ଏଜ୍ବାଷ୍ଟନ୍ ଟେଷ୍ଟରେ ବିରାଟ କୋହଲିଙ୍କ ଶତକ ହାସଲ
ବର୍ମିହାମ : ଇଂଲଣ୍ଡର ଏଜ୍ବାଷ୍ଟନ୍ ଟେଷ୍ଟରେ ବିରାଟ କୋହଲିଙ୍କ ଶତକ ହାସଲ। ଟେଷ୍ଟ କ୍ରିକେଟ୍ରେ ଇଂଲଣ୍ଡ ମାଟିରେ ବିରାଟଙ୍କ ଏହା ପ୍ରଥମ ଶତକ। ଏହାସହ ଟେଷ୍ଟ କ୍ରିକେଟ୍ରେ କୋହଲି ୨୨ତମ ଶତକ ହାସଲ କରିଛନ୍ତି।
ଗୁରୁବାର ୨ୟ ଦିନରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଜାରି ରହିଥିବା ବେଳେ କୋହଲି ଏହି ସ୍ମରଣୀୟ ଶତକ ହାସଲ କରିଛନ୍ତି। ୪ ବର୍ଷ ତଳେ ଯେଉଁ ବିରାଟ କୋହଲି ଇଂଲଣ୍ଡ ମାଟିରେ ବିଫଳ ହୋଇଥିଲେ ସେ ଆଜି ସଫଳତାର ସହିତ ଶତକ ମାରିଛନ୍ତି।
ବର୍ଷ ୨୦୧୪ରେ ଘଟିଥିବା ଘଟଣାକୁ ଭୁଲି କୋହଲି ଦୃଢ଼ ମନୋଭାବ ସହିତ କ୍ରିଜରେ ଥିଲେ। ଦଳର ୯ଜଣ ଖେଳାଳି ଆଉଟ୍ ହୋଇଥିଲେ ମଧ୍ୟ ସେ ଲକ୍ଷ୍ୟକୁ ପୂରା କରିବା ପାଇଁ ଅପେକ୍ଷା କରିଥିଲେ।