କ୍ୟାପ୍ଟେନ୍ ପରିବର୍ତ୍ତନର ଆବଶ୍ୟକତା ନାହିଁ, ବିରାଟ ଭଲ ପ୍ରଦର୍ଶନ କରୁଛନ୍ତି: ଲକ୍ଷ୍ମଣ

ମୁମ୍ବାଇ: ଟ୍ୱି-୨୦ ହେଉ କିମ୍ବା ୱାନ୍‌ଡେ ସବୁଥିରେ ରୋହିତ ଶର୍ମା ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି। ତା ସହିତ ଜଣେ ସଫଳ ଅଧିନାକୟକ ଭାବେ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍‌କୁ ଟିମ୍‌କୁ ୫ ଥର ଟାଇଟଲ ଜିତାଇଛନ୍ତି। ରୋହିତଙ୍କ ଏହି ସଫଳତା ପରେ ଅନେକ ସମୟରେ ତାଙ୍କର ଦକ୍ଷ ଅଧିନୟକତ୍ୱକୁ ଭୁରି ଭୁରି ପ୍ରଶଂସା କରାଯିବ ସହିତ ଟିମ୍‌ ଇଣ୍ଡିଆର ଟି-୨୦ ଫର୍ମାଟ୍‌ରେ ରୋହିତ ଅଧିନାୟକ ହେବା ଦରକାର ବୋଲି ଦାବି ହୋଇ ଆସୁଛି।

ବିରାଟ ୱାନ୍‌ଡେ ପାଇଁ ଓ ରୋହିତ ଟି-୨୦ ପାଇଁ ଅଧିନାୟକ ହୁଅନ୍ତୁ ବୋଲି ଫ୍ୟାନ୍‌ଙ୍କଠାରୁ ଆରମ୍ଭ କରି ଅନେକ କ୍ରିକେଟ୍‌ ବିଶେଷଜ୍ଞ ଓ ବରିଷ୍ଠ ଖେଳାଳି ମତ ଦେଉଛନ୍ତି। ନିକଟରେ ରୋହିତ ଶର୍ମାଙ୍କ କୋଚ୍‌ ଏ ପ୍ରସଙ୍ଗ ଉଠାଇବା ପରେ ତାଙ୍କ ଅଧିକନାୟକତ୍ୱ ନେଇ ଚର୍ଚ୍ଚା ଜୋର୍ ଧରିଛି।

ତେବେ ଏ ସମ୍ପର୍କରେ ପୂର୍ବତନ ଷ୍ଟାର୍‌ ଖେଳାଳି ଭିଭିଏସ୍ ଲକ୍ଷ୍ମଣଙ୍କ ମତ କିନ୍ତୁ ଅଲଗା। ଲକ୍ଷ୍ମଣ କହିଛନ୍ତି ଯେ ଟି-୨୦ରେ କୋହଲି କ୍ୟାପ୍ଟେନ୍‌ ଭାବେ ଭଲ ପ୍ରଦର୍ଶନ କରୁଛନ୍ତି। ତେଣୁ ଦଳ ପାଇଁ ବର୍ତ୍ତମାନ ଅଧିନାୟକ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ।

ତେବେ ରୋହିତଙ୍କ ପ୍ରଶଂସାରେ ଲକ୍ଷ୍ମଣ କହିଛନ୍ତି “ ସେ ଜଣେ ଭଲ ଅଧିନାୟକ ଏଥିରେ ସନ୍ଦେହ ନାହିଁ। ବିରାଟଙ୍କ ଅନୁପସ୍ଥିତିରେ ସେ ଯେତେବେଳେ ବି ଟିମ୍‌ର ଦାୟିତ୍ୱ ନେଇଛନ୍ତି, ସେତେବେଳେ ଭଲ ପ୍ରଦର୍ଶନ କରିଛନ୍ତି। ଆଇପିଏଲ୍‌ରେ କ୍ୟାପ୍ଟେନ୍‌ସିପ କରି ୫ ଥର ଟାଇଟଲ ଜିତାଇବା ସହଜ ନୁହେଁ। ଯେଉଁ ଶୈଳୀରେ ସେ ଟିମ୍‌(ମୁମ୍ବାଇ ଇଣ୍ଡିଆନ୍ସ) ସମ୍ଭାଳୁଛନ୍ତି ତାହା ଅତ୍ୟନ୍ତ ଉତ୍ତମ।”

ରୋହିତଙ୍କ ପାଖରେ ଜଣେ ସଫଳ ଅଧିନାୟକ ହେବାର ସମସ୍ତ ଲକ୍ଷଣ ରହିଛି। କିନ୍ତୁ ବର୍ତ୍ତମାନ ସମୟରେ ଅଧିନାୟକ ପରିବର୍ତ୍ତନର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି। ବିରାଟ ଜବରଦସ୍ତ ସଫଳତା ପାଇଛନ୍ତି। ଏବଂ ଭଲ ପ୍ରଦର୍ଶନ କରୁଛନ୍ତି ତେଣୁ ଅଧିନୟାକ ପରିବର୍ତ୍ତନ କୌଣସି ଆବଶ୍ୟକତା ଥିବା ମୁଁ ଭାବୁ ନାହିଁ ବୋଲି ଲକ୍ଷ୍ମଣ କହିଛନ୍ତି।

ରୋହିତଙ୍କ ଶର୍ମାଙ୍କ ଜୀବନୀ ଉପରେ ଲିଖିତ ବିଜୟ ଲୋକପାଲ୍ଲୀ ଏବଂ ଜି କ୍ରିଷ୍ଣାଙ୍କ ଏକ ପୁସ୍ତକ “ଦି ହିଟ୍‌ ମ୍ୟାନ୍‌”ର ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ଏପରି କହିଛନ୍ତି ଲକ୍ଷ୍ମଣ।

 

 

 

You might also like