ଓଲଟି ପଡ଼ିବାରୁ ଟ୍ରକ ଡ଼୍ରାଇଭର ସମେତ ବାଇକ ଆରୋହୀ ମହିଳା ଜଣଙ୍କ ପ୍ରାଣ ହରାଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଏମାନଙ୍କୁ ବ୍ରହ୍ମପୁର MKCGକୁ ସ୍ଥାନାନ୍ତରିତ କରାଯାଇଛି । କାଜୁ ତେଲ ବୋଝେଇ ଟ୍ରକଟି ପଲାସା ଠାରୁ ବାହାରି କଲିକତା ଅଭିମୁଖେ ଯାଉଥିଲା । ମୃତକ ହେଲେ ବିକ୍ରମପୁର ଗାଁର ବିଷ୍ଣୁପ୍ରିୟା ସୁବୁଦ୍ଧି ଓ ଟ୍ରକ୍ ଚାଳକ ନରସିଂହ ରାଓ ।
]]>ସୂଚନା ଅନୁସାରେ ଜଣେ ପୁରୁଷ ଓ ମହିଳା ଏକ ବାଇକ୍ରେ ବଡ଼କେରା ପଟରୁ ଅନୁଗୁଳ ଆଡକୁ ଯାଉଥିଲେ । ସେହି ସମୟରେ ତାଙ୍କ ଆଗରେ ଏକ ଟ୍ରକ୍ ଥିଲା । ପରେ ପଛରୁ ଆସୁଥିବା ଆଉ ଏକ ଟ୍ରକ ଉଭୟଙ୍କୁ ଧକ୍କା ଦେଇ ଆଗରେ ଯାଉଥିବା ଟ୍ରକ ପଛରେ ବାଡ଼ାଇ ହୋଇଯାଇଥିଲା । ଫଳରେ ଦୁଇ ଟ୍ରକ ମଝିରେ ଚାପି ହୋଇ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି ।
ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ଅନୁଗୋଳ ସଦର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଦ୍ୟମ ଜାରି ରଖିଛି । ମୃତ ଦମ୍ପତିଙ୍କ ପରିଚୟ ମିଳିଛି । ଉଭୟ ଗୁରଙ୍ଗ ଦେହୁରୀ ସାହିର ଅକ୍ଷୟ ବେହେରା ଓ ତାଙ୍କ ସ୍ତ୍ରୀ ମମତା ବେହେରା ବୋଲି ଜଣାପଡ଼ିଛି ।
]]>