ଶାମିଙ୍କୁ କାହିଁକି ପ୍ରଶଂସା କଲେ ଶୋଏବ ଅଖତର୍ ?

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର୍ ଭାରତୀୟ ପେସ୍ ବୋଲର ମହମ୍ମଦ ଶାମିଙ୍କ ରିଭର୍ସ ସୁଇଂକୁ ଖୁବ୍ ପ୍ରଶଂସା କରିଛନ୍ତି। ଏହାସହ କୌଣସି ପାକିସ୍ତାନୀ ପେସ୍ ବୋଲରଙ୍କ ତାଙ୍କୁଠାରୁ ପରାମର୍ଶ ନେଉନଥିବାରୁ ଅଖତର ଦୁଃଖ ପ୍ରକାଶ କରିଛନ୍ତି। ହେଲେ ଶାମି ତାଙ୍କଠାରୁ ବୋଲିଂ ପରାମର୍ଶ ନେଇଥିବା କହି ଅଖତର ଖୁସି ହୋଇଛନ୍ତି।

ରାୱଲପିଣ୍ଡି ଏକ୍ସପ୍ରେସ୍ ଭାବେ ପରିଚିତ ଅଖତର ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଦୃଢ଼ତାର ସହ କହିଛନ୍ତି, “ଶାମି ମୋ ପରାମର୍ଶ ମାନିଥିଲେ ଏବଂ ସଫଳ ମଧ୍ୟ ହୋଇଛନ୍ତି। ମୁଁ ଶାମିଙ୍କୁ ରିଭର୍ସ ସୁଇଂ କରିବାକୁ କହିଥିଲି। ବିଶ୍ୱକପ୍ ପରେ ଶାମି ମୋତେ ଫୋନ୍ କରିଥିଲେ। ସେମିଫାଇନାଲରେ ଭାରତର ହାରିବା ନେଇ ସେ ନିରାଶ ହୋଇଥିଲେ। ଏହାଛଡ଼ା ସେମିଫାଇନାଲରେ ନଖେଳିବା ନେଇ ମଧ୍ୟ ସେ ନିରାଶ ପ୍ରକାଶ କରିଥିଲେ।

ମୁଁ ତାଙ୍କୁ ବୁଝାଇ କହିଥିଲି, ଆପଣ ବର୍ତ୍ତମାନ ଶ୍ରେଷ୍ଠ ଫର୍ମରେ ଅଛନ୍ତି ଏବଂ ଫିଟନେସ୍ ଦୃଷ୍ଟିରୁ ଭଲ ସ୍ଥିତିରେ ଅଛ। ବର୍ତ୍ତମାନ ସ୍ଥିତିରେ ଆପଣଙ୍କୁ କେବଳ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସହ ରହିବା ଆବଶ୍ୟକତା ରହିଛି। ଶାମିଙ୍କୁ ମୁଁ ଆହୁରି କହିଥିଲି ଯେ, ଆଗକୁ ଘରୋଇ ସିରିଜ୍ ଆସୁଛି ଏବଂ ଏଥିପାଇଁ ନିଜର ଫିଟନେସକୁ କାଏମ ରଖିବା ଦରକାର। ମୁଁ ଚାହୁଁଛି ଯେ, ତୁମେ ଜଣେ ବିପଜ୍ଜନକ ବୋଲର ଭାବେ ଖ୍ୟାତି ଅର୍ଜନ କର, ଯିଏ ସବୁବେଳେ ବ୍ୟାଟ୍ସମ୍ୟାନଙ୍କ ପାଇଁ ଘାତକ ହୋଇ ରହିବ। ଶାମି ମୋ ପରାମର୍ଶ ମାନି ଆଜି ସଫଳ ହେଉଛନ୍ତି।”

ଅଖତର ମଧ୍ୟ ଶାମିଙ୍କ ସିମ୍ ଓ ସୁଇଂ ବୋଲିଂକୁ ପ୍ରଶଂସା କରିଛନ୍ତି। “ଶାମିଙ୍କ ପାଖରେ ଯେଉଁ ରିଭର୍ସ ସୁଇଂ ଅଛି, ବୋଧହୁଏ ଉପମହାଦ୍ୱୀପରେ ଏଭଳି କଳା କାହା ପାଖରେ ନଥିବ। ମୁଁ ତାଙ୍କୁ ରିଭର୍ସ ସୁଇଂର ‘ବାଦଶାହ’ ହେବାକୁ କହିଥିଲି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଶାମି ଯେଉଁଭଳି ବୋଲିଂ କଲେ, ତାହା ବେଶ୍ ପ୍ରଶଂସନୀୟ ଥିଲା।” ଅଖତର ଆହୁରି କହିଛନ୍ତି, “ମୁଁ ପାକିସ୍ତାନ ବୋଲରଙ୍କୁ ପରାମର୍ଶ ଦେବାକୁ ପ୍ରସ୍ତୁତ ଅଛି, କିନ୍ତୁ କୌଣସି ବୋଲର ମୋ’ଠାରୁ ପରାମର୍ଶ ନେବାକୁ ଆସୁ ନାହାନ୍ତି। ଏହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି ଅଖତର କହିଛନ୍ତି।”

ଆହୁରି ପଢ଼ନ୍ତୁ

ମ୍ୟାଚ୍‌ବେଳେ ଘୁମେଇ ପଡ଼ିଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

୩-୦ରେ ସିରିଜ ପୋଛି ନେଲା ଟିମ୍‌ ଇଣ୍ଡିଆ

ବାରବାଟୀ ଷ୍ଟାଡିୟମର ଫ୍ଲଡ୍‌ଲାଇଟ୍‌ ମରାମତି କାମ ଆରମ୍ଭ

ମହମ୍ମଦ ଆଝାରୁଦ୍ଦିନଙ୍କୁ ପଛରେ ପକାଇଲେ କୋହଲି

ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୬୨ରନରେ ଅଲଆଉଟ୍

ଦୂତି ଚାନ୍ଦଙ୍କୁ ଭୋଗ୍ ସ୍ପୋଟର୍ସ ପର୍ସନ୍ ଅଫ୍ ଦି ଇୟର୍ ସମ୍ମାନ

ପ୍ରମୋଦଙ୍କୁ ଓଡ଼ିଶାର ଗର୍ବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

ବସ୍‌ ଓଲଟିପଡ଼ିବାରୁ ସେଥିରେ ଥିବା ୨୦ ଜୁଡୋ ଖେଳାଳି ଆହତ

ବିହାରରେ ଜନ୍ମ ଓ ପଶ୍ଚିମବଙ୍ଗରେ ଘର କିନ୍ତୁ ଓଡ଼ିଶା ପକ୍ଷରୁ ଖେଳୁଛନ୍ତି; ଏବେ ଆଇପିଏଲ୍‌ ଯିବେ

ହେଟମେୟରଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

ରାଞ୍ଚି ଟେଷ୍ଟ: ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

କ୍ୟାପ୍ଟେନ୍‌ ପଦରୁ ବହିଷ୍କାର ହେବା ସହିତ ଟିମ୍‌ରୁ ବି ବିଦା ହେଲେ ସର୍ଫରାଜ

You might also like