ପାଣି ଦେବା, ଛାଉଣୀ କରିବା ଭଳି ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ରୋଗୀମାନେ କିଭଳି ହସ୍ପିଟାଲ ଭିତରେ ବେଡ୍ ପାଇବେ ସେ ନେଇ ମନ୍ତ୍ରୀ କିଛି କହି ନାହାନ୍ତି।
କଟକ ଆଚାର୍ଯ୍ୟ ହରିହର କର୍କଟ ରୋଗ କେନ୍ଦ୍ର ଆଗରେ ଡହ ଡହ ଖରାରେ ସିଝୁଛନ୍ତି ରୋଗୀ ଓ ସଂପର୍କୀୟ। ଯେଉଁମାନଙ୍କ ଦୁର୍ଦ୍ଦଶାକୁ ଲୋକଲୋଚନକୁ ଆଣିବାକୁ ଉଦ୍ୟମ ଚାଲିଛି। ହେଲେ ବିଡ଼ମ୍ବନା ସବୁ ଦେଖି ଯେମିତି ଚାହିଁ ଜଳକା ସାଜିଛି ଆମ ବ୍ୟବସ୍ଥା। ଏନେଇ ଖବର ପ୍ରସାରଣ ପରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଏକ ଟିମ୍ ଘଟଣାସ୍ଥଳ ଆସି ବୁଲି ଦେଖିଥିଲେ ମଧ୍ୟ ହସ୍ପିଟାଲ୍ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଭେଟି ନପାରି ଉଦ୍ବେଗ ପ୍ରକାଶ କରିଥିଲେ।
]]>