#କଂଗ୍ରେସର_ଦ୍ୱିତୀୟ_ପ୍ରାର୍ଥୀ_ତାଲିକା
— ଓଟିଭି (@otvkhabar) March 12, 2024
ଆଉ ୪୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଦ୍ୱିତୀୟ ପ୍ରାର୍ଥୀ ତାଲିକାରେ ଆସାମରୁ ସର୍ବାଧିକ ୧୨ ଆସନ। #Congress #AICC #GeneralElection2024 #OTV pic.twitter.com/n7zlQCvLxE
ଦ୍ୱିତୀୟ ପର୍ଯ୍ୟାୟ ତାଲିକାରେ ଆସମର ଜୋରହାଟରୁ ପ୍ରାର୍ଥୀ ହୋଇଛନ୍ତି ଗୌରବ ଗୋଗାଇ। ସେହିପରି ମଧ୍ୟପ୍ରଦେଶର ଛିନ୍ଦୱାଡାରୁ ବରିଷ୍ଠ କଂଗ୍ରେସ ନେତା କମଲନାଥଙ୍କ ପୁଅ ନକୁଲନାଥ, ରାଜସ୍ଥାନର ଜାଲୋରରୁ ବୈଭବ ଗେହଲୋଟଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ। ତେବେ କଂଗ୍ରେସର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ବି ଓଡ଼ିଶାର କୌଣସି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। କଂଗ୍ରେସ ପ୍ରଥମ ତାଲିକାରେ ବି ଓଡ଼ିଶାର କୌଣସି ଆସନ ନ ଥିଲା।
]]>ନୂଆ ପ୍ରଭାରୀ, ନୂଆ ଷ୍ଟ୍ରାଟେଜି। ୨୪ ପାଇଁ ଓଡ଼ିଶା କଂଗ୍ରେସକୁ ସଶକ୍ତ କରିବାକୁ ନିଲମ୍ବିତ ନେତାଙ୍କ ଉପରୁ ଉଠିବ ନିଲମ୍ବନ ଆଦେଶ। ନୂଆ ଦାୟିତ୍ୱ ପାଇବା ପରେ ଓଡ଼ିଶା ଗସ୍ତରେ ଆସି କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏହି ମନ୍ତ୍ର ଦେଇଛନ୍ତି। ବିମାନ ବନ୍ଦରରୁ କଂଗ୍ରେସ ଭବନ ଯାଏ ବିଶାଳ ରାଲିରେ ପ୍ରଭାରୀଙ୍କୁ ଅଣାଯାଇଥିଲା। ଆଉ କଂଗ୍ରେସ ଭବନରେ ଅନୁଷ୍ଠିତ ହୋଇଥିଲା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ। ଯେଉଁଥିରେ ନେତାଙ୍କୁ ପ୍ରଥମ ଦିନରୁ ଟାସ୍କ ଦେଇଛନ୍ତି ଅଜୟ କୁମାର।
ବରିଷ୍ଠ ନେତାଙ୍କୁ ସୋସିଆଲ ମିଡିଆରେ ସକ୍ରିୟ ରହିବାକୁ ପରାମର୍ଶ ଦେଇଛନ୍ତି। ସେହିପରି କାହା ନାଁ ରେ ଅଭିଯୋଗ ବଦଳରେ ଗଠନ ମୂଳକ ଯୋଜନା ପାଇଁ ଦେଇଛନ୍ତି ଆହ୍ୱାନ। କହିଛନ୍ତି ୨୪ ନିର୍ବାଚନ ପାଇଁ ଟିକେଟ ବଣ୍ଟନର ମୂଳ ଆଧାର ହେବ ୱିନାବିଲିଟି । AICC ଫୋକସରେ ଓଡ଼ିଶା ଥିବାରୁ ମତଭେଦ ଛାଡ଼ି ଦଳ ପାଇଁ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଅଣ ଓଡ଼ିଆ ଶାସନକୁ ନେଇ କଡ଼ା ସମାଲୋଚନା କରିଛନ୍ତି ଅଜୟ କୁମାର।
ସାଧାରଣ ନିର୍ବାଚନ ପାଖଉଥିବା ବେଳେ ରାଜ୍ୟ ରାଜନୀତି ସରଗରମ। କଂଗ୍ରେସ ନିଜ ଅସଜଡା ଘର ସଜାଡ଼ିବା ବିଳମ୍ବରେ କାମ ଆରମ୍ଭ କରିଛି। ଯାହାକୁ ନେଇ ବୟାନ ବାଜି ବି ଆରମ୍ଭ ହୋଇଛି। ବିଜେପି କହିଛି କଂଗ୍ରେସ ରଣନୀତି ଓଡ଼ିଶାରେ କାମ ଦେବନି। ସେପଟେ ଶାସକ ବିଜେଡିର ଦୃଢୋକ୍ତି ନିର୍ବାଚନ ପାଖେଇଲେ ଜାତୀୟ ଦଳର ନେତା ଆସି କ୍ଷେତ୍ର ପ୍ରସ୍ତୁତି କରନ୍ତି। କିନ୍ତୁ ତା’ର ପ୍ରଭାବ କିଛି ନ ଥାଏ। ନୂଆ ପ୍ରଭାରୀଙ୍କୁ ନେଇ କଂଗ୍ରେସ ଶିବିର ଚଳଚଞ୍ଚଳ। ତେବେ ଦଳକୁ ଏହା କେତେ ଫାଇଦା ଦେଉଛି ତା ଉପରେ ନଜର।
କମିଟିରେ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଭକ୍ତଚରଣ ଦାସ, ତାରାପ୍ରସାଦ ବାହିନୀପତି, ରାମଚନ୍ଦ୍ର ଖୁଣ୍ଟିଆ, ସୁଶିଳା ତିରିଆ, ବିଜୟ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ୱାଳ, ପଞ୍ଚାନନ କାନୁନଗୋ, ସାଂସଦ ସପ୍ତଗିରି ଉଲ୍ଲାକା ଏବଂ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରମୁଖଙ୍କୁ ସାମିଲ କରାଯାଇଛି ।
ଗତ ଫେବ୍ରୁଆରୀ ୧୦ ତାରିଖରେ ଦିଲ୍ଲୀ ସ୍ଥିତ ଏଆଇସିସି କାର୍ଯ୍ୟାଳୟରେ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେଇଥିଲେ। ୧୯୭୬ ବ୍ୟାଚର ଏହି ପୂର୍ବତନ ଆଇଏଏସ୍ ଅଧିକାରୀ ୨୦୦୪ରୁ ୨୦୧୦ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରିନ୍ସିପାଲ ସେକ୍ରେଟାରୀ ଭାବେ କାମ କରିଥିଲେ । ୨୦୧୦ ମସିହା ସେପ୍ଟେମ୍ବର ମାସରେ ସେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ । ୨୦୧୩ରେ ସେ ଅବସର ନେଇଥିଲେ।
ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଏନେଇ ବିଜେପି କେନ୍ଦ୍ରୀୟ ନିର୍ବାଚନ ସମିତି ପକ୍ଷରୁ ଘୋଷଣା କରାଯାଇଛି । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପ୍ରଦୀପ ପୁରୋହିତ ପଦ୍ମପୁରର ବିଧାୟକ ଥିଲେ । ଏହାପରେ ୨୦୧୯ରେ ସେ ବିଜେଡି ପ୍ରାର୍ଥୀ ବିଜୟ ରଂଜନ ସିଂ ବରିହାଙ୍କ ଠାରୁ ଅଳ୍ପ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ ।
]]>ରାଜ୍ୟ କଂଗ୍ରେସ ମୁଖ୍ୟ, ଦଳର ସାଧାରଣ ସମ୍ପାଦକ, ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ଭୋଟ ଗ୍ରହଣରେ ସାମିଲ ହେବେ । ସେମାନେ ନିଜ ରାଜ୍ୟ କିମ୍ବା ଦିଲ୍ଲୀ ହେଡକ୍ୱାର୍ଟରରେ ଭୋଟ୍ ଦେଇପାରିବେ। ଆଜି ଭୋଟିଂ ପରେ ୧୯ ତାରିଖରେ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ। ୨୫ ବର୍ଷ ପରେ ଜଣେ ଅଣଗାନ୍ଧି ନେତା କଂଗ୍ରେସର ମୁଖିଆ ହେବେ ।
ଏପଟେ ଭୁବନେଶ୍ୱର କଂଗ୍ରେସ ଭବନରେ ମଧ୍ୟ ନିର୍ବାଚନ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କେନ୍ଦ୍ରୀୟ କମିଟି ପକ୍ଷରୁ ପୋଲିଂ ପାଇଁ ବ୍ୟବସ୍ଥା କରାଯାଇଛି। ଓଡ଼ିଶା କଂଗ୍ରେସରୁ ୪୨୭ ଜଣ ଦଳର ସଭାପତି ଚୟନ କରିବାକୁ ମତ ଦାନ କରିବେ। ପୂର୍ବରୁ ମଲ୍ଲିକାର୍ଜୁନ ଖଡଗେ ଓଡ଼ିଶା ଆସି ତାଙ୍କୁ ଭୋଟ ଦେବାକୁ ଅନୁରୋଧ କରିଥିଲେ। ଶଶି ଥରୁର ଓଡ଼ିଶା ଆସି ନଥିଲେ ବି ସୋସିଆଲ ମିଡ଼ିଆରେ ପ୍ରଚାର କରିଛନ୍ତି ।
କଂଗ୍ରେସର ୧୩୭ ବର୍ଷର ଇତିହାସରେ ୬ଷ୍ଠ ଥର ପାଇଁ ଅଧ୍ୟକ୍ଷ ପଦ ଲାଗି ନିର୍ବାଚନ ହେଉଛି। ୧୯୯୮ ପରେ ଦଳକୁ ପ୍ରଥମ ଥର ପାଇଁ ଗାନ୍ଧି ପରିବାର ବାହାରୁ ସଭାପତି ମିଳିବ। ଜଣେ ଅଣଗାନ୍ଧି କଂଗ୍ରେସର ସଭାପତି ହେଲେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହ ପରିବାରବାଦ ପ୍ରସଙ୍ଗରେ ମୁକାବିଲା କରିବା କଂଗ୍ରେସ ପାଇଁ ସହଜ ହୋଇଯିବ। ବଂଶବାଦ ରାଜନୀତି ନେଇ ବିଜେପି ଦ୍ୱାରା ସବୁବେଳେ ସମାଲୋଚନାର ଶିକାର ହୋଇ ଆସିଥିବା କଂଗ୍ରେସ ଏଥର ଜବାବ ଦେଇପାରିବ ବୋଲି କୁହାଯାଉଛି ।
ଗାନ୍ଧୀ ପରିବାରର ଘନିଷ୍ଠ ତଥା ଅନେକ ବରିଷ୍ଠ ନେତାଙ୍କ ସମର୍ଥନ ଥିବା କାରଣରୁ ଖଡ୍ଗେଙ୍କୁ ପାର୍ଟି ଅଧ୍ୟକ୍ଷ ହେବାର ସୁଯୋଗ ମିଳିପାରେ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷେ ଦଳରେ ପରିବର୍ତ୍ତନ ଆଣିବା ପାଇଁ ନିଜକୁ ଜଣେ ଉପଯୁକ୍ତ ପ୍ରାର୍ଥୀ ବୋଲି ଦାବି କରିଛନ୍ତି ଥରୁର।
]]>ଆଜି ସଂଧ୍ୟାରେ ଓଡ଼ିଶାର ୯ କଂଗ୍ରେସ ବିଧାୟକ ଦିଲ୍ଲୀ ଯିବେ । ରାହୁଲ, ସୋନିଆଙ୍କୁ ED ନୋଟିସ୍କୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ଡାକରା ହୋଇଛି । ଏଥିସହ ଦଳୀୟ ସଂଗଠନ ଉପରେ ଆଲୋଚନା ମଧ୍ୟ ହେବ ବୋଲି କହିଛନ୍ତି ତାରା ବାହିନୀପତି ।
ଏନେଇ ତାରା ବାହିନୀପତି କହିଛନ୍ତି ଯେ, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ ଦିଆଯାଇଛି। ରାହୁଲ ଗାନ୍ଧିଙ୍କୁ ଇଡିରେ ହାଜର ହେବା ପାଇଁ ବାରମ୍ବାର ଡକାଯାଉଛି। ସୋନିଆ ଓ ରାହୁଲଙ୍କ ଇଡି ପକ୍ଷରୁ ନୋଟିସ ଜାରି କରାଯାଇ ଲୋକଙ୍କୁ ଆତଙ୍କିତ କରିବାକୁ ପ୍ରୟାସ କରାଯାଉଛି। ତା’ ଉପରେ କିପରି ରୋକ ଲଗାଯାଇ ପାରିବ ଏନେଇ ବିଧାୟକ ଓ ନେତାମାନଙ୍କୁ ନେଇ ଆଲୋଚନା କରାଯିବ। ଏହି ପ୍ରସଙ୍ଗଙ୍କୁ ନେଇ ଆଗାମୀ ଦିନରେ କଂଗ୍ରେସ କିପରି ରାଜରାସ୍ତାକୁ ଓହ୍ଲାଇବ ସେ ରଣନୀତି ପ୍ରସ୍ତୁତ କରାଯିବ।।
ଆଗାମୀ ଦିନରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ସେନେଇ କଂଗ୍ରେସ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ବାହିନୀପତି କହିଛନ୍ତି।
ସୂଚନା ଅନୁସାରେ, ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଇଡି ପକ୍ଷରୁ ନୋଟିସ କରାଯାଇଥିଲା। ସୋନିଆଙ୍କ ସ୍ୱାସ୍ଥ୍ୟଗତ କାରଣରୁ ସେ ଇଡିରେ ହାଜର ହୋଇ ନଥିଲେ। ହେଲେ ରାହୁଲ ଗାନ୍ଧିଙ୍କୁ ଇଡି ୪ ଥର ଡାକି ଜେରା କରି ସାରିଲାଣି। ଇିଡି ଅଧିକାରୀମାନେ ରାହୁଲ ଗାନ୍ଧିଙ୍କୁ ଗତ ସୋମବାର ୮ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ।
]]>ପିସିସି ସଭାପତି ପାଇଁ ଶରତଙ୍କ ନାଁରେ ମୋହର ମାରିଛି ଏଆଇସିସି। ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫାର ପ୍ରାୟ ୩ ବର୍ଷ ପରେ ଶରତଙ୍କୁ ନୂଆ ମଙ୍ଗୁଆଳ କରିଛି ଦଳ। ଏହା ପୂର୍ବରୁ ଶରତ ପଟ୍ଟନାୟକ, ପିସିସି ସଭାପତି ଏବଂ ଏଆଇସିସି ସଂପାଦକ ଭାବେ କାର୍ଯ୍ୟ ମଧ୍ୟ ତୁଲାଇଛନ୍ତି।
ବଲାଙ୍ଗିର ଲୋକସଭା ଆସନରୁ ସେ ୨ ଥର ନିର୍ବାଚିତ ହୋଇଛନ୍ତି। ଏବେ ବ୍ରଜରାଜନଗର ଉପନିର୍ବାଚନ ଚାଲିଥିବା ବେଳେ ଶରତଙ୍କ ପାଇଁ ହେବ ପ୍ରଥମ ଏସିଡ୍ ଟେଷ୍ଟ।
]]>
କଂଗ୍ରେସ ଜାତୀୟ ସାଧାରଣ ସମ୍ପାଦକ କେ.ସି.ଭେନୁଗୋପାଳଙ୍କ ଦ୍ୱାରା ଜାରି କରାଯାଇଥିବା ସର୍କୁଲାରରେ ସୁନୀଲ ଜାଖଡଙ୍କ ସ୍ଥାନରେ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ନିଯୁକ୍ତି ମିଳିଛି। ନିକଟରେ ସିଦ୍ଧୁ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କ ସହ ପ୍ରିୟଙ୍କା ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ସାକ୍ଷାତ କରିଥିଲେ। ସେହିଦିନଠୁ ପଞ୍ଜାବ ପିସିସି ସଭାପତି ପଦକୁ ନେଇ ଲାଗିରହିଥିଲା ନାନା କଳ୍ପନା ଜଳ୍ପନା।
ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଅସନ୍ତୋଷ ବ୍ୟକ୍ତ କରିବା ସହ ନିର୍ବାଚନ ପୂର୍ବରୁ ସମ୍ଭାବ୍ୟ ଅଦଳବଦଳ ରାଜ୍ୟରେ କଂଗ୍ରେସକୁ କ୍ଷତି ପହଞ୍ଚାଇବ ବୋଲି କହିଥିଲେ। ଏସବୁ ଭିତରେ ଆଜି ସିଦ୍ଧୁଙ୍କୁ ପଞ୍ଜାବ କଂଗ୍ରେସରେ ନୂଆ ମଙ୍ଗୁଆଳ କରିବା ପରେ ପଞ୍ଜାବରେ କଣ ହେଉଛି ଦଳୀୟ ରାଜନୀତି, ତାକୁ ଅପେକ୍ଷା।
]]>