ସମସ୍ତେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ମେଡିକାଲରେ ଟାଉନ ଥାନା ପୋଲିସ ଓ ଫୁଲବାଣୀ SDPO ପହଞ୍ଚି ତଦନ୍ତ କରୁଛନ୍ତି । ଏସିଡରେ ଆହତ ହୋଇଥିବା ବ୍ୟକ୍ତି ମାନେ ହେଲେ ଚନ୍ଦ୍ର ମହାନ୍ତି, ସୁରଜ ମହାନ୍ତି ଓ ରାକେଶ ମିଶ୍ର । ଏସିଡ ମାଡ଼ କରିଥିବା ଅଭିଯୁକ୍ତ ହେଲେ ହେଲେ ପ୍ରମୋଦ ସାହୁ ।
ସୂଚନା ଅନୁସାରେ ସୁରଜ ଓ ରାକେଶ ବସିଥିବା ବେଳେ ହଠାତ ପ୍ରମୋଦ ସାହୁ ଗୋଟିଏ ଢାଳରେ ଏସିଡ ଆଣି ସୁରଜର ମୁହଁକୁ ଫିଙ୍ଗିଥିଲା । ସେଥିରୁ କିଛି ଏସିଡ ରାକେଶ ଉପରେ ମଧ୍ୟ ପଡ଼ିଥିଲା । ସୁରଜର ବାପା ଚନ୍ଦ୍ର ମହାନ୍ତି ଏହି ଖବର ଶୁଣି ସେଠାକୁ ଆସିବାରୁ ପ୍ରମୋଦ ସାହୁ ତାଙ୍କ ଉପରକୁ ମଧ୍ୟ ଏସିଡ ଫିଙ୍ଗିଥିଲା ।
ଏହି ସମୟରେ ସ୍ଥାନୀୟ ଲୋକ ମାନେ ଅଭିଯୁକ୍ତ ପ୍ରମୋଦ ସାହୁକୁ କାବୁ କରିଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରମୋଦ ସାହୁକୁ ଧରିବା ସହିତ ସମସ୍ତଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ତେବେ ସେ କେଉଁ କାରଣ ପାଇଁ ଏସିଡ ଆକ୍ରମଣ କରିଛି, ସେନେଇ କିଛି ସ୍ପଷ୍ଟ ହୋଇନଥିବା ବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପ୍ରମୋଦ ସାହୁ ସେମାନଙ୍କ ଉପରେ ଏସିଡ ଫିଙ୍ଗିଥିବା ସନ୍ଦେହ କରାଯାଉଛି ।
]]>ସୂଚନା ଅନୁସାରେ ଦୁଇ ପରିବାର ମଧ୍ୟରେ ଦୀର୍ଘଦିନ ଧରି ଜମିବାଡ଼ି ବିବାଦ ରହିଥିଲା ଯାହା ଉଗ୍ର ରୂପ ନେଇଥିଲା । ଅଭିଯୋଗ ଅନୁସାରେ ସକାଳୁ ନିଜ ଘରର ବାରିପଟେ ଜମିରେ କାମ କରୁଥିବା ବେଳେ ସନ୍ତୋଷ ମହାରଣା ନାମକ ଜଣେ ବ୍ୟକ୍ତି ଏସିଡ ଆଣି ଅଧିକାରୀ ଏବଂ ରାଜେନ୍ଦ୍ରଙ୍କୁ ମାଡ କରିଥିଲା। ଆଉ ତା’ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।
ପରିବାର ଲୋକେ ବାପ ଓ ପୁଅକୁ ପ୍ରଥମେ କୃଷ୍ଣପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଏନେଇ ପରିବାର ସଦସ୍ୟ କୃଷ୍ଣପ୍ରସାଦ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଏବେ ପୋଲିସ ସନ୍ତୋଷ ମହାରଣାକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
]]>ଯୁବତୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି । ପରିବାର ଲୋକ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୋଲିସକୁ ଅନୁରୋଧ କରିଛନ୍ତି । ଏହାସହ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ରାଶି ସହ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ପ୍ରଦାନ କରିବା ପାଇଁ ଦାବି କରିଛନ୍ତି ।
ପୋଲିସ ଅଧିକାରୀ ବାବୁ ଲାଲଙ୍କ କହିବାନୁଯାୟୀ, ମୋହନପୁରା ତୋଦାଭିମ୍ ଅଞ୍ଚଳରେ କିଛିଦିନ ତଳେ ଜଣେ ଯୁବତୀଙ୍କ ଅପହରଣ ହୋଇଥିବା ନେଇ ଅଭିଯୋଗ ଆସିଥିଲା । ଏନେଇ ତାଙ୍କ ପରିବାର ଲୋକେ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ । ପରେ ଯୁବତୀଙ୍କ ମୃତଦେହ ଏକ କୂଅରୁ ଉଦ୍ଧାର କରାଯାଇଥିଲା । ବିଜେପି ନେତ୍ରୀ ମିନାଙ୍କ ଦାବି ଯେ, ମହିଳାଙ୍କୁ ପ୍ରଥମେ ଅପହରଣ କରାଯାଇ ଦୁଷ୍କର୍ମ କରାଯାଇଛି ଏବଂ ଏହାପରେ ତାଙ୍କୁ ଏସିଡ୍ ପକାଇ ହତ୍ୟା କରାଯାଇଛି ।
]]>ପୀଡ଼ିତା ମୁନି ଦେବୀ । ଫତେହଗଞ୍ଜ ଅଞ୍ଚଳର ଧାଡ଼ା ଗାଁରେ ଘର । ଝିଅର ପରକୀୟା ପ୍ରୀତି ପାଇଁ ଏପରି ବର୍ବର କାଣ୍ଡ କରିଛନ୍ତି ବାପଘର ଲୋକ । ଲୋକଲଜ୍ଜା ଭୟରେ ହିଁ ବାପା ଓ ଭିଣୋଇ ମୁନି ଦେବୀଙ୍କ ଜୀବନ ନେବା ପାଇଁ ଚେଷ୍ଟା କରିଛନ୍ତି । ପ୍ରଥମେ ଝିଅକୁ ବିବସ୍ତ୍ର କରିବା ପରେ ଏସିଡ୍ ପକାଇ ଦେଇଥିଲେ ଉଭୟ ଅଭିଯୁକ୍ତ । ଆଉ ତା’ପରେ ଏକ ବୁଦା ପାଖରେ ଫିଙ୍ଗି ଦେଇ ଆସିଥିଲେ । କୌଣସିମତେ ମହିଳା ଜଣକ ଗୁରୁଣ୍ଡି ଗୁରୁଣ୍ଡି ରାସ୍ତାକୁ ଆସି ସାହାଯ୍ୟ ମାଗିଥିଲେ । ଏହା ଦେଖି ସ୍ଥାନୀୟ ଲୋକ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ସହ ପୋଲିସକୁ ଖବର ଦେଇଥିଲେ ।
ପୋଲିସ୍ ସୂଚନା ଅନୁସାରେ ମହିଳାଙ୍କ ଶରୀର ଉପରକୁ ଏସିଡ ଫିଙ୍ଗା ଯାଇଥିବାରୁ ତାଙ୍କ ଆଖି ସମେତ ଶରୀରର ଅଧା ଅଂଶ ଜଳି ଯାଇଛି । ଏମିତି କି ତାଙ୍କୁ ଜୋରଜବରଦସ୍ତି ଏସିଡ଼ ବି ପିଆଇ ଦିଆଯାଇଛି । ଫଳରେ ସେ ଠିକରେ କଥା ବି କହି ପାରୁନାହାନ୍ତି । ପୋଲିସ୍ ବୟାନ ରେକର୍ଡ ପାଇଁ ଯାଇଥିବା ବେଳେ ମହିଳା ଜଣକ ନିଜ ନାମ ଓ ଘର ଠିକଣା ଲେଖିକି ଦେଇଥିଲେ ।
ବର୍ତ୍ତମାନ ଉଭୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ପୀଡ଼ିତାଙ୍କ ବାପାଙ୍କ କହିବା ଅନୁସାରେ, ଝିଅ ବିବାହ ପୂର୍ବରୁ ଜଣେ ଯୁବକ ସହ ଘରୁ ପଳେଇ ଯାଇଥିଲା । ହେଲେ ଘର ଲୋକ ସେଠାରେ ବିବାହ ଦେବା ପାଇଁ ରାଜି ହୋଇନଥିଲେ । ପରେ ଦେବେନ୍ଦ୍ର ନାମକ ଜଣେ ଯୁବକଙ୍କ ସହ ଜୋରଜବରଦସ୍ତି ବିବାହ କରାଇ ଦେଇଥିଲେ । ହେଲେ ବିବାହ ପରେ ମଧ୍ୟ ମୁନି ଦେବୀ ପୁରୁଣା ପ୍ରେମିକ ସହ ସମ୍ପର୍କରେ ଥିଲେ । ଆଉ ଏସମ୍ପର୍କରେ ଜାଣିବା ପରେ ଅଭିଯୁକ୍ତ ବାପା ହିଁ ନିଜ ଝିଅର ଜୀବନ ନେଇଯିବାକୁ ଚେଷ୍ଟା କରିଛି ।
]]>ସୂଚନା ଅନୁସାରେ, ଗତ କିଛିବର୍ଷ ହେବ ଅଭିଯୁକ୍ତ ଯୁବତୀ ଡମରୁଧରଙ୍କ ସହ ରିଲେସନଶିପ୍ରେ ଥିଲେ। ଡମରୁଧର ମଧ୍ୟ ତାଙ୍କୁ ବିବାହ ପାଇଁ କଥା ଦେଇଥିଲେ। ହେଲେ ପରେ ସେ ପ୍ରେମିକାକୁ ଧୋକା ଦେଇ ଅନ୍ୟତ୍ର ବିବାହ ସ୍ଥିର କରିଥିଲେ। ଏନେଇ ଯୁବତୀ ଜଣକ ଜାଣିବା ପରେ ମରୁଧରଙ୍କୁ ଫୋନ୍ କରିଥିଲେ। ହେଲେ ସେ ତାଙ୍କ ଫୋନ୍ ଉଠାଇ ନଥିଲେ। ଏଥିରେ ଯୁବତୀ ଜଣକ ରାଗିଯାଇ ପ୍ରତିଶୋଧ ନେବାକୁ ନିଷ୍ପତ୍ତି ନେଇଥିଲେ। ଟିଭିରେ ‘କ୍ରାଇମ ପାଟ୍ରୋଲ’ ଦେଖିବା ବେଳେ ପ୍ରତିଶୋଧ ନେବାର ଏକ ଆଇଡିଆ ପାଇଥିଲେ ଯୁବତୀ। ଏହାପରେ ଏସିଡ୍ ଆକ୍ରମଣ ନେଇ ମନେ ମନେ ଭାବି ନେଇଥିଲେ ଓ ଏକ ଫାର୍ମରୁ ଏସିଡ୍ ଚୋରି କରିଥିଲେ।
ଯୋଜନା ମୁତାବକ, ଏପ୍ରିଲ ୧୯ରେ ଅଭିଯୁକ୍ତ ଯୁବତୀ ୱେଡିଂ ଭେନ୍ୟୁରେ ପହଞ୍ଚିଥିଲେ। କେହି ଯେମିତି ତାଙ୍କୁ ଚିହ୍ନି ନପାରିବେ ତେଣୁ ସେ ପୁରୁଷ ବେଶ ହୋଇଥିଲେ। ଏହାପରେ ଡମରୁଧରଙ୍କ ଉପରେ ଏସିଡ୍ ଫିଙ୍ଗି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ହେଲେ ପୋଲିସ୍ ଘଟଣାର ଛାନ୍ଭିନ୍ କରି ଯୁବତୀଙ୍କୁ ଧରିଥିଲେ। ସିସିଟିଭି କ୍ୟାମରା ଯାଞ୍ଚ ପରେ ସେ ଧରାପଡ଼ିଥିଲେ। ତଦନ୍ତ ପରେ ଜଣାପଡ଼ିଥିଲା, ଡମରୁଧରଙ୍କ ଉପରେ ଆକ୍ରମଣ କରିଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ବରଂ ତାଙ୍କର ଏକ୍ସ-ଗର୍ଲପ୍ରେଣ୍ଡ୍ ଥିଲେ।
]]>ତାମିଲନାଡ଼ୁର କୋଏମ୍ବାଟୁର କୋର୍ଟ ପରିସରରେ ଗୁରୁବାର ସକାଳେ ଏଭଳି କାଣ୍ଡ ଘଟିଛି । ଏକ ଚୋରି ମାମଲାରେ ଗୁରୁବାର ଡେଟ୍ ଥିବାରୁ ମହିଳା ଜଣକ କୋର୍ଟକୁ ଆସିଥିଲେ । ଏହା ଜାଣିବା ପରେ ତାଙ୍କ ସ୍ୱାମୀ କୋର୍ଟ ପରିସରରେ ପହଞ୍ଚିଥିଲେ । ଆଉ ସାଙ୍ଗରେ ଏକ ପାଣି ବୋତଲରେ ଏସିଡ୍ ଧରିଆସିଥିଲେ । ପତ୍ନୀଙ୍କୁ କୋର୍ଟ ପରିସରରେ ଦେଖି ଅତ୍ୟନ୍ତ ରାଜିଯାଇ ଏସିଡ୍ ମାଡ଼ କରିଥିଲେ । ସେଥିରେ ମହିଳାଙ୍କ ଶରୀରର ପ୍ରାୟ ୮୦ ଭାଗ ଜଳିଯାଇଥିଲା । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯିବା ସହ ଏସିଡ୍ ମାଡ଼ କରିଥିବା ସ୍ୱାମୀକୁ ଗିରଫ କରିଥିଲା ପୋଲିସ ।
ମହିଳା ଜଣକ ହେଉଛନ୍ତି ଏସ୍ କବିତା । ବୟସ ୩୫ । ତାଙ୍କ ସ୍ୱାମୀ ହେଉଛନ୍ତି ପି ଶିବ କୁମାର । ବୟସ ୪୦ । ସୁଲୁର କନ୍ନମାପାଲାୟମର ମହାଲକ୍ଷ୍ମୀ ନଗରରେ ସେମାନେ ରହୁଥିଲେ । ଶିବକୁମାର ଜଣେ ଟ୍ରକ ଡ୍ରାଇଭର । ଶିବକୁମାର ଏବଂ କବିତାଙ୍କର ଦୁଇଟି କନ୍ୟା ସନ୍ତାନ ରହିଛି । କବିତା ଜଣେ ଗୃହିଣୀ । ସେ ଘରେ ରହି ପିଲାମାନଙ୍କ କଥା ବୁଝନ୍ତି । କିନ୍ତୁ ପୋଲିସ ତାଙ୍କୁ ଏକ ଚୋରି ମାମଲାରେ ୨୦୧୬ରେ ଗିରଫ କରିଥିଲା । ବସ୍ରେ ଜଣେ ଯାତ୍ରୀଙ୍କଠାରୁ ୧୦ ଭରୀର ସୁନା ଅଳଙ୍କାର ଚୋରି କରିଥିଲେ । କୋର୍ଟରେ ଏନେଇ ମାମଲା ନେଇ କେସ୍ ଚାଲିଥିବାରୁ କବିତା ହାଜିରା ପାଇଁ ଆସିଥିଲେ ।
ପୋଲିସର କହିବାନୁଯାୟୀ, କବିତା ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲା । କିଛି ସପ୍ତାହ ହେବ ସେ ତାର ସ୍ୱାମୀ ଓ ପିଲାମାନଙ୍କୁ ଛାଡ଼ି ଫେରାର ଥିଲା । ସ୍ୱାମୀ ଓ ଝିଅ ତାଙ୍କୁ ଅନେକ ଖୋଜାଖୋଜି କରିଥିଲେ । କିନ୍ତୁ ପାଉନଥିଲେ । ହଠାତ୍ ଶିବକୁମାର ଜାଣିବାକୁ ପାଇଥିଲା ଯେ, କବିତା କୋର୍ଟକୁ ଆସିବାର ଅଛି । ଆଉ ରାଗ ସୁଝାଇବା ଏହି ସୁଯୋଗକୁ ହାତ ଛଡ଼ା କରିବାକୁ ଚାହିଁନଥିଲା ଶିବକୁମାର । କବିତା ଆସି କୋର୍ଟର ୱେଟିଂ ହଲ୍ରେ ବସିଥିଲେ । ସେଠାରେ ଶିବକୁମାର ପହଞ୍ଚି ତାଙ୍କୁ ଏସିଡ ମାଡ଼ କରିଥିଲା ।
କୋର୍ଟ ପରିସରରେ ଥିବା କିଛି ଓକିଲ ଶିବକୁମାରଙ୍କୁ କାବୁ କରିଥିଲେ । କିନ୍ତୁ ସେଠାରୁ ଖସିଆସିବାରେ ଶିବକୁମାର ସଫଳ ହୋଇଥିଲା । ପରେ ଜଣେ ମହିଳା ପୋଲିସ ତାକୁ ଗୋଡ଼ାଇ ଧରିଥିଲେ । ଏହି ସାହସିକତା ପାଇଁ ମହିଳା ପୋଲିସଙ୍କୁ ପୁରସ୍କୃତ କରାଯାଇଥିଲା ।
]]>ଏସିଡ୍ ମାଡରେ ଶରୀରର ୮୦ ପ୍ରତିଶତ ଜଳିଯାଇ ଗୁରୁତର ହୋଇପଡିଥିବା ବନିତାଙ୍କୁ ଏସସିବିର ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସା କରାଯାଉଥିଲା । ହେଲେ ରବିବାର ରାତିରେ ତାଙ୍କର ମୃତ୍ୟୁ ହୋଇଛି। ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ଆଖି ଆଗରେ ଝିଅକୁ ଜଳି ପୋଡି ପ୍ରାଣ ହରାଉଥିବା ଦେଖି କୋହ ସମ୍ଭାଳି ପାରୁନାହାଁନ୍ତି ବାପା ।
ବାଲେଶ୍ୱର ସହଦେବଖୁଣ୍ଟା ଭୀମପୁରା ଅଞ୍ଚଳର ବନିତାଙ୍କୁ ପ୍ରେମ ବିବାହ କରିଥିଲେ ଚନ୍ଦନ ରଣା । କିନ୍ତୁ ପରେ ବନିତା ଜାଣିପାରିଥିଲେ ଯେ, ଚନ୍ଦନ ଆଗରୁ ବାହା ହୋଇଛନ୍ତି ଓ ତାଙ୍କର ଦୁଇଟି ପିଲା ଅଛନ୍ତି । ଏହା ଜାଣିବା ପରେ ବାପଘରକୁ ପଳାଇ ଆସିଥିଲେ ବନିତା । ଘଟଣା ଦିନ ଭୀମପୁରା ଗାଁରେ ରହୁଥିବା ବଡ଼ ଭଉଣୀଙ୍କ ଘରେ ଥିଲେ ବନିତା ।
ସେଠାକୁ ଆସି ଚନ୍ଦନ, ବନିତାଙ୍କ ସହ ଯୁକ୍ତିତର୍କ କରିଥିଲେ । ଏହା ପରେ ହଠାତ ଉତକ୍ଷିପ୍ତ ହୋଇ ସେ ବନିତାଙ୍କ ଉପରକୁ ଏସିଡ ଫିଙ୍ଗି ଦେଇଥିଲା। ଏସିଡ୍ ମାଡରେ ଭଉଣୀ ବର୍ଷା ଓ ଦୁଇ ଛୁଆ ମଧ୍ୟ ଆହତ ହୋଇଥିଲେ । ବନିତା ଚିତ୍କାର କରୁଥିବା ବେଳେ ଘଟଣାସ୍ଥଳରୁ ଫେରାର ମାରିଥିଲେ ଅଭିଯୁକ୍ତ ଚନ୍ଦନ ଓ ତାର ସହଯୋଗୀ । ବନିତାଙ୍କ ମୃତ୍ୟୁ ହେବା ପରେ ଅଭିଯୁକ୍ତ ସ୍ୱାମୀ ଚନ୍ଦନକୁ ଫାଶି ଦେବାକୁ ଦାବି କରିଛନ୍ତି ପରିବାର ।
ଏବେ ପ୍ରଶ୍ନ ଉଠୁଛି କୁଆଡେ ଗଲା ମୁଖ୍ୟ ଅଭିଯୁକ୍ତ ଚନ୍ଦନ ରଣା ? ଘଟଣାକୁ ୬ ଦିନ ବିତିଯାଇଥିଲେ ବି କାହିଁକି ତା ପାଖରେ ପହଞ୍ଚିପାରିନି ପୋଲିସ ? ଏସ୍ପି କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଏବେ ରାଜ୍ୟ ବାହାରକୁ ଚାଲିଯାଇଛି । ଆନ୍ତଃରାଜ୍ୟ ପୋଲିସ ସହାୟତାରେ ଟିମ୍ ଗଠନ କରି ତାକୁ ଧରିବାକୁ ଉଦ୍ୟମ କରାଯାଉଛି।
NCRBର ରିପୋର୍ଟ କହୁଛି, ଦେଶରେ ୨୦୧୯ରେ ୧୫୦, ୨୦୨୦ରେ ୧୦୫ ଏବଂ ୨୦୨୧ରେ ୧୦୨ଟି ଏସିଡ୍ ଆକ୍ରମଣ ମାମଲା ରେକର୍ଡ ହୋଇଛି । ଗମ୍ଭୀର ସ୍ଥିତିକୁ ଦେଖି ‘ଏସିଡ’ ଆଟାକ୍ ମାମଲାରେ ତୁରନ୍ତ ନ୍ୟାୟ ଦେବାକୁ ୨୦୧୫ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ସେପଟେ ଏସିଡ୍ କିଣାବିକାକୁ ନେଇ ୨୦୧୩ରେ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଥିଲେ ସବୋର୍ଚ୍ଚ ଅଦାଲତା କହିଥିଲେ, ବିନା ଉପଯୁକ୍ତ କାଗଜପତ୍ରରେ ବିକ୍ରି ହେବନି ଏସିଡ୍ । ଏତେସବୁ ସତ୍ତ୍ୱେ ବି ଏସିଡ୍ ଆକ୍ରମଣ ଉପରେ ଲଗାମ ଲାଗିପାରୁନି ।
]]>ସୂଚନାଥାଉ କି, ଗତ ୨୦ ତାରିଖରେ ସ୍ୱାମୀ ଚନ୍ଦନ ରଣା ବନିତାଙ୍କ ଉପରେ ଏସିଡ୍ ଫିଙ୍ଗି ଦେଇଥିଲେ। ଅଭିଯୋଗ ଅନୁସାରେ, ବାଲେଶ୍ୱର ସହଦେବଖୁଣ୍ଟା ଅଞ୍ଚଳର ବନିତାଙ୍କୁ ଚନ୍ଦନ ପ୍ରେମ ବିବାହ କରିଥିଲେ। କିନ୍ତୁ ପରେ ବନିତା ଜାଣିପାରିଥିଲେ ଯେ, ଚନ୍ଦନ ପୂର୍ବରୁ ବାହା ହୋଇଛନ୍ତି ଓ ତାଙ୍କର ଦୁଇଟି ପିଲା ଅଛନ୍ତି। ଏହା ଜାଣିବା ପରେ ବନିତା ବାପ ଘରକୁ ପଳାଇ ଆସିଥିଲେ।
ଘଟଣା ଦିନ ଭୀମପୁରା ଗାଁରେ ରହୁଥିବା ବଡ଼ ଭଉଣୀଙ୍କ ଘରେ ବନିତା ଥିଲେ। ସେଠାକୁ ଆସି ଚନ୍ଦନ ବନିତାଙ୍କ ସହ ପ୍ରଥମେ ଯୁକ୍ତିତର୍କ କରିଥିଲେ। ଏହାପରେ ହଠାତ୍ ଉତ୍କ୍ଷିପ୍ତ ହୋଇ ସେ ବନିତାଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲେ। ଏଥିରେ ଗୁରୁତର ଆହତ ହୋଇଥିଲେ ବନିତା ।
ବନିତାଙ୍କ ଶରୀରର ପ୍ରାୟ ୮୦% ପୋଡ଼ି ଯାଇଥିଲା। ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ୍ରେ ତାଙ୍କର ଚିକିତ୍ସା ଚାଲିଥିଲା। ଦୁଃଖଦ ଘଟଣା ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଅନ୍ୟପକ୍ଷେ, ଏବେ ବି ଚନ୍ଦନ ପୋଲିସ ହାତରେ ଧରାପଡ଼ି ନଥିବା ବେଳେ ୨ ଜଣଙ୍କୁ ପୋଲିସ ଗିରଫ କରିଛି।
]]>ସମୟ ଦିନ ପ୍ରାୟ ସାଢେ ୧୧ଟା । ସ୍ଥାନୀୟ ଭୀମପୁରା ଗାଁର ଏକ ଭଡ଼ାଘରେ ରହୁଥିବା ବର୍ଷା ସିଂ ଘରକୁ ଆସିଥିଲେ ଅଭିଯୁକ୍ତ ଚନ୍ଦନ ରଣା ଓ ତାର ଜଣେ ସହଯୋଗୀ । ଏଇ ସମୟରେ ଘରେ ବର୍ଷା, ତାଙ୍କ ସାନ ଭଉଣୀ ବନିତା ଓ ଦୁଇ ପୁଅ-ଝିଅ ବି ଥିଲେ । କୁହାଯାଉଛି ଚନ୍ଦନ ଓ ବନିତାଙ୍କ ମଧ୍ୟରେ ହଠାତ ଯୁକ୍ତିତର୍କ ପରେ ତାଙ୍କ ଉପରେ ଅତର୍କିତ ଭାବେ ଏସିଡ୍ ମାଡ଼ କରିଥିଲା ଚନ୍ଦନ । ଭଉଣୀ ବର୍ଷା ଓ ଦୁଇ ଛୁଆଙ୍କ ଉପରେ ଏସିଡ୍ ବୁନ୍ଦା ଛିଟିକି ପଡ଼ିବାରୁ ସେମାନେ ମଧ୍ୟ ଆହତ ହୋଇଥିଲେ । ଏ ଘଟଣା ପରେ ୪ ଆହତ ଚିତ୍କାର କରୁଥିବା ବେଳେ ଘଟଣାସ୍ଥଳରୁ ଫେରାର ମାରିଥିଲେ ଅଭିଯୁକ୍ତ ଚନ୍ଦନ ଓ ତାର ସହଯୋଗୀ।
ବନିତାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଆଜିକୁ ଦେଢମାସ ତଳେ ବନିତାଙ୍କୁ ପ୍ରେମ ବିବାହ କରିଥିଲା ଚନ୍ଦନ । ଉଭୟ ପରିବାରର ସହମତିରେ ମନ୍ଦିରରେ ବିବାହ ହୋଇଥିଲା । କିନ୍ତୁ ଚନ୍ଦନ ପୂର୍ବରୁ ବିବାହିତ ଓ ତାର ଦୁଇଟି ଛୁଆ ଥିବା କଥା ଜାଣିବାକୁ ପାଇବା ପରେ ନିଜ ବାପଘରକୁ ଚାଲି ଆସିଥିଲେ ବନିତା। ବାପଘରକୁ ଆସିବା ପରେ ବନୀତା ସେହି ଭୀମପୁରା ଗାଁରେ ନିଜ ବଡ଼ ଭଉଣୀଙ୍କ ଘରେ ରହୁଥିଲେ । ଆଉ ଏପଟେ ବନୀତାଙ୍କ ଏ ପଦକ୍ଷେପ ପରେ ରାଗରେ ଜଳୁଥିଲା ଚନ୍ଦନ । ତେଣୁ ପ୍ରତିଶୋଧ ନେବାକୁ ଆଜି ପୂର୍ବ ପ୍ରସ୍ତୁତି କରି ଏସିଡ୍ ବୋତଲ ସହ ବନୀତାଙ୍କ ନିକଟକୁ ଆସିଥିବା କୁହାଯାଉଛି । ସହଦେବଖୁଣ୍ଟା ପୋଲିସ ଘଟଣାର ତଦନ୍ତ କରୁଛି ।
ଏସିଡ୍ ଆକ୍ରମଣ ପରେ ବନିତାଙ୍କ ଶରୀରର ପ୍ରାୟ ୭୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବା କହିଛନ୍ତି ତାଙ୍କୁ ଚିକିତ୍ସା କରିଥିବା ଡାକ୍ତର । ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱରରୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି ।
]]>ତେବେ ବାହାଘର ପରେ ସ୍ୱାମୀ ପୂର୍ବରୁ ବିବାହିତ ଥିବା ଜାଣି ମହିଳା ଜଣଙ୍କ ତାଙ୍କ ସହିତ ଆଉ ଯାଇନଥିଲେ । ଏପରିକି କଥା ଥାନା ଯାଏ ମଧ୍ୟ ଯାଇଥିଲା । ତେବେ ଆଜି ହଠାତ ମହିଳା ଜଣଙ୍କ ଘରକୁ ଆସିଥିଲେ। ଅଭିଯୁକ୍ତ ଚନ୍ଦନ କଥା କଟାକଟି ଭିତରେ ସାଂଗରେ ଆଣିଥିବା ଏସିଡ୍ ମହିଳାଙ୍କୁ ମାଡ଼ କରିଥିଲେ । ତାଙ୍କୁ ବଂଚାଇବାକୁ ଯାଇ ମହିଳାଙ୍କ ବଡ଼ ଭଉଣୀ ଓ ତାଙ୍କ ୨ ଛୁଆଙ୍କ ଉପରେ ବି ଏସିଡ୍ ପଡିଯାଇଥିଲା । ଏହାପରେ ଅଭିଯୁକ୍ତ ସ୍ୱାମୀ ଚନ୍ଦନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।
ଖବର ପାଇ ମହିଳାଙ୍କ ପରିବାର ଲୋକେ ପହଂଚି ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରିଥିଲେ । ଅଭିଯୁକ୍ତ ଚନ୍ଦନ ବର୍ତ୍ତମାନ ଫେରାର୍ ଥିବାବେଳେ ତାକୁ ଧରିବାକୁ ଚେଷ୍ଟା ଚଳାଇଛି ପୋଲିସ ।
]]>ଏଥିରୁ ଜଣାପଡ଼ୁଛୁ ଯେ, କିଭଳି ଭାବେ ଅତି ସହଜରେ ଅନ୍ଲାଇନ୍ ହେଉ କି ଦୋକାନରେ ଏସିଡ୍ ମିଳୁଛି ଓ ଲୋକମାନେ ମଧ୍ୟ ଏହାକୁ କିଣୁଛନ୍ତି। ସୁପ୍ରିମକୋର୍ଟଙ୍କ ବ୍ୟାନ୍ ସତ୍ତ୍ୱେ ମଧ୍ୟ ଅନ୍ଲାଇନ୍ କିମ୍ବା ଦୋକାନରେ ଏହା ବିକ୍ରି ହେଉଛି। ଅତି ସହଜରେ ଏସିଡ୍ ଉପଲ୍ଲବ୍ଧ ହେଉଥିବାରୁ ଏନେଇ ଦିଲ୍ଲୀ ମହିଳା କମିଶନ ଏନେଇ Flipkart ଓ Amazonକୁ ନୋଟିସ୍ କରିଛନ୍ତି।
ସୂଚନାଥାଉ କି, ବୁଧବାର ଦିନ ଦକ୍ଷିଣପଶ୍ଚିମ ଦିଲ୍ଲୀର ଦ୍ୱାରକାରେ ସ୍କୁଲ୍ ଯିବା ପାଇଁ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଛିଡ଼ା ହୋଇଥିଲେ। ଏହି ସମୟରେ ମୁଖା ପିନ୍ଧି ୨ ଜଣ ବ୍ୟକ୍ତି ବାଇକ୍ରେ ଆସି ଛାତ୍ରୀଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲେ। ଏହାପରେ ଛାତ୍ରୀଙ୍କୁ ଯନ୍ତ୍ରଣା ହେବାରୁ ସେଠାରୁ ସେ ପ୍ରାଣ ବିକଳରେ ଦୌଡ଼ି ପଳାଉଥିବା ଦେଖିବାକୁ ମିଳିଥିଲା। ସିସିଟିଭିରେ ଏହି ଦୃଶ୍ୟ କଏଦ ହୋଇଛି।
ଘଟଣାର ମାଷ୍ଟରମାଇଣ୍ଡ ସଚିନ ଆରୋରା(୨୦) ବୋଲି ଜଣାପଡ଼ିଛି। ଗତ ସେପ୍ଟେମ୍ବରରେ ସମ୍ପୃକ୍ତ ଛାତ୍ରୀଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ପ୍ରତିଶୋଧ ନେବା ପାଇଁ ସେ ହରଶିତ୍ ଅଗ୍ରୱାଲ୍(୧୯) ଓ ବୀରେନ୍ଦ୍ର ସିଂ(୨୨)ଙ୍କ ସହାୟତା ନେଇଥିଲେ। ଛାତ୍ରୀଙ୍କ ଉପରକୁ ସଚିନ ଓ ହରଶିତ୍ ଏସିଡ୍ ଫିଙ୍ଗି ଥିବାବେଳେ ବୀରେନ୍ଦ୍ର ସଚିନଙ୍କ ସ୍କୁଟର ଓ ମୋବାଇଳ୍ ଫୋନ୍ର ଲୋକେସନ୍ ବଦଳାଇଥିଲେ। ପୋଲିସ୍କୁ ଭୂଆଁ ବୁଲାଇବା ପାଇଁ ସେ ଏପରି କରିଥିଲେ। ଘଟଣାର ୧୨ ଘଣ୍ଟା ପରେ ପୋଲିସ୍ ସମସ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କୁ ପଚରାଉଚରେ ବେଳେ ଜଣାପଡ଼ିଥିଲା, ସେମାନେ ଅନ୍ଲାଇନ୍ରେ ଏସିଡ୍ ଅର୍ଡର କରିଥିଲେ। ସଚିନ୍ Flipkartରୁ ଏହାକୁ ଅର୍ଡର କରିବା ସହ e-walletରେ ପେମେଣ୍ଟ କରିଥିଲେ।
ସୂଚନାଥାଉ କି, ଦେଶରେ ଏସିଡ୍ ଆକ୍ରମଣ ମାମଲା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ୨୦୧୩ ମସିହାରେ ସୁପ୍ରିମକୋର୍ଟ କାଉଣ୍ଟରରେ ଏସିଡ୍ ବିକ୍ରି ଉପରେ ବ୍ୟାନ୍ ଲଗାଇଥିଲେ। ଲାଇସେନ୍ସ ନଥିବା ଦୋକାନୀ ଏହାକୁ ବିକ୍ରି କରିପାରିବେ ନାହିଁ ବୋଲି ମଧ୍ୟ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏପରିକି ଯେଉଁମାନେ ଏସିଡ୍ କିଣିବେ ସେମାନେ ଏହାର କାରଣ ଓ ପରିଚୟ ପ୍ରମାଣ ପତ୍ର ଦେବେ ବୋଲି ମଧ୍ୟ କୁହାଯାଇଛି।
ସୁପ୍ରିମକୋର୍ଟଙ୍କ ବ୍ୟାନ୍ ସତ୍ତ୍ୱେ କୌଣସି ଫ୍ୟାକ୍ଟ ଚେକ୍ ନହୋଇ ଖୁଲମଖୁଲା ମାର୍କେଟ୍, ଅନ୍ଲାଇନ୍ରେ ଏସିଡ୍ ବିକ୍ରି ହେଉଥିବା ଦେଖିବାକୁ ମିଳିଛି।
]]>ଆହତ ଅବସ୍ଥାରେ ପୀ଼ଡିତାଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦିଲ୍ଲୀ ପୋଲିସର ସୂଚନା ଅନୁଯାୟୀ ୧୭ ବର୍ଷୀୟ ଜଣେ ସ୍କୁଲ ଛାତ୍ରୀ ନିଜ ଭଉଣୀ ସହ ଦ୍ୱାରକାର ମୋହନ ଗାର୍ଡେନରେ ଛିଡା ହୋଇଥିଲେ । ଏହି ସମୟରେ ଦୁଇ ଜଣ ଯୁବକ ଏକ ବାଇକରେ ଆସି ତା ଉପରକୁ ଏସିଡା ଫୋପାଡି ଚମ୍ପଟ ମାରିଥିଲେ ।
दिल्ली में एसिड अटैक का मामला
— Rahul Sisodia (@Sisodia19Rahul) December 14, 2022
Acid Attack in #Delhi- a girl aged 17 years was allegedly attacked using some acid like substance by two persons on a bike around 7:30am this morning.#acidattack pic.twitter.com/F5sPjnllmg
ଦୁଇ ଜଣ ଯାକ ଦୁର୍ବୁତ୍ତ ସେମାନଙ୍କ ମୁହଁ ଢାଙ୍କି ଆସିଥିଲେ । ଜଣେ ଗାଡି ଚଳାଉଥିବାବେଳେ ପଛରେ ବସିଥିବା ଯୁବକ ଜଣକ ଛାତ୍ରୀଙ୍କ ଉପରକୁ ଏସିଡ ପକାଇଥିଲେ । ବାଇକରେ ନମ୍ବର ପ୍ଲେଟ ଲାଗିନଥିଲା । ପୀ଼ଡିତାଙ୍କ ଭଉଣୀ ଦୁଇ ଜଣଙ୍କ ଉପରେ ସନ୍ଦେହ କରିଛନ୍ତି । ଏହି ଦୁଇ ଜଣଙ୍କର ପୀଡିତାଙ୍କ ସହ ଆଗରୁ ପରିଚୟ ଥିଲା ବୋଲି ପୀଡିତାଙ୍କ ଭଉଣୀ କହିଛନ୍ତି ।
ଦିଲ୍ଲୀ ମହିଳା କମିଶନର ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ମଧ୍ୟ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦ୍ୱାରକା ମୋଡ଼ ପାଖରେ ଜଣେ ସ୍କୁଲ ଛାତ୍ରୀଙ୍କ ଉପରେ ଏସିଡ ଫିଙ୍ଗା ଯାଇଛି। ଆମ ଟିମ ପୀଡ଼ିତାଙ୍କ ସହଯୋଗ ପାଇଁ ହସ୍ପିଟାଲରେ ପହଞ୍ଚିଛି। ଝିଅକୁ ନ୍ୟାୟ ମିଳିବ। ଦିଲ୍ଲୀ ମହିଳା କମିଶନ ଦୀର୍ଘ ବର୍ଷ ହେଲାଣି ଏସିଡ୍ ବ୍ୟାନ କରିବାକୁ ଲଢ଼େଇ ଜାରି ରଖିଛି। କେବେ ସରକାର ନିଦରୁ ଉଠିବେ ବୋଲି ସେ ପ୍ରଶ୍ନ କରିଛନ୍ତି।
द्वारका मोड़ के पास एक स्कूली छात्रा पर तेज़ाब फेंका। हमारी टीम पीड़िता की मदद के लिए अस्पताल पहुँच रही है। बेटी को इंसाफ़ दिलाएँगे। दिल्ली महिला आयोग सालों से देश में तेज़ाब बैन करने की लड़ाई लड़ रहा है। कब जगेंगी सरकारें?
— Swati Maliwal (@SwatiJaiHind) December 14, 2022
]]>
ରୀନା ନୂଆପାଟଣାରେ ଏକା ରହୁଥିବା ବେଳେ ତାଙ୍କ ପରିବାର ସଦସ୍ୟ ଅନ୍ୟତ୍ର ରହୁଥିଲେ। ସବୁଦିନ ପରି ଆଜି ଭୋର ପ୍ରାୟ ୪ଟାରେ ରିନା ମର୍ଣ୍ଣିଂ ୱାକ୍ କରିବାକୁ ଘରୁ ବାହାରିଥିଲେ। ମାତ୍ର କିଛି ବାଟ ଯିବା ପରେ ହଠାତ୍ କେହି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଏସିଡ ମାଡ଼ କରିଥିଲେ।
ଏହାପରେ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିବା ବେଳେ ରିନାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଯାଇଥିଲେ। ତାଙ୍କୁ ପ୍ରଥମେ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ଏନେଇ ରୀନା କହିଛନ୍ତି, ମୁଁ ବଞ୍ଚିବି କି ନାହିଁ ଜାଣିନି। ମୋ ସ୍ୱାମୀ ଓ ଝିଅ ଜୀବନକୁ ପୁଲିସ୍ ସୁରକ୍ଷିତ ରଖୁ । ତେବେ ଆକ୍ରମଣ କିଏ ଓ କାହିଁକି କଲା ସେ ନେଇ ସେ କିଛି କହୁ ନାହାନ୍ତି। ଏହା ପଛରେ ପୂର୍ବ ଶତ୍ରୁତା ଅଛି ନା ଅନ୍ୟ କିଛି କାରଣରୁ ଏପରି କାଣ୍ଡ ଘଟିଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍।
]]>ନା ଭୁଲି ହେଉଛି ସେଦିନର ସେହି ଆତଙ୍କର ମୁହୁର୍ତ୍ତ, ନା ଭୁଲାଇ ଦେଉଛି ୧୩ ବର୍ଷ ତଳର ତରଳ ନିଆଁର ପ୍ରକୋପ । ଆଜି ବି ଯନ୍ତ୍ରଣାରେ ଜଡ଼ସଡ଼ ଶରୀର । ଏଭଳି ଯନ୍ତ୍ରଣାଦାୟକ କାହାଣୀ ଭିତରେ ସେହି ଜହ୍ଲାଦଙ୍କ ବିରୋଧରେ ରାୟ ଆସିଛି । ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ୍ ଆକ୍ରମଣ ମାମଲାରେ ସଜା ଶୁଣାଇଛନ୍ତି ଜଗତସିଂହପୁର ଜିଲ୍ଲା ଆସିଷ୍ଟାଣ୍ଡ ସେସନ୍ସ ଜଜ୍ହ୍କ ଓମେନ୍ସ କୋର୍ଟ । ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ତାର ସହଯୋଗୀ ଅନୀଲ ଦଳସିଂହରାୟକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ଆଦେଶ ଦେଇଛନ୍ତି ଜଜ୍ । ତାସହ ଉଭୟଙ୍କୁ ୧୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।
ସେହି ଦୁଇ ଦୁର୍ଦ୍ଦାନ୍ତଙ୍କ ବିରୋଧରେ ଏଭଳି ରାୟ ଆସିଛି । ହେଲେ କୋର୍ଟଙ୍କ ରାୟକୁ ପ୍ରମୋଦିନୀ ସମ୍ମାନ ଜଣାଇଛନ୍ତି । କିନ୍ତୁ ୨୦୦୯ରୁ ସେ ଯେଉଁ ସଜା ଭୋଗୁଛନ୍ତି, ସେହି ସଜାଠୁ ଏହା କିଛି ବି ନୁହଁ ବୋଲି କହିଛନ୍ତି ପ୍ରମୋଦିନୀ । କାରଣ ଘଟଣା ପରଠୁ ପ୍ରତିଟି ମୁହୁର୍ତ୍ତରେ ସେ ଯନ୍ତ୍ରଣା ପାଉଛନ୍ତି ଏବଂ ସାରା ପରିବାର ମଧ୍ୟ ଏନେଇ ଦଣ୍ତ ଭୋଗୁଛନ୍ତି । ଏଭଳି ଦୋଷୀଙ୍କୁ ଆଜୀବନ ସଜ୍ଜା ହେବା ଉଚିତ୍ ବୋଲି ପ୍ରମୋଦିନୀ କହିବା ସହ ଅଭିଯୁକ୍ତଙ୍କୁ ଯେଭଳି ଅଧିକ ଦଣ୍ଡବିଧାନ ହୋଇପାରିବ, ସେଥିପାଇଁ ସେ ଉପର କୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି ।
୨୦୦୯, ଅପ୍ରେଲ ୧୮ ତାରିଖ ତିର୍ତ୍ତୋଲ କନକପୁର ଗାଁର ପ୍ରମୋଦିନି ଭାଇ ସହିତ କଲେଜରୁ ଘରକୁ ଫେରୁଥିଲେ । ଏହି ସମୟରେ ଏକତରଫା ପ୍ରେମରେ ବିଫଳ ହୋଇଥିବା ସେନାରେ ଚାକିରୀ କରୁଥିବା ସନ୍ତୋଷ ବେଦାନ୍ତ, ପ୍ରମୋଦିନୀଙ୍କ ଉପରକୁ ଏସିଡ୍ ଫିଙ୍ଗିଥିଲା । ଚାହୁଁ ଚାହୁଁ ତରଳ ନିଆଁରେ ପ୍ରମୋଦିନୀଙ୍କ ମୁଣ୍ଡରୁ ଛାତି ଯାଏଁ ସବୁ ତରଳି ଯାଇଥିଲା । ଶରୀରର ଉପରଭାଗ ଭାଗ କ୍ଷତିଗ୍ରସ୍ତ ହୋଇଥିଲା । କ୍ରମେ ଆଖି ୨ଟି ବି ନଷ୍ଟ ହୋଇଯାଇଥିଲା । ୯ ମାସ ଧରି ପ୍ରମୋଦିନି ଏସସିବି ମେଡିକାଲ୍ରେ ଜୀବନ-ମରଣ ସହ ସଂଘର୍ଷ କରିଥିଲେ ।
୫ ବର୍ଷ ଧରି ଉଠିବସି ପାରୁନଥିଲେ ପ୍ରମୋଦିନୀ । ତେବେ ୨୦୧୪ରେ ଚାଲିବାକୁ ସକ୍ଷମ ହୋଇଥିଲେ । ଘଟଣା ସମ୍ପର୍କରେ ପ୍ରମୋଦିନୀଙ୍କ ମା ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ । କିନ୍ତୁ ଘଟଣାର ସେଭଳି କୌଣସି କ୍ଲୁ ମିଳୁନଥିବା ଦର୍ଶାଇ ୨୦୧୨ରେ ଏକପ୍ରକାର ସୁପ୍ତ ହୋଇଯାଇଥିଲା ଏହି ମାମଲା । ତାହାରି ଭିତରେ ଓଟିଭିର ଅନ୍ୟତମ ଲୋକପ୍ରିୟ କାର୍ଯ୍ୟକ୍ରମ ଆଶାର ଆଲୋକକୁ ଆସିଥିଲେ ପ୍ରମୋଦିନି ।
୨୦୧୭, ମାର୍ଚ୍ଚରେ ଆଶାର ଆଲୋକର ଏକ ଏପିସୋଡ୍ରେ ନିଜ ଯନ୍ତ୍ରଣାଦାୟକ କାହାଣୀ ବଖାଣିଥିଲେ ପ୍ରମୋଦିନୀ । ତାପରଠୁ ସକ୍ରିୟ ହୋଇଥିଲେ ସମସ୍ତେ । ୨୦୧୭, ସେପ୍ଟେମ୍ବରରେ ପ୍ରମୋଦିନିଙ୍କ ଅନୁରୋଧ କ୍ରମେ ତତ୍କାଳୀନ ଏସ୍ପି ଜୟନାରାୟଣ ପଙ୍କଜଙ୍କ ନିର୍ଦ୍ଦେଶରେ କେସ୍ ରିଓପନ କରିଥିଲା ପୋଲିସ । ଆଉ ପ୍ରମୋଦିନୀଙ୍କ ଦୃଢ ସାହସ ଓ ସହଯୋଗ ବଳରେ ୨୦୧୭, ନଭେମ୍ବର ୨୫ରେ ଫେରାରଥିବା ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଓ ତାସହଯୋଗୀକୁ ଧରି ପୋଲିସ କୋର୍ଟଚାଲାଣ କରିଥିଲା ।
୨୦୧୭ରୁ ୨୦୨୨, ଇତିମଧ୍ୟରେ ୨ ଆସାମୀଙ୍କ ଜେଲ୍ ରହଣୀକୁ ପ୍ରାୟ ୫ ବର୍ଷ ହୋଇଯାଇଛି । ଯଦି ପ୍ରମୋଦିନୀ ଉପରକୋର୍ଟକୁ ଯାଆନ୍ତି, ତାହେଲେ ଏହି ଏମାନଙ୍କ ବିରୋଧରେ କି ଆଭିମୁଖ୍ୟ ଗ୍ରହଣ କରିବେ ଉପରକୋର୍ଟ, ତାଉପରେ ରହିଛି ନଜର ।
ରିପୋର୍ଟର- ଶେଖର ପଣ୍ଡା ଏବଂ ଆଲୋକ ମହାନ୍ତି
]]>୨୦୦୯ ମସିହା ବହୁଚର୍ଚ୍ଚିତ ପ୍ରମୋଦିନୀ ରାଉଳ ଏସିଡ ଫିଙ୍ଗା ମାମଲାରେ ଜଗତସିଂହପୁର ASJ ମହିଳା କୋର୍ଟ ୨ ଦୋଷୀଙ୍କୁ ୧୪ ବର୍ଷ ଲେଖାଏ ଜେଲ୍ ଦଣ୍ଡାଦେଶ ରାୟ ଶୁଣାଇଛନ୍ତି। କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ପ୍ରମୋଦିନୀ କହିଛନ୍ତି, ‘ସେମାନଙ୍କୁ ଆହୁରି କଠୋର ସଜା ମିଳୁ ବୋଲି ଆବେଦନ କରିବୁ। ନା ମୁଁ ଫାଶୀ ଚାହୁଁଛି ନା ଆଉ କିଛି, ମୁଁ ଚାହୁଁଛି ଦୋଷୀ ଆଜୀବନ ଜେଲ୍ରେ ରୁହନ୍ତୁ।’
୨୦୦୯ ଏପ୍ରିଲ ୧୮ ତାରିଖ ଦିନ ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗାଁର ପ୍ରମୋଦିନୀଙ୍କ ଉପରେ ଏସିଡ୍ ଆକ୍ରମଣ ହୋଇଥିଲା। ସନ୍ତୋଷ କୁମାର ବେଦାନ୍ତ ନାମକ ଜଣେ ବ୍ୟକ୍ତି ଏହି ଏସିଡ୍ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏସିଡ ମାଡ଼ରେ ପ୍ରମୋଦିନୀଙ୍କ ଶରୀରର ୮୦ ଭାଗ ପୋଡି ଯାଇଥିଲା। ଆଖି ଦୁଇଟି ମଧ୍ୟ ନଷ୍ଟ ହୋଇ ଯାଇଥିଲା। ପ୍ରାୟ ୯ ମାସ ଧରି ପ୍ରମୋଦିନୀ ଏସସିବି ମେଡିକାଲର ଆଇସିୟୁରେ ରହିଥିଲେ।
୫ ବର୍ଷ ବେଡ଼ରେ ପଡିବା ପରେ ୨୦୧୪ ରେ ଚାଲିବାକୁ ସକ୍ଷମ ହୋଇଥିଲେ। ୨୦୧୭ ନଭେମ୍ବର ୨୫ ତାରିଖରେ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଏବଂ ତାର ସହଯୋଗୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପ୍ରମୋଦିନୀ ଏବେ ଦିଲ୍ଲୀର ଏକ ଏନଜିଓରେ କାମ କରୁଥିବା ବେଳେ ଷ୍ଟପ ଏସିଡ ଆଟାକ ନାମରେ ଏକ ସଂଗଠନ ଖୋଲି ଓଡ଼ିଶାରେ ଏସିଡ ପୀଡିତଙ୍କୁ ନ୍ୟାୟ ପ୍ରଦାନ ପାଇଁ ମଧ୍ୟ କାମ କରୁଛନ୍ତି।
]]>୨୦୦୯ ଏପ୍ରିଲ ୧୮ ତାରିଖ ସାରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ଗାଁର ପ୍ରମୋଦିନୀଙ୍କ ଉପରେ ଏସିଡ୍ ଆକ୍ରମଣ ହୋଇଥିଲା। ସନ୍ତୋଷ କୁମାର ବେଦାନ୍ତ ନାମକ ଜଣେ ବ୍ୟକ୍ତି ଏହି ଏସିଡ୍ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏସିଡ ମାଡ଼ରେ ପ୍ରମୋଦିନୀଙ୍କ ଶରୀରର ୮୦ ଭାଗ ପୋଡି ଯାଇଥିଲା। ଆଖି ଦୁଇଟି ମଧ୍ୟ ନଷ୍ଟ ହୋଇ ଯାଇଥିଲା। ପ୍ରାୟ ୯ ମାସ ଧରି ପ୍ରମୋଦିନି ଏସସିବି ମେଡିକାଲର ଆଇସିୟୁରେ ରହିଥିଲେ।
୫ ବର୍ଷ ବେଡ଼ରେ ପଡିବା ପରେ ୨୦୧୪ ରେ ଚାଲିବାକୁ ସକ୍ଷମ ହୋଇଥିଲେ। ୨୦୧୭ ନଭେମ୍ବର ୨୫ ତାରିଖରେ ଅଭିଯୁକ୍ତ ସନ୍ତୋଷ ବେଦାନ୍ତ ଏବଂ ତାର ସହଯୋଗୀକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପ୍ରମୋଦିନୀ ଏବେ ଦିଲ୍ଲୀର ଏକ ଏନଜିଓରେ କାମ କରୁଥିବା ବେଳେ ଷ୍ଟପ ଏସିଡ ଆଟାକ ନାମରେ ଏକ ସଂଗଠନ ଖୋଲି ଓଡ଼ିଶାରେ ଏସିଡ ପୀଡିତଙ୍କୁ ନ୍ୟାୟ ପ୍ରଦାନ ପାଇଁ ମଧ୍ୟ କାମ କରୁଛନ୍ତି।
]]>ସୂଚନା ଅନୁସାରେ, ସିଲନ୍ଦୀ ଗାଁର ପାର୍ଥସାରଥୀ ଜେନା ନାମକ ଜଣେ ଯୁବକ ଗତକାଲି ରାତିରେ ତାଙ୍କ ବାପାଙ୍କ ପାଇଁ ଔଷଧ ଆଣିବାକୁ ଛେନାପଦୀ ମାର୍କେଟକୁ ଯାଉଥିଲେ । ବାଟରେ କେତେକ ବ୍ୟକ୍ତି ସେହି ସମୟରେ ତାଙ୍କୁ କୌଶଳ କ୍ରମେ ଏକ ସ୍ଥାନକୁ ନେଇ ହଠାତ ପାର୍ଥସାରଥୀଙ୍କ ଉପରକୁ ଏସିଡ ମାଡ଼ କରିଥିଲେ ।
ଜୀବନ ବିକଳରେ ଦୌଡ଼ି ସେ ଏକ ସ୍ଥାନରେ ଲୁଚି ନିଜ ପରିବାର ଓ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ଯାହା ପରେ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସରେ ଭଦ୍ରକ ଡାକ୍ତରଖାନା ଅଣାଯାଇଥିଲା । ଏସିଡ ମାଡ଼ରେ ସେ ଗୁରୁତର ହୋଇପଡିଥିଲେ । ବିଳମ୍ବିତ ରାତ୍ରିରେ ତାଙ୍କୁ ଭଦ୍ରକରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।
]]>ସୂଚନା ଅନୁସାରେ, ନୂଆପଡା ୱାର୍ଡ ୧୧ର ମନୋଜ ସୋନି ଓ ପବନ ସୋନି ଝଗଡା ହେଉଥିବା ବେଳେ ବଡ଼ ଭାଇ ପବନ ରାଗିଯାଇ ସାନ ଭାଇ ମନୋଜଙ୍କ ଉପରକୁ ଏସିଡ ମାଡ଼ କରିଥିଲେ। ଏହି ଝଗଡା ଦେଖି ୩ ଜଣ ପଡୋଶୀ ସମାଧାନ କରିବା ପାଇଁ ଆସିଥିଲେ। ହେଲେ ଏହି ସମୟରେ ସେମାନଙ୍କ ଉପରକୁ ମଧ୍ୟ ପବନ ଏସିଡ୍ ମାଡ଼ କରିଥିବା ଅଭିଯୋଗ ହୋଇଛି।
ଏସିଡ୍ ମାଡରେ ଗୁରୁତର ହୋଇଥିବା ବ୍ୟକ୍ତିମାନେ ହେଲେ-ମନୋଜ ସୋନି,ଗୀତା ଦେବୀ, ଗୁଣ୍ଡୁ ଭୋଇ ଓ ପିଙ୍କୁ ଶର୍ମା। ସେମାନଙ୍କୁ ବରଗଡ ଟାଉନ ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
]]>ନିମାପଡ଼ା ଅଞ୍ଚଳର ପାପୁନି ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲା। ଦୀର୍ଘ ଦିନର ପ୍ରେମ ସମ୍ପର୍କ ପରେ ବିବାହର ରୂପ ନେଇଥିଲା। ଉଭୟ ନୋଟାରୀରେ ବିବାହ କରିଥିଲେ। ବିବାହ ପରେ ଯୁବତୀଙ୍କୁ ନିଜ ଘରକୁ ନେଉନଥିଲା ପାପୁନି। ଶାଶୂ ଘରକୁ ଯିବା ପାଇଁ ଚାହିଁଲେ ତାଙ୍କୁ ବିଭିନ୍ନ ବାହାନା କରି ପାପୁନି ଅଟକାଇ ଦେଉଥିଲା। ଯାହାକୁ ନେଇ ଅନେକ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ଚିନ୍ତିତ ଥିଲେ ପାପୁନି।
ଯେଉଁଥିପାଇଁ ପ୍ରେମିକାକୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରିଥିଲା ପାପୁନି। ଗତ ୧୧ ତାରିଖରେ ଧଉଳି ବୁଲାଇବା ବାହାନାରେ ପ୍ରେମିକାକୁ ପାପୁନି ଡାକିଥିଲା। ଉଭୟେ ସ୍ୱାମୀ-ସ୍ତ୍ରୀ ଧଉଳି ଆଖାପାଖ ଅଞ୍ଚଳ ବୁଲିଥିଲେ। ଅପରାହ୍ନରେ ଶାନ୍ତିସ୍ତୁପ ନିକଟରେ ଯୁବତୀଙ୍କ ଉପରେ ସାଙ୍ଗରେ ଆଣିଥିବା ଏସିଡ୍ ଫିଙ୍ଗି ଦେଇଥିଲା ପାପୁନି। ଏହା ପରେ ସେଠାରୁ ସେ ଚମ୍ପଟ ମାରିଥିଲା।
ସେପଟେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି। ଏସିଡ ମାଡ଼ ନେଇ ଧଉଳି ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ୩୨୬(A)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ହେଲେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରିନଥିଲା। ସେପଟେ ପାପୁନି ଏସିଡ୍ ମାଡ଼ କରି ଗୁଜରାଟ୍ ପଳାଇଥିଲା। ସେଠାରେ ବିଭିନ୍ନ ସ୍ଥାନରେ କାମ କରୁଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ ଗୁଜରାଟ ଯାଇ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି।
]]>ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସମ୍ପୃକ୍ତ ଯୁବତୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣ ପାଇଁ ଯୁବକ ଜଣକ ଏସିଡ୍ ମାଡ଼ କରିଛନ୍ତି, ତାହା ଜଣାପଡ଼ିନାହିଁ। ୨୦୨୦ ମସିହାରେ ଉଭୟେ କୋର୍ଟ ମ୍ୟାରେଜ କରିଥିଲେ ବୋଲି ପୋଲିସ ସୂଚନା ଦେଇଛି।
ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ଯୁବତୀ ଓ ଯୁବକ ଜଣକ ଧଉଳି ସ୍ତୁପ ବୁଲିବାକୁ ଯାଇଥିଲେ। ସେଠାରେ କୌଣସି କାରଣରୁ ବଚସା ପରେ ଯୁବକ ଜଣଙ୍କ ଯୁବତୀଙ୍କ ଉପରକୁ ଏସିଡ୍ ଫିଙ୍ଗିଥିବା ଜଣାପଡ଼ିଛି। ଘଟଣା ପରେ ଯୁବକ ଜଣଙ୍କୁ କେଉଁଆଡ଼େ ଫେରାର ହୋଇଯାଇଛନ୍ତି।
]]>