• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Afghanistan Crisis

taliban
୮୦ ଦିନରେ ୧୦ରୁ ଅଧିକ ବିସ୍ଫୋରଣ, ୩୦୦ ମୃତ୍ୟୁ : ତାଲିବାନ୍ ଶାସନରେ ଆଫଗାନବାସୀଙ୍କ ସ୍ଥିତି ଶୋଚନୀୟ

ଥରେ ନୁହେଁ କି ଦୁଇ ଥର ନୁହେଁ ବନ୍ଧୁକ ମୁନରେ ଆଫଗାନିସ୍ତାନ ଅକ୍ତିଆର କରିବା ପରେ ୧୦ ଥରରୁ ଅଧିକ ଆକ୍ରମଣ ହୋଇସାରିଲାଣି । ୧୫ ଅଗଷ୍ଟ ୨୦୨୧ରେ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲ ଅକ୍ତିଆର୍ କରିଥିଲା । ସେବେଠାରୁ ଆଫଗାନିସ୍ତାନରେ କ୍ରମାଗତ ବିସ୍ଫୋରଣ ଘଟିଚାଲିଛି

china-first-batch-of-aid
ଚୀନ୍‌କୁ ତାଲିବାନୀ ସରକାରଙ୍କ ଥ୍ୟାଙ୍କ୍ ୟୁ ! ଆଫଗାନିସ୍ତାନକୁ ପ୍ରଥମ ସହାୟତା ପଠାଇବେ ଜିନପିଙ୍ଗ୍ ସରକାର

ଚୀନ୍ ସରକାରଙ୍କ ତାଲିବାନୀ ପ୍ରେମ । ତାଲିବାନ ସରକାର ଗଠନ ପରେ ପ୍ରଥମ ସହାୟତା ପଠାଇବେ ଜିନପିଙ୍ଗ୍ ସରକାର । ଆଫଗାନିସ୍ତାନରେ ତାଲିବାନ ସରକାରକୁ ମାନ୍ୟତା ଦେବା ପରେ ୩୧୦ ଲକ୍ଷ ସହାୟତା ଘୋଷଣା କରିଥିଲା ଚୀନ୍  ।

talibans  leaders absent from public eye
କୁଆଡେ ଗଲେ ତାଲିବାନର ଏଇ ଦୁଇ ବରିଷ୍ଠ ନେତା ? ନିଖୋଜ ନା ମୃତ ?

ବାସ୍ତବରେ ତାଲିବାନ୍ ସରକାରର ସର୍ବୋଚ୍ଚ ନେତା ମୁଲ୍ଲା ହବତୁଲ୍ଲା ଅଖନ୍ଦଜାଦା ଏବଂ ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ଅବଦୁଲ ଘାନି ବରାଦର ନିଖୋଜ ଥିବା ଶୁଣିବାକୁ ମିଳୁଛି । କାରଣ ଦୀର୍ଘଦିନ ଧରି ଏହି ଦୁଇ ନେତା  ସର୍ବସାଧାରଣରେ ଦେଖିବାକୁ ମିଳୁନାହାନ୍ତି। 

china
ତାଲିବାନ୍ ସରକାର ପାଇଁ ଖଜାନା ଖୋଲିଦେଲା ଚୀନ୍ : ୩୧୦ ଲକ୍ଷ ଡଲାରର ସାହାଯ୍ୟ ଦେବ ଜିନପିଙ୍ଗ ପ୍ରଶାସନ

ମୁକ୍ତହସ୍ତରେ ତାଲିବାନ୍ ସରକାରଙ୍କୁ ସାହାଯ୍ୟ କରୁଛି ଚୀନ୍ । ଆଫଗାନିସ୍ତାନରେ ସରକାର ଗଠନର୨୪ ଘଣ୍ଟା ମଧ୍ୟରେ ତାଲିବାନୀଙ୍କ ପାଇଁ ଚୀନ୍ ନିଜର ରାଜକୋଷ ଖୋଲି ଦେଇଛି । ତାଲିବାନୀ ଯେପରି ସୁରୁଖୁରୁରେ ସରକାର ଚଳାଇବା ପାରବେ, ସେଥିପାଇଁ ୩୧୦ଲକ୍ଷ ଡଲାର ସହାୟତା ଘୋଷଣା କରିଛି ଚୀନ୍ । ଏହା ସହିତ ଆଫଗାନିସ୍ତାନକୁ କରୋନା ଟିକା ମଧ୍ୟ ପଠାଇଛି ଚୀନ୍

afghanistan
ପାକ୍ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ମହିଳା : କାବୁଲରେ ଶୁଭିଲା ପାକିସ୍ତାନ ମୁର୍ଦ୍ଦାବାଦ ନାରା

ନର୍ଦ୍ଦନ ଆଲାଏନ୍ସ ବିରୋଧରେ ପାକିସ୍ତାନୀ ବାୟୁସେନା ଦ୍ୱାରା ହୋଇଥିବା ଆକ୍ରମଣ ପରେ ଆଫଗାନିସ୍ତାନରେ ଏହାର ଖୋଲାଖୋଲି ବିରୋଧ ଆରମ୍ଭ ହୋଇଛି । ପଞ୍ଜଶିରରେ ପାକିସ୍ତାନ ବାୟୁ ସେନା ଅହମ୍ମଦ ମାସୁଦ୍ ଓ ନର୍ଦ୍ଦନ ଆଲାଏନ୍ସର ସେନା ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି

panjshir
ପଞ୍ଜଶିର ଯୁଦ୍ଧରେ ତାଲିବାନ୍ ପକ୍ଷରୁ ମୈଦାନକୁ ଓହ୍ଲାଇଲା ପାକିସ୍ତାନ : ଡ୍ରୋନ୍ ଆକ୍ରମଣ କଲା ପାକ୍ ଏୟାରଫୋର୍ସ

ପଞ୍ଜଶିର ପ୍ରୋଭିନ୍ସର ପାରିୟାନ୍, ସୋତୁଲ୍, ଖେଞ୍ଜ୍ ଓ ଅବଶାର୍ ଆଦି ୪ଟି ଜିଲ୍ଲାକୁ ଦଖଲ କରିସାରିଥିବା ଦାବି କରିଛି ତାଲିବାନ୍ ।। ଅନ୍ୟପକ୍ଷରେ ପଞ୍ଜଶିର ରେଜିଷ୍ଟାଣ୍ଟ୍ ଫ୍ରଣ୍ଟ ଦାବି କରିଛି ଏପର୍ଯ୍ୟନ୍ତ ସେମାନେ ସ୍ୱାଧୀନ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ପଞ୍ଜଶୀର ପ୍ରଦେଶ ବ୍ୟତୀତ ସମଗ୍ର ଆଫଗାନିସ୍ତାନ ତାଲିବାନ ଦ୍ୱାରା ଅଧିକୃତ ହୋଇସାରିଛି

panjshir
ପଞ୍ଜଶିରରେ ଯୁଦ୍ଧକୁ ନେଇ ଚିନ୍ତିତ ଆଫଗାନିସ୍ତାନର ବହୁ ଧର୍ମଗୁରୁ

ଆଫଗାନିସ୍ତାନ ପଞ୍ଜଶିରରେ ଚାଲିଛି ଘମାଘୋଟ ଲଢ଼େଇ । ତାଲିବାନ ଓ ନର୍ଦନ ଆଲାଏନ୍ସ ମଧ୍ୟରେ ଯୁଦ୍ଧ ଚାଲିଛି । ଏଥିରେ ଜଣେ ବିଶିଷ୍ଟ ସାମ୍ବାଦିକ ତଥା ନର୍ଦନ ଆଲାଏନ୍ସର ମୁଖପାତ୍ର ଫହିମ ଦଷ୍ଟିଙ୍କ ମୃତ୍ୟୁ ହୋଇଥିବାର ରିପୋର୍ଟ ପ୍ରକାଶ ପାଇଛି । ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଦେଶର ବହୁ ଧର୍ମଗୁରୁ

Mullah Abdul Ghani Baradar
ଆଫଗାନିସ୍ତାନରେ ସରକାର ଗଠନ ପାଇଁ ସଂଘର୍ଷ : ଗୁଳି ଚଳାଇଲେ ହକ୍କାନୀ ଗୋଷ୍ଠୀ, ଘନି ବରାଦର ଆହତ

ନିଜ ନିଜ ଭିତରେ ଲଢ଼େଇ ଯୋଗୁଁ ସରକାର ଗଠନରେ ବିଳମ୍ବ ହେଉଛି । ଆମେରିକାର ସୈନ୍ୟ ଆଫଗାନିସ୍ତାନ ଛାଡିବାର ପାଞ୍ଚ ଦିନ ବିତି ଗଲାଣି, କିନ୍ତୁ ଏପର୍ଯ୍ୟନ୍ତ ଏକ ନୂତନ ସରକାର ଗଠନ କରିପାରି ନାହାନ୍ତି ତାଲିବାନୀ । ତାଲିବାନ ଏବଂ ହକ୍କାନୀ ଗୋଷ୍ଠୀର ନେତାମାନେ କ୍ଷମତା ପାଇଁ ନିଜ ନିଜ ମଧ୍ୟରେ ଲଢ଼େଇ ଆରମ୍ଭ କରିଦେଇଛନ୍ତି ବୋଲି କୁହାଯାଉଛି । ତାଲିବାନର ସହ-ପ୍ରତିଷ୍ଠାତା ମୁଲ୍ଲା ଅବଦୁଲ ଘନି ବରାଦର ଏବଂ ହକ୍କାନୀ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଛି ।

Taliban
ଇରାନ ମଡେଲରେ ଗଠନ ହେବ ତାଲିବାନ୍ ସରକାର : ଅତିଥିଙ୍କ ତାଲିକା ପ୍ରସ୍ତୁତ

ଇରାନରେ ଇସଲାମିକ ଗଭର୍ଣ୍ଣମେଣ୍ଟ୍ ମଡେଲ ଲାଗୁ ରହିଛି । ଜଣେ ସୁପ୍ରିମୋ ନେତା ଅଛନ୍ତି ଏବଂ ତାଙ୍କ ଅଧୀନରେ ରାଷ୍ଟ୍ରପତି ସରକାର ଚଳାଉଛନ୍ତି । ଇରାନରେ ଏବେ ଆୟତୋଲ୍ଲା ଅଲି ଖାମେନେ ସର୍ବୋଚ୍ଚ ନେତା ହୋଇଥିବା ବେଳେ ଇବ୍ରାହିମ ରାଇସି ବର୍ତ୍ତମାନ ଇରାନର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରୁଛନ୍ତି ।

Panjshir
ଜାରି ରହିବ ଲଢ଼େଇ : ତାଲିବାନ୍ ସାମ୍ନାରେ ହାର ମାନିବେନି ପଞ୍ଜଶିର ଯୋଦ୍ଧା

ଅଭେଦ୍ୟ ଗଡ଼ରେ ପଶି ପାରୁନାହାନ୍ତି, ତାଲିବାନୀଙ୍କ ପାଇଁ ସହଜ ନୁହେଁ ପଞ୍ଜଶିର ଉପରେ କବଜା କରିବା । ପୂରା ଆଫଗାନିସ୍ତାନକୁ ଅକ୍ତିଆର କରିସାରିଥିବା ତାଲିବାନ ପଞ୍ଜଶିର ଆଡ଼କୁ ଆଡ଼ ଆଖିରେ ଚାହିଁ ପାରୁନି । ପଞ୍ଜଶିର ଅକ୍ତିଆର କରିବାର ସେମାନଙ୍କ ସମସ୍ତ ଉଦ୍ୟମ ବିଫଳ ହେଉଛି ।

Afghanistan People
ବ୍ୟାଙ୍କ ଆଗରେ ଆଫଗାନବାସୀଙ୍କ ଲମ୍ବା ଧାଡ଼ି, ସେପଟେ ଆଶା ଆଶଙ୍କାରେ ମହିଳା

ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ହେବାର ଦିନକ ପରେ ଦେଶର ବିଭିନ୍ନ ସ୍ଥାନରେ ତାଲିବାନ ଓ ଏହାର ସମର୍ଥକମାନେ ଉତ୍ସବ ମନାଇଛନ୍ତି । ଦୀର୍ଘ ୨୦ ବର୍ଷ ପରେ ଆଫଗାନ ଆମେରିକା ସେନା କବଳରୁ ମୁକ୍ତ ହୋଇଥିବା ନେଇ ତାଲିବାନ ଓ ସମର୍ଥକ ଖୁସି ମନାଇଛନ୍ତି ।

Joe Biden With Asraf Ghani
ଆଫ୍‌ଗାନିସ୍ତାନ ଆସୁଛନ୍ତି ୧୫ ହଜାର ପାକିସ୍ତାନୀ ଆତଙ୍କବାଦୀ, ୨୩ ଜୁଲାଇରେ ବାଇଡେନ୍‌ଙ୍କୁ କହିଥିଲେ ଘନି

ଗତ ଅଗଷ୍ଟ ୧୫ରେ ଆଫଗାନିସ୍ତାନକୁ ଦଖଲ କରିନେଲା ତାଲିବାନ । ଏହା ସାରା ବିଶ୍ୱ ଦେଖିଲା । ହେଲେ ୧୫ ତରିଖ ପୂର୍ବରୁ ପାଖାପାଖି ୧୦ରୁ ୧୫ ହଜାର ପାକିସ୍ତାନୀ ଆତଙ୍କବାଦୀ ଆଫ୍‌ଗାନିସ୍ତାନରେ ପ୍ରବେଶ କରିଥିବା ନେଇ ଏବେ ଖବର ସାମ୍ନାକୁ ଆସୁଛି ।

Taliban militants
ତରବରିଆ ଭାବେ ଆଫଗାନ୍ ଛାଡ଼ିଲା ଆମେରିକା, ଭାରତ ପାଇଁ ଚିନ୍ତା ବଢ଼ିଲା

୨୦ ବର୍ଷ ପରେ ଆମେରିକୀୟ ସେନା କାବୁଲ ଛାଡିଛନ୍ତି । ଏଭଳି ପରିସ୍ଥିତିରେ ଦଶନ୍ଧି ଦଶନ୍ଧି ଧରି ଆଫଗାନିସ୍ତାନ ସୈନ୍ୟଙ୍କୁ ଆମେରିକାର ସହାୟତା ବର୍ତ୍ତମାନ ଭାରତ ସମେତ ଅନ୍ତର୍ଜାତୀୟ ଗୋଷ୍ଠୀ ପାଇଁ ଏକ ସମସ୍ୟା ହୋଇପାରେ। ଆମେରିକାର ସୈନ୍ୟ ଆଫଗାନିସ୍ତାନ ଛାଡିବା ପରେ ତାଲିବାନଙ୍କ ହାତରେ ଲାଗିଛି ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସାମରିକ ଉପକରଣ ।

Afghan Crisis
ଆତଙ୍କବାଦ ମୁକାବିଲା ପାଇଁ ପ୍ରସ୍ତୁତ ଅଛି ଭାରତ

ଆଫଗାନିସ୍ତାନ ପ୍ରସଙ୍ଗରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷଙ୍କ ପ୍ରତିକ୍ରିୟା । ଆତଙ୍କବାଦ ମୁକାବିଲା ପାଇଁ ଭାରତ ପ୍ରସ୍ତୁତ ଅଛି ବୋଲି କହିଛନ୍ତି । ପାକିସ୍ତାନ ଆତଙ୍କବାଦୀଙ୍କୁ ସମର୍ଥନ କରି ସେଠି ଅସ୍ଥିରତା ସୃଷ୍ଟି କରିବା ସହ ସାରା ବିଶ୍ୱକୁ ପ୍ରଭାବିତ କରୁଛି।

Afghanistan Crisis | Taliban Prohibits Co-Education
ତାଲିବାନର ଆତଙ୍କରାଜ , ଜାରିକଲା ଅଜବ କଟକଣା

କ୍ଷମତା ଦଖଲ ପରେ ତାଲିବାନର ଦମନଲୀଳା। ସହ ଶିକ୍ଷା ଉପରେ ଜାରି କଲା କଟକଣା, ପୁରୁଷ ଶିକ୍ଷକମାନେ ଝିଅମାନଙ୍କୁ ପଢାଇ ପାରିବେନି ପାଠ । ଗୋଟିଏ ଶ୍ରେଣୀରେ ପୁଅ, ଝିଅ ଏକାଠି ପାଠ ପଢି ପାରିବେ ନାହିଁ ।

Baijayant Panda
’ଆତଙ୍କବାଦ ମୁକାବିଲା ପାଇଁ ଭାରତ ପ୍ରସ୍ତୁତ’

ପୂର୍ବରୁ ଆଫଗାନିସ୍ତାନରୁ ଯାଇ ଆମେରିକା, ୟୁରୋପ ସହ କାଶ୍ମୀରରେ ଆଙ୍କବାଦୀମାନେ ଆତଙ୍କୀ କାର୍ଯ୍ୟକଳାପ କରିଥିବାର ଅନେକ ନଜିର ରହିଛି । ଆଫଗାନିସ୍ତାନ ପରି ଅନ୍ୟ ଦେଶରେ ଏଭଳି ସ୍ଥିତି ଏବେ ଦେଖାଦେବାର ଆଶଙ୍କା ରହିଛି । ତେବେ ଏହାର ମୁକାବିଲା ଲାଗି ଭାରତ ପୂରା ପ୍ରସ୍ତୁତ ଅଛି ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ । ଭାରତୀୟ ସେନା ଓ ଏୟାରଫୋର୍ସ ସମସ୍ତ ପ୍ରସ୍ତୁତ ଅଛନ୍ତି ।

Afghanistan Taliban Crisis
କାବୁଲ ସିରିଜ ବିସ୍ଫୋରଣ ପାଇଁ ISISକୁ ଦାୟୀ କଲା ତାଲିବାନ୍

କାବୁଲ ସିରିଜ ବିସ୍ଫୋରଣ ପାଇଁ ISISକୁ ଦାୟୀ କଲା ତାଲିବାନ୍ । ଏହା ISISର କାମ ବୋଲି କହିଲା ତାଲିବାନ୍ । ସିରିଜ ବିସ୍ଫୋରଣରେ ଆମର କୌଣସି ହାତ ନାହିଁ ବୋଲି ସ୍ପଷ୍ଟ କରିଛି ତାଲିବାନ ।

Centre Calls All Party Meet On Afghanistan Crisis
ଆଫଗାନ ସ୍ଥିତି ନେଇ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତ। କାବୁଲରେ ଫସି ରହିଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ ଜାରି ରହିଛି।

US President Joe Biden
ଯନ୍ତ୍ରଣା ଓ କ୍ଷତି ବିନା ଲୋକଙ୍କୁ ଫେରାଇବା ଅସମ୍ଭବ: ବାଇଡେନ୍‌

ଯନ୍ତ୍ରଣା ଓ କ୍ଷତି ବିନା ଫେରିବା ଅସମ୍ଭବ । ଆଫଗାନିସ୍ତାନରୁ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଏଭଳି ସୂଚନା ଦେଇଛନ୍ତି । ଯନ୍ତ୍ରଣା ଓ କ୍ଷତି ବିନା ଏତେ ସଂଖ୍ୟାରେ ଲୋକଙ୍କୁ ଫେରାଇବାର ଅନ୍ୟ ବାଟ ନାହିଁ ବୋଲି ସେ କହିଛନ୍ତି ।

bangladesh
ତାଲିବାନ୍‌ରେ ମିଶିବାକୁ ଉତ୍ସାହିତ ବାଂଲାଦେଶୀ ମୌଲବାଦୀ, ଆଲର୍ଟ BSF

ତାଲିବାନ୍‌ରେ ମିଶିବାକୁ ଖୁବ୍ ଉତ୍ସାହିତ ବାଂଲାଦେଶୀ ମୌଲବାଦୀ । ପଡ଼ୋଶୀ ବାଂଲାଦେଶର କିଛି ଯୁବକ ଭାରତ ଦେଇ ଆଫ୍‌ଗାନିସ୍ତାନ ପହଞ୍ଚିବାକୁ ଏବଂ ସେଠାରେ ତାଲିବାନ୍‌ରେ ଯୋଗ ଦେବାକୁ ଚାହୁଁଛନ୍ତି ।

Afghanistan
ତାଲିବାନ ବର୍ବରତା, ବର୍ତ୍ତିଲେନି ଆସନ୍ନ ପ୍ରସବା ! ବିମାନ ଉଡ଼ାଣ ବେଳେ ହେଲା ପ୍ରସବ

ଆମେରିକୀୟ ବିମାନରେ ଦେଶ ଛାଡ଼ିବା ବେଳେ ଆଫ୍‌ଗାନୀ ମହିଳାଙ୍କ ସନ୍ତାନ ପ୍ରସବ । ଆମେରିକା ବାୟୁସେନାର C-17 ବିମାନରେ କାବୁଲ୍‌ରୁ ଏହି ଆସନ୍ନ ପ୍ରସବାଙ୍କୁ ଉଦ୍ଧାର କରି ନିଆଯାଉଥିଲା ।