କରୋନା ସହିତ ଲଢ଼ିବାକୁ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ବାବା ସେହୱାଗଙ୍କ ଆଶୀର୍ବାଦ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ପତ୍ନୀ ମେଲାନିଆ କରୋନାରେ ଆକ୍ରାନ୍ତ ହେବା ପରେ ଦେଶ ବିଦେଶରୁ ବହୁ ନେତା ଓ ସେଲିବ୍ରେଟି ତାଙ୍କର ଆରୋଗ୍ୟ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ତାଙ୍କର ଆରୋଗ୍ୟ କାମନା କରି ଟ୍ୱିଟ୍ କରିଛନ୍ତି “ମୁଁ ମୋ ବନ୍ଧୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆଙ୍କ ଶୀଘ୍ର ସୁସ୍ଥ ଏବଂ ଉତ୍ତମ ସ୍ୱାସ୍ଥ୍ୟର କାମନା କରୁଛି।”

ମୋଦିଙ୍କ ପରେ ଟିମ୍‌ ଇଣ୍ଡିଆର ପୂର୍ବତନ ବିସ୍‌ଫୋର ବ୍ୟାଟ୍ସମ୍ୟାନ୍ ବିରେନ୍ଦ୍ର ସେହୱାଗ ମଧ୍ୟ ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଟ୍ରମ୍ପଙ୍କ ଆରୋଗ୍ୟ କାମନା କରିଛନ୍ତି। ସେ ଏମିତି ମଜାଳିଆ ଢଙ୍ଗରେ ଟ୍ରମ୍ପଙ୍କ ସୁସ୍ଥ କାମନା କରିଛନ୍ତି ଯେ, ଏହା ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍‌ ହେଉଛି।

ସେହ୍ୱାଗ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲ୍‌ରୁ ନିଜ ଫଟୋ ଶେୟାର୍ କରି ଲେଖିଛନ୍ତି “ଟ୍ରମ୍ପଙ୍କୁ କରୋନା ସହିତ ଲଢ଼ିବା ପାଇଁ ବାବା ସେହୱାଗଙ୍କର ଆଶୀର୍ବାଦ। ଗୋ କରୋନା ଗୋ” ଏହି ଫଟୋରେ ସେହୱାଗ ଏକ ବାବା ରୂପ ଧାରଣ କରି ବସିଛନ୍ତି। ଗେରୁଆ ବସ୍ତ୍ର ସାଙ୍ଗକୁ ହାତରେ ଓ ବେକରେ ରୁଦ୍ରାକ୍ଷମାଳି ବି ପିନ୍ଧିଛନ୍ତି।

ସେହୱାଗଙ୍କର ଏହି ପୋଷ୍ଟ ଏବେ ଟ୍ୱିଟରରେ ଭାଇରାଲ୍‌ ହେଉଛି। ତାଙ୍କ ଟ୍ୱିଟ୍‌ରେ ସେହୱାଗଙ୍କ ଫ୍ୟାନ୍ ମଜାଳିଆ ଢଙ୍ଗରେ ରିପ୍ଲାଏ ମଧ୍ୟ ଦେଉଛନ୍ତି। ଖବର ଲେଖାଯିବା ସୁଦ୍ଧା ମାତ୍ର ୭ ଘଣ୍ଟାରେ ଏହାକୁ ୪ ହଜାରୁ ଅଧିକ ରି-ଟ୍ୱିଟ ମିଳିସାରିଥିବା ବେଳେ ୬୮ ହଜାରରୁ ଅଧିକ ଲାଇକ ମିଳିସାରିଲାଣି।

 

ଆହୁରି ପଢ଼ନ୍ତୁ

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

You might also like