ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ଯୁବରାଜ ସିଂ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟରୁ ଆଜି ଯୁବରାଜ ସିଂ ଅବସର ନେଇଛନ୍ତି। ଯୁବି ଅବସର ନେବେ ବୋଲି କେବଳ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିଲା। କିନ୍ତୁ ସତକୁ ସତ ବିଶ୍ୱକପ୍ ଚାଲିଥିବା ବେଳେ ଯୁବରାଜ ଏମିତି ଏକ ଘୋଷଣା କରି କୋଟି କୋଟି କ୍ରିକେଟ ପ୍ରେମୀଙ୍କୁ ଚକିତ କରିଛନ୍ତି।

୩୭ ବର୍ଷୀୟ ଯୁବରାଜ ତାଙ୍କ କ୍ୟାରିୟରରେ ୩୦୪ଟି ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଛନ୍ତି। ସେହିପରି ୪୦ଟି ଟେଷ୍ଟ ମ୍ୟାଚ ଓ ୫୮ ଟି-୨୦ ମ୍ୟାଚ ଖେଳିଛନ୍ତି ୩୦୪ ଦିନିକିଆରୁ ଯୁବରାଜ ୮ ହଜାର ୭୦୧ ରନ୍ କରିଥିବା ବେଳେ ତା ଭିତରେ ରହିଛି ୧୪ଟି ଶତକ ଓ ୫୨ ଅର୍ଦ୍ଧଶତକ।

ସେହିଭଳି ୪୦ ଟେଷ୍ଟରୁ ଯୁବରାଜ ୧୯ ଶହ ରନ୍ ଏବଂ ୫୮ଟି ଅନ୍ତର୍ଜାତୀୟ ଟି-୨୦ରୁ ୧୧୭୭ ରନ୍ କରିଛନ୍ତି। ୨୦୧୭ ଜୁନରେ ଶେଷ ଥର ପାଇଁ ଯୁବରାଜ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ।

ଏହା ପରଠୁ ଗତ ୨ ବର୍ଷ ଧରି ଗୋଟିଏ ବି ମ୍ୟାଚରେ ଖେଳିବାର ସୁଯୋଗ ନମିଳିବାରୁ ହତୋତ୍ସାହିତ ହୋଇ କ୍ରିକେଟରି ଅବସର ଘୋଷଣା କରିଛନ୍ତି।

୨୦୧୧ରେ ବିଶ୍ୱ ବିଜେତା ଟିମ୍ ଇଣ୍ଡିଆର ସଦସ୍ୟ ଥିଲେ। ଯୁବରାଜ ୨୦୦୭ ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଗୋଟିଏ ଓଭରରେ ତାଙ୍କର ୬ଟି ଛକାକୁ ଏବେବି ଭୁଲିପାରିନାହାନ୍ତି କ୍ରିକେଟ ପ୍ରେମୀ।

ଆହୁରି ପଢ଼ନ୍ତୁ

ଦ୍ୱିତୀୟ ଟି-୨୦: ମୋହାଲିରେ କୋହଲି କମାଲ୍, ଟିମ୍ ଇଣ୍ଡିଆ ବିଜୟୀ

ଦ୍ୱିତୀୟ ଟି-୨୦: ଭାରତ ଆଗରେ ୧୫୦ ରନର ଟାର୍ଗେଟ୍

ଆଜି ଦ୍ୱିତୀୟ ଟି-୨୦ ମ୍ୟାଚ୍‌; ମୋହାଲିରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା

ୱାର୍ଲ୍ଡ ରେସଲିଂ ଚାମ୍ପିୟନଶିପରୁ ବାଦ୍ ପଡ଼ିଲେ ଭିନେଶ ଫୋଗଟ୍; ବ୍ରୋଞ୍ଜ ପାଇଁ ଲଢ଼ିବେ

ସବୁ ରେକର୍ଡ ଭାଙ୍ଗିଲା ଭାରତ-ପାକିସ୍ତାନ ମ୍ୟାଚ୍

ଆଇସିସି ଟେଷ୍ଟ ରାଙ୍କିଂ: କୋହଲିଙ୍କ ଠାରୁ ଆଗରେ ସ୍ମିଥ୍

ବର୍ଷା ଧୋଇଦେଲା ପ୍ରଥମ ଟି-୨୦

ଏସିଆ କପ୍‌ ଜିତିଲା ଭାରତ

ଆସନ୍ତାକାଲି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ କଡ଼ା ଟକ୍କର

ନାଁ ବଦଳିଲା ; କୋଟଲା ହେଲା ଜେଟଲୀ ଷ୍ଟାଡିୟମ, କୋହଲିଙ୍କ ନାଁରେ ଷ୍ଟାଣ୍ଡ୍

ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ; କୋହଲିଙ୍କ ଟ୍ୱିଟ ଆଣିଲା ଟ୍ୱିଷ୍ଟ

ପଦ୍ମ ବିଭୂଷଣ ପାଇବେ ମ୍ୟାରୀ କମ୍

You might also like