ନିକଟରେ ମଧ୍ୟ ଖବର ଆସିଥିଲା ଯେ ଐଶ୍ୱର୍ଯ୍ୟା ସ୍ୱାମୀ ଅଭିଷେକଙ୍କ ଘର ଛାଡି ତାଙ୍କ ମାଆଙ୍କ ନିକଟକୁ ଚାଲି ଯାଇଛନ୍ତି। ଏହି ଖବର ଐଶ୍ୱର୍ଯ୍ୟା-ଅଭିଷେକଙ୍କ ପ୍ରଶଂସକଙ୍କୁ ନିରାଶ କରିଛି। କିନ୍ତୁ, ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ବଚ୍ଚନ ପରିବାରର ପ୍ରଶଂସକମାନଙ୍କ ଖୁସିର ସୀମା ନାହିଁ।
ଶୁକ୍ରବାର ଦିନ ସମଗ୍ର ବଚ୍ଚନ ପରିବାରକୁ ଏକାଠି ଦେଖିବାକୁ ମିଳିଥିଲା। ପୂର୍ବରୁ ଅଗସ୍ତ୍ୟ ନନ୍ଦାଙ୍କ ଡେବ୍ୟୁ ଫିଲ୍ମ 'ଦି ଆର୍ଚିଜ୍'ର ପ୍ରିମିୟର୍ରେ ପୂରା ବଚ୍ଚନ ପରିବାର ଏକାଠି ନଜର ଆସିଥିଲେ ଏବଂ ବର୍ତ୍ତମାନ ସମସ୍ତେ ଆରାଧ୍ୟା ବଚ୍ଚନଙ୍କ ବିଦ୍ୟାଳୟର ବାର୍ଷିକ କାର୍ଯ୍ୟକ୍ରମରେ ଏକାଠି ନଜର ଆସିଛନ୍ତି।
ଏହି ଇଭେଣ୍ଟର ଭିଡିଓ ସାମ୍ନାକୁ ଆସିଛି। ସେଥିମଧ୍ୟରୁ ଗୋଟିଏ ମଧ୍ୟ ଆରାଧ୍ୟାଙ୍କ ପ୍ରଦର୍ଶନ ଥିଲା। ଏହି ଭିଡିଓ ଦେଖିବା ପରେ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ପ୍ରଶଂସକଙ୍କ ପାଖରେ କେବଳ ଗୋଟିଏ କଥା – “ଆରାଧ୍ୟା ଜଣେ ମହାନ ଅଭିନେତ୍ରୀ ହେବେ।” ଏହି ଭିଡିଓରେ ଆରାଧ୍ୟା ଏକ ସ୍କିଟ୍ରେ ଅଭିନୟ କରୁଥିବା ଦେଖିବାକୁ ମିଳେ। ଏହା ଦେଖିବା ପରେ ପ୍ରଶଂସକମାନେ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ପ୍ରିୟ ଝିଅକୁ ନେଇ ବହୁତ ଖୁସି ଅଛନ୍ତି।
ଅନେକ ବ୍ୟକ୍ତି ଆରାଧ୍ୟାଙ୍କୁ ଶାହରୁଖ ଖାନଙ୍କ ଝିଅ ସୁହାନା ଏବଂ ଶ୍ରୀଦେବୀଙ୍କ ଝିଅ ଖୁସି କପୁରଙ୍କ ସହ ତୁଳନା କରିଛନ୍ତି, ଯେଉଁମାନେ ନିକଟରେ ‘ଦି ଆର୍ଚିଜ୍’ ସହିତ ଡେବ୍ୟୁ କରିଛନ୍ତି। ଲୋକମାନେ କହିଛନ୍ତି ଯେ ସୁହାନା ଖାନ ଏବଂ ଖୁସି କପୁରଙ୍କ ଅପେକ୍ଷା ଆରାଧ୍ୟା ଜଣେ ଭଲ ଅଭିନେତ୍ରୀ ହେବେ।
ପ୍ରଶଂସକମାନେ ଆରାଧ୍ୟାଙ୍କ ସଂଳାପ ଷ୍ଟାଇଲ୍କୁ ଖୁବ ପସନ୍ଦ କରିଛନ୍ତି। ପ୍ରତିକ୍ରିୟା ଦେଇ ଅନେକ ବ୍ୟକ୍ତି ଷ୍ଟାର୍ କିଡ୍ଙ୍କୁ ପ୍ରଶଂସା କରିଛନ୍ତି ଏବଂ କହିଛନ୍ତି ଯେ ବଡ ହୋଇ ସେ ଜଣେ ମହାନ ଅଭିନେତ୍ରୀ ହେବେ। ଲୋକମାନେ କହିଛନ୍ତି ଯେ ଆରାଧ୍ୟାଙ୍କ ଅଭିବ୍ୟକ୍ତି ଠାରୁ ଆରମ୍ଭ କରି ତାଙ୍କ ସଂଳାପ ଷ୍ଟାଇଲ୍ ପର୍ଯ୍ୟନ୍ତ ସବୁକିଛି ପ୍ରମାଣିତ କରୁଛି ଯେ ସେ ବଚ୍ଚନ ପରିବାରର ଏବଂ ସେ ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଝିଅ।
ନାଟକରେ ତାଙ୍କ ଚରିତ୍ର ପ୍ରଶଂସକମାନଙ୍କୁ 'ମେଲ୍ଫିଶିଏଣ୍ଟ'ରେ ଐଶ୍ୱର୍ଯ୍ୟାଙ୍କ ସ୍ୱରକୁ ମନେପକାଇ ଦେଇଛି। ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ଲେଖିଛନ୍ତି – “ଶେଷରେ ଆରାଧ୍ୟାଙ୍କ କପାଳ ଦେଖିବାକୁ ମିଳିଲା।”
ଏହି ଇଭେଣ୍ଟରୁ ଆସିଥିବା ଭିଡିଓରେ ଆଉ ଏକ ବିଷୟକୁ ନେଇ ଖୁବ ଚର୍ଚ୍ଚା ହେଉଛି, ତାହା ହେଲା ଆରାଧ୍ୟା ବଚ୍ଚନଙ୍କ କପାଳ। ଏହି ନାଟକରେ ଆରାଧ୍ୟା ତାଙ୍କ ଚୁଟିକୁ ଆଗକୁ ନ ପକେଇ ଉପରକୁ ଟେକି ବାନ୍ଧିଥିଲେ। ଯେଉଁଥିପାଇଁ ତାଙ୍କ କପାଳ ସ୍ପଷ୍ଟ ଦେଖାଯାଉଥିଲା। ଅନ୍ୟ ସମୟରେ ତାଙ୍କ ଚୁଟି ସବୁବେଳେ କପାଳ ଉପରକୁ ପଡିଥାଏ।
]]>ଏହାରି ଭିତରେ ଏକ ରିପୋର୍ଟ ଆସିଛି ଯେ, ଐଶ୍ୱର୍ଯ୍ୟା ରାୟ ଏବେ ଅଭିଷେକ ବଚ୍ଚନଙ୍କ ବଙ୍ଗଳା ଅର୍ଥାତ୍ 'ଜଲସା' ଛାଡିଛନ୍ତି। ଏହି ରିପୋର୍ଟ ଆସିବା ପରେ ମାତ୍ରେ ଇଣ୍ଟରନେଟ୍ ଦୁନିଆରେ ଆଲୋଡ଼ନ ସୃଷ୍ଟି ହୋଇଯାଇଛି। ପ୍ରକାଶଥାଉ ଯେ ବଲିଉଡର 'ମେଗାଷ୍ଟାର' ଅମିତାଭ ବଚ୍ଚନଙ୍କ ପୁଅ ଅଭିଷେକ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏପ୍ରିଲ ୨୦୦୭ରେ ବିବାହ କରିଥିଲେ।
ଗଣମାଧ୍ୟମ ତଥା ସୋସିଆଲ ମିଡିଆରେ ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟଙ୍କ ଛାଡପତ୍ର ହେବାର ଖବର ମଧ୍ୟ ରହିଛି। ବର୍ତ୍ତମାନ ଏକ ଖବର ଆସିଛି ଯେ ଉଭୟ କେବଳ ଝିଅ ଆରାଧ୍ୟାଙ୍କ କାରଣରୁ ଏକାଠି ରହୁଥିଲେ। ଏହି ଖବରରେ ଏହା ମଧ୍ୟ କୁହାଯାଇଛି ଯେ ଗତ କିଛି ବର୍ଷ ହେଲା ଉଭୟ ନିଜ ସମ୍ପର୍କକୁ ନେଇ ସଂଘର୍ଷ କରିଆସୁଥିଲେ। ପରିସ୍ଥିତି ବର୍ତ୍ତମାନ ଏକ ଗୁରୁତର ସ୍ତରରେ ପହଞ୍ଚିଛି।
ଏହି ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ଗତ କିଛି ବର୍ଷ ଧରି ଐଶ୍ୱର୍ଯ୍ୟା ରାୟ ଏବଂ ତାଙ୍କ ଶାଶୁ ଜୟା ବଚ୍ଚନଙ୍କ ମଧ୍ୟରେ କୌଣସି କଥାବାର୍ତ୍ତା ନାହିଁ, ଏପରିକି ଦୁହେଁ ପରସ୍ପରଙ୍କ ଉପସ୍ଥିତିକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। ଯେଉଁଠାରେ ଅଭିଷେକ ବଚ୍ଚନ ଶାଶୁ ଏବଂ ବୋହୂ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧରେ ଫସି ଯାଇଛନ୍ତି।
ରିପୋର୍ଟରେ କୁହାଯାଇଛି ଯେ ଅଭିଷେକ ବଚ୍ଚନ ତାଙ୍କ ବାପାମାଆଙ୍କ ପ୍ରତି ବିଶ୍ୱସ୍ତତା ଏବଂ ତାଙ୍କ ପତ୍ନୀ ଏବଂ ଝିଅ ପ୍ରତି ଥିବା କର୍ତ୍ତବ୍ୟ ମଧ୍ୟରେ ଠିଆହୋଇଛନ୍ତି। ଏହାର ଗୋଟିଏ କାରଣ ମଧ୍ୟ କୁହାଯାଏ ଯେ ଅମିତାଭ ବଚ୍ଚନ ତାଙ୍କ ବଙ୍ଗଳା 'ଜଲସା'କୁ ତାଙ୍କ ଝିଅ ଶ୍ୱେତାଙ୍କୁ ଦେଇଦେଇଛନ୍ତି।
ऐश्वर्या राय बच्चन और अभिषेक बच्चन के बीच तनाव की खबरें लगातार आ रही है। कहा जा रहा है कि दोनों के बीच ठीक नहीं चल रहा है। https://t.co/hYn1OVtEuC
— NBT Entertainment (@NBTEnt) December 15, 2023
ନିକଟରେ ଦେଖାଯାଇଥିଲା ଯେ ତାଙ୍କ ଜନ୍ମଦିନରେ ଐଶ୍ୱର୍ଯ୍ୟା ଏବଂ ଆରାଧ୍ୟା କେକ୍ କାଟୁଥିବା ଦେଖିବାକୁ ମିଳିଥିଲା, କିନ୍ତୁ ସେଠାରେ ବଚ୍ଚନ ପରିବାରର ଅନ୍ୟ କୌଣସି ସଦସ୍ୟଙ୍କୁ ଦେଖିବାକୁ ମିଳି ନ ଥିଲା। ସେହିପରି ଯେତେବେଳେ ଐଶ୍ୱର୍ଯ୍ୟା ରାୟ ତାଙ୍କ ଶ୍ୱଶୁର ଅମିତାଭଙ୍କୁ ତାଙ୍କର ୮୧ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଥିଲେ, ସେତେବେଳେ ସେ ପରିବାରର କେତେକ ସଦସ୍ୟଙ୍କୁ ଫଟୋରୁ କାଟି କାଟି ଦେଇଥିଲେ।
ଅନ୍ୟପକ୍ଷରେ ଏଶ୍ୱର୍ଯ୍ୟା ରାୟ ବଚ୍ଚନ ଫିଲ୍ମ 'ଦି ଆର୍ଚିଜ୍'ର ପ୍ରିମିୟର୍ରେ ପରିବାର ସହ ନଜର ଆସିଥିଲେ। ଏଥିରୁ ସେମାନଙ୍କୁ ନେଇ ଚାଲିଥିବା ଏହି ଛାଡପତ୍ର ଗୁଜବକୁ ଅନିଶ୍ଚିତତା ରହିଛି। ସେତେବେଳେ ଏହା ନିଶ୍ଚିତ ହେବ ଯେତେବେଳେ ବଚ୍ଚନ ପରିବାରର କେହି ଜଣେ ଏହା ଉପରେ ବିବୃତ୍ତି ଦେବେ।
]]>ଅମିତାଭ ବଚ୍ଚନ ୧୯୮୪ ରେ ଆହ୍ଲାବାଦ ଲୋକସଭା ଆସନରୁ ନିର୍ବାଚନ ଲଢିଥିଲେ। ବର୍ତ୍ତମାନ ଜୟା ବଚ୍ଚନ ସମାଜବାଦୀ ପାର୍ଟିର ଜଣେ ରାଜ୍ୟସଭା ସଦସ୍ୟ। ଆଲୋଚନା ହଉଛି ଯେ ଅଭିଷେକ ମଧ୍ୟ ସମାଜବାଦୀ ପାର୍ଟି ଟିକେଟ୍ ରେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି।
ଏହାରି ଭିତରେ ୧୦ ବର୍ଷ ପୂର୍ବେ ଦେଇଥିବା ଅଭିଷେକଙ୍କ ଏକ ସାକ୍ଷାତକାର ଚର୍ଚ୍ଚାକୁ ଆସିଛି। ଏହି ସାକ୍ଷାତକାରରେ ସେ ରାଜନୀତିରେ ଯୋଗଦେବା ବିଷୟରେ କହୁଥିବାର ନଜର ଆସିଛନ୍ତି। ୨୦୧୩ର ଏହି ସାକ୍ଷାତକାରରେ ଯେତେବେଳେ ଅଭିଷେକଙ୍କୁ ରାଜନୀତି ବିଷୟରେ ପଚରାଯାଇଥିଲା, ସେତେବେଳେ ସେ କହିଥିଲେ, “ମୋ ବାପାମାଆ ରାଜନୀତିରେ ଅଛନ୍ତି କିନ୍ତୁ ମୁଁ ରାଜନୀତିରେ ପ୍ରବେଶ କରିବି ନାହିଁ। ମୁଁ ପରଦାରେ ଜଣେ ନେତାଙ୍କ ଭୂମିକାରେ ନଜର ଆସିପାରେ, କିନ୍ତୁ ବାସ୍ତବ ଜୀବନରେ ନୁହେଁ। ମୁଁ କଦାପି ରାଜନୀତି କରିବି ନାହିଁ।”
ତେବେ ଉତ୍ତରପ୍ରଦେଶରୁ ମିଳିଥିବା ସୂଚନା ଅନୁଯାୟୀ ସମାଜବାଦୀ ଦଳର ରାଜ୍ୟ ନେତୃତ୍ୱ ମଧ୍ୟ ଲୋକସଭା ନିର୍ବାଚନ ପାଇଁ ଅଭିଷେକଙ୍କୁ ଟିକେଟ୍ ଦେବାର ସମ୍ଭାବନା ସମ୍ପର୍କରେ ସ୍ଥାନୀୟ ଅଧିକାରୀଙ୍କଠାରୁ ଶୁଣିବାକୁ ମିଳେ। ସପାର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଅମିତାଭ ବଚ୍ଚନ ଏବଂ ରାଜ୍ୟସଭା ସଦସ୍ୟ ଜୟା ବଚ୍ଚନଙ୍କୁ ଭେଟିବାକୁ ଖୁବ ଶୀଘ୍ର ମୁମ୍ବାଇ ଯାଇପାରନ୍ତି ବୋଲି ସୂଚନା ରହିଛି।
ଅଭିଷେକ ବଚ୍ଚନ ୧୦ ବର୍ଷ ପୂର୍ବେ ସାକ୍ଷାତକାରରେ ରାଜନୀତିରେ ଯୋଗଦେବାର ସମ୍ଭାବନାକୁ ଅସ୍ୱୀକାର କରିଥିଲେ ମଧ୍ୟ ସମାଜବାଦୀ ପାର୍ଟିର ତାଙ୍କର ଯୋଗର ଚର୍ଚ୍ଚାକୁ ନେଇ ବର୍ତ୍ତମାନ ସେ ଚୁପ ଅଛନ୍ତି।
ପ୍ରକାଶଥାଉ ଯେ ଅମିତାଭ ବଚ୍ଚନଙ୍କ ୧୯୮୪ରେ ଆହ୍ଲାବାଦରେ କଂଗ୍ରେସ ଟିକେଟ୍ରେ ପ୍ରତିଦ୍ୱନ୍ଦ୍ୱିତା କରି ଭେଟେରାନ ନେତା ହେମବତୀ ନନ୍ଦନ ବହୁଗୁଣାଙ୍କୁ ପରାସ୍ତ କରିଥିଲେ। ଜୁଲାଇ ୧୯୮୭ରେ ଅମିତାଭ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
ସେହିପରି ଜୟା ବଚ୍ଚନଙ୍କ ୨୦୦୪ରେ ସମାଜବାଦି ପାର୍ଟିରେ ଯୋଗ ଦେଇଥିଲେ ଏବଂ ପ୍ରଥମ ଥର ପାଇଁ ସାଂସଦ ହୋଇଥିଲେ। ସେ ଚାରିଥର ରାଜ୍ୟସଭା ସଦସ୍ୟ ହୋଇଛନ୍ତି। ତାଙ୍କର ଚତୁର୍ଥ କାର୍ଯ୍ୟକାଳ ୨୦୧୮ଠାରୁ ଚାଲିଛି।
]]>ସେ ଦିନର ଲୋକପ୍ରିୟ ଅଭିନେତ୍ରୀ ଜୟା ବଚ୍ଚନଙ୍କର ବି ବହୁତ ଫ୍ୟାନ୍ସ ଫଲୋଇଙ୍ଗ ଅଛନ୍ତି। ହେଲେ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି ଯେଉଁଥିରେ ସେ ଫ୍ୟାନ୍ସଙ୍କୁ ଖୁବ ଗାଳି ଦେଉଥିବା ଦେଖିବାକୁ ମିଳୁଛି । ଏହି ଗାଳିର ଭିଡିଓଟି ସୋଶିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓଟି ଏକ ଦୁର୍ଗା ମଣ୍ଡପର ଦୃଶ୍ୟ ପରି ମନେହେଉଛି।
ଜୟା ବଚ୍ଚନ ପୁଅ ଅଭିଷେକଙ୍କ ସହ ଭୋପାଳ କାଳିବରି ମନ୍ଦିର ଯାଇଛନ୍ତି। ଏହି ସମୟରେ ମନ୍ଦିରରେ ଖୁବ ଭିଡ ଥିବା ଦେଖିବାକୁ ମିଳିଛି । ମନ୍ଦିରରେ ଜୟା ଓ ଅଭିଷେକଙ୍କୁ ଦେଖି ଲୋକେ ଫଟୋ ଉଠାଇବାକୁ ଠେଲାପେଲା ହେଉଛନ୍ତି । ଏହାକୁ ଦେଖି ଜୟା ରାଗି ଯାଇଛନ୍ତି । ରାଗରେ ଫ୍ୟାନ୍ସଙ୍କୁ କଡା କଥା ବି ଶୁଣାଇ ଦେଇଛନ୍ତି । ଜଣେ ୟୁଜର୍ସ ଟୁଇଟରରେ ଏହି ସମୟର ଭିଡିଓଙ୍କୁ ଶେୟାର କରିଛନ୍ତି ।
Jaya Bachchan schools fans trying to click selfies with @juniorbachchan at Kali Bari temple in #Bhopal But jaya gets always angry on fans ..why's@SrBachchan ji..@ianuragthakur @Anurag_Office @mybmc @filmindependent @MumbaiCityFC pic.twitter.com/hQE3rh7MBf
— Gajendra Singh Chouhan (GaJJu) (@GajjuChouhan91) October 5, 2022
ଭିଡିଓରେ ଦେଖିବାକୁ ମିଳିଛି, ଅଭିଷେକ ଫ୍ୟାନ୍ସଙ୍କ ସହ ସେଲ୍ଫି ନେଉଛନ୍ତି। ଏପଟେ ଜୟା ବଚ୍ଚନ ରାଗରେ ଫ୍ୟାନ୍ସଙ୍କୁ ଗାଳି କରୁଛନ୍ତି। ପାଟି କରି ‘କଣ’ ଏସବୁ କରୁଛ ? ଟିକିଏ ବୁଝିବାକୁ ତ ଚେଷ୍ଟା କର। ଭୋପାଳ ବାସୀଙ୍କ ପାଖରେ ଟିକିଏ ତ ବୁଝିବା ଶକ୍ତି ଥିବ ’ ବୋଲି କହୁଥିବା ଶୁଣିବାକୁ ମିଳୁଛି।
ପରେ ଅଭିଷେକ ଯେତେବଳେ ମହିଳାଙ୍କ ସହ ସେଲ୍ଫି ନେଉଛନ୍ତି ସେତେବେଳେ ଜୟା ଆହୁରି ରାଗି ଯାଉଛନ୍ତି ଆଉ କହୁଛନ୍ତି, ‘ ଆପଣମାନେ ଛାଡ଼ି ଦିଅନ୍ତୁ ନା। ଆପଣମାନେ କ‘ଣ କରୁଛନ୍ତି ? ଟିକିଏ ଲଜ୍ଜାବୋଧ ଆପଣଙ୍କ ପାଖରେ ନାହିଁ ?’
ଏହି ଭିଡିଓଟି ସୋଶିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି।
]]>ଏହି କାରଣରୁ ସାଉଥ୍ ଇଣ୍ଡଷ୍ଟ୍ରିକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା ହେଉଛି। ବର୍ତ୍ତମାନ ଅଭିଷେକ ବଚ୍ଚନ ଏହାକୁ ନେଇ ମନ୍ତବ୍ୟ ଦେଇ କହିଛନ୍ତି ଯେ ଭାରତୀୟ ସିନେମା ବର୍ତ୍ତମାନ ଏକ ଭଲ ସମୟ ଦେଇ ଗତି କରୁଛି।
ଅଭିଷେକ ବଚ୍ଚନ କହିଛନ୍ତି ଯେ “ମୁଁ କେବେ ବି ଫିଲ୍ମକୁ ଏହିପରି ଭାବେ ବିଭାଜନ କରି ନାହିଁ। ଏହା ମୋ ପାଇଁ ବହୁତ ସରଳ ଯେ ଯେଉଁ ଫିଲ୍ମର ବିଷୟବସ୍ତୁ ଭଲ ହେବ ତାହା ଭଲ ପ୍ରଦର୍ଶନ କରିବ ଏବଂ ଯାହାର ବିଷୟବସ୍ତୁ ଖରାପ ହେବ ସେ ଫିଲ୍ମ ଚାଲିବ ନାହିଁ।
ଖରାପ ଫିଲ୍ମ ଏହାର ବିଷୟବସ୍ତୁକୁ ନେଇ ସମାଲୋଚିତ ହୁଏ। ତେବେ ଅଭିଷେକ ବଚ୍ଚନ ବଲିଉଡ୍ ଫିଲ୍ମ ‘ଗଙ୍ଗୁବାଇ କାଥିଆୱାଡି’ ଏବଂ ‘ସୂର୍ଯ୍ୟବଂଶୀ’ର ଉଦାହରଣ ଦେଇ କହିଛନ୍ତି ଯେ ଏହି ଫିଲ୍ମଗୁଡ଼ିକ ଭଲ ଚାଲିଛି। ଯଦି ଫିଲ୍ମଟି ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୁଏ ତାହା ଏକ ଭଲ ଫିଲ୍ମ।
ଅଭିଷେକ ଆହୁରି କହିଛନ୍ତି ଯେ 'ମୁଁ ପ୍ୟାନ୍ ଇଣ୍ଡିଆ ସ୍ତର କ’ଣ କିଛି ବୁଝେ ନାଇଁ। ମୁଁ ଏହାକୁ ବିଶ୍ୱାସ କରେ ନାହିଁ। ଆମେ ଏକ ବଡ଼ ସିନେମାର ଅଂଶ। ମୁଁ ଆମର ସିନେମାକୁ ଭଲ ପାଏ ଏବଂ ଫିଲ୍ମଟି କେଉଁ ଭାଷାରେ ହୋଇଛି ସେଥିପ୍ରତି ମୋର ଧ୍ୟାନ ନଥାଏ। ଅଭିଷେକ ମଧ୍ୟ ସ୍ୱୀକାର କରିଛନ୍ତି ଯେ ବଲିଉଡ୍ ଫିଲ୍ମ ମଧ୍ୟ କାହାଠାରୁ କମ୍ ନୁହେଁ। ଅଭିଷେକ କହିଛନ୍ତି ଯେ “ଯଦି ଆପଣ ମୋତେ ଏହା କହିବାକୁ ଚାହାଁନ୍ତି ଯେ ହିନ୍ଦୀ ଫିଲ୍ମର ରିମେକ୍ ଦକ୍ଷିଣରେ ହେଉ ନାହିଁ? ହେଇ ପାରିବ। କିନ୍ତୁ ଏହା ମଧ୍ୟ ସତ ଯେ ଆମେ ବିଭିନ୍ନ ଭାଷାରେ କାମ କରୁଥିଲେ ବି ଗୋଟିଏ ହିଁ ଫିଲ୍ମ ଇଣ୍ଡଷ୍ଟ୍ରିର ଅଂଶ।”
ଅଭିଷେକ ବଚ୍ଚନଙ୍କୁ ଶେଷ ଥର ପାଇଁ 'ଦସୱୀ'ରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଅଭିନେତାଙ୍କ ସହ ନିମରତ କୌର ଏବଂ ୟାମି ଗୌତ୍ତତମଙ୍କୁ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଅଭିଷେକଙ୍କ ହରିୟାଣୀ ଷ୍ଟାଇଲକୁ ପ୍ରଶଂସକମାନେ ଭଲ ପାଉଥିଲେ। ଏହି ଫିଲ୍ମରେ ଅଭିଶେଷ ଜଣେ ମୁଖ୍ୟମନ୍ତ୍ରୀ ଭୂମିକାରେ ନଜର ଆସିଥିଲେ, ଯେଉଁଥିରେ ସେ ଦୁର୍ନୀତି ଅଭିଯୋଗରେ ଜେଲ୍ରେ ଥିଲେ। ଏହି ଫିଲ୍ମରେ ନିମରତ କୌର ଅଭିଷେକ ବଚ୍ଚନଙ୍କ ପତ୍ନୀ ଭୂମିକାରେ ଏବଂ ୟାମି ଗୌତମ ପୋଲିସ ଭୂମିକାରେ ଅଭିନୟ କରିଥିଲେ।
]]>ଅମିତାଭଙ୍କୁ ମୁମ୍ବାଇ ସ୍ଥିତ ନାନାବତୀ ହସ୍ପିଟାଲ୍ର respiratory isolation unitରେ ଭର୍ତ୍ତି କରାଯାଇଥିବାବେଳେ ଅଭିଷେକଙ୍କୁ ମଧ୍ୟ ସେଇ ହସ୍ପିଟାଲ୍ର ଆଇସୋଲେସନ୍ ୟୁନିଟ୍ରେ ଭର୍ତ୍ତି କରାଯାଇଛି। ଉଭୟଙ୍କ ଚିକିତ୍ସା ଜାରି ରହିଛି।
ଅମିତାଭଙ୍କ ସ୍ୱାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ଏ ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଉଭୟ ଅମିତାଭ ଓ ଅଭିଷେକଙ୍କ ସାମାନ୍ୟ କରୋନା ଲକ୍ଷଣ ଜଣାପଡ଼ିବା ପରେ ସେମାନଙ୍କର ପ୍ରାରମ୍ଭିକ ଚିକିତ୍ସା ଆରମ୍ଭ ହୋଇଯାଇଛି।
ଅମିତାଭ ଓ ଅଭିଷେକଙ୍କ କରୋନା ପଜିଟିଭ୍ ଆସିବା ପରେ ପ୍ରଶଂସକମାନେ ସେମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।
T 3590 -I have tested CoviD positive .. shifted to Hospital .. hospital informing authorities .. family and staff undergone tests , results awaited ..
All that have been in close proximity to me in the last 10 days are requested to please get themselves tested !— Amitabh Bachchan (@SrBachchan) July 11, 2020
Earlier today both my father and I tested positive for COVID 19. Both of us having mild symptoms have been admitted to hospital. We have informed all the required authorities and our family and staff are all being tested. I request all to stay calm and not panic. Thank you. ??
— Abhishek Bachchan (@juniorbachchan) July 11, 2020
ଗତ ମାସରେ, ଅମିତାଭଙ୍କ Gulabo Sitabo ଓଟିଟି ଫ୍ଲାଟ୍ଫର୍ମ ଆମାଜନ୍ ପ୍ରାଇମ୍ରେ ରିଲିଜ୍ ହୋଇଥିଲା। ଏହା ବିଗ୍ ବିଙ୍କ ପ୍ରଥମ ଡିଜିଟାଲ୍ ରିଲିଜ୍। ୭୭ ବର୍ଷୀୟ ଏହି ବରିଷ୍ଠ କଳାକାରଙ୍କ ଆଗାମୀ ଫିଲ୍ମ ବ୍ରହ୍ମାସ୍ତ୍ର ଫିଲ୍ମ ରହିଛି। ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଅଭିନୟ କରିଛନ୍ତି। କରୋନା ପାଇଁ ଦେଶରେ ଲକଡାଉନ୍ କଟକଣା ଲାଗୁ ଯୋଗୁ ଏହି ଫିଲ୍ମର ଶୁଟିଂ ଏବେ ସ୍ଥଗିତ ରହିଥିବା ସୂଚନା ମିଳିଛି।
]]>ତେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଜୟା ବଚ୍ଚନ ଓ ବାକିଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିବା ନେଇ ଫିଲ୍ମ କ୍ରିଟିକ ତଥା ଫିଲ୍ଲ ଟ୍ରେଡ ଆନାଲିଷ୍ଟ ସୁମିତ କାଡେଲ ଏହି ସୂଚନା ଦେଇଛନ୍ତି। ସୁମିତ ଏ ନେଇ ଏକ ଟ୍ୱିଟ କରିଛନ୍ତି।
ସୂଚନାଥାଉ କି, ବିଗ୍ ବିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ପରିବାର ଓ ହସ୍ପିଟାଲ କର୍ମଚାରୀଙ୍କ କରୋନା ଟେଷ୍ଟ କରାଯାଇଥିଲା।
ଆହୁରି ମଧ୍ୟ ପଢ଼ନ୍ତୁ: ଅମିତାଭଙ୍କ ପରେ ଅଭିଷେକଙ୍କୁ କରୋନା
]]>