IPL 2021: ଆଉଟ୍‌ ହେବା ପରେ ରାଗରେ ଲାଲ୍‌ ହୋଇଗଲେ ବିରାଟ, ଚେୟାର ଫିଙ୍ଗି ଦେଲେ

ଚେନ୍ନାଇ: ଆଇପିଏଲ୍‌ରେ ‌ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ଟିମ୍‌ ଚମତ୍କାର ଫର୍ମରେ ଅଛି। ହେଲେ ଆର୍‌ସିବି ଟିମ୍‌ର କ୍ୟାପଟେନ୍‌ ବିରାଟ କୋହଲି ଆଇପିଏଲ୍‌ର ଆଚରଣ ବିଧି ଉଲ୍ଲଂଘନ କରିଥିବା ଦେଖିବାକୁ ମିଳିଛି। ଗତକାଲି ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳା ଯାଇଥିବା ଆଇପିଏଲ୍ ମ୍ୟାଚ୍‌(IPL 2021)ରେ ଆର୍‌ସିବି (Royal Challengers Bangalore) ଟିମ୍‌ ୬ ରନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ( (Sunrisers Hyderabad)କୁ ପରାସ୍ତ କରିଥିଲା।

ମ୍ୟାଚ୍‌ ଚାଲିଥିବା ସମୟରେ ଏମିତି କିଛି ଘଟଣା ଘଟିଥିଲା, ଯାହାକୁ ଦେଖି ଫ୍ୟାନ୍ସ ଚକିତ ହୋଇଯାଇଥିଲେ। ମାତ୍ର ୨୯ ବଲ୍‌ରେ ୩୩ ରନ୍‌ କରି ଆଉଟ୍‌ ହେବା ପରେ ବିରାଟ କୋହଲିଙ୍କ ରାଗ ଦେଖିବାକୁ ମିଳିଥିଲା। ଆଉଟ୍‌ ହେବା ପରେ ପାଭିଲିୟନକୁ ଫେରିବା ସମୟରେ ବିରାଟ ଷ୍ଟାଡିୟମ୍‌ରେ ରଖାଯାଇଥିବା ଏକ ଚେୟାରକୁ ବ୍ୟାଟ୍‌ ସାହାଯ୍ୟରେ ରାଗରେ ତଳେ ଫୋପାଡ଼ି ଦେଇଥିଲେ। ସୋସିଆଲ୍‌ ମିଡିଆରେ ଏହି ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି।

୧୨ ଓଭରରେ ଆର୍‌ସିବି ୨ ୱିକେଟ୍‌ ହରାଇ ୯୧ ରନ୍‌ କରିଥିଲା। ଏହି ସମୟରେ ଫିଲ୍ଡରେ ବିରାଟ କୋହଲି ଓ ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ଖେଳୁଥିଲେ। ୧୩ ଓଭରରେ ଜ୍ୟାସନ୍‌ ହୋଲ୍ଡର ବୋଲିଂ କରିବାକୁ ଆସିଥିଲେ। ଏହି ସମୟରେ ବିରାଟ ଶଟ୍‌ ଖେଳିବା ପାଇଁ ପ୍ରୟାସ କରିଥିଲେ, ହେଲେ ବଲ୍‌ ବାଉଣ୍ଡରିକୁ ଚାଲି ଯାଇଥିଲା ଓ ବିଜୟ ଶଙ୍କର ବଲ୍‌କୁ କ୍ୟାଚ୍‌ କରି ନେଇଥିଲେ। ଫଳରେ ବିରାଟ ଆଉଟ୍‌ ହୋଇଯାଇଥିଲେ। ଆଉଟ୍‌ ହେବା ପରେ ବିରାଟଙ୍କ ରାଗ ଦେଖିବାକୁ ମିଳିଥିଲା। ପାଭିଲିୟନକୁ ଫେରିବା ସମୟରେ ବିରାଟ ଷ୍ଟାଡିୟମ୍‌ରେ ରଖାଯାଇଥିବା ଏକ ଚେୟାରକୁ ବ୍ୟାଟ୍‌ ସାହାଯ୍ୟରେ ରାଗରେ ତଳେ ଫୋପାଡ଼ି ଦେଇଥିଲେ।

ପ୍ରଥମେ ବ୍ୟାଟିଂ କରି ଆର୍‌ସିବି ନିର୍ଦ୍ଧାରିତ ଓଭରରେ ୮ ୱିକେଟ୍‌ ହରାଇ ୧୪୯ ରନ୍‌ କରିଥିଲା। ଅଷ୍ଟ୍ରେଲୀୟ ଅଲ୍‌ରାଉଣ୍ଡର ମ୍ୟାକ୍ସୱେଲ୍‌ ୪୧ଟି ବଲ୍‌ରୁ ୫୯ ରନ୍‌ କରିଥିଲେ। ା ଏଥିରେ ୫ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ଜବାବରେ ହାଇଦ୍ରାବାଦ ଟିମ୍ ୧୩ ଓଭରରେ ୨ ୱିକେଟ୍‌ ହରାଇ ୯୬ ରନ୍‌ କରିଥଲା। ଏହାପରେ କିନ୍ତୁ ଡେଭିଡ୍ ୱାର୍ଣ୍ଣର ଓ ମନୀଷ ପାଣ୍ଡେ ପାଭିଲିୟନକୁ ଫେରିବା ପରେ ଦଳ ବିପଦରେ ପଡ଼ିଥିଲା। ହାଇଦ୍ରାବାଦ ଟିମ୍ ୧୪୩ ରନ୍‌ରେ ଅଟକି ଯାଇଥିଲା। ଗତକାଲିର ବିଜୟ ପରେ ବିରାଟ କୋହଲିଙ୍କ ଟିମ୍ ଦୁଇଟି ମ୍ୟାଚ୍‌ ଜିତି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଆଜି ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲସ୍‌ ମଧ୍ୟରେ ମୁକାବିଲା ହେବ।

You might also like