‘ବଡେ ମିୟାଁ ଛୋଟେ ମିୟାଁ’ର ଟ୍ରେଲର ରିଲିଜ୍ ହୋଇଛି, ଯଦି ଏହି ତିନି ମିନିଟ୍ ୩୧ ସେକେଣ୍ଡ୍ ଟ୍ରେଲରରେ କିଛି ଦେହିବାକୁ ମିଳେ ତାହା ହେଉଛି କେବଳ ଆକ୍ସସ୍ ହିଁ ଆକ୍ସନ୍। କିନ୍ତୁ ଯଦି ଆପଣ ସିନେମାର ଜଣେ ପ୍ରଶଂସକ ଏବଂ ଲାଗାତର ସର୍ବଶେଷ ଫିଲ୍ମ ଉପରେ ନଜର ରଖନ୍ତି, ତେବେ ଏହି ୨୧୧ ସେକେଣ୍ଡର ଭିଡିଓରେ ଆପଣ ଅନେକ ଫିଲ୍ମର ଝଲକ ପାଇବେ। ଅନେକ ଫିଲ୍ମର କନ୍ସେପ୍ଟ ଏଥିରେ ଦେଖାଯିବ ଏବଂ ଅନେକ ଫିଲ୍ମର ଆକ୍ସନ୍ ମଧ୍ୟ ଦେଖିବାକୁ ମିଳିବ।
ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଏହି ଫିଲ୍ମରେ ଆକ୍ସନ୍ର ଏକ ସିରିଜ୍ ରହିଛି। ଏହିପରି ଭାବରେ, ଅଲି ଅବ୍ବାସ ଜାଫରଙ୍କ ଏହି ୨୧୧ ସେକେଣ୍ଡର ଟ୍ରେଲରର ସାମଗ୍ରିକ ସାରାଂଶ ହେଉଛି ଏହା ଏକ ଆକ୍ସନ୍ ଫିଲ୍ମ, ଯେଉଁଥିରେ ସ୍କ୍ରିପ୍ଟ ଉପରେ ଅଧିକ ଧ୍ୟାନ ଦିଆଯାଇନି ଏବଂ ବ୍ଲକ୍ଷ୍ଟର ଫିଲ୍ମ ଉପରେ ପୁରା ଧ୍ୟାନ ଦିଆଯାଇଛି।
‘ବଡେ ମିୟାଁ ଛୋଟେ ମିୟାଁ’ର ଏହି ୩ ମିନିଟ୍ ୩୧ ସେକେଣ୍ଡର ଟ୍ରେଲରରେ, କେବେବେଳେ ‘ପଠାନ’ର ଝଲକ୍ ତ କେତେବେଳେ ‘ୱାର୍’ର ପୁଣି କେତେକ ସ୍ଥାନରେ ଜନ୍ ୱିକ୍ ମଧ୍ୟ ଦେଖିବାକୁ ମିଳେ। ତେବେ ଏହି ଫିଲ୍ମ ଅଧିକରୁ ଅଧିକ ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ର ସ୍ମୃତିକୁ ସତେଜ କରିଦିଏ। ଯେତେବେଳେ ଆମର ଟାଇଗର ଶ୍ରଫ୍ଙ୍କ କଥା ଆସେ, ତାଙ୍କର କିକ୍ ଏବଂ ଆକ୍ସନ୍ ସବୁବେଳେ ପ୍ରଥମ ଫିଲ୍ମ ପରି ସମାନ ଲାଗେ।
ମୋଟ ଉପରେ, ଅଲି ଅବ୍ବାସ ଜାଫର ବ୍ଲକବଷ୍ଟର ଫିଲ୍ମର କ୍ଲିପିଂ ମାଧ୍ୟମରେ ଏପରି ଫିଲ୍ମ କରିବାକୁ ଚେଷ୍ଟା କରିଛନ୍ତି ଯାହାକୁ ସେ ଏକ ବ୍ଲକବଷ୍ଟର କରିବାକୁ ଚାହୁଁଛନ୍ତି। କେବଳ ଏତିକି ନୁହେଁ, ‘ବଡେ ମିୟାଁ ଛୋଟେ ମିୟାଁ’ରେ ମଧ୍ୟ ଦେଶପ୍ରେମର ଭାବନା ରହିଛି।
‘ବଡେ ମିୟାଁ ଛୋଟେ ମିୟାଁ’ ଟ୍ରେଲରରେ ହିରୋଇନ୍ମାନଙ୍କ ପାଇଁ ଅଧିକ କାମ ନାହିଁ, ତେଣୁ ମାନୁଷୀ ଛିଲ୍ଲର୍ ଏବଂ ଅଲାୟା ଏଫ୍ଙ୍କ ସହିତ କାମ ଚଳେଇଦେବାକୁ ଚେଷ୍ଟା କରାଯାଇଛି। କିନ୍ତୁ ସବୁଠାରୁ କୌତୁହଳର ବିଷୟ ହେଉଛି ଅମିତାଭ ବଚ୍ଚନ ଏବଂ ଗୋବିନ୍ଦା ‘ବଡେ ମିୟାଁ ଛୋଟେ ମିୟାଁ’ରେ ଥିଲେ ଏବଂ କାହାଣୀର ଦିଗ ଭିନ୍ନ ଥିଲା। ଯଦି ଅମିତାଭ-ଗୋବିନ୍ଦାଙ୍କ ପରି ଏହି ‘ବଡେ ମିୟାଁ ଛୋଟେ ମିୟାଁ’ରେ ମଧ୍ୟ ସମାନ ଘଟଣା ଘଟେ, ତେବେ ଏଥିରେ ସନ୍ଦେହ ନାହିଁ ଯେ ଲୋକେ ନିରାଶ ହେବେ।
ପୂର୍ବ ‘ବଡେ ମିୟାଁ ଛୋଟେ ମିୟାଁ’ ରେ ଗୋବିନ୍ଦା ଏବଂ ଅମିତାଭଙ୍କର ଡବଲ୍ ରୋଲ୍ ଥିଲା। ବର୍ତ୍ତମାନ ଆପଣ ଅନୁମାନ କରିପାରିବେ, ଯଦି ଅଲି ଅବ୍ବାସ ଜାଫର ଏହି ଚମତ୍କାର କରନ୍ତି ତେବେ ଇଦ୍ରେ ବକ୍ସ ଅଫିସ୍ରେ କ’ଣ ହେବ ତାହା ବର୍ତ୍ତମାନଠାରୁ ଅନୁମାନ କରାଯାଇପାରେ।
]]>ଶକ୍ତିମାନ ପାଇଁ ବଲିଉଡ୍ର ଅନେକ ବଡ ବଡ ଚେହେରାକୁ ମଧ୍ୟ ମୁକେଶ ଖାନ୍ନା ପ୍ରତ୍ୟାଖ୍ୟାନ କରିଛନ୍ତି। ସେ ଏକତା କପୁର ଏବଂ ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ମଧ୍ୟ ଛାଡି ନାହାଁନ୍ତି। ତେବେ ଆସନ୍ତୁ ଜାଣିବା ‘ଶକ୍ତିମାନ’ ଚରିତ୍ରକୁ ନେଇ ମୁକେଶ ଖାନ୍ନା କ’ଣ କହିଛନ୍ତି।
ରଣବୀର ସିଂହଙ୍କୁ ସମାଲୋଚନା କରିବା ପରେ ମୁକେଶ ଖାନ୍ନା ଅନ୍ୟ ବଲିଉଡ୍ ତାରକାଙ୍କୁ ଟାର୍ଗେଟ କରିଛନ୍ତି। ଏହି ବଲିଉଡ୍ ତାରକାମାନଙ୍କ ବିଷୟରେ କଥାବାର୍ତ୍ତା କରି ସେ କହିଛନ୍ତି, "ନା ଶାହରୁଖ ଖାନ ନା ଅଜୟ ଦେବଗନ ବା ଅକ୍ଷୟ କୁମାର କି ଟାଇଗର୍ ଶ୍ରଫ୍... କେହି ବି ଶକ୍ତିମାନ ହୋଇପାରିବେ ନାହିଁ। କାରଣ ଶକ୍ତିମାନ ପାଇଁ ଯେଉଁ ଚେହେରା ଆବଶ୍ୟକ ସେମାନଙ୍କ ପାଖରେ ନାହିଁ। କାରଣ ସେମାନଙ୍କର ଏକ ନିର୍ଦ୍ଦିଷ୍ଟ ପ୍ରତିଛବି ଅଛି। ଆମକୁ ଜଣେ ଶକ୍ତିମାନର ଆବଶ୍ୟକ ଅଛି ଯିଏ ପିଲାମାନଙ୍କୁ କିଛି ଶିକ୍ଷା ଦେଇପାରିବ। ଯଦି ଆପଣମାନେ ମତେ ପଚାରିବେ ତେବେ ମୁଁ କହିବି ଏକ ନୂଆ ଚେହେରା ହେବା ଉଚିତ।"
ମୁକେଶ ଏହା ମଧ୍ୟ କହିଛନ୍ତି ଯେ “ଯଦି ଆମେ ଏକ ଫିଲ୍ମ ତିଆରି କରୁ, ତଥାପି ଏହାର କାହାଣୀ କ’ଣ ହେବ ତାହା ଆମେ ଜାଣିନାହୁଁ। ଅଫିସିଆଲ୍ ଭାବେ କଥାବାର୍ତ୍ତା ଏବେ ଜାରି ରହିଛି।” ମୁକେଶ କହିଛନ୍ତି ଯେ “ଶକ୍ତିମାନ କେବଳ ଏକ ସିରିଏଲ କି ଆଭେଞ୍ଜର୍ସ ନୁହଁନ୍ତି, ଶକ୍ତିମାନ ଆମର ପୌରାଣିକ କଥା।”
କିଛି ଦିନ ପୂର୍ବରୁ ରଣବୀରଙ୍କ କାଷ୍ଟିଂ ବିଷୟରେ ମୁକେଶ ଇନ୍ଷ୍ଟାଗ୍ରାମ୍ରେ ଲେଖିଥିଲେ। ଏଥିରେ ସେ କହିଥିଲେ,“ମାସ ମାସ ଧରି ସୋସିଆଲ ମିଡିଆରେ ଏକ ଗୁଜବ ଉଠିଛି ଯେ ରଣବୀର ଶକ୍ତିମାନ ହେବେ। ତାଙ୍କ ଚରିତ୍ରକୁ ନେଇ ସମସ୍ତେ କ୍ରୋଧିତ ଥିଲେ ଏବଂ ମୁଁ ଚୁପ୍ ଥିଲି। କିନ୍ତୁ ଯେତେବେଳେ ଚ୍ୟାନେଲ୍ଗୁଡିକ ଘୋଷଣା କରିବାକୁ ଲାଗିଲେ ଯେ ରଣବୀରଙ୍କୁ ଦସ୍ତଖତ କରାଯାଇଛି, ମୋତେ ପାଟି ଖୋଲିବାକୁ ପଡିଲା। ମୁଁ କହିଲି ଯେ, ଏପରି ଇମେଜ୍ ଥିବା ବ୍ୟକ୍ତି ଯେତେ ବଡ଼ ଷ୍ଟାର ହେଲେ ମଧ୍ୟ ସେ ଶକ୍ତିମାନ ହୋଇପାରିବେ ନାହିଁ।”
ସେ ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି ଯେଉଁଥିରେ ସେ ଏହି ଗୁଜବ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିଛନ୍ତି। ମୁକେଶଙ୍କ ପୋଷ୍ଟ୍କୁ ନେଇ ଅନେକ ବିବାଦ ଦେଖାଦେଲା ଏବଂ ଅଭିନେତା ଏହାକୁ ହଟାଇ ଦେଇଛନ୍ତି।
]]>ବର୍ତ୍ତମାନ ସୁଦ୍ଧା ଅନେକ ବଲିଉଡ୍ ତାରକା ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି। ଏବେ ଆଉଜଣେ ସୁପର୍ଷ୍ଟାର ଏହି ଧାରାରେ ପାଦ ଦେଇଥିବା ଶୁଣିବାକୁ ମିଳୁଛି। ସେ ହେଲେ ବଲିଉଡ୍ ଖିଲାଡି ଅକ୍ଷୟ କୁମାର। ଶୁଣାଯାଉଛି ଯେ ଅକ୍ଷୟ କୁମାର ଅଭିନେତାରୁ ଏବେ ନେତା ହେବାକୁ ମନ ବଳେଇଛନ୍ତି। ସେ ବିଜେପି ଟିକେଟ୍ରେ ନିର୍ବାଚନ ଲଢିପାରନ୍ତି।
ସୂଚନା ମୁତାବକ ମିଷ୍ଟର୍ ଖିଲାଡି କୁମାର ନିର୍ବାଚନ ଲଢିବାକୁ ପ୍ରସ୍ତୁତ ଅଛନ୍ତି। ସେ ଖୁବ୍ ଶୀଘ୍ର ବିଜେପିରେ ଯୋଗ ଦେବେ ଏବଂ ଦଳ ତାଙ୍କୁ ଦିଲ୍ଲୀର ଏକ ଆସନରୁ ନିର୍ଚାଚନୀ ମୈଦାନକୁ ଛାଡିପାରେ ବୋଲି କୁହାଯାଉଛି।
ଖବର ଅନୁଯାୟୀ ଅକ୍ଷୟ କୁମାର ଦିଲ୍ଲୀର ଚାନ୍ଦିନୀ ଚୌକ୍ ଆସନରୁ ବିଜେପି ଟିକେଟ୍ରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। କୁହାଯାଉଛି ଯେ କିଛି ଦଳର ନେତା ଅଭିନେତାଙ୍କ ସହ ସେ ଯୋଗାଯୋଗରେ ଅଛନ୍ତି। ତେବେ ଏହାକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ଘୋଷଣା କରାଯାଇ ନାହିଁ। ଅନ୍ୟପକ୍ଷରେ ଦେଶର ରାଜଧାନୀ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ଏବଂ କଂଗ୍ରେସ ଏକ ମେଣ୍ଟ ଗଠନ କରି ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଅକ୍ଷୟ କୁମାର ବିଜେପିରେ ଯୋଗଦେବା ନିଶ୍ଚିତ କାରଣ ତାଙ୍କର ବିଜେପି ସହିତ ଭଲ ସମ୍ପର୍କ ଅଛି। ସେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ସାକ୍ଷାତକାର ନେଇ ଚର୍ଚ୍ଚାରେ ରହିଛନ୍ତି। ଖୁବ୍ ଶୀଘ୍ର ତାଙ୍କୁ ଫିଲ୍ମ 'ବଡେ ମିଆଁ ଛୋରେ ମିଆଁ'ରେ ଦେଖିବାକୁ ମିଳିବ। ଏଥିରେ ଟାଇଗର ଶ୍ରଫ ମଧ୍ୟ ତାଙ୍କ ସହ ନଜର ଆସିବେ। ଏହି ଚଳଚ୍ଚିତ୍ର ଏପ୍ରିଲ ୯ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।
ପ୍ରକାଶଥାଉ ଯେ AAP ଦିଲ୍ଲୀର ୪ ଟି ଆସନରେ ନିର୍ବାଚନ ଲଢିବ ଏବଂ କଂଗ୍ରେସ ୩ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ୨୦୨୪ ଏବଂ ୨୦୧୯ ରେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଦୁଇଥର ଏହି ଆସନ ଜିତିଥିଲେ। ଏହି ଆସନକୁ ପୂର୍ବତନ କଂଗ୍ରେସ ନେତା ତଥା କେନ୍ଦ୍ର ମନ୍ତ୍ରୀ କପିଲ ସିବଲ ୨୦୦୪ ଏବଂ ୨୦୦୯ରେ ଜିତିଥିଲେ।
]]>ଏହି ଭାଇରାଲ୍ ଭିଡିଓ ଦେଖିବା ପରେ ବର୍ତ୍ତମାନ ଆପଣ ଭାବୁଥିବେ କି ଏହା କ’ଣ ଏହିସବୁ ଷ୍ଟାର୍ମାନଙ୍କର ପିଲାଦିନର ଭିଡିଓ? ଏହା କିନ୍ତୁ ସେମାଙ୍କର ପିଲାଦିନର ଭିଡିଓ ନୁହେଁ। ବାସ୍ତବରେ ଏହା ହେଉଛି ଏକ ପ୍ରାଥମିକ ବିଦ୍ୟାଳୟର ଝିଅମାନଙ୍କର ଏକ ଭିଡିଓ। ଏଥିରେ ଝିଅମାନେ ଗୋଟିଏ ପରେ ଗୋଟିଏ ଆସୁଛନ୍ତି ଏବଂ ଫଳ ଦେଖାଇ ସେସବୁର ବିଶେଷତା କହୁଛନ୍ତି। କିନ୍ତୁ ଇଣ୍ଟର୍ନେଟ୍ ବ୍ୟବହାର କରୁଥିବା କିଛି ଟେକ୍ନିକାଲ୍ ମୁଣ୍ଡ ଏହାକୁ ଏତେ ମଜାଦାର କରିଦେଇଛି ଯେ ଦର୍ଶକମାନେ ଏହାକୁ ଖୁବ ଉପଭୋଗ କରୁଛନ୍ତି।
ଏହି ଭାଇରାଲ୍ ଭିଡିଓରେ AI ସହାୟତାରେ, ଫିଲ୍ମ ଷ୍ଟାରମାନଙ୍କ ଚେହେରା ପିଲାମାନଙ୍କ ମୁଣ୍ଡରେ ଲଗାଯାଇଛି। ଏଥିରେ ପ୍ରଥମେ ଶାହରୁଖ ଖାନ ଆସି ତାଙ୍କ ହାତରେ ଏକ ସେଓ ଦେଖାଇ ଏହାର ରଙ୍ଗ କହୁଛନ୍ତି। ଏହାପରେ ସଲମାନ ଖାନ କଦଳୀର ବିଶେଷତା ବର୍ଣ୍ଣନା କରୁଛନ୍ତି। ଏହା ପରେ ଅକ୍ଷୟ କୁମାର ମୌସୁମୀ ଦେଖଉଛନ୍ତି।
ପରେ ଅକ୍ଷୟ ଆଉ ତା’ ପରେ ରଣବୀର କପୁର ଏବଂ କାର୍ତ୍ତିକ ଆର୍ଯ୍ୟ ମଧ୍ୟ ଆସୁଛନ୍ତି। ଏହି ଭିଡିଓର ମୁଖ୍ୟ ଆକର୍ଷଣ ହେଉଛି ପିଲାମାନଙ୍କର କ୍ୟୁଟ୍ନେସ୍ ଏବଂ ସେମାନଙ୍କର ଷ୍ଟାଇଲ୍ ଯେଉଁଭଳି ଭାବେ ସେମାନେ ଜଣଙ୍କ ପରେ ଜଣେ ଆଗକୁ ଆସୁଛନ୍ତି ଆଉ କିଛି କହୁଛନ୍ତି। କିନ୍ତୁ ଯେତେବେଳେ ଷ୍ଟାର୍ମାନଙ୍କର ଚେହେରା ଏଥିରେ ଲଗେଇ ଦିଆଯାଏ, ଏହା ମନୋରଞ୍ଜନର ତଡ୍କା ଲଗାଏ।
ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି ଏବଂ ବହୁତ ପସନ୍ଦ ମଧ୍ୟ କରାଯାଉଛି। ଜଣେ ଲେଖିଛନ୍ତି, ରଣବୀର କପୁର ବହୁତ ମଜାଳିଆ ଦେଖାଯାଉଛନ୍ତି। ଆଉ ଜଣେ ଇଣ୍ଟରନେଟ୍ ବ୍ୟବହାରକାରୀ ଭିଡିଓ ଏଡିଟର୍ଙ୍କୁ ଖୁବ ପ୍ରଶଂସା କରିଛନ୍ତି ଏବଂ ତାଙ୍କ ସୃଜନଶୀଳ ଦିମାଗ ପାଇଁ ତାଳି ମାରିଛନ୍ତି।
]]>ଅଜୟ ଦେବଗନଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ହେଉଛି କପ୍ ୟୁନିଭର୍ସର ପଞ୍ଚମ କିସ୍ତି। ଏହି ଚଳଚ୍ଚିତ୍ରରେ ଅଜୟ ଦେବଗନ ମୁଖ୍ୟ ଭୂମିକାରେ ଅଛନ୍ତି। ଏହା ବ୍ୟତୀତ ଫିଲ୍ମର ସମସ୍ତ ମୁଖ୍ୟ ଚରିତ୍ରର ପ୍ରଥମ ଲୁକ୍ ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ଆହୁରି ଅନେକ ଅଭିନେତା ଏବଂ ଅଭିନେତ୍ରୀ ମଧ୍ୟ ଏଥିରେ ଯୋଗ ଦେଉଛନ୍ତି ଏବଂ ବହୁ ବଡ ହିରୋ ଏବଂ ହିରୋଇନ୍ ଏଥିରେ ଯୋଗଦେବାର ସମ୍ଭାବନା ଅଛି।
କପ୍ ୟୁନିଭର୍ସର ଏହି ପଞ୍ଚମ କିସ୍ତିର ନାମ ହେଉଛି 'ସିଙ୍ଘମ୍ ଏଗେନ୍'। ଫିଲ୍ମରୁ ଅଜୟ ଦେବଗନଙ୍କ ଦମଦାର୍ ଲୁକ୍ ମଧ୍ୟ ପ୍ରକାଶ ପାଇଛି। ସେ ଏଥିରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି। ତାଙ୍କୁ ପୁଣିଥରେ ବାଜିରାଓ ସିଙ୍ଘମ୍ର ଜଣେ ପୋଲିସ୍ ଅଧିକାରୀ ଭୂମିକାରେ ଦେଖିବାକୁ ମିଳିବ।
ଆମେ ସମସ୍ତେ ଜାଣୁ ଯେ ଅକ୍ଷୟ କୁମାରଙ୍କୁ 'ସିଙ୍ଘମ୍ ଏଗେନ୍'ରେ ବୀର ସୂର୍ଯ୍ୟବଂଶୀ ଭୂମିକାରେ ଦେଖିବାକୁ ମିଳିବ। ରୋହିତ ଶେଟ୍ଟୀ ଫିଲ୍ମରୁ ଅକ୍ଷୟଙ୍କ ଲୁକ୍ ଶେୟାର କରିଥିଲେ ଯେଉଁଥିରେ ଅକ୍ଷୟ ଏକ ହେଲିକ୍ୟାପ୍ଟରରୁ ଏକ ଆକ୍ସନ୍ ସିନ୍ ସହିତ ଡେଉଁଥିବାର ଦେଖାଯାଏ।
ଏହି ଫିଲ୍ମରେ ଦୀପିକା ପାଦୁକୋନ ଜଣେ ମହିଳା ପୋଲିସ ଅଧିକାରୀ ଭୂମିକାରେ ନଜର ଆସିବେ। ତାଙ୍କୁ ଏହି ଫିଲ୍ମରେ ଶକ୍ତି ଶେଟ୍ଟୀ ଭୂମିକାରେ ଦେଖିବାକୁ ମିଳିବ। 'ସିଙ୍ଘମ୍ ଏଗେନ୍' ୧୪ ଅଗଷ୍ଟ ୨୦୨୪ରେ ମୁକ୍ତିଲାଭ କରିବ ବୋଲି କୁହଯାଏ।
ଏଥିରେ ରଣବୀର ସିଂହଙ୍କର ମଧ୍ୟ ଏକ ଧମାକେଦାର ଏଣ୍ଟ୍ରୀ ଦେଖିବାକୁ ମିଳିବ। ତାଙ୍କୁ ପୋଲିସ ଅଧିକାରୀ ସଂଗ୍ରାମ ଭାଲେରାଓ ଭୂମିକାରେ ଦେଖିବାକୁ ମିଳିବ। ରଣବୀର ମଧ୍ୟ ‘ସୂର୍ଯ୍ୟବଂଶୀ’ରେ ଏକ ଦମଦାର ଏଣ୍ଟ୍ରୀ କରିଥିଲେ। ଫିଲ୍ମକୁ ନେଇ ପ୍ରଶଂସକଙ୍କ ଉତ୍ସାହ ରହିଛି।
ରୋହିତ ଶେଟ୍ଟୀଙ୍କ କପ୍ ୟୁନିଭର୍ସରେ ଟାଇଗର ଶ୍ରଫ୍ଙ୍କୁ ମଧ୍ୟ ପୋଲିସ ଭୂମିକାରେ ଦେଖିବାକୁ ମିଳିବ। ଫିଲ୍ମରୁ ଟାଇଗର୍ଙ୍କ ତିନୋଟି ଭିନ୍ନ ଭିନ୍ନ ଲୁକ୍ ଦେଖିବାକୁ ମିଳିଥିଲା, ଯେଉଁଥିରେ ଗୋଟିଏରେ ସେ ସାର୍ଟଲେସ୍ ଥିବା ଦେଖିବାକୁ ମିଳିଥିଲା।
କରୀନା କପୁର ଖାନ ମଧ୍ୟ 'ସିଙ୍ଘମ୍ ଏଗେନ୍'ରେ ଅବନୀ ବାଜିରାଓ ସିଙ୍ଗମଙ୍କ ଭୂମିକାରେ ରହିବେ। ଫିଲ୍ମରୁ ତାଙ୍କର ପ୍ରଥମ ଲୁକ୍ ଆସିଛି, ଯେଉଁଥିରେ ସେ କାହାକୁ ବନ୍ଧୁକ ଦେଖାଉଥିବା ଦେଖିବାକୁ ମିଳେ।
ନିକଟରେ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ପ୍ରଥମ ସିରିଜ୍ 'ଇଣ୍ଡିଆନ୍ ପୋଲିସ୍ ଫୋର୍ସ'ର ଟ୍ରେଲର ଲଞ୍ଚ କରାଯାଇଥିଲା। ଏହି ସିରିଜ୍ ୧୯ ଜାନୁଆରୀରେ ମୁକ୍ତିଲାଭ କରିବ। ଏହି ସିରିଜ୍କୁ କପ ୟୁନିଭର୍ସର ଏକ ସିରିଜ୍ ଭାବରେ ବର୍ଣ୍ଣନା କରାଯାଇଛି। ଏଥିରେ ସିଦ୍ଧାର୍ଥ ମଲହୋତ୍ରା, ବିବେକ ଓବରାୟ ଏବଂ ଶିଳ୍ପା ଶେଟ୍ଟୀ ବିଭିନ୍ନ ପୋଲିସ ଅଧିକାରୀଙ୍କ ଭୂମିକାରେ ନଜର ଆସନ୍ତି।
ସେହି ଅନୁଯାୟୀ, 'ସିଙ୍ଘମ୍ ଏଗେନ୍'ରେ ଏହି ତିନି ତାରକାଙ୍କର ମଧ୍ୟ କୌଣସି ଭୂମିକା ରହିପାରେ ବୋଲି ବିଶ୍ୱାସ କରାଯାଏ। ଏମାନଙ୍କ ବ୍ୟତୀତ ଏଥିରେ ଶ୍ୱେତା ତିୱାରୀ ମଧ୍ୟ ଅଛନ୍ତି, ଯିଏ ଏକ ଇଭେଣ୍ଟରେ 'ସିଙ୍ଘମ୍ ଏଗେନ୍' ରହିବା କଥା କହିଥିଲେ।
ଦର୍ଶକଙ୍କୁ ଚମକେଇ ଦେବା ଭଳି କଥା ହେଲା ଏହି ଫିଲ୍ମରେ ଅର୍ଜୁନ କପୁରଙ୍କ ନାମକୁ ଭିଲେନ୍ ଚରିତ୍ରରେ ରଖାଯାଇଛି। କୁହାଯାଉଛି ଯେ ରୋହିତ ଶେଟ୍ଟୀ ଅର୍ଜୁନଙ୍କୁ ଭିଲେନ ଭାବରେ ଚୟନ କରିଛନ୍ତି। ପୂର୍ବରୁ ଅର୍ଜୁନ ଜଣେ ହିରୋ ଭାବରେ ଫ୍ଲପ୍ ହୋଇଛନ୍ତି।
]]>‘ସିଙ୍ଘମ୍ ଏଗେନ୍’ରୁ ଅଜୟ ଦେବଗନ୍ଙ୍କ ଲୁକ୍କୁ ଫିଲ୍ମର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ତାଙ୍କ ଅଫିସିଆଲ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ରେ ଶେୟାର କରିଛନ୍ତି। ଏହି ପୋଷ୍ଟର୍ରେ ଅଜୟ ଦେବଗନ୍ ସିଙ୍ଘମ୍ ଅବତାରରେ ନଜର ଆସିଛନ୍ତି। ଏହି ଫଟୋରେ ତାଙ୍କ ସହିତ ଏକ ସିଂହର ଛାୟାଦୃଶ୍ୟ ମଧ୍ୟ ଦେଖିବାକୁ ମିଳେ। ଅଜୟ ଦେବଗାନଙ୍କ ଏହି ଲୁକ୍ ଶେୟାର କରି ରୋହିତ ଶେଟ୍ଟୀ କ୍ୟାପ୍ସନ୍ରେ ଲେଖିଛନ୍ତି, ସିଂହ ଆତଙ୍କ ସୃଷ୍ଟି କରେ ଏବଂ ଆହତ ସିଂହ ବିନାଶ ସୃଷ୍ଟି କରେ! ସମସ୍ତଙ୍କର ପ୍ରିୟ ପୁଲିସ୍ବାଲା, ବାଜିରାଓ ସିଙ୍ଘମ୍ ଫେରି ଆସିଛନ୍ତି!
‘ସିଙ୍ଘମ୍ ଏଗେନ୍’ ସହିତ ଜଡିତ ଅଜୟ ଦେବଗନଙ୍କ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ପୋଷ୍ଟର୍କୁ ବହୁତ ପସନ୍ଦ କରିଛନ୍ତି ଅଭିନେତାଙ୍କ ପ୍ରଶଂସକମାନେ। ସେମାନେ ନିଜ ନିଜ ମତ ଦେଇ ପ୍ରତିକ୍ରିୟା କରୁଛନ୍ତି।
ଏହି ଫିଲ୍ମରେ ଅଜୟ ଦେବଗନ, ଅକ୍ଷୟ କୁମାର, ରଣବୀର ସିଂହ, ଟାଇଗର ଶ୍ରଫ୍, ଦୀପିକା ପାଦୁକୋନ ଏବଂ କରୀନା କପୁର ନଜର ଆସିବେ। ନିକଟରେ ଏହି ସମସ୍ତ କଳାକାରଙ୍କ ପୋଷ୍ଟର୍ ମଧ୍ୟ ପ୍ରକାଶ ପାଇଛି। ଏହାଠାରୁ ଭଲ କାଷ୍ଟିଂ ଆଉ ବା କ’ଣ ହୋଇପାରେ।
୨୦୨୧ର ଫିଲ୍ମ ‘ସୂର୍ଯ୍ୟବଂଶୀ’ ରୋହିତ ଶେଟ୍ଟୀଙ୍କ କପ୍ ୟୁନିଭର୍ସର ଚତୁର୍ଥ ଫିଲ୍ମ ଥିଲା। ୨୦୧୮ର ଏକ ଫିଲ୍ମ ‘ସିମ୍ବା’ରେ ରଣବୀର ସିଂହ ଜଣେ ପୋଲିସ୍ ଅଧିକାରୀ ଭୂମିକାରେ ଅଭିନୟ କରିଥିଲେ। ଅଜୟ ଦେବଗନ୍ ପୋଲିସ୍ ସିରିଜ୍ ‘ସିଙ୍ଘମ୍’ରେ କାମ କରିଛନ୍ତି। ‘ସୂର୍ଯ୍ୟବଂଶୀ’ରେ ଅକ୍ଷୟ ବୀର ସୂର୍ଯ୍ୟବଂଶୀଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ରଣବୀର ସିଂହ ‘ସିମ୍ବା’ରେ ଏକ କୈମୋରେ ଜଣେ ଏଟିଏସ୍ ଅଧିକାରୀଙ୍କ ଭୂମିକାରେ ଅଭିନୟ କରିଥିଲେ।
]]>ପୂର୍ବରୁ ରଣବୀର ସିଂହ, ଟାଇଗର ଶ୍ରଫ୍ ଏବଂ ଦୀପିକା ପାଦୁକୋନଙ୍କ ଫାଷ୍ଟ୍ ଲୁକ୍ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ବର୍ତ୍ତମାନ ଖିଲାଡି କିଙ୍ଗ୍ ଅକ୍ଷୟ କୁମାରଙ୍କ ଫାଷ୍ଟ୍ ଲୁକ୍ ସାମ୍ନାକୁ ଆସିଛି। ଏଥିରେ ସେ ଜଣେ ସାଧାରଣ ଅଫିସର ଭାବେ ଦେଖିବାକୁ ମିଳନ୍ତି ନାହିଁ। ତାଙ୍କର ଏହି ଦମଦାର ଲୁକ୍ ସମସ୍ତଙ୍କୁ ପାଗଳ କରିଦେଇଛି।
ଅକ୍ଷୟଙ୍କ ଏହି ଫାଷ୍ଟ୍ ଲୁକ୍ ଦେଖିବା ପରେ ପ୍ରଶଂସକମାନେ କହିଛନ୍ତି ଯେ ରୋହିତ ଶେଟ୍ଟୀଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ୧୦୦୦କୋଟି ଟଙ୍କା ରୋଜଗାର କରି ବ୍ଲକ୍ବଷ୍ଟର୍ ହେବ। କେବଳ ଏତିକି ନୁହେଁ ପ୍ରଶଂସକମାନେ ବୀର ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କରିବାରେ ଥମିଯାଉ ନାହାନ୍ତି ଏବଂ ପୁଣି ଥରେ ଅକ୍ଷୟ କୁମାରଙ୍କୁ ପୋଲିସ ଅବତାରରେ ଦେଖିବାକୁ ଆଗ୍ରହର ସହିତ ଅପେକ୍ଷା କରିଛନ୍ତି।
ସୋସିଆଲ ମିଡିଆରେ ଶେୟାର କରାଯାଇଥିବା ପୋଷ୍ଟ୍ରେ ଅକ୍ଷୟ କୁମାର ହେଲିକପ୍ଟରରୁ ଦୁଇ ହାତରେ ବନ୍ଧୁକ ଧରି ଡେଇଁପଡୁଥିବାର ନଜର ଆସିଛନ୍ତି। ଏହା ସହିତ ମିଷ୍ଟର ଖିଲାଡି କ୍ୟାପ୍ସନ୍ରେ ଲେଖିଛନ୍ତି, “ଆଇଲା ରେ ଆଇଲା, ସୂର୍ଯ୍ୟବଂଶୀ ଆଇଲା, ଏଟିଏସ୍ ମୁଖ୍ୟ ବୀର ସୂର୍ଯ୍ୟବଂଶୀର ଏଣ୍ଟ୍ରୀ ସମୟ ଆସିଗଲା। ଆପଣ ପ୍ରସ୍ତୁତ ତ ?” ଏହି ପୋଷ୍ଟ୍ ଶେୟାର ହେବା ମାତ୍ରେ ଅକ୍ଷୟ କୁମାରଙ୍କ ପ୍ରଶଂସକମାନେ ଫାୟାର୍ ଇମୋଜିର ବର୍ଷା କରିବାରେ ଲାଗିଛନ୍ତି। ଏଥି ସହିତ ପ୍ରଶଂସକମାନେ ଏହାକୁ ୧୦୦୦ କୋଟି ଟଙ୍କା ରୋଜଗାର କରି ଏକ ବ୍ଲକବଷ୍ଟର ଫିଲ୍ମ ହେବ ବୋଲି କହୁଛନ୍ତି।
ଏହାପୂର୍ବରୁ ଫିଲ୍ମରୁ ଯେଉଁସବୁ ସୁପର୍ଷ୍ଟାରଙ୍କ ଦମଦାର ଫାଷ୍ଟ୍ ଲୁକ୍ ସାମ୍ନାକୁ ଆସିଥିଲା ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେମାନେ ଏହି ଫିଲ୍ମ ଦେଖିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ‘ସିଙ୍ଘମ’ର ଏହା ହେଉଛି ତୃତୀୟ ସଂସ୍କରଣ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନଙ୍କୁ ମଧ୍ୟ ଦେଖିବାକୁ ମିଳିବ।
]]>ଏହି ବିଜ୍ଞାପନ ଯୋଗୁଁ ଅକ୍ଷୟଙ୍କୁ ଖୁବ ଟ୍ରୋଲ କରାଯାଉଛି। ସୋସିଆଲ ମିଡିଆର ପ୍ରତ୍ୟେକ ପ୍ଲାଟଫର୍ମରେ ତାଙ୍କୁ କଡ଼ା ସମାଲୋଚନା କରାଯାଉଛି।
ଅକ୍ଷୟଙ୍କ ଏକ ବିଜ୍ଞାପନ ବର୍ତ୍ତମାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହାପୂର୍ବରୁ ଅକ୍ଷୟ କୁମାର ପାନ ମସଲାର ଏକ ବିଜ୍ଞାପନ ପାଇଁ ଦର୍ଶକଙ୍କୁ କ୍ଷମା ମାଗିଥିଲେ ଏବଂ ସେ ଆଉ ଏପରି ବିଜ୍ଞାପନ କରିବେ ନାହିଁ ବୋଲି କହିଥିଲେ। କିନ୍ତୁ ଭାରତ ଓ ଅଷ୍ଟ୍ରେଲିଆ ଆଇସିସି ବିଶ୍ୱ କପ୍ ମ୍ୟାଚ୍ ବେଳେ ପ୍ରଶଂସକଙ୍କୁ ବଡ ଝଟ୍କା ଲାଗିଥିଲା ଯେତେବେଳେ ଏକ ପାନ ମସଲା ବ୍ରାଣ୍ଡ୍ର ଏକ ନୂଆ ବିଜ୍ଞାପନ ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଅକ୍ଷୟ କୁମାରଙ୍କୁ ନେଇ ପ୍ରସାରିତ ହୋଇଥିଲା।
ଶାହରୁଖ ଖାନ୍ ଏବଂ ଅଜୟ ଦେବଗନ ଏକ କାର୍ରେ ଅକ୍ଷୟ କୁମାରଙ୍କୁ ତାଙ୍କ ଘର ନିକଟ ରାସ୍ତାରେ ଅପେକ୍ଷା କରିବା ସହିତ ଏହି ବିଜ୍ଞାପନ ଆରମ୍ଭ ହୋଇଛି। ଅକ୍ଷୟ ତାଙ୍କ ହେଡ୍ଫୋନରେ ଗୀତ ଶୁଣିବାରେ ବ୍ୟସ୍ତ ଅଛନ୍ତି। ଅଜୟ ଗାଡିର ହର୍ଣ୍ଣ ବଜାଇ ଏବଂ ଶାହରୁଖ ବଲ୍ ପକେଇ ଝରକାର କାଚ ଭାଙ୍ଗି ଅକ୍ଷୟଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରନ୍ତି।
ଏହା ପରେ ଅଜୟ ଦେବଗନ ବିମଲର ଏକ ପ୍ୟାକେଟ୍ ଖୋଲନ୍ତି, ଯାହାର ବାସ୍ନାରେ ଅକ୍ଷୟଙ୍କ ଧ୍ୟାନ ଭଙ୍ଗ ହୁଏ ଓ ସେ ତଳକୁ ଆସନ୍ତି। ଏହି ବିଜ୍ଞାପନକୁ ଦେଖିଲେ ଏହା ସ୍ପଷ୍ଟ ହୋଇଯାଏ ଯେ ଏହା ପାନ ମସଲାର ଏକ ବିଜ୍ଞାପନ।
ଅକ୍ଷୟଙ୍କ ଏହି ବିଜ୍ଞାପନ ଭାଇରାଲ ହେବା ମାତ୍ରେ ଲୋକମାନେ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି। ଜଣେ ବ୍ୟକ୍ତି ମତ ଦେଇ କହିଛନ୍ତି, “ଅକ୍ଷୟଙ୍କୁ ଲୋକଙ୍କ କଥା ଶୁଣିବାକୁ ପଡ଼ିବ। ସେ କହିଥିଲେ ଯେ ସେ ତମାଖୁ ବିଜ୍ଞାପନ କରିବେ ନାହିଁ।” ଆଉ ଜଣେ କହିଛନ୍ତି, “ଅକ୍ଷୟ କୁମାର କହିଥିଲେ ଯେ ସେ ଆଉ ପାନ ମସଲାର ବିଜ୍ଞାପନ କରିବେ ନାହିଁ କାରଣ ଯେତେବେଳେ ସେ ପ୍ରଥମ ଥର ପାଇଁ ଏହି ବିଜ୍ଞାପନ କରିଥିଲେ ସେତେବେଳେ ତାଙ୍କ ପ୍ରଶଂସକମାନେ ଖୁସି ନ ଥିଲେ। ତେବେ ସେ ପୁନର୍ବାର କାହିଁକି କଲେ?” ଏହାକୁ ନେଇ ଏବେ ଅକ୍ଷୟ ପ୍ରବଳ ଟ୍ରୋଲ୍ର ଶିକାର ହେଉଛନ୍ତି। ତେବେ ଏହା ଉପରେ ଅକ୍ଷୟ କି ପଦକ୍ଷେପ ନେଉଛନ୍ତି, ଦେଖିବାକୁ ବାକି ରହିଲା।
]]>ଏଥି ସହିତ ବିବାହ ପରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ମିଶନ ରାନିଗଞ୍ଜ: ଦି ଗ୍ରେଟ୍ ରେସ୍କ୍ୟୁ ଅଫ୍ ଇଣ୍ଡିଆ’ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଚଳଚ୍ଚିତ୍ର ଅକ୍ଟୋବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଥିବାବେଳେ ପରିଣୀତି ଚୋପ୍ରା ତାଙ୍କ ବିପକ୍ଷରେ ଅଛନ୍ତି। ଏହା ଅକ୍ଷୟ ଏବଂ ପରିଣୀତିଙ୍କର ଦ୍ୱିତୀୟ ଚଳଚ୍ଚିତ୍ର। ଏଥିରେ ଅକ୍ଷୟଙ୍କୁ ପରିଣୀତିଙ୍କ ସହ ରୋମାନ୍ସ କରିବାର ଦେଖିବାକୁ ମିଳିବ।
ଅକ୍ଷୟ କୁମାର ଏବଂ ପରିଣୀତି ଚୋପ୍ରା ପୂର୍ବରୁ 'କେସରୀ'ରେ ଏକାଠି କାମ କରିଥିଲେ। ଏହି ଚଳଚ୍ଚିତ୍ରଟି ଏକ ବ୍ଲକବଷ୍ଟର ହୋଇଥିଲା। ବର୍ତ୍ତମାନ ଅକ୍ଷୟ ଏବଂ ପରିଣୀତିଙ୍କ ଫିଲ୍ମ ଆଉ ୩ ଦିନ ପରେ ରିଲିଜ ହେବାକୁ ଯାଉଛି। ଏହାପୂର୍ବରୁ ଅକ୍ଷୟ ତାଙ୍କ ସହ-ଅଭିନେତ୍ରୀଙ୍କୁ ତାଙ୍କ ବିବାହ ଅବସରରେ ଏକ ସୁନ୍ଦର ଉପହାର ଦେଇଛନ୍ତି। ପରିଣୀତି ନିଶ୍ଚିତ ଭାବରେ ଏଥିରେ ବହୁତ ଖୁସି ହେବେ।
ପୂର୍ବରୁ ଅକ୍ଷୟ କୁମାର ଆଗାମୀ ଚଳଚ୍ଚିତ୍ର 'ମିଶନ ରାନିଗଞ୍ଜ'ର ଏକ ନୂଆ ଗୀତର ଝଲକ ସେୟାର କରିଥିଲେ। ଏଥିରେ ଅକ୍ଷୟ ଏବଂ ପରିଣୀତି ଏକ ରୋମାଣ୍ଟିକ୍ ଷ୍ଟାଇଲରେ ପୋଜ୍ ଦେଇଥିବା ଦେଖିବାକୁ ମିଳେ। ଏଥିରେ ଏକ ରୋମାଣ୍ଟିକ୍ ଦିଗ ଦେଖାଯାଇଛି। ଏହି ଫଟୋ ଶେୟାର କରି ଅକ୍ଷୟ କହିଛନ୍ତି ଯେ ଏହା ପରିଣୀତିଙ୍କ ବିବାହ ପାଇଁ ଏକ ଉପହାର।
ଅକ୍ଷୟ କୁମାର ପୋଷ୍ଟରେ ଲେଖିଛନ୍ତି, “ପ୍ରେମଠାରୁ ବଡ଼ କିଛି ନାହିଁ, ପରିଣୀତି ଚୋପ୍ରା। ଆସୁଥିବା ତୁମର ବିଶେଷ ଦିନ ପାଇଁ ଏହା ଏକ ଉପହାର! ଭାରତର ପ୍ରକୃତ ହିରୋର କାହାଣୀ ‘ମିଶନ ରାନିଗଞ୍ଜ’। ୬ ଅକ୍ଟୋବରରେ ପ୍ରେକ୍ଷାଳୟରେ ଦେଖନ୍ତୁ।” ବାସ୍ତବରେ ଏହି ଫଟୋଟି ଫିଲ୍ମର ରୋମାଣ୍ଟିକ୍ ଗୀତ ‘କିମତ’ର ଝଲକ। ଏହି ପୋଷ୍ଟରେ ପରିଣୀତି ପ୍ରେମ ପୂର୍ଣ୍ଣ ଆଖିର ଏକ ମାଧ୍ୟ ନିଜ ମତ ଦେଖିଛନ୍ତି।
ସେହିପରି ଫିଲ୍ମର ଦ୍ୱିତୀୟ ଗୀତ ହେଉଛି ‘କିମତୀ’ ଯାହା କିଛି ସମୟ ପୂର୍ବରୁ ଲଞ୍ଚ ହୋଇଥିଲା। ଗୀତରେ ଅକ୍ଷୟ ଏବଂ ପରିଣୀତିଙ୍କ ମଧ୍ୟରେ ରୋମାଣ୍ଟିକ୍ କେମେଷ୍ଟ୍ରୀ ଦେଖିବାକୁ ମିଳେ। ଏଥିରେ ଚିତ୍ରିତ ପରିଣୀତି ଚୋପ୍ରାଙ୍କ ସରଳ ମୁହଁ ପ୍ରଶଂସକଙ୍କ ହୃଦୟ ଜିତୁଛି।
]]>ଏଭଳି ପରିସ୍ଥିତିରେ ୨୦୦୦ରେ ମୁକ୍ତିଲାଭ କରିଥିବା ଏକ ସୁପର ହିଟ୍ ଫିଲ୍ମର ସିକ୍ୱେଲ୍ ତିଆରି କରିବାକୁ ଏବେ ଯୋଜନା ଚାଲିଛି। ଏଠାରେ ସୁନୀଲ ଶେଟ୍ଟୀ, ଅକ୍ଷୟ କୁମାର ଏବଂ ଶିଳ୍ପା ଶେଟ୍ଟୀଙ୍କ ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ ‘ଧଡକନ’ ଫିଲ୍ମ ବିଷୟରେ କୁହାଯାଉଛି, ଯାହାର ସିକ୍ୱେଲ୍ ଖୁବ୍ ଶୀଘ୍ର ନିର୍ମିତ ହେବ।
୨୦୦୦ ମସିହାରେ ଶିଳ୍ପା ଶେଟ୍ଟୀ, ସୁନୀଲ ଶେଟ୍ଟୀ ଏବଂ ଅକ୍ଷୟ କୁମାରଙ୍କ ଅଭିନୀତ ‘ଧଡକନ’ରେ ମହିମା ଚୌଧୁରୀ ମଧ୍ୟ ଅତିଥି ରୂପରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରର ଗୀତଗୁଡିକ ଚମତ୍କାର ଥିଲା ଏବଂ ଆଜି ବି ଏହାକୁ ବହୁତ ପସନ୍ଦ କରାଯାଏ। ଏହି ଚଳଚ୍ଚିତ୍ରଟି ଧର୍ମେଶ ଦର୍ଶନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିବା ବେଳେ ପ୍ରେମ, ରୋମାନ୍ସ ଏବଂ ପାରିବାରିକ ଡ୍ରାମାରେ ଭରପୂର ଥିଲା।
‘ଧଡକନ ୨’କୁ ମଧ୍ୟ ଧର୍ମେଶ ଦର୍ଶନ ନିର୍ଦ୍ଦେଶନା ଦେବେ। ଏହି ଫିଲ୍ମ ପ୍ରସ୍ତାବରେ ବୋଲି ସେ ନିଶ୍ଚିତ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ୨୦୦୦ରେ ମୁକ୍ତିଲାଭ କରିଥିବା କ୍ଲାସିକ୍ ଚଳଚ୍ଚିତ୍ର ‘ଧଡକନ ୨’ କୁ ନେଇ ତାଙ୍କ ମନରେ ଦୁଇରୁ ତିନୋଟି ବିଚାର ଅଛି, ଯାହାକୁ ସେ ସିକ୍ୱେଲ ସହିତ ଆଗକୁ ନେବାକୁ ଚାହୁଁଛନ୍ତି। ଧର୍ମେଶ ଦର୍ଶନ କହିଛନ୍ତି ଯେ ଏବେ ‘ଧଡକନ ୨’ ପାଇଁ ସେ ରତନ ଜୈନନ ଜୀଙ୍କ ଠାରୁ ଅଫର ପାଇଛନ୍ତି ଯିଏ ‘ଧଡକନ’ର ନିର୍ମାତା ଥିଲେ।
‘ଧଡକନ ୨’ ର ନିଶ୍ଚିତକରଣ ପରେ ଏବେ ଏହାର ଷ୍ଟାର୍କାଷ୍ଟ୍କୁ ନେଇ ଫିଲ୍ମ ସର୍କଲରେ ଆଲୋଚନା ଚାଲିଛି। କିନ୍ତୁ କୁହାଯାଉଛି ଯେ ଏହି ଫିଲ୍ମରେ ସୁନୀଲ ଶେଟ୍ଟୀ, ଅକ୍ଷୟ କୁମାର ଏବଂ ଶିଳ୍ପା ଶେଟ୍ଟୀଙ୍କ ତ୍ରିକୋଣୀୟ ପ୍ରେମ ଦେଖିବାକୁ ମିଳିବ ନାହିଁ। ଫିଲ୍ମର ନିର୍ମାତା କିମ୍ବା ନିର୍ଦ୍ଦେଶକ ‘ଧଡକନ ୨’ ପାଇଁ ଷ୍ଟାର୍କାଷ୍ଟ୍ ବିଷୟରେ ଏପର୍ଯ୍ୟନ୍ତ କିଛି କହି ନାହାନ୍ତି।
ଏଭଳି ପରିସ୍ଥିତିରେ ଶିଳ୍ପା ଶେଟ୍ଟୀ, ଅକ୍ଷୟ କୁମାର ଏବଂ ସୁନୀଲ ଶେଟ୍ଟୀଙ୍କୁ ଏକାଠି ଦେଖିବା ପରେ ଲୋକଙ୍କ ହୃଦସ୍ପନ୍ଦନ ବୃଦ୍ଧି ପାଇବ ନା ଫିଲ୍ମରେ ଅନ୍ୟ କିଛି କାହାଣୀ ଦେଖିବାକୁ ମିଳିବ ତାହା ଦେଖିବା ବାକି ରହିଲା।
]]>ଫିଲ୍ମର ଷ୍ଟାର୍ କାଷ୍ଟ୍ ସହିତ ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ଗତ ସନ୍ଧ୍ୟାରେ ‘ସିଂଘମ ଏଗେନ୍’ର ଘୋଷଣା କରିବା ସହ କିଛି ଫଟୋ ମଧ୍ୟ ଶେୟାର କରିଥିଲେ। ରୋହିତ ଏହି ଆକ୍ସନ୍ ପ୍ୟାକ୍ ଫିଲ୍ମ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଅଜୟ ଦେବଗନ ଫିଲ୍ମର ସେଟ୍ରୁ କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ଅଜୟ ନିର୍ଦ୍ଦେଶକ ରୋହିତ ଏବଂ ରଣବୀରଙ୍କ ସହ ପୂଜା କରୁଥିବା ନଜର ଆସିଛନ୍ତି।
ଗୋଟିଏ ଫଟୋରେ ଏହି ତିନିଜଣ ହାତ ଯୋଡିବାର ନଜର ଆସିଛନ୍ତି। ଏହି ଫଟୋ ଶେୟାର କରି ଅଜୟ କ୍ୟାପ୍ସନ୍ରେ ଲେଖିଛନ୍ତି ଯେ, ୧୨ ବର୍ଷ ପୂର୍ବେ ଆମେ ଭାରତୀୟ ସିନେମାକୁ ଏହାର ସବୁଠାରୁ ବଡ ସିନେମାଟିକ୍ କପ୍ ୟୁନିଭର୍ସ ଦେଇଥିଲୁ। ବର୍ଷ ବର୍ଷ ଧରି ଆମେ ପାଇଥିବା ପ୍ରେମ ଆମର ଶକ୍ତିକୁ ମଜବୁତ କରି ‘ସିଂଘମ’ ପରିବାରକୁ ବଡ କରିପାରିଛି। ଆଜି ଆମେ ‘ସିଂଘମ ଏଗେନ୍’ ସହିତ ଆମର ଫ୍ରାଞ୍ଚାଇଜ୍କୁ ଆଗକୁ ନେବାକୁ ଏକାଠି ହୋଇଛୁ!
ଏହି ଫଟୋରେ କିନ୍ତୁ ପ୍ରଶଂସକମାନେ ଅକ୍ଷୟ କୁମାରଙ୍କୁ ବହୁତ ମିସ୍ କରିଛନ୍ତି। ତେବେ ପ୍ରଶଂସକମାନଙ୍କ ପାଇଁ ଏହି ଫଟୋଗୁଡିକ ଶେୟାର୍ କରି, ଅକ୍ଷୟ ଲେଖିଛନ୍ତି ଯେ ମୁଁ ବର୍ତ୍ତମାନ ଦେଶରେ ନାହିଁ, ମୁଁ ବ୍ୟକ୍ତିଗତ ଭାବେ ଫ୍ରେମ୍ରୁ ହଜିଯାଇଛି କିନ୍ତୁ ଆତ୍ମାରେ ସଂପୂର୍ଣ୍ଣ ଅଛି। ‘ସିଂଘମ ଏଗେନ୍’ ସେଟ୍ରେ ଆପଣମାନଙ୍କ ସହିତ ଯୋଗଦେବାକୁ ଆଉ ଅପେକ୍ଷା କରିପାରିବି ନାହିଁ! ମୋର ଶୁଭେଚ୍ଛା ପଠାଉଛି ଜୟ ମହାକାଲ୍। ସେହିପରି ରଣବୀର ସିଂହ ମଧ୍ୟ 'ଶୁଭାରମ୍ଭ' ଲେଖି ଫଟୋ ଶେୟାର କରିଛନ୍ତି।
ପ୍ରକାଶଥାଉ ଯେ ଯେତେବେଳେ ରୋହିତ ଶେଟ୍ଟୀ ଅକ୍ଷୟ କୁମାରଙ୍କ ସହିତ ସୂର୍ଯ୍ୟବଂଶୀ ତିଆରି କରିଥିଲେ ସେଥିରେ ସିମ୍ବା ବା ରଣବୀର ସିଂହ ଏବଂ ସିଂଘମ ବା ଅଜୟ ଦେବଗନଙ୍କର ଏକ ସ୍ୱତନ୍ତ୍ର କେମିୟୋ ରଖିଥିଲେ। ଏହି ଫିଲ୍ମର ଶେଷରେ, ଫିଲ୍ମର ପରବର୍ତ୍ତୀ ଭାଗ ବିଷୟରେ ମଧ୍ୟ ଏକ ସୂଚନା ଦିଆଯାଇଥିଲା। ବର୍ତ୍ତମାନ ରୋହିତ ପୁଣି ଥରେ ଏହି ତ୍ରିତାରକାଙ୍କୁ ଏକାଠି କରୁଛନ୍ତି। ପରଦାରେ ଅଜୟ, ଅକ୍ଷୟ ଏବଂ ରଣବୀରଙ୍କୁ ଏକାଠି ଦେଖିବା ପ୍ରଶଂସକଙ୍କ ପାଇଁ କୌଣସି ଏକ ଟ୍ରିଟ୍ ଠାରୁ କମ୍ ନୁହେଁ।
]]>ଉଭୟଙ୍କ ଶତ୍ରୁତା ଏତେ ବଢିଗଲା ଯେ ଦୁହେଁ ପରସ୍ପରଙ୍କ ମୁହଁ ବି ଦେଖିବାକୁ ପସନ୍ଦ କଲେନି। ତେବେ ବର୍ତ୍ତମାନ ଲାଗୁଛି ଯେ ବଲିଉଡର ଏହି ପୂର୍ବତନ ଯୋଡି ଖୁବ୍ ଶୀଘ୍ର ଏକାଠି ହେବାକୁ ଯାଉଛନ୍ତି। ଦୁହେଁ ସେମାନଙ୍କର ଶତ୍ରୁତାକୁ ଭୁଲି ଏକାଠି କାମ କରିବାକୁ ରାଜି ହୋଇଛନ୍ତି। ଦୀର୍ଘ ୧୯ ବର୍ଷ ପରେ ଅକ୍ଷୟ କୁମାର ତାଙ୍କ ପ୍ରେମିକା ରବୀନା ଟଣ୍ଡନଙ୍କ ସହ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କ ଯୋଡି 'ୱେଲ୍କମ୍ ୩' ରେ ଦେଖିବାକୁ ମିଳିବ।
ଫିଲ୍ମଫେୟାର ରିପୋର୍ଟ ଅନୁଯାୟୀ, ରବିନା ଖୁବ୍ ଶୀଘ୍ର ଅକ୍ଷୟ କୁମାରଙ୍କ ଫିଲ୍ମ 'ୱେଲ୍କମ ୩' ରେ ମୁଖ୍ୟ ଅଭିନେତ୍ରୀ ଭାବରେ ଯୋଗଦେବେ। ତେବେ ଏପର୍ଯ୍ୟନ୍ତ ଏ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଆସିନାହିଁ। କିନ୍ତୁ ଯଦି ଏହି ରିପୋର୍ଟ ସତ ହୋଇଯାଏ ଏବଂ ରବୀନା ଓ ଅକ୍ଷୟ 'ୱେଲ୍କମ ୩' ପାଇଁ ଏକାଠି ହୁଅନ୍ତି, ତେବେ ଏହା ଦୀର୍ଘ ୧୯ ବର୍ଷ ପରେ ସେମାନଙ୍କର ଅନ-ସ୍କ୍ରିନ୍ ରୋମାନ୍ସ ହେବ। ୨୦୦୪ର ଫିଲ୍ମ 'ଆନ୍: ମେନ୍ ଆଟ୍ ୱାର୍କ'ରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା।
୧୯୯୦ ଦଶକରେ ରବୀନା ଟଣ୍ଡନ୍ ଏବଂ ଅକ୍ଷୟ କୁମାରଙ୍କ ସମ୍ପର୍କ ସମସ୍ତଙ୍କ ମୁହଁରେ ଥିଲା। ଚଳଚ୍ଚିତ୍ର ସହିତ ତାଙ୍କ ପ୍ରେମ କାହାଣୀକୁ ନେଇ ମଧ୍ୟ ଖୁବ ଆଲୋଚନା ହେଉଥିଲା। ଏହି ଯୋଡି ପ୍ରଥମେ ୧୯୯୪ର ଚଳଚ୍ଚିତ୍ର 'ମୋହରା'ରେ ନଜର ଆସିଥିଲେ। ଏହା ପରେ ରବୀନା ଏବଂ ଅକ୍ଷୟ 'ଖିଲାଡିୟୋଁ କା ଖିଲାଡି', 'ବାରୁଦ' ଭଳି ଅନେକ ହିଟ୍ ଫିଲ୍ମ ଦେଇଛନ୍ତି।
ରିପୋର୍ଟ ଅନୁଯାୟୀ, ‘ମୋହରା’ ଫିଲ୍ମର ସୁଟିଂ ସମୟରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ। ଦୁହେଁ ପରସ୍ପରକୁ ନେଇ ଏତେ ବିଶ୍ୱାସୀ ଥିଲେ ଯେ ସେମାନଙ୍କ ନିର୍ବନ୍ଧ ମଧ୍ୟ ହୋଇଗଲା। କିନ୍ତୁ ପରେ କ’ଣ ହେଲା କେଜାଣି ଉଭୟ ଅଲଗା ହୋଇଗଲେ। ଏହା ପରେ ଉଭୟଙ୍କୁ କେବେ ବି ଏକାଠି ଦେଖାଯାଇ ନଥିଲା ଏବଂ ଏହି ଯୋଡିଙ୍କର ଫିଲ୍ମ କେବେ ବି ଆସି ନଥିଲା।
ତେବେ ସର୍ବଶେଷ ରିପୋର୍ଟ ଅନୁସାରେ ବଲିଉଡ୍ର ଏହି ପୂର୍ବତନ ଯୋଡି ବହୁ ବର୍ଷ ପରେ ଏକାଠି ନଜର ଆସିବେ। ଏହି କାରଣରୁ, ବଲିଉଡରେ ଲିଭିଯାଇଥିବା ସେମାନଙ୍କର ପ୍ରେମ-କାହାଣୀ ପୁଣି ଥରେ ଚର୍ଚ୍ଚାକୁ ଆସିଛି।
]]>ଏକ ଭଲ କାହାଣୀ ପରେ ମଧ୍ୟ OMG-2 ଗଦର-୨ ତୁଳନାରେ ରୋଜଗାରରେ ବହୁ ପଛରେ ପଡିଛି। ଏହା ପଛରେ ଏକ ବଡ କାରଣ ମଧ୍ୟ ଅଛି ଯାହା ଫିଲ୍ମର ସାର୍ଟିଫିକେଟ୍ ବିଷୟରେ କୁହାଯାଉଛି। ଅକ୍ଷୟ କୁମାର ନିଜେ ଫିଲ୍ମର 'ଏ' ସାର୍ଟିଫିକେଟ୍ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏଭଳି ପରିସ୍ଥିତିରେ ଯଦି ଫିଲ୍ମକୁ 'A' ସାର୍ଟିଫିକେଟ୍ ଦିଆଯାଇ ନଥାନ୍ତା ତେବେ ଅଧିକ ପରଦା ମିଳିଥାନ୍ତା ବୋଲି ବିଶ୍ୱାସ କରାଯାଏ।
OMG-2 ଚଳଚ୍ଚିତ୍ର ୮ ଦିନରେ ଭାରତରେ ୯୦ କୋଟି ଟଙ୍କା ରୋଜଗାର କରିଛି। ଏହି ଚଳଚ୍ଚିତ୍ରର ବିଶ୍ୱବ୍ୟାପୀ ରୋଜଗାର ହେଉଛି ୧୨୦ କୋଟି ଟଙ୍କା। ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ କ୍ରମାଗତ ଭାବରେ ଚାଲୁଛି। ରିଲିଜ୍ ହେବା ପୂର୍ବରୁ ମଧ୍ୟ ଫିଲ୍ମ ଅନେକ ଚର୍ଚ୍ଚାରେ ଥିଲା। ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍(CBFC) ଫିଲ୍ମକୁ ସମୀକ୍ଷା ପାଇଁ ପଠାଇଥିଲା। ଏହା ପରେ ଫିଲ୍ମକୁ ଏକ ସାର୍ଟିଫିକେଟ୍ ମଧ୍ୟ ଦିଆଯାଇଥିଲା।
ଏହି କାରଣରୁ, ଫିଲ୍ମ ସ୍କ୍ରିନ୍ ପାଇବାରେ ହ୍ରାସ ଘଟିଛ। ଏହି ଚଳଚ୍ଚିତ୍ରକୁ ନେଇ ଅକ୍ଷୟ କୁମାର ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକ ଶୋ’ରେ ଦର୍ଶକଙ୍କ ସହ କଥାବାର୍ତ୍ତା ସମୟରେ ଅକ୍ଷୟ କୁମାର କହିଥିଲେ, “ଏକ ଚମତ୍କାର କଥା କହିବି, ଏହା ହେଉଛି ପ୍ରଥମ ଆଡଲ୍ଟ ଫିଲ୍ମ ଯାହାକୁ କମ୍ ବୟସର ପିଲାମାନେ ବି ଦେଖିପାରିବେ।”
ୟାମି ଗୌତମ ଫିଲ୍ମର ବକ୍ସ ଅଫିସରେ ପ୍ରଦର୍ଶନ ବିଷୟରେ ମଧ୍ୟ କହିଛନ୍ତି। ୟାମି ଏକ ସାକ୍ଷାତକାରରେ ହିନ୍ଦୁସ୍ତାନ ଟାଇମ୍ସକୁ କହିଥିଲେ, “ମୁଁ ଫିଲ୍ମକୁ ନେଇ ବହୁତ ଭରଷାରେ ଥିଲି, ଏହା ଏକ ଭଲ ଫିଲ୍ମ ଯାହାକୁ ଲୋକମାନେ ପସନ୍ଦ କରିଥାନ୍ତେ। ଯଦି ଫିଲ୍ମ ନ ଚାଲେ ତେବେ ଏହା ମୋ ପାଇଁ ଆଶ୍ଚର୍ଯ୍ୟଜନକ ବିଷୟ ହୋଇଥାନ୍ତା। A ସାର୍ଟିଫିକେଟ୍ ପାଇବା ପରେ ମଧ୍ୟ ଲୋକମାନେ ଫିଲ୍ମକୁ ପସନ୍ଦ କରିଛନ୍ତି। ପରେ ଯାହା ଘଟିଲା, ତାହା ଆମ ନିୟନ୍ତ୍ରଣରେ ନଥିଲା। ନିର୍ମାତା ଏବଂ ନିର୍ଦ୍ଦେଶକଙ୍କ ଦୃଷ୍ଟିକୋଣରୁ ଏହା ଠିକ୍ ନୁହେଁ। ବେଳେବେଳେ ଏହିପରି ଜିନିଷଗୁଡ଼ିକୁ ସଂପୂର୍ଣ୍ଣ ବୁଝିବା ବହୁତ କଷ୍ଟକର।”
]]>ସେହିପରି ଅକ୍ଷୟ କୁମାରଙ୍କ 'OMG 2' ସମାଲୋଚକମାନଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଉଛି ଏହା ସହିତ ଭଲ ରୋଜଗାର ମଧ୍ୟ କରୁଛି, କିନ୍ତୁ ‘ଗଦର ୨’ କିମ୍ବା ‘ଜେଲର’ ଭଳି ସେପରି ଛାପ ପକେଇ ପାରୁ ନାହିଁ। ଏହା ବ୍ୟତୀତ ଚିରଞ୍ଜୀବୀଙ୍କ ଫିଲ୍ମ 'ଭୋଲା ଶଙ୍କର' ବକ୍ସ ଅଫିସରେ ପୂରା ଫ୍ଲପ୍ ହୋଇଛି। 'ଭୋଲା ଶଙ୍କର' ୧୫ ଅଗଷ୍ଟରେ ୧ କୋଟି ଟଙ୍କା ମଧ୍ୟ ରୋଜଗାର କରିପାରି ନଥିଲା
ଏହି ୪ ଟି ବଡ ତାରକା ଏବଂ ବଡ ବଜେଟ୍ ଚଳଚ୍ଚିତ୍ର ମଧ୍ୟରେ ରଜନୀକାନ୍ତଙ୍କ 'ଜେଲର' ୧୦ ଅଗଷ୍ଟରେ ପ୍ରେକ୍ଷାଳୟରେ ରିଲିଜ୍ ହୋଇଥିଲା। ଚଳଚ୍ଚିତ୍ରଟି ଉଦ୍ଘାଟନୀ ଦିନ ୪୮.୩୫ କୋଟି ଟଙ୍କା ରୋଜଗାର କରିଥିଲା। ସେହିପରି ଦ୍ୱିତୀୟ ଦିନରେ ୨୫.୭୫ କୋଟି ଟଙ୍କା, ତୃତୀୟ ଦିନରେ ୩୫.୩ କୋଟି, ଚତୁର୍ଥ ଦିନରେ ୪୨.୨ କୋଟି ଏବଂ ପଞ୍ଚମ ଦିନରେ ୨୮ କୋଟି ଟଙ୍କା ରୋଜଗାର କରିଛି। ରିପୋର୍ଟ ଅନୁଯାୟୀ, ଷଷ୍ଠ ଦିନରେ ଅର୍ଥାତ୍ ୧୫ ଅଗଷ୍ଟରେ ଏହି ଫିଲ୍ମ ୩୩ କୋଟି ଟଙ୍କା ରୋଜଗାର କରିଛି।
ଏହି ଅନୁଯାୟୀ ୨୦୦ କୋଟି ଟଙ୍କାରେ ନିର୍ମିତ ରଜନୀକାନ୍ତଙ୍କ ଫିଲ୍ମ ୬ ଦିନରେ ଭାରତରେ ମୋଟ ୨୧୨.୬ କୋଟି ଟଙ୍କା ରୋଜଗାର କରିପାରିଛି।
ଭାରତରେ ସନି ଦେଓଲଙ୍କ ‘ଗଦର ୨’ ଏବଂ ଅକ୍ଷୟ କୁମାରଙ୍କ ‘OMG 2’ 'ଜେଲର'ର ବକ୍ସ ଅଫିସ ରୋଜଗାରକୁ ପ୍ରଭାବିତ କରିଛି। 'ଗଦର ୨' ୫ ଦିନରେ ୨୨୯.୦୮ କୋଟି ଟଙ୍କା ରୋଜଗାର କରିଥିବାବେଳେ ଅକ୍ଷୟ କୁମାରଙ୍କ ଫିଲ୍ମ ୫ ଦିନରେ ୭୩.୭ କୋଟି ଟଙ୍କା ରୋଜଗାର କରିଛି। ଏହି ମାମଲାରେ ଚିରଞ୍ଜୀବୀ ସବୁଠାରୁ ପଛରେ ପଡିଯାଇଛନ୍ତି।
ଚିରଞ୍ଜୀବୀଙ୍କ ଫିଲ୍ମ 'ଭୋଲା ଶଙ୍କର' ୧୫ ଅଗଷ୍ଟରେ ମାତ୍ର ୭୫ ଲକ୍ଷ ଟଙ୍କା ରୋଜଗାର କରିଛି। ଚଳଚ୍ଚିତ୍ରଟି ଉଦ୍ଘାଟନୀ ଦିନ ୧୬.୨୫ କୋଟି ଟଙ୍କା ରୋଜଗାର କରିଥିଲା। ବର୍ତ୍ତମାନ ଏହି ଫିଲ୍ମର ମୋଟ ରୋଜଗାର ହେଉଛି ୨୭ କୋଟି ଟଙ୍କା। 'ଭୋଲା ଶଙ୍କର' ବକ୍ସ ଅଫିସରେ ପୂରା ଫ୍ଲପ୍ ହୋଇଛି।
ତେବେ ସନି ଦେଓଲଙ୍କ ‘ଗଦର ୨’ର ଆଲୋଚନା ସବୁଠାରେ ଦେଖାଯାଉଛି। ମାତ୍ର ୮୦ କୋଟି ବଜେଟରେ ତିଆରି ଏହି ଫିଲ୍ମ ଅନେକ ରେକର୍ଡ ସୃଷ୍ଟି କରୁଥିବା ଜଣାପଡିଛି। ସନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ଏହି ଫିଲ୍ମ ରୋଜଗାର ଦୃଷ୍ଟିରୁ ସୁପରଷ୍ଟାର ରଜନୀକାନ୍ତଙ୍କ ‘ଜେଲର’କୁ ମାତ୍ର ପାଞ୍ଚ ଦିନରେ ପଛରେ ପକେଇ ଦେଇଛି। ଏଥି ସହିତ, ଦ୍ୱିତୀୟ ସପ୍ତାହ ଶେଷ ସୁଦ୍ଧା, ଫିଲ୍ମ ୨୫୦ କୋଟି ଟଙ୍କାର ଅତିକ୍ରମ କରିଯିବ ବୋଲି କୁହାଯାଉଛି।
ବକ୍ସ ଅଫିସ୍ ଟ୍ରାକରଙ୍କ କହିବାନୁସାରେ, ‘ଗଦର ୨’ ସ୍ୱାଧୀନତା ଦିବସର ଫାଇଦା ମାରି ନେଇଛି। ମଙ୍ଗଳବାର, ଏହି ଫିଲ୍ମ ୫୫.୫ କୋଟି ଟଙ୍କା ରୋଜଗାର କରିଛି। ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ୪୦.୧ କୋଟି, ଦ୍ୱିତୀୟ ଦିନରେ ୪୩.୦୮ କୋଟି, ତୃତୀୟ ଦିନରେ ୫୧.୭ କୋଟି, ଚତୁର୍ଥ ଦିନରେ ୩୮.୭ କୋଟି ଟଙ୍କା ରୋଜଗାର କରିଛି। ଏହି ଆକଳନକୁ ମିଶାଇ ‘ଗଦର ୨’ ୫ ଦିନରେ ମୋଟ୍ ୨୨୯.୦୮ କୋଟି ଟଙ୍କା ରୋଜଗାର କରିନେଇଛି।
]]>ଅକ୍ଷୟ କୁମାର ବଲିଉଡର ସେହି ସୁପରଷ୍ଟାରମାନଙ୍କ ମଧ୍ୟରୁ ଜଣେ, ଯିଏ ପ୍ରାୟତଃ ସାମାଜିକ ପ୍ରସଙ୍ଗକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରନ୍ତି। 'ପ୍ୟାଡ୍ ମ୍ୟାନ୍' ଠାରୁ ଆରମ୍ଭ କରି ନିକଟରେ ମୁକ୍ତିଲାଭ କରିଥିବା 'OMG 2' ପର୍ଯ୍ୟନ୍ତ ସେ ଭାରତୀୟ ସମାଜ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି। ତେବେ ତାଙ୍କର କାନାଡୀୟ ନାଗରିକତା ହେତୁ ସେ ଏହି ପ୍ରସଙ୍ଗରେ ଅନେକ ସମୟରେ ବିବାଦରେ ରହୁଥିଲେ।
ତାଙ୍କର କାନାଡୀୟ ନାଗରିକତା ହେତୁ ତାଙ୍କୁ ସୋସିଆଲ ମିଡିଆରେ କ୍ରମାଗତ ଭାବରେ ଟ୍ରୋଲ କରାଯାଉଥିଲା। ସୋସିଆଲ ମିଡିଆରେ ଟ୍ରୋଲ କରି ଲୋକେ ତାଙ୍କୁ 'କାନାଡା କୁମାର' ବୋଲି ମଧ୍ୟ କହୁଥିଲେ। କିନ୍ତୁ ବର୍ତ୍ତମାନ ଭାରତୀୟ ନାଗରିକତ୍ୱ ପାଇବା ପରେ ଅକ୍ଷୟ କୁମାରଙ୍କ ଖୁସିର ସୀମା ନାହିଁ। ସେଥିପାଇଁ ସେ ଭାରତୀୟ ନାଗରିକତ୍ୱ ପାଇବା ମାତ୍ରେ ସୋସିଆଲ ମିଡିଆରେ ନିଜ ପ୍ରଶଂସକଙ୍କ ସହ ଏହା ଶେୟାର କରିଛନ୍ତି।
ଅକ୍ଷୟ କୁମାର ଏକ ଲାଲ ରଙ୍ଗର ସରକାରୀ ଡକ୍ୟୁମେଣ୍ଟର ଫଟୋ ଶେୟାର କରିଛନ୍ତି। ଏହା ଉପରେ ଭାରତୀୟ ଜାତୀୟ ପ୍ରତୀକ ରହିଛି। ଭାରତ ସରକାରଙ୍କ ଏହି ଡକ୍ୟୁମେଣ୍ଟରେ 'ନାଗରିକତା ପ୍ରମାଣପତ୍ର' ଲେଖାଯାଇଛି। ସୋସିଆଲ ମିଡିଆରେ ଏହି ସୂଚନା ଦେଇ ଅକ୍ଷୟ ନିଜେ ଲେଖିଛନ୍ତି- “ବର୍ତ୍ତମାନ ଉଭୟ ହୃଦୟ ଏବଂ ନାଗରିକତା ଭାରତୀୟ। ସ୍ୱାଧୀନତା ଦିବସର ଶୁଭେଚ୍ଛା .. ଜୟ ହିନ୍ଦ…।”
କାନାଡା ଫେଡେରାଲ୍ ନିର୍ବାଚନ ପରେ ଅକ୍ଷୟ କୁମାରଙ୍କୁ ୨୦୧୧ରେ ସେଠାକାର କଞ୍ଜରଭେଟିଭ୍ ସରକାର ଦ୍ୱାରା କାନାଡୀୟ ନାଗରିକତ୍ୱ ମିଳିଥିଲା। ଡିସେମ୍ବର ୨୦୧୯ରେ ଅକ୍ଷୟ କୁମାର ଏକ ଭାରତୀୟ ପାସପୋର୍ଟ ପାଇଁ ଆବେଦନ କରିଥିଲେ ଏବଂ କହିଥିଲେ ଯେ ସେ ତାଙ୍କର କାନାଡୀୟ ନାଗରିକତ୍ୱ ଛାଡିବାକୁ ଯାଉଛନ୍ତି। ଆବେଦନର ୩ ବର୍ଷ ପରେ ସେ ଭାରତୀୟ ନାଗରିକତ୍ୱ ପାଇଲେ।
ଏହି ଖବର ପାଇ ଅକ୍ଷୟ କୁମାରଙ୍କ ପ୍ରଶଂସକମାନେ ମଧ୍ୟ ବହୁତ ଖୁସି ଅଛନ୍ତି। କିଛି ପ୍ରଶଂସକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି “ଅକ୍ଷୟ କୁମାର ହେଉଛନ୍ତି ଭାରତର ହୀରା।” ଅନ୍ୟ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, “ସ୍ୱାଧୀନତା ଦିବସରେ ଦେଇଥିବା ଖୁସି ଖବର ପାଇଁ ଅକ୍ଷୟ କୁମାରଙ୍କୁ ଅଭିନନ୍ଦନ।”
ତାଙ୍କ ବିରୋଧୀମାନେ ତାଙ୍କୁ ଭାରତୀୟ ନାଗରିକତ୍ୱ ବିଷୟରେ କ୍ରମାଗତ ଭାବରେ ଟ୍ରୋଲ କରୁଥିଲେ ଏବଂ ଅକ୍ଷୟ କୁମାରଙ୍କ ଦେଶପ୍ରେମ ପ୍ରସଙ୍ଗକୁ ନେଇ ନିର୍ମିତ ଚଳଚ୍ଚିତ୍ର ଉପରେ ତାଙ୍କୁ ପ୍ରଶ୍ନ କରୁଥିଲେ। କିନ୍ତୁ ଶେଷରେ ଅକ୍ଷୟ କୁମାର ସେହି ସମସ୍ତ ପ୍ରଶ୍ନର ଅନ୍ତ ଘଟାଇଛନ୍ତି।
ଅକ୍ଷୟ ତାଙ୍କ ଫିଲ୍ମ OMG 2 ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ଏହି ଚଳଚ୍ଚିତ୍ରରେ ପଙ୍କଜ ତ୍ରିପାଠୀ ଏବଂ ୟାମି ଗୌତମଙ୍କ ସହ ଅଛନ୍ତି ଏବଂ ଖୁବ ଶୀଘ୍ର ୧୦୦ କୋଟି ଟଙ୍କାର କ୍ଲବ୍ରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ହେଉଛି ‘ଦି ଗ୍ରେଟ୍ ଇଣ୍ଡିଆନ୍ ରେସ୍କ୍ୟୁ’, ଯାହା ଜସୱନ୍ତ ସିଂହ ଗିଲଙ୍କ ବାୟୋପିକ୍।
]]>‘ଗଦର ୨’ ପ୍ରଥମ ଦିନରେ ରେକର୍ଡ ଭାଙ୍ଗିବା ପରେ ଫିଲ୍ମ ରିଲିଜ ହେବାର ଦ୍ୱିତୀୟ ଦିନରେ ୪୩.୦୮ କୋଟି ଟଙ୍କା ରୋଜଗାର କରିଛି। ଫିଲ୍ମ ପ୍ରଥମ ଦିନରେ ୪୦.୧୦ କୋଟି ଟଙ୍କା ରୋଜଗର କରିଥିଲା। ଦୁଇ ଦିନ ମଧ୍ୟରେ ମୋଟ୍ ୮୩.୧୮ କୋଟି ଟଙ୍କା ନେଟ ହାସଲ କରି ୨୦୨୩ରେ ‘ଗଦର ୨’ ଦ୍ରୁତ ଗତିରେ ୧୦୦ କୋଟି କ୍ଲବ ଆଡକୁ ଆଗେଇ ଚାଲିଛି।
ବକ୍ସ ଅଫିସ୍ ଟ୍ରାକର୍ ସଚନିକ୍ଙ୍କ ଅନୁଯାୟୀ ‘ଗଦର ୨’ ର ତୃତୀୟ ଦିନରେ ମଧ୍ୟ ୪୮କୋଟି ରୋଜଗାର କରିପାରିବ, ଯାହା ଫିଲ୍ମର ମୋଟ ଆୟ ୧୩୧.୧୮ କୋଟି ହେବ। ୨୦୨୩ର ଏହା ରେକର୍ଡ ସେଟିଂ ରୋଜଗାର ହେବ।
ନିର୍ଦ୍ଦେଶକ-ନିର୍ମାତା ଅନିଲ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଜି ଷ୍ଟୁଡିଓ ଦ୍ୱାରା ନିର୍ମିତ ଏହି ଫିଲ୍ମରେ ସୁପରଷ୍ଟାର ସନୀ ଦେଓଲ ଏବଂ ଅମିଶା ପଟେଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହା ୧୧ ଅଗଷ୍ଟରୁ ପ୍ରେକ୍ଷାଳୟରେ ହଙ୍ଗାମା ସୃଷ୍ଟି କରୁଛି।
ବକ୍ସ ଅଫିସ୍ ଟ୍ରାକରର ପ୍ରାରମ୍ଭିକ ଆକଳନ ଅନୁଯାୟୀ, ରଜନୀକାନ୍ତଙ୍କ ‘ଜେଲର’ ତୃତୀୟ ଦିନରେ ୩୫ କୋଟି ରୋଜଗାର କରିଛନ୍ତି, ଏହା ପରେ ଫିଲ୍ମର ସଂଗ୍ରହ ୧୦୯.୧୦ କୋଟିକୁ ବୃଦ୍ଧି ପାଇଛି। ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ପ୍ରଥମ ଦିନରେ ୪୮.୩୫ କୋଟି ରୋଜଗାର କରିଥିବା ବେଳେ ଦ୍ୱିତୀୟ ଦିନରେ ମାତ୍ର ୨୫ କୋଟି ରୋଜଗାର କରିଥିଲା। ଏହି ଫିଲ୍ମ ଭାରତରେ ୧୦୦ କୋଟିର କ୍ଲବରେ ଯୋଗଦେଇଥିବା ବେଳେ ସାରା ବିଶ୍ୱରେ ୧୫୦ କୋଟିର କ୍ଲବରେ ଯୋଗଦେବାକୁ ପ୍ରସ୍ତୁତ ହେଉଛି।
ସେହିପରି OMG 2 ପ୍ରଥମ ଦିନରେ ମାତ୍ର ୧୦.୨୬ କୋଟି ରୋଜଗାର କରିଥିବା ଅକ୍ଷୟ କୁମାରଙ୍କ ଫିଲ୍ମ ଦ୍ୱିତୀୟ ଦିନରେ ୧୪.୫ କୋଟି ରୋଜଗାର କରିଛି। ଏହାର ମୋଟ ରୋଜଗାର ୨୪.୭୬ କୋଟିରେ ପହଞ୍ଚିଛି।
]]>ପରିସ୍ଥିତି ମଧ୍ୟ ବଦଳିଛି ଆଉ ଭାବନା ମଧ୍ୟ। ବର୍ତ୍ତମାନ OMG 2 ଆସିଛି। OMG 2 ରେ ଅମିତ ରାୟ ଏବଂ ଅକ୍ଷୟ କୁମାରଙ୍କ ସହିତ ପଙ୍କଜ ତ୍ରିପାଠୀ, ୟାମି ଗୌତମ ଏବଂ ପୱନ ମଲହୋତ୍ରା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ତେବେ ବିଶେଷ କଥା ହେଉଛି ନିର୍ଦ୍ଦେଶକ ଫିଲ୍ମର କାହାଣୀକୁ ସମ୍ପୂର୍ଣ୍ଣ ନୂଆ ଢଙ୍ଗରେ ତିଆରି କରିଛନ୍ତି ଏବଂ ଆଜିର ପରିବେଶକୁ ନେଇ ଏହାକୁ ସମ୍ପୂର୍ଣ୍ଣ ଭାବେ ପ୍ରାସଙ୍ଗିକ କରିବାକୁ ଚେଷ୍ଟା କରିଛନ୍ତି।
OMG 2 ର କାହାଣୀ ଜଣେ ଶିବ ଭକ୍ତଙ୍କ ଉପରେ, ଯେଉଁଥିରେ ପଙ୍କଜ ତ୍ରିପାଠୀ ଅଭିନୟ କରିଛନ୍ତି। ସେ ସଂପୂର୍ଣ୍ଣ ଭକ୍ତି ସହିତ ଶିବଙ୍କୁ ପୂଜା କରନ୍ତି। କିନ୍ତୁ ତାଙ୍କ ପୁଅ ସହିତ ଏମିତି କିଛି ହୁଏ ଯେ ତାଙ୍କୁ ସ୍କୁଲରୁ ବହିଷ୍କାର କରିଦିଆଯାଏ। ତାଙ୍କୁ ଖରାପ କଥା କୁହାଯିବା ଅଭିଯୋଗ ହୁଏ। ପରିସ୍ଥିତି ଏପରି ହୋଇଯାଏ ଯେ ପଙ୍କଜ ତ୍ରିପାଠୀ ଏବଂ ତାଙ୍କ ପରିବାରରକୁ ସହର ଛାଡିବା ପର୍ଯ୍ୟନ୍ତ କଥା ଯାଏ। ଠିକ ଏହି ସମୟରେ ଶିବ ଦୂତ ଅକ୍ଷୟ କୁମାରଙ୍କ ଏଣ୍ଟ୍ରୀ ହୁଏ। ଏହା ପରେ ପଙ୍କଜ ତ୍ରିପାଠୀଙ୍କ ସାହସ ବଢେ ଏବଂ ସେ କୋର୍ଟର ସାହାରା ନିଅନ୍ତି।
ସେହିପରି ଚଳଚ୍ଚିତ୍ରଟି ମଧ୍ୟ ପରିପକ୍ୱତା ସହିତ ଯୌନ ଶିକ୍ଷା ପରି ସମ୍ବେଦନଶୀଳ ଏବଂ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସାମ୍ନାକୁ ଆଣିଛି। ଏଥିରେ ଦର୍ଶକଙ୍କ ନିକଟରେ ଏକ କୋର୍ଟ ସିନ୍, ଶୁଦ୍ଧ ହିନ୍ଦୀ ଶବ୍ଦ, କାହାଣୀରେ ପରିପକ୍ୱତା ଏବଂ ଅତି ସମ୍ବେଦନଶୀଳ ବିଷୟକୁ ପହଞ୍ଚାଇବା ପାଇଁ ଏକ ଅର୍ଥପୂର୍ଣ୍ଣ ପ୍ରୟାସ କରାଯାଇଛି। ଖାଲି ଏତିକି ନୁହେଁ, ଫିଲ୍ମଟି ହସେଇବା ସହିତ ଏକ ଗଭୀର ବାର୍ତ୍ତା ମଧ୍ୟ ଦେଉଛି।
କାହାଣୀ ଦୃଷ୍ଟିରୁ 'OMG 2' ଫିଟ୍ ଏବଂ ନିର୍ଦ୍ଦେଶକଙ୍କ ଦୃଷ୍ଟିରୁ ମଧ୍ୟ ଠିକ ଅଛି। ଅମିତ ରାୟ ବହୁତ ସମ୍ବେଦନଶୀଳତା ସହିତ ଫିଲ୍ମକୁ ଆଗକୁ ନେଇଛନ୍ତି। ସେ ଖୁବ ଚତୁରତାର ସହିତ ସେହି ବିଷୟରେ ହାତ ମାରିଛନ୍ତି, ଯାହାକୁ ପ୍ରାୟତଃ କରାପ କଥା କୁହାଯାଇ ଅଣଦେଖା କରାଯାଏ। ଆଜିର ସମୟରେ, ଏହିପରି ଏକ ଚଳଚ୍ଚିତ୍ରର ଆବଶ୍ୟକତା ଥିଲା, ଯାହା OMG 2 ପୂରଣ କରିଛି। ଏଥିପାଇଁ ଶ୍ରେୟ କେବଳ ଅମିତ ରାୟଙ୍କୁ ଯାଏ।
ପଙ୍କଜ ତ୍ରିପାଠୀଙ୍କ ଠାରୁ ଏହିପରି କିଛି ଚରିତ୍ର ଦୀର୍ଘ ସମୟ ଧରି ଆଶା କରାଯାଉଥିଲା, ଯାହା ତାଙ୍କ ରୁଟିନ୍ ଠାରୁ କିଛି ଅଲଗା। ଏଥର ପଙ୍କଜ ତ୍ରିପାଠୀଙ୍କ ତୀର ଟାର୍ଗେଟକୁ ଛୁଇଁଛି। ସେ ଚରିତ୍ରକୁ ଗଭୀର ଭାବରେ ପ୍ରବେଶ କରିଛନ୍ତି ଏବଂ ତାଙ୍କର ସଂଳାପ ଖୁବ୍ ପ୍ରଭାବଶାଳୀ ହୋଇଛି।
ଅବଶ୍ୟ ପଙ୍କଜ ତ୍ରିପାଠୀ ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି, କିନ୍ତୁ ଅକ୍ଷୟ କୁମାର ହିଁ ଫିଲ୍ମର ଜୀବନ। ସେ ଶିବ ଦୂତ ଚରିତ୍ରକୁ ଏତେ ଭଲଭାବେ ଦେଖେଇଛନ୍ତି ଯେ, ଯାହା ଅତ୍ୟନ୍ତ ପ୍ରଶଂସନୀୟ। ଦୀର୍ଘ ଦିନ ପରେ ଅକ୍ଷୟ କୁମାର ଅଭିନୟରେ କିଛି କରି ଦେଖେଇଛନ୍ତି। ୟାମି ଗୌତମ, ଅରୁଣ ଗୋଭିଲ ଏବଂ ପୱନ ମାଲହୋତ୍ରାଙ୍କ କାମ ମଧ୍ୟ ଖୁବ୍ ଚମତ୍କାର।
OMGର ପାର୍ଟ ୨ ଦୀର୍ଗ ୧୧ ବର୍ଷ ପରେ ଆସିଛି। କାହାଣୀ ପୂରା ନୂଆ ଏବଂ ସମୟକ୍ଷାପେକ୍ଷ। ଏଥିରେ ଯୌନ ଶିକ୍ଷା ପରି ଏକ ବିଷୟ ଅଛି ଯାହା ବଲିଉଡର ଅନେକ ଭେଟେରାନ୍ ନିର୍ଦ୍ଦେଶକ ଏହାକୁ ଛୁଇଁବା ସମୟରେ ଶହେ ଥର ଭାବନ୍ତି। କିନ୍ତୁ ଅମିତ ରାୟ ପରିପକ୍ୱତା ସହିତ ଏହି କାହାଣୀକୁ ସହଜରେ ଉପସ୍ଥାପନ କରିଦେଇଛନ୍ତି। ପଙ୍କଜ ତ୍ରିପାଠୀ ଏବଂ ଅକ୍ଷୟ କୁମାରଙ୍କ ଅଭିନୟ ମଧ୍ୟ ଉତ୍କୃଷ୍ଟ।
]]>ରିପୋର୍ଟ ଅନୁଯାୟୀ, ସେନ୍ସର ବୋର୍ଡ ଏହି ଫିଲ୍ମରେ ୨୦ଟି କଟ୍ ପାଇଁ ନିର୍ମାତାଙ୍କୁ ପରାମର୍ଶ ଦେଇଛି ଏବଂ ଏହା ସହିତ ସେନ୍ସର ବୋର୍ଡର ସଂଶୋଧନ କମିଟି ମଧ୍ୟ ଏହାକୁ ଏକ ଆଡଲ୍ଟ ସାର୍ଟିଫିକେଟ୍ ଦେବା ବିଷୟରେ କହିଛି। ନିର୍ମାତା ଏହାକୁ ନେଇ ଏବେ ଅସନ୍ତୁଷ୍ଟ।
ଫିଲ୍ମ 'OMG 2' ରେ ଅକ୍ଷୟ କୁମାର ଭଗବାନ ଶିବଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମକୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ଧାର୍ମିକ ପ୍ରସଙ୍ଗ ଉପରେ ଆଧାରିତ ବୋଲି ପ୍ରମୋଟ୍ କରାଯାଇଛି। ତେବେ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଫିଲ୍ମଟି ଯୌନ ଶିକ୍ଷା ଉପରେ ମଧ୍ୟ ଆଧାରିତ। ଏଭଳି ପରିସ୍ଥିତିରେ ଧର୍ମ ସହିତ ଯୌନ ଶିକ୍ଷାର ବିଷୟବସ୍ତୁ ଦେଖାଇବାକୁ ନିର୍ମାତାଙ୍କ ନିଷ୍ପତ୍ତି ଉପରେ ସେନ୍ସର ବୋର୍ଡର ଲଗାମ ରହିଛି।
ନିକଟରେ 'ଆଦିପୁରୁଷ' ରିଲିଜ୍ ହେବା ପରେ ଏବଂ ଇଂରାଜୀ ଫିଲ୍ମ 'ଓପେନହାଇମର୍'କୁ ନେଇ ବିବାଦ ପରେ ସେନ୍ସର ବୋର୍ଡ ବିଶ୍ୱାସ ଏବଂ ଧର୍ମ ସହ ଜଡିତ ବିଷୟଗୁଡିକ ଉପରେ ଯତ୍ନବାନ ହୋଇଛି। ଏହି କାରଣରୁ ଫିଲ୍ମରେ ଅନେକ କଟ୍ କରିବା ପାଇଁ ପରାମର୍ଶ ଦିଆଯାଇଛି। ଉଲ୍ଲେଖନୀୟ ବିଷୟ ହେଉଛି, ସେନ୍ସର ବୋର୍ଡ ଦ୍ୱାରା ପରାମର୍ଶ ଦିଆଯାଇଥିବା ସମସ୍ତ ପରିବର୍ତ୍ତନ ପରେ, 'OMG 2'କୁ ସେନ୍ସର ବୋର୍ଡ ଦ୍ୱାରା ଏକ ପ୍ରମାଣପତ୍ର ପ୍ରଦାନ କରାଯାଇପାରିବ।
ଏହାରି ଭିତରେ ଖବର ମଧ୍ୟ ଆସୁଛି ଯେ ଫିଲ୍ମରେ ପରିବର୍ତ୍ତନ ପାଇଁ ସେନ୍ସର ବୋର୍ଡ ଦେଇଥିବା ପରାମର୍ଶରେ ନିର୍ମାତା ଖୁସି ନୁହଁନ୍ତି କି ସେ ‘ଏ’ ସାର୍ଟିଫିକେଟ୍ ଗ୍ରହଣ କରିବାକୁ ଚାହାନ୍ତି ନାହିଁ। କାରଣ ଏହା ପରେ ଏହାକୁ କେବଳ ୧୮ ବର୍ଷରୁ ଅଧିକ ଦର୍ଶକମାନେ ଦେଖିପାରିବେ। ଏ ବାବଦରେ ଫିଲ୍ମର ନିର୍ମାତା ଖୁବ୍ ଶୀଘ୍ର ସେନ୍ସର ବୋର୍ଡର ସଦସ୍ୟଙ୍କ ସହ ଆଲୋଚନା କରିବାକୁ ଚାହୁଁଛନ୍ତି।
ଫିଲ୍ମକୁ ନେଇ ସେନ୍ସର ବୋର୍ଡର ସମସ୍ତ ଆପତ୍ତି ଏବଂ ନିର୍ମାତାଙ୍କ ମତଭେଦ ମଧ୍ୟରେ ଏହା ମଧ୍ୟ କୁହାଯାଉଛି ଯେ ଏହି ଫିଲ୍ମର ରିଲିଜ୍ ତାରିଖରେ ପରିବର୍ତ୍ତନ ହୋଇପାରେ। ତେବେ ନିର୍ମାତା ନିଜ ଚାହିଦା ପୂରଣ କରିବାରେ ସଫଳ ହେଉଛନ୍ତି କି ଫିଲ୍ମ ସେନ୍ସର ବୋର୍ଡର ସର୍ତ୍ତାବଳୀ ଅନୁସାରେ ମୁକ୍ତିଲାଭ କରୁଛି ତାହା ଦେଖିବା ନିଶ୍ଚିତ କୌତୁହଳପୂର୍ଣ୍ଣ ହେବ।
]]>ଗୋଟିଏ ପଟେ ସନୀ ଦେଓଲଙ୍କ ଫିଲ୍ମ 'ଗଦର ୨' ତାରା ସିଂହ ଏବଂ ସକିନାଙ୍କ କାହାଣୀକୁ ନେଇ ଆସୁଥିବା ବେଳେ ଅନ୍ୟପଟେ ଅକ୍ଷୟ କୁମାରଙ୍କ ବ୍ୟାକ୍ ଟୁ ଫ୍ଲପ୍ ଫିଲ୍ମ ପରେ ଆଉ ଏକ ଫିଲ୍ମ 'ଓଏମ୍ଜି ୨' ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମ ଅକ୍ଷୟଙ୍କ କ୍ୟାରିୟର ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବ ବୋଲି କୁହାଯାଉଛି।
ଏହି ଫିଲ୍ମରୁ ଅଭିନେତା ନିଜେ ମଧ୍ୟ ବହୁତ ଆଶା ରଖିଛନ୍ତି ଯେ, ଏହା ତାଙ୍କ କ୍ୟାରିଅରକୁ ଏକ ନୂଆ ଦିଗ ଦେଇପାରେ। ତେବେ ଏହି ଦୁଇ ଫିଲ୍ମର ଲଢେଇକୁ ନେଇ ଦୀର୍ଘ ଦିନ ଧରି ଚର୍ଚ୍ଚା ହେଉଛି। ବର୍ତ୍ତମାନ ‘ଗଦର’ର ତାରା ସିଂହ ଅର୍ଥାତ୍ ସନି ଦେଓଲ୍ ନିଜେ ଏହି ଫିଲ୍ମର ଲଢେଇକୁ ନେଇ ଏକ ବିବୃତ୍ତି ଦେଇଛନ୍ତି।
ଅକ୍ଷୟ କୁମାରଙ୍କ 'ଓଏମ୍ଜି ୨' ସହିତ ‘ଗଦର ୨’ର ସଂଘର୍ଷକୁ ନେଇ ସନ୍ନି ଦେଓଲ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ ୨୦୦୧ ମସିହାରେ ତାଙ୍କ ଫିଲ୍ମ 'ଗଦର: ଏକ୍ ପ୍ରେମ କଥା' ଆମୀର ଖାନଙ୍କ 'ଲଗାନ' ସହିତ ସଂଘର୍ଷ କରିଥିଲା। ମୁଁ ବୁଝିପାରୁନି ଲୋକେ ଫିଲ୍ମକୁ ନେଇ ତୁଳନା କାହିଁକି କରନ୍ତି। ସେତେବେଳେ ବେଳେ ଫିଲ୍ମ 'ଗଦର: ଏକ୍ ପ୍ରେମ କଥା' ୧୦୦ କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିଲା। ଲୋକଙ୍କୁ ଲାଗିଲା ଯେ ଏହା ଏକ ମସାଲାଦାର ଚଳଚ୍ଚିତ୍ର, ଏହା ଏକ ପୁରୁଣା ପ୍ରକାରର ଚଳଚ୍ଚିତ୍ର ହେବ, ଅନ୍ୟପଟେ ଲୋକମାନେ ବିଶ୍ୱାସ କରୁଥିଲେ ଯେ ‘ଲଗାନ୍’ ଏକ କ୍ଲାସିକ୍ ଚଳଚ୍ଚିତ୍ର।”
ସନୀ ଦେଓଲ ଆହୁରି କହିଛନ୍ତି ଯେ “ରିଲିଜ୍ ପୂର୍ବରୁ ମଧ୍ୟ କିଛି ଲୋକ 'ଗଦର' କୁ ନେଇ ବହୁତ କଥା କହିଥିଲେ। କିନ୍ତୁ ପରେ ଏହି ଚଳଚ୍ଚିତ୍ରଟି ଲୋକଙ୍କ ପ୍ରଥମ ପସନ୍ଦ ହୋଇଗଲା। ଲୋକମାନେ ଏହି ଚଳଚ୍ଚିତ୍ରକୁ ସମ୍ପୂର୍ଣ୍ଣ ହୃଦୟରୁ ପ୍ରେମ ଦେଇଥିଲେ ଏବଂ ଫିଲ୍ମ ମଧ୍ୟ ଲୋକଙ୍କୁ ବହୁତ ମନୋରଂଜନ କରିଥିଲା। ମୋର ମନେ ଅଛି ଏକ ପୁରସ୍କାର ଶୋ’ରେ ସେମାନେ ‘ଗଦର୍’ର ମଜାକ୍ ଉଡେଇଥିଲେ କିନ୍ତୁ ଏହା ଆମକୁ କୌଣସି ଫରକ ପକେଇ ନଥିଲା।”
ସେ ଆହୁରି ମଧ୍ୟ କହିଛନ୍ତି, “ପ୍ରତ୍ୟେକ ଚଳଚ୍ଚିତ୍ରର ନିଜସ୍ୱ ଅନନ୍ୟ କାହାଣୀ ଅଛି ଯାହାର କୌଣସି ବିକଳ୍ପ ନାହିଁ, ଏହାକୁ କାହିଁକି ତୁଳନା କରାଯାଏ। ମୋର ଅନ୍ୟ କେତେକ ଚଳଚ୍ଚିତ୍ର ସହିତ ମଧ୍ୟ ଏମିତି ହୋଇଛି। ଯେପରି ‘ଘାଏଲ’କୁ ‘ଦିଲ୍’ ସହିତ ତୁଳନା କରାଯାଇଥିଲା। ଏହା ମଧ୍ୟରେ କୌଣସି ତୁଳନା ନାହିଁ କିନ୍ତୁ ସେହି ଚଳଚ୍ଚିତ୍ରଟି ଏକ ସୁପର୍ହିଟ୍ ବୋଲି ମଧ୍ୟ ପ୍ରମାଣିତ ହୋଇଥିଲା। ଏହା ସତ୍ତ୍ୱେ ଲୋକମାନେ ଚଳଚ୍ଚିତ୍ର ତୁଳନା କରିବାକୁ ପସନ୍ଦ କରନ୍ତି।”
]]>ଏହି ଫିଲ୍ମର ନାଁ ହେଉଛି 'ଓ ମାଇ ଗଡ୍ ୨'। ଏଥିରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ନଜର ଆସିବେ। ଖୁବ୍ ଶୀଘ୍ର ଏହାର ଟିଜର ରିଲିଜ୍ ହେବାକୁ ଯାଉଛି। ତେବେ ପ୍ରଶଂସକମାନେ ପସନ୍ଦ କରୁଥିବା ଏହି ଫିଲ୍ମରୁ ଅକ୍ଷୟ କୁମାରଙ୍କ ନୂଆ ଲୁକ୍ ସାମ୍ନାକୁ ଆସିଛି।
ଅକ୍ଷୟ କୁମାର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଭଗବାନ ଶିବ ରୂପେ ଦେଖିବାକୁ ମିଳେ। ତାଙ୍କର ଲୁକ୍ ଏତେ ଜବରଦସ୍ତ ହୋଇଛି ଯେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। ଏହା ସହିତ ସେମାନେ ଅକ୍ଷୟ କୁମାରଙ୍କୁ ନିବେଦନ ମଧ୍ୟ କରିଛନ୍ତି ଯେ ଏହି ଫିଲ୍ମରେ ଯେପରି ସନାତନ ଧର୍ମଙ୍କୁ ପରିହାସ ନ କରାଯାଏ। ନୂଆ ଲୁକ୍ରେ ଅକ୍ଷୟ କୁମାର ମଥାରେ ପାଉଁଶ, ବେକରେ ରୁଦ୍ରାକ୍ଷ ମାଳା ପିନ୍ଧି ଜଟାଧାରୀ ବେଶରେ ନଜର ଆସିଛନ୍ତି।
ଅକ୍ଷୟ କୁମାର ମଧ୍ୟ ଏହାର ଏକ ଭିଡିଓ ଶେୟାର କରି ଟିଜର ରିଲିଜ୍ ତାରିଖ ଘୋଷଣା କରିଛନ୍ତି। ଜୁଲାଇ ୧୧ ରେ ଫିଲ୍ମର ଟିଜର ରିଲିଜ ହେବ ବୋଲି ସେ କହିଛନ୍ତି।
ଏହି ଭିଡିଓ ଉପରେ ଲୋକେ ଆକର୍ଷଣୀୟ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ଲେଖିଛନ୍ତି, “ଅକ୍ଷୟ କୁମାର ଆପଣଙ୍କ ପାଇଁ ବହୁତ ସମ୍ମାନ, ସନାତନଙ୍କୁ ଏହି ଫିଲ୍ମରେ ପରିହାସ କରାଯିବା ଉଚିତ ନୁହେଁ।” ଆଉ ଲେଖିଛନ୍ତି, “ଆଶା କରୁଛି ଏଥର ଆମର ସନାତନ ଧର୍ମକୁ ପରିହାସ କରାଯିବ ନାହିଁ, ନଚେତ୍ ଭଗବାନ ଶିବଙ୍କ ରୁଦ୍ର ତାଣ୍ଡବ ଅତ୍ୟନ୍ତ ଭୟଙ୍କର ହେବ।” ଅନ୍ୟ ଜଣେ ଲେଖିଛନ୍ତି, “ଲୁକ୍କୁ ଦେଖିଲେ ଲାଗୁଛି ଫିଲ୍ମଟି ହିଟ୍ ହେବ।”
ଅକ୍ଷୟ କୁମାରଙ୍କ ଏହି ଫିଲ୍ମ୍ ଅଗଷ୍ଟ ୧୧ରେ ପ୍ରେକ୍ଷାଳୟକୁ ଆସିବ ବୋଲି କୁହାଯାଇଛି। ଏଥିରେ ଅକ୍ଷୟ କୁମାରଙ୍କ ବ୍ୟତୀତ ୟାମି ଗୌତମ ମଧ୍ୟ ନଜର ଆସିବେ। ସେହି ଦିନ ସନୀ ଦେଓଲ ଏବଂ ଅମିଶା ପଟେଲଙ୍କ ଫିଲ୍ମ 'ଗଦର ୨' ମଧ୍ୟ ରିଲିଜ୍ ହେବାକୁ ଯାଉଛି। ତେବେ ଅକ୍ଷୟ ଏବଂ ସନୀ ଦେଓଲଙ୍କ ମଧ୍ୟରେ ବକ୍ସ ଅଫିସ୍ରେ ଏକ ବଡ଼ ଧରଣର ସଂଘର୍ଷ ହେବାକୁ ଯାଉଛି।
]]>ଧର୍ମେନ୍ଦ୍ରଙ୍କ ପୁଅ ସନୀ ଦେଓଲ ମଧ୍ୟ ବଲିଉଡ୍ର ଅନେକ ଆଗଧାଡିର ଷ୍ଟାର୍ଙ୍କ ସହ ପଙ୍ଗା ନେଇଛନ୍ତି। ସନୀ ଦେଓଲଙ୍କ ଡାଏଲଗ୍ 'ଢାଇ କିଲୋ କା ହାଥ୍' କାହାକୁ ଅଜଣା। ଏଥିରୁ ତାଙ୍କର କ୍ରୋଧକୁ ସ୍ପଷ୍ଟ ବାରିହୁଏ। ତେବେ ଖାଲି ରିଲ୍ ଲାଇଫ୍ ନୁହେଁ ରିଏଲ୍ ଲାଇଫ୍ରେ ବି ସନୀ ଦେଓଲ ଖୁବ ରାଗୀ।
କେତେକ ଚଳଚ୍ଚିତ୍ରର ସୁଟିଂ ସମୟରେ ସେ ଅନେକ ସାଥୀ କଳାକାରଙ୍କ ସହ ଝଗଡା କରିଛନ୍ତି। ତେବେ ଆସନ୍ତୁ ସେହି ଝଗଡା ଉପରେ ନଜର ପକେଇବା ଯାହା ସନୀଙ୍କ ସହ ହୋଇଛି।
ଅକ୍ଷୟ କୁମାର:
ରବୀନା ଟଣ୍ଡନଙ୍କ ଯୋଗୁଁ ସନୀ ଓ ଅକ୍ଷୟଙ୍କ ମଧ୍ୟ ଝଗଡା ହୋଇଥିଲା। ଗୋଟିଏ ସମୟରେ ଅକ୍ଷୟ କୁମାର ଏବଂ ରବୀନା ଟଣ୍ଡନଙ୍କୁ ବଲିଉଡ୍ର ଜବରଦସ୍ତ ଯୋଡି ବୋଲି କୁହାଯାଉଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। କିନ୍ତୁ ପରେ ଉଭୟଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଥିଲା।
ଫିଲ୍ମ 'ଜିଦ୍ଦି'ର ସୁଟିଂ ସମୟରେ ସନୀ ଦେଓଲ ଦିନେ ସୁଟିଂ କରୁଥିଲେ। ଏହି ସମୟରେ ରବୀନା ଟଣ୍ଡନ୍ ଆସିଗଲେ ଆଉ ତାଙ୍କ ଆଖିରୁ ଲୁହ ବାହାରୁଥିଲା। ଯେତେବେଳେ ସନୀ ଦେଓଲ ଏହାର କାରଣ ପଚାରିଥିଲେ, ସେ କହିଥିଲେ ଯେ ବ୍ରେକ୍ଅପ୍ ପାଇଁ ସେ ବହୁତ ଦୁଃଖିତ। ସନୀ ଦେଓଲ୍ ଏହା ପରେ ରବୀନା ଏବଂ ଅକ୍ଷୟଙ୍କ ମଧ୍ୟରେ ବୁଝାମଣା କରିବାକୁ ଚେଷ୍ଟା କରିଥିଲେ। ଅକ୍ଷୟ କିନ୍ତୁ ତାଙ୍କ କଥା ଶୁଣି ନଥିଲେ। ସେତିକିବେଳୁ ଅକ୍ଷୟ କୁମାରଙ୍କ ସହ ସନୀଙ୍କ କଥାବାର୍ତ୍ତା ବନ୍ଦ ହୋଇଗଲା।
ଅନିଲ କପୁର:
ରିଲ୍ ଲାଇଫ୍ ବ୍ୟତୀତ, ବାସ୍ତବ ଜୀବନରେ ମଧ୍ୟ ସନୀ ଦେଓଲ୍ ଓ ଅନିଲ କପୁରଙ୍କ ମଧ୍ୟ ଥଟ୍ଟାମଜ୍ଜା ଦେଖିବାକୁ ମିଳେ। ପରେ ଅନିଲଙ୍କ ସହ ମଧ୍ୟ ସନୀଙ୍କ ଟଣାଓଟରା ହୋଇଛି। ଏକ ଫିଲ୍ମର ସୁଟିଂ ସମୟରେ ଏମିତି ହୋଇଥିଲା। କୁହାଯାଏ ଯେ ଏକ ଫିଲ୍ମର ସୁଟିଂ ଚାଲିଥିଲା ଯେଉଁଥିରେ ସନୀ ଦେଓଲ ଏବଂ ଅନିଲ କପୁରଙ୍କ ଫାଇଟ୍ ସିନ୍ ଚାଲିଥିଲା।
ସୁଟିଂ ସମୟରେ ହଠାତ୍ ସନୀ ସତସତିକା ରାଗି ଯାଇଥିଲେ।
ସେ ରାଗରେ ଅନିଲଙ୍କ ବେକକୁ ଧରି ପକେଇଲେ। ଯେତେବେଳେ ଅନିଲ କପୁର ଶ୍ୱାସରୁଦ୍ଧ ହେବାକୁ ଲାଗିଲେ, ଟିମ୍ର ସମସ୍ତ ସଦସ୍ୟ ବହୁତ ନର୍ଭସ ହୋଇଗଲେ। ନିର୍ଦ୍ଦେଶକ ବାରମ୍ବାର କଟ୍-କଟ୍ କହୁଥିଲେ ମଧ୍ୟ ରାଗରେ ଜଳୁଥିବା ସନୀ ତାଙ୍କ ବେକ ଛାଡି ନଥିଲେ। ତା’ପରେ କ୍ରୁ ସଦସ୍ୟ ସେଠାରେ ପହଞ୍ଚି ଅନୀଲଙ୍କୁ ଉଦ୍ଧାର କରିଥିଲେ। ,
ଶାହରୁଖ ଖାନ:
ବଲିଉଡ୍ର ସବୁଠାରୁ ଚକୋଲେଟ୍ ହିରୋ 'ପଠାନ' ବା ଶାହରୁଖ ଖାନଙ୍କ ସହ ମଧ୍ୟ ସନୀ ଦେଓଲଙ୍କ ଝଗଡା ହୋଇଛି। ଫିଲ୍ମ 'ଡର୍' ସମୟରେ ଏହି ଝଗଡା ହୋଇଥିଲା। ଏହି ଝଗଡା ଏତେ ବଢିଗଲା ଯେ ସନୀ ଆଉ ଶାହାରୁଖଙ୍କ ସହ କାମ ନ କରିବାକୁ ନିଷ୍ପତ୍ତି ନେଇଥିଲେ।
ଫିଲ୍ମ ସମୟରେ ସନୀ ଏବଂ ଶାହରୁଖଙ୍କ ମଧ୍ୟରେ ଏକ ଫାଇଟ୍ ସିନ୍ର ସୁଟିଂ କରାଯାଉଥିଲା। ସନୀ କିନ୍ତୁ ଏହି ସିନ୍ରେ ରାଜି ନଥିଲେ। ସେ କହୁଥିଲେ ଯେ ଫିଲ୍ମରେ ତାଙ୍କର ଭୂମିକା ଜଣେ କମାଣ୍ଡୋଙ୍କର ହୋଇଥିବା ବେଳେ ଜଣେ ସାଧାରଣ ଲୋକ ତାଙ୍କୁ କିପରି ହତ୍ୟା କରିପାରିବ? ୟଶ ଚୋପ୍ରା ତାଙ୍କୁ ବୁଝାଇଥିଲେ କିନ୍ତୁ ସନୀ ତାଙ୍କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ।
ଅଜୟ ଦେବଗନ:
ସନୀ ଦେଓଲ ଏବଂ ଅଜୟ ଦେବଗନଙ୍କ ବନ୍ଧୁତା ବିଷୟରେ ସମସ୍ତେ ଜାଣନ୍ତି। ଉଭୟଙ୍କ ମଧ୍ୟରେ ସବୁବେଳେ ବହୁତ ଭଲ ସମ୍ପର୍କ ରହିଥିଲା। କିନ୍ତୁ ଏପରି ଏକ ସମୟ ଆସିଲା ଯେତେବେଳେ ଅଜୟ ଦେବଗନ ଏବଂ ସନୀ ଦେଓଲଙ୍କ ମଧ୍ୟରେ ଝଗଡା ହୋଇଥିଲା।
ଏହି ଝଗଡାର କାରଣ ଥିଲେ ସନୀଙ୍କ ସାନ ଭାଇ ବବି ଦେଓଲ। 'ଦ ଲିଜେଣ୍ଡ୍ ଅଫ୍ ଭାଗବତ ସିଂହ'ରେ ସନୀ ତାଙ୍କ ଭାଇ ବବି ଦେଓଲଙ୍କୁ ଏକ ପ୍ରଭାବଶାଳୀ ଭୂମିକା ଦେବାକୁ ଚାହୁଁଥିଲେ। ଅଜୟ ଦେବଗନ୍ ଏହି ଚଳଚ୍ଚିତ୍ରରେ ଭାଗବତ ସିଂହ ଭୂମିକାରେ ଅଭିନୟ କରିବାରୁ ବବି ଦେଓଲ ଏଥିରୁ ବଞ୍ଚିତ ହୋଇଥିଲେ। ଏଭଳି ପରିସ୍ଥିତିରେ ସନୀ ଖୁବ ରାଗିଯିବାରୁ ଅଜୟ ଦେବଗନଙ୍କ ସହ ତାଙ୍କର ମଧ୍ୟ ଝଗଡା ହୋଇଥିଲା।
]]>ଏକ ପୁରସ୍କାର ଶୋ’ରେ ଅକ୍ଷୟ କୁମାରଙ୍କୁ 'ଷ୍ଟାଇଲ୍ ହଲ୍ ଅଫ୍ ଫେମ୍' ପୁରସ୍କାର ପ୍ରଦାନ କରାଯାଇଥିଲା। ରବୀନା ଟଣ୍ଡନ୍ ଏହି ପୁରସ୍କାରକୁ ତାଙ୍କ ପୂର୍ବତନ ପ୍ରେମିକଙ୍କୁ ନିଜ ହାତରେ ଦେଇଥିଲେ। ଏହା ବ୍ୟତୀତ ସେ ଅକ୍ଷୟଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ଏହି ସମୟରେ, ଉଭୟଙ୍କ ମୁହଁରେ ୨୪ କ୍ୟାରେଟ୍ର ହସ ଦେଖିବାକୁ ମିଳିଥିଲା।
HT India's Most Stylish 2023 live updates: Akshay Kumar and Raveena Tandon share hugs https://t.co/loJF9NcLUL pic.twitter.com/6gUe0sOFye
— HT Entertainment (@htshowbiz) May 7, 2023
ଦିନେ ବଲିଉଡ୍ରେ ରବୀନା ଟଣ୍ଡନ୍ ଏବଂ ଅକ୍ଷୟ କୁମାରଙ୍କ ପ୍ରେମକୁ ନେଇ ଖୁବ୍ ଚର୍ଚ୍ଚା ହେଉଥିଲା। ଉଭୟ ମଧ୍ୟ ବିବାହ କରିବାକୁ ଚାହୁଁଥିଲେ। ଫିଲ୍ମ 'ମୋହରା'ର ସେଟ୍ରେ ସେମାନେ ପରସ୍ପରକୁ ହୃଦୟ ଦେଇଥିଲେ। ଉଭୟଙ୍କ ଏନ୍ଗେଜ୍ମେଣ୍ଟ୍ ମଧ୍ୟ ହୋଇଯାଇଥିଲା। କିନ୍ତୁ ପରେ ପରିସ୍ଥିତି ଏମିତି ହେଲା ଯେ ସେମାନଙ୍କର ବ୍ରେକ୍ଅପ୍ ହୋଇଥିଲା। ଅକ୍ଷୟଙ୍କ ଦ୍ୱାରା ହୋଇଥିବା ବିଶ୍ୱାସଘାତକତାକୁ ରବୀନା କେବେବି ଭୁଲି ନାହାଁନ୍ତି। ସେ ପ୍ରାୟତଃ ଅକ୍ଷୟଙ୍କ ଦ୍ୱାରା ହୋଇଥିବା ଏହି ବିଶ୍ୱାସଘାତକତାକୁ ନେଇ କୁହନ୍ତି।
ଛାଡପତ୍ର କିମ୍ବା ବ୍ରେକଅପ୍ ପରେ ଲୋକମାନେ ସବୁକିଛି ଭୁଲି ନିଜ ଜୀବନରେ ଆଗକୁ ଯାଆନ୍ତି, କିନ୍ତୁ ରବୀନା ପ୍ରାୟ ସମସ୍ତଙ୍କ ସାମ୍ନାରେ ଅକ୍ଷୟ ବିଶ୍ୱାସଘାତକତା କରୁଛନ୍ତି ବୋଲି କୁହନ୍ତି। ବ୍ରେକ୍ଅପ୍ ପରେ ଉଭୟଙ୍କୁ କୌଣସି ଫିଲ୍ମ ହେଉ କି କୌଣସି କାର୍ଯ୍ୟକ୍ରମରେ କେବେ ବି ଦେଖାଯାଇ ନଥିଲା। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଏହି ଶୋ’ ମାଧ୍ୟମରେ ଉଭୟ ପ୍ରଥମ ଥର ପାଇଁ ଏକାଠି ହୋଇଛନ୍ତି।
VIDEO : The blockbuster duo of @akshaykumar and @TandonRaveena are indeed FOREVER TRUE BLUE ROCKSTARS :)#AkshayKumar𓃵 #AkshayKumar pic.twitter.com/YG6D1InsMV
— Akshay Kumar FG (@AKFansGroup) May 7, 2023
ବର୍ତ୍ତମାନ ଏତେ ବର୍ଷର ବ୍ରେକ୍ଅପ୍ ପରେ ଯେତେବେଳେ ଅକ୍ଷୟ କୁମାରଙ୍କ ସହ ରବୀନା ଟଣ୍ଡନ୍ଙ୍କୁ ଏକାଠି ଦେଖିବାକୁ ମିଳିଲା, ପ୍ରଶଂସକଙ୍କ ମନରେ ଆନନ୍ଦ ଖେଳିଗଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫଟୋ ଏବଂ ଭିଡିଓ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଯାଇଛନ୍ତି।
#AkshayKumar and #RaveenaTandon get candid during a rapid fire at Hindustan Times India’s Most Stylish Awards 2023 ✨
— HT City (@htcity) May 7, 2023
#HTMS2023 #HTMostStylish #IMS2023 #HTStyleAwards #HTMostStylishAwards @akshaykumar @TandonRaveena pic.twitter.com/EwAhoA1ii6
ପ୍ରକାଶଥାଉ ଯେ ୫୫ ବର୍ଷର ଅକ୍ଷୟ ଏବେ ଅଭିନେତ୍ରୀ ଟ୍ୱିଙ୍କଲ୍ ଖାନ୍ନାଙ୍କୁ ବିବାହ କରି ପିଲାମାନଙ୍କ ସହ ବହୁତ ଖୁସିରେ ଅଛନ୍ତି। ସେହିପରି ୪୮ ବର୍ଷୀୟ ରବୀନା ବ୍ୟବସାୟୀ ଅନିଲ ଥଦାନୀଙ୍କୁ ବିବାହ କରିଛନ୍ତି ଆଉ ସେ ମଧ୍ୟ ଦୁଇଟି ସନ୍ତାନର ମା’।
The coolest cat in the house #HTStyleAwards @akshaykumar and luvin his style #AkshayKumar𓃵 #host #anchor pic.twitter.com/pJXEKWKfb1
— Salilacharya (@Salilacharya) May 8, 2023
#AkshayKumar's stylish entry at an award function pic.twitter.com/3r2yy4x128
— Glamour Alert (@realglamalert) May 7, 2023
VIDEO- #AkshayKumar𓃵 arriving at #HTMostStylish event in Mumbai yesterday. pic.twitter.com/K8yyeWrwgo
— Akshay Kumar FG (@AKFansGroup) May 7, 2023
]]>Caption this!!#AkshayKumar pic.twitter.com/cVdXMjrk8E
— Glamour Alert (@realglamalert) May 7, 2023
ଏହି ସମୟରେ ରବୀନା ଏକ ପ୍ରେମ ସଂପର୍କକୁ ନେଇ ଖୁବ ଗମ୍ଭୀର ଥିଲେ। ଅଭିନେତା ଅକ୍ଷୟ କୁମାର ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। କଥା ବିବାହ ପର୍ଯ୍ୟନ୍ତ ମଧ୍ୟ ଯାଇଥିଲା। କିନ୍ତୁ, ପରେ ଦୁହିଁଙ୍କ ମଧ୍ୟରେ ବ୍ରେକ୍ଅପ୍ ହୋଇଥିଲା।
ପରେ ଅଭିନେତ୍ରୀ ଅନିଲ ଥଡାନୀଙ୍କୁ ବିବାହ କରିଥିଲେ। ବତ୍ତମାନ, ରବୀନା ଟଣ୍ଡନଙ୍କ ଏକ ପୁରୁଣା ସାକ୍ଷାତକାର ଚର୍ଚ୍ଚାରେ ରହିଛି। ଏଥିରେ ସେ ଜଣେ ଅଭିନେତାଙ୍କ ବିଷୟରେ କହୁଥିବାର ନଜର ଆସିଛନ୍ତି ଯିଏ ତାଙ୍କୁ ବିବାହ କରିବା ପାଇଁ ଇଣ୍ଡଷ୍ଟ୍ରି ଛାଡି ବିବାହ କହିଥିଲେ।
ରବୀନା ଟଣ୍ଡନ୍ 'ମୋହରା' ଫିଲ୍ମରୁ ଇଣ୍ଡଷ୍ଟ୍ରିରେ ସ୍ୱୀକୃତି ଲାଭ କରିଥିଲେ। ତାଙ୍କ ଚଳଚ୍ଚିତ୍ର ସହିତ ସେ 'ଟିପ୍ ଟିପ୍ ବର୍ଷା ପାନି' ପାଇଁ ମଧ୍ୟ ଖୁବ ପ୍ରସିଦ୍ଧ ହୋଇଥିଲେ। ଏହା ବ୍ୟତୀତ, ତାଙ୍କ ପ୍ରେମ ସମ୍ପର୍କକୁ ନେଇ ସେ ମଧ୍ୟ ଖୁବ ଚର୍ଚ୍ଚାରେ ରହୁଥିଲେ।
ରବୀନା ଏକ ଚାଟ୍ ଶୋ’ରେ ତାଙ୍କ ସମ୍ପର୍କ ଏବଂ ବିବାହ ବିଷୟରେ କହିଥିଲେ। ଏହି ଶୋ’ରେ ସେ କହିଥିଲେ ଯେ କିପର ଜଣେ ବ୍ୟକ୍ତି ତାଙ୍କୁ ବିବାହ କରିବା ନେଇ ଅଭିନୟ ଛାଡିବା କଥା କହିଥିଲେ।
ସାକ୍ଷାତକାରରେ ରବୀନା କହିଥିଲେ- “ସେ କହିଥିଲେ ଯେ ଯେଉଁଦିନ ତୁମର ଶୁଟିଂର ଶେଷ ଦିନ ହେବ, ଆମେ ବିବାହ କରିନା। ପ୍ରକୃତରେ ସେତେବେଳେ ମୁଁ ପରଦାକୁ ଫେରିଥିଲି, ଏହି ସମୟରେ ବି ସେ ମୋତେ କୁହନ୍ତି କ୍ୟାରିୟର ଛାଡିଦିଅ, ମୁଁ ତୁମକୁ ବିବାହ କରିବି।”
ଯଦିଓ, ଏମିତି କହିବା ବେଳେ ସେ କାହାର ନାଁ ନେଇ ନଥିଲେ, କିନ୍ତୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କହିଛନ୍ତି ଯେ ଅଭିନେତ୍ରୀ ଅକ୍ଷୟ କୁମାରଙ୍କ ବିଷୟରେ କହୁଛନ୍ତି। ଅନେକ ଲୋକେ କହିଛନ୍ତି ଯେ ତାଙ୍କ ଭିଡିଓରେ ରବୀନା ଟଣ୍ଡନ୍ ଯେଉଁ ବ୍ୟକ୍ତିଙ୍କ ବିଷୟରେ କହୁଥିଲେ ସେ ଅକ୍ଷୟ କୁମାର ଥିଲେ।
]]>ଏହି ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍ଏସ୍ ରାଜାମୌଲିଙ୍କ ତାମିଲ ଚଳଚ୍ଚିତ୍ର 'ବିକ୍ରମାର୍କୁଡୁ'ର ରିମେକ୍ ଥିଲା। ଏହି ଚଳଚ୍ଚିତ୍ର ତାଙ୍କର ସ୍ଥିତିକୁ ଆହୁରି ସୁଦୃଢ କରିଥିଲା। ଫିଲ୍ମର ସଫଳତା ଦେଖି ଏହାର ସିକ୍ୱେଲ୍କୁ ନେଇ ଗତ କିଛି ମାସ ଧରି ଆଲୋଚନା ହେଉଛି। ବର୍ତ୍ତମାନ ଫିଲ୍ମ ସହ ଜଡିତ ଏକ ବଡ ଅପ୍ଡେଟ୍ ସାମ୍ନାକୁ ଆସିଛି।
'ରାଉଡୀ ରାଠୋର' ପ୍ରଭୁ ଦେବଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା ଏବଂ ଏହାର ନିର୍ମାତାରେ ସଞ୍ଜୟ ଲୀଲା ଭନ୍ସାଲୀ ସାମିଲ୍ ଥିଲେ। ଏବେ ସଞ୍ଜୟ ଏବଂ ଶବିନା ଖାନ ଏହି ଫିଲ୍ମର ସିକ୍ୱେଲ୍ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଅନିସ୍ ବାଜମି ଏହାର ନିର୍ଦ୍ଦେଶନା ଦେବେ। କିନ୍ତୁ ସବୁଠାରୁ ବଡ କଥା ହେଲା ଏଥର ଅକ୍ଷୟ କୁମାରଙ୍କୁ ଏହି ଫିଲ୍ମରେ ଦେଖିବାକୁ ମିଳିବ ନାହିଁ। ଫିଲ୍ମ 'ବ୍ରଦର୍ସ'ରେ ତାଙ୍କ ଭାଇ ଭୂମିକାରେ ଅଭିନୟ କରିଥିବା ସିଦ୍ଧାର୍ଥ ମଲହୋତ୍ରା ଅକ୍ଷୟ କୁମାରଙ୍କ ସ୍ଥାନ ନେବେ।
'ରାଉଡୀ ରାଠୋର ୨'ର ନିର୍ମାତା ସିଦ୍ଧାର୍ଥ ମଲହୋତ୍ରାଙ୍କ ରାଉଡୀ ଅବତାର ଦେଖାଇବାକୁ ନିଷ୍ପତ୍ତି ନେଇଛନ୍ତି। ଫିଲ୍ମ 'ଆୟାରି' ଏବଂ 'ଶର୍ଶାହା'ରେ ସେନା ଅଧିକାରୀ ଭୂମିକାରେ ଅଭିନୟ କରି ସିଦ୍ଧାର୍ଥ ଅନେକ ପ୍ରଶଂସା ସାଉଣ୍ଟିଛନ୍ତି। ଏଥି ସହିତ ସିଦ୍ଧାର୍ଥ ମଧ୍ୟ ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ୱେବ୍ ସିରିଜ୍ 'ଇଣ୍ଟିଆନ୍ ପୋଲିସ୍ ଫୋର୍ସ'ରେ ଜଣେ ପୋଲିସ୍ ଭୂମିକାରେ ନଜର ଆସିବେ।
ତେବେ 'ରାଉଡୀ ରାଠୋର'ର ଭୂମିକାରେ ଅଭିନୟ କରିଥିବା ଅକ୍ଷୟ କୁମାରଙ୍କୁ ଛାଡି ଅନ୍ୟ କୌଣସି ଅଭିନେତାଙ୍କ ବିଷୟରେ ଭାବିବା ଅତ୍ୟନ୍ତ କଷ୍ଟକର କାମ। କିନ୍ତୁ କୁହାଯାଉଛି ଯେ ଅକ୍ଷୟ ଫିଲ୍ମର ସିକ୍ୱେଲ୍ରେ କାମ କରିବାକୁ ଇଚ୍ଛୁକ ନୁହଁନ୍ତି। ଏଥିସହ ଏହାର ଅନ୍ୟଏକ କାରଣ ହେଉଛି ଅକ୍ଷୟ କୁମାରଙ୍କ ଗତ ବର୍ଷର ୫ଟି ଚଳଚ୍ଚିତ୍ର ବକ୍ସ ଅଫିସରେ ବିଫଳ ହୋଇଛି। ଏନେଇ ତାଙ୍କୁ ମେକର୍ସମାନେ ହୁଏତ ସେମାନଙ୍କ ପ୍ରୋଜେକ୍ଟରେ ନେବାକୁ ଚାହୁଁ ନାହାନ୍ତି।
ଅକ୍ଷୟ କୁମାରଙ୍କ ଶେଷ ସୁପରହିଟ୍ ଫିଲ୍ମ ଥିଲା 'ସୂର୍ଯ୍ୟବଂଶୀ' ଯାହା ବକ୍ସ ଅଫିସରେ ଧୂଆଁଧାର୍ ରୋଜଗାର କରିଥିଲା।| ଏହା ପରେ 'ବଚ୍ଚନ ପାଣ୍ଡେ', 'ସମ୍ରାଟ ପୃଥ୍ୱୀରାଜ', 'ରକ୍ଷା ବନ୍ଧନ', 'ରାମସେତୁ ଓ 'ସେଲ୍ଫି' ପୂରା ଫ୍ଲପ୍ ହୋଇଥିଲା। OTT ରେ ମୁକ୍ତିଲାଭ କରିଥିବା 'କଟପୁରଲି' ମଧ୍ୟ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ପାଇ ନଥିଲା।
]]>ସ୍କଟ୍ଲାଣ୍ଡରେ ଫିଲ୍ମର ସୁଟିଂ ଅବଧି ସରି ଆସୁଥିବାରୁ ଅକ୍ଷୟ କୁମାର ଆହତ ହୋଇ ମଧ୍ୟ ସୁଟିଂ ଜାରି ରଖିଥିଲେ । ଏନେଇ ଫିଲ୍ମ ସହ ଜଡ଼ିତ ଜଣେ ସଦସ୍ୟଙ୍କଠାରୁ ସୂଚନା ମିଳିଛି । ଏବେ ସେ ଆଣ୍ଠୁରେ ବ୍ରାସ୍ ବାନ୍ଧି ସୁଟିଂ କରୁଛନ୍ତି । ଆମେ ସମସ୍ତେ ଜାଣନ୍ତି ବଲିଉଡ୍ରେ ଅକ୍ଷୟ କୁମାର ହେଉଛନ୍ତି ଏକ ମାତ୍ର କଳାକାର, ଯିଏ କି ଫିଲ୍ମର ୯୫ ପ୍ରତିଶତ ଷ୍ଟଣ୍ଟ ନିଜେ କରନ୍ତି । କାରଣ ଷ୍ଟଣ୍ଟ କରିବାକୁ ସେ ଭଲପାଆନ୍ତି । ଏଥିପାଇଁ ସେ ରିକ୍ସ ନେବାକୁ ମଧ୍ୟ ପଛାନ୍ତି ନାହିଁ ।
ବଡ଼େ ମିଆଁ ଛୋଟେ ମିଆଁ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅଲ୍ଲୀ ଆବାସ ଜାଫର । ଏହାର ପ୍ରଯୋଜନା କରିଛନ୍ତି ଅଭିନେତା ଜ୍ୟାକି ଭଗନାନୀ । ତେବେ ଗଣମାଧ୍ୟମକୁ ପୂର୍ବରୁ ଦେଇଥିବା ଏକ ସାକ୍ଷାତକାରରେ ନିର୍ଦ୍ଦେଶକ କହିଥିଲେ ଯେ ୧୯୯୮ରେ ଅମିତାଭ ବଚ୍ଚନ-ଗୋବିନ୍ଦା ଷ୍ଟାରରଙ୍କ ସହ ଏହି ଫିଲ୍ମର କୌଣସି ସମ୍ପର୍କ ନାହିଁ । କିନ୍ତୁ ଫିଲ୍ମ ଗୁଡ଼ିକର ସମାନ ଆଖ୍ୟା ବାଣ୍ଟିବାର ଏକ କାରଣ ରହିଛି । ତେବେ ଏହି ଫିଲ୍ମ ଡିସେମ୍ବର ୨୦୨୩ରେ ସିନେମା ହଲରେ ରିଲିଜ ହେବାକୁ ଯାଉଛି । ଏଥିସହ ଏଥିରେ ଟାଇଗର ଶ୍ରଫ ଏବଂ ଅକ୍ଷୟ କୁମାରଙ୍କ ବ୍ୟତୀତ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବଂ ପୃଥ୍ୱୀରାଜ ସୁକୁମରନ ମୁଖ୍ୟ ଭୂମିକାରେ ନଜର ଆସିବେ ।
]]>୨୦୦୦ ମସିହାରେ ଫିଲ୍ମଫେୟାରକୁ ଦେଇଥିବା ଏକ ସାକ୍ଷାତକାରରେ ଅକ୍ଷୟ କୁମାରଙ୍କ ସହ ବ୍ରେକଅପ୍ ଖବର ଉପରେ ଶିଳ୍ପା ଶେଟ୍ଟୀ ତାଙ୍କ ନୀରବତା ଭାଙ୍ଗିଥିଲେ। ଶିଳ୍ପା ଶେଟ୍ଟୀ ସେମାନଙ୍କ ସମ୍ପର୍କର ସତ୍ୟତା କହିଥିଲେ ଏବଂ କହିଥିଲେ ଯେ ସେ ଅକ୍ଷୟ କୁମାରଙ୍କୁ ବହୁତ ଭଲ ପାଉଥିଲେ, କିନ୍ତୁ ଅକ୍ଷୟ ବୋଧହୁଏ କାହାକୁ ପ୍ରକୃତରେ ଭଲ ପାଉ ନଥିଲେ। ଶିଳ୍ପା ଶେଟ୍ଟୀଙ୍କ ସହ ସମ୍ପର୍କ ଥିବାବେଳେ ଅକ୍ଷୟ କୁମାର ଅଭିନେତ୍ରୀ ଟ୍ୱିଙ୍କଲ୍ ଖାନ୍ନାଙ୍କୁ ମଧ୍ୟ ଡେଟ୍ କରୁଥିଲେ।
ଶିଳ୍ପା ଶେଟ୍ଟୀ ଯେତେବେଳେ ଖିଲାଡି କୁମାର ଏବଂ ଟ୍ୱିଙ୍କଲ୍ ଖାନ୍ନାଙ୍କ ସମ୍ପର୍କ ବିଷୟରେ ଜାଣିଲେ ସେତେବେଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅଭିନେତ୍ରୀ ତାଙ୍କ ସାକ୍ଷାତକାରରେ କହିଥିଲେ, “ଏହା ମୋ ପାଇଁ ଅତ୍ୟନ୍ତ ଖରାପ ସମୟ ଥିଲା କିନ୍ତୁ ମୁଁ ଖୁସି ଯେ ମୁଁ ଏଥିରୁ ବାହାରି ଆସିଛି। ପ୍ରତ୍ୟେକ ଅନ୍ଧାର ପରେ ଏକ ସକାଳ ଆସେ। ମୋର ବୃତ୍ତିଗତ ଜୀବନରେ ସବୁକିଛି ଭଲରେ ଚାଲିଥିଲା, କିନ୍ତୁ ମୋର ବ୍ୟକ୍ତିଗତ ଜୀବନରେ ଅନେକ ଉତ୍ଥାନ-ପତନ ଆସିଛି।”
ଅଭିନେତ୍ରୀ ଆହୁରି କହିଛନ୍ତି, “ଲାଗୁଛି ଯେ ବର୍ତ୍ତମାନ ସବୁକିଛି ପଛରେ ରହିଯାଇଛି।” ଶିଳ୍ପା କହିଥିଲେ ଯେ “ଅଭିନେତା ତାଙ୍କର ପ୍ରତ୍ୟେକ ଗର୍ଲଫ୍ରେଣ୍ଡଙ୍କୁ ମନାଇବା ପାଇଁ ଗୋଟିଏ ଟ୍ରିକ୍ ଚିନ୍ତା କରି ରଖିଥିଲେ। ସେ ତାଙ୍କ ପ୍ରେମିକାଙ୍କୁ ବିଳମ୍ବିତ ରାତିରେ ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିରକୁ ନେଇଯାଆନ୍ତି ଏବଂ ତା’ପରେ ତାଙ୍କୁ ବିବାହ କରିବେ ବୋଲି ପ୍ରତିଶୃତି ଦିଅନ୍ତି। କିନ୍ତୁ ତାଙ୍କ ଜୀବନରେ ଆଉ ଏକ ନୂଆ ଝିଅ ଆସିବା ମାତ୍ରେ ସେ ତାଙ୍କର ସମସ୍ତ ପ୍ରତିଶ୍ରୁତି ଭୁଲିଯାଆନ୍ତି।”
ପ୍ରକାଶଥାଉ ଯେ ଶିଳ୍ପା ଶେଟ୍ଟୀଙ୍କ ପୂର୍ବରୁ ଅକ୍ଷୟ କୁମାରଙ୍କ ନାମ ମଧ୍ୟ ରବିନା ଟଣ୍ଡନ୍ ଏବଂ ରେଖାଙ୍କ ସହ ଜଡିତ ଥିଲା। ଏପରିକି ରବୀନାଙ୍କ ସହ ଅକ୍ଷୟ କୁମାରଙ୍କ ନିର୍ବନ୍ଧ ହୋଇଯାଇଥିଲା। ଉଭୟ ବିବାହ କରିଥାନ୍ତେ। ଏହି ସମୟରେ ଅଭିନେତ୍ରୀ ଅକ୍ଷୟ କୁମାରଙ୍କ ଆଉ ଏକ ଆଫେୟର ବିଷୟରେ ଜାଣିବାକୁ ପାଇଲେ। ପରେ ବିବାହ ଭାଙ୍ଗିଯାଇଥିଲା।
]]>ଏହାସହିତ 'କାଠପୁତଲୀ' ମଧ୍ୟ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା। ଅକ୍ଷୟଙ୍କ ଚଳଚ୍ଚିତ୍ର ହୁଏତ ଭଲ ପ୍ରତିକ୍ରିୟା ପାଇ ନଥାଇପାରେ, କିନ୍ତୁ ତାଙ୍କ ପାଖକୁ କାମ ଆସିବା ବନ୍ଦ ହୋଇ ନାହିଁ। କିଛି ସମୟ ପୂର୍ବରୁ ସେ ମରାଠୀ ଚଳଚ୍ଚିତ୍ର 'ବେଡାତ ମରାଠା ଦୌଡଲେ ଶତ'ରୁ ତାଙ୍କର ପ୍ରଥମ ଲୁକ୍ ଜାରି କରିଥିଲେ। ତାଙ୍କ ପାଖରେ ଏବେ 'ସର୍ଦ୍ଦାର ଜସୱନ୍ତ ସିଂ', 'ଗୋର୍ଖା' ଏବଂ 'OMG 2-Oh My God' ଭଳି ଅନେକ ବଡ଼ ଚଳଚ୍ଚିତ୍ର ଅଛି।
ନିକଟରେ ଅକ୍ଷୟ କୁମାର ସାଉଦି ଆରବରେ ଆୟୋଜିତ ରେଡ୍ ସି ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ, ସେ ତାଙ୍କର ଆଗାମୀ ପ୍ରକଳ୍ପଗୁଡ଼ିକ ବିଷୟରେ ମଧ୍ୟ କହିଥିଲେ। ତାଙ୍କର ପରବର୍ତ୍ତୀ ପ୍ରକଳ୍ପ ଯୌନ ଶିକ୍ଷା ଉପରେ ଆଧାରିତ ହେବ ବୋଲି ସେ ପ୍ରକାଶ କରିଛନ୍ତି। ଏକ ରିପୋର୍ଟରେ ଦର୍ଶାଯାଇଛି ଯେ ଅକ୍ଷୟ ତାଙ୍କ ଫିଲ୍ମ 'OMG 2' ବିଷୟରେ କହୁଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, 'ଓଏମ୍ଜି – ଓଃ ମାଏ ଗଡ୍ ୨' ଏକ କୋର୍ଟରୁମ୍ ଡ୍ରାମା। ଏହି କୋର୍ଟ ଡ୍ରାମାରେ ଜଣେ ନାଗରିକ କୋର୍ଟକୁ ଯାଇ ବିଦ୍ୟାଳୟରେ ଯୌନ ଶିକ୍ଷା ବାଧ୍ୟତାମୂଳକ କରାଯିବାକୁ ଦାବି କରନ୍ତି। ପ୍ରଥମ ଭାଗ ପରି, ସିକ୍ୱେଲ୍ରେ ମଧ୍ୟ ଭଗବାନଙ୍କ ସହିତ ଏକ ସଂଯୋଗ ରହିବ।
ରିପୋର୍ଟରେ କୁହାଯାଇଛି ଯେ “ଚଳଚ୍ଚିତ୍ରର ଲେଖକ ତଥା ନିର୍ଦ୍ଦେଶକ ଅମିତ ରାୟ ଚତୁରତାର ସହ ଭଗବାନଙ୍କ ଏଲିମେଣ୍ଟ ଓ ଏବଂ ଯୌନ ଶିକ୍ଷାକୁ ନେଇ ଚାଲିଥିବା ଅସାଧାରଣ କୋର୍ଟ ମାମଲାକୁ ଅନ୍ତର୍ଭୁକ୍ତ କରିଛନ୍ତି। ନିର୍ମାତା ନିଶ୍ଚିତ ଯେ ଏହା ଦର୍ଶକଙ୍କୁ ଆକର୍ଷିତ କରିବ ଏବଂ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିବ।”
ଏହାପୂର୍ବରୁ ରେଡ୍ ଫିଲ୍ମ ଇଣ୍ଟର୍ନ୍ୟାସ୍ନାଲ୍ ଫେଷ୍ଟିଭାଲ୍ରେ ଅକ୍ଷୟ ଫିଲ୍ମ ବିଷୟରେ କଥାବାର୍ତ୍ତା କରୁଥିବା ବେଳେ ଏହା ତାଙ୍କର ସର୍ବୋତ୍ତମ ଚଳଚ୍ଚିତ୍ର ହେବ ବୋଲି ପ୍ରକାଶ କରିଥିଲେ।
ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ଅକ୍ଷୟ କୁମାର କହିଥିଲେ। ସେ କହିଛନ୍ତି ଯେ “ଯୌନ ଶିକ୍ଷା ପ୍ରତ୍ୟେକ ସ୍କୁଲ୍ରେ ସାମିଲ ହେବା ଦରଦାର। ଏହାକୁ ରିଲିଜ୍ ହେବାକୁ ସମୟ ଲାଗିବ। ଏହା ଏପ୍ରିଲ୍ ବା ମେ’ରେ ରିଲିଜ ହେବ।” ଏହି ଫିଲ୍ମରେ ପଙ୍କଜ୍ ତ୍ରିପାଠୀ, ୟାମୀ ଗୌତମ ଓ ଅରୁଣ ଗୋଭିଲ୍ ମଧ୍ୟ ସାମିଲ୍ ଅଛନ୍ତି।
]]>ତେବେ ଦମଦାର ଅଭିନୟ ଏବଂ ଜବରଦସ୍ତ ଷ୍ଟାଇଲ୍ ପରେ ମଧ୍ୟ ସୁନୀଲ ଶେଟ୍ଟୀ ତାଙ୍କ କ୍ୟାରିଅରରେ ଅକ୍ଷୟ କୁମାର, ଅଜୟ ଦେବଗନଙ୍କ ଭଳି ସମକାଳୀନ ଅଭିନେତାମାନଙ୍କଠାରୁ ପଛରେ ପଡ଼ିଯାଇଥିଲେ ଏବଂ ଏହା ନିଜେ ସୁନୀଲ ଶେଟ୍ଟୀ କହିଛନ୍ତି। ଏହି ବିଷୟରେ ଅଭିନେତା ବର୍ତ୍ତମାନ ଖୁଲାସା କହିଛନ୍ତି।
ଏକ ସାକ୍ଷାତକାରରେ ସୁନୀଲ ଶେଟ୍ଟୀ ତାଙ୍କ ପରିବାର ଏବଂ କ୍ୟାରିୟରର ଉତ୍ଥାନ ଓ ପତନ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ସେ କହିଛନ୍ତି- 'ମଝିରେ କିଛି ଦିନ ପାଇଁ ମୁଁ ମୋ କ୍ୟାରିୟର ଅପେକ୍ଷା ମୋ ପରିବାର ପ୍ରତି ଅଧିକ ଧ୍ୟାନ ଦେଇଥିଲି। ଯେତେବେଳେ ମୋ ବାପା ଅସୁସ୍ଥ ଥିଲେ, ମୁଁ ତାଙ୍କ ସହିତ ଚାରି ବର୍ଷ ବିତାଇଲି। ସେ ସମୟରେ କୌଣସି କାମ କରି ନଥିଲି। ଅନେକ ଥର ମୁଁ ଚିନ୍ତାକରିଥିଲି, ଅତୀତରେ ମୋର କେଉଁଠାରେ ଭୁଲ୍ ରହିଗଲା। ମୋ କ୍ୟାରିୟରରେ ଏମିତି କାହିଁକି ଘଟିଲା?”
ଏହି ସାକ୍ଷାତକାରରେ ସୁନୀଲ ଆହୁରି କହିଛନ୍ତି ଯେ “ମୁଁ ୧୨୦ଟି ଚଳଚ୍ଚିତ୍ର କରିଥିଲି, ତଥାପି ମୁଁ କାହିଁକି ଅଦୃଶ୍ୟ ହୋଇଗଲି? ମୋର ସମସାମୟିକ ଅଭିନେତାମାନେ ମୋଠାରୁ ଆଗକୁ ଯାଇଛନ୍ତି କି? ମୁଁ ସେମାନଙ୍କ ପ୍ରତି ଈର୍ଷା କରୁଛି କି? ସେତେବେଳେ ମତେ ଉତ୍ତର ମିଳିଲା। ବର୍ତ୍ତମାନ ମୁଁ ମୋ ସମସାମୟିକଙ୍କ ଅଗ୍ରଗତି ଦେଖି ଖୁସି ଅନୁଭବ କରୁଛି। ମୁଁ ପ୍ରାୟତଃ ମୋ ପିଲାମାନଙ୍କୁ କହୁଛି ତୁମେ ଅକ୍ଷୟ କୁମାର, ଅଜୟ ଦେବଗନ୍, ଅନିଲ କପୁରଙ୍କଠାରୁ ଶିଖିବା ଉଚିତ। ମୁଁ ଆଜିବି ଚାଲୁଛି, ଯଦିଓ ମୁଁ ସେହି ଲକ୍ଷରେ ପହଞ୍ଚି ନ ପାରେ, ତଥାପି ମୁଁ ଆଶା ହରେଇ ନାହିଁ।”
ସେ ଆହୁରି କହିଛନ୍ତି ଯେ “ମୋତେ ଆଭେରେକ୍ କୁହାଯାଏ, ତଥାପି ମୋର କିଛି ଆପତ୍ତି ନାହିଁ। କାରଣ, ଆଜି ବି ଯଦି ମୁଁ ଚାହେଁ, ମୁଁ ୫୦୦ ଚଳଚ୍ଚିତ୍ର କରିପାରିବି, କିନ୍ତୁ ମୁଁ ଏହି ୫୦୦ ମଧ୍ୟରୁ ୫ଟି ପ୍ରୋଜେକ୍ଟ ଚୟନ କରିବି, ଯାହା ମୋତେ ଭଲ ପାଇବା ଏବଂ ସମ୍ମାନ ଦେବ। ମୁଁ ମୋର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଲି, ମୋର ବ୍ୟବସାୟ ବଢାଇଲି ଏବଂ ମୋ ପରିବାରକୁ ଗୁରୁତ୍ୱ ଦେଲି। ମତେ ସମ୍ମାନ ମିଳିଛି। ଆଜି ବି ଯୁବକମାନେ ମୋତେ ଜୀବିତ ରଖିଛନ୍ତି, ଗଣମାଧ୍ୟମ ମୋତେ ଜୀବିତ ରଖିଛି।”
]]>ଇନ୍ଷ୍ଟାଗ୍ରାମ୍ରେ 'ରାମ ସେତୁ'ର ଟିଜର୍ ରିଲିଜ କରି ଅକ୍ଷୟ କୁମାର କ୍ୟାପ୍ସନ୍ରେ ଲେଖିଛନ୍ତି, “ରାମ ସେତୁର ପ୍ରଥମ ଝଲକ... କେବଳ ଆପଣଙ୍କ ପାଇଁ। ବହୁତ ପ୍ରେମର ସହିତ ତିଆରି ହୋଇଛି, ଆଶାକରେ ଏହାକୁ ପସନ୍ଦ କରିବେ।” ଏହି ରୋମାଞ୍ଚକର ଟିଜରରେ ଅକ୍ଷୟଙ୍କୁ ପାଚିଲା ଦାଢି ସହିତ ଉଡୁଥିବା ଲମ୍ବା ଚୁଟିରେ ଆକ୍ସନ୍ ମୋଡ୍ରେ ଦେଖିବାକୁ ମିଳେ। ଟିଜର୍ରେ ତାଙ୍କ ସହିତ ବାକି କାଷ୍ଟଙ୍କର ଝଲକ ମଧ୍ୟ ଦେଖିବାକୁ ମିଳେ।
‘ରାମ ସେତୁ’ ହେଉଛି ଏକ ଆକ୍ସନ୍-ଆଡ୍ବେଞ୍ଚର ଡ୍ରାମା। ଏହି ଫିଲ୍ମ ଜଣେ ପ୍ରତ୍ନତତ୍ତ୍ୱବିତ୍ ଆର୍ଯ୍ୟନ୍ କୁଳଶ୍ରେଷ୍ଠ (ଅକ୍ଷୟ କୁମାର) ଙ୍କ କାହାଣୀକୁ କହେ। ଆର୍ଯ୍ୟନ୍ କୁଳଶ୍ରେଷ୍ଠ ରାମ ସେତୁ ଏକ ମିଥ୍ କି ବାସ୍ତବତା ତାହାକୁ ଅନୁସନ୍ଧାନ କରନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାର, ନୁସରତ ଏବଂ ଜ୍ୟାକ୍ଲିନ୍ଙ୍କ ବ୍ୟତୀତ ସତ୍ୟଦେବ କଞ୍ଚରନ ଏବଂ ଏମ୍ ନାସିର୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।
ଚଳଚ୍ଚିତ୍ର ନିର୍ମାତା ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଅକ୍ଟୋବର ୨୫ରେ ସିନେମା ହଲରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରକାଶଥାଉ ଯେ ଏହି ଫିଲ୍ମଟି ଅକ୍ଷୟଙ୍କ କମ୍ପାନୀ କେପ୍ ଅଫ୍ ଗୁଡ୍ ଫିଲ୍ମ ସହିତ ଆମାଜନ୍ ପ୍ରାଇମ୍ ଭିଡିଓ, ଅବୁଦନ୍ତିଆ ଏଣ୍ଟର୍ଟେନ୍ମେଣ୍ଟ୍ ଏବଂ ଲାଇକା ପ୍ରଡକ୍ସନ୍ସରେ ନିର୍ମିତ ହୋଇଛି।
ସୂଚନାଯୋଗ୍ୟ ଯେ, 'ରାମ ସେତୁ' ବ୍ୟତୀତ ଅକ୍ଷୟ କୁମାର ୟାମି ଗୌତମ, ପଙ୍କଜ ତ୍ରିପାଠୀ ଏବଂ ଅରୁଣ ଗୋବିଲଙ୍କ ସହ 'OMG ୨'ରେ ମଧ୍ୟ ନଜର ଆସିବେ। ଏହା ବ୍ୟତୀତ ଟାଇଗର୍ ଶ୍ରଫଙ୍କ ସହ 'ବଡେ ମିୟାଁ ଚୋଟେ ମିୟାଁ', ଇମ୍ରାନ ହାଶ୍ମିଙ୍କ ସହ 'ସେଲ୍ଫି' ଏବଂ ଫିଲ୍ମ ଗୋର୍ଖା, କ୍ୟାପ୍ସୁଲ୍ ଗିଲ୍ରେ ଦେଖିବାକୁ ମିଳିବେ।
ନିକଟରେ ଅକ୍ଷୟ କୁମାର ଫିଲ୍ମ ‘କାଠପୁତ୍ଲି’ରେ ରକୁଲ ପ୍ରୀତ ସିଂହ, ସରଗୁଣ ମେହେଟ୍ଟା ଏବଂ ଚନ୍ଦ୍ରଚୁଡ ସିଂହଙ୍କ ସହ ନଜର ଆସିଥିଲେ। ଏହି ଫିଲ୍ମଟି ତାମିଲ ଚଳଚ୍ଚିତ୍ର ‘ରତନସନ’ର ଏକ ହିନ୍ଦୀ ରିମେକ୍ ଥିଲା।
]]>ଏହି ବିଜ୍ଞାପନରେ ଦେଖିବାକୁ ମିଳୁଛି ଝିଅ ବିଦା ବେଳେ କନ୍ୟା କାନ୍ଦୁଥିବା ବେଳେ କନ୍ୟା ପିତା ମଧ୍ୟ କାନ୍ଦି କାନ୍ଦି ତାଙ୍କୁ କାର୍ରେ ବସେଇ ବିଦା କରୁଛନ୍ତି। ଠିକ୍ ଏହି ସମୟରେ ଜଣେ ପୋଲିସ୍ ଅଫିସର୍ ଭୂମିକାରେ ଅଭିନୟ କରିଥିବା ଅକ୍ଷୟ କୁମାର ଙ୍କ ଏଣ୍ଟ୍ରି ହେଉଛି। ଏହି ବିଜ୍ଞାପନରେ ସେ ଝିଅର ବାପାଙ୍କୁ କିଛି ଉପଦେଶ ଦେଉଥିବା ଦେଖାଯାଉଛି। ଝିଅକୁ ଦୁଇଟି ଏୟାର୍ବ୍ୟାଗ୍ ଗାଡି ବଦଳରେ ୬ଟି ଏୟାର୍ବ୍ୟାଗ୍ ଥିବା ଗାଡିରେ ବିଦା କରିବାକୁ ସେ ତାଙ୍କୁ କହୁଛନ୍ତି। ଝିଅର ବାପା ମଧ୍ୟ ଏଥିରେ ରାଜି ହୋଇଛନ୍ତି।
ଏହା ପରେ ପରବର୍ତ୍ତୀ ଦୃଶ୍ୟ ଦେଖିବାକୁ ମିଳେ, ଯେଉଁଥିରେ ନବଦମ୍ପତି ୬ଟି ଏୟାର୍ବ୍ୟାଗ୍ ଥିବା ଏକ କାର୍ରେ ହସି ହସି ଯାଉଛନ୍ତି। ଏଭଳି ପରିସ୍ଥିତିରେ ଶିବସେନାର ଦୁଇ ନେତା ପ୍ରିୟଙ୍କା ଚତୁର୍ବେଦୀ ଏବଂ ସାକେତ ଗୋଖଲେ ଏହି ବିଜ୍ଞାପନକୁ ନିନ୍ଦା କରିଛନ୍ତି। ପ୍ରକାଶଥାଉ ଯେ କାର୍ ଦୁର୍ଘଟଣାରେ ପୂର୍ବତନ ଟାଟା ସନ୍ସ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ଏହି ବିଜ୍ଞାପନ ପ୍ରସାରିତ ହୋଇଛି।
ଏଥି ସହିତ କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ଅକ୍ଷୟ କୁମାରଙ୍କ ଏହି ବିଜ୍ଞାପନକୁ ତାଙ୍କ ଅଫିସିଆଲ୍ ଆକାଉଣ୍ଟ୍ରେ ଶେୟାର କରି ୬ ଟି ଏୟାର୍ବ୍ୟାଗ୍ ଥିବା ଗାଡି ବ୍ୟବହାର କରିବା ନେଇ ପ୍ରୋତ୍ସାହିତ କରିଛନ୍ତି। ତେବେ ଏହାକୁ ବିରୋଧ କରି ଶିବସେନାର ନେତା ଏହା ଯୌତୁକ ପ୍ରଥାକୁ ପ୍ରୋତ୍ସାହିତ କରୁଥିବା କହିଛନ୍ତି।
6 एयरबैग वाले गाड़ी से सफर कर जिंदगी को सुरक्षित बनाएं।#राष्ट्रीय_सड़क_सुरक्षा_2022#National_Road_Safety_2022 @akshaykumar pic.twitter.com/5DAuahVIxE
— Nitin Gadkari (@nitin_gadkari) September 9, 2022
ଏହି ବିଜ୍ଞାପନକୁ ବିରୋଧ କରୁଥିବା ଶିବସେନା ନେତା ପ୍ରିୟଙ୍କା ଚତୁର୍ବେଦୀ ରବିବାର ଟ୍ୱିଟ୍ କରି କହିଛନ୍ତି ଯେ ଏହା ଏକ ସମସ୍ୟାଜନକ ବିଜ୍ଞାପନ। ଏହାକୁ କିଏ ଅନୁମତି ଦେଇଛି? ସରକାର ଏହି ବିଜ୍ଞାପନରେ କାର୍ର ସୁରକ୍ଷା ଦିଗକୁ ପ୍ରୋତ୍ସାହିତ କରିବା ପାଇଁ ଟଙ୍କା ବ୍ୟବହାର କରୁଛନ୍ତି ନା ଯୌତୁକ ବ୍ୟବସ୍ଥା ଭଳି ସାମାଜିକ କଳଙ୍କ ବା ଅପରାଧକୁ ବଢେଇବା ପାଇଁ କହୁଛନ୍ତି।" ତେବେ କିଛି ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ଅକ୍ଷୟ କୁମାରଙ୍କ ଏହି ବିଜ୍ଞାପନକୁ ସୋସିଆଲ ମିଡିଆରେ ବିରୋଧ କରୁଛନ୍ତି।
]]>ପ୍ରଥମ ଘଣ୍ଟା ଆପଣ କେବଳ ହସିବେ। ଅକ୍ଷୟଙ୍କ ଚିରାଚରିତ୍ର ଷ୍ଟାଇଲ୍ ଓ କମିକ୍ ଟାଇମିଂ ଆପଣଙ୍କୁ ପସନ୍ଦ ଆସିବ। ପ୍ରଥମ ଘଣ୍ଟା ଦେଖୁ ଦେଖୁ ହି ବିତିଯିବ। ଏହାପରେ ହଠାତ୍ ଆପଣଙ୍କୁ ଇମୋସନାଲ୍ କରିଦେବ କାହାଣୀ। ଅକ୍ଷୟଙ୍କ ସହ ଅଭିନୟ କରିଥିବା ୪ ଜଣ ଭଉଣୀ ୪ ପ୍ରକାରର। ସମାଜରେ ଯେପରି କଳା, ଗୋରା, ମୋଟାକୁ ନେଇ ଭେଦଭାଦ ରହିଛି ତାକୁ ବେଶ୍ ଚାଲାକ୍ ଢଙ୍ଗରେ ସ୍କ୍ରିନ୍ରେ ପରିବେଷଣ କରାଯାଇଛି।
ଅକ୍ଷୟ ଭଉଣୀଙ୍କୁ କହୁଥିବା କିଛି କଥା ଆପଣଙ୍କୁ ଖଟକି ପାରେ କିନ୍ତୁ ନିରାଟ ସତ ଏସବୁ। ସିନେମାରେ ଡାଉରୀ ଅବା ଯୌତୁକ ପ୍ରଥାକୁ ନେଇ ଏକ ବଡ଼ ମେସେଜ୍ ଦେବାକୁ ଚେଷ୍ଟା କରାଯାଇଛି। ନିର୍ଦ୍ଦେଶକ ଆନନ୍ଦ ଲାଲ୍ ଏହାକୁ ଏତେ ସୁନ୍ଦର ଭାବେ ପରିବେଷଣ କରିଛନ୍ତି ଯାହା ଆପଣଙ୍କୁ କନ୍ଦାଇପାରେ ା ଅକ୍ଷୟ ସବୁବେଳେ ଚରିତ୍ରକୁ କଣ୍ଟ୍ରୋଲ କରନ୍ତି କିନ୍ତୁ ଏଠି କଥା ଟିକିଏ ଅଲଗା। ଅକ୍ଷୟଙ୍କୁ ଇମୋସନାଲ୍ ସିନ୍ ଦର୍ଶକଙ୍କ ହୃଦୟକୁ ଛୁଇଁଛି। କିଛି ଫିଲ୍ମ ଥାଏ ଷ୍ଟାର, ରେଟିଂ ଆଉ ରିଭ୍ୟୁ ଉପରେ। ସେହିଭଳି ସିନେମା ହେଉଛି ରକ୍ଷା ବନ୍ଧନ। ସିନେମା ଦେଖନ୍ତୁ ଆଉ ଯୌତୁକ ଭଳି କୁପ୍ରଥାକୁ ସମାଜରୁ ଉପାଡ଼ି ଫୋପାଡ଼ନ୍ତୁ।
]]>
ଶୋ’ର ପ୍ରୋମୋ ଦେଖିବା ପରେ ଅକ୍ଷୟଙ୍କ ପ୍ରଶଂସକମାନେ ଉତ୍ସାହ ବଢିଯାଇଛି। ଏଥି ସହିତ, ଶୋ’ରେ ତାଙ୍କୁ ଏପରି କାନ୍ଦୁଥିବା ଦେଖି ପ୍ରଶଂସକମାନେ ମଧ୍ୟ ବହୁତ ଭାବପ୍ରବଣ ହୋଇଯାଇଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ପ୍ରୋମୋ ଶେୟାର କରି ଶୋ’ର ନିର୍ମାତା ଲେଖିଛନ୍ତି- “ରକ୍ଷା ବନ୍ଧନର ଏହି ସୁନ୍ଦର ଉତ୍ସବରେ ସ୍ୱରର ଏମିତି ବର୍ଷା ହେବ ଯେ ସମସ୍ତଙ୍କ ଆଖି ଭରିଯିବ! ଦେଖନ୍ତୁ # ରକ୍ଷାବନ୍ଧନ ସ୍ପେଶାଲ୍।
କାହିଁକି ହେଲେ ଭାବପ୍ରବଣ:
ରିଲିଜ୍ ହୋଇଥିବା ପ୍ରୋମୋ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଅକ୍ଷୟ କୁମାରଙ୍କ ସାମ୍ନାରେ ସ୍କ୍ରିନ୍ରେ ଏକ ଭିଡିଓ ଚଲାଯାଉଛି। ଏଥିରେ ରହିଛି ତାଙ୍କ ସହ ତାଙ୍କ ଭଉଣୀ ଅଲ୍କା ଭାଟିୟାଙ୍କ କିଛି ନିଆରା ଫଟୋ ଏବଂ ଭିଡିଓ ଯାହାକୁ ମିଶେଇ ସୁନ୍ଦର ଭାବରେ ପ୍ରସ୍ତୁତ କରାଯାଇଛି।
ଭିଡିଓର ପୃଷ୍ଠଭୂମିରେ ତାଙ୍କ ଭଉଣୀର ସ୍ୱର ଆସୁଛି ଏବଂ ସେ ତାଙ୍କ ଭାଇ ପାଇଁ କିଛି କହୁଥିବା ଦେଖାଯାଉଛି। ଭିଡିଓରେ, ଅଲକା ପଞ୍ଜାବୀରେ କହୁଥିବାର ଶୁଣିବାକୁ ମିଳୁଛି। ସେ କହୁଛନ୍ତି ସ୍ନେହର ରାଜୁ କଥାବାର୍ତ୍ତା କରିବାବେଳେ ମନେ ପଡିଗଲା ଅଗଷ୍ଟ ୧୧ ର ରାଖୀ। ମୋର ପ୍ରତ୍ୟେକ ଦୁଃଖ-ସୁଖରେ, ମୋର ପାଖରେ ଠିଆ ହେଇଛ। ବନ୍ଧୁ, ଭାଇ, ବାପା ସବୁ ଭୂମିକାରେ ଅଭିନୟ କରିଛ। ଏ ସବୁ ପାଇଁ ଧନ୍ୟବାଦ।"
ଭିଡିଓରେ ଅଲ୍କାଙ୍କ କଥା ଶୁଣି ଅକ୍ଷୟଙ୍କ ଆଖି ଛଳ ଛଳ ହୋଇଯାଇଥିଲା, ଲୁହ ବୋଲ ମାନି ନଥିଲା। ସେ ନିଜ ଲୁହକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ବି ପାରି ନଥିଲେ। ତାଙ୍କ ଭଉଣୀଙ୍କ କଥା ସରିବା ପରେ ଅକ୍ଷୟ ମଧ୍ୟ ତାଙ୍କ ଭଉଣୀଙ୍କୁ ନେଇ ଏକ ଭାବପ୍ରବଣ କଥା କହିଥିଲେ। ସେ କହିଥିଲେ ଯେ ଦିନେ ସେମାନେ ଏକ ଛୋଟ ଘରେ ରହୁଥିଲେ। ସେତେବେଳେ ସେହି ଦେବୀ (ଭଉଣୀ ଅଲ୍କା)ଙ୍କ ଆଗମନ ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଭଉଣୀର ସମ୍ପର୍କଠାରୁ ଅଧିକ ବଡ଼ ସମ୍ପର୍କ ନାହିଁ।
]]>ଏହି ଚଳଚ୍ଚିତ୍ରର ସୁଟିଂ ଅଯୋଧ୍ୟା ଏବଂ ରାମେଶ୍ୱରମ୍ ସମେତ ଅନ୍ୟାନ୍ୟ ସ୍ଥାନରେ କରାଯାଇଛି। ଏହାର ନିର୍ଦ୍ଦେଶନା ଅଭିଷେକ ଶର୍ମା ଦେଇଛନ୍ତି। ଚଳଚ୍ଚିତ୍ରଟି ଏହାର ନାମକୁ ନେଇ ବିବାଦରେ ଫଶିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଗୁଜବ ମଧ୍ୟ ସୃଷ୍ଟି ହେଉଛି।
ସୁବ୍ରମଣ୍ୟମ ସ୍ୱାମୀ ଏକ ଟ୍ୱିଟରେ ଲେଖିଛନ୍ତି, “ମୋର ଓକିଲ ସତ୍ୟ ସଭର୍ୱାଲ୍ ଏହି ମାମଲାର ଡ୍ରାଫ୍ଟ ଚୂଡାନ୍ତ କରିଛନ୍ତି। ମୁଁ ଅଭିନେତା ଅକ୍ଷୟ କୁମାର ଏବଂ ତାଙ୍କ କର୍ମା ମିଡିଆ ବିରୋଧରେ ମାମଲା ଦାଖଲ କରିବି। ସେ ତାଙ୍କର ଆଗାମୀ ଫିଲ୍ମ 'ରାମ ସେତୁ'କୁ ଭୁଲ ଭାବେ ଲୋକଙ୍କ ସାମ୍ନାକୁ ଆଣୁଛନ୍ତି। ଅନ୍ୟ ଏକ ଟ୍ୱିଟରେ ସ୍ୱାମୀ ଅକ୍ଷୟଙ୍କ ନାଗରିକତ୍ୱ ଉପରେ ଆକ୍ରମଣ କରି ତାଙ୍କୁ ଗିରଫ କରିବା କଥା ମଧ୍ୟ ଉଠେଇଛନ୍ତି।
ସୁବ୍ରମଣ୍ୟମ ସ୍ୱାମୀ ଲେଖିଛନ୍ତି ଯେ “ଅଭିନେତା ଅକ୍ଷୟ କୁମାର ଯଦି ଜଣେ ବିଦେଶୀ ନାଗରିକ, ତେବେ ଆମେ ତାଙ୍କୁ ଗିରଫ କରି ପୋଷ୍ୟ ଦେଶ (ଭାରତ) ରୁ ବହିଷ୍କାର କରିବାକୁ କହିପାରିବା।” ଅନେକ ଥର ଅକ୍ଷୟଙ୍କ ନାଗରିକତ୍ୱକୁ ନେଇ ସୋସିଆଲ ମିଡିଆରେ ପ୍ରଶ୍ନ ଉଠିଛି। କୁହାଯାଏ ଯେ ସେ ଜଣେ କାନାଡିୟ ନାଗରିକ। କିନ୍ତୁ ଅକ୍ଷୟ ଏହା ଉପରେ କୌଣସି ଅଫିସିଆଲ୍ ବିବୃତ୍ତି ଦେଇ ନାହାଁନ୍ତି।
‘ରାମ ସେତୁ’ରେ ଅକ୍ଷୟ କୁମାର, ଜ୍ୟାକ୍ଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ନୁସରତ ଭରୁଚା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ପୁରାଣ ନା ବାସ୍ତବତା ଜାଣିବା ପାଇଁ ‘ରାମ ସେତୁ’ ବ୍ରିଜ୍ର ପ୍ରକୃତିକୁ ଅନୁସନ୍ଧାନ ପାଇଁ କାର୍ଯ୍ୟ କରୁଥିବା ଏହା ଏକ ପ୍ରତ୍ନତତ୍ତ୍ୱ ଧର୍ମୀ ଚଳଚ୍ଚିତ୍ର। ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଚଳିତ ବର୍ଷ ଅକ୍ଟୋବର ୨୪ରେ ପ୍ରେକ୍ଷାଳୟକୁ ଆସିବ।
]]>ଅଭିନେତା ଅକ୍ଷୟ କୁମାର କମେଡି ଫିଲ୍ମ ଠାରୁ ନେଇ ଆକ୍ସନ୍ ଫିଲ୍ମ ଏବଂ ବାୟୋପିକ୍ସରେ ମଧ୍ୟ କାମ କରିଛନ୍ତି। ପିଲାଦିନରୁ ତାଙ୍କର ପାଠପଢା ପ୍ରତି କମ ଆଗ୍ରହ ଥିଲା। କିନ୍ତୁ ସେ ଏକ୍ସପେରିମେଣ୍ଟ୍ କରିବା ଏବଂ ନୂଆ ଜିନିଷ ଶିଖିବାକୁ ଭୟ କରୁ ନଥିଲେ। ତାଙ୍କର ନିଷ୍ଠା ଓ ସଂଘର୍ଷ ଯୋଗୁଁ ଆଜି ସେ ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି। ଆପଣ ଜାଣିଛନ୍ତି କି ଆପଣଙ୍କ ଏହି ପ୍ରିୟ ତାରକାଙ୍କ ଶିକ୍ଷାଗତ ଯୋଗ୍ୟତା ଓ ତାଙ୍କ ସଂଘର୍ଷର କାହାଣୀ ବିଷୟରେ? ଆସନ୍ତୁ ଜାଣିବା।
ଦିଲ୍ଲୀରେ ଲାଳନ ପାଳନ:
ଅକ୍ଷୟ କୁମାର ୯ ସେପ୍ଟେମ୍ବର ୧୯୬୭ରେ ପଞ୍ଜାବର ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ହରି ଓମ୍ ଭାଟିଆ ସେନାର ଜଣେ ଅଧିକାରୀ ଥିଲେ। ତାଙ୍କ ମାଆଙ୍କ ନାମ ଅରୁଣା ଭାଟିଆ ଏବଂ ଭଉଣୀଙ୍କ ନାମ ଅଳକା ଭାଟିଆ। ତାଙ୍କ ପିଲାଦିନ ଦିଲ୍ଲୀର ଚାନ୍ଦିନୀ ଚୌକଠାରେ କଟିଥିଲା। ତାଙ୍କ ବାପା ସେନା ଛାଡିବା ପରେ ପୂରା ପରିବାର ମୁମ୍ବାଇକୁ ଚାଲିଗଲେ।
ପାଠପଢା:
ଅକ୍ଷୟ କୁମାର ମାଟୁଙ୍ଗାର ଡନ୍ ବସ୍କୋ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ପିଲାଦିନରୁ ପାଠପଢା ପ୍ରତି ତାଙ୍କର କମ ରୁଚି ଥିଲା। ପରେ ସେ ଗୁରୁ ନାନକ ଖାଲସା କଲେଜରେ ଆଡ୍ମିଶନ ନେଇଥିଲେ କିନ୍ତୁ ଆଗ୍ରହ ଅଭାବରୁ ମଝିରେ ପାଠପଢା ଛାଡି ଦେଇଥିଲେ। ସେତେବେଳେ ସେ କରାଟେ ଶିଖିବାକୁ ଆଗ୍ରହୀ ଥିଲେ। ଅକ୍ଷୟ କୁମାର ଆରମ୍ଭରୁ ଏକ ଫିଟ୍ନେସ୍ ପ୍ରେମୀ ଥିଲେ।
ବିଦେଶରେ କରାଟେ ଶିକ୍ଷା:
ମଝିରେ ପାଠପଢା ଛାଡି ଅକ୍ଷୟ ତାଙ୍କ ବାପାଙ୍କଠାରୁ ମାର୍ଶଲ ଆର୍ଟ ଶିଖିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ ଭାରତର ଟାଇକୋଣ୍ଡୋରେ ଏକ ବ୍ଲାକ୍ ବେଲ୍ଟ ମଧ୍ୟ ହାସଲ କରିଥିଲେ। ଏହା ପରେ ତାଙ୍କ ବାପା ତାଙ୍କୁ କୌଣସି ପ୍ରକାରେ ଟଙ୍କା ଯୋଗାଡ କରି ଥାଇଲ୍ୟାଣ୍ଡ୍ ପଠାଇଥିଲେ। ତା’ପରେ ସେ ବ୍ୟାଙ୍କକ୍ ଯାଇ ୫ ବର୍ଷ ପାଇଁ ଥାଇ ବକ୍ସିଂ ଶିଖିଥିଲେ।
ରୋଜଗାର ପାଇଁ ହୋଇଥିଲେ ରୋଷେୟା:
ଟଙ୍କାର ଆବଶ୍ୟକତା ପଡିବାରୁ ଅକ୍ଷୟ କୁମାର ମଧ୍ୟ ଥାଇଲ୍ୟାଣ୍ଡରେ ରୋଷେୟା ଏବଂ ୱେଟର ଭାବରେ କାମ କରିଥିଲେ। ତା’ପରେ କୋଲକାତାର ଏକ ଟ୍ରାଭେଲ୍ ଏଜେନ୍ସିରେ କାମ କରିବା ପରେ ସେ ଢାକାସ୍ଥିତ ଏକ ହୋଟେଲରେ ରୋଷେୟା ଭାବରେ ମଧ୍ୟ କାମ କରିଥିଲେ। କେବଳ ଏତିକି ନୁହେଁ ସେ ଦିଲ୍ଲୀର ଏକ ଦୋକାନରେ କୁନ୍ଦନ ଅଳଙ୍କାର ମଧ୍ୟ ବିକ୍ରି କରିଥିଲେ। ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ସେ ବହୁତ ସଂଘର୍ଷ କରିଥିଲେ।
ଫିଲ୍ମ ଦୁନିଆରେ ପ୍ରବେଶ:
ପରେ ଅକ୍ଷୟ ମୁମ୍ବାଇ ମାର୍ଶଲ ଆର୍ଟ ଟ୍ରେନିଂ ଦେବା ଆରମ୍ଭ କରିଥିଲେ। ଏହି ସମୟରେ ତାଙ୍କର ଜଣେ ଛାତ୍ରଙ୍କ ପିତା ତାଙ୍କୁ ମଡେଲିଂରେ କ୍ୟାରିୟର କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କର ପ୍ରଥମ ପୋର୍ଟଫୋଲିଓ ପାଇଁ ଅକ୍ଷୟ କୁମାର ବିନା ତଙ୍କାରେ ୧୮ ମାସ ପର୍ଯ୍ୟନ୍ତ ଫଟୋଗ୍ରାଫର ଜୟେଶ ସେଠ୍ଙ୍କ ସହକାରୀ ଭାବରେ କାମ କରିଥିଲେ। ମଡେଲିଂ ସମୟରେ ସେ ଫିଲ୍ମ ପାଇଁ ଅଫର ପାଇବା ମଧ୍ୟ ଆରମ୍ଭ କରିଥିଲେ।
]]>ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡ ସରକାର ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବା ପରେ ମଧ୍ୟ ‘ସମ୍ରାଟ ପୃଥ୍ୱୀରାଜ’କୁ ଅଧିକ ଲାଭ ମିଳି ନାହିଁ। ଏହାପୂର୍ବରୁ ଅକ୍ଷୟ କୁମାରଙ୍କ ‘ବଚ୍ଚନ ପାଣ୍ଡେ’ ମଧ୍ୟ ବକ୍ସ ଅଫିସରେ ବିଫଳ ହୋଇଥିଲା। ଏବେ ଖବର ଆସୁଛି ଯେ ନିର୍ମାତାମାନେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ହାତ ଟେକି ଦେଉଛନ୍ତି।
ଖବର ଆସିଛି ଯେ ତାଙ୍କ ଚଳଚ୍ଚିତ୍ର ‘ଗୋରଖା’ କୁ ବର୍ତ୍ତମାନ ପାଇଁ ରୋକ୍ ଦିଆଯାଇଛି। ଏଥିସହିତ ସାଉଥ୍ ସୁପର୍ଷ୍ଟାର୍ ସୁରିଆ ମଧ୍ୟ ଅକ୍ଷୟ କୁମାରଙ୍କ ସହ ନିଜ ଫିଲ୍ମକୁ ନେଇ ପୁନର୍ବିଚାର କରୁଛନ୍ତି ଏବଂ ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ପର୍ଯ୍ୟନ୍ତ ଅଟକି ରହିଛି। ଏଥି ସହିତ, ୟଶ୍ ରାଜ୍ ଫିଲ୍ମ ଅକ୍ଷୟଙ୍କୁ ନେଇ ‘ଧୁମ୍ ୪’ କରିବାକୁ ଚାହୁଁଥିବାର ଖବର ମଧ୍ୟ ଅଛି। କିନ୍ତୁ ‘ସମ୍ରାଟ ପୃଥ୍ୱୀରାଜ’ ର ଭାଗ୍ୟ ଦେଖିବା ପରେ ଏବେ ନିର୍ମାତାମାନେ ତାଙ୍କ ସହ ଏହି ଫିଲ୍ମ କରିବାକୁ ପଛ ଘୁଞ୍ଚା ଦେଉଛନ୍ତି।
ଫଳରେ ପରିମାଣକୁ ନେଇ ବିଶ୍ୱାସ କରୁଥିବା ଅକ୍ଷୟ କୁମାର ବର୍ତ୍ତମାନ ଗୁଣବତ୍ତା ଉପରେ ଧ୍ୟାନ ଦେବା ଉଚିତ। ‘ସମ୍ରାଟ ପୃଥ୍ୱୀରାଜ’ ନିକଟରେ ଅନେକ କ୍ଷତି ସହିଛି। ଐତିହାସିକ ଚଳଚ୍ଚିତ୍ର କରିବା ପାଇଁ ଅଭିନେତାମାନଙ୍କୁ ଅନେକ ସମୟ ଦେବାକୁ ପଡିବ ଏବଂ ଚରିତ୍ରରେ ସମ୍ପୁର୍ଣ୍ଣ ଭାବରେ ପ୍ରବେଶ କରିବାକୁ ପଡିବ। କିନ୍ତୁ ଏହି କ୍ଷେତ୍ରରେ ସେ ହାରିଥିଲେ। ଏହି ଦୃଷ୍ଟିରୁ ଦେଖିଲେ ଅକ୍ଷୟ କୁମାର ତାଙ୍କ ଚରିତ୍ରକୁ ନେଇ କିଛି ଅଧିକ ସମୟ ଦେବା ଉଚିତ।
]]>ଏହି ଗୀତରେ କାଟ୍ରୀନାଙ୍କ ଷ୍ଟାଇଲ୍ ଲୋକଙ୍କୁ ପାଗଳ କରୁଛି। କାଟ୍ରୀନା ବର୍ଷାରେ ଭିଜୁଥିବା ବେଳେ ତାଙ୍କ ଅଣ୍ଟା ଭଙ୍ଗୀ, ତାଙ୍କ କେଶ ଛଟା ବାସ୍ତବରେ ବର୍ଷା ପାଣିରେ ବି ନିଆଁ ଲଗଉଛି। ଅକ୍ଷୟ କୁମାର ମଧ୍ୟ କାଟ୍ରୀନାଙ୍କ ଚାହାଣୀ ତାଙ୍କ ଅଙ୍ଗ ଭଙ୍ଗୀ ଦେଖି ରୋମାଣ୍ଟିକ୍ ହେଇଯାଥିବା ନଜର ଆସୁଛନ୍ତି। ଏହା ପରେ ସେ ମଧ୍ୟ ତାଙ୍କ ସହ ତାଳ ମିଳେଇ ନାଚିବାକୁ ଲାଗନ୍ତି। ଏହି ଗୀତରେ ଅକ୍ଷୟ କୁମାର ପୂରା କଳା ରଙ୍ଗର ଆଉଟ୍ଫିଟ୍ ପିନ୍ଧିଥିବା ବେଳେ କାଟ୍ରୀନା କୈଫ୍ ସାଇନିଙ୍ଗ ଶାଢୀ ପିନ୍ଧି ପାଣିରେ ନିଆଁ ଲଗଉଥିବା ଦେଖା ଯାଆନ୍ତି।
ପ୍ରକୃତରେ ଏହି ଗୀତ୍ ୯୦ ଦଶକରେ ଆସିଥିବା ‘ମୋହରା’ ଫିଲ୍ମର ‘ଟିପ୍ ଟିପ୍ ବରଷା ପାନି’ ର ରିମେକ୍ ଗୀତ। ଏହି ଗୀତକୁ ଅକ୍ଷୟ କୁମାର ଓ ରବୀନା ଟଣ୍ଡନଙ୍କ ଉପରେ ଚିତ୍ରିତ କରାଯାଇଥିଲା। ଏହି ଗୀତରେ ରନୀନା ଟଣ୍ଡନ୍ ମଧ୍ୟ ନିଜର ଆକର୍ଷଣ ଅଙ୍ଗ ଭଙ୍ଗୀ ଦେଖେଇଥିଲେ। ସେତେବେଳେ ବି ଅକ୍ଷୟଙ୍କ ସହିତ ତାଙ୍କ ଯୋଡି ଜମିଥିଲା।
ଅକ୍ଷୟ କୁମାର ଏହି ଗୀତକୁ ଶେୟାର କରି ଲେଖିଛନ୍ତି ଯେ “ସୂର୍ଯ୍ୟବଂଶୀ ର ଟିପ୍ ଟିପ୍ ବର୍ଷା ପାନି ଗୀତ ଲଞ୍ଜ ହୋଇଯାଇଛି”। ଏହି ଗୀତର ମ୍ୟୁଜିକ୍ ବିଜୁ ଶାହ କମ୍ପୋଜ୍ କରିଥିବା ବେଳେ ତନିଷ୍କ ବାଗ୍ଚୀ ଏହାକୁ ରିକ୍ରିଏଟ୍ କରିଛନ୍ତି। ଗୀତକୁ ଆନନ୍ଦ ବକ୍ସୀ ଓ ତନିଷ୍କ ବାଗଚୀ ଲେଖିଛନ୍ତି। ଗୀତକୁ ଉଦିତ୍ ନାରାୟଣ ଓ ଅଲକା ୟାଗନିକ୍ ବୋଲିଛନ୍ତି।
‘ଟିପ୍ ଟିପ୍ ବରଷା ପାନି’ର ମୂଳ ଗୀତକୁ ଲୋକେ ଏତେ ପସନ୍ଦ କରିଥିଲେ ଯେ ଯାହା ଅଲ୍ ଟାଇମ୍ ସୁପର୍ହୀଟ୍ ତାଲିକା ଅଛି। ତେବେ ଏହି ଗୀତର ମୌଳିକତାକୁ ନଷ୍ଟ ନ କରିବା ବାସ୍ତବରେ ଏକ ଚ୍ୟାଲେଞ୍ଜ୍ ଥିଲା ଏବଂ କାଟ୍ରୀନା ଏହି ଚ୍ୟାଲେଞ୍ଜକୁ ଗ୍ରହଣ କରି ସଫଳ କରି ଦେଖେଇଛନ୍ତି। ଏହି ଗୀତକୁ ନେଇ ଲୋକେ ଯେଉଁଭଳି ପ୍ରତିକ୍ରିୟା ଦେଉଛନ୍ତି ଏହାକୁ ଦେଖି କୁହାଯିବ ଯେ କାଟ୍ରୀନା ନିଜ ଭଙ୍ଗୀରେ ରବୀନା ଟଣ୍ଡନଙ୍କୁ କଡା ଟକ୍କର ଦେଉଛନ୍ତି। ପାଣିରେ ଭିଜୁଥିବା ବେଳେ କାଟ୍ରୀନା ମଧ୍ୟ ଖୁବ ଆକର୍ଷଣୀୟ ଲାଗୁଛନ୍ତି।
ଜଣେ ପ୍ରଶଂସକ ଏହି ରିମିକ୍ସ ଭର୍ସନ ଉପରେ କମେଣ୍ଟ ଦେଇ ଲେଖିଛନ୍ତି ଯେ “ରବୀନା ତ ବେଷ୍ଟ୍, କିନ୍ତୁ କାଟ୍ରୀନା ଏହି ଗୀତକୁ ପୂରା ନ୍ୟାୟ ଦେଇଛନ୍ତି।” ସେହିପରି ଆଉ କିଛି ଉପଭୋକ୍ତା ଏହାକୁ ମୂଳ ଗୀତ ଠାରୁ ବି ଖୁବ୍ ଭଲ କହିଛନ୍ତି। ତେବେ ଫିଲ୍ମ ସୂର୍ଯ୍ୟବଂଶୀ ସାରା ଦେଶରେ ୪ ହହାର ସ୍କ୍ରିନ୍ରେ ରିଲିଜ୍ ହୋଇଥିବା ବେଳେ ସାରା ବିଶ୍ୱରେ ୫୨୦୦ ସ୍କ୍ରିନ୍ରେ ରିଲିଜ୍ ହୋଇଛି।
]]>ଅକ୍ଷୟ କୁମାର ଓ କାଟ୍ରୀନା କୈଫ୍ଙ୍କ ଅଭିନିତ ‘ସୂର୍ଯ୍ୟବଂଶୀ’କୁ ମଧ୍ୟ କରୋନା ପରିସ୍ଥିତି ଦୀର୍ଘ ଦିନ ଧରି ରିଲିଜ୍ରେ ବାଧା ସୃଷ୍ଟି କରିଥିଲା। ଏହି ଦୀପାବଳି ଅବସରରେ ନିର୍ମାତା ରୋହିତ ସେଟ୍ଟୀ ଦର୍ଶକଙ୍କ ଏହି ପ୍ରତୀକ୍ଷାର ଅନ୍ତ କରିଛନ୍ତି। ନଭେମ୍ବର ୫ ତଥା ଶୁକ୍ରବାର ଭାରତର ପାଖାପାଖି ୪ ହଜାର ସ୍କ୍ରୀନ୍ରେ ଏହି ଫିଲ୍ମ ରିଲିଜ୍ ହୋଇଛି। ସାଧାରତଃ ଫିଲ୍ମ ରିଲିଜ୍ ନିର୍ମାତାଙ୍କ ଠାରୁ ଆରମ୍ଭ କରି ନିର୍ଦ୍ଦେଶକ, କଳାକାର ସମସ୍ତଙ୍କୁ ଆନନ୍ଦ ଦିଏ। କିନ୍ତୁ ଏଠାରେ କିଛି ଭିନ୍ନ ଦେଖାଦେଇଛି। ‘ସୂର୍ଯ୍ୟବଂଶୀ’ ରିଲିଜ୍ ହେଲା ପରେ ରୋହିତ ସେଟ୍ଟୀଙ୍କ ଚିନ୍ତା ବଢିଯାଇଛି। କାରଣ ଏହି ଫିଲ୍ମ ରିଲିଜ୍ ହେଉ ହେଉ ଅନ୍ଲାଇନ୍ ଲିକ୍ ହୋଇଛି।
‘ସୂର୍ଯ୍ୟବଂଶୀ’କୁ ଯେତେବେଳେ ନିର୍ମାତା ଓଟିଟିରେ ରିଲିଜ କରିବାକୁ ଯାଉଥିଲେ ସେତେବେଳେ ରୋହିତ ସେଟ୍ଟୀ ଏଥିରେ ବାଧା ଦେଇଥିଲେ। କାରଣ ସେ ଚାହୁଁଥିଲେ ଯେ ଏହା କେବଳ ବଡ ପରଦାରେ ରିଲିଜ୍ ହେଉ ବୋଲି। ହୁଏତ ଏହା ପଛରେ ତାଙ୍କର ଏକ ବଡ ଲକ୍ଷ ଥିଲା। ସେ ହୁଏତ ଏକ ବଡ ଲାଭର ଲକ୍ଷର ଏଭଳି ଚିନ୍ତା କରିଥିବେ। ରୋହିତଙ୍କ ଏହି ଇଛା ମଧ୍ୟ ପୂରଣ ହେଲା। ପ୍ରେକ୍ଷାଳୟ ଖୋଲିବା ପରେ ଦୀପାବଳି ଅବସରରେ ଲୋକଙ୍କୁ ଜବରଦସ୍ତ ମସଲା ଦେବା ନେଇ ପରଦାକୁ ‘ସୂର୍ଯ୍ୟବଂଶୀ ଆସିଲା।’ କିନ୍ତୁ ଏହି ଫିଲ୍ମ ବର୍ତ୍ତମାନ ଅନେକ ୱେବ୍ସାଇଟ୍ରେ ଲିକ୍ ହୋଇସାରିଛି, ଯାହା ରୋହିତଙ୍କୁ ଖୁବ୍ ବାଧିଛି।
ଯେଉଁସବୁ ୱେବ୍ସାଇଟ୍ରେ ଏହି ଫିଲ୍ମ ଲିକ୍ ହୋଇଛି ସେସବୁ ମଧ୍ୟରେ ସବୁଠାରୁ ଆଗରେ ରହିଛି ତାମିଲ୍ ରକର୍ସର ନାମ। ପୂର୍ବରୁ ମଧ୍ୟ ଏହି ସାଇଟ୍ରେ ଅନେକ ଫିଲ୍ମ ଲିକ୍ ହୋଇସାରିଛି। ଏହାଛଡା ଏହି ଫିଲ୍ମ ଟେଲିଗ୍ରାମ୍ର ଅନେକ ଚ୍ୟାନେଲ୍ ଓ ଫିଲ୍ମ ଜିଲ୍ଲା ନାମରେ ଥିବା ୱେବ୍ସାଇଟ୍ରେ ମଧ୍ୟ ଉପଲବ୍ଧ ହେଉଛି। ଏହି ସବୁ ସାଇଟ୍ରୁ ଫିଲ୍ମର ଏଚ୍ଡି ପ୍ରିଣ୍ଟ୍ ଡାଉନ୍ଲୋଡ୍ ହୋଇପାରୁଛି।
ଫିଲ୍ମ ଲିକ୍ ହେବା ନିର୍ମାତାମାନଙ୍କ ପାଇଁ ନିହାତି ଏକ ଚିନ୍ତାଜନକ ବିଷୟ। କାରଣ ଗୋଟିଏ ଫିଲ୍ମ ତିଆରି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ। ସେହିଭଲି ଲାଭ ଉଠାଇବାର ମଧ୍ୟ ଲକ୍ଷ ଥାଏ। କିନ୍ତୁ ପ୍ରେକ୍ଷାଳୟରେ ଚାଲିବା ପୂର୍ବରୁ ଯଦି ଏହା ସୁବିଧାରେ ଅନ୍ଲାଇନ୍ରେ ଉପଲବ୍ଧ ହୋଇଯାଏ ତେବେ ଲୋକେ ଟଙ୍କା ଖର୍ଚ୍ଚ କରି ପ୍ରେକ୍ଷାଳୟ ଯିବାକୁ ହୁଏତ ନାପସନ୍ଦ କରିପାରନ୍ତି, ଯାହା ସିନେ ଶିଳ୍ପ ପାଇଁ ଏକ ବଡ କ୍ଷତିର କାରଣ ହେବ। ରୋହିତ ସେଟ୍ଟୀ ମଧ୍ୟ ସେହି ଚିନ୍ତାରେ ଏବେ ଅଛନ୍ତି। କାରଣ ଏହି ଫିଲ୍ମ ନିର୍ମାଣ ନେଇ ୨୨୫କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଟଙ୍କା ଯଦି ପାଣିରେ ପଡିଯାଏ ତେବେ କାହାକୁ ବା ନ ବାଧିବ!
ତେବେ ଫିଲ୍ମ ଲିକ୍ ହେବା ଏକ ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ଅନେକ ଫିଲ୍ମ ଲିକ୍ ହୋଇଛି ଯାହା ନିର୍ମାତା ଓ ନିର୍ଦ୍ଦେଶକଙ୍କ ଚିନ୍ତାର କାରଣ ହୋଇଛି। ଏହା ପୂର୍ବରୁ କଙ୍ଗନା ରଣାୱତଙ୍କ ଫିଲ୍ମ “ଥଲାଇବୀ” ମଧ୍ୟ ଅନ୍ଲାଇନ୍ ଲିକ୍ ହୋଇଥିଲା। ଏହାକୁ ମଧ୍ୟ ତାମିଲ୍ ରକର୍ସ ଲିକ୍ କରିଥିଲା। ଫିଲ୍ମର ଲିଙ୍କକୁ ଅନେକ ଚାଟିଂ ଆପ୍ରେ ମଧ୍ୟ ଶେୟାର କରାଯାଇଥିଲା। ଯାହା ନିର୍ମାତା ସମେତ କଙ୍ଗନାଙ୍କ ମଧ୍ୟ ଚିନ୍ତାର କାରଣ ହୋଇଥିଲା।
ସେହିଭଳି କୃତୀ ସେନନ୍ ଓ ପଙ୍କଜ ତ୍ରିପାଠୀଙ୍କ ଫିଲ୍ମ ‘ମିମି’ ରିଲିଜ ହେବାର ୪ ଦିନ ପୂର୍ବରୁ ଅନ୍ଲାଇନ୍ ଲିକ୍ ହୋଇଥିଲା। ଏହା ଜୁଲାଇ ୩୦ ରେ ରିଲିଜ୍ ହେବାର ଥିଲା କିନ୍ତୁ ଏହାର ପାୟରେସୀ ଜୁଲାଇ ୨୬ରେ ଅନ୍ଲାଇନ୍ରେ ଉପଲବ୍ଧ ହୋଇଯାଇଥିଲା। ଏହାଛଡା ପ୍ରଭାସଙ୍କ ‘ବାହୁବଳୀ’ ଓ ସଲମାନ ଖାନଙ୍କ ‘ରାଧେ’ ମଧ୍ୟ ଅନ୍ଲାଇନ୍ ଲିକ୍ ହୋଇଥିଲା।
ତେବେ ଫିଲ୍ମ ଲିକ୍ ହେବା କେବଳ ଯେ ନିର୍ମାତାଙ୍କ କ୍ଷତି ତାହା ନୁହେଁ ଏହା ମଧ୍ୟ ଦର୍ଶନକୁ କ୍ଷତି ପହଞ୍ଚାଇଥାଏ। ଫିଲ୍ମ ଏକ ମନୋରଞ୍ଜନର ମାଧ୍ୟମ ହୋଇଥାଏ। ଏହାକୁ ନେଇ ସିନେମା ଶିଳ୍ପ ଲାଭବାନ ହେବା ସହ ଦର୍ଶକେ ମଧ୍ୟ ନିଜକୁ ମନୋରଞ୍ଜିତ କରିଥାନ୍ତି। ଯଦି ଏହା ଲିକ୍ ହୁଏ ନିର୍ମାତାଙ୍କ ପାଇଁ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡିବା ସହିତ ଦର୍ଶକେ ମଧ୍ୟ ସେଭଳି ମନୋରଞ୍ଜନ୍ କରି ପାରନ୍ତି ନାହିଁ। କାରଣ ପ୍ରେକ୍ଷାଳୟ ବା ଓଟିଟିରେ ରିଲିଜ୍ ହେଉଥିଲା ଫିଲ୍ମର ପିକ୍ଚର ଓ ସାଉଣ୍ଡ୍ କ୍ୱାଲିଟି ଲିକ୍ ଭିଡିଓ ଦେଇପାରେନି। ଯଦି ଫିଲ୍ମ ଏକ ମନୋରଞ୍ଜନର ମାଧ୍ୟମ ତେବେ ଏହା ଯଦି ପୂରା ମଜ୍ଜା ନ ଦେଲା ତେବେ ଲାଭ କ’ଣ?
]]>ତେବେ ଦର୍ଶକଙ୍କ ପାଇଁ ଖୁସିର ଖବର ଯେ ରାମାୟଣ ପ୍ରସାରଣ ହେବାର ପ୍ରାୟ ଦେଢ ଦଶନ୍ଧୀ ପରେ ଏବେ ପୁଣି ଥରେ ଅରୁଣ ଗୋଭିଲ୍ ଭଗବାନ ରାମଙ୍କ ଭୂମିକାରେ ନଜର ଆସିବେ। ବର୍ତ୍ତମାନ ଅକ୍ଷୟ କୁମାରଙ୍କ କମେଡି ଫିଲ୍ମ ‘ଓହ ମାଏ ଗଡ୍’ (OMG 2)ର ଦ୍ୱିତୀୟ ଭାଗରେ ସେ ଭଗବାନ ରାମଙ୍କ ଭୂମିକା ନିଭେଇବେ। ଦୀର୍ଘଦିନର ବ୍ୟବଧାନ ପରେ ଅରୁଣ ଗୋଭିଲ୍ ଫିଲ୍ମ ଦୁନିଆକୁ ପ୍ରବେଶ କରୁଛନ୍ତି। ଏଥିରେ ପରେଶ ରାୱଲ୍, ପଙ୍କଜ ତ୍ରିପାଠୀ ଓ ୟାମୀ ଗୌତମ ମଧ୍ୟ ନଜର ଆସିବେ। ଏହାର ନିର୍ମାତାରେ ଅଶ୍ୱିନ୍ ବର୍ଦ୍ଦେ ଓ ଅକ୍ଷୟ କୁମାର ଥିବାବେଳେ ଅମିତ୍ ରାୟ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନେଇଛନ୍ତି।
ସୂଚନା ମୁତାବକ ଅକ୍ଷୟ କୁମାର ହିଁ ଚାହୁଁଥିଲେ ଏହି ଫିଲ୍ମରେ ଅରୁଣ ଗୋଭିଲ୍ ରାମଙ୍କ ଭୂମିକାରେ ନଜର ଆସନ୍ତୁ ବୋଲି। କାରଣ ଭଗବାନ ରାମଙ୍କ ଭୂମିକାରେ ତାଙ୍କଠାରୁ ଅଧିକ ଲୋକପ୍ରିୟ ଆଉ କେହି ନାହାନ୍ତି। ନିର୍ମାତାମାନେ ମିଶି ଏହି ନିଷ୍ପତି ନେଇଛନ୍ତି।
ଗୋଟିଏ ପକ୍ଷରେ ଏହି ଫିଲ୍ମ ଧର୍ମାନ୍ଧତା ଓ ଅନ୍ଧବିଶ୍ୱାସ ଉପରେ ଆଧାରିତ ହେଉଥିବା ବେଳେ ଅନ୍ୟପକ୍ଷରେ ଏଥିରେ ଭାରତୀୟ ଶିକ୍ଷା ପ୍ରଣାଳୀର ଝଲକ ମଧ୍ୟ ରହିଛି। ଏହି ଫିଲ୍ମର ଶୁଟିଂ ଅକ୍ଟୋବର ୧୩ରେ ଉଜ୍ଜୟନୀରେ ହେବାର ଥିଲା। କିନ୍ତୁ ଟିମରୁ ୩ ଜଣ କୋଭିଡ୍ ପଜିଟିଭ୍ ବାହାରିବାରୁ ଶୁଟିଂ ଡେଟ୍ ଅକ୍ଟୋବର ୨୩କୁ ଘୁଞ୍ଚାଇଦିଆଯାଇଛି।
ଅରୁଣ ଗୋଭିଲଙ୍କ ଅଭିନୟ ଦୁନିଆ କଥା ଆଲୋଚନା କଲେ ତାଙ୍କୁ ୧୯୭୭ରେ ତାରାଚାନ୍ଦ ବଡଜାତ୍ୟାଙ୍କ ଫିଲ୍ମ ‘ପହେଲୀ’ରେ ପ୍ରଥମ ବ୍ରେକ୍ ମିଳିଥିଲା। ଏହା ପରେ ସେ ସାୱନ କୋ ଆନେ ଦୋ, ସାଞ୍ଚ କୋ ଆଞ୍ଚ ନେହିଁ, ଇତ୍ନୀ ସୀ ବାତ୍, ହିମ୍ମତୱାଲା, ଦିଲୱାଲା, ହଥକଡୀ, ଲବ କୁଶ ଭଳି ଅନେକ ଫିଲ୍ମ ଓ କୈସେ କହୁ, ବୁଦ୍ଧା, ଅପରାଜିତା, ଓ ହୁଏ ନ ହମାରେ ଓ ପ୍ୟାର୍ କୀ କସ୍ତୀ ମେ ଭଳି ଅନେକ ଲୋକପ୍ରିୟ ଧାରାବାହିକରେ କାମ କରିଛନ୍ତି।
ସେହିପରି ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ ଏହି ଦିପାବଳୀରେ ରିଲିଜ୍ ହେବ। ଏହା ଛଡା ତାଙ୍କ ହାତରେ ପୃଥ୍ୱୀରାଜ, ରକ୍ଷାବନ୍ଧନ, ଅତରଙ୍ଗୀ, ରେ, ବଚ୍ଚନ ପାଣ୍ଡେ, ରାମ ସେତୁ ଭଳି ଫିଲ୍ମ ରହିଛି।
]]>ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ ଅକ୍ଷୟ କୁମାରଙ୍କ ଅଭିନିତ ଗୋର୍ଖା ଫିଲ୍ମ ପୋଷ୍ଟରକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ବିବାଦ ପଛର କାରଣ ହେଉଛି ଏହି ଫିଲ୍ମର ପୋଷ୍ଟରକୁ ନେଇ ଜଣେ ପୂର୍ବତନ ସେନା ଅଧିକାରୀ ଆପତ୍ତି ଉଠାଇଛନ୍ତି । ଯେଉଁଥିରେ ସେ ଏକ ଟ୍ୱିଟ କରିକହିଛନ୍ତି ଯେ ପୋଷ୍ଟରରେ ଅକ୍ଷୟ କୁମାର ଏକ ଶସ୍ତ୍ର ଧରିଥିବା ଦେଖିବାକୁ ମିଳୁଛି ଗୋର୍ଖା ମାନେ ସାଧାରଣଃ ଧରୁଥିବା ଶସ୍ତ୍ରକୁ ଖୁକ୍ରୀ କୁହାଯାଏ । ପୋଷ୍ଟରରେ ଦେଖାଯାଇଥିବା ଶସ୍ତ୍ର ଖୁକ୍ରୀ ଭଳି ଆଦୌ ଦେଖାଯାଉନଥିବାରୁ ସେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ।
ଏହା ସହ ସେ କହିଛନ୍ତି, ଗୋର୍ଖା ଉପରେ ସିନେମା ନିର୍ମାଣ କରୁଥିବାରୁ ସେ ଅକ୍ଷୟକୁମାରଙ୍କୁ ଧନ୍ୟବାଦ ଜଣାଇଥିବା ସହ ପୋଷ୍ଟରରେ ଦେଖାଯାଉଥିବା ଖୁକ୍ରୀକୁ ପରିବର୍ତ୍ତନ କରି ଠିକ୍ କରିବାକୁ ସେ ଅନୁରୋଧ କରିଛନ୍ତି । ପୋଷ୍ଟରେ ଦେଖାଯାଇଥିବା ଖୁକ୍ରୀର ଆକାର ଠିକ୍ ନୁହେଁ ବୋଲି ପୂର୍ବତନ ସେନା ଅଧିକାରୀ ନିଜ ଟ୍ୱିଟ୍ରେ ଲେଖିଛନ୍ତି । ଖୁକ୍ରୀର ଧାର ଭିତର ପାଖରେ ଥାଏ ଏହା ଖୁକ୍ରୀ ନୁହେଁ ବୋଲି ମଧ୍ୟ କହିଛନ୍ତି । ସେ ଟ୍ୱିଟ୍ରେ ଖୁକ୍ରୀର ସଠିକ୍ ଫଟୋ ମଧ୍ୟ ଅପ୍ଲୋଡ୍ କରିଛନ୍ତି ।ଅନ୍ୟପଟେ ଅକ୍ଷୟ କୁମାର ମେଜର ମାଣିକ୍ ଏମ୍ ଜଲିଙ୍କ ଏହି ଟ୍ୱିଟ୍ର ଉତ୍ତର ଦେଇଛନ୍ତି । ଯେଉଁଥିରେ ସେ ଗୋର୍ଖା ପୋଷ୍ଟରରେ ଥିବା ଭୁଲ୍ ଧରିଥିବା ପାଇଁ ଅଧିକାରୀଙ୍କୁ ଧନ୍ୟବାଦ୍ ଦେବା ସହ ସିନେମାରେ ଏହାକୁ ଠିକ୍ କରିବେ ବୋଲି ଲେଖିଛନ୍ତି ଅକ୍ଷୟ ।
ଗୋର୍ଖା ସିନେମା ଜଣେ ସେନା ଅଧିକାରୀଙ୍କ ଜୀବନୀ ଉପରେ ଆଧାରିତ । ଯେଉଁଥିରେ ମେଜର ଜେନେରାଲ ଲାନ୍ କାରଡୋଜୋ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ଫଳରେ ତାଙ୍କର ଗୋଡ଼ ହରାଇଥିଲେ । ଯାହା ପରେ ମଧ୍ୟ ସେ ବାଟାଲିୟନ ଓ ବ୍ରିଗେଡ୍ର ନେତୃତ୍ୱ ନେଇଥିଲେ । ତାଙ୍କର ଏହି ରିୟଲ ଲାଇଫ କାହାଣୀକୁ ନେଇ ଗୋର୍ଖା ସିନେମା ନିର୍ମିତ ହୋଇଛି ।
]]>ଏହି ଭିଡିଓରେ ହୁମା କୁରେଶୀ ଫିଲ୍ମ 'ବେଲ୍ ବଟମ୍' ପାଇଁ ଅକ୍ଷୟ କୁମାରଙ୍କ ସହ ତାଙ୍କ ଫାଇଟିଂ ଦୃଶ୍ୟର ରିହର୍ସାଲ କରୁଛନ୍ତି। ଭିଡିଓରେ ଅକ୍ଷୟ କହିଛନ୍ତି ଯେ ହୁମାଙ୍କ ସହ ଲଢିବା ପ୍ରକୃତରେ ଭଲ ଥିଲା। ଆକ୍ସନ୍ ଦୃଶ୍ୟ ପାଇଁ ସେ ଯେଉଁ ପରିଶ୍ରମ କରିଛନ୍ତି, ତାହା ଚଳଚ୍ଚିତ୍ରକୁ ଜୀବନ୍ତ କରିଦେବ। ଅକ୍ଷୟ ଆହୁରି କହିଛନ୍ତି, 'ଏହା ଏକ ଛୋଟ ଫାଇଟ୍ ଥିଲା, କିନ୍ତୁ ଏଥିରେ ବହୁତ ଶିଖିବାକୁ ଥିଲା'।
ଦୃଶ୍ୟ ପଛର ଏହି ଭିଡିଓ ପୂଜା ଏଣ୍ଟର୍ଟେନ୍ମେଣ୍ଟ୍ ଦ୍ୱାରା ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ୍ କରାଯାଇଛି। ଏହି ପୋଷ୍ଟ୍କୁ ରିଟ୍ୱିଟ୍ କରିବାବେଳେ ହୁମା କୁରେଶୀ ଲେଖିଛନ୍ତି ଯେ ଅକ୍ଷୟ କୁମାରଙ୍କ ଠାରୁ ମାଡ ଖାଇବାରେ କି ମଜ୍ଜା ଆସିଲା! ସାର୍, ଆପଣଙ୍କ ସହ ଫାଇଟ୍ ଟ୍ରେନିଂ କରିବା ଏକ ମଜାଦାର ଅନୁଭୂତି ଥିଲା। ହୁମା ଏକ ଫନୀ ଇମୋଜି ମଧ୍ୟ ଶେୟାର କରିଛନ୍ତି।
ହୁମା କୁରେଶି ଏବଂ ଅକ୍ଷୟ କୁମାରଙ୍କ ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଇଛି। ଲୋକମାନେ ନିଜ ଷ୍ଟାରମାନଙ୍କ ଭରପୂର ମସ୍ତିକୁ ରିଟ୍ୱିଟ୍ କରି ନିଜର ପ୍ରତିକ୍ରିୟା ଦେଉଛନ୍ତି।
ଅକ୍ଷୟ ଏବଂ ହୁମାଙ୍କ ବ୍ୟତୀତ ବାଣୀ କପୁର ଏବଂ ଲାରା ଦତ୍ତ ମଧ୍ୟ ବେଲ୍ ବଟମ୍ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଅକ୍ଷୟ କୁମାର ସାହସର ସହିତ କରୋନା ଭାଇରସ୍ ଦ୍ୱିତୀୟ ଲହର ପରେ ପ୍ରେକ୍ଷାଳୟରେ ଏହାକୁ ମୁକ୍ତିଲାଭ କରିଥିଲେ। ତେବେ ଅଧିକାଂଶ ପ୍ରେକ୍ଷାଳୟ ବନ୍ଦ ଥିବାରୁ ଫିଲ୍ମ ସେତେଟା ସଫଳତା ପାଇ ନ ଥିଲା। ଯେତେବେଳେ ଏହି ଫିଲ୍ମ ରିଲିଜ୍ ହେଲା ସେତେବେଳେ ମହାରାଷ୍ଟ୍ରର ସିନେମା ହଲ୍ ମଧ୍ୟ ବନ୍ଦ ଥିଲା। ଯେତେବେଳେ ମହାରାଷ୍ଟ୍ର ସରକାର ରାଜ୍ୟରେ ସିନେମା ହଲ ଖୋଲିବାକୁ ଘୋଷଣା କଲେ, ସେତେବେଳେ ଅକ୍ଷୟ କୁମାର ଗୋଟିଏ ପରେ ଗୋଟିଏ ପାଞ୍ଚଟି ଚଳଚ୍ଚିତ୍ରର ରିଲିଜ୍ ତାରିଖ ଘୋଷଣା କରିଥିଲେ। ଖୁବ୍ ଶୀଘ୍ର ତାଙ୍କ ଫିଲ୍ମ 'ସୂର୍ଯ୍ୟବଂଶୀ ' ରିଲିଜ୍ ହେବାକୁ ଯାଉଛି।
]]>ଆସନ୍ତା ବର୍ଷ ଅକ୍ଷୟ କୁମାରଙ୍କ ଅଭିନୀତ “ରକ୍ଷା ବନ୍ଧନ” ଏବଂ ପ୍ରଭାସ, ସୈଫ୍ ଅଲ୍ଲୀ ଖାନ ଏବଂ କ୍ରୀତି ସାନନଙ୍କ ଅଭିନୀତ ଫିଲ୍ମ 'ଆଦିପୁରୁଷ' ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିବ। କାରଣ ଉଭୟ ଫିଲ୍ମ ଗୋଟିଏ ଦିନରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହୋଇଛି। ନିର୍ମାତାମାନେ ଉଭୟ ଚଳଚ୍ଚିତ୍ର ରିଲିଜ୍ ପାଇଁ ସ୍ୱାଧୀନତା ଦିବସ ସପ୍ତାହକୁ ଆଖି ଆଗରେ ରଖିଛନ୍ତି। ଅର୍ଥାତ୍ ୧୧ ଅଗଷ୍ଟ ୨୦୨୨ରେ ଅକ୍ଷୟ କୁମାର ଓ ପ୍ରଭାସଙ୍କ ଚଳଚ୍ଚିତ୍ର ମୁହାଁମୁହିଁ ହେବ।
ଓମ ରାୱତଙ୍କ ଦ୍ୱାରା ନିର୍ଦ୍ଦେଶିତ “ଆଦିପୁରୁଷ୍” ଏକ ଡ୍ରାମାଭିତିକ ଫିଲ୍ମ ହୋଇଥିବା ବେଳେ ଏହା ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଓ ମଲାୟାଲମ ଭାଷାରେ ମୁକ୍ତିଲାଭ କରିବ। ଆନନ୍ଦ ଏଲ୍ ରାୟ “ରକ୍ଷାବନ୍ଧନ” ର ନିର୍ଦ୍ଦେଶନା ଦେଇଛନ୍ତି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର କହିଛନ୍ତି ଯେ ସିନେମା ହଲ୍ ଓ ଥିଏଟ୍ରୀ ହଲ୍ଗୁଡିକୁ ଅକ୍ଟୋବର ୨୨ ରୁ ସାରା ରାଜ୍ୟରେ ଖୋଲିବା ନେଇ ଅନୁମତି ଦେଇଛନ୍ତି। ତେବେ ସମସ୍ତ କୋଭିଡ୍ ଗାଇଡଲାଇନ ମାନି ଏଅ ସବୁ ଖୋଲାଯିବ ବୋଲି ସେ କହିଛନ୍ତି। କୋଭିଡ ନିୟମକୁ ଉଲ୍ଲଂଘନ ନ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରେକ୍ଷାଳୟଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି।
ମହାରାଷ୍ଟ୍ର ସରକାର ସିନେମା ହଲ୍ ଖୋଲିବାର ଘୋଷଣା ପରେ ଚଳଚ୍ଚିତ୍ର ନିର୍ମାତାମାନଙ୍କ ମଧ୍ୟରେ ସେମାନଙ୍କ ଚଳଚ୍ଚିତ୍ରର ରିଲିଜ୍ ତାରିଖ ନେଇ ଚାଞ୍ଚଲ୍ୟ ଦେଖାଦେଇଛି। ରୋହିତ ଶେଟ୍ଟୀ ଘୋଷଣା କରିଛନ୍ତି ଯେ ତାଙ୍କର ବହୁ ପ୍ରତୀକ୍ଷିତ ପୋଲିସ ଆକ୍ସନ୍-ଡ୍ରାମା "ସୂର୍ଯ୍ୟବଂଶୀ" ଦିପାବଳିରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ। ଦର୍ଶକଙ୍କଙ୍କ ମଧ୍ୟରେ ଏନେଇ ବେଶ ଉତ୍ସାହ ଦେଖାଦେଇଛି।
]]>ଅକ୍ଷୟଙ୍କୁ ଯେତେବେଳେ ତାଙ୍କ ମା’ଙ୍କ ଅସୁସ୍ଥତା ଖବର ମିଳିଲା ସେ ତୁରନ୍ତ ବ୍ରିଟେନ୍ ଛାଡି ମୁମ୍ବାଇ ଚାଲିଆସିଲେ ମା’ଙ୍କ ପାଖରେ ରହିବା ପାଇଁ। କିନ୍ତୁ ସେ ଫିଲ୍ମ ନିର୍ମାତାଙ୍କୁ କହିଆସିଛନ୍ତି ଯେ ଫିଲ୍ମର ଏଭଳି ସିନ୍ ସୁଟିଂ କରିବା ଜାରି ରଖନ୍ତୁ ଯେଉଁଥିରେ ତାଙ୍କର କୌଣସି ଭୂମିକା ନାହିଁ। ସେ ବିଶ୍ୱାସ କରନ୍ତି ଯେ କୌଣସି ବି ବ୍ୟକ୍ତିଗତ କାରଣରୁ କାମ ବନ୍ଦ ହୋଇଯିବା ଉଚିତ ନୁହେଁ।
ଅକ୍ଷୟ କୁମାର ତାଙ୍କ ମା’ଙ୍କୁ ବହୁତ ଭଲ ପାଆନ୍ତି। ଏମିତିରେ ସେ ତାଙ୍କ ମା’ଙ୍କୁ ଛାଡି ଦୂରରେ ରହିପାରନ୍ତି ନାହିଁ। ଏନେଇ ସେ ଯେତେବେଳେ ତାଙ୍କ ମା’ଙ୍କର ଏଭଳି ଦୁଃଖ ଖବର ଶୁଣିଲେ ସେ କିଭଳି ବା ତାଙ୍କୁ ଛାଡି ସୁଟିଂରେ ବ୍ୟସ୍ତ ରହିଥାନ୍ତେ। ତେଣୁ ସେ ତୁରନ୍ତ ମୁମ୍ବାଇ ଧାଇଁଆସିଲେ। ଏକ ଖବରରୁ ଜଣାଯାଏ ଯେ ଶୁକ୍ରବାର ସନ୍ଧ୍ୟାରେ ଅରୁଣା ଭାଟିଆଙ୍କୁ ଡାକ୍ତରଖାନାରେ ଭର୍ତ୍ତିକରାଯାଇଛି। କିନ୍ତୁ ପରିବାର ଆଗ୍ରହ ନେଇ ତାଙ୍କ ଟ୍ରିଟ୍ମେଣ୍ଟର ଡିଟେଲ୍ସକୁ ଲୁଚେଇ ରଖାଯାଇଥିଲା।
ପୂର୍ବ ବର୍ଷ ଅକ୍ଷୟ କୁମାର ଫିଲ୍ମ ‘ବେଲ୍ ବଟମ୍’ର ସୁଟିଂ ଲଣ୍ଡନରେ କରୁଥିଲେ। ଏହି ଅବସରରେ ସେ ତାଙ୍କ ମା’ଙ୍କ ସହିତ ସମୟ କଟେଇବା ନେଇ ଏକ ପୋଷ୍ଟ୍ ସେୟାର କରିଥିଲେ। ସେ କହିଥିଲେ ଯେ ତାଙ୍କର ବ୍ୟସ୍ତବହୁଳ ଜୀବନରୁ ସେ ସମୟ ବାହାର କରି ତାଙ୍କ ମା’ଙ୍କ ସହ କାଟନ୍ତି। ସେ ଲେଖିଥିଲେ ଯେ “ସୁଟିଂ ଚାଲିଥିଲେ ବି ଏପଟ ସେପଟ କରି ଲଣ୍ଡନରେ ମା’ଙ୍କ ସହିତ ସମୟ କାଟୁଛି। ଆପଣ ଯେତେ ବି ବଡ ହୁଅନ୍ତୁ, ଯେତେ ବି ବ୍ୟସ୍ତ ରୁହନ୍ତୁ ଏହା ଭୁଲନ୍ତୁ ନାହିଁ ଯେ ଆପଣଙ୍କ ବାପା-ମା ବି ବୟଷ୍କ ହେଉଛନ୍ତି। ତେବେ ଯେତେବେଳେ ସମୟ ହେଉଛି ତାଙ୍କ ସହ ବିତାନ୍ତୁ।”
ଅକ୍ଷୟଙ୍କ ବର୍ତ୍ତମାନ୍ ସିଟିଂ ଚାଲୁଥିବା ଫିଲ୍ମ ‘ସିଣ୍ଡ୍ରେଲା’ ଏକ ସୋଇକୋଲୋଜିକାଲ୍ ଥ୍ରୀଲର ସିନେମା। ଏଥିରେ ତାଙ୍କ ସହିତ ରକୁଲ୍ ପ୍ରୀତ ସିଂହ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ରଞ୍ଜିତ୍ ତିୱାରୀ କରୁଛନ୍ତି। ଏହା ସହିତ ଅକ୍ଷୟ କୁମାର ରକ୍ଷାବନ୍ଧନ, ରାମ ସେତୁ, ସୂର୍ଯ୍ୟବଂଶୀ ଓ ଅନ୍ତରଙ୍ଗୀରେ ବି ନଜର ଆସିବେ।
]]>ଏହା ଏକ ବିଟିଏସ୍ ଭିଡିଓ। ଏଥିରେ ଅକ୍ଷୟ କୁମାର ବାଣୀ କପୁରଙ୍କ ସହିତ ପ୍ରାଙ୍କ୍ କରୁଥିବା ଦେଖିବାକୁ ମିଳେ। କିନ୍ତୁ ସେ ଏନେଇ ସଫଳ ନ ହୋଇପାରୁଥିବା ଦେଖାଯାଏ। ଏହି ଭିଡିଓର ଆରମ୍ଭରେ ଦେଖାଯାଏ ଯେ ଶୋ’ର ସବୁ କଳାକାର ନିଜ ନିଜ ଭୂମିକାରେ ଗୋଟିଏ ବୃତ୍ତାକାରରେ ଠିଆ ହୋଇ କଥାବାର୍ତ୍ତା କରୁଛନ୍ତି। ଯେତେବେଳେ ବାଣୀ କପୁର ଏଣ୍ଟ୍ରି କରୁଛନ୍ତି ଷ୍ଟେଜ୍ରେ ଅକ୍ଷୟ କୁମାର କଦଳୀ ଚୋପା ରଖି ଦିଅନ୍ତି।
ମ୍ୟୁଜିକ୍ ବାଜିବା ଆରମ୍ଭ ହୁଏ। ବାଣୀ କପୁର ପ୍ରବେଶ କରନ୍ତି। ସେହି ସମୟରେ ତାଙ୍କ ନଜର କଦଳୀ ଚୋପା ଉପରେ ପଡିଗଲା। ସେ ଏହାକୁ ଦେଖି ସାଇଡ୍ ହେଇଯାଆନ୍ତି। ଏତିକିବେଳେ ପଛ ପାଖରୁ ଅକ୍ଷୟ କୁମାର ହସି ହସି ଆସୁଥିବା ଦେଖାଯାଆନ୍ତି। ଏହା ପରେ ସେ ନିଜେ କଦଳୀ ଚୋପାକୁ ଉଠେଇ ନିଅନ୍ତି। ଏହା ପରେ ବାଣୀ ପୁଣିଥରେ ଏଣ୍ଟ୍ରି କରିବା ନେଇ ଯାଆନ୍ତି। ସେତେବେଳେ ଅକ୍ଷୟ କୁମାର ଅର୍ଚ୍ଚନାଙ୍କ ପାଖରେ ଠିଆ ହୁଅନ୍ତି। ସେଠାରେ ଥିବା ଏକ ଫଳ ଝୁଡିରୁ ସପୁରୀଟିଏ ଉଠେଇ ନିଅନ୍ତି ଏବଂ ଗେଟ୍ ଆଡକୁ ଚାଲିଯାଆନ୍ତି। ଠିକ ସେତିକିବେଳେ ମ୍ୟୁଜିକ୍ ବାଜିବା ଆରମ୍ଭ ହୋଇଯାଏ ଏବଂ ସେ ଅଟକି ଯାଆନ୍ତି। ବାଣୀ ତାଙ୍କର ଏଣ୍ଟ୍ରିକୁ ଶେଷ କରିବା ପରେ ଆସି ହୁମା କୁରେଶୀଙ୍କୁ କୁଣ୍ଡେଇ ପକାନ୍ତି।
ଏହାପରେ କପିଲ ଶର୍ମା ମଧ୍ୟ ନଜରକୁ ଆସନ୍ତି। ଆରତୀ ମଧ୍ୟ କ୍ୟାମେରା ସାମ୍ନାରେ ନିଜର ପରଫର୍ମାନ୍ସ ଦେଖାନ୍ତି। ପଛ ପଟରୁ ଅର୍ଚ୍ଚନାଙ୍କ ପାଟି ଶୁଣାଯାଏ ଯେ ‘ସୁଟିଂର ପ୍ରଥମ ଦିନ’। ଏହା ପରେ ସେ ଭାରତୀଙ୍କ ଅଭିନୟକୁ ମଧ୍ୟ ପ୍ରଶଂସା କରନ୍ତି। ଏହା ପରେ ଭିଡିଓରେ ଦର୍ଶକମାନଙ୍କର କିଛି ଝଲକ ମଧ୍ୟ ଦେଖିବାକୁ ମିଳେ।
]]>ଅନ୍ୟପକ୍ଷରେ 'ବେଲ୍ ବଟମ୍' ରିଲିଜ୍ ହେବା ପୂର୍ବରୁ ଅକ୍ଷୟ କୁମାର ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ରର ସୁଟିଂ ପାଇଁ ଲଣ୍ଡନରେ ପହଞ୍ଚିଛନ୍ତି। କ୍ୱାରେଣ୍ଟାଇନ୍ ଶେଷ ହେବା ପରେ ଅକ୍ଷୟ କୁମାର ମଧ୍ୟ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ଏକ ବଗିଚାରେ ସାଇକେଲ ଚଳାଉଥିବାର ନଜର ଆସିଛନ୍ତି। ତେବେ ଏହି ଫଟୋରେ ତାଙ୍କ ପଛ ପାଖ ଦୃଶ୍ୟମାନ ହେଉଛି। ସେ ଏକ କଳା ରଙ୍ଗର ପୋଷାକ ପିନ୍ଧିଛନ୍ତି। ତାଙ୍କ ଜ୍ୟାକେଟ୍ରେ ପୋଲିସ ଲେଖାଯାଇଛି। ଏହାକୁ ସେୟାର କରି ସେ ସତେଜ ପବନ ନେଉଥିବା କହିଛନ୍ତି।
ଯଦିଓ ସାରା ଦେଶରେ ସିନେମା ହଲ୍ ଖୋଲି ନାହିଁ କିନ୍ତୁ 'ବେଲ୍ ବଟମ୍' କୁ ନେଇ ଲୋକଙ୍କ କ୍ରେଜ୍ ବହୁତ ଦେଖାଯାଉଛି। ତେବେ ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ, ବାଙ୍ଗାଲୋର ଏବଂ ଅହମ୍ମଦାବାଦ ଭଳି ସହରରେ ଅକ୍ଷୟ କୁମାରଙ୍କ ଫିଲ୍ମର ଅଗ୍ରୀମ ବୁକିଂ କାର୍ଯ୍ୟ ଶେଷ ହୋଇଛି। ବର୍ତ୍ତମାନ ଅଧିକାଂଶ ସହରରେ ସିନେମାଗୁଡିକ କେବଳ ୫୦% କ୍ଷମତା ସହିତ ଖୋଲିବାକୁ ଅନୁମତି ଦିଆଯାଇଛି। ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜରେ ମଧ୍ୟ କ୍ଷତି ହେବାର ଆଶଙ୍କା ରହିଛି।
ଅକ୍ଷୟ କୁମାର ଏବଂ ଫିଲ୍ମର ନିର୍ମାତାମାନେ ଫିଲ୍ମର ରିଲିଜ୍ ତାରିଖକୁ ନେଇ ଏକ ସ୍ମାର୍ଟ ପଦକ୍ଷେପ ନେଇଛନ୍ତି। ଅକ୍ଷୟଙ୍କ ଏହି ଚଳଚ୍ଚିତ୍ର ଦେଶଭକ୍ତି ଉପରେ ଆଧାରିତ। ନିର୍ମାତା ଚାହିଁଥିଲେ ଅଗଷ୍ଟ ୧୫ ରେ ଫିଲ୍ମ ରିଲିଜ୍ କରିପାରିଥାନ୍ତେ, କିନ୍ତୁ ସେମାନେ 'ଶେର୍ ଶାହା' ଏବଂ 'ଭୁଜ୍ : ପ୍ରାଇଡ୍ ଅଫ୍ ଇଣ୍ଡିଆ' ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ ନ ଥିଲେ।
କରୋନା ପରିସ୍ଥିତିକୁ ନଜରରେ ରଖି ନିର୍ମାତା ଫିଲ୍ମର ରିଲିଜ୍ ତାରିଖକୁ ଘୁଞ୍ଚାଉଛନ୍ତି କିମ୍ବା ଓଟିଟିରେ ରିଲିଜ୍ କରୁଛନ୍ତି। ଏଭଳି ପରିସ୍ଥିତିରେ ଫିଲ୍ମ ରିଲିଜରେ ମଧ୍ୟ କ୍ଷତି ହେବାର ଆଶଙ୍କା ରହିଛି। ସିଧାସଳଖ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ବେଲ୍ ବଟମ୍ ହେଉଛି ପ୍ରଥମ ଚଳଚ୍ଚିତ୍ର। ଏହି ପ୍ରସଙ୍ଗରେ ଅକ୍ଷୟ କୁମାର ନିଜେ କହିଥିଲେ, “ସମସ୍ତଙ୍କ ଉପରେ ବହୁତ ଚାପ ରହିଛି କିନ୍ତୁ ମୋର ବିଶ୍ୱାସ ଯେ ସବୁକିଛି ଠିକ ହୋଇଯିବ। ଚ୍ୟାଲେଞ୍ଜ୍ ହେଉଛି ଗୋଟିଏ ରିସ୍କ। ଯଦି ଆପଣ ଜୀବନରେ ରିସ୍କ ନେଇ ନାହାଁନ୍ତି ତେବେ ଆପଣ କ’ଣ? ତେଣୁ ଆମେ ଏହାକୁ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଛୁ।
ଅକ୍ଷୟ କୁମାର ଅଗଷ୍ଟ ୧୫ ସମୟ ଫିଲ୍ମ ରିଲିଜ ନ କରି ରାଖୀ ସମୟରେ ରିଲିଜ୍ କରି ମୋଟା ଅଙ୍କର କମେଇବା ନେଇ ଚେଷ୍ଟା କରିଛନ୍ତି। ସୂଚନା ମୁତାବକ ଆଡଭାନ୍ସ ବୁକିଂକୁ ଦେଖିଲେ 'ବେଲ୍ ବଟମ୍' ୬-୭ କୋଟିର ଏକ ପ୍ରାରମ୍ଭିକ ସଂଗ୍ରହ ଦେଇପାରେ ବୋଲି ଆଶା କରାଯାଉଛି।
]]>ଅକ୍ଷୟ କୁମାରଙ୍କ ଏକ ପୁରୁଣା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ହାତରେ ଏକ ବଡ ବାଡି ଧରିଥିବାର ନଜର ଆସିଛନ୍ତି। ଉପଭୋକ୍ତାମାନେ ଏହି ଫଟୋକୁ ନୀରଜ ଚୋପ୍ରାଙ୍କ ଜାଭେଲିନ୍ ଥ୍ରୋ ସହିତ ତୁଳନା କରୁଛନ୍ତି। ବର୍ତ୍ତମାନ ଅକ୍ଷୟ କୁମାର ମଧ୍ୟ ଏଥିରେ ପ୍ରତିକ୍ରିୟା ରଖିଛନ୍ତି। ଏହି ପ୍ରଶ୍ନର ଉତ୍ତରରେ ଅକ୍ଷୟ କହିଛନ୍ତି ଯେ “ମତେ ଲାଗୁଛି ଏମିତି ବୋଧେ ମଜ୍ଜା ପାଇଁ କରାଯାଉଛି। ମୁଁ ସେହି ଫଟୋ ମଧ୍ୟ ଦେଖିଛି। ଯେଉଁଥିରେ ମୁଁ ମୋ ହାତରେ ଏକ ବାଡ଼ି ଧରି ନଜର ଆସିଛି। ଏହି ଫଟୋ ହେଉଛି ମୋର ଚଳଚ୍ଚିତ୍ର ‘ସୌଗନ୍ଦ’ର। ଏହା ବହୁତ ଫନୀ। ଟ୍ୱିଙ୍କଲ୍ ଯେତେବେଳେ ଏହି ଫଟୋ ଦେଖିଲେ ସେ ମତେ ଜଣେଇଲେ, ମୁଁ ତାଙ୍କୁ କହିଲି ଯେ ମୁଁ ଏହି ଫଟୋ ଆଗରୁ ଦେଖିସାରିଛି।
ଯେତେବେଳେ ଏକ ଗଣମାଧ୍ୟମ ତରଫରୁ ଅକ୍ଷୟ କୁମାରଙ୍କୁ ନୀରଜ ଚୋପ୍ରାଙ୍କ ବାୟୋପିକ୍ ବିଷୟରେ ପଚରାଯାଇଥିଲା, ସେ କହିଥିଲେ- “ଲୋକମାନେ କହୁଛନ୍ତି, ଆରେ ବର୍ତ୍ତମାନଠାରୁ ଅଭ୍ୟାସ ଆରମ୍ଭ ହୋଇଗଲାଣି। 'ମୋତେ ଏହା ବହୁତ ଫନୀ ଲାଗୁଛି।” ଅକ୍ଷୟ କୁମାର ତାଙ୍କ ବାୟୋପିକ୍କୁ ନେଇ କହିଛନ୍ତି ଯେ “ମତେ ଲାଗୁଛି ନୀରଜ ଚୋପ୍ରା ଗୁଡ୍ ଲୁକିଙ୍ଗ ଆଉ ବହୁତ ହ୍ୟାଣ୍ଡସମ ମଧ୍ୟ। ଯଦି ମୋର ବାୟୋପିକ୍ ତିଆରି ହୁଏ, ତେବେ ସେ ଏଥିରେ ମୋର ମୁଖ୍ୟ ଭୂମିକା ଗ୍ରହଣ କରିବା ଉଚିତ।
ପ୍ରକାଶଥାଉ କି ଅକ୍ଷୟ କୁମାର ଟୁଇଟ୍ କରି ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ ଦେଇଥିଲେ। ସେ ନିଜ ଟ୍ୱିଟ୍ରେ ଲେଖିଥିଲେ- “ଏହା ହେଉଛି ପ୍ରଥମ ଷ୍ଟନ୍ରେ ସ୍ୱର୍ଣ୍ଣ ପଦକ। ଇତିହାସ ସୃଷ୍ଟି କରିଥିବାରୁ ନୀରଜ ଚୋପ୍ରାଙ୍କୁ ଅଭିନନ୍ଦନ। ଆପଣ ଏକ ବିଲିୟନ ଖୁସିର ଲୁହ ପାଇଁ ଦାୟୀ।”
]]>ଏହି ଚଳଚ୍ଚିତ୍ରରେ ଲାରା ଦତ୍ତଙ୍କୁ ଏକ ଜବରଦସ୍ତ ଷ୍ଟାଇଲରେ ଦେଖିବାକୁ ମିଳିବ। ସେ ଏହି ଚଳଚ୍ଚିତ୍ରରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଭୂମିକାକୁ ଦମଦାର କରିବା ପାଇଁ ଲାରା କଠିନ ପରିଶ୍ରମ ମଧ୍ୟ କରିଛନ୍ତି । ଏହି ଭୂମିକା ପାଇଁ ଲାରା ପ୍ରୋସ୍ଥେଟିକ୍ସ ମେକ୍ଅପ୍ର ସହଯୋଗ ନେଇଛନ୍ତି। ସୋସିଆଲ ମିଡିଆରେ ଲାରା ଏବଂ ତାଙ୍କ ମେକ୍ଅପ୍ କଳାକାରଙ୍କୁ ବହୁତ ପ୍ରଶଂସା କରାଯାଉଛି। ଅନେକ ଲୋକ କହିଛନ୍ତି ଯେ ଲାରା ଇନ୍ଦିରା ଗାନ୍ଧୀଙ୍କ ରୂପରେ ପୂରା ଫିଟ୍ ଲାଗୁଛନ୍ତି। ସେ ଇନ୍ଦିରାଙ୍କ ଷ୍ଟାଇଲ ଓ ରୂପକୁ ପୂରା ସମାନ ଭାବରେ ଉଠେଇ ନେଇଛନ୍ତି।
ଟ୍ରେଲରରେ ଥିବା ଜବରଦସ୍ତ ଆକ୍ସନ୍-ପ୍ୟାକ୍ ଦୃଶ୍ୟ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟିକରୁଛି। ବିଶେଷ କଥା ହେଉଛି ଅକ୍ଷୟ କୁମାରଙ୍କ ଏହି ଫିଲ୍ମ 3D ରେ ରିଲିଜ ହେବାକୁ ଯାଉଛି। ଏହି ଖବରକୁ ନିଶ୍ଚିତ କରି ଅକ୍ଷୟ କୁମାର ଏହାକୁ 3D ରେ ରିଲିଜ୍ କରିବାକୁ ଘୋଷଣା କରିଛନ୍ତି। ଏହି ଖବର ସେୟାର କରି ଅକ୍ଷୟ କୁମାର ସୋସିଆଲ ମିଡିଆରେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି ଯେ 'ଅଗଷ୍ଟ ୧୯ରେ ପୂରା ଫିଲ୍ ସହିତ୍ ଥ୍ରୀଲ କରିବ। ‘ବେଲ୍ ବଟମ୍ ମଧ୍ୟ 3Dରେ ଆସୁଛି।
]]>