ହକି ବିଶ୍ୱକପ୍ ପାଇଁ ଜୋରଦାର୍ ପ୍ରସ୍ତୁତି

ପୁଲିସ ପକ୍ଷରୁ ମେଗା ପାର୍କିଂ ବ୍ୟବସ୍ଥା

ଭୁବନେଶ୍ୱର : ହକି ବିଶ୍ୱକପ୍ ପାଇଁ ଜୋରଦାର୍ ପ୍ରସ୍ତୁତି। ଷ୍ଟାଡିୟମ୍‌ ଠାରୁ ଅାରମ୍ଭ କରି ରାସ୍ତାଘାଟ, ସବୁଠି ଏବେ ହକି ଫିବର୍। ତେବେ ଏହି ମେଗା ଇଭେଣ୍ଟରେ ପାର୍କିଂ ବ୍ୟବସ୍ଥା ହେବ। ପୁଲିସ ପାଇଁ ହେବ ବଡ଼ ଚାଲେଞ୍ଜ  ଟ୍ରାଫିକ୍‌ ସମସ୍ୟା ଓ ଭିଡ଼କୁ ଅାଖିରେ ରଖି ପାର୍କିଂ ପାଇଁ ତିଅାରି ହୋଇଛି ସ୍ୱତନ୍ତ୍ର ମାଷ୍ଟର ପ୍ଲାନ୍‌। ଉଦ୍‌ଘାଟନୀ ଉତ୍ସବରୁ ଫାଇନାଲ୍ ମ୍ୟାଚ୍ ପାଇଁ ଷ୍ଟାଡିୟମ୍ ଭିତରେ ଏବଂ ବାହାରେ ୧୦ଟି ପାର୍କିଂ ସ୍ଥାନକୁ ଚିହ୍ନଟ କରାଯାଇଛି।

ଷ୍ଟାଡିୟମ୍‌ ଭିତରେ ଭିଅାଇପି, ଅଫିସିଅାଲ୍ ଏବଂ ଗଣମାଧ୍ୟକୁ ମିଶାଇ ପ୍ରାୟ ୫୦୦ ଗାଡ଼ି ପାଇଁ ୩ଟି ସ୍ଥାନକୁ ଚିହ୍ନଟ ହୋଇଛି। ଏହାଛଡ଼ା ଜନତା ମଇଦାନ, ନୟାପଲ୍ଲୀ ଦୂର୍ଗାପୂଜା ପଡ଼ିଆ ଭଳି ୭ଟି ସ୍ଥାନରେ  ଦର୍ଶକଙ୍କ ପାଇଁ ହେବ ପାର୍କିଂ ପ୍ଲେସ୍‌।

ଜନତା ମଇଦାନକୁ ଷ୍ଟାଡିୟମ୍‌କୁ ଅାସିବା ପାଇଁ ସ୍ୱତନ୍ତ୍ର ଭାବେ ରହିବ ୩୦ଟି ‘ମୋ ବସ’। ଏଥିପାଇଁ ଦର୍ଶକଙ୍କୁ ଦେବାକୁ ପଡ଼ିବ ୧୫ ଟଙ୍କା। ସେହିପରି  ଅନ୍ୟ ୬ଟି ପାର୍କିଂ ପ୍ଲେସ୍‌ର ଟେଣ୍ଡର କରାଯାଇଛି। ପ୍ରତି ପାର୍କିଂ ପ୍ଲେସ୍‌ରେ ପୁଲିସ ମୁତୟନ ହେବା ସହ ଟ୍ରାଫିକ୍‌ ପାଇଁ ଶହେ ପୁଲିସ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ଦିଅାଯାଉଛି। ଟ୍ରାଫିକ୍ ବ୍ୟବସ୍ଥାକୁ ଅଧିକ ସୂଚାରୁ ରୂପେ ପରିଚାଳିତ କରିବା ପାଇଁ ଟେକ୍ନୋଲୋଜିର ସାହାଯ୍ୟ ନେଇଛି। କମିଶନ୍‌ରେଟ୍ ପୁଲିସ।

ପାର୍କିଂ ସମ୍ବନ୍ଧୀୟ ତଥ୍ୟ ପାଇଁ ଦୁଇଟି ଗୁଗଲ୍ ଆପ୍‌ର ଶୁଭାରମ୍ଭ ହେବ। ଯେଉଁଥିରେ ପାର୍କିଂ ପ୍ଲେସ୍ ସହ ଟ୍ରାଫିକ୍ ସମ୍ପର୍କୀତ ତଥ୍ୟ ରହିବ। ଉଦ୍‌ଘାଟନୀ ଉତ୍ସବ ପରେ ଦ ଓ୍ୱାର୍ଲଡ ଛକ ଠାରୁ  ଜୟଦେବ ବିହାର ପର୍ଯ୍ୟନ୍ତ ଦିନ ୨ରୁ ରାତି ୧୦ ଯାଏ ‘ନୋ ଭେଇକିଲ୍ ଜୋନ୍’ ଘୋଷଣା କରାଯିବ।

You might also like