ମେଲ୍‌ବୋର୍ଣ୍ଣରେ ମହାଜିତ୍: କମାଲ୍‌ ଦେଖାଇଲେ ଧୋନି ଓ ଚହଲ

ମେଲବୋର୍ଣ୍ଣ: ଟେଷ୍ଟ ଭଳି ୱାନ୍‌ ଡେରେ ମଧ୍ୟ କମାଲ୍‌ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। ମେଲବୋର୍ଣ୍ଣ ଦିନିକିଆରେ ଅଷ୍ଟ୍ରେଲିଆକୁ ୭ ୱିକେଟରେ ହରାଇଛି ଭାରତ। ଏଥିସହିତ ଟେଷ୍ଟ ସିରିଜ୍‌ ଭଳି ଦିନିକିଆ ସିରିଜକୁ ମଧ୍ୟ କବ୍‌ଜା କରିନେଇଛି ଟିମ୍‌ ଇଣ୍ଡିଆ।

ଭାରତ ଆଗରେ ଅଷ୍ଟ୍ରେଲିଆ ୨୩୧ରନର ବିଜୟ ଲକ୍ଷ୍ୟ ରଖିଥିଲା। ମହେନ୍ଦ୍ର ସିଂହ ଧୋନୀ ଓ କେଦାର ଯାଦବଙ୍କ ଆକର୍ଷଣୀୟ ବ୍ୟାଟିଂ ସହାୟତାରେ ଟିମ ଇଣ୍ଡିଆ ମେଲବୋର୍ଣ୍ଣରେ ବିଜୟୀ ହୋଇଛି। ଧୋନୀ ଅପରାଜିତ ୮୭, କେଦାର ଯାଦବ ୬୧ରନ୍‌ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଧିନାୟକ ବିରାଟ୍‌ କୋହଲି ୪୬ କରିଥିବା ବେଳେ ବୋଲିଂରେ କମାଲ ଦେଖାଇଥିଲେ ୟୁଜବେନ୍ଦର ଚହଲ। ସେ ୪୨ ରନ୍‌ ଦେଇ ୬ଟି ୱିକେଟ୍ ନେଇଥିଲେ। ମ୍ୟାଚ୍‌ରେ ଘାତକ ବୋଲିଂ ପାଇଁ ଚହଲଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚନା କରାଯାଇଥିବା ବେଳେ ମହେନ୍ଦ୍ର ସିଂହ ଧୋନି ପ୍ଲେୟର ଅଫ୍‌ ଦି ସିରିଜ୍‌ ଭାବେ ବିବେଚିତ ହୋଇଛନ୍ତି।

picture credit-india today

ଅଷ୍ଟ୍ରେଲିଆ ଦେଇଥିବା ୨୩୧ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଟିମ୍‌ ଇଣ୍ଡିଆ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳୀୟ ସ୍କୋର ୧୫ ଥିବା ବେଳେ ଓପନର ରୋହିତ ଶର୍ମା ୯ ରନ୍‌ କରି ପ୍ୟାଭିଲିୟନ୍‌ ଫେରିଥିଲେ। ଏହାପରେ କିଛି ସମୟ ଧରି ଅନ୍ୟତମ ଓପନର ଶିଖର ଧୱନଙ୍କ ସହ ମିଶି ବିରାଟ୍‌ ସ୍ଥିତି ସମ୍ଭାଳିଥିଲେ। ତେବେ ସ୍କୋର ୫୯ ହୋଇଥିବା ବେଲେ ଧୱନ୍‌ ମଧ୍ୟ ବ୍ୟକ୍ତିଗତ ୨୩ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ।

picture credit-india today

ପ୍ରମୋସନ ପାଇ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମହେନ୍ଦ୍ର ସିଂହ ଧୋନି ୩ୟ ୱିକେଟ୍‌ ପାଇଁ ବିରାଟ୍‌ଙ୍କ ସହ ମିଶି ୫୪ ରନ୍‌ର ଭାଗୀଦାରି କରିଥିବା ବେଳେ  ୪୬ ରନ୍‌ କରି ବିରାଟ୍‌ ଆଉଟ୍ ହୋଇଯାଇଥିଲେ।  ଏହାପରେ କେଦାର ଯାଦବ ଧୋନିଙ୍କ ସହ ମିଶି ସ୍ଥିତି ସମ୍ଭାଳିଥିଲେ। ସିରିଜ୍‌ରେ ପ୍ରଥମ ମ୍ୟାଚ୍‌ ଖେଳୁଥିବା କେଦାର ଜବରଦସ୍ତ ପ୍ରଦର୍ଶନ କରି ଧୋନିଙ୍କ ସହ ମିଶି ୫ମ ୱିକେଟ୍ ପାଇଁ ୧୨୧ ରନ୍‌ର ଭାଗୀଦାରି ରନ୍‌ କରିଥିଲେ।

ଶେଷ ଓଭର୍‌ରେ ମାତ୍ର ୧ ରନ୍‌ ଥିବା ବେଳେ କେଦାର ଯାଦବ ଚୌକା ମାରି ଭାରତକୁ ବିଜୟୀ କରିଥିଲେ।

You might also like