ଆଜି ମୁମ୍ୱାଇ, ରାଜସ୍ଥାନ ଟକ୍କର; ହ୍ୟାଟ୍ରିକ୍‌ ବିଜୟ ଲକ୍ଷ୍ୟରେ ରୋହିତ ବାହିନୀ‌

ଦୁବାଇ: ଆଜି ଆଇପିଏଲ୍‌ର ୨୦ତମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଟକ୍କର ହେବ। ପଏଣ୍ଟ ଟେବୁଲରେ ଶୀର୍ଷକୁ ଉଠିବା ସହ ହ୍ୟାଟ୍ରିକ୍ ବିଜୟ ହାସଲ କରିବା ପାଇଁ ଚେଷ୍ଟା କରିବ ମୁମ୍ୱାଇ। ଅନ୍ୟପଟେ ପରାଜୟର ଧାରାରେ ରୋକ୍ ଲାଗାଇବା ପାଇଁ ପ୍ରାଣପ୍ରଣେ ଚେଷ୍ଟା କରିବ ରାଜସ୍ଥାନ ରୟାଲ୍ସ। ଆଜି ସନ୍ଧ୍ୟା ୭ଟା ସମୟରେ ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ଏହି ଦମ୍‌ଦାର ମ୍ୟାଚ୍ ଖେଳାଯିବ।

ଶାରଜା ଷ୍ଟାଡିୟମ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପରାସ୍ତ କରି ବିଜୟ ଯାତ୍ରାରୁ ଆଇପିଏ‌ଲ ଅଭିଯାନ ଆରମ୍ଭ କରିଥିଲା ରାଜସ୍ଥାନ ରୟାଲ୍ସ। ସେହିପରି ଦ୍ୱିତୀୟ ମ୍ୟାଚରେ ପଞ୍ଜାବକୁ ୪ ୱିକେଟ୍‌ରେ ପରାସ୍ତ କରିଥିଲା ଦଳ।  କିନ୍ତୁ ତୃତୀୟ ମ୍ୟାଚ୍‌ରେ କୋଲକାତା ଓ ଚତୁର୍ଥରେ ବାଙ୍ଗାଲୋର ଠାରୁ ହାରିବା ପରେ ଦଳଅ ପଏଣ୍ଟ ଟେବୁଲ ହ୍ରାସ ପାଇଥିଲା। ଏବେ ସୁଦ୍ଧା ଦୁଇଟି ମ୍ୟାଚ୍ ହାରି ରାଜସ୍ଥାନ ରୟାଲ୍ସ ୪ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲ୍‌ର ପଞ୍ଚମ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ନିଜର ଶେଷ ଦୁଇଟି ମ୍ୟାଚରେ ଦୃଢ଼ ପ୍ରଦର୍ଶନ କରି ୬ ପଏଣ୍ଟ ହାସଲ କରି ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍ସ ଭଲ ନେଟ ରନ୍ ହାରରେ ଟେବୁଲର ଶୀର୍ଷରେ ରହିଛି।

 

ଆହୁରି ପଢ଼ନ୍ତୁ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

ଯୁବରାଜ ସିଂହଙ୍କୁ ୬ ଥର ଆଉଟ କରିଥିବା ଖେଳାଳି କ୍ରିକେଟରୁ ସନ୍ୟାସ ନେଲେ

IPL 2020: ମୁମ୍ବାଇ ପାଖରେ ଏତେ ସହଜରେ କେମିତି ହାରିଗଲା KKR

You might also like