁ ଓଡ଼ିଶା ସରକାର ସମୟ ମାଗିଥିଲେ। ତାରି ଭିତରେ ଗତକାଲି ପୁଣି ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବା ସହ କୋର୍ଟଙ୍କ ଅବମାନନା ବୋଲି ଦର୍ଶାଇଥିଲାା ସୁପ୍ରିମକୋର୍ଟରେ ବିବାଦ ଅଟକିଥିବା ବେଳେ ଆଜି ପୁଣି ଆନ୍ଧ୍ର ସାରିଦେଇଛି ନିର୍ବାଚନା ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ବିରୋଧୀ ସମାଲୋଚନା କରିଛନ୍ତି। ବିଜେଡି ଏହାର ଜବାବ ରଖିଛି।
ଆନ୍ତଃରାଜ୍ୟ ସମାଧାନ କରିବା ଦିଗରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ଦରକାର। ତେବେ ଆନ୍ଧ୍ର ଯେଉଁ ସଂଘୀୟ ବ୍ୟବସ୍ଥା ବିରୋଧରେ ଯେଉଁ କାର୍ଯ୍ୟ କରୁଛି, ଏ ନେଇ ଆମେ କେନ୍ଦ୍ର ନିକଟରେ ପ୍ରସ୍ତାବ ରଖିବୁ।
-ଈଶ୍ୱର ପାଣିଗ୍ରାହୀ, ବିଜେଡି ନେତା
ମଙ୍ଗଳବାର ଆନ୍ଧ୍ରପ୍ରଦେଶ ହାଇର୍କୋଟଙ୍କ ଜଣିକିଆ ଖଣ୍ଡପୀଠ ନିର୍ବାଚନକୁ ସ୍ଥଗିତ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବୁଧବାର ସନ୍ଧ୍ୟାରେ ସେହି ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ନିର୍ବାଚନ କରିବାକୁ ଆନ୍ଧ୍ର ସରକାରଙ୍କୁ ଅନୁମତି ପ୍ରଦାନ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପରେ ପୁଣି ନିର୍ବାଚନ କରିବାକୁ ସଜବାଜ ହେଲାଣି ଆନ୍ଧ୍ର ପ୍ରଦେଶ । ମିଳିଥିବା ସୂଚନା ଅନୁଯାୟୀ ରାତି ପାହିଲେ ଅର୍ଥାତ ଗୁରୁବାର ସକାଳୁ କୋଟିଆରେ ଆନ୍ଧ୍ର କରାଇପାରେ ନିର୍ବାଚନ।
ତେବେ ସବୁଠାରୁ ବଡ଼ କଥା ହେଲା ହାଇକୋର୍ଟଙ୍କ ତିନି ଜଣିଆ ଖଣ୍ଡପୀଠ ଗୁରୁବାର ଭୋଟ ଗ୍ରହଣ କରିବା ପାଇଁ ଅନୁମତି ଦେଇଛନ୍ତି। ହେଲେ ଗଣତି କରିବା ପାଇଁ ଅନୁମତି ଦେଇନାହାନ୍ତି। କୋର୍ଟଙ୍କ କହିବାନୁଯାୟୀ ଆସନ୍ତା ୧୦ ତାରିଖରେ ହେବାକୁ ଥିବା ଗଣତି ବାତିଲ କରାଯାଉଛି। ପରବର୍ତ୍ତୀ ଶୁଣାଣି ନ ସରିବା ପର୍ଯ୍ୟନ୍ତ ଭୋଟ ଗଣତି କରାଯିବ ନାହିଁ।
ସେପଟେ ଓଡ଼ିଶା ଅଞ୍ଚଳରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ କରାଇ ନଦେବାକୁ ଓଡ଼ିଶାର ୩ ଦଳର ନେତା ଏକାଠି ହୋଇଛନ୍ତି। ବିଜେଡି ବିଧାୟକ ପ୍ରୀତମ ପାଢୀ ଓ ରଘୁରାମ ପୋଡାଲ ଉପସ୍ଥିତ ଅଛନ୍ତି। ସେହିପରି କଂଗ୍ରେସରୁ ତାରା ବାହିନୀପତି, ବିଜେପିରୁ ଜୟରାମ ପାଙ୍ଗି ଉପସ୍ଥିତ ଅଛନ୍ତି। ସୀମାନ୍ତବାସୀଙ୍କୁ ସଚେତନ କରାଇବାକୁ ସର୍ବଦଳୀୟ ଉଦ୍ୟମ ଜାରି ରହିଛି।
https://youtu.be/pSTM1yD42K0
ସୂଚନାଥାଉ କି, ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ବେଆଇନ ଭାବେ ନିର୍ବାଚନ କରୁଥିବା ନେଇ କିଛି ମାସ ତଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଚିଠି ଲେଖିଥିଲେ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଆନ୍ଧ୍ର ଓଡ଼ିଶା ଭିତରେ ପଶି ବେଆଇନ ଭାବେ ରାୟଗଡ଼ାରେ ବିଜୟନଗରମ ଜିଲ୍ଲା ପ୍ରଶାସନ, ଗଂଜାମ ଓ ଗଜପତିରେ ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ଓ ମାଲକାନଗିରିରେ ବିଶାଖାପାଟଣା ଓ କୋରାପୁଟରେ ବିଜୟନଗରମ ଜିଲ୍ଲା ପ୍ରଶାସନ ନିର୍ବାଚନ କରିଛି ଯାହା କି ଏହା ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି। ୧୯୬୮ ମସିହାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଏହା ଉଲ୍ଲଂଘନ କରିଛି। ଏହା ସାମ୍ବିଧାନିକ ସଂକଟ ବୋଲି ଚଠିରେ ଦର୍ଶାଇଥିଲେ ବିରୋଧୀ ଦଳ ନେତା।
]]>ସେହିପରି ଧାନମଣ୍ଡି ଓ ଚାଷୀ ସମସ୍ୟା ନେଇ ମଧ୍ୟ ଆଲୋଚନା ହେଉଛି କିନ୍ତୁ କିଛି ଫଳ ମିଳୁନି ବୋଲି କହିଥିଲେ। ସେହିପରି ଚାଷୀଙ୍କୁ ଦଲାଲ କହିଥିବାରୁ ଖାଦ୍ୟ ଯୋଗାଣ ମନ୍ତ୍ରୀ କ୍ଷମା ମାଗିବାକୁ ନରସିଂହ ଦାବି କରିଥିଲେ। ଏହାକୁ ନେଇ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଉପବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ସହ ଗୃହକୁ ୧୦ ମିିନିଟ୍ ପାଇଁ ମୁଲତବୀ ରଖିଥିଲେ। ହେଲେ ଏହା ପରେ ମଧ୍ୟ ଗୃହକାର୍ଯ୍ୟ ଆରମ୍ଭ ହେବାକ୍ଷଣି ପୁଣି ହଟ୍ଟଗୋଳ ହେବାରୁ ଗୃହକୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା।
ଓଡ଼ିଶା-ଆନ୍ଧ୍ର ସୀମା ବିବାଦକୁ ନେଇ ଆଇନଗତ ଲଢେଇ ଚାଲିଥିବା ବେଳେ ଏପଟେ କିନ୍ତୁ ଥମୁନି ପଡ଼େଶୀ ରାଜ୍ୟର ଏ ଦାଦାଗିରି। ପଡ଼ୋଶୀ ରାଜ୍ୟ ସହ ସୀମା ବିବାଦ ଏବେ ଉତ୍କଟ ରୂପ ନେଇଥିବା ବେଳେ ଗତକାଲି ଏ ପ୍ରସଙ୍ଗରେ ବିଧାନସଭାରେ ହୋଇଛି ସରଗରମ୍ ଆଲୋଚନା ହୋଇଥିଲା। ଏ ପ୍ରସଙ୍ଗରେ ଗତକାଲି ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ସରକାରଙ୍କ ଉପରେ ବିରୋଧୀ ବର୍ଷିଥିଲେ। କୋରାପୁଟର କୋଟିଆ ସହ ଅନ୍ୟ ଅଞ୍ଚଳରେ ଲୋକଙ୍କୁ ମୌଳିକ ସୁବିଧା ପହଞ୍ଚାଇବାରେ ସରକାର ବିଫଳ ହୋଇଥିବା ଅଭିଯୋଗ ବିଜେପି ବାଢିଥିଲା।
ସେହିଭଳି ସୀମାନ୍ତ ଲୋକଙ୍କ ଅଭାବ ଅସୁବିଧା ନେଇ ସରକାରଙ୍କ ଦୋଷ ଦୁର୍ବଳତାର ତାଲିକା କଂଗ୍ରେସ ରଖିଥିଲା। ଉତ୍ତରରେ ରାଜସ୍ୱ ମନ୍ତ୍ରୀ କହିଥିଲେ, ସୀମାନ୍ତ ଅଞ୍ଚଳରେ ସବୁ ପ୍ରକାର ବିକାଶ କାର୍ଯ୍ୟ ଚାଲିଛି। ପଡ଼ୋଶୀ ରାଜ୍ୟ ସୀମାକୁ ଲାଗିଥିବା ୧୪ ଜିଲ୍ଲାରୁ କୋରାପୁଟର କୋଟିଆ ବ୍ୟତୀତ ଗଞ୍ଜାମ, ଗଜପତି, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ନୂଆପଡ଼ା ଭଳି ଅନ୍ୟ ୬ଟି ଜିଲ୍ଲାରେ ସୀମା ବିବାଦ ରହିଛି।
କୋଟିଆ ପ୍ରସଙ୍ଗରେ ସରକାର ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା କରି ସୁପ୍ରିମକୋର୍ଟ ଯାଇଛନ୍ତି। ସେହିଭଳି ପଶ୍ଚିମବଙ୍ଗ ସହ ସୀମା ବିବାଦର ସମାଧାନ ନେଇ ଆଜି ମେଦିନାପୁରରେ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀଙ୍କୁ ନେଇ ବୈଠକ ବସିବ ବୋଲି ରାଜସ୍ୱ ମନ୍ତ୍ରୀ ତଥ୍ୟ ରଖିଥିଲେ।
]]>ଓଡ଼ିଶାର ଗାଁରେ ଆନ୍ଧ୍ର ପ୍ରଦେଶ ନିର୍ବାଚନ କରାଇଥିବାର ପ୍ରତିବାଦରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ନିଜ ପକ୍ଷକୁ ଦୃଢ଼ କରିବା ପାଇଁ କଣ କଣ ତଥ୍ୟ ପ୍ରମାଣ ରଖାଯିବ ତାର ରଣନୀତି ପ୍ରସ୍ତୁତ କରିବାକୁ ଦିଲ୍ଲୀରେ ଲିଗାଲ ଟିମ୍ର ବୈଠକ ବସିଥିଲା। ସେପଟେ ଆନ୍ଧ୍ର ସରକାର କୋର୍ଟରେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ ୧୯୫୨ ମସିହାରୁ କୋଟିଆର ବିବାଦୀୟ ତିନିଟି ଗାଁରେ ସେମାନେ ନିର୍ବାଚନ କରିଆସୁଛନ୍ତି।
ସତ୍ୟପାଠରେ ଦର୍ଶାଯାଇଛି ଯେ ୧୯୫୨ରୁ କୋଟିଆର ଗଂଜେଇବାଦରା, ପାଟୁଚିନ୍ନାଉରୁ, ପଗୁଲୁଚିନ୍ନାଉରୁ ଗାଁରେ ନିର୍ବାଚନ ହେଉଛି। ଏସବୁ ଗାଁ ଆନ୍ଧ୍ରର ଆରକୁ ସଂସଦୀୟ କ୍ଷେତ୍ର ଓ ସାଲେରୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଯାଉଛି। ଏସବୁ ଗାଁରେ ୨୦୦୬ ଓ ୧୩ରେ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୪ ଓ ୧୯ରେ ସାଧାରଣ ନିର୍ବାଚନ ବେଳେ ଭୋଟ୍ ଗ୍ରହଣ କରାଯାଇଛି।
ଆନ୍ଧ୍ରର ଏହି ଯୁକ୍ତିକୁ କାଉଣ୍ଟର କରିବାକୁ ଓଡ଼ିଶା ରଣନୀତି ପ୍ରସ୍ତୁତ କରିଥିଲା। ମିଳିଥିବା ସୂଚନା ଅନୁସାରେ ୨୦୧୧ ଜନଗଣନା, ୨୦୧୪ ଓ ୧୯ରେ ନିର୍ବାଚନ ତଥ୍ୟ, ଓଡ଼ିଶା ପକ୍ଷରୁ କୋଟିଆରେ କରାଯାଇଥିବା ବିକାଶମୂଳକ କାମ ସଂପର୍କିତ ତଥ୍ୟ ଓଡ଼ିଶା ସରକାର ରଖିଥିଲେ। ଆନ୍ଧ୍ର ପ୍ରଦେଶ ଗଠନ ହେବା ପୂର୍ବରୁ ୧୯୩୬ରେ ଓଡିଶା ପ୍ରଦେଶ ଗଠନ ହୋଇଥିଲା ସେଇଦିନଠୁ କୋଟିଆ ଓଡ଼ିଶାର ବୋଲି ରାଜ୍ୟ ସରକାର ମଧ୍ୟ ତଥ୍ୟ ରଖିଥିଲେ। ଏସବୁ ତଥ୍ୟ କୋର୍ଟରେ ଉପସ୍ଥାପନା କରିବା ପରେ ପ୍ରତି ଜବାବ ଲାଗି ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ସୁପ୍ରିମ୍କୋର୍ଟ ଦେଇଛନ୍ତି।
https://www.youtube.com/watch?v=dvWushyV2CI
]]>ବିଜେପିର ଟିମ୍ ଘଟଣାସ୍ଥଳକୁ ଯାଇ ସ୍ଥିତି ପରଖିଛନ୍ତି। ସେଠୁ ଓଡ଼ିଶାର କାର୍ଯ୍ୟାଳୟ ଅଛି କିନ୍ତୁ ଅଧିକାରୀ ନାହାନ୍ତି। ତେବେ ଆନ୍ଧ୍ରର ଅଫିସ୍ ନଥାଇ ବି ସେଠି ଅଧିକାରୀଙ୍କୁ ନିଯୁକ୍ତି କରାଯାଇଛିା ଆନ୍ଧ୍ରର ଭତ୍ତା, ପେନସନ୍ ଓ ସମସ୍ତ ସରକାରୀ ସୁବିଧା ସୁଯୋଗ ପହଞ୍ଚାଯାଉଛି। ଯାହା ଫଳରେ ଲୋକେ ପଡ଼ୋଶୀ ରାଜ୍ୟ ପ୍ରତି ଆକର୍ଷିତ ହେଉଥିବା ପ୍ରଦୀପ୍ତ କହିଛନ୍ତି।
ଏହାର ସମାଧାନ ପାଇଁ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଖାଲି ସେତିକି ନୁହେଁ, ମୁଖ୍ୟତଃ ଏହି ଅଞ୍ଚଳକୁ ଗମନାଗମନ ପାଇଁ ସୀମାବର୍ତ୍ତୀ ଅଞ୍ଚଳକୁ ବସ୍ ଦେବା ଜରୁରୀ ବୋଲି ସେ କହିଛନ୍ତି।
ସୀମାନ୍ତ ଅଞ୍ଚଳବାସୀ ଆଜି ପର୍ଯ୍ୟନ୍ତ ଓଡ଼ିଆ ଭାଷାକୁ ବୁଝିପାରୁନାହାନ୍ତି। ସରକାର ପ୍ରୟାସ ବି କଲେ ନାହିଁ। ଯଦି ସେଠାରେ ''ବହୁ ଭାଷା'' କହିପାରୁଥିବା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଆନ୍ତା, ତାହା ହେଲେ ଭଲ ହୁଅନ୍ତା। ସେଠାରେ ସ୍କୁଲ ଅଛି, ଅଫିସ୍ ବି ଅଛି କିନ୍ତୁ ଅଫିସର୍ ନାହାନ୍ତି। କିନ୍ତୁ ଆନ୍ଧ୍ରପ୍ରଦେଶର ଅଫିସ୍ ନାହିଁ କିନ୍ତୁ ସେଠାରେ ଅଫିସର୍ ଅଛନ୍ତି। ସେଠାକାର ଲୋକେ ଆନ୍ଧ୍ର ଠାରୁ ସୁବିଧା ସୁଯୋଗ ପାଉଥିବାରୁ ସେମାନେ ଆନ୍ଧ୍ର ମୁହା ହେଉଛନ୍ତି।
-ପ୍ରଦୀପ୍ତ ନାୟକ, ବିରୋଧୀ ଦଳ ନେତା
ଓଡ଼ିଶା ଭିତରେ ଆନ୍ଧ୍ର ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୀତି ତେଜିଛି। ଗତ ଫେବୃଆରୀ ୧୩ରେ ଓଡ଼ିଶା ସୀମାନ୍ତରେ ଆନ୍ଧ୍ର ପକ୍ଷରୁ ନିର୍ବାଚନ ହୋଇଥିଲା। କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। କୋର୍ଟ ଅବମାନନା ନେଇ ରାଜ୍ୟ ସରକାର ମାମଲା ରୁଜୁ କରିଛନ୍ତି।
କୋଟିଆ ଯେ, ଓଡ଼ିଶାର ଅବିଛେଦ୍ୟ ଅଙ୍ଗ ତାହାର ରାଜ୍ୟ ସରକାର ପ୍ରମାଣ ଦେବେ। ଏଥିପାଇଁ ରାଜସ୍ୱଠୁ ଆଇନ ବିଭାଗ, ଲିଗାଲ ଟିମ୍କୁ ଜିଲ୍ଲାପାଳଙ୍କ ଯାଏଁ ଘନଘନ ବୈଠକ ଚାଲିଛି। ଆଜି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ସମସ୍ତେ ଏକାଠି ହୋଇ ରଣନୀତି ତିଆରି କରିଛନ୍ତି। ୧୯୬୮ରୁ ଯାହା କିଛି ସରକାରୀ ନଥିପତ୍ର ଅଛି, ସେସବୁକୁ କୋରାପୁଟ ଜିଲ୍ଲା ପ୍ରଶାସନ ଠୁଳ କରିଛି। କୋଟିଆ ପଞ୍ଚାୟତ ଏବଂ ଉପଜିଲ୍ଲାପାଳଙ୍କ ଅଫିସରେ ଥିବା ରେକର୍ଡ ରୁମ୍ରୁ ପୁରୁଣା ଦସ୍ତାବିଜ୍ ବାହାର କରାଯାଇଛି।
୧୯୩୬ରେ ଭାଷା ଭିତ୍ତିକ ରାଜ୍ୟ ଭାବେ ଗଠନ ହେବା ପରଠୁ ଓଡ଼ିଶା ମାନଚିତ୍ରରେ କୋଟିଆ ରହିଆସିଛି। କିନ୍ତୁ ୧୯୫୩ରେ ପ୍ରତିଷ୍ଠା ହୋଇଥିବା ଆନ୍ଧ୍ର, କୋଟିଆ ଲାଳସାରେ ପଡ଼ି ଏହାକୁ ନିଜ କବ୍ଜାକୁ ନେବାକୁ ଚକ୍ରାନ୍ତ କରୁଛି। ୧୯୬୮ରେ ଏହି ବିବାଦୀୟ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ୨୦୦୬ରେ ସର୍ବୋଚ୍ଚ କୋର୍ଟ ସ୍ଥିତାବସ୍ଥା ଜାରି କରିଥିଲେ। ଏବେ ୧୫ ବର୍ଷ ପରେ ଓଡ଼ିଶା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଆସନ୍ତା ଶୁକ୍ରବାର ମାମଲାର ଶୁଣାଣି ହେବ।
https://www.youtube.com/watch?v=8lzSwXu78jI
]]>ସେହିପରି କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ହେଉଥିବା ପଞ୍ଚାୟତ ନିର୍ବାଚନକୁ ନେଇ ହାଇକୋର୍ଟରେ ମାମଲା ହୋଇଛି। ଭାରତୀୟ ବିକାଶ ପରିଷଦ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛି। ସୀମା ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏଥିରେ ନିବେଦନ କରାଯାଇଛି। ଆନ୍ଧ୍ର କରୁଥିବା ନିର୍ବାଚନ ବନ୍ଦ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ବିକାଶ ପରିଷଦ ଆବେଦନ କରିଛି। ଏଥିରେ ଗୃହ ଓ ରାଜସ୍ୱ ସଚିବ ତଥା ତିନି ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।
ବରିଷ୍ଠ ଆଇନ୍ଜୀବୀ ଗୋପାଳ ପ୍ରସାଦ ଜେନାଙ୍କ କହିବାନୁସାରେ ୧୯୩୬ରେ ଓଡ଼ିଶା ସରକାର ଗଠନ କରାଗଲା, ସେତେବେଳେ ଜାଗା ବି ଚିହ୍ନଟ (ଡିମାର୍କେସନ୍) ହୋଇଥିଲା। ୧୯୫୫ରେ ଯେତେବେଳେ ଆନ୍ଧ୍ର ପ୍ରଦେଶ ଗଠନ କରାଗଲା, ସେତେବେଳେ ବି ଏହାର ପରିସୀମା ଚିହ୍ନଟ ହୋଇଥିଲା। ୧୯୬୮ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବି ଡିମାର୍କେସନ୍ (ସୀମା ଚିହ୍ନଟ) ହୋଇଥିଲା। ତଥାପି ଆନ୍ଧ୍ର ମାଡ଼ିଆସୁଛି। ଓଡ଼ିଶା ସରକାର କରୁଛି କଣ? ଯେଉଁ ସମ୍ପତ୍ତି ଉପରେ ଆନ୍ଧ୍ର ମାଡ଼ି ଆସିଛି, ତାକୁ ତୁରନ୍ତ ସୁରକ୍ଷା ଦିଆଯାଉ ଓ ନିର୍ବାଚନକୁ ବନ୍ଦ କରାଇବା ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି କୋର୍ଟରେ ଜଣାଇଛୁ।
]]>ସଂପୃକ୍ତ ଅଞ୍ଚଳରେ ବିବାଦ ରହିଛି। ଏଇ ମାମଲା ସୁପ୍ରିମକୋର୍ଟ ବି ଯାଇଛି। ସୁପ୍ରିମକୋର୍ଟ ସେ ସଂପର୍କରେ ସ୍ଥିତାବସ୍ଥା ଜାରି କରିଛନ୍ତି। ସେଠାରେ ଆନ୍ଧ୍ର ପକ୍ଷରୁ ଏବେ ନୁହେଁ, ପୂର୍ବରୁ ବି ନିର୍ବାଚନ ହେଉଛି। ସୁପ୍ରିମକୋର୍ଟକୁ ମାମଲା ଯିବା ବେଳକୁ ସେଠାରେ ନିର୍ବାଚନ କରୁଥିଲୁ। ସୁପ୍ରିମକୋର୍ଟ ସ୍ଥିତାବସ୍ଥା ଜାରି କରିଥିବାରୁ ନିର୍ବାଚନ ହୋଇପାରିବ। ଓଡ଼ିଶା ସରକାର ଆନ୍ଧ୍ରର ଅଧିକାର ଛଡ଼ାଇବାକୁ ଚେଷ୍ଟା କରୁଛି। ଏହି ପ୍ରସଙ୍ଗରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବସାଇ ଆନ୍ଧ୍ର ରାଜ୍ୟପାଳ ଆଲୋଚନା କରନ୍ତୁ। ଉଭୟ ମୁଖ୍ୟମନ୍ତ୍ରୀ ଏକାଠି ବସି ମାମଲାର ସମାଧାନ କରିବା ଉଚିତ। ସେଠାକାର ଅଧିବାସୀ ବହୁତ ଭାଗ୍ୟବାନ। ସେମାନେ ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ପକ୍ଷରୁ ସୁବିଧା ପାଉଛନ୍ତି।
-ରାଜାନ୍ନା ଦୋରା, ଆନ୍ଧ୍ରପ୍ରଦେଶ ସାଲୁର ବିଧାୟକ (OTVକୁ ଦେଇଥିବା ପ୍ରତିକ୍ରିୟା)
ଆନ୍ଧ୍ର ସବୁ ଦେଉଛି। ପାଣି ସୁବିଧା ବି ଆନ୍ଧ୍ର କରିଦେଇଛି। ରାସନ ବାବଦ ୩୦ କେଜି ଚାଉଳ ଦିଆଯାଉଛି। ସ୍କୁଲରେ ପିଲାମାନେ ପାଠ ପଢିବା ପାଇଁ ଆନ୍ଧ୍ର ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି। ଆମେ ଆନ୍ଧ୍ରକୁ ଭୋଟ୍ ଦେଲେ କିଛି ଅସୁବିଧା ନାହିଁ।
-ଜୁମଡାଙ୍ଗ ବାସିନ୍ଦା
ସେପଟେ କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ଭିତରେ ବିବାଦ ଦେଖାଦେଇଛି। ଆନ୍ଧ୍ର ସରକାର ଏଠାକାର ୩ଟି ଗାଁରେ ନିର୍ବାଚନ କରାଉଥିବା ନେଇ ବିରୋଧ କରାଯାଉଛି। କୋଟିଆରେ ଆନ୍ଧ୍ର ସରକାର କରୁଥିବା ପଞ୍ଚାୟତ ନିର୍ବାଚନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଛି ଭାରତୀୟ ବିକାଶ ପରିଷଦ ସଂଗଠନ। ଏକ ଜନସ୍ୱାର୍ଥ ମାମଲା ଦାୟର କରି ସୀମାକୁ ରାଜ୍ୟ ସରକାର ତୁରନ୍ତ ସୁରକ୍ଷା ଦିଅନ୍ତୁ ବୋଲି ନିବେଦନ କରିଛି। ସେହିଭଳି ଆନ୍ଧ୍ର ସରକାର ତୁରନ୍ତ ନିର୍ବାଚନ ବନ୍ଦ କରିବାକୁ ଦାବି କରିଛି। ସେପଟେ ଆନ୍ଧ୍ର ସରକାର କୋଟିଆରେ ନୂଆ ନିର୍ବାଚନ କରୁ ନାହାନ୍ତି ବରଂ ୧୯୫୩ରେ ରାଜ୍ୟ ଗଠନ ପରଠୁ ଏ ପ୍ରକ୍ରିୟା ଚାଲି ଆସୁଛି ଏବଂ ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ନିର୍ଦ୍ଦେଶ ଥିବାରୁ ନିର୍ବାଚନ ବନ୍ଦ ହେବନି ବୋଲି ଓଟିଭିକୁ କହିଛନ୍ତିି ଆନ୍ଧ୍ରର ସାଲୁର ବିଧାୟକ।
କୋରାପୁଟ କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦର, ପଟୁ ସିନେରୀ ଓ ଫଗୁଣ ସିନେରୀ ଭଳି ୩ଟି ଗାଁକୁ ନିଜ କବଜାକୁ ନେଇ ପଞ୍ଚାୟତ ନିର୍ବାଚନ କରାଉଛି ଆନ୍ଧ୍ର। ଏହାରି ଭିତରେ ୨ଟି ପଞ୍ଚାୟତରେ ନିର୍ବାଚନ ସରିଥିବା ବେଳେ ଆସନ୍ତା ୧୩ରେ ଆଉ ଗୋଟିଏ ପଞ୍ଚାୟତରେ ଭୋଟ୍ କରାଇବାକୁ ଯାଉଛି ଆନ୍ଧ୍ର।
]]>
କୋଟିଆରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ହେଉଥିବା ପଞ୍ଚାୟତ ନିର୍ବାଚନକୁ ନେଇ ହାଇକୋର୍ଟରେ ମାମଲା ହୋଇଛି। ଭାରତୀୟ ବିକାଶ ପରିଷଦ ଏନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଛି। ସୀମା ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ଲାଗି ଏଥିରେ ନିବେଦନ କରାଯାଇଛି। ଆନ୍ଧ୍ର କରୁଥିବା ନିର୍ବାଚନ ବନ୍ଦ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବା ପାଇଁ ବିକାଶ ପରିଷଦ ଆବେଦନ କରିଛି। ଏଥିରେ ଗୃହ ଓ ରାଜସ୍ୱ ସଚିବ ତଥା ତିନି ଜିଲ୍ଲାପାଳଙ୍କୁ ପକ୍ଷଭୁକ୍ତ କରାଯାଇଛି।
୧୯୩୬ରେ ଓଡ଼ିଶା ସରକାର ଗଠନ କରାଗଲା, ସେତେବେଳେ ଜାଗା ବି ଚିହ୍ନଟ (ଡିମାର୍କେସନ୍) ହୋଇଥିଲା। ୧୯୫୫ରେ ଯେତେବେଳେ ଆନ୍ଧ୍ର ପ୍ରଦେଶ ଗଠନ କରାଗଲା, ସେତେବେଳେ ବି ଏହାର ପରିସୀମା ଚିହ୍ନଟ ହୋଇଥିଲା। ୧୯୬୮ ମସିହାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବି ଡିମାର୍କେସନ୍ (ସୀମା ଚିହ୍ନଟ) ହୋଇଥିଲା। ତଥାପି ଆନ୍ଧ୍ର ମାଡ଼ିଆସୁଛି। ଓଡ଼ିଶା ସରକାର କରୁଛି କଣ? ଯେଉଁ ସମ୍ପତ୍ତି ଉପରେ ଆନ୍ଧ୍ର ମାଡ଼ି ଆସିଛି, ତାକୁ ତୁରନ୍ତ ସୁରକ୍ଷା ଦିଆଯାଉ ଓ ନିର୍ବାଚନକୁ ବନ୍ଦ କରାଇବା ପାଇଁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି କୋର୍ଟରେ ଜଣାଇଛୁ।
-ଗୋପାଳ ପ୍ରସାଦ ଜେନା, ବରିଷ୍ଠ ଆଇନ୍ଜୀବୀ
ସେପଟେ ଆନ୍ଧ୍ର ସୀମାନ୍ତ ଓଡ଼ିଶାର କୋଟିଆରେ ରାଜ୍ୟ ବିଜେପିର ଟିମ୍ ପହଞ୍ଚିଛି। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ଓ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର କୋଟିଆରେ ଯାଇ ପହଞ୍ଚିଛନ୍ତି। କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ ନେଇ ଦଳ ଅନୁଧ୍ୟାନ କରିବ। ପ୍ରତିନିଧି ଦଳ ଆଜି କୋଟିଆରେ ସ୍ଥାନୀୟ ଲୋକଙ୍କ ସହ ମିଶିବେ। ସୀମା ସମସ୍ୟା ସମାଧାନ ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଦିଆଯିବ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି।
]]>ସଂପୃକ୍ତ ଅଞ୍ଚଳରେ ବିବାଦ ରହିଛି। ଏଇ ମାମଲା ସୁପ୍ରିମକୋର୍ଟ ବି ଯାଇଛି। ସୁପ୍ରିମକୋର୍ଟ ସେ ସଂପର୍କରେ ସ୍ଥିତାବସ୍ଥା ଜାରି କରିଛନ୍ତି। ସେଠାରେ ଆନ୍ଧ୍ର ପକ୍ଷରୁ ଏବେ ନୁହେଁ, ପୂର୍ବରୁ ବି ନିର୍ବାଚନ ହେଉଛି। ସୁପ୍ରିମକୋର୍ଟକୁ ମାମଲା ଯିବା ବେଳକୁ ସେଠାରେ ନିର୍ବାଚନ କରୁଥିଲୁ। ସୁପ୍ରିମକୋର୍ଟ ସ୍ଥିତାବସ୍ଥା ଜାରି କରିଥିବାରୁ ନିର୍ବାଚନ ହୋଇପାରିବ। ଓଡ଼ିଶା ସରକାର ଆନ୍ଧ୍ରର ଅଧିକାର ଛଡ଼ାଇବାକୁ ଚେଷ୍ଟା କରୁଛି। ଏହି ପ୍ରସଙ୍ଗରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବସାଇ ଆନ୍ଧ୍ର ରାଜ୍ୟପାଳ ଆଲୋଚନା କରନ୍ତୁ। ଉଭୟ ମୁଖ୍ୟମନ୍ତ୍ରୀ ଏକାଠି ବସି ମାମଲାର ସମାଧାନ କରିବା ଉଚିତ। ସେଠାକାର ଅଧିବାସୀ ବହୁତ ଭାଗ୍ୟବାନ। ସେମାନେ ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ପକ୍ଷରୁ ସୁବିଧା ପାଉଛନ୍ତି।
-ରାଜାନ୍ନା ଦୋରା, ଆନ୍ଧ୍ରପ୍ରଦେଶ ସାଲୁର ବିଧାୟକ (OTVକୁ ଦେଇଥିବା ପ୍ରତିକ୍ରିୟା)
ଏଠାରେ ଥିବା ପାହାଡ଼କୁ ସ୍ଥାନୀୟ ଲୋକେ ସୁନା ପାହାଡ଼ ବୋଲି କହନ୍ତି। ଅର୍ଥାତ ବହୁମୂଲ୍ୟ ପଥରା ବୈଦୁର୍ଯ୍ୟ ସାଙ୍ଗକୁ କ୍ୟାଟ୍ସ-ଆଇ ଭଳି ମୂଲ୍ୟବାନ ରତ୍ନପଥର ଭରି ରହିଛି। ଏପରିକି ସୁନା, ରୁପା ଭଳି ମୂଲ୍ୟବାନ ଧାତୁ ଥିବା ବି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି। କୋଟିଆ ସମେତ ରାଲେଗାଡ଼ା, ନୂଆଗାଁ ଆଦି ଅଞ୍ଚଳରେ ୮ରୁ ୧୦ ପ୍ରକାରର ମୂଲ୍ୟବାନ ଖଣିଜ ସମ୍ପଦ ଥିବା ଲୋକେ କହିଛନ୍ତି। ସେସବୁକୁ ଲୁଟିବା ପାଇଁ ଆନ୍ଧ୍ର ଏଭଳି ମସୁଧା ଚଳାଇଥିବା ଅଭିଯୋଗ ହେଉଛି।
ଏଇ ଜାଗାର ମାଟି ତଳେ ସୁନା, ରୂପା, ହୀରା ଓ ବକ୍ସାଇଟ୍ ସମେତ ଅନେକ ଖଣିଜ ସମ୍ପଦ ରହିଛି। ଏହି ଖଣିଜ ସମ୍ପଦ ଉପରେ ଆନ୍ଧ୍ରର ଦୃଷ୍ଟି ରହିଛି।
-ରାଜେଶ କୁମାର ହନ୍ତାଳ, କୋଟିଆ ପଞ୍ଚାୟତ ବାସିନ୍ଦା
ଆନ୍ଧ୍ର କହିଛି ଯେ, ତୁମେ ଆମକୁ ଜାଗା ଦେଲେ ଆମେ ତୁମକୁ ଚାକିରି ଦେବୁ। ସେଥିପାଇଁ ତାଙ୍କର କୋଟିଆ ଉପରେ ଦୃଷ୍ଟି ପଡ଼ିଛି।
-ସୁନୀଲ କୁମାର ଖରା, ପୂର୍ବତନ ସରପଞ୍ଚ, ନୂଆଗାଁ
କୋଟିଆବାସୀ ଆନ୍ଧ୍ର ଆଡ଼କୁ ଢଳିବାର ଅନ୍ୟତମ କାରଣ ହେଉଛି, ଏଠାକାର ବିକାଶ ପାଇଁ ଓଡ଼ିଶା ସରକାରଙ୍କ ରାଜନୈତିକ ଇଛାଶକ୍ତିର ଅଭାବ। ପ୍ରାଚୁର୍ଯ୍ୟଭରା କୋଟିଆ ଗ୍ରାମପୁଞ୍ଜର ଖଣିଜ ସମ୍ପଦକୁ ଓଡ଼ିଶା ସରକାର ନା ବିନିଯୋଗ କରୁଛନ୍ତି ନା ସାମାଜିକ ବିକାଶ କ୍ଷେତ୍ରରେ ଉଦ୍ୟମ କରୁଛନ୍ତି। କେବଳ ନିର୍ବାଚନ ଆସିଲେ ମନେପଡେ ଏହି ବଣପାହାଡ଼ ଘେରା ମଣିଷଙ୍କ କଥା। ଖାଲି ଯେ କୋଟିଆ ତାନୁହେଁ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଖଣିଜ ସମ୍ପଦ ଭରପୂର ଥିଲେ ବି ସଠିକ୍ ବିନିଯୋଗ କ୍ଷେତ୍ରରେ କୌଣସି ପଦକ୍ଷେପ ନିଆଯାଉନଥିବା କଂଗ୍ରେସ ଓ ବିଜେପି ଅଭିଯୋଗ କରିଛନ୍ତି। ସେପଟେ ଖଣି ଉପନିର୍ଦ୍ଦେଶକ କହିଛନ୍ତି, ସେଭଳି କିଛି ଖଣିଜ ସମ୍ପଦ ଯଦି ଥାଏ, ତେବେ ଅନୁଧ୍ୟାନ କରି ପଦପେକ୍ଷ ନିଆଯିବ।
ଏହି ଅଞ୍ଚଳରୁ କୋଟି କୋଟି ଟଙ୍କାର କ୍ୟାଟ୍ସ-ଆଇ ବାହାରି ଅନ୍ୟ ରାଜ୍ୟକୁ ଚାଲାଣ ହୋଇଛି। କିନ୍ତୁ ଏଠାକାର ସରକାର ନିଜ ସ୍ତରରେ କ୍ୟାଟ୍ସ-ଆଇ ଉତ୍ତୋଳନ କରିପାରିନାହାନ୍ତି। କୋଟିଆ ସହ ଏଇ ଖଣିଜ ସମ୍ପଦକୁ ଓଡିଶା ସରକାର ସୁରକ୍ଷା ଦେବା ପାଇଁ ନିବେଦନ କରୁଛୁ।
-ପ୍ରଦୀପ ମାଝୀ, ପୂର୍ବତନ ସାଂସଦ
କୋଟିଆ ପଞ୍ଚାୟତ ଭିତରେ ଓଡ଼ିଶାର ଉଚ୍ଚତମ ପର୍ବତମାଳା ଦେଓମାଳୀ। ମୋ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଏଠାରେ ପ୍ରକଳ୍ପ ନେଇ ଶୁଭ ଦେଇଥିଲେ। ଏହି ସ୍ଥାନକୁ ପର୍ଯ୍ୟଟନସ୍ଥଳୀ କରାଗଲେ ଲୋକଙ୍କ ସମାଗମ ହେବା ସହ ନିଯୁକ୍ତି ସୃଷ୍ଟି କରାଯାଇପାରିବେ। କିନ୍ତୁ ଏଦିଗରେ ସରକାରଙ୍କ ଆଦୌ ଇଚ୍ଛାଶକ୍ତି ନାହିଁ।
-ଜୟରାମ ପାଙ୍ଗୀ, ବିଜେପି ନେତା
କୋଟିଆରେ ସେଭଳି କିଛି ଅମୂଲ୍ୟ ସମ୍ପଦ ଥିବା ମୁଁ ଜାଣିନାହିଁ। ତେବେ ସେଠାରେ କଣ ଅଛି ଅନୁଧ୍ୟାନ କଲା ପରେ ହିଁ ଜଣାପଡ଼ିବ।
-ପ୍ରଦୀପ କୁମାର ନାୟକ, ଖଣି ଉପନିର୍ଦ୍ଦେଶକ, କୋରାପୁଟ
https://www.youtube.com/watch?v=klr0w-9mKvk
]]>ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଥିବା ନୋଟିଫିକେସନରେ ଏ ତିନି ଗାଁର ନାଁ ବଦଳାଇ ଦେଇଛି। ସାଲୁର ବ୍ଲକରେ ସାମିଲ କରିଥିବା ଏହି ୩ଟି ଗାଁକୁ ଗଞ୍ଜାଇବାଦରା, ପଟ୍ଟୁଚେନ୍ନୁରୁ ଓ ପଗୁଲୁଚେନ୍ନୁରୁ ପଞ୍ଚାୟତ ଭାବେ ନାମକରଣ କରି ଏଠି ନିର୍ବାଚନ ପ୍ରକ୍ରିୟା ଚଳାଇଛି। ଏମିତିକି ଏ ତିନି ଗାଁରେ ଭୋଟ୍ ଲାଗି ନୋମିନେସନ୍ ବି କିଛି ଆଶାୟୀ ପ୍ରାର୍ଥୀ ଦାଖଲ କରିଛନ୍ତି।
ଆସନ୍ତା ୧୩ ଓ ୧୭ରେ ନିର୍ବାଚନ ହେବାର ଅଛି। ଏହି ୩ ଗାଁ (ତଳଗଂଜେଇପଦର, ପଟୁ ସିନେରୀ, ଫଗୁଣ ସିନେରୀ) ଓଡ଼ିଶାର କୋଟିଆ ଗ୍ରାମପଞ୍ଚାୟତ ଅଧିନରେ ଯାଉଛି। କିନ୍ତୁ ଆନ୍ଧ୍ରପ୍ରଦେଶ ଏହି ୩ ଗାଁକୁ ନିଜ ନିର୍ବାଚନରେ ଯୋଡ଼ିଛି।
-କାମେଶ ଗେମେଲ, ପୂର୍ବତନ ସରପଞ୍ଚ, କୋଟିଆ
୨ତାରିଖରୁ ୪ ତାରିଖ ପର୍ଯ୍ୟନ୍ତ ନୋମିନେସନ ଦାଖଲ କରାଯିବ। ଗଂଜେଇବାଦରା, ପଟୁଚେନୁରୁ, ପଗୁଲୁଚେନୁରୁରେ ମଧ୍ୟ ନିର୍ବାଚନ ହେବ। ଏପର୍ଯ୍ୟନ୍ତ କେହିବି ନୋମିନେସନ ଦାଖଲ କରିନାହାନ୍ତି।
-ଏମ୍. ନାଗେଶ୍ୱର ରାଓ, ରିଟର୍ଣ୍ଣିଂ ଅଫିସର, କୁରୁକୁଟ୍ଟି
ଆନ୍ଧ୍ର-ଓଡ଼ିଶା ସୀମା ବିବାଦ, ବିଶେଷକରି କୋଟିଆ କାହାର, ତାହା ଏବେ ବି ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି। ହେଲେ ଏପଟେ କିନ୍ତୁ ଆନ୍ଧ୍ରର ଏ ମନମାନୀ ଓ ଦାଦାଗିରିକୁ ନେଇ କୋରାପୁଟ ଜିଲ୍ଲା ପ୍ରଶାସନ ନିକଟରେ ଖବର ନାହିଁ।
ଆନ୍ଦ୍ର ସରକାର ଓଡ଼ିଶାର ଅଧିନରେ ଥିବା କୋଟିଆ ଉପରେ ଯେଉଁ ନିର୍ବାଚନ କରୁଛନ୍ତି, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଆନ୍ଧ୍ର ଯଦି କୋଟିଆରେ ନିର୍ବାଚନ କରିବ, ଏହାଠୁ ନିନ୍ଦନୀୟ ଘଟଣା ଆଉ କିଛି ନାହିଁ।
-ତାରାପ୍ରସାଦ ବାହିନୀପତି, ବିଧାୟକ, ଜୟପୁର
ଆନ୍ଧ୍ର ତରଫରୁ ସରପଞ୍ଚ, ୱାର୍ଡମେମ୍ବର ଓ ଜିଲ୍ଲା ପରିଷଦ ମନୋନୀତ କରାଯାଇଥିଲା କିନ୍ତୁ ଏବର୍ଷ ସେହିଠାରେ ବୁଥ୍ ପୋଲିଂ ଓ ନୋମିମେସନ୍ ପ୍ରକ୍ରିୟା ଆନ୍ଧ୍ର ଆରମ୍ଭ କରିଦେଲାଣି।
-ଜୟରାମ ପାଙ୍ଗୀ, ବିଜେପି ନେତା
କୋଟିଆ ଆନ୍ଧ୍ରର ବୋଲି ଯେଉଁ ଡିଣ୍ଡିମ ପିଟୁଛି, ତାହା ଅବାସ୍ତବ। ଯେଉଁଠି ନିର୍ବାଚନ କରୁଛନ୍ତି, ସେଠି ସରପଞ୍ଚ ଅଫିସ୍ ପାଇଁ ଟିଣ ଘରଟିଏ ନାହିଁ। ୧୫୦ କୋଟିର ପ୍ରକଳ୍ପ ଘୋଷଣା କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଏଠି ବାସ୍ତବ ରୂପ ଦେଇଛନ୍ତି।
-ପ୍ରୀତମ୍ ପାଢ଼ିି, ବିଧାୟକ, ପଟାଙ୍ଗି
କୋରାପୁଟର ସୁଦୂର ଆଦିବାସୀ ଇଲାକା କୋଟିଆରେ ପ୍ରଶାସନିକ ଦୃଷ୍ଟି ପଡୁନଥିବା ନେଇ ବାରମ୍ବାର ଅଭିଯୋଗ ପରେ ଏବେ ସେଠାରେ କିଛି ଠୋସ୍ ଉନ୍ନୟନମୂଳକ କାର୍ଯ୍ୟ ରାଜ୍ୟ ସରକାର କରିଛନ୍ତି। ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟନ କରିବାକୁ ଯାଉଥିବା ବେଳେ ତା ପୂର୍ବରୁ ତିନି ଗାଁକୁ କବଜାକୁ ନେଇ ଆନ୍ଧ୍ର ଚ୍ୟାଲେଞ୍ଜ୍ ଦେଇଛି।
https://twitter.com/otvkhabar/status/1356983932894343172?s=20
ତେବେ ପୂର୍ବରୁ ସୀମାକୁ ନେଇ ରାଜନୀତି ବି ସରଗରମ ହୋଇଥିଲା। ଫେବୃଆରୀ ୨୪ ତାରିଖରେ ଓଡ଼ିଶା ସହ ସୀମା ବିବାଦ ପ୍ରସଙ୍ଗ ନେଇ ବିଧାନସଭାରେ ଆଲୋଚନା ହୋଇଥିଲା। ଏ ସମ୍ପର୍କୀତ ଏକ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ। କୋଟିଆ ସମେତ ସୀମାବର୍ତ୍ତୀ ଅଞ୍ଚଳରେ ମୌଳିକ ସୁବିଧା ଯୋଗାଇବାରେ ସରକାର ବିଫଳ ହୋଇଛନ୍ତି ବୋଲି ଅଭିଯୋଗ କରଥିଲେ ବିରୋଧୀ। ସେପେଟେ ମୁଲତବୀ ଆଲୋଚନା ବେଳେ ରାଜସ୍ୱମନ୍ତ୍ରୀ ଉତ୍ତର ମଧ୍ୟ ରଖିଥିଲେ। ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶାର ୧୪ଟି ଜିଲ୍ଲାର ସୀମା ପଡୋଶୀ ରାଜ୍ୟକୁ ଲାଗି ଥିବା ବେଳେ ୭ଟି ଜିଲ୍ଲାରେ ସୀମା ବିବାଦ ଲାଗି ରହିଛି।
ଏହି ସବୁ ଜିଲ୍ଲାଗୁଡ଼ିକ ହେଉଛି କୋରାପୁଟ, ଗଞ୍ଜାମ, ଗଜପତି, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର ଓ ନୂଆପଡ଼ା। କୋରାପୁଟ ଜିଲ୍ଲାର କୋଟିଆ ବିବାଦ ସମ୍ପର୍କରେ ମନ୍ତ୍ରୀ ତାଙ୍କ ଲିଖିତ ଉତ୍ତର ମଧ୍ୟ ରଖିଥିଲେ। ଏଥିରେ ଉଲ୍ଲେଖ ଅଛି ଯେ କୋଟିଆ ବିବାଦ ନେଇ ସୁପ୍ରିମକୋର୍ଟରେ ମାମଲା ରହିଛି। ଏହାସହ ଏହି ପ୍ରସଙ୍ଗରେ ଆନ୍ଧ୍ର ଜବାବର ପ୍ରତି ଜବାବ ଦାଖଲ ପାଇଁ ୪ ସପ୍ତାହ ସମୟ ମାଗିଥିଲେ ରାଜ୍ୟ ସରକାର।
ଏହାସହ ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆକୁ ନେଇ ଟଣାଓଟରା ଭିତରେ ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିବାଦର ସମାଧାନ ଉଦ୍ୟମ କରାଯାଇଛି। ୨୬ ଫେବୃଆରୀରେ ୬୦ ନମ୍ବର ଜାତୀୟ ରାଜପଥର ଅଙ୍ଗୁଆ ନିକଟରେ ଆରମ୍ଭ ମାପଚୁପ ହୋଇଥିଲା। ଚିହ୍ନଟ ହୋଇଥିବା ରେଫରେନ୍ସ ପଏଣ୍ଟରୁ ପଶ୍ଚିମ ବଙ୍ଗର କେଉଁ ଅଂଚଳ ଏବଂ ଓଡ଼ିଶାର କେତେ, ସେନେଇ ଅନୁଧ୍ୟାନ କରିଛନ୍ତି ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ। ସୀମା ନିର୍ଦ୍ଧାରଣ ନେଇ ତିଆରି ମ୍ୟାପ୍ ଅନୁସାରେ ଲାଇନ୍ କରାଯାଇଥିବା ଦେଖିବାକୁ ମିଳିଛି।
ସୀମାର ଓଡିଶା ପଟକୁ ୯ଟି ଗାଁ ଏବଂ ପଶ୍ଚିମବଙ୍ଗ ପଟକୁ ୧୩ଟି ଗାଁକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବର୍ଷ ବର୍ଷ ଧରି ବିବାଦ ଲାଗି ରହିଛି। ଦୁଇ ରାଜ୍ୟକୁ ଅଲଗା କରୁଛି ସୁବର୍ଣ୍ଣରେଖା ନଦୀ। ଜଳେଶ୍ୱର ବ୍ଳକର ମାକିଡିଆ ଓ କୁଅଁରପୁର ଗାଁରେ ବାଲି ଖାଦନକୁ ନେଇ ୨୦୧୮ରେ ହୋଇଥିଲା ବୈଠକ। ତେବେ ଏହାରି ମଧ୍ୟରେ ଆନ୍ଧ୍ରର ଲୋକେ ଯେ, ଓଡ଼ିଶାରେ ମିଶିବାକୁ ଇଚ୍ଛା କରୁଛନ୍ତି ତାହାକୁ ନେଇ ପାଙ୍ଗୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି।
]]>ଭୁବନେଶ୍ୱର: କୋଟିଆକୁ ଓଡ଼ିଶାର ଅଂଶ ସାବ୍ୟସ୍ତ ଲାଗି ପର୍ଯ୍ୟାପ୍ତ ରହିଛି। ଆଜି ସୁପ୍ରିମକୋର୍ଟଙ୍କୁ ଏହା ଜଣାଇଛନ୍ତି ରାଜ୍ୟ ସରକାର। ଅନ୍ୟପକ୍ଷରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଭୁଲ ତଥ୍ୟ ଦିଆଯାଇଥିବା ଓଡ଼ିଶା କୋର୍ଟଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛି। ସେହିପରି ପଞ୍ଚାୟତ ନିର୍ବାଚନ କରି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର କେମିତି ଅବମାନନା କରାଯାଇଛି ତାହା ସମ୍ପର୍କରେ ବି ଓଡ଼ିଶା କୋର୍ଟଙ୍କୁ ଜଣାଇଛି। ତେବେ ଆନ୍ଧ୍ରପ୍ରଦେଶ ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ଜବାବ ଦାଖଲ ଲାଗି ସୁପ୍ରିମକୋର୍ଟ, ଓଡ଼ିଶାକୁ ୪ ସପ୍ତାହ ସମୟ ଦେଇଛନ୍ତି। ଏଣେ କୋଟିଆ ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଛନ୍ତି ବିରୋଧୀ।
ସୁପ୍ରିମକୋର୍ଟରେ କୋଟିଆ ମାମଲାରେ ଶୁଣାଣି ବେଳେ ଆଜି ପକ୍ଷ ରଖିଥିଲା ଓଡ଼ିଶା। ତେବେ ଆନ୍ଧ୍ର ପକ୍ଷରୁ ଦାଖଲ ସତ୍ୟପାଠ ଉପରେ ଜବାବ ରଖିବା ଲାଗି ଓଡ଼ିଶାକୁ ୪ ସପ୍ତାହ ସମୟ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ଓଡ଼ିଶା ପକ୍ଷରୁ ମାମଲା ଲଢୁଥିବା ଆଡଭୋକେଟ୍ ଅନ୍ ରେକର୍ଡ ଶିବଶଙ୍କର ମିଶ୍ର କହିଛନ୍ତି, କୋଟିଆ ଉପରେ ଅଧିକାର ସାବ୍ୟସ୍ତ ଲାଗି ଆନ୍ଧ୍ର ମାତ୍ର ୪-୫ଟି ଫଟୋ ଦେଖାଇଛି,ମାତ୍ର ଆମ ପାଖରେ ପୁରା ଆଲବମ୍ ରହିଛି। କୋଟିଆ ଓଡ଼ିଶାର ଅଂଶ ହୋଇଥିବା ନେଇ ୧୯୩୬ ମସିହା ପରର ସବୁ ଦସ୍ତାବିଜ ରାଜ୍ୟ ସରକାରଙ୍କ ପାଖରେ ଅଛି ଓ ଏହାକୁ କୋର୍ଟରେ ଦାଖଲ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
କୋର୍ଟରେ ଓଡ଼ିଶା ପକ୍ଷରୁ ଲଢୁଥିବା ଆଇନଜୀବୀ ଶିବଶଙ୍କର ମିଶ୍ର କହିଛନ୍ତି ଯେ, ଆମ ପାଖରେ ବହୁତ ଦସ୍ତାବିଜ୍ ରହିଛି। ଆମକୁ ୪ ସପ୍ତାହ ସମୟ ଦେଇଛନ୍ତି କୋର୍ଟ ଆଉ କାଗଜପତ୍ର ଦାଖଲ କରିବା ପରେ ଶୁଣାଣି ହେବ। ୧୯୩୬ ପରର ସମସ୍ତ ରେକର୍ଡ ଆମ ପାଖରେ ଅଛି, କେବଳ ଏହା ନୁହେଁ ଅନେକ ଫଟୋ ଥିବା କଥା ମଧ୍ୟ ଶ୍ରୀ ମିଶ୍ର କହିଛନ୍ତି।
ଏପଟେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ବିଜେପି ନେତା ମୋହନ ମାଝୀ କହିଛନ୍ତି ଯେ, ସୁନ୍ଦରଗଡ଼ରେ ଯେମିତି ରାଜ୍ୟ ସରକାର ଡେରା ପକାଇଲେ, ସେମିତି ଯାଇଁ କୋଟିଆରେ ଡେରା ପକାନ୍ତୁ। ମାତ୍ର ୫ ମିନିଟ୍ରେ ସବୁ ସମସ୍ୟା ସମାଧାନ ହୋଇଯିବ। ସେପଟେ, କୋରାପୁଟର କଂଗ୍ରେସ ସାସଂଦ ସପ୍ତଗିରି ଉଲାକା କହିଛନ୍ତି ଯେ, ସ୍ଥାନୀୟ ଏମିପିଙ୍କୁ ନେଇ ମୁଖ୍ୟମନ୍ତ୍ରୀ ସେଠାକୁ ଯାଆନ୍ତୁ। ଆମେ ଯାହା ସାହାଯ୍ୟ କରିବା ଦରକାର ନିଶ୍ଟୟ କରିବୁ। ଆଉ ଏହାର ପ୍ରତିକ୍ରିୟା ରଖିଛନ୍ତି ଖୋଦ୍ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି। ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ କୋଟିଆ ପ୍ରସଙ୍ଗ କୋର୍ଟରେ ବିଚାରଧୀନ ରହିଛି। ତେଣୁ ସେ ବାବଦରେ ମୁଁ ବେଶିକିଛି କହିବି ନାହିଁ । ମୋର ବିଶ୍ୱାସ ରହିଛି ଆମେ ନ୍ୟାୟ ନିଶ୍ଚୟ ପାଇବୁ।
ସେପଟେ କୋଟିଆ ପ୍ରସଙ୍ଗ ନେଇ ପୁଣି ରାଜ୍ୟ ସରକାରଙ୍କୁ ଘେରିବାକୁ ଭୁଲିନାହାନ୍ତି ବିରୋଧୀ। ବିଜେପିର ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଟିଆ ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ସରକାରଙ୍କ ସହିତ କଥା ହୁଅନ୍ତୁ। ନିଜେ କୋଟିଆ ଯାଆନ୍ତୁ। ତା ହେଲେ ସମସ୍ୟାର ସମାଧାନ ହୋଇପାରିବ। ଆଉ ସମାନ କଥା ଦୋହରାଇଛନ୍ତି କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା। ସେପଟେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ସୁପ୍ରିମକୋର୍ଟରେ ମାମଲା ଅଛି। ଆଶା କରୁଛୁ, ଆମକୁ ନିଶ୍ଚିୟ ନ୍ୟାୟ ମିଳିବ।
କେବଳ କୋରାପୁଟ କି କୋଟିଆ ନୁହେଁ, ସୀମାବର୍ତ୍ତୀ ଅନ୍ୟ ଜିଲ୍ଲାର ଗାଁ ଉପରେ ମଧ୍ୟ ଆଖି ପକାଇଛି ଆନ୍ଧ୍ର ପ୍ରଶାସନ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ମୋଇଲଠାରେ ଆନ୍ଧ୍ର ପକ୍ଷରୁ ରାସ୍ତା ନିର୍ମାଣ କରାଯାଉଛି। ତେବେ ଗଜପତି ଜିଲ୍ଲା ପ୍ରଶାସନ ସେଠାରେ ପହଞ୍ଚି କାମ ବନ୍ଦ କରିବା ସହ ଏଥିରେ ବ୍ୟବହୃତ ସାମଗ୍ରୀ ଜବତ କରିଛି। ସେହିପରି ରାୟଗଡା ଜିଲ୍ଲାର ସାନଲୁକୁଟି ଗାଁ ନିକଟରେ ମଧ୍ୟ ଆନ୍ଧ୍ରପ୍ରଦେଶ ସରକାର ପୋଲ ତିଆରି କରୁଥିବା ଜଣାପଡିଛି। ତେବେ ବ୍ରିଜ୍ ଯେଉଁଠି ହେଉଛି ତାହା ଆନ୍ଧ୍ର ଅଞ୍ଚଳ ବୋଲି ରାୟଗଡା ତହସିଲଦାର କହିଛନ୍ତି।
https://youtu.be/8XzZIztFcBU
]]>
ଗଞ୍ଜେଇପଦର, ପାଟୁ ସିନେରି, ଫଗୁଣ ସିନେରୀ ଭଳି ଅଞ୍ଚଳ କେରାପୁଟ ଜିଲ୍ଲାରେ ଅନ୍ତର୍ଭୁକ୍ତ। ଏହାକୁ ନେଇ ୧୯୬୯ ମସିହାର ରେକର୍ଡ ପତ୍ର ଏକାଠି କରିବାକୁ କୁହାଯାଇଛି। ଏହାସହ ଆବଶ୍ୟକୀୟ କାଗଜପତ୍ରକୁ ବି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ରହିଛି। ଆସନ୍ତା ୧୯ରେ ସୁପ୍ରିମକୋର୍ଟରେ କୋଟିଆ ମାମଲାର ପରବର୍ତ୍ତି ଶୁଣାଣି ରହିଛି। ଏହାକୁ ନେଇ ସୁପ୍ରିମକୋର୍ଟ AORଙ୍କ ସହ ଆସନ୍ତା ୧୭ରେ ଭିଡିଓ କନ୍ଫରେନ୍ସିଂରେ ଆଲୋଚନା ରହିଛି। ଏଥିରେ ରାଜସ୍ୱ ବିଭାଗର ପ୍ରମୁଖ ସଚିବଙ୍କ ସହ ଆଇନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।
ପୂର୍ବ ଶୁଣାଣିରେ ସର୍ବୋଚ୍ଚ ଅଦାଲତ ମାମଲାକୁ ନେଇ ଆନ୍ଧ୍ରକୁ ଜବାବ ତଲବ କରିଛନ୍ତି ଅଦାଲତ। କୋଟିଆରେ ଆନ୍ଧ୍ର ଜବରଦସ୍ତି ଅନୁପ୍ରବେଶ କରି ଗତ ୧୩ ତାରିଖରେ ପଞ୍ଚାୟତ ନିର୍ବାଚନ କରାଇସାରିଛି। ଓଡ଼ିଶା ଆନ୍ଧ୍ର ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରି କୋର୍ଟର ଦ୍ୱାରସ୍ତ ହୋଇଛନ୍ତି।
ତେବେ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ କୋଟିଆକୁ ନେଇ ଶୁଣାଣି କରି ଆନ୍ଧ୍ରକୁ ନୋଟିସ ଜାରି କରିଛନ୍ତି କୋର୍ଟ। ମିଳିଥିବା ସୂଚନା ଅନୁସାରେ, ଓଡ଼ିଶାର ଆବେଦନ ଉପରେ ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ତେବେ ଆସନ୍ତା ଶୁକ୍ରବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି।
କୋଟିଆର ବିବାଦୀୟ ୩ଟି ଗାଁ ଓଡ଼ିଶାର ନା ଆନ୍ଧ୍ରର ତାହାକୁ ନେଇ ଥମୁନି ଚର୍ଚ୍ଚା। ପ୍ରକୃତରେ ଏ ଅଞ୍ଚଳ କାହାର? ତାକୁ ନେଇ ଗତ ୧୨ ତାରିଖରେ ସୁପ୍ରିମକୋର୍ଟ ଶୁଣାଣି କରିବାର ଦିନ ଧାର୍ଯ୍ୟ ହୋଇଥିଲା। କୋଟିଆର ୩ ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରୁଥିବାରୁ ସୁପ୍ରିମକୋର୍ଟ ଯାଇଛନ୍ତି ଓଡ଼ିଶା ସରକାର। ସୀମା ବିବାଦକୁ ନେଇ କୋର୍ଟଙ୍କ ପୂର୍ବ ରାୟକୁ ଆନ୍ଧ୍ର ମାନିନଥିବାରୁ ଓଡ଼ିଶା ଅଦାଲତ ଅବମାନନା ମାମଲା ଦାଏରକୁ ବିଚାର ପାଇଁ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ।
ମୋଟ୍ ଉପରେ କହିବାକୁ ଗଲେ, ଆସନ୍ତା ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିବାର ଦିନ ଧାର୍ଯ୍ୟ ହୋଇଛି। ଆଉ କୋର୍ଟ କେଉଁ ରାୟ ଦେବେ ତାହା ଉପରେ ନଜର ରହିଛି। ପୂର୍ବରୁ କୋଟିଆକୁ ନେଇ ଶାସକ ଓ ବିରୋଧୀ ଦଳ ମଧ୍ୟ ପରସ୍ପର ଉପରେ ଦୋଷ ଲଦାଲଦି ହେଉଥିବା ଘଟଣା ସାମ୍ମାକୁ ଆସିଛି।
]]>ତେବେ କୋଟିଆର ବିବାଦୀୟ ୩ଟି ଗାଁ ଓଡ଼ିଶାର ନା ଆନ୍ଧ୍ରର ତାହାକୁ ନେଇ ଥମୁନି ଚର୍ଚ୍ଚା। ପ୍ରକୃତରେ ଏ ଅଞ୍ଚଳ କାହାର? ତାକୁ ନେଇ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବାର ଦିନ ଧାର୍ଯ୍ୟ ହୋଇଥିଲା। କୋଟିଆର ୩ ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରୁଥିବାରୁ ସୁପ୍ରିମକୋର୍ଟ ଯାଇଛନ୍ତି ଓଡ଼ିଶା ସରକାର। ସୀମା ବିବାଦକୁ ନେଇ କୋର୍ଟଙ୍କ ପୂର୍ବ ରାୟକୁ ଆନ୍ଧ୍ର ମାନିନଥିବାରୁ ଓଡ଼ିଶା ଅଦାଲତ ଅବମାନନା ମାମଲା ଦାଏରକୁ ବିଚାର ପାଇଁ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟ।
ନିକଟରେ ଆନ୍ଧ୍ର ପ୍ରଦେଶ ସରକାର କୋଟିଆର ୩ଟି ଗାଁର ନାଁ ବଦଳାଇ ପଞ୍ଚାୟତ ନିର୍ବାଚନ କରିବା ପରେ ସୁପ୍ରିମକୋର୍ଟ ଯାଇଛି ଓଡ଼ିଶା। ସମ୍ବିଧାନର ଧାରା ୧୨୯ ଅନୁଯାୟୀ ଆନ୍ଧ୍ରପ୍ରଦେଶ ସୁପ୍ରିମକୋର୍ଟଙ୍କ ଆଦେଶକୁ ଅମାନ୍ୟ କରିଥିବା ଦର୍ଶାଇ ଅଦାଲତ ଅବମାନନା ମାମଲା ଦାଏର କରିଛନ୍ତି ଓଡ଼ିଶା ସରକାର।
]]>ଫାଟୁସିନେରୀ ଗାଁରେ ଘରକୁ ଘର ବୁଲି ଆନ୍ଧ୍ର ମାଗଣା ସ୍ବାସ୍ଥ୍ୟ ସେବା ଯୋଗାଉଛି। ସ୍ବତନ୍ତ୍ର ଲାଇଫ ସପୋର୍ଟ ଆମ୍ବୁଲାନ୍ସ ୧୦୪ରେ ଡାକ୍ତର ଓ ଅନ୍ୟ ଷ୍ଟାଫ ମିଶି ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି।
ସାଲୁର ମଣ୍ଡଳର ତୋନମ ପିଏଚସି ପକ୍ଷରୁ ଜଣେ ମେଡ଼ିକାଲ ଅଫିସର, ଫାର୍ମାସିଷ୍ଟ ଓ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଆସି ଗାଁ ଲୋକଙ୍କ ନିକଟରେ ସ୍ବାାସ୍ଥ୍ୟସେବା ପହଞ୍ଚାଉଛନ୍ତି। ପୂର୍ବରୁ କାଁ ଭାଁ ଏମାନେ ବାଇକରେ ଆସୁଥିବାବେଳେ ଏବେ ସେମାନେ କ୍ରମାଗତ ଭାବେ ମାସକୁ ଦୁଇ ଥର ଫାଟୁସିନେରୀ ଗାଁକୁ ଆସି ଘର ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିବା ସହ ମେଡିସିନ ଦେଉଛନ୍ତି। ତେବେ ଏ ନେଇ କୋରାପୁଟ ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।
ଏହାପୂର୍ବରୁ ମଧ୍ୟ ଆନ୍ଧ୍ରର ଦାଦାଗିରି ଖବର ସାମ୍ନାକୁ ଆସିଥିଲା। କୋଟିଆର ୫ଟି ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରାଇଥିଲା। ଖାଲି ଏହି ୫ଟି ଗାଁ ନୁହେଁ, କୋରାପୁଟର ପଟାଙ୍ଗି ପଞ୍ଚାୟତ ସମିତି ଅଧିନସ୍ଥ ଗଲିଗବଦରରେ ବି ଭୋଟ୍ ସଂଗ୍ରହ କରିଥିଲେ ଆନ୍ଧ୍ର ସରକାର।
ଓଡ଼ିଶା ମାଟିରେ ପଶି ଓଡ଼ିଆ ଭାବକୁ ନିଶ୍ଚିହ୍ନ କରି ଦେବାକୁ ଯେମିତି ଅଣ୍ଟା ଭିଡିଛି ଆନ୍ଧ୍ର। ଓଡ଼ିଶା ଭିତରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ତେଲୁୁଗୁ ଭାଷାରେ ଶିକ୍ଷାଦାନ ଚାଲିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା। କୋଟିଆ ପଞ୍ଚାୟତର ପାଟୁସିନେରୀ ଗାଁରେ ଏକ ଅସ୍ଥାୟୀ ଘରେ ଚାଲିଥିଲା ସ୍କୁଲ୍ । ଏଥିପାଇଁ ଆନ୍ଧ୍ରପକ୍ଷରୁ ଜଣେ ଶିକ୍ଷକ ମଧ୍ୟ ନିଯୁକ୍ତ କରାଯାଇଥିଲା। ୧୭ଜଣ ପାଠ ପଢୁଥିବା ଖବର ସାମ୍ନାକୁ ଆସିଥିଲା। ପ୍ରଥମ ଶ୍ରେଣୀରେ ୪ଜଣ, ଦ୍ୱିତୀୟ ଶ୍ରେଣୀରେ ୮ଜଣ, ତୃତୀୟ ଶ୍ରେଣୀରେ ଜଣେ, ଚତୁର୍ଥ ଶ୍ରେଣୀରେ ୪ଜଣ ଛାତ୍ରଛାତ୍ରୀ ଥିଲେ। ଏହି ଛାତ୍ରଛାତ୍ରୀମାନଙ୍କୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ‘ଆମା ଓଡି’ ଅର୍ଥାତ୍ ମା’ କୋଳ ଯୋଜନାରେ ବାର୍ଷିକ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳୁଥିବା ଜଣାପଡିଛି। ଏଥିସହ ମାଗଣାରେ ବହିପତ୍ର, ଡ୍ରେସ୍ ଓ ମଧ୍ୟାହ୍ନ ଭୋଜନ ମିଳୁଥିବା ଅଭିଭାବକମାନେ କହିଥିଲେ।
]]>
କୋଟିଆରେ ନିର୍ବାଚନ କରିବା ଲାଗି ଆନ୍ଧ୍ର ହାଇକୋର୍ଟଙ୍କ ଉଚ୍ଚସ୍ତରୀୟ ଖଣ୍ଡପୀଠ ରାୟ ଦେଇଥିଲେ। ଆଜି ନିର୍ବାଚନ କରିବା ସହ ପରବର୍ତ୍ତୀ ଆଦେଶ ଯାଏ ଗଣତି ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆନ୍ଧ୍ର ହାଇକୋର୍ଟଙ୍କ ରାୟ ପରେ ଆନ୍ଧ୍ର ସରକାର ଆଜି ନିର୍ବାଚନ କରିବାକୁ ଉଦ୍ୟମ କରିଛନ୍ତି। ଗତକାଲି ଆନ୍ଧ୍ର ହାଇକୋର୍ଟଙ୍କ ରାୟ ପରେ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆନ୍ଧ୍ରକୁ ନିର୍ବାଚନ କରାଇବାରୁ ଦୂରେଇ ରଖିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା। ନିର୍ବାଚନ କଲେ ଆନ୍ଧ୍ର ବିରୋଧରେ ଅଦାଲତା ଅବମାନନା ମାମଲା କରିବାକୁ ଓଡ଼ିଶା ସରକାର ଆବେଦନ କରିଥିଲେ।
ଅନ୍ୟପକ୍ଷେ, ଆନ୍ଧ୍ର ସରକାର ନିର୍ବାଚନ କରିବା ଲାଗି ପ୍ରସ୍ତୁତି କରିଥିବାବେଳେ ଗଡ଼ ଜଗି ରହିଛନ୍ତି ବିଜେଡି, ବିଜେପି ଏବଂ କଂଗ୍ରେସ ନେତା। କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଳ ଗଂଜେଇପଦର, ଫାଟୁସିନେରୀ ଓ ଫଗୁଣସିନେରୀର ଭୋଟରଙ୍କୁ ନେଇ ଜିଲ୍ଲା ପରିଷଦ ର୍ନିବାଚନ କରୁଥିବା ଆଶଙ୍କା କରି ଏହାର ପ୍ରତିବାଦରେ ସମସ୍ତେ ଏକାଠି ହୋଇଛନ୍ତି। ଏହି ନେତୃବୃନ୍ଦ ଫାଟୁସିନେରୀ ନିକଟ ଓଡିଶା-ଆନ୍ଧ୍ର ସୀମା ରେ ରାସ୍ତା ଅବରୋଧ କରିଛନ୍ତି। ଓଡିଶା ମାଟିର କେହି ଭୋଟରଙ୍କୁ ଆନ୍ଧ୍ରର ନିର୍ବାଚନରେ ଭାଗ ଦେବାକୁ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି।
ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ବେଆଇନ ଭାବେ ନିର୍ବାଚନ କରୁଥିବା ନେଇ କିଛି ମାସ ତଳେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କୁ ଚିଠି ଲେଖିଥିଲେ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ। ଆନ୍ଧ୍ର ଓଡ଼ିଶା ଭିତରେ ପଶି ବେଆଇନ ଭାବେ ରାୟଗଡ଼ାରେ ବିଜୟନଗରମ ଜିଲ୍ଲା ପ୍ରଶାସନ, ଗଂଜାମ ଓ ଗଜପତିରେ ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ଓ ମାଲକାନଗିରିରେ ବିଶାଖାପାଟଣା ଓ କୋରାପୁଟରେ ବିଜୟନଗରମ ଜିଲ୍ଲା ପ୍ରଶାସନ ନିର୍ବାଚନ କରିଛି ଯାହା କି ଏହା ସଂଘୀୟ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଛି। ୧୯୬୮ ମସିହାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଏହା ଉଲ୍ଲଂଘନ କରିଛି। ଏହା ସାମ୍ବିଧାନିକ ସଂକଟ ବୋଲି ଚଠିରେ ଦର୍ଶାଇଥିଲେ ବିରୋଧୀ ଦଳ ନେତା।
]]>କୋଟିଆର ତଳଗଂଜେଇପଦରକୁ ଗଂଜେଇ ଭାଦ୍ରା ନାମକରଣ କରି ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ସେହିପରି ପାଟୁଚେନୁରୁରେ ମଧ୍ୟ ନିର୍ବାଚନ ପାଇଁ ବିଜ୍ଞପ୍ତି ହୋଇଛି । ଗଂଜେଇଭାଦ୍ରା ପାଇଁ ଦୁଇ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ପୂର୍ବରୁ କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ନେଇ ଓଡ଼ିଶା ସହ ମୁହାଁମୁହିଁ ହୋଇଥିଲା । ଏମିତି କି ମାମଲା ସୁପ୍ରିମକୋର୍ଟ ଯାଇଥିଲା, ଏହାପରେ ବି ଆନ୍ଧ୍ର ମଣ୍ଡଳ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଆନ୍ଧ୍ର-ଓଡ଼ିଶା ସୀମା ବିବାଦ କୋଟିଆକୁ ନେଇ ସୁପ୍ରିମକୋର୍ଟ ଶୁଣାଣି ମଧ୍ୟ କରିଥିଲେ । ଏହି ମାମଲାର ଶୁଣାଣି କରି ଆନ୍ଧ୍ରକୁ ନୋଟିସ ମଧ୍ୟ ଜାରି କରାଯାଇଥିଲା । କୋଟିଆର ୩ ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରିଥିବାରୁ ସୁପ୍ରିମକୋର୍ଟ ଯାଇଥିଲେ ଓଡ଼ିଶା ସରକାର।
ସୂଚନାଯୋଗ୍ୟ ଫେବୃଆରୀ ୧୩ ତାରିଖରେ କୋରାପୁଟ ଜିଲ୍ଲାର ପଟୁସିନେରି ପଞ୍ଚାୟତରେ ନିର୍ବାଚନ କରିଥିଲା ଆନ୍ଧ୍ର। ଆନ୍ଧ୍ର ବିଜିୟନଗରମ ଜିଲ୍ଲା ପ୍ରଶାସନ ପଟୁସିନେରିକୁ ପଟୁଚେନୁରୁ ବୋଲି ଦର୍ଶାଇ ନିର୍ବାଚନ କରିଥିଲା ।୧୦୨୫ ଜଣ ଭୋଟରଙ୍କ ପାଇଁ ବିଜୟନଗରମ ଜିଲ୍ଲା ପ୍ରଶାସନ ବୁଥ୍ ବ୍ୟବସ୍ଥା କରାଯାଇଥିଲା । ସେହିପରି ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗରେ ଓ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକର ସୀମାନ୍ତବର୍ତ୍ତୀ ତୁମ୍ବା ପଞ୍ଚାୟତର କୁଲାଡ଼ି ଗାଁରେ ମଧ୍ୟ ସମାନ ଦିନରେ ମତଦାନ ଅନୁଷ୍ଠିତ ହୋଇଥିଲା । କେବଳ ଏତିକି ନୁହେଁ ଆନ୍ଧ୍ର ରାୟଗଡ଼ ବ୍ଲକ ଗଙ୍ଗାବାଡ଼ ପଞ୍ଚାୟତର ମାଣିକପାଟଣା, ଗୁଡ଼ିଖୁଡ଼ି, ମାଧିଆଖୋଲ, ଅମରିଙ୍ଗି, ଆଖଡ଼ା ଓ ବୁରୁଷିଙ୍ଗିରେ ମଧ୍ୟ ଆନ୍ଧ୍ର ପ୍ରଶାସନ ପକ୍ଷରୁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।
]]>ଷଣ୍ଢକୁଦ, ନୂଆବଜାର ଏବଂ ନେହରୁ ବଙ୍ଗଳା ବସ୍ତି ସମେତ ଅନ୍ୟ କେତେକ ବସ୍ତିରେ ରହୁଥିବା ତେଲୁଗୁ ସମ୍ପ୍ରଦାୟର ମତ୍ସ୍ୟଜୀବୀଙ୍କ ନାଁ ଆନ୍ଧ୍ରପ୍ରଦେଶର ଭୋଟର ତାଲିକାରେ ଥିବା ଅଭିଯୋଗ ହୋଇଛି। ତେଣୁ ଏହି ଭୋଟରମାନଙ୍କୁ ନେବା ପାଇଁ ସେଠାକାର ପ୍ରାର୍ଥୀମାନେ ବସ୍ ପଠାଉଥିବା ଚର୍ଚ୍ଚା ହେଉଛି।
ପାରାଦୀପ ବସ୍ତି ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୫ ହଜାର ତେଲୁଗୁ ଭୋଟରଙ୍କର ଉଭୟ ଓଡିଶା ଓ ଆନ୍ଧ୍ରପ୍ରଦେଶ ଭୋଟର ତାଲିକାରେ ନାମ ଥିବା ଅଭିଯୋଗ ହୋଇଛି। ସେମାନେ ଉଭୟ ରାଜ୍ୟର ଭୋଟର ପରିଚୟ ପତ୍ର ହାତେଇ ଲାଭବାନ ହେଉଥିବା ଅଭିଯୋଗ ଆସିଛି। ଏହି ଲୋକମାନେ କାହିଁକି ଆନ୍ଧ୍ର ଯାଇଛନ୍ତି, ଏହାର ତଦନ୍ତ କରାଯାଉଛି। ଯଦି ସେମାନେ ଉଭୟ ରାଜ୍ୟର ଭୋଟର ଥିବା ନେଇ ପ୍ରମାଣ ମିଳିବ, ତା’ହେଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାରାଦୀପ ପୌରନିର୍ବାହୀ ଅଧିକାରୀ କହିଛନ୍ତି।
https://youtu.be/Lo3gPDMyTLs
ଅନ୍ୟପକ୍ଷେ, ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକର ଏକାଧିକ ଗାଁ ଲୋକେ ଏବେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନରେ ଭୋଟ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ରାସନ୍, ପାଣି, ଭତ୍ତା ଏପରିକି କରୋନା ସମୟରେ ସହାୟତା ବି ଆନ୍ଧ୍ର ପକ୍ଷରୁ ମିଳୁଛି। ସବୁ କିଛି ଆନ୍ଧ୍ର ପାଖରୁ ମିଳୁଥିବାରୁ ଆନ୍ଧ୍ର ନିର୍ବାଚନରେ ଭାଗ ନେବାକୁ ଜୁମଡାଙ୍ଗ ଗାଁ ବାସିନ୍ଦା ନିଷ୍ପତ୍ତି ନେଇଛନ୍ତି।
]]>ଏହି ପ୍ରସଙ୍ଗରେ ଆପତ୍ତି ଉଠାଇ ଭୃଗୁ କହିଛନ୍ତି ଯେ, କେବଳ କୋଟିଆ ନୁହେଁ, ଓଡ଼ିଶାର ସୀମା ଆଜି ଅସୁରକ୍ଷିତ। ଆଜି ଚିକିଟି ବିଧାନସଭାର ପାତ୍ରପୁର ବ୍ଲକ୍ରେ ମଧ୍ୟ ଆନ୍ଧ୍ରପ୍ରଦେଶ ନିର୍ବାଚନ କରାଉଛି।କୋଟିଆ ଏବଂ ଚିକିଟି ପାତ୍ରପୁରରେ ଓଡ଼ିଆ ଲୋକ ଆନ୍ଧ୍ରପ୍ରଦେଶର ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ହେଉଛନ୍ତି। ତେବେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ସେଇ ଅଞ୍ଚଳର ଲୋକମାନଙ୍କର ଯୋଡ଼ିଏ ଲେଖାଏ ରାସନ୍ କାର୍ଡ, ଆଧାର କାର୍ଡ ଓ ଭୋଟର କାର୍ଡ ଅଛି ବୋଲି କାହିଁକି ଅନୁସନ୍ଧାନ କଲେ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଭୃଗୁ।
ଅନ୍ୟପକ୍ଷେ, ରାଜ୍ୟ ବିଜେପି ଉପସଭାପତି ଭୃଗୁ ବକ୍ସିପାତ୍ରଙ୍କ ଆପତ୍ତି ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ରୁତା କୁଲାଙ୍ଗେ ପ୍ରତିକ୍ରିୟା ରଖିଛନ୍ତି। କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ନ ରଖି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ରୁତା କୁଲାଙ୍ଗେ କହିଛନ୍ତି, ଏଯାଏ ତାଙ୍କ ପାଖକୁ ସେଭଳି କୌଣସି ଖବର ଆସିନାହିଁ। ସୀମାନ୍ତବର୍ତ୍ତୀ ଅଞ୍ଚଳ ଉପରେ ଜିଲ୍ଲା ପ୍ରଶାସନର ନଜର ରହିଛି। ସେଭଳି କୌଣସି ଖବର ଆସିଲେ ପଦକ୍ଷେପ ନିଆଯିବ।
ସୂଚନାଥାଉ କି, ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ପାଇଁ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ୩ଟି ଗାଁରୁ ୧୫ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଓଡ଼ିଶାର ତଳଗଞ୍ଜେଇପଦରରୁ ସର୍ବାଧିକ ୧୩ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏହି ଘଟଣା ପରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ବଦଳି ହୋଇଥିବା ଚର୍ଚ୍ଚା ଜୋର ଧରିଛି।
]]>ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ସମେତ ଫାର୍ମାସିଷ୍ଟକୁ ନେଇ ଗଠିତ ୩ଟି ମୋବାଇଲ୍ ଟିମ୍ ଗାଁ ଗାଁକୁ ଯାଇଛନ୍ତି। ଲୋକଙ୍କ ସହ ସିଧାସଳଖ କଥା ହେବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ପଚାରି ବୁଝିଛନ୍ତି। କୋଟିଆରେ ଆଗାମୀ ଦିନରେ ବିଭିନ୍ନ କ୍ଷେତ୍ରରେ ଉନ୍ନତି କରାଯିବା ସହ ଲୋକଙ୍କ ସହ ଯୋଡ଼ି ହେବାକୁ ସରକାରୀ ଅଧିକାରୀ ଚେଷ୍ଟା କରିବେ ବୋଲି କୋରାପୁଟ ଜିଲ୍ଲାପାଳ ପ୍ରତିକ୍ରିୟା ରଖିଛନ୍ତି।
ସୂଚନାଥାଉ କି, ଏହାପୂର୍ବରୁ ଆନ୍ଧ୍ର ନିଜ ଡାକ୍ତରୀ ଟିମ୍ କୋଟିଆକୁ ପଠାଇଛି। ଆନ୍ଧ୍ର ପକ୍ଷରୁ ଲୋକଙ୍କ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଛିା ତଳ ଗଞ୍ଜେଇପଦର ଓ କୋଟିଆର ଅନ୍ୟାନ୍ୟ ଅଞ୍ଚଳରେ ସାଲୁର ମଣ୍ଡଳର ତୋନମ ପିଏଚସି ପକ୍ଷରୁ ଗାଁ ଗାଁ ବୁଲି ଲୋକଙ୍କୁ ସ୍ୱାସ୍ଥ୍ୟସେବା ପହଞ୍ଚାଇଛି ଆନ୍ଧ୍ର ପ୍ରଶାସନ।
ଏହା ପୂର୍ବରୁ କାଁ ଭାଁ ଏମାନେ ଆସୁଥିବା ବେଳେ ଏବେ ମାସକୁ ୨ରୁ ୩ଥର ବିଭିନ୍ନ ଗାଁ ବୁଲି ଲୋକଙ୍କ ସ୍ୱାସ୍ଥ୍ୟସେବା ପଚାରି ବୁଝୁଛନ୍ତି। ସାଲୁର ମଣ୍ଡଳର ଏଏନ୍ଏମ୍ ଜେ.କବିତା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ମୁନା ରାଓ ଗାଁ ଗାଁ ବୁଲି ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ଦେଖିବାକୁ ମିଳିଛି। ସାଲୁର ମଣ୍ଡଳ ଅନ୍ତର୍ଗତ ତୋନମ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଅଧ୍ୟକ୍ଷା ଏସ୍. ସୁଜାତାଙ୍କ ତତ୍ତ୍ୱାବଧାନରେ ଏଭଳି ସେବା ଯୋଗାଯାଉଥିବା ଅଞ୍ଚଳବାସୀ କହିଛନ୍ତି। ଅନ୍ୟପକ୍ଷେ ଓଡ଼ିଶା ପକ୍ଷରୁ କେବଳ ଜଣେ ଫାର୍ମାସିଷ୍ଟ ଦାୟିତ୍ୱରେ ଥିବା ଲୋକେ କହିଛନ୍ତି।
ଏଠି କହିରଖିବୁ, ଓଡ଼ିଶାର ସୀମାନ୍ତ ଗାଁକୁ ନିଜ କବ୍ଜାକୁ ନେବାକୁ ଚେଷ୍ଟା କରୁଛି ଆନ୍ଧ୍ର। ଗତ ୧୩ ତାରିଖରେ ଆନ୍ଧ୍ର କୋଟିଆର ୪ଟି ଗାଁରେ ପଞ୍ଚାୟତ ନିର୍ବାଚନ କରାଇଛି। ଏହି ପଞ୍ଚାୟତର ଡ଼କାର, ଡଳିଆମ୍ବ, ବର୍ଣ୍ଣାପଡୁ, ପାଟୁସେନେରି ଓ କୋନାଦରା ଆଦି ଓଡ଼ିଶାର ୫ଟି ଗାଁରେ ନିର୍ବାଚନ କରାଇଛି। ତଳଗଂଜେଇପଦରର ନାଁ ବଦଳେଇ ଗଂଜେଇବାଦ୍ରା କରି ସେଠାରେ ମଧ୍ୟ ନିର୍ବାଚନ କରାଇଛି। ଆନ୍ଧ୍ରର ଏପରି ବେଆଇନ ନିର୍ବାଚନ ପ୍ରତିବାଦରେ ଅଦାଲତ ଅବମାନନା ଅଭିଯୋଗ କରି ସୁପ୍ରିମକୋର୍ଟରେ ମାମଲା ଦାଏର କରିଛି ଓଡ଼ିଶା ସରକାର।
ସେତିକି ନୁହେଁ,ଏହି ଦିନ ଗଞ୍ଜାମର ସୀମାନ୍ତ ଗାଁରେ ମଧ୍ୟ ନିର୍ବାଚନ କରାଇଛି। ଗଂଜାମ ପାତ୍ରପୁର ବ୍ଲକର ଟି. ବ୍ରହ୍ମପୁର ପଞ୍ଚାୟତରେ ବହୁ ଓଡ଼ିଆ ଲୋକ ଆନ୍ଧ୍ର ଭୋଟ୍ ପରିଚୟପତ୍ର ଦେଖାଇ ମତଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।
ହେଲେ ଗଜପତିରେ ଆନ୍ଧ୍ରର ଷଡଯନ୍ତ୍ର ଫେଲ ମାରିଛି। ଗଜପତି ସୀମାନ୍ତ ମଞ୍ଜୁସା ମଣ୍ଡଳରେ ମାଧିଆଖୋଲ, ମାଣିକପାଟଣା, ଅମରିଙ୍ଗି, ଗୁଡୁଖୁଡ଼ି ଆଦି ଓଡ଼ିଶାର ୬ଟି ଗାଁକୁ ସାବା ପଞ୍ଚାୟତରେ ସାମିଲ କରି ପଞ୍ଚାୟତ ନିର୍ବାଚନ କରିବାକୁ ଉଦ୍ୟମ କରୁଥିଲା ଆନ୍ଧ୍ର ପ୍ରଶାସନ। ହେଲେ ଗଜପତି ପ୍ରଶାସନ ଏହାକୁ ପଣ୍ଡ କରି ଦେଇଥିବା ଜଣାଯାଇଛି।
https://youtu.be/tTfvZ8ct5ls
]]>
ପ୍ରାୟ ୭୦ଜଣ ଭୋଟର୍ ଗତ ଶୁକ୍ରବାର ଓଡିଶା ପାର ହୋଇ ଆନ୍ଧ୍ରର ସାରିକି ପଂଚାୟତରେ ଭୋଟ ଦେଇଥିଲେ । ଏନେଇ ଜଣାପଡିବା ପରେ ପଟାଙ୍ଗି ତହସିଲଦାର ଗଲିଗବଦର ଗାଁକୁ ଯାଇଥିଲେ। ଗାଁର ପ୍ରାୟ ୭୦ଜଣ ଭୋଟର ଭୋଟ ଦେଇଥିବା ପୂର୍ବତନ ସରପଂଚ ସୁନୀଲ ଖରା ସୂଚନା ଦେଇଛନ୍ତ॥ ସେପଟେ ଓଡିଶାର ରାଜସ୍ୱ ଗ୍ରାମରେ ଆନ୍ଧ୍ର ଭୋଟର ସୃଷ୍ଟି କରିଥିବାରୁ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଏତିକିରେ ସରିନି ଆନ୍ଧ୍ରର ଦାଦାଗିରି। ଓଡ଼ିଶା ମାଟିରେ ପଶି ଓଡ଼ିଆ ଭାବକୁ ନିଶ୍ଚିହ୍ନ କରି ଦେବାକୁ ଯେମିତି ଅଣ୍ଟା ଭିଡିଛି। ଓଡ଼ିଶା ଭିତରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ତେଲୁୁଗୁ ଭାଷାରେ ଚାଲିଛି ଶିକ୍ଷାଦାନ । କୋଟିଆ ପଞ୍ଚାୟତର ପାଟୁସିନେରୀ ଗାଁରେ ଏକ ଅସ୍ଥାୟୀ ଘରେ ଚାଲିଛି ସ୍କୁଲ୍ । ଏଥିପାଇଁ ଆନ୍ଧ୍ରପକ୍ଷରୁ ଜଣେ ଶିକ୍ଷକ ମଧ୍ୟ ନିଯୁକ୍ତ କରାଯାଇଛି । ସେଠାରେ ଏବେ ୧୭ଜଣ ପାଠ ପଢୁଛନ୍ତି।
ପ୍ରଥମଶ୍ରେଣୀରେ ୪ଜଣ, ଦ୍ୱିତୀୟ ଶ୍ରେଣୀରେ ୮ଜଣ, ତୃତୀୟ ଶ୍ରେଣୀରେ ଜଣେ, ଚତୁର୍ଥ ଶ୍ରେଣୀରେ ୪ଜଣ ଛାତ୍ରଛାତ୍ରୀ ଅଛନ୍ତି। ଏହି ଛାତ୍ରଛାତ୍ରୀମାନଙ୍କୁ ଆନ୍ଧ୍ରସରକାରଙ୍କ ପକ୍ଷରୁ ‘ଆମା ଓଡି’ ଅର୍ଥାତ୍ ମା’ କୋଳ ଯୋଜନାରେ ବାର୍ଷିକ ୧୫ ହଜାର ଟଙ୍କା ଷ୍ଟାଇପେଣ୍ଡ ମିଳୁଛି । ଏଥିସହ ମାଗଣାରେ ବହିପତ୍ର, ଡ୍ରେସ୍ ଓ ମଧ୍ୟାହ୍ନ ଭୋଜନ ମିଳୁଥିବା ଅଭିଭାବକମାନେ କହିଛନ୍ତି।
ସୂଚନାଥାଉ କି, କୋଟିଆର ବିବାଦୀୟ ୩ଟି ଗାଁ ଓଡ଼ିଶାର ନା ଆନ୍ଧ୍ରର ତାହାକୁ ନେଇ ଥମୁନି ଚର୍ଚ୍ଚା। ଏହାକୁ ନେଇ ଗତ ୧୨ ତାରିଖରେ ସୁପ୍ରିମକୋର୍ଟ ଶୁଣାଣି କରିବାର ଦିନ ଧାର୍ଯ୍ୟ ହୋଇଥିଲା। ହେଲେ ତା ପୂର୍ବରୁ କୋଟିଆର ୫ଟି ଗାଁରେ ଆନ୍ଧ୍ର ସରକାର ବଳପୂର୍ବକ ପଞ୍ଚାୟତ ନିର୍ବାଚନ କରୁଥିବାରୁ ସୁପ୍ରିମକୋର୍ଟ ଯାଇଛନ୍ତି ଓଡ଼ିଶା ସରକାର।
ସୀମା ବିବାଦକୁ ନେଇ କୋର୍ଟଙ୍କ ପୂର୍ବ ରାୟକୁ ଆନ୍ଧ୍ର ମାନି ନଥିବାରୁ ଓଡ଼ିଶା ଅଦାଲତ ଅବମାନନା ମାମଲା ଦାଏରକୁ ବିଚାର ପାଇଁ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ଏ ନେଇ ଆନ୍ଧ୍ରକୁ ନୋଟିସ ମଧ୍ୟ ଜାରି କରିଛନ୍ତି କୋର୍ଟ। ଆସନ୍ତା ଶୁକ୍ରବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡିଛି।
କୋରାପୁଟ୍ରୁ ସୂର୍ଯ୍ୟ ନାରାୟଣ ପଣ୍ଡା ଓ ଜୟପୁରରୁ ଟି.ଗୌରୀଶଙ୍କର
]]>