ରୋହିତ, ବିରାଟଙ୍କ ଆହ୍ୱାନ: ଆଜି ରାତି ୯ ରେ ସମସ୍ତେ ଏକାଠି ହୁଅ

ନୂଆଦିଲ୍ଲୀ: ଆଜି ପ୍ରାଧାନମନ୍ତ୍ରୀଙ୍କ ଲାଇଟ୍ ଅଫ୍ ଆହ୍ୱାନକୁ ସମର୍ଥନ କରି ଦେଶବାସୀଙ୍କୁ ଏକାଠି ହେବାକୁ ନିବେଦନ କରିଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ହିଟ୍ ମ୍ୟାନ୍ ରୋହିତ ଶର୍ମା । ଭାରତର ଏକତା ଓ କରୋନା ସହିତ ଲଢୁଥିବା ସମସ୍ତ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ପାଇଁ ସମସ୍ତେ ଆଜି ରାତି ୯ଟାରେ ଏକାଠି ହେବା ବୋଲି ଉଭୟ କ୍ରିକେଟର ଦେଶବାସୀଙ୍କ ସମତେ ଟିମ୍ ଇଣ୍ଡିଆକୁ ଆହ୍ୱାନ ଦେଇଛନ୍ତି।

ଏନେଇ ବିରାଟ୍ ଏକ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ସେ ଲିଖିଛନ୍ତି, “ଯେମିତି ଷ୍ଟାଡିୟମର ଶକ୍ତି ଫ୍ୟାନମାନଙ୍କ ହାତରେ ଥାଏ ସେମିତି ଭାରତର ଏକତା ଦେଶବାସୀଙ୍କ ହାତରେ ଥାଏ। ଆଜି ରାତି ୯ ପାଇଁ ଆମେ ସବୁ ଏକାଠି ଅଛୁ ବୋଲ ସାରା ବିଶ୍ୱକୁ ଜାଣାଇବା ସ୍ୱାସ୍ଥ୍ୟ ଯୋଦ୍ଧାମାନଙ୍କୁ ଜଣାଇଦେବା ଯେ ଆମେ ସେମାନଙ୍କ ପଛରେ ରହିଛୁ। ଟିମ୍ ଇଣ୍ଡିଆ ଏକାଠି ହୁଅନ୍ତୁ।”

ଟିମ୍ ଇଣ୍ଡିଆରେ ହିଟ୍ ମ୍ୟାନ୍ ଭାବରେ ପରିଚିତ ରୋହିତ ଶର୍ମା ମଧ୍ୟ ଏହି ଘଡ଼ି ସନ୍ଧି ମୁହୂର୍ତ୍ତରେ ସମସ୍ତଙ୍କୁ ଏକାଠି ହେବାକୁ ଆହ୍ୱାନ କରିଛନ୍ତି।  ଏନେଇ ସେ ମଧ୍ୟ ଏକ ଟ୍ୱିଟ୍ କରି ଟିମ୍ ଇଣ୍ଡିଆକୁ ରାତି ୯ ଟା ସମୟରେ ଏକାଠି ହେବାକୁ ଆହ୍ୱାନ କରିଛନ୍ତି।
ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ” ଆମେ ଏହାକୁ ଭୁଲ ଅର୍ଥରେ ନେବା ନାହିଁଁ।  ଆମ ଜୀବନ ଏହି ଟେଷ୍ଟ ମ୍ୟାଚ୍ ଉପରେ ନିର୍ଭର କରୁଛି। ତେଣୁ ଏକଜୁଟତା ଦେଖାଇ  ” ଦି ଗ୍ରେଟ୍ ଟିମ୍ ଇଣ୍ଡିଆ ହଡ୍ଲ” ରେ ଯୋଗ ଦିଅନ୍ତୁ।  ଆଜି 5 ଏପ୍ରିଲ୍ ରାତି ୯ଟାରେ ମାତ୍ର ୯ ମିନିଟ୍ ପାଇଁ ”

କୋଭିଡ୍-19 ସାରା ବିଶ୍ୱରେ ଲୋକଙ୍କ ମଧ୍ୟରେ ହାହାକାର ପକାଇଲାଣି। ଅମେରିକା, ବ୍ରିଟେନ୍, ଋଷିଆ ଓ ଚୀନ ଭଳି ଶକ୍ତିଶାଳି ରାଷ୍ଟ୍ର ବର୍ତ୍ତମାନ କରୋନା କବଳରେ। ଏହି ଦେଶମାନଙ୍କ ସହିତ ଭାରତ ମଧ୍ୟ କରୋନା ସହିତ ଲଢ଼ିବା ଜାରି ରଖିଛି। ଭାରତୀୟମାନେ ଏକାଠି ହୋଇ ଏହା ବିରୋଧରେ ଲଢ଼େଇ କରୁଛନ୍ତି। ଏହାକୁ ପ୍ରମାଣିତ କରିବା ପାଇଁ ଆଜି ରାତି ୯ଟାରେ ୯ ମିନିଟ୍‌ ପାଇଁ ସମସ୍ତେ ଲାଇଟ ବନ୍ଦ କରି ଘର ଆଗରେ ବା ବାଲକୋନୀରେ ଦୀପ, ମହମବତୀ, ଟର୍ଚ୍ଚ ଲାଇଟ କିମ୍ବା ମୋବାଇଲ ଫ୍ଲାଶ ଲାଇଟ ଜଳାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ କରିଛନ୍ତି। ଯହାକୁ ଦେଶର ବିଭିନ୍ନ ବର୍ଗର ବହୁ ନାମିଦାମି ଲୋକ ସମର୍ଥନ କରିବା ସହିତ ଲୋକଙ୍କୁ ଏକଜୁଟ ହେବା ପାଇଁ ଆହ୍ୱାନ ମଧ୍ୟ କରୁଛନ୍ତି।

You might also like