ଅଧିକ ଆୟ କରୁଥିବା ଖେଳାଳିଙ୍କ ତାଲିକାରେ ଏକମାତ୍ର କ୍ରିକେଟର୍ ଭାବେ ସ୍ଥାନ ପାଇଲେ ବିରାଟ
ନୂଆଦିଲ୍ଲୀ: ୨୦୨୦ ବର୍ଷର ବିଶ୍ୱର ସବୁଠାରୁ ଅଧିକ ଆୟ କରୁଥିବା ୧୦୦ ଆଥ୍ଲେଟ୍ ତାଲିକାରେ ସ୍ଥାନ ପାଇଲେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ବିରାଟ କୋହଲି। ଶୁକ୍ରବାର ଚର୍ଚ୍ଚିତ ଫୋର୍ବସ ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ଏକମାତ୍ରା କ୍ରିକେଟର୍ ଭାବରେ ବିରାଟ ସ୍ଥାନ ପାଇଛନ୍ତି।
ତାଲିକାରେ କୋହଲି ୨୬ ମିଲିୟନ୍ ଆୟ ସହିତ ୬୬ ନମ୍ବର ତାଲିକାରେ ଅଛନ୍ତି। ୨୦୧୯ରେ ସେ ଏହି ତାଲିକାରେ ୩୦ ନମ୍ବର ସ୍ଥାନରେ ଥିଲେ। ଫୋର୍ବସ ମାଗାଜିନ୍ ଅନୁସାରେ, ବିରାଟ ବଜ୍ଞାପନ ବାବଦକୁ ପାଖାପାଖି ୨୪ ମିଲିୟନ୍ ଆମେରିକୀୟ ଡଲାର ଆୟ କରୁଥିବା ବେଳେ ମାତ୍ର ୨ ମିଲିୟନ୍ ଆମେରିକୀୟ ଡଲାର ତାଙ୍କ ଦରମା ରହିଛି।
ଫୋର୍ବସର ଏହି ତାଲିକାରେ ୩୫ ଜଣ କେବଳ ବାସ୍କେଟ୍ ବଲ୍ ପ୍ଲେୟାର ଅଛନ୍ତି। ସେହିପରି ୧୪ ଜଣ ଫୁଟ୍ବଲ୍ ପ୍ଲେୟାର୍ ରହିଥିବା ବେଳେ ଟେନିସ୍ରେ ୬ଜଣ, ବକ୍ସିଂ ଏବଂ ମିକ୍ସଡ୍ ମାର୍ସଲ୍ ଆର୍ଟ୍ରେ ୫, ଗଲ୍ଫ ୪, ମୋଟର ରେସିଂ ୩ ହୋଇଥିବା ବେଳେ ବେସ୍ବଲ୍ ଗେମ୍ ଓ କ୍ରିକେଟ୍ରେ ଜଣେ ଲେଖାଏ ଖେଳାଳି ଅଛନ୍ତି।
କରୋନା ମହାମାରୀ ଯୋଗୁ ବିଶ୍ୱର ହାଇପେଡ୍ ଫୁଟ୍ବଲ୍ ଷ୍ଟାର୍ ମେସି ଓ ରୋନାଲ୍ଡୋଙ୍କ ଦରମା ହୋଇଥିବାରୁ ଟେନିସ୍ ପ୍ଲେୟାର୍ ରୋଜର ଫେଡେରର ଚଳିତ ଥର ପାଇଁ ଆଧିକ ଆୟ କରୁଥିବା ଆଥ୍ଲେଟ୍ ହୋଇପାରିଛନ୍ତି। ଏହି ସୂଚନା ଦେଇଛନ୍ତି ଫୋର୍ବସର ବରିଷ୍ଠ ସମ୍ପାଦକ କୁର୍ଟ ବାଡେନ୍ ହୁସେନ୍।
୧ ଜୁନ୍ ୨୦୧୯ରୁ ୧ ଜୁନ୍ ୨୦୨୦ ପର୍ଯ୍ୟନ୍ତ ଆଥ୍ଲେଟ୍ ସେମାନଙ୍କର ରୋଜଗାର, ଯଥା- ପ୍ରାଇଜ୍ ମନି, ଦରମା, ପୁରସ୍କାର ରାଶି, କଣ୍ଟ୍ରାକ୍ଟ ବୋନସ, ବିଜ୍ଞାପନ, ରୟାଲିଟି, ପ୍ରତିନିଧିତ୍ୱ ବାବଦ ପାଉଣାକୁ ହିସାବରେ ନେଇ ଫୋର୍ବସ ଏହି ତାଲିକା ପ୍ରସ୍ତୁତ କରିଛି।
୧୦୬.୩ ମିଲିୟନ ଆମେରିକୀୟ ଡଲାର ଆୟରେ ରୋଜର ଫେଡେରର ନମ୍ବର୍ ୱାନ୍ରେ ଥିବା ବେଳେ ୧୦୫ ମିଲିୟନ ଆମେରିକୀୟ ଡଲାର ସହିତ ରୋନାଲ୍ଡୋ ଦ୍ୱିତୀୟ ଓ ୧୦୪ ମିଲିୟନ୍ ଆମେରିକୀୟ ଡଲାର ସହିତ ମେସି ତୃତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ବ୍ରାଜିଲ୍ର ଫୁଟ୍ବଲ୍ ପ୍ଲେୟାର୍ ନେମର୍ ୯୫.୫ ମିଲିୟନ୍ ଆମେରିକୀୟ ଡଲାର ଆୟ କରି ତୃତୀୟ ସ୍ଥାନରେ ଅଛନ୍ତି।