ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ ମ୍ୟାଚ୍

ମେଲ୍‌ବର୍ଣ୍ଣ: ଆସନ୍ତାକାଲି ମେଲ୍‌ବର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟ ପକ୍ଷରୁ ୧୧ଜଣିଆ ଖେଳାଳି ତାଲିକା ଘୋଷଣା କରାଯାଇଛି।

ନବାଗତ ମୟଙ୍କ ଅଗ୍ରୱାଲ ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ପାଇଛନ୍ତି। ସେହିପରି ଅଲ୍‌ରାଉଣ୍ଡର୍ ରବୀନ୍ଦ୍ର ଜାଡେଜା ଓ ରୋହିତ ଶର୍ମା ପୁଣି ଥରେ ଦଳକୁ ଫେରିଛନ୍ତି।

ଏହି ମ୍ୟାଚ ପାଇଁ ଟିମ୍‌ ଇଣ୍ଡିଆ ପକ୍ଷରୁ ଦୁଇ ଓପନର୍ କେ.ଏଲ. ରାହୁଲ୍ ଓ ମୁରଲୀ ବିଜୟଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଉଭୟ ରାହୁଲ୍ ଓ ମୁରଲି ବିଜୟ ପର୍ଥ, ଆଡିଲେଡ୍ ଟେଷ୍ଟରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ। ଦୁଇଟି ମ୍ୟାଚରେ ବିଜୟ ୪୯ରନ୍‌ କରିଥିବା ବେଳେ ରାହୁଲ ୪୮ରନ୍‌ କରିଥିଲେ। ତେଣୁ ମେଲ୍‌ବର୍ଣ୍ଣରେ ମୟଙ୍କ ଅଗ୍ରୱାଲ ଓ ହନୁମାନ ବିହାରୀ ଇନିଂସ ଓପନ୍‌ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

୪ ଟିକିଆ ଟେଷ୍ଟ ସିରିଜରେ ଉଭୟ ଅଷ୍ଟ୍ରେଲିଆ ଓ ଭାରତ ଗୋଟିଏ ଲେଖାଏ ମ୍ୟାଚ୍‌ ଜିତିଛନ୍ତି।

You might also like