ପଡ଼ିଆରେ ଡ୍ରେସ୍‌ ଓହ୍ଲାଇ ହଟହଟା ଖେଳାଳି

ନୂଆଦିଲ୍ଲୀ: ପଡ଼ିଆରେ ଡ୍ରେସ୍‌ ଓହ୍ଲାଇ ହଟହଟା ହେଲେ ଫ୍ରାନ୍ସ ଟେନିସ୍‌ ତାରକା ଏଲ୍‌ଜି କୋର୍ଣ୍ଣେଟ୍‌। ଖେଳ ମଝିରେ ତାଙ୍କର ଏଭଳି ହରକତ୍‌ ପାଇଁ ଦେଖାଦେଇଛି ବିବାଦ। ଏହି ଖେଳାଳି ଜଣଙ୍କ ଡ୍ରେସ୍‌କୁ ଓଲଟା ପିନ୍ଧି ପଡ଼ିଆକୁ ଚାଲିଆସିଥିଲେ। ପରେ ଯେତେବେଳେ ତାଙ୍କୁ ଏହି କଥା ଜଣାପଡିଲା ସେ ସେହିଠାରେ ହିଁ ଡ୍ରେସ୍‌ ଖୋଲି ଠିକ୍‌ ଭାବରେ ପିନ୍ଧିଥିଲେ। ଯାହାକୁ ନେଇ ତାଙ୍କୁ ଅମ୍ପେୟାରଙ୍କ ଠାରୁ ଚେତାବନୀ ମିଳିଛି।

ଅମ୍ପେୟାର ଏହାକୁ କୋର୍ଟ ନିୟମର ଉଲଙ୍ଘନ ବୋଲି ଦର୍ଶାଇଥିବାବେଳେ ବିଶ୍ୱ ଟେନିସ୍‌ ମହାସଙ୍ଘ ମଧ୍ୟ ଏହି ଘଟଣାକୁ ନାପସନ୍ଦ କରିଛି। ସେପଟେ ଏଲ୍‌ଜି ମଧ୍ୟ ଏହି ଘଟଣା ପରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଅମ୍ପେୟାର ତାଙ୍କୁ କାହିଁକି ତାଗିଦ କଲେ ଏଥିପାଇଁ ତାଙ୍କୁ କ୍ଷମା ମାଗନ୍ତୁ ବୋଲି ଏଲ୍‌ଜି ଦାବି କରିଛନ୍ତି। ଏନ୍ୟପକ୍ଷରେ ଏହି ଘଟଣାକୁ ନେଇ ଏଲ୍‌ଜି ଏମିତି କରିବାର ନଥିଲା। ଏହାସହିତ ତାଙ୍କୁ ଏଥିପାଇଁ କୌଣସି ଦଣ୍ଡିତ ବା ଯରିମାନା କରାଯାଇ ନାହିଁ ବୋଲି ୟୁଏସ୍‌ ଓପନ ପକ୍ଷରୁ କୁହାଯାଇଛି।

ତେବେ ୨୦୧୬ ମସିହାରେ ନବାକୋ ଜୋକୋବିଚ୍‌ ସେଟ୍‌ ହାରିବା ପରେ ତାଙ୍କର ଟି-ଶାର୍ଟ ଓହ୍ଲାଇ ଚେୟାରରେ ବସିଥିଲେ ବି କୌଣସି ବିବାଦ ହୋଇନଥିଲା। ଯାହାକୁ ନେଇ ଏଲ୍‌ଜି ପ୍ରଶ୍ନ ଉଠାଇଛନ୍ତି।

ତେବେ ଏହି ଘଟଣା ପରେ ସୋଶାଲ୍‌ ମିଡିଆରେ ଏଲ୍‌ଜିଙ୍କ ସପକ୍ଷରେ ବାହାରିଛନ୍ତି। ବିଶ୍ୱରେ ନାରୀ ପୁରୁଷଙ୍କ ସମାନତାକୁ ନେଇ ବର୍ତ୍ତା ଦିଆଯାଉଥିବାବେଳ ଏହି ଘଟଣାକୁ କାହିଁକି ବିରୋଧ କରାଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି।

You might also like