କାଲିଠୁ ମହିଳା ହକି ବିଶ୍ୱକପ୍
ଉଦ୍ଘାଟନୀ ମ୍ୟାଚରେ ଇଂଲଣ୍ଡ-ଇଣ୍ଡିଅା ମୁକାବିଲା
ଲଣ୍ଡନ: କାଲି ଲଣ୍ଡନରେ ବାଜିବ ବିଗୁଲ। ଅାରମ୍ଭ ହେବ ମହିଳା ହକି ବିଶ୍ୱ ମହାକୁମ୍ଭ। ୧୬ଟି ଦେଶକୁ ନେଇ ହେବ ଟାଇଟଲ ଟକ୍କର। ୧୭ ଦିନ ବାଜି ଲାଗିବ ବିଶ୍ୱକପ୍ ଟ୍ରଫିର। ୧୬ ଦେଶ ୪ ଗ୍ରୁପ୍। ପ୍ରଥମ ରାଉଣ୍ଡରୁ ଦେଖିବାକୁ ମିଳିବ କଡ଼ା ମୁକାବିଲା। ଚଳିତ ବର୍ଷ ଡିଫେଣ୍ଡିଂ ଚାମ୍ପିଅାନ୍ ନେଦରଲାଣ୍ଡ ସବୁଠୁ ଅାଗରେ ରହିଛି।
ଜର୍ମାନୀ, ଅଷ୍ଟ୍ରେଲିଅା, ଅାର୍ଜେଣ୍ଟିନା ଏବଂ ଅାୟୋଜକ ଇଂଲଣ୍ଡ ବି କମ୍ ନୁହନ୍ତି। ହେଲେ କେହି ବି ଚକମା ଦେଇପାରନ୍ତି ହେବିୱେଟ୍ଙ୍କୁ। ଭାରତ ମଧ୍ୟ ନିଜର ଦମ୍ ଦେଖାଇବା ଅପେକ୍ଷାରେ। ଟିମ୍ ଇଣ୍ଡିଅାକୁ ବିଲ୍କୁଲ୍ ବି ଅଣ୍ଡର ଏଷ୍ଟିମେଟ୍ କରାଯାଇ ନପାରେ। ବିଶ୍ୱ ରାଙ୍କିଙ୍ଗ୍ର ଦଶମ ସ୍ଥାନରେ ଥିବା ଟିମ୍ ଇଣ୍ଡିଅାକୁ ନେଇ ବେଶ୍ ଅାଶାବାଦୀ ଅଛନ୍ତି ଦର୍ଶକ। ଅଧିନାୟକ ରାଣୀ ରାମ୍ପାଲ୍ଙ୍କ ନେତୃତ୍ୱରେ ପ୍ରଥମ ବିଶ୍ୱକପ୍ ଟ୍ରଫି ଜିତିବା ସ୍ୱପ୍ନ ଦେଖୁଛି ଟିମ୍ ଇଣ୍ଡିଅା। ଅାଉ ଦଳରେ ବି ଅଛନ୍ତି ଯୁବ ଖେଳାଳି।
ଏଥିରେ ଓଡିଅାଙ୍କ କମାଲ୍ ବି ଦେଖିବାକୁ ମିଳିବ। ଟିମ୍ ଇଣ୍ଡିଅା ସ୍କ୍ୱାର୍ଡରେ ସ୍ଥାନ ପାଇଛନ୍ତି ୪ ଓଡିଅା। ଦୀପଗ୍ରେସ୍ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଂଜ। ଅାଉ ଏଥିପାଇଁ ରାଉରକେଲାରେ ବି ଦେଖିବାକୁ ମିଳିଛି ବେଶ୍ ଉତ୍ସାହ। ଟିମ୍ ଇଣ୍ଡିଅା ନିକଟରେ ଅଭିଜ୍ଞତାର ଅଭାବ ରହିଛି। ୧୮ ଜଣିଅା ଭାରତୀୟ ଦଳରୁ ୧୬ ଜଣ ଚଳିତ ଥର ବିଶ୍ୱକପ୍ ପଦାର୍ପଣ କରିବେ।
ଭାରତ ଓ ଇଂଲଣ୍ଡ ସହ ଗ୍ରୁପ ବିରେ ସ୍ଥାନ ପାଇଛନ୍ତି ଅାମେରିକା ଓ ଅାୟରଲାଣ୍ଡ। ବିଶ୍ୱ ମହିଳା ହକି ମାନ୍ୟତାରେ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଅାମେରିକା ସପ୍ତମ, ଭାରତ ଦଶମ ଏବଂ ଅାୟରଲାଣ୍ଡ ଷୋଡଶ ସ୍ଥାନରେ ଅଛନ୍ତି। ଭାରତ ଅାସନ୍ତାକାଲି ଇଂଲଣ୍ଡକୁ ଭେଟୁଥିବା ବେଳେ ୨୬ରେ ଅାୟରାଲାଣ୍ଡ ଏବଂ ୨୯ରେ ଅାମେରିକା ସହ ମୁକାବିଲା କରିବ। ଗତ ଥର ବିଶ୍ୱକପ୍ରେ କ୍ୱାଲିଫାଏ କରିପାରିନଥିବା ଟିମ୍ ଇଣ୍ଡିଅା ଏଥର ଭଲ ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖିଛି।