ପତ୍ନୀଙ୍କୁ ସାଥୀରେ ନେବାକୁ ଅନୁମତି ମାଗିଲେ ବିରାଟ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ୍ ଅଧିନାୟକ ବିରାଟ କୋହଲି ବିଦେଶ ଗସ୍ତରେ ପତ୍ନୀଙ୍କୁ ସାଥୀରେ ନେବାକୁ ବିସିସିଅାଇର ଅନୁମତି ମାଗିଛନ୍ତି। ପୁରା ଗସ୍ତ ସମୟରେ ପତ୍ନୀମାନଙ୍କୁ ସାଥୀରେ ରହିବାକୁ ଅନୁମତି ଦେବାକୁ ସେ ଅନୁରୋଧ କରିଛନ୍ତି। କିନ୍ତୁ ଏନେଇ ତୁରନ୍ତ କୌଣସି ନିଷ୍ପତ୍ତି ନିଅାଯିବ ନାହିଁ ବୋଲି ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି ଜଣାଇଛନ୍ତି ।

ବିଦେଶ ଗସ୍ତ ବେଳେ ଦୁଇ ସପ୍ତାହ ପାଇଁ ପତ୍ନୀଙ୍କୁ ସାଥୀରେ ରଖିବାକୁ ଏବେ ବିସିସିଅାଇ ପକ୍ଷରୁ ଅନୁମତି ଦିଅାଯାଉଛି।  ଟିମ୍‌ ଇଣ୍ଡିଅା ଏବେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଘରୋଇ ସିରିଜ ଖେଳୁଛି। ଏହାପରେ ଟିମ୍‌ ଇଣ୍ଡିଅା ଅଷ୍ଟ୍ରେଲିଅା ଗସ୍ତରେ ଯିବା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଛି।

 

You might also like
Comments
Loading...