କୁନୋକୁ ପ୍ରଥମ ପର୍ଯ୍ୟାୟରେ ଗତବର୍ଷ ୮ଟି ଚିତା ନାମିବ୍ୟାରୁ ଆସିଥିବା ବେଳେ, ଏଥର ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ଚିତା ଦକ୍ଷିଣ ଆଫ୍ରିକାରୁ ଅଣାଯାଉଛି । ସେମାନଙ୍କ ମଧ୍ୟରେ ୭ଟି ଅଣ୍ଡିରା ଏବଂ ୫ଟି ମାଈ ଚିତା ଅଛନ୍ତି ।
ଏକଦା ଭାରତୀୟ ଜଙ୍ଗଲରେ ରାଜ୍ କରୁଥିବା ଏସୀୟ ଚିତାବାଘ ୪୦ ଦଶକ ବେଳକୁ ଦେଶରୁ ଲୋପ ପାଇଯାଇଥିଲେ । ତେବେ ପୁଣି ଭାରତରେ ଚିତାବଂଶ ବଢ଼ାଇବାକୁ ଆଫ୍ରିକାରୁ ପର୍ଯ୍ୟାୟକ୍ରମେ ୧୨ଟି ଲେଖାଏଁ ଚିତା ଆଗାମୀ ୮-୧୦ ବର୍ଷ ଯାଏଁ ଅଣାଯିବ । ଗତବର୍ଷ ସେପ୍ଟେମ୍ବର ୧୭ରେ, ନିଜ ଜନ୍ମଦିନରେ ପ୍ରଥମ ପର୍ଯ୍ୟାୟରେ ନାମିବ୍ୟାରୁ ଆସିଥିବା ୮ଟି ଚିତାକୁ କୁନୋରେ ଛାଡ଼ିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହି ଚିତାଗୁଡ଼ିକ ଏବେ ସୁସ୍ଥ ଅଛନ୍ତି ଏବଂ ୩-୪ ଦିନରେ ଥରେ ଲେଖାଏଁ ଶିକାର ବି କରୁଛନ୍ତି ।
ଖୁବ୍ଶୀଘ୍ର ପର୍ଯ୍ୟଟକଙ୍କ ପାଇଁ କୁନୋରେ ଚିତା ସଫାରି ବି ଆରମ୍ଭ ହେବାକୁ ଯାଉଥିବା ସୂଚନା ମିଳିଛି । ସାଧାରଣ ଲୋକେ ଏହି ସଫାରୀରେ ଗାଡ଼ିରେ ବୁଲି ଚିତାକୁ ଦେଖିପାରିବେ । ତେବେ ଦିନକ ପରେ ଆସିବାକୁ ଥିବା ୧୨ଟି ଚିତାବାଘକୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିବେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ।
]]>Great news! Am told that after the mandatory quarantine, 2 cheetahs have been released to a bigger enclosure for further adaptation to the Kuno habitat. Others will be released soon. I’m also glad to know that all cheetahs are healthy, active and adjusting well. 🐆 pic.twitter.com/UeAGcs8YmJ
— Narendra Modi (@narendramodi) November 6, 2022
ଅନ୍ୟପଟେ କିଛି ମାସ ପରେ ଯେତେବେଳେ ସେମାନଙ୍କୁ ୭୪୮ ବର୍ଗ କିଲୋମିଟର ଜଙ୍ଗଲରେ ଅବାଧ ଶିକାର ପାଇଁ ମୁକ୍ତ କରିଦିଆଯିବ, ସେତେବେଳେ ସେହି ଜଙ୍ଗଲରେ କାଳ କାଳରୁ ରହିଆସୁଥିବା କଲରାପତରିଆ ବାଘଙ୍କ ସହ ସେମାନଙ୍କର ମୁହାଁମୁହିଁ ସ୍ଥିତି ଉପୁଜିବ । ଏଭଳି ସ୍ଥିତିରେ ଚିତାଙ୍କ ପ୍ରତି କଲରାପତରିଆ ବିପଦ ସୃଷ୍ଟି କରିପାରନ୍ତି ବୋଲି ଆଶଙ୍କା କରୁଥିଲେ ବନ୍ୟଜନ୍ତୁ ବିଶେଷଜ୍ଞ ।
ଆଫ୍ରିକାରେ କଲରାପତରିଆ ବାଘ, ପ୍ରାପ୍ତବୟସ୍କ ଚିତାଙ୍କୁ ଆକ୍ରମଣ କରିବା, ଆହତ କରିବା ଏବଂ ଚିତା ଶାବକଙ୍କୁ ମାରିଦେଇଥିବା ନଜିର ରହିଛି । ହେଲେ ଏଠି କଲରାପତରିଆର ପଲ୍ଲା ଆହୁରି ଭାରି ରହିପାରେ । କାରଣ କୁନୋ ଜଙ୍ଗଲରେ କଲରାପତରିଆ ବାଘଙ୍କ ସଂଖ୍ୟା ଅଧିକ ରହିଛି । ସେମାନେ ସେଠାକାର ସ୍ଥାନୀୟ ଜନ୍ତୁ । ଅନ୍ୟପକ୍ଷରେ ଚିତା କୁନୋରେ ସ୍ୱଳ୍ପ ସଂଖ୍ୟାରେ ଥିବା ବେଳେ, ସେମାନେ ନାମିବ୍ୟାରୁ ଆସି ନୂଆ ଜଙ୍ଗଲ ସହ କେତେ ଖାପ ଖୁଆଇ ପାରୁଛନ୍ତି, ସେନେଇ ଏବେଠୁ କିଛି କହିହେବନି ।
ବନବିଭାଗର ସୂଚନା ଅନୁସାରେ, କୁନୋରେ ପ୍ରତି ଶହେ ବର୍ଗ କିଲୋମିଟର ଅଞ୍ଚଳରେ ହାରାହାରି ୯ଟି ଲେଖାଏଁ କଲରାପତରିଆ ବାଘ ଅଛନ୍ତି । ମୋଟ ସଂଖ୍ୟା ୯୮ । ତେଣୁ କଲରାପତରିଆ ସହ ପ୍ରତିଯୋଗିତା କରି ଚିତା ନିଜ ଶିକାର ଯୋଗାଡ଼ କରିପାରିବ କି ନାହିଁ ଏବଂ ଦୁଇ ଶିକାରୀ ଜନ୍ତୁ ମୁହାଁମୁହିଁ ହେଲେ କିଏ ଜିତିବ, କିଏ ହାରିବ ତାହା ସମୟ ହିଁ କହିବ ।
]]>ସୈନିକମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମଧ୍ୟ ଗିରଫ କରିଥିବା ସୂଚନା ରହିଛି । ୯ ମାସ ପୂର୍ବେ ହୋଇଥିବା ସାମରିକ ବିଦ୍ରୋହରେ ସେନା, ମାଲି ସରକାରକୁ ନିଜ କବ୍ଜାକୁ ନେଇଥିଲା । ଏହା ମଧ୍ୟରେ, ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ବିଦ୍ରୋହୀ ସୈନିକମାନଙ୍କୁ ରାଷ୍ଟ୍ରପତି ବାହ ଏନ୍ ଦାଓ ଏବଂ ପ୍ରଧାନମନ୍ତ୍ରୀ ମୋକ୍ଟାର ଓଆନେଙ୍କୁ ଯଥାଶୀଘ୍ର ମୁକ୍ତ କରିବାକୁ ନିବେଦନ କରାଯାଇଛି । ଉଭୟ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଏବେ କାତି ସାମରିକ ମୁଖ୍ୟାଳୟରେ ରଖାଯାଇଛି । ଆନ୍ତରାଷ୍ଟ୍ରୀୟ ସଂଗଠନ ଗୁଡ଼ିକ ପକ୍ଷରୁ ଏକ ବିବୃତ୍ତି ଜାରି କରି କୁହାଯାଇଛି ଯେ, ସେନାର ଏଭଳି ପଦକ୍ଷେପ ଓ ବାଧ୍ୟତା ମୂଳକ ଇସ୍ତଫା ମାଗିବା ଘଟଣାକୁ ସେମାନେ ଦୃଢ଼ ନିନ୍ଦା କରୁଛନ୍ତି ।
ସେନା ପକ୍ଷରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଗିରଫ କରାଯିବା ପରେ ଏବେ ସବୁଠୁ ବଡ଼ ଚିନ୍ତା ହେଉଛି ଆଗାମୀ ନିର୍ବାଚନ କେମିତି ହେବ । ଚାରିଆଡ଼େ କରୋନା ସଂକ୍ରମଣ କାୟା ବିସ୍ତାର କରି ଚାଲିଥିବା ବେଳେ ଆଗାମୀ ବର୍ଷ ଫେବୃଆରୀରେ ମାଲିରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚନ କେମିତି ହେବ ? ନା ଏଭଳି ସ୍ଥିତିକୁ ଦେଖି ନିର୍ବାଚନକୁ ଏଡ଼ାଇ ଦିଆଯିବ ? ଏହି ପ୍ରଶ୍ନ ଏବେ ସମସ୍ତଙ୍କ ମନରେ ।
ମାଲିରେ ମିଳିତ ଜାତିସଂଘ ପ୍ରତିବର୍ଷ ଶାନ୍ତି ରକ୍ଷାକାରୀଙ୍କ ପାଇଁ ୧.୨ ଆରବ ଡଲାର ଖର୍ଚ୍ଚ କରୁଛି । ସେନା ଉପରେ ଅନ୍ତରାଷ୍ଟ୍ରୀୟ ଚାପ ପଡ଼ବା ପରେ ଗତ ବର୍ଷ ସେପ୍ଟେମ୍ବର ମାସରେ ବର୍ତ୍ତମାନର ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟଭାର ଗ୍ରହଣ କରିଥିଲେ ।
ମାଲିର ସେନା ନାଗରିକ ସରକାରଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ସହମତି ପ୍ରକାଶ କରିଥିଲା । ସେନା ଏକ ମାସ ପୂର୍ବରୁ ହିଁ ପୁରା ସତ୍ତାକୁ ନିଜ କବ୍ଜାକୁ ନେଇସାରି ଥିଲା । ବିଦ୍ରୋହୀ ସୈନିକମାନେ ରାଷ୍ଟ୍ରପତିଙ୍କ ଘରକୁ ପ୍ରଥମେ ଘେରାଉ କରିଥିଲେ । ଏହାସହ ଆକାଶରେ ଗୁଳି ଚଳାଇଥିଲେ । ଏହା ପରେ ରାଷ୍ଟ୍ରପତି ଏକ ଜାତୀୟ ଟେଲିଭିଜନ୍ରେ ବିବୃତ୍ତି ଦେଇଥିଲେ, ସେ ତାଙ୍କ ପଦରୁ ଇସ୍ତଫା ଦେଉଛନ୍ତି । କାରଣ ତାଙ୍କୁ ଏହି ପଦରେ ରହିବାକୁ ହେଲେ ରକ୍ତର ହୋଲି ଖେଳିବାକୁ ପଡ଼ିବ ।
]]>