ବିଶ୍ୱକପ୍‌ ହକି ପାଇଁ କାଲିଠୁ ଟିକେଟ୍ ବିକ୍ରି

ଭୁବନେଶ୍ୱର : ବିଶ୍ୱକପ୍‌ ହକି ପାଇଁ ଅାସନ୍ତା କାଲିଠୁ ବିକ୍ରି ହେବ ଟିକେଟ୍ । ହକି ପ୍ରେମୀମାନେ କାଲିଠୁ କାଉଁଣ୍ଟର ନିକଟରୁ ଟିକେଟ୍ ସଂଗ୍ରହ କରିପାରିବେ। କଳିଙ୍ଗ ଷ୍ଟାଡିୟମ ୯ ନମ୍ବର ଗେଟ୍ ନିକଟ କାଉଣ୍ଟରରେ ଟିକେଟ୍ ବିକ୍ରି ଅାରମ୍ଭ ହେବ।

ଦିନ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାଉଣ୍ଟରରେ ଟିକେଟ୍ ବିକ୍ରି କରାଯିବ। ସେହିଭଳି ଭୁବନେଶ୍ୱରର ଅାଉ କିଛି ସ୍ଥାନ ଓ କଟକରେ ଦୁଇଟି ଯାଗାରେ ବି ଟିକେଟ୍ ବିକ୍ରି ବ୍ୟବସ୍ଥା ହୋଇଛି। ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଲାଗି ଟିକେଟର ମୂଲ୍ୟ ୧୦୦ ଓ ୨୦୦ ଟଙ୍କା ରହିଛି। ତେବେ ନକ୍‌ଅାଉଟ୍, ସେମି ଓ ଫାଇନାଲ ମ୍ୟାଚ ବେଳକୁ ଟିକେଟ୍ ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି।

You might also like
Comments
Loading...