ଅାଜି ଭାରତ-ଅଷ୍ଟ୍ରେଲିଅା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍‌

ମେଲବୋର୍ଣ୍ଣ : ଅାଜି ଭାରତ-ଅଷ୍ଟ୍ରେଲିଅା ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍‌। ମେଲବୋର୍ଣ୍ଣରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ରେ ବିରାଟ ବାହିନୀ ପ୍ରଥମ ମ୍ୟାଚ୍ ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ। ବ୍ରିସବେନ୍‌ରେ ହୋଇଥିବା ପ୍ରଥମ ମ୍ୟାଚ୍‌ରେ ଦଳ ଜିତୁ ଜିତୁ ହାରି ଯାଇଥିଲା। ମାତ୍ର ୪ ରନ୍‌ରେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଅା। ସେହି ମ୍ୟାଚର ଭୁଲ୍‌କୁ ଅାଜିର ମ୍ୟାଚରେ ନ ଦୋହରାଇ ସିରିଜକୁ ୧-୧ରେ ରଖିବାକୁ ଦଳ ଚେଷ୍ଟା କରିବ।

ରାହୁଲଙ୍କ ଫର୍ମକୁ ନେଇ ଦଳ ଚିନ୍ତାରେ ଅଛି। ଇଂଲଣ୍ଡ ସିରିଜରେ ଗୋଟିଏ ଶତକ ମାରିବା ପରେ ତାଙ୍କର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ସେହିପରି ଗତ ମ୍ୟାଚରେ କ୍ରୁନାଲ ପାଣ୍ଡ୍ୟାଙ୍କୁ ଅଷ୍ଟ୍ରେଲିଅା ବ୍ୟାଟ୍ସମ୍ୟାନ ପ୍ରବଳ ପ୍ରହାର କରିଥିଲେ। ତେଣୁ  ପୁରା ଟିମ୍ କମ୍ବିନେସନ୍ ଉପରେ ମ୍ୟାନେଜମେଣ୍ଟକୁ ଚିନ୍ତା କରିବାକୁ ପଡ଼ିବ।

ଗତ ମ୍ୟାଚରେ ଦଳର ଫିଲ୍ଡିଂ ବି ନିହାତି ସାମାନ୍ୟ ଥିଲା। ଏଥିରେ ଉନ୍ନତି ଅାଣିବାକୁ ସମସ୍ତଙ୍କୁ ତାଗିଦ କରିପାରନ୍ତି ବିରାଟ କୋହଲି।

You might also like