କାହିଁକି ବାୟୋ ବଦଳାଇଦେଲେ କୋହଲି?

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ୍ କୋହଲି ଜାନୁଆରୀ ୧୧ରେ ପିତା ହେବାର ଖବର ଜଣାଇଥିଲେ। କୋହଲି ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କରି କହିଥିଲେ ଯେ ଘରକୁ ଛୋଟ ଝିଅଟିଏ ଆସିଛି। ଝିଅର ଆଗମନ ଖୁସିରେ ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜର ପ୍ରସଂଶକ ଏବଂ ଶୁଭେଚ୍ଛୁଙ୍କୁ  ଧନ୍ୟବାଦ୍ ଜଣାଇବା ସହ ନିଜେ ଭାବବିହ୍ୱଳ ହୋଇପଡ଼ିଥିଲେ।

ବର୍ତ୍ତମାନ୍ କୋହଲି ନିଜର ଟ୍ୱିଟର୍ ଆକାଉଣ୍ଟ୍‌ରେ ନିଜ ବାୟୋ ପରିବର୍ତ୍ତନ କରିଛନ୍ତି। ଏହି ପରିବର୍ତ୍ତିତ ଟ୍ୱିଟର୍‌ରେ ସେ ନିଜକୁ “ଏକ ଗର୍ବିତ ସ୍ୱାମୀ ଏବଂ ପିତା” (a proud husband and father) ବୋଲି ନିଜକୁ ପରିଚିତ କରିଛନ୍ତି। କୋହଲିଙ୍କ ଏହି ନୂତନ ପରିଚୟକୁ ପ୍ରସଂଶକ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ସୋସିଆଲ୍ ମିଡିଆରେ କୋହଲିଙ୍କ ପ୍ରସଂଶାର ସୁଅ ଛୁଟିଛି।

କୋହଲି ଗତ ଜାନୁଆରୀ ୧୧ରେ କନ୍ୟା ସନ୍ତାନ ନେଇ ଘୋଷଣା କରିଥିଲେ। ସେ ନିଜ କଥାକୁ ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ସେୟାର କରିଥିଲେ। ସେ ଲେଖିଥିଲେ ଯେ, ଆମେ ଖୁସିର ସହ ଜଣାଉଛୁ ଯେ, ‘ଭଗବାନଙ୍କ ଆଶୀର୍ବାଦରୁ ଆଜି ଅପରାହ୍ନରେ ଆମେ ଏକ କନ୍ୟା ସନ୍ତାନ ବାପା-ମା’ ହୋଇଛୁ। ଆପଣଙ୍କ ଭଲ ପାଇବା, ପ୍ରାର୍ଥନା, ଶୁଭେଚ୍ଛା ପାଇଁ ଅନେକ ଅନେକ ଧନ୍ୟବାଦ। ଅନୁଷ୍କା ଓ ବେବି ଉଭୟ ସୁସ୍ଥ ଅଛନ୍ତି। ଆମେ ଆମ ଜୀବନର ଏକ ନୂଆ ଅଧ୍ୟାୟ ଖୋଲିବାକୁ ଯାଉଛୁ। ସେଥିପାଇଁ ଆମେ ଉଭୟେ ବହୁତ ଖୁସି।‘

କ୍ରିକେଟ୍ ଓ ସେଲିବ୍ରିଟି ଦୁନିଆର ଚର୍ଚ୍ଚିତ ଯୋଡ଼ି ହେଲେ ବିରାଟ ଓ ଅନୁଷ୍କା। ବିରୁଷ୍କା ଅନେକ ଦିନ ଡେଟିଂ ରହିବା ପରେ ୨୦୧୭ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆଉ ୩ ବର୍ଷ ପରେ ବିରୁଷ୍କାଙ୍କ ପରିବାର ପାଇଁ ନୂଆ ଅତିଥି ଆସିଛନ୍ତି। ତେବେ ତାଙ୍କ ଝିଅର ନାମ କଣ ରଖିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।

ସୁଚନା ଅନୁଯାୟୀ କୋହଲି ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ୨ ଟେଷ୍ଟ୍ ସିରିଜ ଖେଳିପାରିନଥିଲେ। ଜୁନିୟର୍ ଖେଳାଳୀଙ୍କୁ ବିଜୟ ମନ୍ତ୍ର ଦେଇ ପିତୃତ୍ୱ ଛୁଟିରେ ସ୍ୱଦେଶ ଫେରି ଆସିଥିଲେ ଅଧିନାୟକ କୋହଲି। ଏବେ ଆଡିଲେଟ୍ ଟେଷ୍ଟ ପାଇ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଟିମ୍ ଇଣ୍ଡିଆର  ଭାର ଆଜିଙ୍କ୍ୟ ରାହାଣେ ସମ୍ଭାଳୁଛନ୍ତି। ତଥାପି ବାପା ହେବାର ଖୁସି ଭିତରେ ବି ସେ ଭୁଲିନାହାନ୍ତି କ୍ରିକେଟ୍‌କୁ। ଟିମ୍ ଇଣ୍ଡିଆ କିପରି ଆହୁରି ଭଲ ପ୍ରଦର୍ଶନ କରିବ ନେଇ ଗୁରୁ ମନ୍ତ୍ର ଦେଉଛନ୍ତି। ଚତୁର୍ଥ ଟେଷ୍ଟରେ ଭାରତୀୟ ଦଳ ପକ୍ଷରୁ ଡେବ୍ୟୁ ଅର୍ଦ୍ଧଶତକ ମାରିଥିବା ୨ ଖେଳାଳୀ ସୁନ୍ଦର ଓ ସଦୁଲ ଠାକୁରଙ୍କୁ  ବିରାଟ ପ୍ରଶଂସା କରିଛନ୍ତି।

You might also like