କ୍ରିକେଟର୍ ହାର୍ଦ୍ଦିକ ଓ ଲୋକେଶଙ୍କ ବିବାଦୀୟ ମନ୍ତବ୍ୟରେ ମୁହଁ ଖୋଲିଲେ ବିରାଟ୍‌ କୋହଲି

ମୁମ୍ବାଇ: ଦୁଇ ଭାରତୀୟ କ୍ରିକେଟର-ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲଙ୍କ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି କ୍ୟାପଟେନ୍‌ ବିରାଟ କୋହଲି। ବିରାଟ କହିଛନ୍ତି ଯେ ଆମେ ଭାରତୀୟ ଏବଂ ଦାୟିତ୍ୱସମ୍ପନ୍ନ କ୍ରିକେଟର ଭାବେ ସେମାନଙ୍କ ମତ ଓ ମନ୍ତବ୍ୟ ସହ ସହମତ ନୁହେଁ। ଏହା ସେମାନଙ୍କ ବ୍ୟକ୍ତିଗତ ମତ ବୋଲି କୋହଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ବିବାଦୀୟ ମନ୍ତବ୍ୟ ପାଇଁ ହାର୍ଦ୍ଦିକ ଓ ଲୋକେଶଙ୍କ ଉପରେ ୨ଟି ମ୍ୟାଚର ବାସନ୍ଦ ପାଇଁ କମିଟି ଅଫ୍‌ ଆଡମିନିଷ୍ଟ୍ରେଟର ଗତକାଲି BCCIକୁ ସୁପାରିଶ କରିଥିଲା। ତେଣୁ ଆମେ ଏହି ପ୍ରସଙ୍ଗରେ BCCIର ଫଇସଲାକୁ ଅପେକ୍ଷା କରୁଛୁ ଏବଂ ତାପରେ ହିଁ ମ୍ୟାଚର କମ୍ବିନେସନ ଉପରେ ନିର୍ଣ୍ଣୟ ନେଇହେବ ବୋଲି କୋହଲି କହିଛନ୍ତି।

picture credit-India Today

ଆସନ୍ତାକାଲିଠୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଦିନିକିଆ ସିରିଜ ଅଭିଯାନ ଆରମ୍ଭ କରିବ। ନିକଟରେ ଲୋକପ୍ରିୟ ଟିଭି ଶୋ ‘କଫି ଓ୍ୱିଥ୍ କରଣ’ରେ ହାର୍ଦ୍ଦିକ ମହିଳାମାନଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ହାର୍ଦ୍ଦିକଙ୍କ ମନ୍ତବ୍ୟ ପରେ କ୍ରିକେଟର କେ.ଏଲ. ରାହୁଲ ଓ କରଣ ଜୋହର ହସୁଥିବା ଦେଖାଯାଇଥିଲା। ଏନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ଟ୍ୱିଟ୍ କରି କ୍ଷମା ମାଗିଥିଲେ ହାର୍ଦ୍ଦିକ।

ଆହୁରି ପଢ଼ନ୍ତୁ

ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର

ଟ୍ରେନିଂ ସରିଲା, କାଶ୍ମୀରରୁ ଫେରିଲେ ଧୋନି

ଇଣ୍ଡିଆନ୍ ଗ୍ରାଁ ପ୍ରି-୫: ୧୦୦ ମିଟରରେ ସ୍ୱର୍ଣ୍ଣ ଜିତିଲେ ଦୂତୀ

ରବି ଶାସ୍ତ୍ରୀ ପୁଣି ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

ତୃତୀୟ ଦିନିକିଆ ବି ଭାରତ ଜିତିଲା; ସଚିନଙ୍କଠାରୁ ଆଉ ମାତ୍ର ୬ଟି ଶତକ ପଛରେ କୋହଲି

ଦେଶବାସୀଙ୍କୁ ଏମିତି ଢଙ୍ଗରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ କ୍ରିକେଟ୍‌ ଷ୍ଟାର୍

ତୃତୀୟ ଦିନିକିଆ: ଗେଲ୍ ଝଡ଼ ପରେ ବର୍ଷାର ଆଗମନ

ପୂର୍ଣ୍ଣିମା ଓ ଜଉନାଙ୍କୁ ପ୍ରତାରଣା!

ତୃତୀୟ ଦିନିକିଆ: ଟସ୍ ଜିତି ୱେଷ୍ଟଇଣ୍ଡିଜର ବ୍ୟାଟିଂ ନିଷ୍ପତ୍ତି

ଶାରୀରିକ ଭିନ୍ନକ୍ଷମ ଟି-୨୦: ଇଂଲଣ୍ଡକୁ ନିଜ ମାଟିରେ ହରାଇ ଚାମ୍ପିୟନ୍‌ ହେଲା ଭାରତ

ଆଜି ଦିନିକିଆ ସିରିଜର ଶେଷ ମ୍ୟାଚ୍

ଯୁବ ତ୍ରିରାଷ୍ଟ୍ରୀୟ ସିରିଜ୍ ଜିତିଲା ଭାରତ

You might also like