• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Afghanistan

kabul airport
ଚିନ୍ତାରେ ଆଫଗାନିସ୍ତାନ; ଆମେରିକାର ସୈନ୍ୟ ପ୍ରତ୍ୟାହାର ପରେ କଣ ହେବ ସ୍ଥିତି ?

ଦିନକୁ ଦିନ ଆଫଗାନୀସ୍ତାନର ସ୍ଥିତି ବିଗିଡିବାରେ ଲାଗିଛି । ଆଫଗାନୀସ୍ତାନରେ ତାଲିବାନର ଆକ୍ରୋଷରୁ ବଞ୍ଚିବା ପାଇଁ ଅଧିକାଂଶ ଲୋକେ ଆଫଗାନିସ୍ତାନ ଦେଶ ଛାଡି ପଳାଇଯିବାକୁ ଚାହୁଁଛନ୍ତି । ହେଲେ ତାଲିବାନ ବାହିନୀ ଶନିବାର କାବୁଲର ବିମାନ ବନ୍ଦରକୁ ବନ୍ଦ କରିଦେଇଛି ।ଅଗଷ୍ଟ 15ରେ ତାଲିବାନ କାବୁଲକୁ କାବୁ କରିବା ପରଠାରୁ ଆମେରିକା 1,00,000 ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିଛି । ତେବେ ମଙ୍ଗଳବାର ସମୟ ସୀମା ମଧ୍ୟରେ ତାହାର ସମସ୍ତ ଲୋକଙ୍କୁ ସ୍ଥାନାନ୍ତର କରିବ ବୋଲି ଆଶା କରାଯାଉଛି ।

Hamid Karzai International Airport in Kabul
୨୪ରୁ ୩୬ ଘଣ୍ଟା ମଧ୍ୟରେ କାବୁଲ ଏୟାରପୋର୍ଟରେ ପୁଣି ଆତଙ୍କୀ ହମ୍‌ଲା ଆଶଙ୍କା

ଆଫଗାନିସ୍ତାନରେ ଆତଙ୍କୀଙ୍କୁ ନିପାତ କରିବା ପାଇଁ ଆଗକୁ ଆହୁରି ହେବ ଡ୍ରୋନ୍ ଆକ୍ରମଣ। ଆମେରିକାର ପ୍ରତିରକ୍ଷା ମୁଖ୍ୟାଳୟ ପେଣ୍ଟାଗନ୍ ପକ୍ଷରୁ ଏଭଳି ଚେତାବନୀ ଦିଆଯାଇଛି। କାବୁଲ ସିରିଜ ବିସ୍ଫୋରଣର ପରେ ଆମେରିକା ଡ୍ରୋନ୍ ଆକ୍ରମଣ କରିଥିଲା।

Taliban
ଆଫଗାନିସ୍ତାନ ଉପରେ ତାଲିବାନର ଶାସନକୁ ମାନ୍ୟତା ଦେଲା କି ଆମେରିକା?

ତାଲିବାନକୁ କୂଟନୀତିକ ଭାବେ ମାନ୍ୟତା ଦେବା ନେଇ ଆମେରିକା ଭିନ୍ନ ମତ ଦେଇଛି। ଏନେଇ ସଂଗଠନ ଠାରୁ କଥା ନୁହେଁ ବରଂ କାମ ଚାହିଁବା ନେଇ ଆମେରିକା କହିବା ସହିତ ଏହାର ପ୍ରତିବଦ୍ଧତା ଉପରେ ବଞ୍ଚିବାକୁ ଆଶା କରିଛି। ବେଦେଶ ମନ୍ତ୍ରାଳୟ ପ୍ରବକ୍ତା ନେଡ୍‌ ପ୍ରାଇସ୍ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ତାଲିବାନ ସ୍ପଷ୍ଟ କରିଦେଇଛି ଯେ ସେ ଆଫଗାନିସ୍ତାନରେ ଆମେରିକାର ରାଜନୀତିକ ଉପସ୍ଥିତି ଚାହୁଛି।

Taliban Militant
ଆଫଗାନୀ ନାଗରିକଙ୍କୁ ତାଲିବାନୀ ଫରମାନ : ଏକ ସପ୍ତାହ ମଧ୍ୟରେ ସରକାରୀ ସମ୍ପତ୍ତି, ଯାନବାହାନ ଓ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ

ଆଫଗାନିସ୍ତାନ ଦଖଲ ପରେ ଧୀରେ ଧୀରେ ନିଜର ନିଷ୍ଠୁର ରୂପ ଦେଖାଇବା ସହ କ୍ରୁର ଆଦେଶ ଜାରି କରୁଛି । ଏକ ସପ୍ତାହ ମଧ୍ୟରେ ଆଫଗାନୀ ନାଗରିକଙ୍କୁ ସରକାରୀ ସମ୍ପତ୍ତି, ଯାନ ଏବଂ ଅସ୍ତ୍ରଶସ୍ତ୍ର ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଜାରି କରିଛି ତାଲିବାନ । ଟୋଲ୍ ନ୍ୟୁଜ୍ ଅନୁସାରେ ତାଲିବାନ୍ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ୍ ଏକ ବୟାନ୍ ଜାରି କରି ଲୋକଙ୍କୁ ସରକାରୀ ସମ୍ପତ୍ତି, ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ଯାନବାହାନ ହସ୍ତାନ୍ତର କରିବାକୁ କହିଛନ୍ତି

Kabul Airport Blast
୪୮ ଘଣ୍ଟା ଭିତରେ ବଦ୍‌ଲା ନେଲା ଆମେରିକା, ଖୋଜି ଖୋଜି ISIS ଆଡ୍ଡା ଉପରେ କଲା ବୋମାମାଡ଼

ମାତ୍ର ୪୮ ଘଣ୍ଟା ମଧ୍ୟରେ ବଦ୍‌ଲା ନେଲା ଆମେରିକା । ଖୋଜି ଖୋଜି ଆତଙ୍କବାଦୀ ସଂଗଠନ ISISର ଆଡ୍ଡା ଉପରେ କଲା ବୋମା ମାଡ଼ । ଡ୍ରୋନ ସାହାଯ୍ୟରେ ବୋମା ବର୍ଷା କରି ISISଠାରୁ ବଦ୍‌ଲା ନେଇ ଆମେରିକା ।

US President Joe Biden
‘କାବୁଲରେ ପୁଣି ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ଆଗାମୀ କିଛି ଦିନ ଆହୁରି ଭୟଙ୍କର ହେବ ସ୍ଥିତି’

ଆଫଗାନିସ୍ତାନର କାବୁଲ ବିମାନବନ୍ଦର ନିକଟରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ଆମେରିକାକୁ ଭିତରୁ ଦୋହଲାଇ ଦେଇଛି । ଏମିତିକି ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଇସ୍ତଫା ଦାବି ମଧ୍ୟ କରାଯାଇଛି ।

Joe Biden
ଦେଶକୁ ସମ୍ବୋଧନ ବେଳେ ବନ୍ଦ ହୋଇଗଲା ଆଖି, ଥରଥର ହୋଇ ଉଠିଲା କଣ୍ଠ

ବନ୍ଦ ଆଖି, ଥରଥର କଣ୍ଠ । ରାଷ୍ଟ୍ରପତି ଜୋ ବାଇଡେନ୍ ଦେଶକୁ ସମ୍ବୋଧନ କରିବା ବେଳେ, ଏହା ସ୍ପଷ୍ଟ ପ୍ରତିଫଳିତ ହେଉଥିଲା ଯେ, ଆମେରିକା ସରକାରକୁ କିଭଳି ଭିତରୁ ଦୋହଲାଇ ଦେଇଛି କାବୁଲ୍ ବିସ୍ଫୋରଣ ।

taliban
ବିସ୍ଫୋରଣରେ ୧୩ ଆମେରିକୀୟ ସୈନିକଙ୍କ ମୃତ୍ୟୁ ପରେ ବାଇଡେନ୍‌ କହିଲେ ଖୋଜି ଖୋଜି ମାରିବୁ

କାବୁଲ ବିମାନବନ୍ଦର ବାହାରେ ନୃଶଂସ ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀଙ୍କ ନିଷ୍ଠୁର ନରସଂହାର ପରେ ବି ଥମିନି ଭିଡ଼ । ଆଫଗାନ ଛାଡ଼ି ଚାଲିଯିବାକୁ ଚାହୁଁଥିବା ଶହ ଶହ ନିରୀହଙ୍କ ରକ୍ତରେ ଆତଙ୍କବାଦୀଙ୍କ ହୋଲି ପରେ ବି କମିନି ତାଲିବାନ କବଳରୁ ମୁକ୍ତି ପାଇବାର ବ୍ୟଗ୍ରତା ।

US President Joe Biden
ଆଫ୍‌ଗାନବାସୀଙ୍କୁ ଧୋକା ଦେଲା ଆମେରିକା, ସେନାକୁ ସହଯୋଗ କରିଥିବା ପ୍ରମୁଖ ଲୋକଙ୍କ ତାଲିକା ଦେଲା ତାଲିବାନକୁ !

ଆମେରିକୀୟ ଅଧିକାରୀଙ୍କ ବଡ଼ ପ୍ଲାନ୍‌ । ଯେଉଁମାନେ ସହଯୋଗ କରିଥିଲେ ସେମାନ ନାଁ ତାଲିବାନକୁ ଦେଇଛି । ଏଭଳି ଏକ ଖବର ସାମ୍ନାକୁ ଆସିଛି ଯେତେବେଳେ ଅଧିକାଂଶ ଦେଶ ଆଫଗାନ ସ୍ଥିତି ପାଇଁ ଆମେରିକାକୁ ଦାୟୀ କରିଛନ୍ତି ।

Arindam Bagchi
ଆଫ୍‌ଗାନିସ୍ତାନରେ ନାହାନ୍ତି ଭାରତୀୟ, ପ୍ରାୟ ସମସ୍ତଙ୍କୁ ଉଦ୍ଧାର କରିସାରିଛି ଭାରତ

ଆଫଗାନିସ୍ତାନରେ ସ୍ଥିତି ଦିନକୁ ଦିନ ଅଧିକ ବିଗିଡ଼ିବାରେ ଲାଗିଛି । ସେଠାରେ ତାଲିବାନ କବ୍‌ଜା କରିବା ପରଠାରୁ ଭାରତ ନିଜ ନାଗରିକମାନଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରଖିଛି । ଯଥା ସମ୍ଭବ ଲୋକଙ୍କୁ ସେଠାରୁ ଉଦ୍ଧାର କରାଯାଉଛି ।

Afghan woman's heartbreaking tweet
ଆଫଗାନ ମହିଳାଙ୍କ ଭାବପ୍ରବଣ ଟୁଇଟ୍; ଦୁଃଖଭରା ହୃଦୟ ଓ ମୃତପ୍ରାୟ ଆତ୍ମା ସହ ଦେଶ ଛାଡୁଛି’

ଆଫଗାନିସ୍ତାନର ଚଳଚ୍ଚିତ୍ର ନିର୍ମାତା ତଥା ଫଟୋଗ୍ରାଫର ରୋୟା ହାଇଡାରୀଙ୍କ ଏକ ପୋଷ୍ଟ ଯାହା ଆପଣଙ୍କ ମନକୁ ଛୁଇଁ ଯିବ । ଦେଶ ଛାଡି ଯିବାର ଦୁଃଖକୁ ସେ ନିଜ ଟୁଇଟର ଆକାଉଣ୍ଟରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ ‘ମୁଁ ମୋ ଜୀବନକୁ ଛାଡି ଯାଉଛି । ମୁଁ ପୁଣି ଥରେ ମୋ ମାତୃଭୂମିରୁ ପଳାଇ ଆସିଛି ।

Taliban
ଆତଙ୍କାବଦୀ ଆକ୍ରମଣରୁ ବର୍ତ୍ତି ପାରିଲାନି ତାଲିବାନ୍ : କାବୁଲ ବିସ୍ଫୋରଣରେ ୨୮ ତାଲିବାନୀ ମୃତ

ଆଫଗାନିସ୍ତାନର କାବୁଲ ବିମାନବନ୍ଦରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଏପର୍ଯ୍ୟନ୍ତ ୧୦୩ ଜଣ ପ୍ରାଣ ହରାଇଛନ୍ତି । ଏହି ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଉଛି, ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଉଛି । ତେବେ ଏହାରି ଭିତରେ କାବୁଲ ବିମାନବନ୍ଦର ବିସ୍ଫୋରଣରେ ୨୮ ତାଲିବାନୀଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଖବର ଆସିଛି ।

taliban says pakistan is our second home
ତାଲିବାନ୍‌ କହିଲା ପାକିସ୍ତାନ ଆମର ୨ୟ ଘର, ଧର୍ମ ମଧ୍ୟ ସମାନ, ତେଣୁ ...

‘ପାକିସ୍ତାନ ଆମର ୨ୟ ଘର ଏବଂ ଆମର ଧର୍ମ ମଧ୍ୟ ଏକ। ତେଣୁ ପାକିସ୍ତାନ ସହ ଆମର ସମ୍ପର୍କ ଭଲ ରହିବ ବୋଲି ଆମେ ଆଶା କରୁଛୁ।’

islamic-state-kp
କାବୁଲ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କଲା ଆଇଏସ୍ : ଆକ୍ରମଣକାରୀର ଫଟୋ ଜାରି

କାବୁଲ ଆନ୍ତର୍ଜାତିକ ବିମାନବନ୍ଦର ବାହାରେ ଗୁରୁବାର ସନ୍ଧ୍ୟାରେ ତିନୋଟି ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି । ତେବେ ବିମାନବନ୍ଦରରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣରେ ନିଜର ସମ୍ପୃକ୍ତ ଥିବା ନେଇ ଦାବି କରିଛି ଇସଲାମିକ ଷ୍ଟେଟ ଖୋରାସାନ ପ୍ରାନ୍ତ (ଆଇଏସକେପି) ।

Joe Biden
’ତ୍ରାହି ପାଇବେ ନାହିଁ ଆତଙ୍କୀ ! ଯେଉଁଠି ଲୁଚିଲେ ବି ଖୋଜି ଖୋଜି ମୃତ୍ୟୁ ଦଣ୍ଡ ଦେବ ଆମେରିକା’

ବାଇଡେନ କହିଛନ୍ତି, ମିଶନ ଜାରି ରହିବ । ଆବଶ୍ୟକ ହେଲେ ପୁଣି ଥରେ ଆଫଗାନିସ୍ତାନକୁ ଅତିରିକ୍ତ ଆମେରିକୀୟ ସୈନ୍ୟ ପଠାଯିବ । ଏହାପୂର୍ବରୁ ରାଷ୍ଟ୍ରପତି ଜୋ ବାଇଡେନ ଏବଂ ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ପ୍ରଥମ ବୈଠକକୁ ସ୍ଥଗିତ ରଖିଥିଲା ହ୍ୱାଇଟ ହାଉସ । ଏହାସହ ଆଫଗାନିସ୍ତାନ ଶରଣାର୍ଥୀଙ୍କ ପ୍ରସଙ୍ଗରେ ଗଭର୍ଣ୍ଣରଙ୍କ ସହ ହେବାକୁ ଥିବା ଏକ ଭିଡିଓ ସମ୍ମିଳନୀ ମଧ୍ୟ ବାତିଲ କରାଯାଇଛି

Kabul Blast
ଏୟାରପୋର୍ଟ ନିକଟରେ ତୃତୀୟ ବିସ୍ଫୋରଣରେ ଥରିଲା କାବୁଲ : ୭୨ ମୃତ, ୧୨୦ ରୁ ଅଧିକ ଆହତ 

ପ୍ରଥମ ଦୁଇଟି ବିସ୍ଫୋରଣ ସନ୍ଧ୍ୟା ସମୟରେ କିଛି ମିନିଟ୍ ବ୍ୟବଧାନରେ ହୋଇଥିବାବେଳେ ତୃତୀୟ ବିସ୍ଫୋରଣ ବିଳମ୍ବିତ ରାତିରେ ହୋଇଥିଲା । ​​ଏହି ବିସ୍ଫୋରଣରେ ଏପର୍ଯ୍ୟନ୍ତ ୭୨ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି ।

Kabul
କାବୁଲ ବିମାନ ବନ୍ଦର ବାହାରେ ବିସ୍ଫୋରଣ

କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ କେତେ ଜଣଙ୍କ ପ୍ରାଣ ହରାଇଛନ୍ତି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ମିଳିନାହିଁ। ଏୟାରପୋର୍ଟର ଆବେ ଗେଟ୍‌ ପାଖରେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି

Yashwant Sinha
“ଆଫଗାନିସ୍ତାନ ପରିସ୍ଥିତି ପାଇଁ ଆମେରିକା ଦାୟୀ”

ଆଫଗାନିସ୍ତାରେ ସ୍ଥିତି ଭୟଙ୍କର । ଚାରିଆଡ଼େ ହାହାକାର ପରିସ୍ଥିତି । ଖାଇବାକୁ ଖାଦ୍ୟ ନାହିଁ କି ଶୋଷ ମେଣ୍ଟାଇବାକୁ ପାଣି ନାହିଁ । ଭାତ ପ୍ଲେଟ୍‌ ୭ ହଜାର ଟଙ୍କା ହୋଇଥିବା ବେଳେ ପାଣି ଲିଟର ୩ ହଜାର ଟଙ୍କା ।

Blast Near Kabul Airport
କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ, ୧୩ ମୃତ, ୧୫ରୁ ଅଧିକ ଗୁରୁତର

କାବୁଲ ଏୟାରପୋର୍ଟ ବାହାରେ ବଡ଼ ବିସ୍ଫୋରଣ । ୧୩ ମୃତ, ୧୫ରୁ ଅଧିକ ଗୁରୁତର ହୋଇଥିବା ସୂଚନା । ମୃତାହତ ନେଇ ବିଦେଶୀ ଗଣମାଧ୍ୟମ ସୂତ୍ରରୁ ସୂଚନା । ବିସ୍ଫୋରଣ ନେଇ ପେଣ୍ଟାଗନ୍ ପ୍ରେସ୍ ସଚିବ ଜନ୍ କିର୍ବିଙ୍କ ସୂଚନା ।

Taliban
ଯେତେ ଚେଷ୍ଟା କଲେ ବି ସୁଧୁରିନାହିଁ ତାଲିବାନ୍‌ର ଅସଲ ଛବି

ବିଶ୍ୱବାସୀଙ୍କ ସମ୍ମୁଖରେ ତାଲିବନୀର ଅତ୍ୟାଚାର ସମସ୍ତଙ୍କ ଆଖି ଆଗରେ ନାଚି ଯାଉଛି। ୨୦ବର୍ଷ ପୂର୍ବର ତାଲିବାନ୍ ଶାସନ ଡରରେ ଦେଶବାସୀ ଆତଙ୍କିତ ହୋଇ ଦେଶ ଛାଡି ପଳାଇଛନ୍ତି। ଯେଉଁ ବିଦେଶୀ ନାଗରିକମାନେ ରହିଯାଇଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ସଂପୃକ୍ତ ଦେଶ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି। ଆଫଗାନିସ୍ତାନର ଏପରି ଦୟନୀୟ ପରିସ୍ଥିତି ପାଇଁ ଆମେରିକାକୁ ଦାୟୀ କରିଛନ୍ତି ପୂର୍ବତନ ବିଦେଶ ମନ୍ତ୍ରୀ ଯଶବନ୍ତ ସିହ୍ନା।

 Explosion outside Kabul airport
କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ

କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ କେତେ ଜଣଙ୍କ ପ୍ରାଣ ହରାଇଛନ୍ତି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ମିଳିନାହିଁ। ଏୟାରପୋର୍ଟର ଆବେ ଗେଟ୍‌ ପାଖରେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି

afghanistan
କାବୁଲ୍‌ ବିମାନବନ୍ଦରରେ ପୁଣି ଫାୟାରିଂ

ପୁଣି କାବୁଲ ଏୟାରପୋର୍ଟରେ ଫାୟାରିଂ ହୋଇଛି। କାବୁଲରୁ ଇଟାଲୀର ଏକ ଯାତ୍ରୀବାହୀ ବିମାନ ଉଡ଼ାଣ ଭରିବା ସମୟରେ ବିମାନ ଉପରକୁ ଅନ୍ଧାଧୁନ୍‌ ଫାୟାରିଂ ହୋଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୁଳିଚାଳନା ପରେ ବିମାନରେ କୌଣସି କ୍ଷୟକ୍ଷତି ହୋଇନାହିଁ। ତାଲିବାନୀଙ୍କ ଆତଙ୍କରେ ଥରହର ହେଉଛି ଆଫଗାନିସ୍ତାନ। ନିଜ ଜୀବନ ବଂଚାଇବା ଲାଗି ପ୍ରାଣପ୍ରଣେ ବିଭିନ୍ନ ଦେଶକୁ ଚାଲିଯାଉଛନ୍ତି ଆଫ୍‌ଗାନୀ

 Kabul airport
ଆତଙ୍କବାଦୀଙ୍କ ଟାର୍ଗେଟରେ କାବୁଲ ଏୟାରପୋର୍ଟ !

ଆତଙ୍କବାଦୀଙ୍କ ଟାର୍ଗେଟରେ ଆଫଗାନିସ୍ତାନ ରାଜଧାନୀ କାବୁଲ ଏୟାରପୋର୍ଟ। ଯେକୌଣସି ମୁହୂର୍ତ୍ତରେ କାବୁଲ ହମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି।

Taliban
କାବୁଲ୍‌ରେ ଉଡ଼ିଲା ତାଲିବାନୀ ସଫେଦ୍ ଝଣ୍ଡା, ଉତ୍ସାହିତ ଆତଙ୍କୀ ସଂଗଠନ

କାବୁଲ୍‌ରେ ତାଲିବାନୀ ସଫେଦ୍ ଝଣ୍ଡା ଉଡ଼ିବା ପରେ, ଉତ୍ସାହିତ ବିଭିନ୍ନ ଆତଙ୍କୀ ସଂଗଠନ । ସତେ ଯେମିତି ସେମାନଙ୍କୁ ମିଳିଯାଇଛି ନୂଆ ଭୂସ୍ୱର୍ଗ । ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ତାଲିବାନ୍‌ର ବିଜୟ ଉତ୍ସବ ପାଳିଛି ଭାରତ ବିରୋଧୀ ଆତଙ୍କୀ ଗତିବିଧିରେ ଲିପ୍ତ ଜୈସ୍-ଇ-ମହମ୍ମଦ ଓ ଲସ୍କର୍-ଏ-ତୋଇବା ।

bipin-rawat
ଆମେ ଯାହା ଆଶଙ୍କା କରିଥିଲୁ ତାହା ହିଁ ହେଲା ଆଫଗାନିସ୍ତାନରେ: CDS ବିପିନ ରାୱତ

ଆଫଗାନିସ୍ତାନ ସ୍ଥିତିକୁ ନେଇ CDS ବିପିନ ରାୱତଙ୍କ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ । ସେ କହିଛନ୍ତି, ‘ଆଫଗାନ୍‌ରେ ଯାହା ଘଟିବ ବୋଲି ଭାବିଥିଲୁ ତାହା ଘଟିଲା ବୋଲି କହିଛନ୍ତି CDS ବିପିନ୍‌ ରାୱତ ।