ବିଶ୍ୱର ଦ୍ରୁତତମ ଧାବକ ଉସେନ୍ ବୋଲ୍ଟ କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ଦୁନିଆର ମହାନ୍ ସ୍ପ୍ରିଣ୍ଟର ଉସେନ୍ ବୋଲ୍ଟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଅଗଷ୍ଟ ୨୧ ତାରିଖରେ ବୋଲ୍ଟ ନିଜର ଜନ୍ମଦିନ ପାଳିଥିଲେ, ଯେଉଁଥିରେ କିଛି ଜଣାଶୁଣା ଅତିଥି ଅଂଶଗ୍ରହଣ କରିଥିଲେ। ଏହା ପରେ ବୋଲ୍ଟ ନିଜର କରୋନା ଟେଷ୍ଟ କରାଇଥିଲେ, ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ରିପୋର୍ଟ ପଜିଟିଭ୍ ଆସିବା ପରେ ବୋଲ୍ଟ ନିଜକୁ ସେଲ୍ଫ ଆଇସୋଲେସନରେ କରିଛନ୍ତି।

ଏ ନେଇ ବୋଲ୍ଟ ଟ୍ୱିଟରରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ସମସ୍ତଙ୍କୁ ଶୁଭ ସକାଳ। ଶନିବାର ମୋର କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା ଏବଂ ରିପୋର୍ଟ ପଜିଟିଭ୍ ଆସିଛି। ତେଣୁ ଜଣେ ଦାୟିତ୍ୱବାନ ବ୍ୟକ୍ତି ଭାବେ ମୁଁ ଘରେ ରହିବା ସହ ସାଙ୍ଗମାନଙ୍କଠାରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି। ମୋ ଭିତରେ କରୋନାର କୌଣସି ଲକ୍ଷଣ ପରିଲକ୍ଷିତ ହୋଇନାହିଁ, ତେଣୁ ମୁଁ ନିଜକୁ କ୍ୱାରେଣ୍ଟିନ୍ କରିଛି। କ୍ୱାରେଣ୍ଟିନ୍ ପାଇଁ ସରକାରଙ୍କ କ’ଣ ପ୍ରୋଟୋକଲ୍ ରହିଛି, ତାକୁ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ମୁଁ ସମସ୍ତଙ୍କୁ ସୁରକ୍ଷିତ ରହିବା ପାଇଁ ନିବେଦନ କରୁଛି।

ରିପୋର୍ଟ ଅନୁଯାୟୀ, ଗତ ୨୧ ତାରିଖରେ ବୋଲ୍ଟ ଜନ୍ମଦିନ ପାଳନ କରିଥିଲେ, ଯେଉଁଥିରେ ସାମାଜିକ ଦୂରତାର ଅବମାନନା ହୋଇଥିଲା। ଏପରିକି ଜନ୍ମଦିନ ପାର୍ଟିରେ କେହିବି ମାସ୍କ ପିନ୍ଧି ନଥିଲେ। ଏହି ପାର୍ଟିରେ ୱେଷ୍ଟଇଣ୍ଡିଜର ଷ୍ଟାର୍ କ୍ରିକେଟ୍ କ୍ରିସ୍ ଗେଲ୍‌, ଫୁଟବଲର୍ ରହିମ୍ ଷ୍ଟର୍ଲିଙ୍ଗ୍ ଏବଂ ଲିଅନ୍ ବେଲି ଉପସ୍ଥିତ ଥିଲେ। ଏହି ପାର୍ଟିରେ ସାମିଲ୍‌ ହୋଇଥିବା ସବୁ ଅତିଥି ବିନା ମାସ୍କରେ ଖୁବ୍ ନାଚିଥିଲେ।

ବୋଲ୍ଟଙ୍କ ନାଁରେ ଉଭୟ ୧୦୦ ମିଟର୍ ଓ ୨୦୦ ମିଟରର ୱାର୍ଲ୍ଡ ରେକର୍ଡ ରହିଛି। ସେ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ୧୦୦ ମିଟର୍, ୨୦୦ ମିଟର୍ ଏବଂ ୪ଗୁଣା ୧୦୦ ମିଟର୍ ରିଲେ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ସମେତ ୧୧ଥର ୱାର୍ଲ୍ଡ ଚାମ୍ପିୟନ୍ ହେବାର ଆଖ୍ୟା ଅର୍ଜନ କରିଛନ୍ତି।

ଆହୁରି ପଢ଼ନ୍ତୁ

ପ୍ରଥମଥର କଟକଣା ଭିତରେ ଆଇପିଏଲ୍, ଲାଗୁ ହେବ ଏହିସବୁ ନିୟମ

ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ବିରାଟ୍, ଜବାବରେ ପ୍ରଧାନମନ୍ତ୍ରୀ କହିଲେ…

ଆସନ୍ତାକାଲିଠାରୁ ଫଟାଫଟ୍ କ୍ରିକେଟ୍, କିଏ ମାରିବ ବାଜି?

ଶୋଇଥିବା ଅବସ୍ଥାରେ ଚାଲିଗଲା ପୂର୍ବତନ କ୍ରିକେଟରଙ୍କ ଜୀବନ

ଆଶୀର୍ବାଦ ବେହେରାଙ୍କୁ କ୍ଲିନ୍ ଚିଟ୍

‘ଫିଟ୍ ଇଣ୍ଡିଆ ଫ୍ରୀଡମ୍ ରନ୍’‌ରେ ଭାଗ ନେଲେ ଜାତୀୟ ଖେଳାଳି

ଫିକ୍ସିଂ ଅଭିଯୋଗରେ ୨ କ୍ରିକେଟର୍ ସସପେଣ୍ଡ୍

ସରିଲା କ୍ରିକେଟର୍ ଶ୍ରୀସନ୍ଥଙ୍କ ବାସନ୍ଦାଦେଶ

ହଟିଲେ ବାବର, ମଲାନ୍ ନୂଆ ନମ୍ବର ୱାନ୍ ଟି-୨୦ ବ୍ୟାଟ୍ସମ୍ୟାନ୍

ସରିଲା ଅପେକ୍ଷା, ଜାରି ହେଲେ ଆଇପିଏଲ୍ ସିଡ୍ୟୁଲ୍

ବଲରେ ସାନିଟାଇଜର୍ ଲଗାଇ ସସ୍‌ପେଣ୍ଡ୍‌ ହେଲେ ଏହି ବୋଲର୍

ଆସନ୍ତାକାଲି ଜାରି ହେବ ଆଇପିଏଲ୍ କାର୍ଯ୍ୟସୂଚୀ

You might also like