ଆସନ୍ତାକାଲିଠୁ ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ୍‌ ସିରିଜ୍‌

ସିରିଜରେ ପ୍ରଥମ ଟି ଟ୍ୱେଣ୍ଟି ମୁକାବିଲା କାଲି ବ୍ରିସବେନ୍‌ଠାରେ ହେବ

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେଉଛି ଭାରତ ଓ ଅଷ୍ଟ୍ରେଲିଆ କ୍ରିକେଟ୍‌ ସିରିଜ୍‌। ଅଷ୍ଟ୍ରେଲିଆରେ ହେଉଥିବା ଏହି ଶୃଙ୍ଖଳାରେ ୩ଟି ଟି-ଟ୍ୱେଣ୍ଟି, ୪ଟି ଟେଷ୍ଟ ମ୍ୟାଚ୍‌ ଏବଂ ୩ଟି ଦିନିକିଆ ମ୍ୟାଚ୍‌ ଖେଳାଯିବ।

ସିରିଜରେ ପ୍ରଥମ ଟି ଟ୍ୱେଣ୍ଟି ମୁକାବିଲା କାଲି ବ୍ରିସବେନ୍‌ଠାରେ ହେବ।

ନିକଟରେ ୱେଷ୍ଟ ଇଣ୍ଡିଜ୍‌ ସହ ଟି ଟ୍ୱେଣ୍ଟି ଶୃଙ୍ଖଳା ୩-୦ରେ ମୂଳପୋଛ କରିବା ପରେ ଟିମ ଇଣ୍ଡିଆର ମନୋବଳ ଦୃଢ଼ ରହିଛି। ଘରୋଇ ମାଟିରେ ଅଷ୍ଟ୍ରେଲିଆକୁ କ୍ରିକେଟ୍‌ରେ ପିତିଆରା କାଏମ ରଖିବାକୁ ଚାହିଁବ ଟିମ୍‌ ଇଣ୍ଡିଆ।

ତେବେ ଚଳିତ ସିରିଜରେ ମହେନ୍ଦ୍ର ସିଂ ଧୋନୀଙ୍କ ବିନା ମୈଦାନକୁ ଓହ୍ଲାଇବ ଭାରତ।

You might also like