ବିଶ୍ୱକପ୍‌ରେ ଭାରତ-ପାକିସ୍ତାନ ମ୍ୟାଚ୍‌: ‘ସରକାର ଯାହା ନିଷ୍ପତ୍ତି ନେବେ, ବିସିସିଆଇ ମାନି ନେବ’

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ର ସ୍ଥିତି ପରଖିଛନ୍ତି ବିସିସିଆଇ କାର୍ଯ୍ୟକାରୀ ସଭାପତି ସି.କେ ଖାନ୍ନା। ବାରବାଟୀର ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ଦେଖି ସି.କେ ଖାନ୍ନା ପ୍ରଶଂସା କରିଛନ୍ତି।

ତେବେ ପୁଲ୍‌ୱାମା ହମ୍‌ଲା ପରେ ବିଶ୍ୱକପ୍‌ରେ ଭାରତ, ପାକିସ୍ତାନ ସହ କ୍ରିକେଟ୍‌ ମ୍ୟାଚ୍ ନ ଖେଳିବା ଚର୍ଚ୍ଚା ପ୍ରସଙ୍ଗରେ ସି.କେ ଖାନ୍ନା ପ୍ରତିକ୍ରିୟା ରଖିଛନ୍ତି।

ସରକାର ଯାହା ନିର୍ଦ୍ଦେଶ ଦେବେ ଓ ନିଷ୍ପତ୍ତି ନେବେ, ବିସିସିଆଇ ମାନି ନେବ ବୋଲି ସେ କହିଛନ୍ତି। କିନ୍ତୁ ଉଭୟ ଦେଶ ମଧ୍ୟରେ କ୍ରିକେଟ ଖେଳାଯିବା ଉଚିତ୍, ସମସ୍ତେ ସକାରାତ୍ମକ ମନୋଭାବ ରଖିବା ଉଚିତ୍  ବୋଲି ସି.କେ ଖାନ୍ନା କହିଛନ୍ତି।

You might also like