ଭାରତ-ୱେଷ୍ଟଇଣ୍ଡିଜ୍‌ ସିରିଜ୍‌: ଟିମ୍‌ ଇଣ୍ଡିଆ ଖେଳାଳି ଘୋଷଣା

ନୂଆଦିଲ୍ଲୀ: ଭାରତ-ୱେଷ୍ଟଇଣ୍ଡିଜ୍‌ ସିରିଜ୍‌ ଲାଗି ଆଜି ଭାରତୀୟ ଦଳ ଘୋଷଣା ହୋଇଛି। ବିରାଟ କୋହଲି ହିଁ ଅଧିନାୟକ ଭାର ତୁଲାଇବେ। ବିଶ୍ୱକପ୍‌ରେ ଆହତ ହୋଇଥିବା ଶିଖର ଧାୱନ୍‌ ଫିଟ୍ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୱିକେଟ୍ କିପର୍‌ ଭାବେ ଋଷଭ ପନ୍ତଙ୍କୁ ଟିମ୍‌ରେ ସ୍ଥାନ ମିଳିଛି।

ଟିମ୍‌ରେ ଶ୍ରେୟାସ ଆୟାର, ଲୋକେଶ ରାହୁଲ ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ମଧ୍ୟ ସ୍ଥାନ ମିଳିଛି। ସେହିପରି କେଦାର ଯାଦବ ତାଙ୍କ ସ୍ଥାନ ବଜାୟ ରଖିଛନ୍ତି। ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିଶ୍ରାମ ଦିଆଯାଇଛି। ଆଉ ଦୀନେଶ କାର୍ତ୍ତିକଙ୍କୁ ବାଦ୍ ଦିଆଯାଇଛି।

ବୋଲିଂରେ ଖଲିଲ୍‌ ଅହମ୍ମଦ ଓ ନବଦୀପ ସାଇନିଙ୍କୁ ନୂଆ ମୁହଁ ଭାବେ ନିଆଯାଇଛି। ବିସିସିଆଇ ସିଲେକ୍ସନ କମିଟି ଅଧ୍ୟକ୍ଷ ଏମ୍‌.ଏସ୍‌.କେ. ପ୍ରସାଦ ଏନେଇ ଘୋଷଣା କରିଛନ୍ତି। ଆସନ୍ତା ଅଗଷ୍ଟ ୩ରୁ ଭାରତ- ୱେଷ୍ଟଇଣ୍ଡିଜ୍‌ ସିରିଜ୍‌ ଆରମ୍ଭ ହେବ।  ଏହି ସିରିଜ୍‌ରେ ଟିମ୍ ଇଣ୍ଡିଆ ୩ଟି ୱାନ୍‌ଡେ, ୩ଟି ଟି-୨୦ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ।

You might also like