ସୁଶାନ୍ତଙ୍କ ବିୟୋଗରେ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ବିରାଟ ତାଙ୍କ ଟ୍ୱିଟ୍ରେ ଲେଖିଛନ୍ତି, "ସୁଶାନ୍ତଙ୍କ ବିୟୋଗକୁ ମୁଁ ବିଶ୍ୱାସ କରିପାରୁନି କି ସହି ମଧ୍ୟ ହେଉନାହିଁ। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ। ଭଗବାନ ତାଙ୍କ ପରିବାର ଓ ବନ୍ଧୁମାନଙ୍କୁ ଏ ପରିସ୍ଥିତିର ମୁକାବିଲା ପାଇଁ ଶକ୍ତି ଦିଅନ୍ତୁ।"
Shocked to hear about Sushant Singh Rajput. This is so difficult to process. May his soul RIP and may god give all the strength to his family and friends ?
— Virat Kohli (@imVkohli) June 14, 2020
ଖବର ଅନୁଯାୟୀ, ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ଫାସୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ନେଇ ପ୍ରଥମେ ତାଙ୍କ ଘରୋଇ ସହାୟକ ପୁଲିସ୍କୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛି।
ଟେଲିଭିଜନ ଧାରାବାହିକରୁ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ ସୁଶାନ୍ତ ସିଂହ ରାଜପୁତ। ୨୦୦୮ ଷ୍ଟାର୍ ପ୍ଲସ୍ରେ ପ୍ରସାରିତ ହୋଇଥିବା ରୋମାଣ୍ଟିକ୍ ଡ୍ରାମା ସିରିଏଲ୍ ” କିସ୍ ଦେଶ୍ ମେ ହୈ ମେରା ଦିଲ୍ ” ଧାରାବାହିକ ଥିଲା ତାଙ୍କର ପ୍ରଥମ ହିନ୍ଦୀ ସିରିଏଲ୍।
]]>୨୦୧୬ରେ ସୁଶାନ୍ତ ପ୍ରଥମଥର ତାଙ୍କ ଶରୀରରେ ଟାଟୁ ଆଙ୍କିଥିଲେ। ସୁଶାନ୍ତ ତାଙ୍କ ପିଠିରେ ଆଙ୍କିଥିବା ଟାଟୁ ତାଙ୍କ ମା’ଙ୍କୁ ସଂଯୋଗ କରୁଥିବା ସହିତ ଏଥିରେ ଏକ ବିଶେଷ ବାର୍ତ୍ତା ବି ରହିଥିବା ଶୁଣିବାକୁ ମିଳିଥିଲା । ସୁଶାନ୍ତଙ୍କର ତାଙ୍କ ମା’ଙ୍କୁ ବେଶ ଭଲ ପାଉଥିଲେ । ସୁଶାନ୍ତ ସିଂ ରାଜପୁତଙ୍କୁ ୧୬ ବର୍ଷ ହୋଇଥିଲା ବୋଳ ତାଙ୍କ ମା’ଙ୍କ ନିଧନ ହୋଇ ଯାଇଥିଲା। । ସୁଶାନ୍ତ ନିଜ ପିଠିରେ ଏହି ପ୍ରଥମ ଟାଟୁ ଆଙ୍କି ତାଙ୍କ ମା’ଙ୍କୁ ଉତ୍ସର୍ଗ କରିଥିଲେ । ଆଉ ଟାଟୁର ଚିତ୍ର ସେହି ସମୟରେ ସୁଶାନ୍ତ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ ବି କରିଥିଲେ।
ପୋଷ୍ଟ କରି ସୁଶାନ୍ତ ଲେଖିଥିଲେ, ୫ ଏଲିମେଣ୍ଟସ୍, ମା’ ଏବଂ ମୁଁ । ଟାଟୁକୁ ଭଲଭାବେ ଦେଖିଲେ, ଆପଣ ଏଥିରେ ଏକ ତ୍ରିକୋଣ ଚିହ୍ନ ମଧ୍ୟରେ ଏକ ଛୋଟ ପିଲା ଏବଂ ମା‘ ଥିବା ଚିତ୍ର ନଜର ଆସିବ। ସୁଶାନ୍ତ ଏହି ଟାଟୁକୁ ତାଙ୍କ ବେକରେ ଆଙ୍କିବାକୁ ଚାହୁଁଥିଲେ କିନ୍ତୁ ଭଉଣୀଙ୍କ ପରାମର୍ଶ କ୍ରମେ ସେ ଏହା ତାଙ୍କ ପିଠିରେ କରିଥିଲେ।
ଆହୁରି ମଧ୍ୟ ପଢନ୍ତୁ :
ଜହ୍ନ ରାଇଜରେ ଜାଗା କିଣିଥିବା ପ୍ରଥମ ଅଭିନେତା ଥିଲେ ସୁଶାନ୍ତ ସିଂ ରାଜପୁତ
ସୂଚନାଯୋଗ୍ୟ ବଲିଉଡ଼୍ ଅଭିନେତା ସୁଶାନ୍ତଙ୍କର ଗତ ୧୪ ଜୁନରେ ମୃତ୍ୟୁ ହୋଇଥିଲା। ମୁମ୍ବାଇରେ ଥିବା ନିଜ ଘରେ ସୁଶାନ୍ତ ଆତ୍ମହତ୍ୟା କରିଥିଲେ ବୋଲି ଚର୍ଚ୍ଚା ହେଲା । କିନ୍ତୁ ତାଙ୍କର ଫ୍ୟାନ୍ ଓ ପରିବାର ଲୋକଙ୍କ ମତରେ ସେ ଆତ୍ମହତ୍ୟା କରିନଥିଲେ ତାଙ୍କୁ ହତ୍ୟା କରାଯାଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ସୁଶାନ୍ତଙ୍କ ମୃତ୍ୟୁ, ରହସ୍ୟଘେରରେ ରହିଛି ।
]]>ଏକ ଭିଡିଓରେ ସୁଦ୍ କହିଛନ୍ତି, ସୁଶାନ୍ତଙ୍କ ଘରୋଇ ସହାୟକ ବ୍ୟତୀତ ତାଙ୍କ ସାଙ୍ଗ ସନ୍ଦୀପ ସିଂ ଓ ତାଙ୍କ(ସୁଶାନ୍ତ) ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ସହିତ ଅତି ଘନିଷ୍ଠ ଥିଲେ। ତେଣୁ ସୁଶାନ୍ତଙ୍କ ସହ କ’ଣ ସବୁ ଘଟିଥିଲା, ସେସମ୍ପର୍କରେ ଏମାନଙ୍କୁ ଜଣାଥିଲା। କିନ୍ତୁ ଏମାନେ ସୁଶାନ୍ତଙ୍କ ଯତ୍ନ ନେବା ବଦଳରେ ତାଙ୍କ ସହ ବିଶ୍ୱାସଘାତକତା କଲେ।
ସୁଶାନ୍ତଙ୍କୁ ହତ୍ୟା କରିବା ପାଇଁ ଦାଉଦ୍ ଇବ୍ରାହିମ୍ଙ୍କ ଟିମ୍ କରିଥିଲା କି ପ୍ଲାନ୍ ?
ସୁଦ୍ଙ୍କ କହିବା ଅନୁସାରେ, ଯଦିଓ ଦାଉଦ୍ ମୁମ୍ବାଇରେ ରହୁ ନାହାନ୍ତି, କିନ୍ତୁ କ୍ଷମତା, ଟଙ୍କା ଓ ଶୀର୍ଷ ପଦବୀରେ ଥିବା ଲୋକଙ୍କ ସହ ତାଙ୍କର ଯୋଗାଯୋଗ ରହିଛି। ଏସବୁ ମାଧ୍ୟମରେ ସେ ମୁମ୍ବାଇକୁ ନିଜ କଣ୍ଟ୍ରୋଲରେ ରଖିଛନ୍ତି। ତେଣୁ ଅଧିକ ସମ୍ଭାବନା ଯେ, ଦାଉଦ୍ଙ୍କ ସହଯୋଗୀ ସୁଶାନ୍ତଙ୍କୁ ମର୍ଡର କରିଛନ୍ତି ବୋଲି ସୁଦ୍ ଦାବି କରିଛନ୍ତି।
ଖାଲି ଏତିକି ନୁହେଁ ସୁଦ୍ ତାଙ୍କର ଏହି ଭିଡିଓରେ ଆହୁରି କହିଛନ୍ତି, କିଛି ମାସ ହେବ ସୁଶାନ୍ତଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସୁଥିଲା। ଏଥିପାଇଁ ସେ ତାଙ୍କର ସିମ୍କୁ ୫୦ଥର ବଦଳାଇଥିଲେ। ଖାଲି ଏତିକି ନୁହେଁ ଶୂନ୍ଶାନ୍ ସ୍ଥାନକୁ ଯାଇ କାର୍ ଭିତରେ ଶୋଉଥିଲେ ସୁଶାନ୍ତ। କାହିଁକି ନା ସେ ଭୟଭୀତ ହୋଇଯାଇଥିଲେ।
ସେ ବିଶ୍ୱାସ କରୁଛନ୍ତି ଯେ, ପୂରା ମର୍ଡର ପ୍ଲାନିଂରେ ହୋଇଛି। ସୁଶାନ୍ତଙ୍କ ମୃତ୍ୟୁର ଦିନକ ପୂର୍ବରୁ ତାଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରା ଖରାପ ହେବାଠୁ ଆରମ୍ଭ କରି ଘରର ଡୁପ୍ଲିକେଟ୍ ଚାବି ହଜି ଯିବା ଇତ୍ୟାଦି ଘଟଣା ଏସବୁ ପୂରା ଯୋଜନାବଦ୍ଧ। ତାଙ୍କୁ ହତ୍ୟା କରିବା ପାଇଁ ସବୁ ପ୍ଲାନିଂ ହୋଇଥିଲା ବୋଲି ସୁଦ୍ କହିଛନ୍ତି।
ପୂର୍ବତନ ଅଧିକାରୀ ଆହୁରି ଦାବି କରିଛନ୍ତି, ମୁମ୍ବାଇ ପୋଲିସ୍ ଘଟଣାର ତଦନ୍ତ ଜାରି ରଖିଛି। କିନ୍ତୁ ପ୍ରକୃତ ଦୋଷୀ ଏବେ ଯାଏ ସାମ୍ନାକୁ ଆସିପାରି ନାହିଁ। ପ୍ରକୃତ ଦୋଷୀ ସାମ୍ନାକୁ ଆସିଲେ, ଏଥିରେ ସମ୍ପୃକ୍ତ ବଡ଼ ବଡ଼ ଲୋକଙ୍କ ନାଁ ସାମ୍ନାକୁ ଆସିବ। ତେଣୁ ସେମାନଙ୍କୁ ସୁରକ୍ଷା ଦେବାକୁ ଯାଇ ବେଳେ ବେଳେ ପ୍ରକୃତ ଦୋଷୀକୁ ସାମ୍ନାକୁ ଅଣା ଯାଇନଥାଏ। ଏମିତିରେ ବି ବଲିଉଡ୍ ଓ ଦାଉଦ୍ ଇବ୍ରାହିମଙ୍କ ମଧ୍ୟରେ ସମ୍ପର୍କ ରହିଛି।
ସୁଦ୍ କହିଛନ୍ତି, ‘ଦେଶ ବାହାରେ ଦାଉଦ୍ଙ୍କ ଟିମ୍ ଦ୍ୱାରା ଆୟୋଜିତ ପାର୍ଟିରେ ବଲିଉଡ୍ର ଅନେକ ସେଲେବ୍ରିଟି ଯୋଗ ଦେଇଥାନ୍ତି। ଏଥିପାଇଁ ସେଲେବ୍ରିଟି ମାନଙ୍କୁ ମୋଟା ଅଙ୍କର ଟଙ୍କା ମଧ୍ୟ ମିଳିଥାଏ।
‘ସୁଶାନ୍ତଙ୍କ ସହ ବିଶ୍ୱାସଘାତକତା କଲେ ଘନିଷ୍ଠ ବନ୍ଧୁ ସନ୍ଦୀପ’
ଯଦିଓ ସୁଶାନ୍ତଙ୍କ ଘରୋଇ ସହାୟକ ପ୍ରକୃତ ହତ୍ୟାକାରୀ ନ ହୋଇପାରନ୍ତି, ହେଲେ ଅଭିନେତା ସୁଶାନ୍ତଙ୍କ ଜୀବନରେ କ’ଣ ସବୁ ଚାଲିଥିଲା ସେ ସମ୍ପର୍କରେ ତାଙ୍କୁ ନିହାତି ଭାବେ ଜଣାଥିବ। ସେହିପରି ସୁଦ୍ ଆହୁରି ମଧ୍ୟ ଦାବି କରିଛନ୍ତି, ସୁଶାନ୍ତ ତାଙ୍କ ଜୀବନରେ କ’ଣ ସବୁ ଘଟୁଥିଲା ସବୁକିଛି ସେ ତାଙ୍କ ଘନିଷ୍ଠ ବନ୍ଧୁ ସନ୍ଦୀପ ସିଂଙ୍କ ସହ ଶେଆର୍ କରୁଥିଲେ। ହେଲେ ସେ ହିଁ ଦିନେ ସୁଶାନ୍ତଙ୍କ ସହ ବିଶ୍ୱାସଘାତକତା କଲେ।
ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କୁ ନେଇ ସୁଦ୍ କହିଛନ୍ତି, ଯଦିଓ ଏହି ଘଟଣାରେ ରିୟାଙ୍କ ସିଧାସଳଖ ଭୂମିକା ନାହିଁ, ହେଲେ ସେ ଜାଣିଥିଲେ ସୁଶାନ୍ତଙ୍କ ଜୀବନର କ’ଣ ସବୁ ଘଟୁଛି।
ଜୁନ୍ ୧୪ରେ ସୁଶାନ୍ତ ମୁମ୍ବାଇ ସ୍ଥିତ ଫ୍ଲାଟ୍ରେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ଏ ଯାବତ ୩୨ ଜଣଙ୍କୁ ଜେରା କରି ସାରିଲାଣି ମୁମ୍ବାଇ ପୋଲିସ।
ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା: ଫିଲ୍ଲ ନିର୍ମାତା ଶେଖର ଦେଲେ ଚାଞ୍ଚଲ୍ୟକର ବୟାନ
Original Engilsh Text by Sangati Jogwar
]]>ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାକୁ ୧୪ ଦିନ ପୂରି ଯାଇଛି। ପୁଲିସ୍ ମଧ୍ୟ ଘଟଣାର ଛାନ୍ଭିନ୍ ଚଳାଇଛି। ଏସବୁ ଭିତରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ତାଙ୍କର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ର କମେଣ୍ଟ୍ସ୍ ବିକଳ୍ପକୁ ବନ୍ଦ କରି ଦେଇଛନ୍ତି।
ସୁଶାନ୍ତଙ୍କ ମୃତ୍ୟୁ ପରେ ଯଦି ବେଶୀ କେହି ଚର୍ଚ୍ଚାରେ ଥାନ୍ତି, ସେ ହେଉଛନ୍ତି ରିୟା। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ପାଇଁ ଅନେକ ଲୋକ ରିୟାଙ୍କୁ ଦାୟୀ କରିଛନ୍ତି। ଖାଲି ଏତିକି ନୁହେଁ ସୋସିଆଲ୍ ମିଡିଆରେ ତାଙ୍କୁ ଟ୍ରୋଲ୍ ମଧ୍ୟ କରାଯାଉଛି। ତେବେ ଏସବୁ ସମସ୍ୟାରୁ ମୁକୁଳିବା ପାଇଁ ରିୟା ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।
ରିୟା ତାଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ର ସେଟିଙ୍ଗ୍ରେ ପରିବର୍ତ୍ତନ କରିଛନ୍ତି। ଏଥିରେ ଥିବା କମେଣ୍ଟସ୍ ଅପସନ୍କୁ ସେ ବନ୍ଦ କରି ଦେଇଛନ୍ତି। ଏବେ ଆଉ କେହିବି ତାଙ୍କ କୌଣସି ପୋଷ୍ଟରେ କମେଣ୍ଟସ୍ ଦେଇପାରିବେ ନାହିଁ। ହଠାତ୍ ରିୟାଙ୍କ ଏଭଳି ପଦକ୍ଷେପକୁ ନେଇ ଚର୍ଚ୍ଚା ଜୋର ଧରିଛି।
https://www.instagram.com/p/CBaB-2bH_DA/?utm_source=ig_web_copy_link
କିଛିଦିନ ତଳେ ବାନ୍ଦ୍ରା ପୁଲିସ୍ ୯ଘଣ୍ଟା ଧରି ରିୟାଙ୍କୁ ପଚରାଉଚରା କରିଥିଲା। ରିୟାଙ୍କୁ ପଚରାଉଚରା ବେଳେ ଅନେକ ଘଟଣା ସାମ୍ନାକୁ ଆସିଥିଲା।
ଆହୁରି ମଧ୍ୟ ପଢ଼ନ୍ତୁ: ସତରେ କ’ଣ ସୁଶାନ୍ତଙ୍କ ଘରେ ଭୂତ ଥିଲେ ?
]]>ଏକ ୱେବ୍ସାଇଟ୍କୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ‘ପୂର୍ବରୁ ସେ(ସୁଶାନ୍ତ) ସବୁ କଥା କହୁଥିଲା। ହେଲେ ଶେଷରେ କ’ଣ ହେଲା କେଜାଣି, ସେ କିଛି ଆଉ କହିଲା ନାହିଁ। ଭଗବାନଙ୍କ ନିକଟରେ ବହୁତ ମାନସିକ କରିବା ପରେ ତାକୁ ପାଇଥିଲି। ତା’ପାଇଁ ମୁଁ ୩ ବର୍ଷ ମାନସିକ ରଖିଥିଲି। ୪ ଝିଅର ଗୋଟିଏ ପୁଅ ଥିଲା ସୁଶାନ୍ତ। ହେଲେ ଯାହା ପାଇଁ ମୁଁ ଏତେ ମାନସିକ କରିଥିଲି, ଶେଷରେ ତା’ସହ ଏମିତି ଘଟଣା ଘଟିଲା।’
ଶେଷଥର ପାଇଁ ସେ ସୁଶାନ୍ତଙ୍କ ସହ ବିବାହ ବିଷୟରେ କଥାବାର୍ତ୍ତା ହୋଇଥିବା ନେଇ ସୁଶାନ୍ତଙ୍କ ବାପା କହିଛନ୍ତି। ସେ କହିଛନ୍ତି, ବିବାହକୁ ନେଇ ସୁଶାନ୍ତଙ୍କ ସହ ମୋର କଥାବାର୍ତ୍ତା ହୋଇଥିଲା। ଏବେ କରୋନା ହେତୁ ବିବାହ ସମ୍ଭବପର ନୁହେଁ ବୋଲି ସେ କହିଥିଲା। ପୁଣି ଆଗକୁ ଏକ ଫିଲ୍ମ ମଧ୍ୟ ଆସିବାର ଅଛି, ତେଣୁ ଯାହା ହେବ ଆସନ୍ତା ବର୍ଷ ଫେବ୍ରୁଆରୀ କିମ୍ବା ମାର୍ଚ୍ଚ ମାସରେ ବୋଲି ସେ ଏହା କହିଥିଲା। କିନ୍ତୁ ସେ କାହାକୁ ବାହା ହେବାକୁ ଚାହୁଁଥିଲା, ସେ ବିଷୟରେ କିଛି କହି ନଥିଲା।’
ସୁଶାନ୍ତଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ୍ ଅଙ୍କିତା ଲୋଖଣ୍ଡେଙ୍କୁ ନେଇ ସୁଶାନ୍ତଙ୍କ ବାପା କହିଛନ୍ତି, ଅଙ୍କିତାଙ୍କୁ ସେ ମୁମ୍ବାଇରେ ସାକ୍ଷାତ କରିଥିଲେ। ପାଟନାକୁ ମଧ୍ୟ ଆସିଥିଲେ ଅଙ୍କିତା। ସିରିୟଲ୍ ‘ପବିତ୍ର ରିସ୍ତା’ ଶୁଟିଂ ସେଟ୍ରୁ ସୁଶାନ୍ତ ଓ ଅଙ୍କିତାଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇଥିଲା। ଏହାପରେ ୬ ବର୍ଷ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସମ୍ପର୍କ ଥିଲା। ରିଆ ଚକ୍ରବର୍ତ୍ତୀଙ୍କ ସମ୍ପର୍କରେ ସେ କିଛି ଜାଣି ନ ଥିବା କହିଛନ୍ତି। ସେ କୃତି ସେନନ୍ଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ ବୋଲି ସୁଶାନ୍ତଙ୍କ ବାପା କହିଛନ୍ତି।
ଇଣ୍ଡଷ୍ଟ୍ରିରେ ଚାପ ଯୋଗୁ ସୁଶାନ୍ତ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ଏକ ପ୍ରଶ୍ନରେ ସୁଶାନ୍ତଙ୍କ ବାପା କହିଛନ୍ତି, ‘ହୋଇପାରେ...ଫିଲ୍ମ ଦୁନିଆରେ ଏ ସବୁ ହୋଇପାରେ। କିଛି ବି ହୋଇପାରେ।
ସୂଚନାଥାଉ କି, ଜୁନ୍ ୧୪ରେ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଫ୍ଲାଟ୍ରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ସୁଶାନ୍ତଙ୍କ ବନ୍ଧୁଙ୍କଠୁ ଆରମ୍ଭ କରି ତାଙ୍କ ଗର୍ଲଫ୍ରେଣ୍ଡ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ପୁଲିସ୍ ପଚରାଉଚରା ଚଳାଇଛି।
ସୌଜନ୍ୟ-Republic World
]]>ଜଣେ ପ୍ରଶଂସକ ଇନ୍ଷ୍ଟାଗ୍ରାମରେ ସୁଶାନ୍ତଙ୍କ ଏକ ପୁରୁଣା ଭିଡିଓ ଶେଆର୍ କରିଛନ୍ତି। ସୁଶାନ୍ତଙ୍କ ଏହି ସାକ୍ଷାତକାର ଭିଡିଓରେ ସୁଶାନ୍ତ ଏକ ପ୍ରଶ୍ନର ଉତ୍ତର ଏମିତି ଦେଇଛନ୍ତି, ଯାହା ସମସ୍ତଙ୍କୁ ସେହି ସମୟରେ ଆଶ୍ଚର୍ଯ୍ୟ କରିଥିଲା।
ଜୀବନରେ ସବୁଠୁ ବେଶୀ ଡର କ’ଣ ଲାଗେ ? ଏହି ପ୍ରଶ୍ନର ଉତ୍ତରରେ ସୁଶାନ୍ତ କହିଥିଲେ-ବୋଧହୁଏ ମୃତ୍ୟୁ। ମୁଁ ଏଥିପାଇଁ ଏହା କହିଲି, ଯେତେବେଳେ ମୁଁ ୩ ଘଣ୍ଟା ଯାଏ ଶୋଇପଡ଼େ, ସେତେବେଳେ ମୁଁ ଜାଣିପାରେନି ମୁଁ କିଏ। ଏହା ଅତ୍ୟନ୍ତ ଭୟାନକ, ଯେତେବେଳେ ଆପଣଙ୍କୁ ଜଣାନଥିବ ଆପଣ କିଏ ? ବୋଧହୁଏ ସେତେବେଳେ ଏପରି ଅନୁଭବ ହେବ ଯେତେବେଳେ ଆପଣ ମୃତ୍ୟୁବରଣ କରିଥିବେ।’
ସୁଶାନ୍ତଙ୍କ ଏହି ଭିଡିଓ ସୋସିଆଲ୍ ମିଡିଆରେ ଶେଆର୍ ପରେ ତାଙ୍କର ଫ୍ୟାନ୍ସମାନେ ଇମୋସନ୍ନାଲ୍ କମେଣ୍ଟସ୍ ଦେଇଛନ୍ତି।
https://www.instagram.com/p/CBw2mSZBjWO/?utm_source=ig_web_copy_link
ସୂଚନାଥାଉ କି, ଜୁନ୍ ୧୪ରେ ସୁଶାନ୍ତ ମୁମ୍ବାଇର ବାନ୍ଦ୍ରା ସ୍ଥିତ ଫ୍ଲାଟ୍ରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣାରେ ସୁଶାନ୍ତଙ୍କ ବନ୍ଧୁଙ୍କଠୁ ଆରମ୍ଭ କରି ତାଙ୍କ ଗର୍ଲଫ୍ରେଣ୍ଡ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ପୁଲିସ୍ ପଚରାଉଚରା ଚଳାଇଛି।
ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତଙ୍କ ପୂର୍ବରୁ ଧୋନିଙ୍କ ଭୂମିକାରେ ଅଭିନୟ କରିବାକୁ ଚାହୁଁଥିଲେ ଏହି ଅଭିନେତା
]]>ଏପରିକି ସୁଶାନ୍ତଙ୍କ ମୃତ୍ୟୁ ପରେ ଅନେକ ବଲିଉଡ୍ ସେଲେବ୍ରିଟିଙ୍କ ବିରୋଧରେ ଅଭିଯୋଗ ଆସିବାରେ ଲାଗିଛି। ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ୮ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ଏମାନଙ୍କ ମଧ୍ୟରେ ବଲିଉଡ୍ ସୁପରଷ୍ଟାର୍ ସଲମାନ୍ ଖାନ୍, ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ କରଣ ଜୋହରଙ୍କ ସମେତ ବଲିଉଡ୍ ଇଣ୍ଡଷ୍ଟ୍ରିର କିଛି ଜଣାଶୁଣା ବ୍ୟକ୍ତିଙ୍କ ନାଁ ରହିଛି।
ଅଭିଯୋଗ ଆସିଛି ଯେ, ଏହି ୮ଜଣ ବ୍ୟକ୍ତି ଷଡ଼ଯନ୍ତ୍ର କରି ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ।
ଗତ କଛିଦିନ ହେବ ଲଗାତାର ଭାବେ ସଲମାନ୍ଙ୍କୁ ସୋସିଆଲ୍ ମିଡିଆରେ ଟ୍ରୋଲ୍ କରାଯାଉଛି। ‘ଦବଙ୍ଗ’ର ନିର୍ଦ୍ଦେଶକ ଅଭିନବ କଶ୍ୟପ୍ ସଲ୍ମାନଙ୍କ ଓ ତାଙ୍କ ପରିବାର ଉପରେ ଅନେକ ଅଭିଯୋଗ ଲଗାଇଛନ୍ତି। ତେବେ ବର୍ତ୍ତମାନ ସଲ୍ମାନ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ସଲମାନ୍ ଏକ ଟ୍ୱିଟ୍ କରି ସୁଶାନ୍ତଙ୍କ ପରିବାର ଓ ତାଙ୍କର ଫ୍ୟାନ୍ସକୁ ସମର୍ଥନ କରିବାକୁ ସେ ତାଙ୍କର ସମସ୍ତଙ୍କୁ ଫ୍ୟାନ୍ସମାନଙ୍କୁ ନିବେଦନ କରିଛନ୍ତି। ସେ ଲେଖିଛନ୍ତି, ‘ମୁଁ ମୋର ସମସ୍ତ ଫ୍ୟାନ୍ସଙ୍କୁ ଅନୁରୋଧ କରୁଛି ଯେ, ସେମାନେ ସୁଶାନ୍ତଙ୍କ ପ୍ରଶଂସକଙ୍କ ସହ ଛିଡ଼ା ହୁଅନ୍ତୁ ଏବଂ ଭୁଲ୍ ଭାଷା ବ୍ୟବହାର କରନ୍ତୁ ନାହିଁ। ସେମାନଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଏଭଳି ସଙ୍କଟ ସମୟରେ ସୁଶାନ୍ତଙ୍କ ପରିବାରକୁ ସପୋର୍ଟ କରନ୍ତୁ। କେହି ନିଜର ଲୋକ ଚାଲିଯିବା ଅତ୍ୟନ୍ତ ଦୁଃଖଦାୟକ।’
A request to all my fans to stand with sushant's fans n not to go by the language n the curses used but to go with the emotion behind it. Pls support n stand by his family n fans as the loss of a loved one is extremely painful.
— Salman Khan (@BeingSalmanKhan) June 20, 2020
ଜୁନ୍ ୧୪ରେ ସୁଶାନ୍ତ ମୁମ୍ବାଇ ସ୍ଥିତ ଫ୍ଲାଟ୍ରେ ଆତ୍ମହତ୍ୟା କରିଥିଲେ। ଏହି ଘଟଣା ପରେ ଫିଲ୍ମ ଇଣ୍ଡଷ୍ଟ୍ରି ଓ ତାଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।
ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତଙ୍କୁ ମୃତ୍ୟୁ ମୁଖରୁ କେବଳ ଏହି ବାନ୍ଧବୀ ହିଁ ବଞ୍ଚାଇ ପାରିଥାନ୍ତେ !
]]>ସୁଶାନ୍ତଙ୍କ ମୃତ୍ୟୁ ପରେ ଉଭୟ ସନ୍ଦୀପ ଓ ଅଙ୍କିତା ସୁଶାନ୍ତଙ୍କ ମୁମ୍ବାଇ ସ୍ଥିତ ଫ୍ଲାଟ୍କୁ ମଧ୍ୟ ଯାଇଥିଲେ। ସୁଶାନ୍ତଙ୍କ ସହ ଏହି ୨ଜଣଙ୍କ ଅତି ଘନିଷ୍ଠ ସମ୍ପର୍କ ଥିଲା ବୋଲି କୁହାଯାଉଛି।
ସୁଶାନ୍ତଙ୍କୁ ମନେ ପକାଇ ସନ୍ଦୀପ, ସୋସିଆଲ୍ ମିଡିଆରେ ଏକ ଭାବପ୍ରବଣ(ଇମୋସ୍ନାଲ୍) ପୋଷ୍ଟ ଶେଆର୍ କରିଛନ୍ତି। ଏଥିରେ ସେ ସୁଶାନ୍ତ ଓ ଅଙ୍କିତାଙ୍କ ରିଲେସନ୍ସିପ୍ କେମିତି ଥିଲା ସେସମ୍ପର୍କରେ ଲେଖିବା ସହ ସୁଶାନ୍ତଙ୍କ ସହ ତାଙ୍କ ସମ୍ପର୍କ ମଧ୍ୟ କେମିତି ଥିଲା ସେ ଲେଖିଛନ୍ତି।
ଇନ୍ଷ୍ଟାଗ୍ରାମରେ ସନ୍ଦୀପ ତାଙ୍କର ଭାବନାକୁ ବ୍ୟକ୍ତ କରି ଲେଖିଛନ୍ତି, ‘ସୁଶାନ୍ତ ଓ ଅଙ୍କିତାଙ୍କ ମଧ୍ୟରେ ଗଭୀର ଭଲ ପାଇବା ଥିଲା। ଉଭୟଙ୍କ ଭଲ ପାଇବା ଶାସ୍ୱତ, ଚିରନ୍ତନ ଥିଲା। ଏପରିକି ଉଭୟ ବିବାହ ମଧ୍ୟ କରିବାକୁ ଚାହୁଁଥିଲେ।
ଅଙ୍କିତାଙ୍କ ଉଦ୍ଦେଶ୍ୟରେ ସନ୍ଦୀପ ଲେଖିଛନ୍ତି, ’ ମୁଁ ଜାଣେ ତୁମେ(ଅଙ୍କିତା) ହିଁ କେବଳ ଯିଏକି ତାଙ୍କୁ(ସୁଶାନ୍ତ) ବଞ୍ଚାଇ ପାରିଥାନ୍ତ। ତୁମେ ତାର(ସୁଶାନ୍ତ) ଗର୍ଲଫ୍ରେଣ୍ଡ୍, ସ୍ତ୍ରୀ ଓ ମା’ ମଧ୍ୟ ଥିଲ। ଆଉ ତୁମେ ସବୁବେଳେ ତାଙ୍କର ଭଲ ବନ୍ଧୁ ମଧ୍ୟ ଥିଲ। ଯେତେବେଳେ ତୁମେ ୨ ଜଣ ଜଣେ ଆଉ ଜଣଙ୍କ ଠାରୁ ଅଲଗା ହୋଇଯାଇଥିଲ, ସେତେବେଳେ ମଧ୍ୟ ତୁମେ ସୁଶାନ୍ତଙ୍କର ଖୁସି ଓ ସଫଳତା ପାଇଁ ଭଗବାନଙ୍କ ନିକଟରେ ସବୁବେଳେ ପ୍ରାର୍ଥନା କରୁଥିଲ। ତୁମେ ଆଜି ମଧ୍ୟ ତୁମ ଘରର ନେମ୍ ପ୍ଲେଟ୍ରେ ତାଙ୍କର(ସୁଶାନ୍ତ) ନାଁ ହଟାଇ ନାହଁ।
ସନ୍ଦୀପ ଆହୁରି ଲେଖିଛନ୍ତି, ‘ସୁଶାନ୍ତ ଓ ଅଙ୍କିତାଙ୍କ ସହ କଟାଇଥିବା ମୁଁ ସମସ୍ତ ସ୍ମୃତିକୁ ବହୁତ ମିସ୍ କରୁଛି। ପ୍ରିୟ, ଅଙ୍କିତା, ଏସବୁ ଦିନକୁ ମନେ ପକାଇବା ସହ ମୋତେ ବାରମ୍ବାର ବ୍ୟଥିତ ଲାଗୁଛି ଯେ, ଯଦି ଆମେ ଅଧିକ ଚେଷ୍ଟା କରିଥାନ୍ତେ, ତା’ହେଲେ ଆମେ ତାଙ୍କୁ ଅଟକାଇ ପାରିଥାନ୍ତୁ’।
https://www.instagram.com/p/CBn0XV5pYku/?utm_source=ig_web_copy_link
ଆହୁରି ମଧ୍ୟ ପଢ଼ନ୍ତୁ: ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟାଙ୍କୁ ୧୧ ଘଣ୍ଟା ଜେରା, ସାମ୍ନାକୁ ଆସିଲା ଅନେକ ତଥ୍ୟ…
ସୁଶାନ୍ତ ସିଂ ଆତ୍ମହତ୍ୟା କରିଥିବା ଘର ଭିତରୁ କିଛି ମେଡିକାଲ୍ ପ୍ରେସ୍କ୍ରିପସନ୍ ଓ ଡିପ୍ରେସନ୍ ମେଡିସିନ୍ ପୁଲିସ୍ ହାତରେ ଲାଗିଛି। ସବୁଠାରୁ ବଡ଼ କଥା ସୁଶାନ୍ତ ଡ୍ରିପ୍ରେସନ୍ରେ ଥିଲେ ବୋଲି ତାଙ୍କ ବାପାଙ୍କୁ ଏହା ଜଣାନଥିଲା। ଯାହା ଏବେ ସମସ୍ତଙ୍କ ଆଚମ୍ବିତ କରିଛି। ସେ ତାଙ୍କର ଦୁଃଖ କୁନିଜ ଭିତରେ ଚାପି ରଖିଥିଲେ। ଏହାକୁ ପରିବାର ଲୋକଙ୍କୁ ମଧ୍ୟ ଜଣାଇନଥିଲେ।
ମିଳିଥିବା ସୂଚନା ଅନୁସାରେ, ସୁଶାନ୍ତଙ୍କ ବାପା ଓ ଦୁଇ ଭଉଣୀ ଦିଲ୍ଲୀ ଫେରି ଯିବା ପୂର୍ବରୁ ମୁମ୍ବାଇ ପୁଲିସ୍କୁ ଏହି ଘଟଣାର ବୟାନ ଦେଇଛନ୍ତି। ପୁଲିସ୍ ସେମାନଙ୍କର ବୟାନ୍ ରେକର୍ଡ କରିଛନ୍ତି। ବୟାନରେ ସୁଶାନ୍ତଙ୍କ ବାପା କହିଛନ୍ତି, ‘ସେ (ସୁଶାନ୍ତ) ଏକାକୀ ଅନୁଭବ କରୁଥିଲେ। ତେବେ ସେ ଡ୍ରିପେସନ୍ରେ ଥିଲେ ଏବଂ ଏଥିପାଇଁ ସେ ଚିକତ୍ସିତ ହେଉଥିଲେ ବୋଲି ଏସମ୍ପର୍କରେ ତାଙ୍କୁ ଆଦୌ ଜଣାନଥିଲା’।
ଏପରିକି ସୁଶାନ୍ତଙ୍କ ପରିବାର ଲୋକେ କାହା ଉପରେ ସନ୍ଦେହ ନେଇ କାହାର ନାଁ ମଧ୍ୟ ପ୍ରକାଶ କରି ନାହାନ୍ତି।
ଏବେ ସମସ୍ତଙ୍କ ମନ ମଧ୍ୟରେ ସେଇ ଗୋଟିଏ ପ୍ରଶ୍ନ ସୁଶାନ୍ତ କାହିଁକି ଆତ୍ମହତ୍ୟା କଲେ ? ମାନସିକ ଅବସାଦ ନା ଆଉ କିଛି ?
ପୋଷ୍ଟମର୍ଟମ୍ ରିପୋର୍ଟ କହୁଛି, ଫାଶି ଯୋଗୁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ଘଟିଛି। ହେଲେ ତାଙ୍କ ଶରୀରରେ କିଛି ବିଷକ୍ରିୟା ଥିଲା କି ନାହିଁ ଜାଣିବାକୁ ଭିସାରା ଟେଷ୍ଟ ପାଇଁ ପଠାଯାଇଛି। ପାରିପାର୍ଶ୍ୱିକ ସ୍ଥିତିରୁ ସୁଶାନ୍ତ ଆତ୍ମହତ୍ୟା କରିଥିବାର ସନ୍ଦେହ ଉପରେ ତଦନ୍ତକୁ ଆଗକୁ ନେଇଛି ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ।
‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ।
]]>
ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଏ ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।
ମୁମ୍ବାଇର ବାନ୍ଦ୍ରା ସ୍ଥିତ ବାସଭବନରେ ରସି ଲଗାଇ ୩୪ ବର୍ଷୀୟ ସୁଶାନ୍ତ ଆତ୍ମହତ୍ୟା କରିଥିବା ସୂଚନା ମିଳଛି। ସୁଶାନ୍ତଙ୍କ ଘରୋଇ ସହାୟକ ଫୋନ୍ କରି ପୁଲିସ୍ ସୂଚନା ଦେଇଥିଲେ ବୋଲି ଜଣାପଡ଼ିଛି। ଖବରପାଇ ଘଟଣାସ୍ଥଳରେ ବାନ୍ଦ୍ରା ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇ ପୁଲିସ୍ ଘଟଣାର ତଦନ୍ତ କରୁଛି। ପୁଲିସ୍ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ସୂଚନା ମିଳିଛି।
ସୂଚନାଥାଉ କି, କିଛି ଦିନ ତଳେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନ ଆତ୍ମହତ୍ୟା କରିଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଦିଶା ମୁମ୍ବାଇ ସ୍ଥିତ ବାସଭବନର ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ।
‘ପବିତ୍ର ରିସ୍ତା’ ସିରିୟଲରେ ଅଭିନୟ କରି ସୁଶାନ୍ତ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ।
ଶେଷଥର ପାଇଁ ତାଙ୍କୁ ଫିଲ୍ମ ‘ଛିଛୋରେ’ ଦେଖିବାକୁ ମିଳିଥିଲା। ତାଙ୍କର ପ୍ରଥମ ବଲିଉଡ୍ ଫିଲ୍ମ ଥିଲା ‘କାଇ ପୋ ଚେ’। ସେ ‘ପିକେ’, ‘କେଦାରନାଥ’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ବାୟୋପିକ୍ ‘ଏମ୍.ଏସ୍ ଧୋନି: ଦ ଅନ୍ଟୋଲ୍ଡ ଷ୍ଟୋରୀ’ରେ ସୁଶାନ୍ତ ସିଂ ଅଭିନୟ ବେଶ୍ ଚମତ୍କାର ଥିଲେ। ଫିଲ୍ମଟି ମଧ୍ୟ ବକ୍ସ ଅଫିସ୍ରେ ହିଟ୍ କରିଥିଲା। କ୍ରିକେଟର ଏମ୍.ଏସ୍ ଧୋନୀଙ୍କ ଉପରେ ଫିଲ୍ମଟି ହୋଇଥିଲା।
]]>