ଭନଙ୍କ ଭବିଷ୍ୟବାଣୀ ସତ ହେଲେ…କାହା ଭାଗ୍ୟରେ ବିଶ୍ୱକପ୍‌ !

ଭୁବନେଶ୍ୱର:ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍‌ ମାଇକେଲ ଭନଙ୍କ ଭବିଷ୍ୟବାଣୀ ସତ ହୋଇଛି। ସେ କହିଥିଲେ, ଯିଏ ଭାରତକୁ ହରାଇବ ସେ ବିଶ୍ୱକପ୍‌ ଜିତିବ। ଏଥର ଫାଇନାଲ୍‌କୁ ଯାଇଥିବା ଉଭୟ ଇଂଲଣ୍ଡ ଓ ନ୍ୟୁଜିଲ୍ୟାଣ୍ଡ ଭାରତକୁ ହରାଇଛନ୍ତି। ଲିଗ୍‌ ମ୍ୟାଚ୍‌ରେ କେବଳ ଇଂଲଣ୍ଡ ହିଁ ଏକମାତ୍ର ଦଳ ଭାବେ ଭାରତକୁ ହରାଇବାରେ ସକ୍ଷମ ହୋଇଥିଲା। ସେହିପରି ସେମି ଫାଇନାଲ୍‌ରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରିଥିଲା ଟିମ୍ ଇଣ୍ଡିଆ। ଏଣୁ ଭାରତକୁ ହରାଇଥିବା ଏହି ଦୁଇ ଟିମ୍‌ ମଧ୍ୟରୁ କିଏ ହାତେଇବ  ବିଶ୍ୱକପ୍  ?

ଲିଗ୍ ପର୍ଯ୍ୟାୟରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ମ୍ୟାଚ୍ ହୋଇ ପାରି ନଥିଲା। ବର୍ଷା ଯୋଗୁ ଏହି ମ୍ୟାଚ୍ ହୋଇ ପାରି ନଥିବା ବେଳେ ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗ କରି ଦିଆଯାଇଥିଲା। ଅନ୍ୟ ପକ୍ଷରେ ଏହି ପର୍ଯ୍ୟାୟରେ ଭାରତ ୩୧ ରନ୍‌ରେ ଇଂଲଣ୍ଡଠାରୁ ହାରିଥିଲା।

ଲିଗ୍ ମ୍ୟାଚ୍‌ରେ ଭାରତ ୧୨୫ ରନ୍‌ରେ ୱେଷ୍ଟଇଣ୍ଡିଜ୍‌କୁ ହରାଇବା ପରେ ଭନ୍ ଟ୍ୱିଟ୍ କରି କହିଥିଲେ,“ମୁଁ ଏବେ ବି ମୋ ମତରେ ଦୃଢ଼….। ଯିଏ ଭାରତକୁ ହରାଇବ, ସେ ବିଶ୍ୱକପ୍ ଜିତିବ।” ଏହା ପରେ ଜୁନ୍ ୩୦ରେ ଭାରତକୁ ଇଂଲଣ୍ଡ ହରାଇଥିଲା।

You might also like