ବିରାଟ@30

ନୂଆଦିଲ୍ଲୀ : ୩୦ବର୍ଷରେ ପଦାର୍ପଣ କରିଛନ୍ତି ଭାରତୀୟ କ୍ରିକେଟ୍‌ ଟିମର ଅଧିନାୟକ ବିରାଟ କୋହଲି। କ୍ରିକେଟ୍‌ର ସବୁ ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରୁଥିବା ବିରାଟଙ୍କ ପାଇଁ ସୋଶାଲ ମିଡିଅାରେ ପ୍ରଶଂସାର ସୁଅ ଛୁଟୁଛି। ମଇଦାନରେ ପ୍ରତିପକ୍ଷଙ୍କୁ ଚକମା ଦେଖାଉଥିବା ବିରାଟ ଯୁବପିଢିଙ୍କ ପାଇଁ ଏବେ ଅାଇକନ ପାଲଟିଛନ୍ତି।

ପ୍ରତିଦିନ ବିରାଟ ଯେମିତି ହେଉ ନିଜ ଫିଟ୍‌ନେସ୍‌ ପାଇଁ ଜିମ୍‌ରେ କଟାଇଥାନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ଠାରୁ ଅଧିନାୟକ ଦାୟିତ୍ୱ ନେବା ପର ଠାରୁ ତାଙ୍କର ପ୍ରଦର୍ଶନ ଅାହୁରି ଶାଣିତ ହୋଇଛି। ନିଜ କ୍ୟାରିୟରରେ ଅନେକ ରେକର୍ଡ ଭାଙ୍ଗିବା ସହ ନୂଅା କୀର୍ତ୍ତିମାନ ସୃଷ୍ଟି କରିଛନ୍ତି ବିରାଟ ।

ବିରାଟ ନିଜ ଜନ୍ମଦିନ ସବୁବେଳେ ଭିନ୍ନ ଢଙ୍ଗରେ ପାଳିଥା’ନ୍ତି। ଏଥର ସେ ପତ୍ନୀ ଅନୁଷ୍କାଙ୍କ ସହ ଜନ୍ମଦିନ ପାଳିବାକୁ ଡେରାଡୁନ୍‌ର ଜୋଲି ଗ୍ରାଣ୍ଟ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରୁ ସେମାନେ ନରେନ୍ଦ୍ର ନଗର ସ୍ଥିତ ଏକ ହୋଟେଲ୍‌କୁ ଯାଇଥିଲେ। ସେମାନେ ଦୀପାବଳି ପର୍ଯ୍ୟନ୍ତ ସେଠାରେ ରହିବେ।

ବିରାଟଙ୍କ ସଫଳତାର ସିଡ଼ି :

୨୦୦୬ରେ ମାତ୍ର ୧୮ବର୍ଷ ବୟସରେ ବିରାଟ ଦିଲ୍ଲୀ ରଣଜୀ ଟିମ୍‌ରେ ସ୍ଥାନ ପାଇଥିଲେ। ଅାଉ ସେହିଦିନ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିଲା । ତଥାପି ସେଥିରେ ସେ ଭାଙ୍ଗିପଡିନଥିଲେ । ପିତାଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ଏକାକୀ ଲଢିଥିଲେ ମଇଦାନରେ । ଫଳରେ ଦିଲ୍ଲୀ ଫଲୋ ଅନ୍‌ ଏଡାଇପାରିଥିଲା ସେଦିନ ।

ନିକଟରେ ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜ୍‌ରେ ଲଗାତର ୩ଟି ଶତକ ହାସଲ କରି ପ୍ରଥମ ଭାରତୀୟ ଭାବେ ରେକର୍ଡ କରିଥିଲେ। କେବଳ ଏତିକି ନୁହେଁ ସଚିନ ତେନ୍ଦୁଲକରଙ୍କ ରେକର୍ଡକୁ ମଧ୍ୟ ସେ ଚଳିତବର୍ଷ ଅତିକ୍ରମ କରିଛନ୍ତି। ମାତ୍ର ୨୦୫ଟି ଇନିଂସରେ ୧୦ହଜାର ରନ୍‌ ସ୍କୋର କରିଛନ୍ତି। ବର୍ତ୍ତମାନ ସୁଦ୍ଧା ଗୋଟିଏ ବର୍ଷରେ ସେ ୬ଥର ଏକହଜାର ରନ୍ ସଂଗ୍ରହ କରିଛନ୍ତି।

ଚଳିତବର୍ଷ ମାତ୍ର ୧୧ଟି ଇନିଂସରୁ ସେ ଏକ ହଜାର ରନ୍‌ ପୂରଣ କରିଛନ୍ତି। ଟେଷ୍ଟ କ୍ରିକେଟରେ ମଧ୍ୟ ଚଳିତବର୍ଷ କୋହଲି ଚମତ୍କାର ପ୍ରଦର୍ଶନ କରିଛନ୍ତି। ମାତ୍ର ୧୦ଟି ମ୍ୟାଚ୍‌ ଖେଳି ୧୦୬୩ରନ୍‌ ସ୍କୋର କରିଛନ୍ତି। ୨୦୦୮ରେ ୧୯ବର୍ଷରୁ କମ୍‌ କ୍ରିକେଟ୍‌ ବିଶ୍ୱକପ୍ ଟାଇଟଲ ହାତେଇବା ପରଠାରୁ କୋହଲି ଗୋଟିଏ ପରେ ଗୋଟିଏ ମାଇଲ ଖୁଣ୍ଟ ଅତିକ୍ରମ କରି ଚାଲିଛନ୍ତି।

You might also like
Comments
Loading...