କୋହଲିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଆଫ୍ରିଦି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ୟାପଟେନ୍ ଶାହିଦ୍ ଆଫ୍ରିଦି ଭାରତୀୟ କ୍ରିକେଟ୍ ଟିମର କ୍ୟାପଟେନ୍ ବିରାଟ୍ କୋହଲିଙ୍କ ବ୍ୟାଟିଂକୁ ଖୁବ୍ ପ୍ରଶଂସା କରିଛନ୍ତି। ସେ ମଧ୍ୟ କୋହଲିଙ୍କୁ ଅନୁରୋଧ କରିଛନ୍ତି ଯେ ବିରାଟ ଏହିଭଳି ଭାବେ ବିଶ୍ୱର ସବୁ ପ୍ରଶଂସକଙ୍କୁ ମନୋରଞ୍ଜନ କରିବା ଜାରି ରଖନ୍ତୁ।

କୋହଲି ଏବେ ଟି-୨୦ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ମୋହାଲିରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ କୋହଲି ୭୨ ରନର ଇନିଂସ୍ ଖେଳି ରୋହିତ୍ ଶର୍ମାଙ୍କୁ ପଛରେ ପକାଇଛନ୍ତି। କୋହଲିଙ୍କ ଏହି ବ୍ୟାଟିଂ ପ୍ରଦର୍ଶନକୁ ଦେଖି ଆଫ୍ରିଦି ତାଙ୍କୁ ପ୍ରଶଂସା ନକରି ରହିପାରି ନାହାନ୍ତି। ଆଇସିସି ପକ୍ଷରୁ ଜାରି ହୋଇଥିବା ଟ୍ୱିଟର ପ୍ରତିକ୍ରିୟା ଦେଇ ଆଫ୍ରିଦି କୋହଲିଙ୍କୁ ପ୍ରଶଂସା କରିଛନ୍ତି।

ଆଫ୍ରିଦି ଟ୍ୱିଟ୍ କରିଛନ୍ତି ଯେ, “ଆପଣଙ୍କୁ ଶୁଭେଚ୍ଛା। ଆପଣ ଜଣେ ମହାନ୍ ଖେଳାଳି। ଏଭଳି ଦମଦାର ପ୍ରଦର୍ଶନ କରୁଥିବାରୁ ଆପଣଙ୍କୁ ଶୁଭକାମନା। ଆଶା କରୁଛି, ଆପଣ ସାରା ବିଶ୍ୱର କ୍ରିକେଟ୍ ପ୍ରଶଂସକଙ୍କୁ ଏଭଳି ମନୋରଞ୍ଜନ କରିବା ଜାରି ରଖିବେ।” ସୂଚନାଯୋଗ୍ୟ, ଆଇସିସି ଟ୍ୱିଟ୍ କରିଥିଲା ଯେ, ପୁଣି କୋହଲି ତିନୋଟି ଯାକ ଫର୍ମାଟରେ ୫୦ରୁ ଅଧିକ ହାରରେ ରନ୍ କରିବାରେ ସଫଳ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଆଇପିଏଲ୍‌ରେ ବର୍ଷିଲା ରାହୁଲଙ୍କ ବ୍ୟାଟ୍, ୬୯ ବଲ୍‌ରେ ୧୩୨* ରନ୍

ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, ‘ଏତେ ଫିଟ୍ କେମିତି ରହୁଛ’

ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

ଆରମ୍ଭରୁ ଝଟ୍‌କା, ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର୍

ଧୋନିଙ୍କୁ ଦେଖିବା ମାତ୍ରକେ ହାତ ଯୋଡ଼ି ନମସ୍କାର କଲେ ଏହି ଯୁବ କ୍ରିକେଟର୍

ବିରାଟ୍ କୋହଲିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ମୋଦି

IPL 2020 News: କାହା ପାଇଁ ପଲଟିଲା ବାଜି, ଜବାବ ଦେଲେ ବିରାଟ୍ କୋହଲି

ଭୋଜପୁରୀ ଗୀତରେ ଧମାଲ୍ କଲେ ଗେଲ୍

IPL 2020 News: ଦମ୍ ଦେଖାଇଲେ ଷ୍ଟୋଇନିସ୍, ପଞ୍ଜାବକୁ ୧୫୮ ରନର ଟାର୍ଗେଟ୍

ରାୟୁଡୁଙ୍କ ଧମାକା: ମୁମ୍ବାଇକୁ ଚକମା ଦେଲା ଚେନ୍ନାଇ

ଆଇପିଏଲରେ ଡେବ୍ୟୁ କଲେ ଓଡ଼ିଆ ପୁଅ

You might also like