ଆସନ୍ତାକାଲି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଦିନିକିଆ

ମୋହାଲି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚତୁର୍ଥ ଦିନିକିଆ ମ୍ୟାଚ୍‌ ଆସନ୍ତାକାଲି ମୋହାଲିରେ ଖେଳାଯିବ। ମ୍ୟାଚ୍ ୫ଟିକିଆ ସିରିଜରେ ଭାରତ ଏବେ ୨-୧ରେ ଆଗୁଆ ରହିଛି। ତେଣୁ କାଲିର ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିବାକୁ ଚେଷ୍ଟା କରିବ ଭାରତ।

ତେବେ କାଲିର ମ୍ୟାଚରେ ଭାରତ କିଛି ପରିବର୍ତ୍ତନ କରିପାରେ। ଦୁଇ ଓପନର ରୋହିତ ଶର୍ମା ଓ ଶିଖର ଧାୱନ ଏବେ ଫର୍ମରେ ନାହାନ୍ତି। ତଥାପି ଆସନ୍ତା ବିଶ୍ୱକପ୍‌କୁ ନଜରରେ ରଖି ଉଭୟଙ୍କୁ ପୁଣି ଥରେ ଓପନିଙ୍ଗ କରିବା ସୁଯୋଗ ମିଳିପାରେ। ଅମ୍ବାତି ରାୟୁଡୁଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କୁ ପ୍ଲେଇଂ ଇଲେଭେନ୍‌ରେ ନିଆଯିବାର ସମ୍ଭାବନା ରହିଛି।

ତେବେ ଧୋନିଙ୍କ ସ୍ଥାନରେ ୱିକେଟ୍‌କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଖେଳିବା ନିଶ୍ଚିତ। କାରଣ ଶେଷ ଦୁଇ ଦିନିକିଆରୁ ଧୋନିଙ୍କୁ ବିଶ୍ରାମ ଦିଆଯାଇଛି। ସେହିପରି ବୋଲିଂରେ ମହମ୍ମଦ ସାମିଙ୍କ ଜାଗା ନେଇପାରନ୍ତି ଭୁବନେଶ୍ୱର କୁମାର।

 

ଆହୁରି ପଢ଼ନ୍ତୁ

ଓଡ଼ିଆ ଯୁବକ ହେଲେ ଆଇରନ୍‌ ମ୍ୟାନ୍‌

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ରେ ଭାରତର ସ୍ୱର୍ଣ୍ଣିମ ଇତିହାସ

ଭାରତୀୟ ସେନା ସହ ଜମ୍ମୁ-କାଶ୍ମୀରରେ ଟ୍ରେନିଂ ନେବେ ଧୋନି

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନସିପ୍‌ର ଆଜି ଫାଇନାଲ ମ୍ୟାଚ୍‌

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିଅନଶିପ: ପୁରୁଷ ଡବଲ୍ସ ସେମିରେ ଭାରତର ଦୁଇ ଯୋଡ଼ି

୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ମହିଳା ସିଙ୍ଗଲ୍ସ ସେମିରେ ଭାରତର ୩ ଖେଳାଳି

ଭୁଲ୍‌ ମାନିଲେ ଧର୍ମସେନା

ୱେଷ୍ଟଇଣ୍ଡିଜ ଗସ୍ତ ଲାଗି ଭାରତୀୟ କ୍ରିକେଟ୍ ଦଳ ଘୋଷଣା

ଭାରତ-ୱେଷ୍ଟଇଣ୍ଡିଜ୍‌ ସିରିଜ୍‌: ଟିମ୍‌ ଇଣ୍ଡିଆ ଖେଳାଳି ଘୋଷଣା

୪ ବର୍ଷ ପରେ ଆଉଟ୍ ହୋଇ ଇତିହାସ ରଚିଲେ ଏହି ମହିଳା କ୍ରିକେଟର୍‌

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ରେ ଭାରତ ଚାମ୍ପିଅନ୍: ପୁରୁଷ ଓ ମହିଳାରେ ସ୍ୱର୍ଣ୍ଣ ଜିତିଲା

ସୋଶାଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରି ଏଜାଜ ଖାନ୍‌ ଗିରଫ

You might also like