• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Afghanistan

Russia has indicated to remove Taliban from the list of terrorist organization
ଆତଙ୍କବାଦୀ ସଂଗଠନ ତାଲିକାରୁ ତାଲିବାନକୁ ହଟାଇବା ପାଇଁ ଋଷ୍‌ର ସଙ୍କେତ

ଆତଙ୍କବାଦୀ ସଂଗଠନ ତାଲିକାରୁ ହଟିପାରେ ତାଲିବାନ । ଋଷ୍ ରାଷ୍ଟ୍ରପତି ତାଲିବାନ୍‌କୁ ଆତଙ୍କବାଦୀ ସଂଗଠନ ତାଲିକାରୁ ହଟାଇବା ପାଇଁ ନିଷ୍ପତି ନେଇଛନ୍ତି ।

Taliban ask officials not to carry out public executions unl ..  Read more at: http://timesofindia.i
ବଦଳିଲା ତାଲିବାନ୍‌ ଶାସନ : କୋର୍ଟଙ୍କ ନିର୍ଦ୍ଦେଶ ବିନା ରାସ୍ତା ମଝିରେ ଟଙ୍ଗା ହେବନାହିଁ ମୃତ ଦେହ

ତାଲିବାନ୍‌ର ନୂଆ ନିର୍ଦ୍ଦେଶାଦେଶ । ଏଣିକି ସର୍ବସାଧାରଣରେ ଲୋକଙ୍କ ହତ୍ୟା କରି ରାସ୍ତା ମଝିରେ ଟଙ୍ଗା ହେବନାହିଁ । ତାଲିବାନ୍‌ ସ୍ଥାନୀୟ ପ୍ରଶାସନ ଓ ସୁରକ୍ଷାକର୍ମୀଙ୍କ ଏହି ନିର୍ଦ୍ଦେଶାଦେଶ ଦେଇଛି ।

Over 40 Killed, 70 Injured Explosion At Shia Mosque In Kandahar
ଆଫଗାନିସ୍ତାନରେ ବିସ୍ଫୋରଣ

ଆଫଗାନିସ୍ତାନ କାନ୍ଦାହାରର ମସଜିଦରେ ବିସ୍ଫୋରଣ । ଘଟଣାରେ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି ।

bomb blast
ଆଫଗାନିସ୍ତାନରେ ଆଇଏସ-କେ ର ଆକ୍ରମଣ;୩୨ ମୃତ ୪୫ ଆହାତ

ଆଫଗାନିସ୍ତାନରେ ଘଟିଲା ଭୟାବହ କାଣ୍ତ । କାନ୍ଦାହାରର ଇମାମ ବରଗାହ୍ ମସଜିଦରେ ଆତଙ୍କୀ ହମଲା । ଇମାମ ବରଗାହ୍ ମସଜିଦରେ ବୋମା ବିସ୍ଫୋରଣ ହୋଇଥିବାର ଖବର ଶୁଣିବାକୁ ମିଳିଛି । ଏହି ବିସ୍ଫୋରଣରେ ୩୨ ଜଣଙ୍କର ମୃତ୍ୟୁ ହୋଇଥିବାର ଆଫଗାନିସ୍ତାନ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି ।

blackout in Kabul
ବ୍ଲାକ୍ଆଉଟ୍ ହେଲା କାବୁଲ୍ : ବିଦ୍ୟୁତ୍ କମ୍ପାନୀର ବକେୟା ବିଲ୍ ଭରି ପାରିଲେନି ତାଲିବାନୀ ସରକାର ?

ଅନ୍ଧାରରେ ଡୁବିଲା କାବୁଲ୍ । ଅଚାନକ୍ ଚାରିଆଡ଼େ ଘୋଟିଗଲା ଅନ୍ଧକାର । ଉଜବେକିସ୍ତାନରୁ ହେଉଥିବା ବିଦ୍ୟୁତ୍ ଯୋଗାଣରେ ବୈଷୟିକ ତ୍ରୁଟି ଯୋଗୁଁ ଆଫଗାନିସ୍ତାନର ରାଜଧାନୀ କାବୁଲ ତଥା ଅନ୍ୟାନ୍ୟ ପ୍ରଦେଶରେ ବିଦ୍ୟୁତ ବିଭ୍ରାଟ ଘଟିଛି । ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ଯୋଗାଣ ହୋଇପାରିନି ।

Taliban says those graduated from 2000 to 2020 are no use madrasa education is valuable
୨୦ ବର୍ଷର ଡିଗ୍ରୀକୁ ଅବୈଧ ଘୋଷଣା କଲା ତାଲିବାନ୍‌

ତାଲିବାନ୍‌ର ନୂଆ ନିର୍ଦ୍ଦେଶାନାମା । ୨୦ ବର୍ଷର ଡିଗ୍ରୀଧାରୀଙ୍କୁ ଅବୈଧ ଘୋଷଣା କଲା ତାଲିବାନୀ । ଆଫଗାନ୍‌ରେ ତାଲିବାନ୍‌ ସରକାର ଦ୍ୱାରା ଏକ ନୂଆ ନିୟମ ଜାରି କରାଯାଇଛି । ଯେଉଁଥିରେ ମାଦ୍ରାସାର ପାଠପଢାକୁ ସର୍ବୋତ୍ତମ ଏବଂ ୨୦ ବର୍ଷର ଡିଗ୍ରୀଧାରୀଙ୍କ ପାଠପଢାକୁ ଅବୈଧ ତଥା ଅଦରକାରୀ ବୋଲି ଘୋଷଣା କରାଯାଇଛି ।

150 Media Outlets Shut Down In Afghanistan After Taliban
ତାଲିବାନ୍‌ ଟାର୍ଗେଟ୍‌ରେ ସାମ୍ୱାଦିକ; ବନ୍ଦ ହେଲା ୧୫୦ଟି ଗଣମାଧ୍ୟମ ସଂସ୍ଥା !

ତାଲିବାନ୍‌ ଟାର୍ଗେଟ୍‌ରେ ଗଣମାଧ୍ୟମ । ଆଫଗାନ୍‌ରେ ସାମ୍ୱାଦିକଙ୍କ ଅବସ୍ଥା ଏବେ ଦିନ ମଜୁରିଆ ପାଲଟି ଯାଇଛନ୍ତି । ସେମାନଙ୍କ ଅବସ୍ଥା ଏତେ ହୀନ ହେଲାଣି ଯେ, ସେମାନଙ୍କୁ କୌଣସି ଚାକିରୀ ମିଳୁନାହିଁ । ବାଧ୍ୟ ହୋଇ ଶେଷରେ ସେମାନେ ଦିନ ମଜୁରୀଆ କାମ କରି ନିଜ ପେଟ ପୋଷୁଛନ୍ତି । ଆଫଗାନିସ୍ତାନର ବରିଷ୍ଠ ସାମ୍ବାଦିକ ହିଜବୁହ୍ଲା ଖାନଙ୍କ ଅନୁଯାୟୀ ଦେଶର ୮୦ ପ୍ରତିଶତ ଲୋକ ଏବେ ଭୋକବିକଳରେ ବଞ୍ଚିଛନ୍ତି । ଦେଶ ଚାଲାଇବା ପାଇଁ ତାଲିବାନ୍‌ ପାଖରେ ଅର୍ଥ ମଧ୍ୟ ନାହିଁ ।

Special Story | Amidst War, There Are Tourist Places In Afghanistan That Attract Many From Abroad
ସ୍ୱର୍ଗଠାରୁ କୌଣସି ଗୁଣରେ କମ ନୁହେଁ ଆଫଗାନିସ୍ତାନ... ଜାଣିଲେ ଯିବାକୁ ମନ କହିବ

ତାଲିବାନୀଙ୍କ କବଜାରେ ଥିବା ଆଫଗାନିସ୍ତାନରେ ରହିଛି ଏସବୁ ସ୍ଥାନ। ଯାହାକୁ ଦେଖିବା ପରେ ଆପଣ ସେଠାରୁ ଆସିବାକୁ ମନ କରିବେନି।

Afghanistan
ଆଫଗାନିସ୍ତାନର ଏହି ପର୍ଯ୍ୟଟନସ୍ଥଳୀକୁ ନେଇ ଜୋରସୋରରେ ଚାଲିଛି ଚର୍ଚ୍ଚା

ଆଫଗାନିସ୍ତାନରେ ଚାଲିଛି ତାଲିବାନ ଶାସନ। ପୂରା ଦେଶକୁ କବଜା କରିବା ପରେ ତାଲିବାନୀମାନେ ରାଜ କରୁଛନ୍ତି। ଏବେ ଆଫଗାନିସ୍ତାନ ନାଁ ଶୁଣିବା ମାତ୍ରେ ମନକୁ ଆସି ଯାଉଛି ରକ୍ତପାତ ଓ ଯୁଦ୍ଧର ଝଲକ

South Asia Color Of Women Dress Should Not Be Attractive Will Not Use Perfume Says Taliban
ତାଲିବାନୀ ଫରମାନ୍ ! ମହିଳାମାନେ ପିନ୍ଧି ପାରିବେ ନାହିଁ ଗାଢ ରଙ୍ଗର ପୋଷାକ ଓ ପର୍‌ଫ୍ୟୁମ ବ୍ୟବହାର ଉପରେ କଟକଣା

ମହିଳାମାନେ ପିନ୍ଧି ପାରିବେ ନାହିଁ ଗାଢ ରଙ୍ଗର ପୋଷାକ । ଏପରି ନୂଆ ନିୟମ ବାହାର କରି ପୁଣି ବିକୃତ ମାନସିକତା ଦେଖାଇଲା ତାଲିବାନ୍‌ । ଆଫଗାନିସ୍ତାନ ଦଖଲ ପରଠାରୁ ହିଁ ତାଲିବାନ ମହିଳାଙ୍କ ପାଇଁ ଗୋଟେ ପରେ ଗୋଟେ ନୂଆ ନିୟମ ବାହାର କରିବାରେ ଲାଗିଛି । ଯାହାପରେ ମହିଳାଙ୍କ ପାଇଁ ତାଲିବାନ୍‌ ଏବେ ପୁଣି ନୂଆ ନିୟମ ବାହାର କରିଛି ।

Taliban Spokesperson Zabihullah Mujahid
କାଶ୍ମୀର ପ୍ରସଙ୍ଗରେ ଭାରତକୁ ଝଟ୍‌କା ଦେଲା ତାଲିବାନ, ପାକିସ୍ତାନକୁ କଲା ଖୁଲମ୍‌ଖୁଲା ପ୍ରଶଂସା

ଆଫଗାନିସ୍ତାନ ଦଖଲ ପରେ ତାଲିବାନ କହିଥିଲା ଯେ, କଶ୍ମୀର ପ୍ରସଙ୍ଗ ହେଉଛି ଭାରତର ଏକ ଆଭ୍ୟନ୍ତରୀଣ ପ୍ରସଙ୍ଗ। ହେଲେ ଏବେ ତାଲିବାନ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ କୁହାଯାଇଛି ଯେ, କଶ୍ମୀରରେ ଅବହେଳିତ ମୁସଲମାନଙ୍କ ପାଇଁ ସ୍ୱର ଉତ୍ତୋଳନ ଜାରି ରହିବ।

Taliban Started Showing Its Real Face In Afghanistan Decree Of Punishment According To Sharia To Tho
ପୁଣି ବିକୃତ ମାନସିକତା ଦେଖାଇଲା ତାଲିବାନ୍‌; ଦାଢି କାଟିଲେ ଦଣ୍ଡାଦେଶ ମିଳିବ ବୋଲି ଜାରି କଲା ନୂଆ ନିୟମ

ଦାଢି କାଟିଲେ ଦଣ୍ଡାଦେଶ । ଆଫ୍‌ଗାନରେ ଏପରି ଏକ ନୂଆ ନିୟମ ଲାଗୁ କରିଛି ତାଲିବାନ୍‌ । ଧିରେ ଧିରେ ତାଲିବାନ୍‌ ଏବେ ନିଜ ଅସଲ ଚେହେରା ଦେଖାଇବାରେ ଲାଗିଲାଣି । ଆଫଗାନିସ୍ତାନ ଜବରଦଖଲ ପରେ ତାଲିବାନ ଏବେ କୋଡିଏ ବର୍ଷ ପୁରୁଣା ନିୟମ ଲାଗୁ କରିଛି । ମହିଳା ହେଉ କି ଶିଶୁ ହେଉ ଅବା ପୁରୁଷ ଗୋଟେ ଗୋଟେ କରି ସମସ୍ତଙ୍କ ପାଇଁ ନୂଆ ନିୟମ ଜାରି କରୁଛି ତାଲିବାନ୍‌ ।

Taliban Hang 4 Bodies From Cranes In Herat Says Its Lesson For Kidnapper
୪ ଜଣଙ୍କୁ ହତ୍ୟା କରି ଖୁଣ୍ଟିରେ ଝୁଲାଇଲା ତାଲିବାନ୍‌; କହିଲା ଅପହରଣକାରୀଙ୍କୁ ଏମିତି ମିଳିବ ଦଣ୍ତ

ତାଲିବାନ୍‌ର ବର୍ବରତା ହିଂସା କାଣ୍ଡ । ୪ ଜଣଙ୍କ ହତ୍ୟା କରି ଖୁଣ୍ଟିରେ ଝୁଲାଇଲା ତାଲିବାନ । କିଡ୍‌ନ୍ୟାପିଂ ଅଭିଯୋଗରେ ଆଫଗାନିସ୍ତାନର ହେରାଟ୍ ସହର ମୁଖ୍ୟ ଛକରେ ଖୁଣ୍ଟିରେ ୪ ଜଣଙ୍କୁ ହତ୍ୟାକରି ତାଙ୍କ ମୃତ ଦେହ ଟାଙ୍ଗିଦେଇଛି ତାଲିବାନ୍‌। ଏଭଳି ଦଣ୍ତାଦେଶ ଦ୍ୱାରା ଅହରଣକାରୀଙ୍କୁ ଉଚିତ୍ ଶିକ୍ଷା ମିଳିବ ବୋଲି ତାଲିବାନ୍‌ ପକ୍ଷରୁ କୁହାଯାଇଛି ।

kabul university
ପିଏଚ୍‌ଡି ଡିଗ୍ରୀଧାରୀଙ୍କୁ ହଟାଇ ବିଏ ପାସ୍‌ ବ୍ୟକ୍ତିଙ୍କୁ ବିଶ୍ୱବିଦ୍ୟାଳୟ ଭିସି କଲା ତାଲିବାନ, ୭୦ କର୍ମଚାରୀ ଦେଲେ ଇସ୍ତଫା

ପିଏଚ୍‌ଡି ପଢିଥିବା ସ୍କଲାରଙ୍କୁ ହଟାଇ ବିଏ ପାସ୍‌ ପଢିଥିବା ଲୋକକୁ ବିଶ୍ୱବିଦ୍ୟାଳୟର ଭିସି କଲା ତାଲିବାନୀ । ଏହା ପରେ ବିଶ୍ୱବିଦ୍ୟାଳୟର ପ୍ରାୟ ୭୦ ଜଣ କର୍ମଚାରୀ ଇସ୍ତଫା ଦେଇଛନ୍ତି ।

taliban Government
ପୁଣି ତାଲିବାନ ସରକାରରେ ସାମିଲ ହେଲେ ନୂଆ ମନ୍ତ୍ରୀ

ଆଫଗାନିସ୍ତାନରେ ତାଲିବାନର ମଧ୍ୟବର୍ତ୍ତିକାଳୀନ ସରକାରରେ ଆଉ କିଛି ନୂଆ ମନ୍ତ୍ରୀ ସାମିଲ ହୋଇଛନ୍ତି । ଆଫଗାନିସ୍ତାନରେ ସରକାର ରୂପରେଖ ଉପରେ ସାରା ବିଶ୍ୱର ନଜର ଥିବା ବେଳେ ଆଜିର ନୂଆ ତାଲିକାରେ ମଧ୍ୟ କୌଣସି ମହିଳାଙ୍କୁ ସ୍ଥାନ ମିଳିନି ।

Pakistan Prime Minister Imran Khan.
ଇମ୍ରାନ୍ ଖାନ୍‌ଙ୍କୁ ଆଇନା ଦେଖାଇଲା ତାଲିବାନ୍ : ସରକାର ଗଠନ ଦିଗରେ ଜ୍ଞାନ ନଦେବାକୁ ଚେତାବନୀ

ପାକ୍ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ତାଲିବାନୀଙ୍କ ନା । ଇମ୍ରାନ୍ ଖାନ୍‌ଙ୍କୁ ଆଇନା ଦେଖାଇଲା ସଂଗଠନ । ଆଫଗାନିସ୍ତାନରେ ତାଲିବାନ ଶାସନକୁ ଦୃଢ ସମର୍ଥନ କରୁଥିବା ପାକିସ୍ତାନକୁ 'ନୂତନ ସରକାର' ରେଡ୍ ସିଗନାଲ ଦେଖାଇଛି । ସରକାର ଗଠନ ଦିଗରେ ହସ୍ତକ୍ଷେପ ନକରିବା ପାଇଁ ତାଲିବାନୀ ସଂଗଠନଙ୍କ ପକ୍ଷରୁ ପାକିସ୍ତାନ୍‌କୁ କଡ଼ା ଚେତାବନୀ ଦିଆଯାଇଛି

 Haibatullah Akhundzada,Mullah Baradar
ଭଷ୍ମାସୁର ସାଜିଲା ତାଲିବାନ୍ : ସୁପ୍ରିମଲିଡର୍ ଅଖୁନ୍ଦଜାଦାଙ୍କୁ ହତ୍ୟା, ମୁଲ୍ଲା ବରାଦରଙ୍କୁ ବନ୍ଦୀ ବନାଇଲେ !

ଅଣ୍ଟି ଛୁରୀ ତଣ୍ଟି କାଟେ । ଚଉକି ମୋହରେ ମୁଖିଆଙ୍କ ଜୀବନ ନେଇଗଲେ ତାଲିବାନୀ । ଆଫଗାନିସ୍ତାନରେ କ୍ଷମତା ହାସଲ କରିବା ପରେ ନିଜ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ତାଲିବାନୀ ସଂଗଠନକୁ ବଡ଼ ଝଟକା ଦେଇଛି । ବ୍ରିଟିଶ ମାଗାଜିନ ଅନୁସାରେ ତାଲିବାନ୍ ସରକାରଙ୍କ ସର୍ବେସର୍ବା ହିବତୁଲ୍ଲା ଅଖୁନ୍ଦଦାଙ୍କୁ ହତ୍ୟା କରିବା ସହ ଉପ-ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ ବନ୍ଧକ ରଖିଛନ୍ତି ।

Other Unesco And Unicef Says Closed Afghan Girls Schools Violates Fundamental Right To Education
ଆଫଗାନିସ୍ତାନରେ ଝିଅମାନଙ୍କ ପାଇଁ ସ୍କୁଲ ବନ୍ଦ ହେବା ମୌଳିକ ଅଧିକାରର ଉଲ୍ଲଂଘନ : ୟୁନେସ୍କୋ ଓ ୟୁନିସେଫ

ଆଫଗାନିସ୍ତାରେ ବାଳିକା ଶିକ୍ଷା କ୍ଷେତ୍ର ପାଇଁ ଅନେକ ଲାଭ ହୋଇଛି, ଯାହାକୁ ବଜାୟ ରଖିବା ରଖିବା ଉଚିତ ।  ଆଜୋଲେ କହିଛନ୍ତି, ଦେଶର ଝିଅମାନେ ଶିକ୍ଷିତ ହେଲେ ଆଫଗାନ୍‌ର ଭବିଷ୍ୟତ ଗଠନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ । ଆଫଗାନିସ୍ତାନରେ ଥିବା ଉଭୟ ପୁଅ ଓ ଝିଅ ସେମାନଙ୍କର ଶିକ୍ଷା ଅଧିକାରକୁ ସମାନ ଭାବରେ ଲାଭ ଉଠାଇ ପାରିବେ । 

Baradar vs Hakkani
କ୍ୟାବିନେଟ୍ ବୈଠକରେ ମୁଲ୍ଲା ବରାଦରଙ୍କୁ ଧକ୍କା ମାରିଲେ ହକ୍କାନୀ

ପାକିସ୍ତାନୀ କାରାଗାରରେ ଆଠ ବର୍ଷ ବିତାଇଥିବା ବରାଦରଙ୍କୁ ଟ୍ରମ୍ପ ଶାସନ ସମୟରେ ମୁକ୍ତ କରାଯାଇଥିଲା। ଆଇଏସଆଇ ବରାଦରଙ୍କ ବଦଳରେ ମୁଲ୍ଲା ମହମ୍ମଦ ହାସନଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ବାଛିଥିଲେ। କାରଣ ଇସଲାମାବାଦ ସହିତ ତାଙ୍କର ଭଲ ସମ୍ପର୍କ ରହିଛି ଏବଂ ତାଙ୍କଠାରୁ ହକ୍କାନି ନେଟୱାର୍କ ପାଇଁ କୌଣସି ବିପଦ ମଧ୍ୟ ନାହିଁ।

Taliban
ବନ୍ଧୁକ ମୁନରେ କ୍ଷମତା ଛଡ଼ାଇ ନେଲେ, ଏବେ କରୁଛନ୍ତି ପିଲାଳିଆମି

ବନ୍ଧୁକ ମୁନରେ କ୍ଷମତାକୁ ଆସିଲେ କିନ୍ତୁ ଏବେ କାଣ୍ଡ କାରନାମା ଦେଖିଲେ ଲାଗୁଛି ଯେପରି ଏମାନେ କ୍ଷମତାରେ ରହିବା ଯୋଗ୍ୟ ବି ନୁହେଁ । ଆଫଗାନିସ୍ତାନରେ ତାଲିବାନ୍‌ଙ୍କ ଗୋଟିଏ ପରେ ପରେ ଗୋଟିଏ କାର୍ଯ୍ୟକଳାପ ସେମାନଙ୍କ ମାନସିକ ସ୍ଥିତିକୁ ସାମ୍ନାକୁ ଆଣୁଛି ।

Time
ବିଶ୍ୱର ୧୦୦ ପ୍ରଭାବଶାଳୀ ବ୍ୟକ୍ତି ତାଲିକାରେ ତାଲିବାନୀ ନେତା ବରାଦର୍

ପ୍ରକାଶ ପାଇଛି ବିଶ୍ୱର ପ୍ରଭବଶାଳୀ ବ୍ୟକ୍ତି ତାଲିକା। ଦୁନିଆର ୧୦୦ ଜଣ ପ୍ରଭାବଶୀଳୀ ବ୍ୟକ୍ତିଙ୍କ ନାଁ ତାଲିକାରେ ରହିଛି। ତାଲିକାରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାଁ ଥିବା ବେଳେ ଆଫଗାନିସ୍ତାନର ନୂଆ ଉପପ୍ରଧାନମନ୍ତ୍ରୀ ତଥା ତାଲିବାନ ସହ-ସଂସ୍ଥାପକ ମୁଲ୍ଲା ଅବ୍ଦୁଲ ଗନି ବରାଦର ନାଁ ବି ରହିଛି

Joe Biden
ଆଫଗାନିସ୍ତାନ୍‌କୁ ୪୭୦ କୋଟି ଟଙ୍କାର ଆର୍ଥିକ ସହାୟତା ଦେବ ଆମେରିକା

ଆଫଗାନିସ୍ତାନକୁ ଆର୍ଥିକ ସହାୟତା ଯୋଗାଇବ ଆମେରିକା । ତାଲିବାନ ସରକାର ଗଠନ ପରେ ଆମେରିକା ଆଫଗାନ୍ ବାସୀଙ୍କୁ ଆର୍ଥିକ ସହାୟତା କରିବ ବୋଲି ଘୋଷଣା କରିଛି ବାଇଡେନ୍ ପ୍ରଶାସନ । ସଂଯୁକ୍ତ ରାଷ୍ଟ୍ରରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥମ୍ପସନ-ଗ୍ରୀନଫିଲ୍ଡ ଆଫଗାନିସ୍ତାନକୁ ଆର୍ଥିକ ସହାୟତା କଥାକୁ ସ୍ପଷ୍ଟ କରିଛନ୍ତି

Hundreds of Afghans Exit Through Pakistan Border To Escape From Taliban
ଦେଶ ଛାଡ଼ୁଛନ୍ତି ଆଫଗାନୀ

ଚାଲି ଚାଲି ପାକିସ୍ତାନ ଅଭିମୁଖେ ହଜାର ହଜାର ଆଫଗାନିସ୍ତାନ ନାଗରିକ। ପାକ୍ ସୀମାରେ ବଢ଼ୁଛି ଭିଡ଼, ଦିନ ଦିନ ଧରି କରୁଛନ୍ତି ଅପେକ୍ଷା

Amrullah Saleh's Brother Rohullah Azizi
ଆଫଗାନିସ୍ତାନ ପୂର୍ବତନ ଉପ-ରାଷ୍ଟ୍ରପତିଙ୍କ ଭାଇଙ୍କୁ ଛଟପଟ କରି ମାରିଲେ ତାଲିବାନ ଆତଙ୍କୀ

ଆଫଗାନିସ୍ତାନର ପୂର୍ବତନ ଉପ-ରାଷ୍ଟ୍ରପତି ଅମରୁଲ୍ଲା ସାଲେହଙ୍କ ବଡ଼ ଭାଇ ରୋହୁଲ୍ଲା ଅଜିଜିଙ୍କୁ ତାଲିବାନ ଆତଙ୍କୀ ପଞ୍ଜଶିରରେ ହତ୍ୟା କରିଥିବା ସୂଚନା ମିଳିଛି। ଏନେଇ ଅମରୁଲ୍ଲା ସାଲେହଙ୍କ ଭଣଜା ସ୍ପଷ୍ଟ କରିଛନ୍ତି।

taliban
ଆଫଗାନିସ୍ତାନରେ ନୂଆ ତାଲିବାନ ସରକାର

ଆଫଗାନିସ୍ତାନରେ ନୂଆ ତାଲିବାନ ସରକାର। ପ୍ରଧାନମନ୍ତ୍ରୀ ହେବେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ । ଉପପ୍ରଧାନମନ୍ତ୍ରୀ ହେବେ ଅବଦୁଲ ଘନି ବରାଦର। ଏନେଇ ପ୍ରେସ ମିଟରେ ସ୍ପଷ୍ଟ କରିଛନ୍ତି ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍। ସିରାଜୁଦ୍ଦିନ୍ ହକାନିଙ୍କୁ ଗୃହ ମନ୍ତ୍ରାଳୟର ଦାୟିତ୍ୱ ଦିଆଯାଇଛି।