ଅାସନ୍ତାକାଲି ଠାରୁ ହକି ବିଶ୍ୱକପ୍ ମହା ଲଢ଼େଇ

ଉଦ୍‌ଘାଟନୀ ମ୍ୟାଚ୍‌ରେ ମୁହାଁମୁହିଁ ହେବେ କାନାଡ଼ା-ବେଲ୍‌ଜିୟମ୍

ଭୁବନେଶ୍ୱର : ଅାଜି ଉଦ୍‌ଘାଟନୀ ଉତ୍ସବ ଚାଲିଥିବା ବେଳେ ଅାସନ୍ତାକାଲି ଠାରୁ ଅାରମ୍ଭ ହେବ ଲଢ଼େଇ। ପ୍ରଥମ ଦିନରେ ଅାୟୋଜକ ଭାରତ, ଦକ୍ଷିଣ ଅାଫ୍ରିକାକୁ ଭେଟିବ। ପୁଲ୍-ସିର ଏହି ମ୍ୟାଚ୍ ଅାସନ୍ତାକାଲି ସଂଧ୍ୟା ୭ଟାରେ ଖେଳାଯିବ।

ସେହିପରି ଉଦ୍‌ଘାଟନୀ ମ୍ୟାଚ୍‌ରେ କାନାଡ଼ା ଓ ବେଲ୍‌ଜିୟମ୍ ମଧ୍ୟରେ ଦେଖିବାକୁ ମିଳିବ ଟକ୍କର। ଅପରାହ୍ଣ ୫ଟାରେ ଏହି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ୍ ୧୬ଟି ଟିମ୍ ଭାଗ ନେଇଛନ୍ତି। ମୋଟ୍ ୩୬ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଡିସେମ୍ବର ୧୬ରେ ଅନୁଷ୍ଠିତ ହେବ ଗ୍ରାଣ୍ଡ ଫିନାଲେ।

You might also like