ଷ୍ଟାର କ୍ରିକେଟରଙ୍କ ସାନଭାଇକୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ସାଉଥ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଭେର୍ଣ୍ଣନ୍‌ ଫିଲାଣ୍ଡରଙ୍କ  ସାନ ଭାଇଙ୍କୁ ଦୁବୃର୍ତ୍ତମାନେ ଗୁଳିକରି ହତ୍ୟା କଛନ୍ତି। ବୁଧବାର ଅପରାହ୍ନରେ ଫଲାଣ୍ଡରଙ୍କ ସାନ ଭାଇ ଘର ବାହାରକୁ ଆସିଥିବାବେଳେ ଦୁବୃର୍ତ୍ତମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହି ଘଟଣା ଘଟିଛି ଫିଲାଣ୍ଡରଙ୍କ ନିଜ ଘର କେପ ଟାଉନ ଅଞ୍ଚଳରେ।

ସ୍ଥାନୀୟ ଗଣମାଧ୍ୟମ ତଥ୍ୟ ଅନୁଯାୟୀ, ଟାଇରୋନ୍‌ ତାଙ୍କ ଘର ବାହାରେ ପାଣି ନେଇ ବାଣ୍ଟୁଥିବାବେଳେ ଆକ୍ରମଣ ହୋଇଥିଲା। ଆଫ୍ରିକା ନିଉଜ ଏଜେନ୍ସି କହିବା ଅନୁଯାୟୀ,  ତାଙ୍କ ମା’ ବୋନିତା ଓ ପରିବାରର ଅନ୍ୟସଦସ୍ୟଙ୍କ ସାମ୍ନାରେ ଏହି ନିର୍ମମ କାଣ୍ଡ ଘଟିଗଲା।

ୱେଷ୍ଟର୍ଣ୍ଣ କେପ ପୋଲିସ କହିଛି, ପ୍ରାୟ ୧.୧୦ମିନିଟରେ ୱେବନର ଷ୍ଟ୍ରିଟ୍‌ରେ ଏହି ହତ୍ୟାକାଣ୍ଡ ଘଟିଥିବା ଖବର ଆସିଥିଲା। ଘଟଣାସ୍ଥଳରେ ପହଞ୍ଜି  ଜଣେ ୩୨ ବର୍ଷୀୟ ଯୁବକ ଗୁଳିମାଡରେ ଆହତ ହୋଇଥିବା ଦେଖିବାକୁ ପାଇଥିଲୁ। ତାଙ୍କ ଶରୀର କ୍ଷତବିକ୍ଷତ ହୋଇଯାଇଥିଲା।  ପରେ ତାଙ୍କୁ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନାଥାଉ କି, ଫିଲାଣ୍ଡର ଆନ୍ତର୍ଜାତିକ କ୍ରିକେଟରୁ ଗତବର୍ଷ ୩୪ ବର୍ଷ ବୟସରେ ଅବସର ନେଇଥିଲେ। ଏହି ଖବର ପାଇବା ପରେ ଫିଲାଣ୍ଡରଙ୍କ ପାଖକୁ  ଫ୍ୟାନ୍ସମାନେ ଶୁଭେଚ୍ଛାବାର୍ତ୍ତା ପଠାଇଥିଲେ। ଏପରି ଦୁଃଖଦ ସମୟରେ ଆଶ୍ୱାସନା ଦେଇଥିବାରୁ ଫିଲାଣ୍ଡର ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ତେବେ ଏମିତି ଏକ ସମୟରେ ତାଙ୍କ ପରିବାର ଭଙ୍ଗି ପଡ଼ିଥିବାରୁ ତାଙ୍କୁ ଏକୁଟିଆ ରହିବାକୁ ଦେବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି,  ହତ୍ୟା ରହିସ୍ୟ ଖୋଜିବାର କର୍ତ୍ତବ୍ୟ ପୋଲିସର।  ତେବେ ତାଙ୍କୁ କାହିଁକି ଏବଂ କିଏ ଗୁଳିକଲା ତାହା ସ୍ପଷ୍ଟ ହୋଇନାହିଁ। ଏପରି ସମୟରେ ଅନୁମାନ କରି କିଛି କହିବା ଆମ ପରିବାରକୁ ବହୁତ ଦୁଃଖ ଦେବ।

ପରିବାର ପକ୍ଷରୁ ଜାରି ଏକ ଷ୍ଟେଟେମଣ୍ଟରେ ଫିଲାଣ୍ଡ କହିଛନ୍ତି, ‘ଟାଇରୋନ ସବୁବେଳେ ଆମ ହୃଦୟରେ ରହିବ। ତା’ର ଆତ୍ମାକୁ ଶାନ୍ତି ମିଳୁ।’

ସୂଚନାଥାଉ କି, ଫିଲାଣ୍ଡର ୬୪ ଟେଷ୍ଟ ମ୍ୟାଚ ଖେଳି ୨୨୪ ୱିକେଟ ନେଇଛନ୍ତି।

 

You might also like