ସଚିନଙ୍କ ରେକର୍ଡ ଭାଙ୍ଗିଲେ ବିରାଟ

କାନବେର୍ରା: କ୍ରିକେଟ ଭଗବାନ ଭାବେ ପରିଚିତ‌ ସଚିନ୍‌ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ କ୍ୟାପ୍ଟେନ୍‌ ବିରାଟ କୋହଲି। ଏକ ଦିବସୀୟ ଫର୍ମାଟ୍‌ରେ ସବୁଠୁ କମ୍ ଇନିଂସ ଖେଳି ୧୨ ହଜାର ରନ୍‌ ପୂରଣ କରିଛନ୍ତି ବିରାଟ। ବୁଧବାର କାନବେରାରେ ଖେଳାଯାଉଥିବା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ୱାନ୍‌ଡେ ମ୍ୟାଚ୍‌ରେ ବିରାଟ ଏହି ସଫଳତା ପାଇଛନ୍ତି। ମାତ୍ର ୨୫୧ ମ୍ୟାଚ୍‌ରେ ୨୪୨ ୱାନ୍‌ଡେ ଇନିଂସ ଖେଳି ୧୨ ହଜାର ରନ୍ ପୂରଣ କରିଛନ୍ତି ବିରାଟ। ଏହା ପୂର୍ବରୁ ସଚିନ୍‌ ୩୦୯ ମ୍ୟାଚ୍‌ରେ ୩୦୦ ଇନିଂସ ଖେଳି ୧୨ ହଜାର ରନ୍‌ ପୂରଣ କରିଥିଲେ।

ଭାରତୀୟ ଟିମ୍‌ ପାଇଁ ତେନ୍ଦୁଲକଙ୍କର ପରେ ଏକଦିବସୀୟ ମ୍ୟାଚ୍‌ରେ କୋହଲି ଦ୍ୱିତୀୟ ବ୍ୟାଟ୍ସମ୍ୟାନ୍‌ ଭାବେ ସର୍ବାଧିକ ରନ୍‌ କରିଛନ୍ତି। ସଚିନ ୪୬୩ ଏକଦୀବସୀୟ ମ୍ୟାଚ୍ ଖେଳି ୧୮,୪୨୬ ରନ୍‌ କରିଛନ୍ତି।

କୋହଲି ୧୧ ହଜାର ରନ୍‌ ପୂରଣ କରିବା ପାଇଁ ୨୨୨ ଇନିଂସ ଖେଳିଥିଲେ। ଏହାଛଡ଼ା ବିଶ୍ୱର ପ୍ରଥମ ବ୍ୟାଟ୍ସମ୍ୟାନ୍ ଭାବେ ୨୦୫ ଇନିଂସରେ ୧୦ ହଜାର ରନ୍‌ ପୂରଣ କରିବାରେ ସଫଳ ହୋଇଥିଲେ। ୨୦୦୮ରେ ଏକଦିବସୀୟରେ ଡେବ୍ୟୁ କରିଥିବା ବିରାଟ ୪୩ ଶତକ ୬୦ ଅର୍ଦ୍ଧଶତକ କରିଛନ୍ତି।

ଏକଦିବସୀୟ ମ୍ୟାଚ୍‌ରେ ଦ୍ରୁତ ୧୨ ହଜାର ରନ୍‌ ପୂରଣ କରିଥିବା ବ୍ୟାଟ୍ସମ୍ୟାନ୍ ହେଲେ-

ବିରାଟ କୋହଲି-୨୫୧
ସଚିନ ତେନ୍ଦୁଲକର- ୩୦୯
ରିକି ପଣ୍ଟିଂ-୩୨୩
କୁମାର ସାଙ୍ଗାକାର-୩୫୯
ସନଥ ଜୟସୁରିୟା-୩୯୦

 

You might also like