ଡାକ୍ତରଙ୍କୁ ବିବାହ କରିବେ ଚହଲ୍
ନୂଆଦିଲ୍ଲୀ: ଖୁବ୍ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଭାରତୀୟ ଲେଗ୍ ସ୍ପିନର୍ ୟୁଜ୍ଭେନ୍ଦ୍ର ଚହଲ୍। କୋରିଓଗ୍ରାଫର୍ ତଥା ଡାକ୍ତର ଧନଶ୍ରୀ ବର୍ମାଙ୍କ ସହ ତାଙ୍କର ନିର୍ବନ୍ଧ ସମ୍ପନ୍ନ ହୋଇଛି। ଚହଲ୍, ଏନ୍ଗେଜ୍ମେଣ୍ଟ୍ ଫଟୋ ଇନ୍ଷ୍ଟାଗ୍ରାମରେ ଶେଆର୍ କରିଛନ୍ତି।
ଇନ୍ଷ୍ଟାରେ ଫଟୋ ଶେଆର୍ କରି ଚହଲ୍ ଲେଖିଛନ୍ତି, ‘ଆମେ ପରସ୍ପରକୁ ହଁ କହିଲୁ, ଆମ ପରିବାର ମଧ୍ୟ ହଁ କହିଛନ୍ତି। ଚହଲ୍ ଇନ୍ଷ୍ଟାରେ ୩ଟି ଫଟୋ ଶେଆର୍ କରିଛନ୍ତି। ୨ଟି ଫଟୋରେ ଚହଲ ଓ ଧନଶ୍ରୀ ଥିବାବେଳେ ଆଉ ଏକ ଫଟୋରେ ପରିବାର ଲୋକ ଅଛନ୍ତି।
ଏନ୍ଗେଜ୍ମେଣ୍ଟ୍କୁ ନେଇ ଉଭୟ ଯୋଡ଼ିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ କୋହଲି, ରୋହିତ ଶର୍ମା, ସୁରେଶ ରୈନା ପ୍ରମୁଖ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।
ଭାରତ ପାଇଁ ଚହଲ୍ ୫୩ଟି ଦିନିକିଆ(ODIs) ଓ ୪୦ଟି T20 Internationals ଖେଳିଛନ୍ତି।