କୋଭିଡ ରୋଗୀଙ୍କ ପାଇଁ ୨ କୋଟି ଦାନ କଲେ ବିରାଟ-ଅନୁଷ୍କା

ନୂଆଦିଲ୍ଲୀ:ଦେଶରେ କରୋନର ଦୟନୀୟ ସ୍ଥିତିକୁ ଦେଖି ବହୁ ଲୋକ ସହାୟତାର ହାତ ବଢାଇଛନ୍ତି । ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଟିମ୍‌ର କ୍ୟାପ୍ଟେନ ବିରାଟ କୋହଲି ଲୋକଙ୍କ ସହାୟତା ପାଇଁ ସହାୟତାର ହାତ ବଢାଇଛନ୍ତି । ଉଭୟେ ସୋସିଆଲ ମିଡିଆରେ ଏକ ଭିଡିଓରେ ସୂଚନା ଦେଇଛନ୍ତି,କୋଭିଡ ସହାୟତା ପାଇଁ ସେମାନେ ଏକ ଅଭିଯାନ ଆରମ୍ଭ କରିଛନ୍ତି । ସେମାନେ ଲୋକଙ୍କୁ ଆବେଦନ କରିଛନ୍ତି, ସମସ୍ତେ କରୋନାକୁ ହରାଇବା ପାଇଁ ଆଗକୁ ଆସନ୍ତୁ ଏବଂ ସହାୟତାର ହାତ ବଢାନ୍ତୁ । ଏହି ଅଭିଯାନରେ ସେ ୭ କୋଟି ଟଙ୍କା ଯୋଗାଡ କରିବେ । ନିଜେ ବିରାଟ ଓ ଅନୁଷ୍କା ୨ କୋଟି ଦାନ କରିଛନ୍ତି ।

ଅନୁଷ୍କା ଶର୍ମାଙ୍କ ଦ୍‌:ାରା ସେୟାର କରାଯାଇଥିବା ଏହି ଭିଡିସରେ ବିରାଟ ଏବଂ ଅନୁଷ୍କା କହିଛନ୍ତି, ଦେଶରେ କରୋନାର ଦ୍‌:ିତୀୟ ଲହରୀକୁ ଦେଖି ମନ ବହୁତ ଦୁଃଖ । କରୋନା ବିରୋଧରେ ଲୋକଙ୍କୁ ଲଢୁଥିବା ଦେଖି ହୃଦୟ ଭାଙ୍ଗି ଯାଉଛି । ସେଥିପାଇଁ ଆମେ ମିଶି ଏହି କ୍ୟାମ୍ପେନ ଆରମ୍ଭ କରିଛୁ । #Inthistogether କ୍ୟାମ୍ପେନ ଜରିଆରେ ଆମେ ଫଣ୍ଡ ଏକାଠି କରି ଲୋକଙ୍କୁ ସାହାଯ୍ୟ କରିପାରିବା । କରୋନା ସମୟରେ ଆଗକୁ ଆସନ୍ତୁ । ଆପଣଙ୍କର ଏହି ଯୋଗଦାନ ଲୋକଙ୍କ କାମରେ ଆସିବ । ଏଥିସହିତ ସେମାନେ ମାସ୍କ ଲଗାନ୍ତୁ ଏବଂ ଦୂରତା ରକ୍ଷା କରନ୍ତୁ ବୋଲି କହିଛନ୍ତି ।

ବରାଟ ଏବଂ ଅନୁଷ୍କାଙ୍କର ଏହି କାମକୁ ସୋସିଆଲ ମିଡିଆରେ ବେଶ ପ୍ରଶଂସା କରାଯାଇଛି । ତାଙ୍କର ଏହି ଅଭିଯାନ ୭ ଦିନ ପାଇଁ ଚାଲିବ । ଦୁହେଁ କେଟା ନାମକ ଏକ ସଂସ୍ଥା ସାହାଯ୍ୟରେ ଟଙ୍କା ସଂଗ୍ରହ କରୁଛନ୍ତି । ସଂଗୃହୀତ ପାଣ୍ଠି ଏସିଟି ଗ୍ରାଣ୍ଟଓ ନାମକ ଏକ ସଂସ୍ଥାକୁ ଦିଆଯିବ ଏବଂ ଏହି ଅର୍ଥରେ କୋଭିଡ ରୋଗୀଙ୍କୁ ଅକ୍ସଜେନ୍‌, ଅନ୍ୟାନ୍ୟ ଚିକିତ୍ସା ସୁବିଧା ଯୋଗାଇଦେବ ।

You might also like