ମହିଳା ଟି-୨୦ ବିଶ୍ୱକପ୍ରେ ଭାରତର ବିଜୟଧାରାରେ ରୋକ୍
ଆଣ୍ଟିଗୁଆ : ମହିଳା ଟି-୨୦ ବିଶ୍ୱକପ୍ରେ ଭାରତର ବିଜୟଧାରାରେ ରୋକ୍ ଲଗାଇଲା ଇଂଲଣ୍ଡ । ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ରେ ପରାଜୟର ସ୍ୱାଦ ଚାଖିଛି ଭାରତୀୟ ଦଳ। ଅାଜି ଖେଳାଯାଇଥିବା ସେମିଫାଇନାଲରେ ଇଂଲଣ୍ଡ ୮ ୱିକେଟ୍ରେ ଭାରତକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛି।
ଭାରତ ପ୍ରଥମେ ବ୍ୟାଟିଂ କରି ୧୯ ଓଭର ୩ଟି ବଲରେ ୧୧୨ ରନ୍ କରି ଅଲଅାଉଟ୍ ହୋଇଥିଲା। ଜବାବରେ ଇଂଲଣ୍ଡ ୧୭ ଓଭରରେ ମାତ୍ର ୨ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।