ସିରିଜ୍‌ ବିଜୟ ଲକ୍ଷ୍ୟରେ ଆଜି ପଡ଼ିଆକୁ ଓହ୍ଲାଇବ ଭାରତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ପଞ୍ଚମ ଦିନିକିଆ ଖେଳାଯିବ। ପୋର୍ଟ ଏଲିଜାବେଥ୍‌ରେ ଏହି ମ୍ୟାଚ ଖେଳାଯିବ। ଏହି ମ୍ୟାଚ ବିଜୟ ସହ ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଦିନିକିଆ ସିରିଜ ଜିତି ଇତିହାସ ରଚିବାକୁ ଚେଷ୍ଟା କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ। ୬ଟିକିଆ ସିରିଜରେ ଭାରତ ୩-୧ରେ ଆଗୁଆ ଅଛି। ପ୍ରଥମ ତିନି ମ୍ୟାଚକୁ ଭାରତ ଏକତରଫା ଜିତିବା ପରେ ଚତୁର୍ଥ ଦିନିକିଆରେ ପରାସ୍ତ ହୋଇଥିଲା।

ଏହି ମ୍ୟାଚରେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇ ନପାରେ। ଆହତ କାରଣରୁ ବାଦ୍ ପଡିଥିବା ମଧ୍ୟକ୍ରମ ବ୍ୟାଟସମ୍ୟାନ କେଦାର ଯାଦବଙ୍କୁ ଦଳ ପୁଣି ଥରେ ବିଶ୍ରାମ ଦେଇପାରେ। ତେବେ ଓପନିଂ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ ନେଇ ଦଳ ଚିନ୍ତାରେ ରହିଛି। ଟେଷ୍ଟ ସିରିଜ ପରେ ଦିନିକିଆରେ ମଧ୍ୟ ଫ୍ଲପ୍ ରହିଛନ୍ତି ହିଟ୍ ମ୍ୟାନ୍ ରୋହିତ। ଏହାସହ ମିଡିଲ ଅର୍ଡରକୁ ନେଇ ମଧ୍ୟ ଚିନ୍ତାରେ ଭାରତୀୟ ଦଳ। ମହେନ୍ଦ୍ର ସିଂ ଧୋନୀଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ରନ ସଂଗ୍ରହ କରିବାରେ ବିଫଳ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

You might also like