
ଆଜିଠୁ ଚତୁଃରାଷ୍ଟ୍ରୀୟ ମହିଳା ଫୁଟ୍ବଲ୍ ଗୋଲ୍ଡ କପ୍
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହେବ ଚତୁଃରାଷ୍ଟ୍ରୀୟ ମହିଳା ଫୁଟ୍ବଲ୍ ଗୋଲ୍ଡ କପ୍। ଆୟୋଜକ ଭାରତ ସମେତ ନେପାଳ, ମିଆଁମାର ଏବଂ ଇରାନ ଏହି ପ୍ରତିଯୋଗିତାରେ ଭାଗ ନେବେ।
ପ୍ରଥମ ମ୍ୟାଚ୍ ଆଜି ମିଆଁମାର ଏବଂ ନେପାଳ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଆୟୋଜକ ଭାରତକୁ ସାମ୍ନା କରିବ ଇରାନ ଟିମ୍।
ପ୍ରଥମ ମ୍ୟାଚ୍ ଅପରାହ୍ନ ୪ଟା ବେଳେ ଆରମ୍ଭ ହେବ। ଦ୍ୱିତୀୟ ମ୍ୟାଚ୍ ସଂଧ୍ୟା ୭ଟାରେ ଖେଳାଯିବ। ରାଉଣ୍ଡ ରବୀନ ପଦ୍ଧତିରେ ସବୁ ଦଳ ପରସ୍ପର ବିପକ୍ଷରେ ଖେଳିବେ। ଟପ୍ ଦୁଇଟି ଦଳ ଆସନ୍ତା ୧୫ ତାରିଖରେ ଫାଇନାଲ ଖେଳିବେ।