ଟିମ୍‌କୁ କମ୍‌ବ୍ୟାକ୍‌ କରିବେ ଯୁବରାଜ !

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ ପାଇଁ ୨୦୧୧ ବିଶ୍ୱକପ୍‌ ଓ ୨୦୦୭ ଟି-୨୦ ବିଶ୍ୱକପ୍‌ରେ ଦମଦାର ପ୍ରଦର୍ଶନ କରି ବାମହାତୀ ବ୍ୟାଟସ୍‌ମ୍ୟାନ୍‌ ଯୁବରାଜ ସିଂହ ହିରୋ ପାଲଟି ଯାଇଥିଲେ। ହେଲେ ଖରାପ ଫର୍ମ ଦେଇ ଗତି କରୁଥିବାରୁ ତାଙ୍କୁ ଏବେ ଦଳରେ ସ୍ଥାନ ମିଳୁନାହିଁ। କିନ୍ତୁ ୩୬ ବର୍ଷୀୟ ଯୁବରାଜ ଏଥିରେ ହାର୍‌ ନମାନି ପୁଣି କମ୍‌ ବ୍ୟାକ୍‌ କରିବାକୁ ଚଳାଇଛନ୍ତି କସ୍‌ରତ।
ଟିମ୍‌ ଇଣ୍ଡିଆ ପାଇଁ ଯୁବରାଜ ଶେଷଥର ୨୦୧୭ ଜୁନ୍‌ ୩୦ରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ମ୍ୟାଚ୍‌ ଖେଳିଥିଲେ। ତେବେ ବୟସ ହୋଇଯାଇଥିବାରୁ ଯୁବରାଜ ଆଉ ଖେଳିବା ଠିକ୍‌ ନୁହେଁ  ବୋଲି ଅନେକ ତାଙ୍କୁ ସମାଲୋଚନା କରିଥିଲେ। ସୋଶାଲ୍‌ ମଡିଆରେ ମଧ୍ୟ ଯୁବିଙ୍କୁ ଟ୍ରୋଲିଂର ଶିକାର ହେବାକୁ ପଡ଼ିଥିଲା। ହେଲେ ଯୁବରାଜ ଏବେ ନିଜ ଶୈଳୀରେ ସମାଲୋଚକଙ୍କୁ ଜବାବ୍‌ ଦେଇଛନ୍ତି।
ପୂର୍ବରୁ କ୍ୟାନସର୍‌ ଭଳି ରୋଗରୁ ଭଲ ହୋଇ ଇଣ୍ଟରନ୍ୟାଶନାଲ୍‌ କ୍ରିକେଟ୍‌କୁ ଫେରିଥିବା ଯୁବରାଜ ଏବେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଯୁବରାଜ ଭିଡିଓ ପୋଷ୍ଟ କରିବା ସହ ଏଥିରେ ଲେଖିଛନ୍ତି,“ଗତବର୍ଷ କେତେକ କହିଥିଲେ, ପାୱାର ଟ୍ରେନିଂ ନେବାକୁ ମୁଁ ଅକ୍ଷମ ଏବଂ ପ୍ରତିଦିନ କେବଳ ରୁଟିନ୍‌ ଟ୍ରେନିଂ ନେଇପାରିବି। କିନ୍ତୁ ଏକଥା ଭାବିବା ଭୁଲ ଯେ ମୁଁ ପାୱାର ଟ୍ରେନିଂ ନେଇପାରିବି ନାହିଁ। ମୋ ଗୋଲ୍‌ରେ ପହଞ୍ଚିବା ଯାଏ ମୁଁ ପରିଶ୍ରମ କରି ଚାଲିଥିବି। ମୁଁ ପୁଣିଥରେ ବ୍ୟାକ୍‌ କରିଛି। ଏଥର ପାୱାର ଟ୍ରେନିଂ ମଧ୍ୟ କରୁଛି। ତେଣୁ କେବେ ଭାବିବା ଠିକ୍‌ ନୁହେଁ ଯେ, ନୂଆ କଥା ଶିଖିବା ପାଇଁ ବୟସ୍‌ କେବେ ହେଲେ ବାଧକ ସାଜିବ। ନୂଆ ଜିନିଷ ଶିଖି କେମିତି ଶୀର୍ଷରେ ପହଞ୍ଚି ହେବ, ମୁଁ ଭଲ ଭାବେ ଜାଣେ।”
ଯୁବରାଜ ଭାରତ ପାଇଁ ୩୦୪ଟି ଦିନିକିଆ ମ୍ୟାଚ୍‌ ଖେଳି ୩୬.୫୫ ହାରରେ ୮୭୦୧ ରନ୍‌ କରିଛନ୍ତି। ତାଙ୍କ ସର୍ବାଧିକ ସ୍କୋର ହେଉଛି ୧୫୦। ଏଥିସହ ଯୁବରାଜ ଭାରତ ପାଇଁ ୪୦ଟି ଟେଷ୍ଟ୍‌ ଓ ୫୮ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଏହି ବାମହାତୀ ଅଲରାଉଣ୍ଡରଙ୍କୁ ୨୦୧୨ରେ ଅର୍ଜୁନ ପୁରସ୍କାର ମିଳିଥିଲା। ୨୦୧୧ ବିଶ୍ୱକପ୍‌ରେ ଯୁବରାଜ ମ୍ୟାନ୍‌ ଅଫ୍‌ ଦି ଟୁର୍ଣ୍ଣାମେଣ୍ଟ ହୋଇଥିଲେ।

ଆହୁରି ପଢ଼ନ୍ତୁ

୪ ବର୍ଷ ପରେ ଆଉଟ୍ ହୋଇ ଇତିହାସ ରଚିଲେ ଏହି ମହିଳା କ୍ରିକେଟର୍‌

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ରେ ଭାରତ ଚାମ୍ପିଅନ୍: ପୁରୁଷ ଓ ମହିଳାରେ ସ୍ୱର୍ଣ୍ଣ ଜିତିଲା

ସୋଶାଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରି ଏଜାଜ ଖାନ୍‌ ଗିରଫ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍: ଭାରତୀୟ ମହିଳା ଟିମ୍ ଫାଇନାଲରେ

ଆଉ ଏକ ସମ୍ମାନର ଅଧିକାରୀ ହେଲେ ସଚିନ୍

ଆଇସିସି ହଲ୍ ଅଫ୍ ଫେମ୍‌ରେ ସ୍ଥାନ ପାଇଲେ ସଚିନ

ଆଇସିସିରୁ ବାଦ୍ ପଡ଼ିଲା ଜିମ୍ୱାଓ୍ୱେ କ୍ରିକେଟ୍‌ ଟିମ୍‌

ୱେଷ୍ଟଇଣ୍ଡିଜ ଗସ୍ତରେ ସବୁ ସିରିଜ୍ ଖେଳିବେ ବିରାଟ୍

କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନ୍‌ସିପ୍ ଉଦ୍‌ଘାଟିତ

କୋଚ୍ ଖୋଜିବା ଆରମ୍ଭ କଲା BCCI !

କମନେଓ୍ୱଲେ୍ଥ ଟେବୁଲ ଟେନିସ୍‌ ଚାମ୍ପିଅନସିପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଶୀର୍ଷ ସ୍ଥାନ ବଜାୟ ରଖିଲେ ବିରାଟ୍ ଓ ବୁମ୍ରା

You might also like