ବିଶ୍ୱର ଏକ ନମ୍ବର ଟେନିସ୍ ଖେଳାଳିଙ୍କୁ କରୋନା

ନୂଆଦିଲ୍ଲୀ: କରୋନା କବଳରେ ଏବେ କ୍ରୀଡ଼ାବିତ୍। ବିଶେଷ କରି ଟେନିସକୁ ଏବେ କରୋନା ଅଧିକ ବ୍ୟାପିବାରେ ଲାଗିଛି। ଏବେ ବିଶ୍ୱର ଏକ ନମ୍ବର ଟେନିସ୍ ନୋଭାକ୍ ଜୋକୋଭିଚଙ୍କୁ କରୋନା ଟେଷ୍ଟ ପଜିଟିଭ୍ ଆସିଛି। ଖୋଦ୍ ଜୋକୋଭିଚ୍ ନିଜର ରିପୋର୍ଟ ପଜିଟିଭ୍ ଆସିଥିବା କହିଛନ୍ତି। ଜୋକୋଭିଚଙ୍କ ସହ ତାଙ୍କ ପତ୍ନୀ ଜେଲେନାଙ୍କୁ ମଧ୍ୟ କରୋନା ହୋଇଛି।

ଏ ନେଇ ଜୋକୋଭିଚ୍ କହିଛନ୍ତି, “ଯେତେବେଳେ ଆମେ ବେଲଗ୍ରେଦରେ ପହଞ୍ଚିଲୁ, ସେଠାରେ ମୁଁ ଏବଂ ମୋର ପୂରା ପରିବାରର କରୋନା ଟେଷ୍ଟ କରାଯାଇଥିଲା। ପରେ ଯେତେବେଳେ ରିପୋର୍ଟ ବାହାରିଲା, ମୋର ଏବଂ ଜେଲେନାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା ବେଳେ ମୋ ପିଲାଙ୍କର ନେଗେଟିଭ୍ ଆସିଛି।”

ସର୍ବିୟାର ଏହି ଷ୍ଟାର୍ ଖେଳାଳି ଜୋକୋଭିଚ୍ ନିକଟରେ ସର୍ବିୟା ଓ କ୍ରୋଏସିଆ ମଧ୍ୟରେ ଆୟୋଜିତ ପ୍ରଦର୍ଶନୀ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ, ଯେଉଁଠାରେ କିଛି ଖେଳାଳିଙ୍କ ଭିତରେ କରୋନା ଭାଇରସ ସଂକ୍ରମଣ ଥିବା ଜଣାପଡ଼ିଥିଲା। ଏହା ପରେ ଜୋକୋଭିଚ୍ ନିଜର ଟେଷ୍ଟ କରାଇଥିଲେ।

ଏହା ପୂର୍ବରୁ ପ୍ରତିଯୋଗିତାରେ ଭାଗ ନେଇଥିବା ଭିକ୍ଟର ଟ୍ରୋଇକି ଓ ତାଙ୍କ ଗର୍ଭବତୀ ପତ୍ନୀଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା। ସେହିପରି ବୁଲଗେରିଆର ଷ୍ଟାର୍ ଖେଳାଳି ତଥା ମାରିଆ ଶାରାପୋଭାଙ୍କର ପୂର୍ବତନ ବୟଫ୍ରେଣ୍ଡ ଗ୍ରିଗୋର ଦିମିତ୍ରୋଭଙ୍କର ମଧ୍ୟ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା।

ଆହୁରି ପଢ଼ନ୍ତୁ

You might also like